Key Terms

ଅଣଯିହୂଦୀ ବା ବିଜାତୀୟମାନେ

ତଥ୍ୟ:

“ଅଣଯିହୂଦୀ ବା ବିଜାତୀୟ“ ତାହାକୁ କୁହାଯାଏ ଯେ ଏକ ଯିହୁଦୀ ନୁହେଁ। ବିଜାତୀୟ ସେହିମାନେ ଯେଉଁମାନେ ଯାକୁବର ବଂଶଧର ନୁହନ୍ତି I

  • ବାଇବଲରେ, “ଅସୁନ୍ନତ” ଶବ୍ଦ ସାଙ୍କେତିକ ରୂପରେ ବିଜାତୀୟଙ୍କୁ ଦର୍ଶାଏ କାରଣ ସେମାନଙ୍କ ମଧ୍ୟରୁ ଅନେକ ନିଜର ପୁରୁଷ ସନ୍ତାନର ସୁନ୍ନତ ବିଧି ଯେପରି ଇସରାଏଲୀୟ କରନ୍ତି ସେପରି କରି ନଥିଲେ I
  • କାରଣ ପରମେଶ୍ୱରଯିହୁଦୀ ଲୋକଙ୍କୁ ବିଶେଷ ଲୋକ କରି ବାଛିଲେ, ବିଜାତୀୟଙ୍କୁ ବାହାର ଲୋକ କୁହାଯାଏ କାରଣ ଯେଉଁମାନେ ପରମେଶ୍ୱରଙ୍କର ଲୋକ କେବେ ନଥିଲେ I
  • ଯିହୁଦୀ ଲୋକଙ୍କୁ “ଇସରାଏଲୀୟ “ଓ “ଏବ୍ରୀ” ମଧ୍ୟ ଇତିହାସର ଅଲଗା ଅଲଗା ସମୟରେ କୁହାଯାଏ I

ସେମାନେ କାହାକୁ ମଧ୍ୟ “ବିଜାତୀୟ” କହନ୍ତି I

  • ବିଜାତୀୟ ଶବ୍ଦକୁ “ଏକ ଯିହୁଦୀ ନୁହେଁ” କିଅବା “ଅଣଯିହୁଦୀୟ “କିଅବା “ଏକ ଇସରାଏଲୀୟ ନୁହେଁ”(ପୁରାତନ ନୀୟମ) କିଅବା “ଅଣଯିହୁଦୀ” ରୂପରେ ଅନୁବାଦ କରାଯାଇପାରେ I

  • ରୀତି ନୀତି ଅନୁସାରେ, ଏକ ଯିହୁଦୀ ବିଜାତୀୟ ସହିତ ଖାଏ ନାହିଁ କି ସହଭାଗିତା ରଖେ ନାହି, ଯାହା କି ପ୍ରାରମ୍ଭିକ ମଣ୍ଡଳୀରେ ଏକ ସମସ୍ୟାଥିଲା I

(ଆହୁରି ଦେଖନ୍ତୁ: ଇସ୍ରାଏଲ, ଯାକୁବ, ଯିହୁଦୀ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1471, G1482, G1484, G1672

ଅଧଲୋକ

ସଂଜ୍ଞା:

ବାଇବଲରେ “ଅଧଲୋକ” ଶବ୍ଦ ମୃତ୍ୟୁ କୁ ଦର୍ଶାଏ ଓ ସେହି ସ୍ଥାନ ଯେଉଁଠାକୁ ଲୋକଙ୍କ ଆତ୍ମା ମୃତ୍ୟୁ ପରେ ଯାଏ I ଏହି ଦୁଇ ଶବ୍ଦର ଅର୍ଥ ସମାନ ଅଟେ I

  • ଏବ୍ରୀ ଶବ୍ଦ “ଶେଓଲ “(ଅଧଲୋକ) ଅନେକ ସମରେ ପୁରାତନ ନିୟମରେ ମୃତ୍ୟୁ ର ସ୍ଥାନ କୁ ଦର୍ଶାଏ I

  • ନୂତନ ନିୟମରେ, ଗ୍ରୀକ୍ ଶବ୍ଦ “ହେଦେସ୍” (ଅଧଲୋକ) ସେହି ସ୍ଥାନ କୁ ଦର୍ଶାଏ ଯାହା ଲୋକଙ୍କ ଆତ୍ମା ରହେ ଯେ ପରମେଶ୍ୱରଙ୍କ ବିରୁଦ୍ଧରେ ବିରୋଧ କରନ୍ତି I

ଏହି ଆତ୍ମା ସବୁ “ତଳ “କୁ ଅଧଲୋକ କୁ ଯିବାକୁ ଦର୍ଶାଏ I ଏହା ଅନେକ ସମୟରେ “ଉପରକୁ” ସ୍ୱର୍ଗକୁ ଯିବାର ବିପରୀତ ହୋଇ ଥାଏ, ଯେଉଁଠାରେ ସେହି ଲୋକ ସମୁହର ଅତ୍ମା ଥାଆନ୍ତି ଯେ ଯୀଶୁଙ୍କ ଉପରେ ବିଶ୍ୱାସ କରନ୍ତି I

  • ପ୍ରକାଶିତ ବାକ୍ୟରେ “ଅଧଲୋକ” ଶବଦ “ମୃତ୍ୟୁ” ସହିତ ସମାନ ରୂପରେ ବ୍ୟବହାର କରାଯାଇଅଛି I

ଅନ୍ତିମ ସମୟରେ, ମୃତ୍ୟୁ ଓ ଅଧଲୋକ କୁ ଅଗ୍ନିମୟ ହ୍ରଦରେ ଫିଙ୍ଗି ଦିଆଯିବ, ଯାହା ନରକ ଅଟେ I

ଅନୁବାଦ ପ୍ରସ୍ତାବ:

  • ପୁରାତନ ନୀୟମ “ଶେଅଲ “କୁ “ମୃତ୍ୟୁର ସ୍ଥାନ “କିଅବା “ମରତ୍ୟୁ ଆତ୍ମା ନିମନ୍ତେ ସ୍ଥାନ “ରୂପରେ ଅନୁବାଦ କରାଯାଏ I

କେତେକ ଅନୁବାଦ “ଗର୍ତ” କିଅବା “ମୃତ୍ୟୁ” ରୂପରେ ପୃଷ୍ଠଭୂମି ଅନୁସାରେ ଅନୁବାଦ କରେ I

  • ନୂତନ ନୀୟମର “ହେଦେସ୍” କୁ “ବିଶ୍ୱାସ ନ କରିଥିବା ଆତ୍ମା ପାଇଁ ସ୍ଥାନ “କିଅବା “ମୃତ୍ୟୁ ଲୋକର ଯନ୍ତ୍ରଣା ନିମନ୍ତେ ସ୍ଥାନ “କିଅବା “ବିଶ୍ୱାସ ନ କରିଥିବା ଲୋକ ନିମନ୍ତେ ଆତ୍ମାର ସ୍ଥାନ “ରୂପରେ ଅନୁବାଦ କରାଯାଏ I
  • କେତେକ ଅନୁବାଦରେ “ଶେଅଲ” ଓ “ହେଦେସ୍” ଶବ୍ଦ କୁ ରଖାଯାଏ, ଏହି ପ୍ରକାର ବନାନ ରଖାଯାଏ କି ଅନୁବାଦର ଭାଷା ଧ୍ୱନି ମେଳ ଖାଉ ଥିବ I

(ଦେଖନ୍ତୁ: ନାମ କିପରି ଅନୁବାଦ କରାଯାଏ

  • ଏକ ବାକ୍ୟାଂଶ ପ୍ରତିଟି ଶବ୍ଦ ସହିତ ସଂଯୁକ୍ତ କରାଯାଏ କି ଏହା କୁ ବ୍ୟାଖ୍ୟା କରାଯାଏ, ଉଦାହରଣ ସ୍ୱରୂପ, “ଶେଅଲ, ଯେଉଁ ସ୍ଥାନରେ ମୃତ୍ୟୁ ଲୋକମାନେ ରହୁଅଛନ୍ତି “ଓ “ହେଦେସ୍, ମୃତ୍ୟୁ ର ସ୍ଥାନ ଅଟେ “I

(ଅନୁବାଦ ପ୍ରସ୍ତାବ: ଅଜଣା କୁ କିପରି ଅନୁବାଦ କରାଯାଏ

(ଆହୁରି ଦେଖନ୍ତୁ: ମୃତ୍ୟୁ, ସ୍ୱର୍ଗ, ନରକ, କବର ସ୍ଥାନ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H7585, G86

ଅଧିକାର, ଅଧିକାର ସମୁହ

ସଂଜ୍ଞା

"ଅଧିକାର" ଶବ୍ଦ ଏହା ସୂଚୀତ କରେ ଯେ ଜଣେ ବ୍ୟକ୍ତିଙ୍କର ପ୍ରଭାବ ଓ ନୀୟନ୍ତ୍ରଣ ଅନ୍ୟ ଜଣଙ୍କ ଉପରେ ଥାଏ ׀

  • ରାଜା ଏବଂ ଅନ୍ୟ ଅଧିକାରୀୀ ଶାସକମାନଙ୍କର ଅଧିକାର ଶାସିତ ହେଉଥିବା ଲୋକମାନଙ୍କ ଉପରେ ଥାଏ ׀
  • "ପ୍ରାଧିକାରୀ" ଶବ୍ଦ ଟି ଲୋକମାନେ, ଅଧିକାରୀ ଓ ଅନୁଷ୍ଠାନ ର ଅନ୍ୟମାନଙ୍କ ପ୍ରତି ଅଧିକାରକୁ ସୂଚିତ କରେ ׀
  • "ଅଧିକାର ସମୁହ" ଶବ୍ଦଟି ଆତ୍ମା ଙ୍କୁ ବି ସୂଚିତ କରେ ଯାହାଙ୍କ ପାଖରେ ସେହି ଲୋକମାନଙ୍କର ଶକ୍ତି ଅଛି ଯେଉଁମାନେ କି ନିଜକୁ ପରମେଶ୍ୱର ଙ୍କ ଅଧିକାରରେ ସମର୍ପିତ ହୋଇନାହାଁନ୍ତି ׀
  • ମାଲିକମାନଙ୍କର ସେମାନଙ୍କ ଚାକର କିମ୍ୱା ଦାସ ପ୍ରତି ଅଧିକାର ଥାଏ ׀
  • ପିତା-ମାତାମାନଙ୍କର ସେମାନଙ୍କ ସନ୍ତାନ ଙ୍କ ପ୍ରତି ଅଧିକାର ଥାଏ ׀
  • ଅଧିକାରୀଙ୍କର ସେମାନଙ୍କର ନାଗରିକମାନଙ୍କୁ ଶାସନ କରିବା ନିମନ୍ତେ ନୀତି ନୀୟମ ନିର୍ଦ୍ଧାରଣ କରିବା ନିମନ୍ତେ ଅଧିକାର ଓ କ୍ଷମତା ଥାଏ ׀

ଅନୁବାଦ ର ପ୍ରସ୍ତାବ

  • "ଅଧିକାର " ଶବ୍ଦ ଟି "ଆୟତ" କିମ୍ୱା " ଅଧିକାର" କିମ୍ୱା "ଯୋଗ୍ୟତା" ବୋଲି ମଧ୍ୟ ଅନୁବାଦ କରାଯାଇପାରେ ׀
  • ବେଳେ ବେଳେ "ଅଧିକାର " ଶବ୍ଦ ଟି "ଶକ୍ତି" ଅର୍ଥରେ ମଧ୍ୟ ବ୍ୟବହାର କରାଯାଏ ׀

ଯେତେବେଳେ ଅଧିକାରୀ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରନ୍ତି ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀

  • "ନିଜ ଅଧିକାର ଦ୍ୱାରା" ବାକ୍ୟ ଟି "ଅଧିକାର ଦ୍ୱାରା ନେତୃତ୍ୱ ନେବା" କିମ୍ୱା "ନିଜ ଯୋଗ୍ୟତା ଅନୁଯାୟୀ" ବୋଲି ମଧ୍ୟ ଅନୁବାଦ କରାଯାଇପାରେ ׀

"ଅଧିନରେ ରହିବା" ବାକ୍ୟ ଟି "ଆଜ୍ଞାମାନିବା ର ଦଦାୟିତ୍ୱ ନେବା" କିମ୍ୱା ଅନ୍ୟ ର ଆଦେଶ କୁ ପାଳନ କରିବା" କୁ ସୂଚୀତ କରେ ׀

(ଦେଖନ୍ତୁ: ନାଗରିକ, ଆଦେଶ, ଆଜ୍ଞାମାନିବା, ଶକ୍ତି, ଶାସକ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H8633, G831, G1413, G1849, G1850, G2003, G2715, G5247

ଅନଧିକାର ପ୍ରବେଶ, ଅନଧିକାର ଭାବରେ ପ୍ରବେଶ କରେ, ଅନଧିକାର ପ୍ରବେଶ କଲା

ସଂଜ୍ଞା:

ଅନଧିକାର ପ୍ରବେଶର ଅର୍ଥ ବ୍ୟବସ୍ଥା ଭଂଗ କରିବା କିମ୍ୱା ଅନ୍ୟ ଜଣେ ବ୍ୟକ୍ତିର ଅଧିକାରକୁ ଲଂଘନ କରିବା I “ଅନଧିକାର ଭାବରେ ପ୍ରବେଶ କରେ” ର କାର୍ଯ୍ୟ ଅନଧିକାର ଭାବରେ ପ୍ରବେଶ ଅଟେ I

  • ଅନଧିକାର ଭାବରେ ପ୍ରବେଶ ନୈତିକ କିମ୍ୱା ସାମାଜିକ ବ୍ୟବସ୍ଥାକୁ ଅପବ୍ୟବହାର କିମ୍ୱା ଲଂଘନ କରିପାରେ କିମ୍ୱା ଅନ୍ୟ ଜଣ ବିରୁଦ୍ଧରେ ପାପ କରିବାକୁ ପ୍ରତିଶ୍ରୁତିବଦ୍ଧ I
  • ଏହି ପ୍ରତିଶବ୍ଦଟି “ପାପ” ଏବଂ” ଅନଧିକାର ଭାବରେ ପ୍ରବେଶ” ପ୍ରତିଶବ୍ଦ ସହିତ ସଂଶ୍ଲିଷ୍ଟ, ବିଶେଷତଃ ଏହା ଈଶ୍ୱରଙ୍କୁ ଅବଜ୍ଞା କରିବା ସହିତ ସଂଶ୍ଲିଷ୍ଟ I
  • ସମସ୍ତ ପାପଗୁଡିକ ଈଶ୍ୱରଙ୍କ ବିରୁଦ୍ଧରେ ଅନଧିକାର ଭାବରେ ପ୍ରବେଶ କରେ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • ଏହି ପ୍ରସଙ୍ଗଉପରେ ନିର୍ଭର କରୁଛି “ଅନଧିକାର ପ୍ରବେଶ ବିରୁଦ୍ଧରେ” ଏ ପ୍ରକାର ଅନୁବାଦ ହୋଇପାରିବ “ପାପ ବିରୁଦ୍ଧରେ” କିମ୍ୱା “ନୀୟମ ଭଂଗ କରିବା”
  • କେତେକ ଭାଷା ଏହି ପ୍ରକାର ଭାବଧାରା ବ୍ୟକ୍ତ କରେ “ଗୋଟିଏ ଗାରରୁ ବାହାରକୁ ଯିବା” ଯାହାକି ଅନୁବାଦ ହୋଇପାରିବ “ଅନଧିକାର ପ୍ରବେଶ” I
  • ବିଚାର କରୁ କିପରି ଏହି ପ୍ରତିଶବ୍ଦର ଅର୍ଥ ବାଇବଲର ପ୍ରସଙ୍ଗଅନୁଯାୟୀ ଉପଯୁକ୍ତ ଏବଂ ଅନ୍ୟ ପ୍ରତିଶବ୍ଦ ସହିତ ସମାନ ଅର୍ଥ ତୁଳନା କରାଯାଇପାରେ ଯାହାକି “ଅନଧିକାର ପ୍ରବେଶ” ଏବଂ “ପାପ” I

(ଆହୁରି ମଧ୍ୟ ଦେଖ:ଅବାଧ୍ୟ, ଅନୈତିକତା, ପାପ, ସୀମା ଲଂଘନ କରିବା)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H816, H817, H819, H2398, H4603, H4604, H6586, H6588, G264, G3900

ଅନନ୍ତକାଳ ବା ସମୟ, ଚିରସ୍ଥାୟୀ ବା ଶାଶ୍ୱତ, ଚିରନ୍ତନ ବା ନିତ୍ୟ, ସବୁବେଳେ, ଚିରକାଳ ପାଇଁ, ସଦାକାଳ ବା ଅବିରତ

ସଂଜ୍ଞା:

“ଚିରସ୍ଥାୟୀ” ଏବଂ “ଅନନ୍ତ” ଶବ୍ଦ ଗୁଡ଼ିକର ଅର୍ଥ ପ୍ରାୟ ସମାନ ଏବଂ ଯାହା ସବୁବେଳ କିମ୍ୱା ଚିରକାଳ ପାଇଁ ରହିଥିବା ବା ଜିନିଷକୁ ବୁଝାଏ।

  • ” ଅନନ୍ତକାଳ” ଶବ୍ଦଟି ଏପରି ବିଷୟକୁ ବୁଝାଏ ଯାହାର ଆରମ୍ୱ ନଥାଏ କି ଶେଷ ନଥାଏ। ଏହା ମଧ୍ୟ ଏପରି ଜୀବନକୁ ବୁଝାଏ ଯାହା କେବେ ଶେଷ ହୁଏନାହିଁ।
  • ଜଗତରେ ଏହି ବର୍ତ୍ତମାନ ଜୀବନ ପରେ, ମନୁଷ୍ୟମାନେ ଅନନ୍ତକାଳ ସ୍ୱର୍ଗରେ ଈଶ୍ୱରଙ୍କ ସହିତ କିମ୍ୱା ନର୍କରେ ଈଶ୍ୱରଙ୍କ ବିନା ସମୟ ବିତାଇବେ।
  • "ଅନନ୍ତ ଜୀବନ” ଏବଂ “ଚିରସ୍ଥାୟୀ ଜୀବନ” ଶବ୍ଦ ଗୁଡ଼ିକ ନୂତନ ନିୟମରେ ସ୍ୱର୍ଗରେ ଈଶ୍ୱରଙ୍କ ସହିତ ଜୀବିତ ରହିବାକୁ ବୁଝାଏ।

”ଚିରକାଳ” ଶବ୍ଦ କେବେ ଶେଷ ହେଉନଥିବା ସମୟକୁ ବୁଝାଏ।

“ସଦାକାଳ ଏବଂ ସବୁବେଳେ” ବାକ୍ୟାଂଶ ସମୟର ଧାରଣା ଅଛି ଯାହା କେବେ ଶେଷ ହୁଏ ନାହିଁ ଏବଂ ଅନନ୍ତକାଳ କିମ୍ବା ଚିରନ୍ତନ ଜୀବନ ସଦୃଶ କ’ଣ ତାହା ପ୍ରକାଶ କରେ। ଏହା ଜୋର ଦେଇଥାଏ ଯେ କିଛି ସର୍ବଦା ଘଟିବ କିମ୍ବା ବିଦ୍ୟମାନ ରହିବ। ଏହା ସମୟକୁ ବୁଝାଏ ଯାହା କେବେ ଶେଷ ହୁଏ ନାହିଁ।

  • ଈଶ୍ୱର କହିଲେ ଯେ ଦାଉଦଙ୍କ ସିଂହାସନ “ଚିରକାଳ” ନିମନ୍ତେ ରହିବ। ଏହା ଏହି ସତ୍ୟତା ସୂଚିତ କରାଯାଇଛି ଯେ ଦାଉଦଙ୍କ ବଂଶଧର ବା ସନ୍ତାନ ଯୀଶୁ ଚିରକାଳ ପାଇଁ ରାଜା ଭାବରେ ରାଜତ୍ୱ କରିବେ।

ଅନୁବାଦ ପ୍ରସ୍ତାବ:

  • ”ନିତ୍ୟ” କିମ୍ୱା “ଚିରସ୍ଥାୟୀ” ଅନ୍ୟ ଭାବରେ ଅନୁବାଦ କଲେ “ଅଶେଷ” କିମ୍ୱା “କଦାପି ବନ୍ଦ ହୁଏ ନାହିଁ” କିମ୍ୱା “ସର୍ବଦା ଚାଲୁ ରହିବା" ଅନ୍ତର୍ଭୁକ୍ତ ହୋଇପାରେ।

  • "ଅନନ୍ତ ଜୀବନ” ଏବଂ “ଚିରସ୍ଥାୟୀ ଜୀବନ” ଶବ୍ଦ ଗୁଡିକ ଯେପରି “ଜୀବନ ଯାହା କଦାପି ଶେଷ ହୁଏ ନାହିଁ” କିମ୍ୱା “ଜୀବନ ଯାହା ବନ୍ଦ ନ ହୋଇ ଜାରି ରହୁଥିବା” କିମ୍ୱା “ଅନନ୍ତକାଳ ପାଇଁ ଜୀବିତ ରହିବା ପାଇଁ ଆମ୍ଭମାନଙ୍କ ଶରୀରର ଉତ୍ଥାନ” ଭାବରେ ଅନୁବାଦ କରାଯାଇପାରେ।

  • “ଅନନ୍ତକାଳ” ପ୍ରସଙ୍ଗରେ ଆଧାର କରି, ଭିନ୍ନ ଭାବରେ ଅନୁବାଦ କଲେ “ସମୟର ବାହାରେ ବିଦ୍ୟମାନ” କିମ୍ୱା “ଅଶେଷ ଜୀବନ” କିମ୍ୱା “ସ୍ୱର୍ଗରେ ଜୀବନ” ଅନ୍ତର୍ଭୁକ୍ତ କରିପାରେ।

  • ମଧ୍ୟ ବିଚାର କରନ୍ତୁ ଜାତୀୟ ଭାଷା କିମ୍ୱା ଆଞ୍ଚଳିକ ଭାଷାରେ କିପରି ଏହି ଶବ୍ଦଟି ଅନୁବାଦ କରାଯାଇଛି। (ଦେଖନ୍ତୁ: ଅଜଣା ଶବ୍ଦକୁ କିପରି ଭାଷାନ୍ତର କରିବା

  • ”ଅବିରତ ବା ସଦାକାଳ” ମଧ୍ୟ “ସବୁବେଳେ” କିମ୍ୱା “ଅଶେଷ” ଭାବରେ ଭାଷାନ୍ତର କରିପାରିବା।

  • ”ଚିରକାଳ ପାଇଁ ରହିବ” ବାକ୍ୟାଂଶକୁ “ସବୁବେଳେ ବିଦ୍ୟମାନ” କିମ୍ୱା “କେବେ ଶେଷ ହେବ ନାହିଁ” କିମ୍ୱା “ସବୁବେଳେ ଜାରିରହିବ” ଭାବରେ ଭାଷାନ୍ତର ବା ଅନୁବାଦ କରାଯାଇପାରିବ।

  • ବାକ୍ୟାଂଶ “ଚିରକାଳ ଏବଂ ସବୁବେଳେ” ଯେପରି “ସର୍ବଦା ଏବଂ ସର୍ବଦା ନିମନ୍ତେ” କିମ୍ୱା “କେବେ ଶେଷ ନ ହେବା” କିମ୍ୱା “ଯାହା କେବେ କେବେ ହେଁ ଶେଷ ହୁଏ ନାହିଁ” ଭାବରେ ଅନୁବାଦ କରାଯାଇପାରିବ।

  • ଦାଉଦଙ୍କ ସିଂହାସନ ଚିରକାଳ ପାଇଁ ରହିବ ଏହାକୁ “ଦାଉଦଙ୍କ ବଂଶଧର ଚିରକାଳ ପାଇଁ ରାଜତ୍ୱ କରିବ” କିମ୍ୱା “ଜଣେ ଦାଉଦଙ୍କ ବଂଶଧର ସଦା ସର୍ହାବଦା ରାଜ୍ୟ କରିବେ” ଭାବରେ ଅନୁବାଦ କରାଯାଇପାରେ।

(ପୁନଶ୍ଚ ଦେଖନ୍ତୁ:ଦାଉଦ,ରାଜତ୍ୱ,ଜୀବନ)

ବାଇବଲ ପଦପର୍ବ:

ବାଇବାଲ କାହାଣୀରୁ ଉଦାହରଣ:

  • 27:01 ଦିନେ ଯିହୁଦୀ ବ୍ୟବସ୍ଥାର ବିଜ୍ଞ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରି କହିଲେ,”ଗୁରୁ, ଅନନ୍ତ ଜୀବନ ପାଇବା ପାଇଁ ମୋତେ କଅଣ କରିବାକୁ ହେବ?"
  • 28:01 ଦିନେ ଜଣେ ଧନୀ ଯୁବା ଶାସକ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ ପଚାରିଲେ, ”ଉତ୍ତମ ଗୁରୁ, ଅନନ୍ତ ଜୀବନ ପାଇବା ପାଇଁ ମୋତେ କଅଣ କରିବାକୁ ହେବ?" ଯୀଶୁ ତାଙ୍କୁ କହିଲେ, “କଅଣ ଉତ୍ତମ ତୁମେ ମୋତେ କାହିଁକି ପଚାରୁଅଛ? କେବଳ ଜଣେ ଉତ୍ତମ ଅଟନ୍ତି ଓ ସେ ଈଶ୍ଵର। କିନ୍ତୁ ତୁମେ ଯଦି ଅନନ୍ତ ଜୀବନ ଚାହୁଁଛ, ତେବେ ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କର।"
  • 28:10 ଯୀଶୁ ଉତ୍ତର ଦେଲେ, “ପ୍ରତ୍ୟେକ ଯେଉଁମାନେ ଗୃହ, ଭାଇ, ଭଉଣୀ, ପିତା, ମାତା, ପିଲାମାନେ, କିମ୍ୱା ସମ୍ପତ୍ତି ମୋ ନାମ ସକାଶେ ପରିତ୍ୟାଗ କରିଛନ୍ତି, ସେମାନେ 100 ଗୁଣ ପାଇବେ ଏବଂ ଅନନ୍ତ ଜୀବନ ମଧ୍ୟ ପାଇବେ।"

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H3117, H4481, H5331, H5703, H5705, H5769, H5865, H5957, H6924, G126, G165, G166, G1336

ଅନିଷ୍ଟ ପ୍ରିୟତା, ସକଳ ଅନିଷ୍ଟ ପ୍ରିୟତା

ସଂଜ୍ଞା:

“ଅନିଷ୍ଟ ପ୍ରିୟତା” ଶବ୍ଦର ଅର୍ଥ “ପାପ” ଶବ୍ଦର ଅର୍ଥ ସାହିତ ଅତି ସମାନତା ଅଛି କିନ୍ତୁ ଅଧିକ ବିଶେଷ ରୂପରେ ଦର୍ଶାଇ ବାକୁ ଗଲେ ଏହା ସଚେତରେ ଯୋଜନାବଦ୍ଧ ଭୁଲ୍ କାମ କିଅବା ଅତି ଦୁଷ୍ଟତା ହୋଇପାରେ I

  • “ଅନିଷ୍ଟ ପ୍ରିୟତା” ଶବ୍ଦର ଆକ୍ଷେରିକ ଅର୍ଥ ହେଉଛି ମୋଡିଵ କିଅବା ବିକୃତ କରିବା (ବ୍ୟବସ୍ଥା କୁ)I

ଏହା ବଡ଼ ଅନ୍ୟାୟ କୁ ଦର୍ଶାଏ I ଅନିଷ୍ଟ ପ୍ରିୟତା କୁ ବ୍ୟାଖ୍ୟା କଲେ ଏହା ଜାଣିଶୁଣି, କଷ୍ଟ ଦାୟକ କର୍ମ ଲୋକଙ୍କ ବିରୁଧରେ କରିବାକୁ ଦର୍ଶାଏ I

  • ଅନିଷ୍ଟ ପ୍ରିୟତାର ଆଉ ଅଲଗା ସଂଜ୍ଞା ହେଉଛି “ଭ୍ରଷ୍ଟତା “କିଅବା “ଦୁରାଚାର “ଯାହା ଏହି ଦୁଇ ଶବ୍ଦ ଭୟାବହ ପାପର ସ୍ଥିତି କୁ ବ୍ୟାଖ୍ୟା କରେ I

ଅନୁବାଦ ପ୍ରସ୍ତାବ:

  • “ଅନିଷ୍ଟ ପ୍ରିୟ୍ୟତା “ଶବ୍ଦକୁ “ଦୁଷ୍ଟତା” କିଅବା “ଭ୍ରଷ୍ଟକର୍ମ” କିଅବା “ଆଘାତପୂର୍ଣ୍ଣ କର୍ମ “ରୂପରେ ଅନୁବାଦ କରାଯାଏ I
  • ଅନେକ ସମୟରେ “ଅନିଷ୍ଟ ପ୍ରିୟତା “ସେହି ଅନୁଛେଦରେ ଦେଖାଯାଏ ଯାହା “ପାପ” ଶବ୍ଦ ଓ “ଲଂଘନ କରିବା” ଶବ୍ଦ ମଧ୍ୟ ମିଳେ Iତେଣୁ ଏହା ଅତି ମହତ୍‌ୱପୂର୍ଣ୍ଣ ଅଟେ କି ଏହି ଶବ୍ଦ ସବୁ ଅଲଗା ପ୍ରକାରେ ଅନୁବାଦ କରାଯାଏ I

(ଆହୁରି ଦେଖନ୍ତୁ: ପାପ, ଲଂଘନ କରିବା, ଅନଧିକାର ପ୍ରବେଶ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H205, H1942, H5753, H5758, H5766, H5771, H5932, H5999, H7562, G92, G93, G458, G3892, G4189

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

  • ଈଶ୍ୱରଙ୍କ ଅନୁଗ୍ରହ ପାପୀମାନବ ଜାତି ନିମନ୍ତେ ଏକ ଉପହାର ଯାହା ମୁକ୍ତ ରୂପରେ ପ୍ରଦାନ କରିଅଛନ୍ତି।
  • ଅନୁଗ୍ରହର ମତ ମଧ୍ୟ ଦୟାଳୁ ହେବା ଯେ ଭୁଲ କିମ୍ବା କ୍ଷତିକାରକ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ କ୍ଷମା କରିବାକୁ ଦର୍ଶାଏ।
  • ଅନୁଗ୍ରହ ପାଇବାର ଭାବପ୍ରକାଶ ଏକ ଭାବପ୍ରକାଶ ଅଟେ ଯାହାର ଅର୍ଥ ଈଶ୍ୱରଙ୍କଠାରୁ ସାହାଯ୍ୟ ଓ ଦୟା ପାଇବା। ଅନେକ ସମୟରେ ଏହାର ଅର୍ଥ ଈଶ୍ୱର ଯାହା ଉପରେ ସନ୍ତୁଷ୍ଟ ଅଛନ୍ତି ଓ ତାହାକୁ ସାହାଯ୍ୟ କରନ୍ତି।

ଅନୁବାଦ ପ୍ରସ୍ତାବ:

  • ଅନ୍ୟ ଭାବରେ “ଅନୁଗ୍ରହକୁ“ “ଈଶ୍ୱରୀୟ ଦୟା” କିମ୍ବା “ଈଶ୍ୱରଙ୍କ ଅନୁଗ୍ରହ“ କିମ୍ବା “ପାପୀମାନଙ୍କ ନିମନ୍ତେ ଈଶ୍ୱରଙ୍କ ଦୟା ଓ କ୍ଷମା“ କିମ୍ବା “ସଦୟ କ୍ଷମାଶୀଳ“ ରୂପରେ ଅନୁବାଦ କାରାଯାଇପାରେ।
  • “ଦୟାଳୁ“ ଶବ୍ଦକୁ “ଅନୁଗ୍ରହରେ ପୂର୍ଣ୍ଣ“ କିମ୍ବା “ଦୟା” କିମ୍ବା “କରୁଣାମୟ“ କିମ୍ବା “କରୁଣାରେ ଭରା ଦୟା“ ରୂପରେ ଅନୁବାଦ କରାଯାଇପାରେ।
  • “ସେ ପରମେଶ୍ୱରଙ୍କଠାରେ ଅନୁଗ୍ରହ ପ୍ରାପ୍ତ ହେଲେ" ଭାବପ୍ରକାଶ ବାକ୍ୟକୁ “ସେ ଈଶ୍ୱରଙ୍କଠାରୁ ଦୟା ପାଇଲେ“ କିମ୍ବା “ଈଶ୍ଵର ଦୟାଳୁ ଭାବରେ ତାହାକୁ ସାହାଯ୍ୟ କଲେ“ କିମ୍ବା “ଈଶ୍ଵର ଆପଣା ପକ୍ଷପାତ ବା ଅନୁଗ୍ରହ ତାହାକୁ ଦେଖାଇଲେ“ କିମ୍ବା “ଈଶ୍ୱର ତାହାଙ୍କ ସହିତ ସନ୍ତୁଷ୍ଟ ହେଲେ ଆଉ ତାହାଙ୍କୁ ସାହାଯ୍ୟ କଲେ“ ଏପରି ଭାବରେ ଅନୁବାଦ କରାଯାଇପାରେ।

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H2580, H2587, H2589, H2603, H8467, G2143, G5485, G5543

ଅନୁତାପ କରିବା, ଅନୁତାପ କରେ, ଅନୁତପ୍ତ, ମନଫେରଣ କରିବା

ସଂଜ୍ଞା:

“ଅନୁତାପ କରିବା” ଏବଂ “ପଶ୍ଚାତାପ କରିବା” ପଦଗୁଡିକ ପାପରୁ ଫେରିଆସିବା ଏବଂ ଈଶ୍ୱରଙ୍କ ନିକଟକୁ ଫେରିଆସିବା ବିଷୟକୁ ସୂଚାଇଥାଏ I

  • “ଅନୁତାପ କରିବା” ପଦର ଆକ୍ଷରିକ ଅର୍ଥ “ଜଣକର ମନପରିବର୍ତ୍ତନ”କୁ ବୁଝାଏ I
  • ବାଇବଲରେ, “ଅନୁତାପ କରିବା” ସାଧାରଣତଃ ଏକ ପାପପୂର୍ଣ୍ଣମାନବୀୟ ଚିନ୍ତାଧାରା ଏବଂ କାର୍ଯ୍ୟରୁ ଫେରିଆସିବା ଏବଂ ଈଶ୍ୱରଙ୍କ ମାର୍ଗ ଅନୁସାରେ ଚିନ୍ତା କରିବା ଓ କାର୍ଯ୍ୟ କରିବା ଦିଗକୁ ଫେରିଆସିବା ବିଷୟକୁ ଅର୍ଥ ପ୍ରକାଶ କରିଥାଏ I
  • ଯେତେବେଳେ ଲୋକମାନେ ପ୍ରକୃତରେ ସେମାନଙ୍କ ପାପଗୁଡିକ ହେତୁ ଅନୁତାପ କରନ୍ତି, ଈଶ୍ୱର ସେମାନଙ୍କୁ କ୍ଷମା କରନ୍ତି ଏବଂ ତାଙ୍କ ପ୍ରତି ବାଧ୍ୟତା ଆଚରଣ କରିବାରେ ସାହାଯ୍ୟ କରନ୍ତି I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • “ଅନୁତାପ କରିବା” ଭାବ ପ୍ରକାଶକ ପଦକୁ ଗୋଟିଏ ଶବ୍ଦ ବା ପଦ ଦ୍ୱାରା ଅନୁବାଦ କରାଯାଇ ପାରିବ, ଯାହାର ଅର୍ଥ “ମନଫେରଣ (ଈଶ୍ୱରଙ୍କ ପ୍ରତି)” କିମ୍ୱା “ପାପଠାରୁ ବିମୁଖ ହେବା ଏବଂ ଈଶ୍ୱରଙ୍କ ପ୍ରତି ଫେରିବା” କିମ୍ୱା “ଈଶ୍ୱରଙ୍କ ପ୍ରତି ଫେରିବା, ପାପଠାରୁ ଦୂରେଇଯିବା” ଅଟେ I

  • ଅନେକ ସମୟରେ “ମନଫେରଣ କରିବା” ପ୍ରତିଶବ୍ଦକୁ କ୍ରିୟା ପଦ “ଅନୁତାପ କରିବା” ବ୍ୟବହାର କରି ଅନୁବାଦ କରାଯାଇପାରିବ I

ଉଦାହରଣସ୍ୱରୂପ, “ଈଶ୍ୱର ଇସ୍ରାଏଲକୁ ମନପରିବର୍ତ୍ତନ ଦାନ କରିଅଛନ୍ତି” ଏହି ଅଭିବ୍ୟକ୍ତିକୁ “ଈଶ୍ୱର ଇସ୍ରାଏଲକୁ ମନପରିବର୍ତ୍ତନ କରିବା ନିମନ୍ତେ ସାମର୍ଥ ପ୍ରଦାନ କରିଅଛନ୍ତି I

  • “ମନଫେରଣ କରିବା” ପଦକୁ ଅନ୍ୟ ଭାବରେ ଅନୁବାଦ କରିବା ମଧ୍ୟରେ “ପାପରୁ ବିମୁଖ ହେବା” ବା “ଈଶ୍ୱରଙ୍କ ପ୍ରତି ଫେରିବା ଏବଂ ପାପରୁ ଦୂରେଇଯିବା” ଅନ୍ତର୍ଭୁକ୍ତ କରିପାରିବ I

(ଆହୁରି ମଧ୍ୟ ଦେଖ: କ୍ଷମା କରିବା, ପାପ, ଫେରିବା)

ବାଇବଲ ପଦଗୁଡିକ:

ବାଇବଲର କାହାଣୀଗୁଡିକ ମଧ୍ୟରୁ ଉଦାହରଣଗୁଡିକ:

  • 16:02 ଅନେକ ବର୍ଷ ଧରି ଈଶ୍ୱରଙ୍କ ଅବାଧ୍ୟ ହେବା ପରେ ଏବଂ ସେମାନଙ୍କର ଶତୃମାନଙ୍କ ଦ୍ୱାରା ନିର୍ଯାତିତ ହେବା ପରେ, ଇସ୍ରାଏଲୀୟମାନେ __ଅନୁତାପ କଲେ__ଏବଂ ଉଦ୍ଧାର କରିବା ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ I

  • 17:13 ଦାଉଦ__ତାଙ୍କର ପାପ ହେତୁ ଅନୁତାପ କଲେ__ଏବଂ ଈଶ୍ୱର ତାଙ୍କୁ କ୍ଷମା ଦେଲେ I

  • 19:18 ସେମାନେ (ଭବିଷ୍ୟତବକ୍ତାଗଣ) ଲୋକମାନଙ୍କୁ ଚେତାବନୀ ଦେଲେ ଯେ ଯଦି ସେମାନେ __ଅନୁତାପ ନ କରନ୍ତି __ଈଶ୍ୱର ସେମାନଙ୍କୁ ବିନାଶ କରିବେ I

  • 24:02 ବହୁ ସଂଖ୍ୟକ ଲୋକମାନେ ଯୋହନଙ୍କ ବାକ୍ୟ ଶୁଣିବା ନିମନ୍ତେ ପ୍ରାନ୍ତରକୁ ବାହାର ହୋଇ ଆସିଲେ I

ସେ ସେମାନଙ୍କୁ ପ୍ରଚାର କରି କହିଲେ, “_ମନପରିବର୍ତ୍ତନ କର, କାରଣ __ ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ !”

  • 42:08”ଶାସ୍ତ୍ରରେ ଏହା ମଧ୍ୟ ଲିଖିତ ଅଛି ଯେ ମୋହର ଶିଷ୍ୟମାନେ ଘୋଷଣା କରିବେ ଯେ ପ୍ରତ୍ୟେକ ବ୍ୟକ୍ତି ନିଶ୍ଚୟ ମନପରିବର୍ତ୍ତନ କରିବା ଆବଶ୍ୟକ ଅଟେ ଯେପରି __ ସେମାନଙ୍କ ପାପଗୁଡିକ ନିମନ୍ତେ ପାପକ୍ଷମା__ ପାଇବେ I
  • 44:05 “ଅତଏବ ବର୍ତ୍ତମାନ, __ଅନୁତାପ କର __ଏବଂ ଈଶ୍ୱରଙ୍କ ନିକଟକୁ ଫେର, ଯେପରି ତୁମ୍ଭମାନଙ୍କର ପାପସବୁ ଧୌତ ହେବ I”

ବୋର୍ଡ ଡାଟା :

  • Strong's: H5150, H5162, H5164, G278, G3338, G3340, G3341

ଅନୁରକ୍ତି ଚୁକ୍ତି, ବିଶ୍ୱସ୍ତ ଚୁକ୍ତି, ଦୟାଳୁ ପ୍ରେମିକ, ଅବିଛିନ୍ନ ପ୍ରେମ

ସଂଜ୍ଞା:

ଏହି ବାକ୍ୟ ପରମେଶ୍ୱରଙ୍କ ତାହାଙ୍କ ଲୋକମାନଙ୍କୁ ଯେଉଁ ପ୍ରତିଜ୍ଞା କରିଥିଲେ ତାହା ସେ ସମ୍ପୂର୍ଣ୍ଣ୍ଣ ସମାପନ୍ନ ର ବର୍ଣ୍ଣନା ଅଟେ

  • ପରମେଶ୍ୱର ଇସ୍ରାଏଲ ଜାତି ସହିତ ଏକ ରାଜିନାମା କଲେ ତାହାକୁ “ଚୁକ୍ତିପତ୍ର” କୁହାଯାଏ
  • “ଅନୁରକ୍ତି ଚୁକ୍ତିପତ୍ର” କିମ୍ୱା “ବିଶ୍ୱସ୍ତ ଚୁକ୍ତି ପତ୍ର” ଜିହୋବାଙ୍କର ବୁଝାଏ ଏଜ ସେ ତାଙ୍କର କରିଥିବା ଚୁକ୍ତିକୁ ବଜାୟ ରଖିଛନ୍ତି
  • ପରମେଶ୍ୱରଙ୍କ ବିଶ୍ୱସ୍ତତା ହେଉଛି ତାଙ୍କର ପ୍ରତିଜ୍ଞା ଚୁକ୍ତିପତ୍ର ତାଙ୍କ ଲୋକମାନଙ୍କ ପ୍ରତି ଏକ ସମବେଦନା ଅଟେ
  • ବାକ୍ୟ ଖଣ୍ଡ “ବିଶ୍ୱସ୍ତ” ପରି ଆଉ ଏକ ଶବ୍ଦ ଅଛି ଯାହାକି ଆନୁଗତ୍ୟ ଏବଂ ନିର୍ଭରଶୀଳକୁ ବୁଝାଏ, କରିବା ଏବଂ ଯେଉଁ ପ୍ରତିଜ୍ଞା ଗୁଡିକ ପରମେଶବର୍ ଦେଇଛନ୍ତି ତାହାକୁ ଘୋଷଣା କରିବା ତଦସହିତ ଏହା ଦ୍ୱାରା ଲୋକମାନଙ୍କର ମଧ୍ୟ ଉପକାର ହେବ

ଅନୁବାଦ ପ୍ରସ୍ତାବ:

  • ଏହି ଶବ୍ଦ ପୁଞ୍ଜର ଅନୁବାଦ ଯେପରି ବାକ୍ୟ ଖଣ୍ଡ “ଚୁକ୍ତିପତ୍ର”, “ବିଶ୍ୱସ୍ତତା” ଅନୁବାଦ ହେବା ଆବଶ୍ୟକ
  • ଅନ୍ୟ ଭାବରେ ଅନୁବାଦ କରିଲେ ତାହା ସହିତ ଆହୁରି ଯୋଡି ହେବ “ବିଶ୍ୱସ୍ତ ପ୍ରେମ”, “ବିଶ୍ୱସ୍ତ ପ୍ରେମର ସମର୍ପଣ” ନତୁବା “ନିର୍ଭର ସହିତ ପ୍ରେମ”

(ଦେଖ: ଚୁକ୍ତି ପତ୍ର, ଆନୁଗତ୍ୟ, ଅନୁଗ୍ରହ, ଇସ୍ରାଏଲ, ପରମେଶ୍ୱରଙ୍କ ଲୋକ, ପ୍ରତିଜ୍ଞା

ବାଇବଲର ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H2617

ଅନୁଶାସନ, ଆତ୍ମନିୟନ୍ତ୍ରଣ ବା ଆତ୍ମସଂଯମ

ସଂଜ୍ଞା:

“ଅନୁଶାସନ” ଶବ୍ଦଟି ନୈତିକ ଆଚରଣ ନିମନ୍ତେ ପ୍ରଶିକ୍ଷଣ ଲୋକମାନଙ୍କୁ ମାନିବାର ଏକ ନୀୟମ ସମୂହର ଶ୍ରେଣୀ ଗୁଚ୍ଛକୁ ବୁଝାଏ।

  • ପିତାମାତା ଆପଣା ଆପଣା ସନ୍ତାନମାନଙ୍କ ପାଇଁ ନୈତିକ ପରାମର୍ଶ ପୁଣି ଆଦେଶ ସେମାନଙ୍କୁ ଆଉ ସେମାନଙ୍କୁ ତାହା ପାଳନ କରିବାକୁ ଶିକ୍ଷା ଦିଅନ୍ତି।
  • ସେହିଭଳି, ଈଶ୍ୱର ତାହାଙ୍କ ସନ୍ତାନମାନଙ୍କୁ ସେମାନଙ୍କ ଉତ୍ତମ ଆତ୍ମିକ ଫଳ ସେମାନଙ୍କ ଜୀବନରେ ଫଳିବାରେ ସାହାଯ୍ୟ କରିବାର ଅନୁଶାସନ କରନ୍ତି, ଯେପରି ଆନନ୍ଦ, ପ୍ରେମ, ଏବଂ ଧୈର୍ଯ୍ୟ।
  • ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କିପରି ବଞ୍ଚିବାକୁ ହେବ, ତା’ସହିତ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଆଚରଣ ପାଇଁ ଦଣ୍ଡ ବିଷୟରେ ଅନୁଶାସନ ଅନ୍ତର୍ଭୁକ୍ତ କରେ।
  • ଆତ୍ମସଂଯମ ଜଣକର ନିଜ ଜୀବନକୁ ନୈତିକ ଓ ଆତ୍ମିକ ନୀତିଗୁଡିକୁ ପ୍ରୟୋଗ କରିବାର ପ୍ରଣାଳୀ ଅଟେ।

ଅନୁବାଦ ପ୍ରସ୍ତାବ ବିଷୟଗୁଡିକ:

  • “ଅନୁଶାସନ” ପ୍ରସଙ୍ଗ ଉପରେ, “ପ୍ରଶିକ୍ଷଣ ଏବଂ ନିର୍ଦ୍ଦେଶନା” ବା “ନୈତିକ ପଥ ପ୍ରଦର୍ଶନ” ବା “ମନ୍ଦ କାର୍ଯ୍ୟ ନିମନ୍ତେ ଦଣ୍ଡ” ରୂପେ ମଧ୍ୟ ଅନୁବାଦ କରାଯାଇପାରେ।
  • “ଅନୁଶାସନ” ବିଶେଷ୍ୟଟି “ନୈତିକ ପ୍ରଶିକ୍ଷଣ” କିମ୍ବା “ଦଣ୍ଡ” କିମ୍ବା “ନୈତିକ ସଂଶୋଧନ” କିମ୍ବା “ନୈତିକ ପଥ ପ୍ରଦର୍ଶନ ପୁଣି ନିର୍ଦ୍ଦେଶନା” ରୂପେ ମଧ୍ୟ ଅନୁବାଦ କରାଯାଇପାରେ।

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H4148, G1468

ଅପରାଧ କରିବା, ଅପରାଧଗୁଡିକ, ଅପରାଧ ନୀୟମ ଲଂଘନ

ସଂଜ୍ଞା:

“ନୀୟମ ଲଂଘନ କରିବା” ପଦଟି ଏକ ଆଜ୍ଞା, ନୀୟମ, ବା ନୈତିକ ବିଧିକୁ ଭଙ୍ଗ କରିବା ବିଷୟକୁ ସୂଚାଇଥାଏ I “ଅପରାଧ” କରିବା ଅର୍ଥ ଏକ “ନୀୟମ ଲଂଘନ କରିବା” ଅଟେ I

  • ଆଳଙ୍କାରିକ ଭାବରେ, “ନୀୟମ ଲଂଘନ କରିବା” ବିଷୟକୁ “ସୀମା ଲଂଘନ କରିବା” ବୋଲି ମଧ୍ୟ ବର୍ଣ୍ଣନା କରାଯାଇପାରିବ, ଯାହା ଏକ ସୀମାରୁ ବା ପ୍ରାଚେରୀରୁ ଅଧିକ ଦୂର ଯିବା ବିଷୟ ଅଟେ ଯେଉଁ ସୀମା ବ୍ୟକ୍ତି ଏବଂ ଅନ୍ୟମାନଙ୍କର ମଙ୍ଗଳ ନିମନ୍ତେ ସ୍ଥିର କରାଯାଇଅଛି I
  • “ଅପରାଧ,” “ପାପ” “ଅଧର୍ମ” ଏବଂ “ଉଲଂଘନ କରିବା” ଏହି ପଦଗୁଡିକ ସବୁ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରିବା ଏବଂ ତାହାଙ୍କର ଆଜ୍ଞାସବୁର ଅବାଧ୍ୟ ହେବା ବିଷୟର ଅନ୍ତର୍ଭୁକ୍ତ ଅଟେ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • “ଅପରାଧ” କରିବା ପଦକୁ “ପାପ କରିବା” ବା “ଅବାଧ୍ୟତା ଆଚରଣ କରିବା” ବା “ବିଦ୍ରୋହ କରିବା” ବୋଲି ଅନୁବାଦ କରାଯାଇପରେ I
  • ଯଦି ଗୋଟିଏ ପଦ ବା ବାକ୍ୟାଂଶ ଦୁଇଟି ପ୍ରତିଶବ୍ଦ ବ୍ୟବହାର କରେ ଯାହାର ଅର୍ଥ “ପାପ” ବା “ଅପରାଧ ବା ନୀୟମ ଲଂଘନ” ହୋଇଥାଏ, ତେବେ ଯଦି ସମ୍ଭବ, ଏହି ପ୍ରତିଶବ୍ଦଗୁଡିକୁ ଅନୁବାଦ କରିବା ନିମନ୍ତେ ବିଭିନ୍ନ ଉପାୟଗୁଡ଼ିକ ବ୍ୟବହାର କରିବା ମହତ୍‌ୱ୍ତ୍ୱପୂର୍ଣ୍ଣ ଅଟେ I

ଯେତେବେଳେ ବାଇବଲ ସମାନ ପରିପ୍ରେକ୍ଷୀରେ ସମାନ ଧରଣର ଦୁଇଟି ବା ଅଧିକ ପ୍ରତିଶବ୍ଦ ବ୍ୟବହାର କରେ, ତେବେ ସାଧାରଣତଃ ଏହାର ଉଦ୍ଦେଶ୍ୟ ଗୁରୁତ୍ୱ ଆରୋପ କରିବା ଯେ ଯାହା କୁହାଯାଉଛି ତାହାର ମହତ୍‌ୱ୍ତ୍ୱପୂର୍ଣ୍ଣତା ଦର୍ଶାଇବା ଅଟେ I

(ଦେଖ: ସମାନ୍ତରତା

(ଆହୁରି ମଧ୍ୟ ଦେଖ: ପାପ, ଅପରାଧ, ଅଧର୍ମ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H898, H4603, H4604, H6586, H6588, G458, G459, G3845, G3847, G3848, G3928

ଅବଶିଷ୍ଟାଂଶ

ସଂଜ୍ଞା:

” ଅବଶିଷ୍ଟାଂଶ” ପ୍ରତିଶବ୍ଦ ଆକ୍ଷରିକ ଭାବରେ ଲୋକମାନଙ୍କୁ ବା ବିଷୟଗୁଡିକୁ ସୂଚାଏ ଯାହା “ବଳକା ରହିଥାଏ “ବା ଗୋଟିଏ ବିପୁଳ ପରିମାଣ ମଧ୍ୟରୁ ବା ଦଳରୁ “ପରିତ୍ୟକ୍ତ” ହୋଇରହିଥାଏ I

  • ଅନେକ ସମୟରେ ” ଅବଶିଷ୍ଟାଂଶ” ପଦ ସେହି ଲୋକମାନଙ୍କୁ ସୂଚାଇଥାଏ ଯେଉଁମାନେ ଜୀବନ ପ୍ରତି ବିପଦଜନକ ପରିସ୍ଥିତିରୁ ତିଷ୍ଠି ରହିଥାନ୍ତି ବା ଯେଉଁମାନେ ତାଡ଼ନା ମଧ୍ୟ ଦେଇ ଗତି କଲାବେଳେ ସୁଦ୍ଧା ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ହୋଇରହିଥାନ୍ତି I
  • ଯିଶାଇୟ ଦଳେ ଯିହୂଦୀଲୋକମାନଙ୍କୁ ଅବଶିଷ୍ଟାଂଶ ହେବେ ବୋଲି ଉଲ୍ଲେଖ କଲେ, ଯେଉଁମାନେ ବହିଃଶତୃମାନଙ୍କ ଆକ୍ରମଣରୁ ତିଷ୍ଠି ରହିବେ ଏବଂ ପ୍ରତିଜ୍ଞାତ ଦେଶ କିଣାନରେ ବାସ କରିବା ନିମନ୍ତେ ଫେରିଆସିବେ I
  • ପାଉଲ “ଅବଶିଷ୍ଟାଂଶ” ହୋଇ ରହିଥିବା ଲୋକମାନଙ୍କ ବିଷୟରେ କହନ୍ତି, ଯେଉଁମାନେ ଈଶ୍ୱରଙ୍କ ଅନୁଗ୍ରହ ଗ୍ରହଣ କରିବା ନିମନ୍ତେ ତାହାଙ୍କ ଦ୍ୱାରା ମନୋନୀତ ହୋଇଅଛନ୍ତି I
  • ଏହି “ଅବଶିଷ୍ଟାଂଶ” ପ୍ରତିଶବ୍ଦ ସୂଚାଏ ଯେ, ଅନ୍ୟ କେତେକ ଲୋକମାନେ ରହିଥିଲେ ଯେଉଁମାନେ ବିଶ୍ୱସ୍ତ ହୋଇରହୀନାହାନ୍ତି କିମ୍ୱା ତିଷ୍ଠି ରହି ନାହାନ୍ତି ବା ଯେଉଁମାନେ ମନୋନୀତ ହୋଇନାହାନ୍ତି I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ

“ଏହି ଲୋକମାନଙ୍କର ଅବଶିଷ୍ଟାଂଶ” ଭଳି ପଦକୁ “ଏହି ଲୋକମାନଙ୍କର ବାକି ଅନ୍ୟମାନେ” କିମ୍ୱା “ଯେଉଁମାନେ ବିଶ୍ୱସ୍ତ ରହନ୍ତି” ବା “ଯେଉଁ ଲୋକମାନେ ପରିତ୍ୟକ୍ତ ହେଲେ” ବୋଲି ଅନୁବାଦ କରାଯାଇପାରିବ I “ସମୁଦାୟ ଅବଶିଷ୍ଟାଂଶ ଲୋକମାନେ” ପଦକୁ “ବାକି ସମସ୍ତ ଲୋକମାନେ” ବା “ଅବଶିଷ୍ଟ ଲୋକମାନେ” ପଦଗୁଡିକ ଦ୍ୱାରା ଅନୁବାଦ କରାଯାଇପାରିବ I

ବାଇବଲ ପଦଗୁଡିକ

ବୋର୍ଡ ଡାଟା :

  • Strong's: H3498, H3499, H5629, H6413, H7604, H7605, H7611, H8281, H8300, G2640, G3005, G3062

ଅଭିଶାପ, ଅଭିଶପ୍ତ, ଶାପ ଗ୍ରସ୍ତ, ଅଭିଶାପ ପାଇବା

ସଂଜ୍ଞା:

“ଅଭିଶାପ” ର ଅର୍ଥ ହେଉଛି ଜଣେ ବ୍ୟକ୍ତି କିମ୍ୱା କୌଣସି ପଦାର୍ଥ ଉପରେ ନକରାତ୍ମକ ଘଟିବା

  • ଅଭିଶାପ ମଧ୍ୟ ଉକ୍ତି ହୋଇପାରେ ଯାହା କୌଣସି ବ୍ୟକ୍ତି ବିଶେଷ କିମ୍ୱା ପଦାର୍ଥ ଉପରେ ଘଟିବ

କାହାକୁ ଅଭିଶାପ ଦେବା ମଧ୍ୟ ଏକ ଭାବନା ହୋଇପାରେ ଯେ କାହାପ୍ରତି ମନ୍ଦ ଘଟିବ ଆହୁରି ଏହା ଦଣ୍ଡ କିମ୍ୱା ନକରାତ୍ମକ ବିଷୟ ତାହା କେହି ଜଣେ କହା ଉପରେ ଘଟିବା କୁ ମଧ୍ୟ ବୁଝାଇ ଥାଏ

ଅନୁବାଦ ପ୍ରସ୍ତାବ:

  • ଏହି ଶବ୍ଦ ଅନୁବାଦ ହୋଇପାରେ ଯଥା “ମନ୍ଦ ଘଟିବା”, “କାହା ଉପରେ ମନ୍ଦ ବିଷୟ କୁ ଘୋଷଣା କରିବା” ନତୁବା “ମନ୍ଦ ବିଷୟ ଘଟାଇବା ନିମନ୍ତେ ଶପଥ କରିବା”

ପରମଶ୍ୱରଙ୍କ କ୍ଷେତ୍ରରେ ଅବାଧ୍ୟ ଲୋକମାନଙ୍କ ଉପରେ ଅଭିଶାପ ଆଣିବା ଅନୁବାଦ ହୋଇପାରେ ଯଥା, “ମନ୍ଦ ବିଷୟର ପ୍ରତିଫଳ ଦଣ୍ଡ ଅଟେ”

  • ଅଭିଶାପ” ପାଇଥିବା ଲୋକମାନଙ୍କୁ ବର୍ଣ୍ଣନା ହୋଇଛି ଯଥା “(ଏହି ବ୍ୟକ୍ତି) ଙ୍କ ଜୀବନରେ ବହୁତ ଦଣ୍ଡ ଅଛି”

  • “ଅଭିଶପ୍ତ “ବାକ୍ୟର ଅନୁବାଦ ଯଥା, “ହୋଇପାରେ (ଏହି ବ୍ୟକ୍ତି) ମହାନ ବିପଦର ସାମନା କରିବାକୁ ହେବ”

  • “ଅବିଶପ୍ତ ଭୂମି” ବ୍ୟକ୍ୟଂଶର ଅନୁବାଦ ଯଥା “ଏହି ଭୂମି ଆଉ ଉର୍ବର ନୁହେଁ”

  • “ଅଭିଶପ୍ତ ଦିନ ମୋର ଜନ୍ମ” ଅନୁବାଦ ହେବ ଯଥା “ମୁଁ ଦୁଖୀ ଯେ ମୋର ଜନ୍ମ ହୋଇ ନଥିଲେ ଭଲ ହୋଇ ଥାଆନ୍ତା”

  • ଯାହାହେଉ, ଯଦି ଲକ୍ଷ୍ୟସ୍ଥଳ ଭାଷାରେ “ଅଭିଶାପ” ନିମନ୍ତେ ଭିନ୍ନ ବାକ୍ୟ ସମାନ ଅର୍ଥ ବୁଝୁଥିବା ପାରି ଥାଏ, ତାହାହେଲେ ସମାନ ଅର୍ଥ ବୋଧକ ଶବ୍ଦ ବ୍ୟବହାର ଉତ୍ତମ ଅଟେ

(ଦେଖ: ଆଶୀର୍ବାଦ

ବାଇବଲ ସନ୍ଦର୍ୱ:

ବାଇବଲ କାହାଣୀ ରୁ ଉଦାହରଣ:

  • _ ୦୨:୦୯_ ପରମେଶ୍ୱର ସାପକୁ କହିଲେ, “ତୁମେ _ ଶାପଗ୍ରସ୍ତ _ହେଲା!”
  • ୦୨:୧୧ “ବର୍ତ୍ତମାନ ଭୂମି ଶାପଗ୍ରସ୍ତ, ଏବଂ ତୁମେ ଯାବଜ୍ଜୀବନ କ୍ଲେଶରେ ଭକ୍ଷ୍ୟ ପାଇବ
  • ୦୪:୦୪ “ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରିବେ ମୁଁ ସେମାନଙ୍କୁ ଆଶୀର୍ବାଦ କରିବି ଏବଂ _ଅଭିଶାପ_ଯେଉଁମାନେ ଅଭିଶାପ ତୁମକୁ”
  • ୩୯: ୦୭ ପିତର ଅଭିଶାପ ଦେଇ ରାଣ ପକାଇ, କହିଲେ, _ଇଶ୍ୱର ହୁଏତ _ଅଭିଶାପ_ମୋତେ ଦେବେ ଯଦି ମୁଁ ସେହି ଲୋକକୁ ଜାଣେ!”
  • ୫୦:୧୬ ଯେହେତୁ ଆଦମ ଓ ହବା ପରମେଶ୍ୱରଙ୍କ ଅବାଧ୍ୟ ହେଲେ ଏବଂ ଏହି ପୃଥିବିକୁ ପାପ ପ୍ରବେଶ କଲା, ପରମେଶ୍ୱର_ ଅଭିଶାପ_ ଏହା ଏବଂ ଏହାକୁ ଧ୍ୱଂସ କରିବେ

ବୋର୍ଡ ଡାଟା :

  • Strong's: H422, H423, H779, H1288, H2763, H2764, H3994, H5344, H6895, H7043, H7045, H7621, H8381, G331, G332, G685, G1944, G2551, G2652, G2653, G2671, G2672, G6035

ଅଭିଷେକ, ଅଭିଷିକ୍ତ, ଅଭିଷେକ କରିବା

ସଂଜ୍ଞା:

ଅଭିଷେକ କରିବାର ଅର୍ଥ ଏକ ବ୍ୟକ୍ତି କିମ୍ୱା ବସ୍ତୁ ଉପରେ ଘଷିବା କିମ୍ୱା ତୈଳ ପକେଇବା I ବେଳେବେଳେ ତୈଳ ମସଲା, ଏହା ଏକ ମିଠା ଦିଏ, ସୁଗନ୍ଧିତ ଗନ୍ଧରେ ମିଶାଯାଉଥିଲା ଏହି ପଦ କୌଣସି ଏକ ବ୍ୟକ୍ତିକୁ ମନୋନୀତ କରିବା ଏବଂ କ୍ଷମତାଶୀଳ କରିବାକୁ ସୂଚାଇବା ନିମନ୍ତେ ସାଙ୍କେତିକ ଭାବରେ ବ୍ୟବହାର କରାଯାଏ I

  • ପୁରାତନ ନିୟମରେ, ଯାଜକଗଣ, ରାଜାଗଣ, ଏବଂ ଭାବିଷ୍ୟତବକ୍ତାମାନେ ପରମେଶ୍ୱରଙ୍କ ସେବା ନିମନ୍ତେ ସେମାନଙ୍କୁ ଅଲଗା କରିବା ପାଇଁ ତୈଳ ଦ୍ୱାରା ଅଭିଷିକ୍ତ ହୋଇଥିଲେ I
  • ସେହିଭଳି ଯଜ୍ଞବେଦୀ ଏବଂ ତମ୍ୱୁଭଳି ବସ୍ତୁକୁ ମଧ୍ୟ ତୈଳ ଦ୍ୱାରା ଅଭିଷିକ୍ତ ହୋଇଥିଲା, ଏହା ପ୍ରକାଶ କରିବା ନିମନ୍ତେ ଯେ ସେମାନେ ପରମେଶ୍ୱର ଆରାଧନା ଏବଂ ଗୌରବ ନିମନ୍ତେ ତାହା ବ୍ୟବହାର କରୁଥିଲେ I
  • ନୂତନ ନିୟମରେ, ଅସୁସ୍ଥ ଲୋକମାନେ ସୁସ୍ଥତା ନିମନ୍ତେ ତୈଳ ଦ୍ୱାରା ଅଭିଷେକ ହେଉଥିଲା I
  • ନୂତନ ନୀୟମ ଯୀଶୁ ଦୁଇଥର ସୁଗନ୍ଧିତ ତୈଳରେ ଏକ ମହିଳାଙ୍କ ଦ୍ୱାରା ଅଭିଷିକ୍ତ ହୋଇଥିଲେ, ଆରାଧନାର କାର୍ଯ୍ୟ ଭାବରେ I

ଥରକେ ଯୀଶୁ ଆଦେଶ ଦେଲେ ଯେ ଏହା କରିବା ଦ୍ୱାରା ସେ(ସ୍ତ୍ରୀ) ତାଙ୍କୁ ଭବିଷ୍ୟତରେଥିବା ସମାଧି ନିମନ୍ତେ ପ୍ରସ୍ତୁତ କରୁଥିଲେ I

  • ଯୀଶୁ ମୃତ୍ୟୁଭୋଗ କଲାପରେ, ତାଙ୍କ ବନ୍ଧୁମାନେ ତାଙ୍କ ଶରୀରକୁ ସମାଧି ଦେବା ନିମନ୍ତେ ତୈଳ ଏବଂ ମସଲା ଦ୍ୱାରା ପ୍ରସ୍ତୁତ କଲେ I

  • ପ୍ରସଙ୍ଗ “ମସୀହା” (ଏବ୍ରୀ) ଏବଂ “ଖ୍ରୀଷ୍ଟ” (ଗ୍ରୀକ୍)ର ଅର୍ଥ “ଏକମାତ୍ର ଅଭିଷିକ୍ତ (ଜଣେ)” I

  • ମସୀହ ଯୀଶୁ କେବଳ ଜଣେ ଯେ ଭବିଷ୍ୟତବକ୍ତା, ମହାଯାଜକ, ଏବଂ ରାଜା ଭାବରେ ବଛାଯାଇଥିଲେ ଏବଂ ଅଭିଷେକପ୍ରାପ୍ତ ହୋଇଥିଲେ I

ଅନୁବାଦର ପ୍ରସ୍ତାବିତ ବିଷୟମାନ:

  • ବାକ୍ୟ ଅନୁଯାୟୀ” ଅଭିଷେକ” ଶବ୍ଦ “ତୈଳ ଢାଳିବା” କିମ୍ୱା “ଉପରେ ତୈଳ ରଖିବା” କିମ୍ୱା “ସୁଗନ୍ଧିତ ତୈଳ ଉପରେ ଢାଳି ପ୍ରତିଷ୍ଠା କରିବା” ଭାବରେ ଅନୁବାଦ କରାଯାଇପାରେ I
  • “ଅଭିଷିକ୍ତ ହୁଅ”କୁ ତୈଳ ଦ୍ୱାରା “ପ୍ରତିଷ୍ଠିତ କରିବା” କିମ୍ୱା “ମନୋନୀତ ହୁଅ” କିମ୍ୱା “ପ୍ରତିଷ୍ଠା ହୁଅ” ଭାବରେ ଅନୁବାଦ କରାଯାଇପାରେ I
  • କେତେକ ପୃଷ୍ଠଭୂମିରେ “ଅଭିଷେକ” ଶବ୍ଦ “ମନୋନୀତ” ଭାବରେ ଅନୁବାଦ କଦାଯାଇପାରେ I
  • ଏକ ବାକ୍ୟାଂଶ ଯଥା, “ଅଭିଷିକ୍ତ ଯାଜକଙ୍କୁ, “ଯାଜକ, ଯେ ତୈଳରେ ପ୍ରତିଷ୍ଠିତ ହୋଇଛନ୍ତି” କିମ୍ୱା “ଯାଜକ, ଯେ ତୈଳ ଢାଳିବା ଦ୍ୱାରା ଅଲଗା କରାଯାଇଅଛି” ଭାବରେ ଅନୁବାଦ କରାଯାଇପାରେ I

(ମଧ୍ୟ ଦେଖିବା: ଖ୍ରୀଷ୍ଟ, ପ୍ରତିଷ୍ଠା କରିବା, ମହାଯାଜକ, ଯିହୁଦାର ରାଜା, ଯାଜକ, ଭବିଷ୍ୟତବକ୍ତା)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H47, H430, H1101, H1878, H3323, H4397, H4398, H4473, H4886, H4888, H4899, H5480, H8136, G32, G218, G743, G1472, G2025, G3462, G5545, G5548

ଅଲଗା ହେବା

ସଂଜ୍ଞା:

“ଅଲଗା ହେବା” ଶବ୍ଦର ଅର୍ଥ ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ କୁ ସଫଳ କରିବା ପାଇଁ ତା’ଠାରୁ କୌଣସି ବିଷୟକୁ ଭିନ୍ନ କରିବା ମଧ୍ୟ, କିଛି ବ୍ୟକ୍ତି କିମ୍ୱା ପଦାର୍ଥକୁ “ଅଲଗା କରିବା”ଅର୍ଥ ହେଉଛି “ପୃଥକୀକରଣ”

  • ପରମେଶ୍ୱରଙ୍କ ସେବା କରିବା ନିମନ୍ତେ ଇସ୍ରାଏଲ ଜାତିକୁ ପୃଥକ କରିଥିଲେ
  • ଆନ୍ତିୟାଖର ଖ୍ରୀଷ୍ଟିୟାନମାନଙ୍କୁ ପବିତ୍ର ଆତ୍ମା ଆଦେଶ କରିଥିଲେ ପାଉଲ ଏବଂ ବର୍ଣ୍ଣାବା ଙ୍କୁ ଇଶ୍ୱର ସେମାନଙ୍କ ଦ୍ୱାରା ଯେଉଁ କାର୍ଯ୍ୟ କରିବା ପାଇଁ ଚାହାନ୍ତି ସେଥିପାଇଁ ପୃଥକ କରିଥିଲେ
  • ଇଶ୍ୱରଙ୍କ ସେବା କରିବା ନିମନ୍ତେ ଯେଉଁ ବିଶ୍ୱାସୀ “ପୃଥକ୍” ଅଟେ ସେ ଇଶ୍ୱରଙ୍କ ଇଚ୍ଛାସାଧନ ନିମନ୍ତେ “ଉତ୍ସର୍ଗୀକୃତ”
  • ଆଉ ଗୋଟିଏ ଏହି ଶବ୍ଦରମାନେ ହୋଇପାରେ “ପବିତ୍ର” ଅର୍ଥ ଇଶ୍ୱରଙ୍କ ନିକଟବର୍ତ୍ତୀ ହେବାପାଇଁ ପୃଥକ ହେବା ଓ ଜଗତର ପାପମୟ ପଥରୁ ଅଲଗା ରହିବା
  • କହିଜନେ ”ଶୁଦ୍ଧ” ଅର୍ଥ ସେହି ବ୍ୟକ୍ତି ପରମେଶ୍ୱରଙ୍କ ସେବା ନିମନ୍ତେ ପୃଥକୀକୃତ ହୋଇଛି

ଅନୁବାଦ ପ୍ରସ୍ତାବ ଗୁଡିକ:

  • ”ପୃଥକୀ କାରଣ” ଭିନ୍ନ ଭାବେ ଅନୁବାଦ କଲେ ଯଥା “ବିଶେଷ ମନନୟନ” କିମ୍ୱା “ତୁମ ମଧ୍ୟରୁ ଭିନ୍ନ୍ ହେବା “କିମ୍ୱା “କୌଣସି ବିଶେଷ କାର୍ଯ୍ୟ ନିମନ୍ତେ ପୃଥକ ରହିବା” ହୋଇପାରିବ

  • ”ପୃଥକ ରହିବା” ଅନୁବାଦ ହେବ ଯଥା “ପୃଥକ ରହିବା (ଠାରୁ)” କିମ୍ୱା “ବିଶେଷ ଅଭିଷେକ (ପାଇଁ)”

(ଦେଖ: ପବିତ୍ର, ଶୁଚୀ, ନିଯୁକ୍ତ)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H2764, H4390, H5674, H6918, H6942, H6944, G37, G38, G40, G873

ଆତ୍ମା ବା ପ୍ରାଣ, ନିଜେ ବା ସ୍ୱୟଂ

ସଂଜ୍ଞା:

"ଆତ୍ମା" ସାଧାରଣତଃ ଜଣେ ବ୍ୟକ୍ତିର ଅନନ୍ତକାଳ ଅଙ୍ଗକୁ ସୂଚାଇପାରେ କିମ୍ବା ଅନ୍ୟମାନଙ୍କଠାରୁ ଭିନ୍ନ ବ୍ୟକ୍ତି ଭାବରେ ନିଜକୁ ସଚେତନ କରିବା ପାଇଁ ବିଶେଷରୂପେ ସୂଚିତ କରିପାରିବ।

  • ବାଇବଲରେ, “ପ୍ରାଣ” ଏବଂ “ଆତ୍ମା” ଦୁଇଟି ଅଲଗା ଧାରଣା କିମ୍ବା ସେଗୁଡ଼ିକ ଦୁଇଟି ଶବ୍ଦ ହୋଇପାରେ ଯାହା ସମାନ ଧାରଣାକୁ ସୂଚିତ କରେ।
  • ଯେତେବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ତାହାର ପ୍ରାଣ ବା ଆତ୍ମା ଶରୀରକୁ ପରିତ୍ୟାଗ କରେ।
  • “ପ୍ରାଣ” ଶବ୍ଦ ବେଳେବେଳେ ଉପମା ଭାବରେ ବ୍ୟବହାର କରାଯାଏ ଜଣେ ବ୍ୟକ୍ତିର ସମ୍ପୂର୍ଣ୍ଣତାକୁ ବୁଝାଏ।

ଉଦାହରଣ “ଯେ ପାପ କରୁଥିବା ପ୍ରାଣ” ଅର୍ଥ “ଜଣେ ବ୍ୟକ୍ତି ଯେ ପାପ କରେ” ଏବଂ “ମୋର ପ୍ରାଣ କ୍ଲାନ୍ତ ଅଟେ” ଅର୍ଥ “ମୁଁ କ୍ଲାନ୍ତ ହେଲିଣି”

ଅନୁବାଦ ପ୍ରସ୍ତାବ ଗୁଡିକ:

  • “ପ୍ରାଣ” ଅନୁବାଦ ହୋଇପାରିବ ଯଥା “ଅନ୍ତରିକ ସ୍ୱ “କିମ୍ୱା “ଆନ୍ତରିକ ବ୍ୟକ୍ତି”
  • କୌଣସି ପରିସ୍ଥିତିରେ, “ପ୍ରାଣ” ଅନୁବାଦ ହେବ ଯଥା “ମୁଁ” କିମ୍ୱା “ମୋର”
  • “ପ୍ରାଣ” ବାକ୍ୟଟି ସାଧାରଣ ଅନୁବାଦ ହେବ ଯେ “ବ୍ୟକ୍ତି” କିମ୍ୱା “ସେ” କିମ୍ୱା “ତାଙ୍କୁ “ପରିସ୍ଥିତିକୁ ଦେଖି
  • କିଛି ଭାଷାରେ “ପ୍ରାଣ” ଏବଂ “ଆତ୍ମା” ଗୋଟିଏ ଶବ୍ଦ ଥାଇପାରେ
  • ଏବ୍ରୀ ୪:୧୨, ବାକ୍ୟଖଣ୍ଡର ଉପମା “ପ୍ରାଣ ଏବଂ ଆତ୍ମା ବିଭକ୍ତିକରଣ” ବୁଝା ଯାଇପାରେ “ଗଭୀରତା ଜାଣିବା କିମ୍ୱା ଜଣେ ବ୍ୟକ୍ତିର ଅନ୍ତରକୁ ଖୋଲିବା”

(ଦେଖ: ଆତ୍ମା)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H5082, H5315, H5397, G5590

ଆତ୍ମା, ଆତ୍ମାଗଣ, ଆତ୍ମିକ

ସଂଜ୍ଞା:

“ଆତ୍ମା” ଲୋକମାନଙ୍କର ଅଦୃଶ୍ୟ ଓ ଅଶରୀର ଅଂଶ କୁ ବୁଝାଏ ଯେତେବେଳେ ଜଣେ ବ୍ୟକ୍ତିର ମୃତ୍ୟୁ ହୁଏ, ତାହାର ଆତ୍ମା ତାହାର ଶରୀରକୁ ପରିତ୍ୟାଗ କରେ “”ଆତ୍ମା” ହେଉଛି ଏକ ସ୍ୱଭାବ କିମ୍ୱା ଭାବପ୍ରବଣତାକୁ ଦର୍ଶାଏ

  • “ଆତ୍ମା” ଶବ୍ଦଟି ଗୋଟିଏ ଶରୀର ବିହୀନ ଆକାର, ବିଶେଷକରି ମନ୍ଦ ଆତ୍ମା କୁ ବୁଝାଏ
  • ଜଣେ ବ୍ୟକ୍ତିର ଆତ୍ମା ତାହାର ଅଂଶ ଅଟେ ଯାହା ଇଶ୍ୱରଙ୍କୁ ଜାଣେ ଓ ତାହା ଙ୍କୁ ବିଶ୍ୱାସ କରେ
  • ସାଧାରଣରେ, “ଆତ୍ମିକ” ଶବ୍ଦ କୌଣସି ଆକାର ନଥିବା ପୃଥିବୀକୁ ବର୍ଣ୍ଣନା କରେ
  • ବାଇବଲରେ, ବିଶେଷ କରି ଯେଉଁ ବିଷୟ ଇଶ୍ୱରଙ୍କ ସମ୍ୱନ୍ଧରେ ମୁଖ୍ୟତଃ ଭାବେ ପବିତ୍ର ଆତ୍ମା ଙ୍କୁ ପ୍ରକାଶ କରେ
  • ଉଦାହରଣ ସ୍ୱରୂପ, “ଆତ୍ମିକ ଖାଦ୍ୟ” ଇଶ୍ୱରଙ୍କ ଶିକ୍ଷାକୁ ବୁଝାଏ, ଯାହା ଜଣେ ବ୍ୟକ୍ତିର ଆତ୍ମାକୁ ପୋଷଣ ଯୋଗାଏ, ଏବଂ “ଆତ୍ମିକ ଜ୍ଞାନ” ବୁଦ୍ଧି ଓ ଧାର୍ମିକ ଆଚରଣକୁ ବୁଝାଏ ଯାହା ପବିତ୍ର ଆତ୍ମାଙ୍କ ଶକ୍ତିରେ ଆସେ
  • ଇଶ୍ୱର ହେଉଛନ୍ତି ଆତ୍ମା ଏବଂ ସେ ମଧ୍ୟ ଅନ୍ୟାନ୍ୟ ଆତ୍ମିକ ପ୍ରାଣୀ ଗୁଡିକୁ ସୃଷ୍ଟି କରିଛନ୍ତି ଯାହାର କୌଣସି ଶରୀର ନାହିଁ
  • ଦୂତମାନେ ହେଉଛନ୍ତି ଆତ୍ମିକ ପ୍ରାଣୀ, ଇଶ୍ୱରଙ୍କ ବିରୁଦ୍ଧାଚରଣ କରୁଥିବା ଏବଂ ଯେଉଁମାନେ ମନ୍ଦ ଆତ୍ମା ଗୁଡିକ ମଧ୍ୟ
  • “ଆତ୍ମାର” ଶବ୍ଦ ଅର୍ଥ “ମୌଳିକ ବୈଶିଷ୍ଟ ରହିଛି” ଯଥା “ଆତ୍ମାର ଜ୍ଞାନ “କିମ୍ୱା “ଏଲୀୟଙ୍କର ଆତ୍ମା”
  • “ଆତ୍ମାର” ଉଦାହରଣ ହେଉଛି ପ୍ରକୃତି କିମ୍ୱା ଭାବପ୍ରବଣତା ଯାହା “ଭୟର ଆତ୍ମା” ଏବଂ “ଇର୍ଷା ର ଆତ୍ମା”

ଅନୁବାଦ ପ୍ରସ୍ତାବ ଗୁଡିକ:

  • “ଆତ୍ମା” ଅନୁବାଦ କରିବା ପାଇଁ କିଛି ଉପାୟ ଯାହା ସହିତ “ଅଶରୀର ପ୍ରାଣୀ” କିମ୍ୱା “ଆନ୍ତରିକ ଅଂଶ” କିମ୍ୱା “ଆନ୍ତରିକ ପୁରୁଷ” ପରିସ୍ଥିତିକୁ ଦେଖି
  • କିଛି କିଛି ପରିସ୍ଥିତିରେ “ଆତ୍ମା” ଶବ୍ଦ ଅନୁବାଦ ହେବ ଯଥା “ମନ୍ଦ ଆତ୍ମା” କିମ୍ୱା “ମନ୍ଦ ଆତ୍ମାଗଣ”
  • ବେଳେବେଳେ “ଆତ୍ମା” ଶବ୍ଦ ବ୍ୟବହାର ହୁଏ ଜଣେ ବ୍ୟକ୍ତିଙ୍କର ଅନୁଭୁତି ଭାବନା, ଯେପରି “ମୋର ଅନ୍ତର ଆତ୍ମା କାନ୍ଦୁଛି”

ଏହାକୁ ଆହୁରି ଅନୁବାଦ କରିହେବ ଯଥା “ମୋର ଆତ୍ମାରେ ମୋତେ ଦୁଖ ଲାଗୁଛି” କିମ୍ୱା “ମୁଁ ଗଭୀର ଭାବେ ଦୁଖୀ”

  • ବାକ୍ୟ ଖଣ୍ଡ “ଆତ୍ମାର” ଅନୁବାଦ କରିବ ଯଥା “ଚାରିତ୍ରିକ ଗୁଣ” କିମ୍ୱା “ପ୍ରଭାବିତ କରିବା” କିମ୍ୱା “ସ୍ୱଭାବ” କିମ୍ୱା “ମୌଳିକ ବୈଶିଷ୍ଟ (ସେହି ଅଟେ) ଭାବନା ଦ୍ୱାରା”

  • ପରିସ୍ଥିତିକୁ ଦେଖି “ଆଧ୍ୟାତ୍ମିକ”ଅନୁବାଦ ହେବ ଯଥା “ଅଶରୀର” କିମ୍ୱା “ପବିତ୍ର ଆତ୍ମାଙ୍କଠାରୁ “କିମ୍ୱା “ଇଶ୍ୱରଙ୍କର” କିମ୍ୱା “ଅଣାକାର ପୃଥିବୀର ଅଂଶ”

  • ଆଳଙ୍କାରିକ ରୂପରେ “ଆତ୍ମିକ ଖାଦ୍ୟ” ଅନୁବାଦ ହୋଇପାରିବ ଯଥା “ଇଶ୍ୱରଙ୍କଠାରୁ ମୌଳିକ ଶିକ୍ଷା” କିମ୍ୱା “ଆତ୍ମାକୁ ପୋଷଣ କରିବା ଇଶ୍ୱରଙ୍କର ଶିକ୍ଷା (ଯେପରି ଦୁଗ୍ଧ)”

  • “ଆତ୍ମିକ ପରିପକ୍ୱ” ବାକ୍ୟ ଖଣ୍ଡ ଅନୁବାଦ ହେବ ଯଥା “ପବିତ୍ର ଆତ୍ମାଙ୍କର ବାଧ୍ୟତା ଦୈବୀ ଆଚରଣ ଦେଖାଏ”

  • “ଆତ୍ମିକ ଦାନ” ଶବ୍ଦ ଅନୁବାଦ ହୋଇପାରିବ ଯଥା “ବିଶେଷ କ୍ଷମତା ଯାହା ପବିତ୍ର ଆତ୍ମା ଦିଅନ୍ତି

(ଦେଖ: ଦୂତ, ପିଶାଚ, ପବିତ୍ର ଆତ୍ମା, ପ୍ରାଣ)

ବାଇବଲ ସନ୍ଦର୍ୱ:

ବାଇବଲ କାହାଣୀ ଗୁଡିକରୁ ଉଦାହରଣ:

  • _ ୧୩:୦୩_ ତିନିଦିନ ପରେ, ଲୋକମାନେ ନିଜକୁ ପ୍ରସ୍ତୁତ କରିବା ପରେ ଆତ୍ମିକତାରେ, ବିଜୁଳି, ମେଘନାଦ, ଧୁଆଁ ଏବଂ ଉଚ୍ଚ ତୁରୀ ଧ୍ୱନିରେ ସିନର ପର୍ବତକୁ ପରମେଶ୍ୱର ଆସିଲେ
  • _ ୪୦:୦୭_ ତା’ପରେ ଯୀଶୁ ଉଚ୍ଚ ସ୍ୱରରେ କହିଲେ, “ସମାପ୍ତ ହେଲା!

ହେ ପିତଃ, ମୁଁ ମୋର _ଆତ୍ମା_କୁ ତୁମ ହାତରେ ଦେଲି “ ତା’ପରେ ସେ ମୁଣ୍ଡ ତଳକୁ କରି ପ୍ରାଣ ତ୍ୟାଗ କଲେ

  • _ ୪୫:୦୫_ ସ୍ଥିଫାନଙ୍କ ମୃତ୍ୟୁ ପାଖେଇ ଆସିବାରୁ, ସେ ଉଚ୍ଚ ସ୍ୱରରେ କହିଲେ, ଯୀଶୁ, ମୋର _ପ୍ରାଣ_କୁ ଗ୍ରହଣ କର
  • _ ୪୮:୦୭_ ସମସ୍ତ ଲୋକଦଳ ତାହାଙ୍କ ଦ୍ୱାରା ଆଶୀର୍ବାଦପ୍ରାପ୍ତ ହେଲେ, କାରଣ ପ୍ରତ୍ୟକ ଜଣ ଯେ ଯୀଶୁଙ୍କୁ ବିଶ୍ୱାସ କରେ ସେ ପାପରୁ ଉଦ୍ଧାର ପାଇଲେ ଏବଂ ହେଲେ ଜଣେ _ଆତ୍ମିକ _ସନ୍ତାନ ଅବ୍ରାହମଙ୍କର

ବୋର୍ଡ ଡାଟା :

  • Strong's: H178, H1172, H5397, H7307, H7308, G4151, G4152, G4153, G5326, G5427

ଆତ୍ମାରେ ପୂର୍ଣ୍ଣ ହେବା

ସଂଜ୍ଞା:

“ଆତ୍ମାରେ ପୂର୍ଣ୍ଣ ହେବା” ଏକ ରୁପକ ଅଭିବ୍ୟକ୍ତି ଯେତେବେଳେ, ଏହା ଏକ ବ୍ୟକ୍ତି କୁ ବ୍ୟାଖ୍ୟା କରେ ର ଅର୍ଥ ହେଲା ପବିତ୍ରା ଆତ୍ମା ସେହି ବ୍ୟକ୍ତି କୁ ଶକ୍ତି ପ୍ରଦାନ କରେ ଯେପରି କି ସେ ପରମେଶ୍ୱରଙ୍କ ଇଛା ପାଳନ କରିପାରେ I

  • ଅଭିବ୍ୟକ୍ତି “ପୂର୍ଣ୍ଣ ହେବା “ଅନେକ ସମୟରେ ଏହାର ଅର୍ଥ ହେଲା “ଦ୍ୱାରା ନୀୟନ୍ତ୍ରଣ “I
  • ଲୋକମାନେ ଆତ୍ମାରେ ପୂର୍ଣ୍ଣ ହୁଅନ୍ତି “ସେମାନେ ଯେତେବେଳେ ପବିତ୍ର ଆତ୍ମାଙ୍କ ନିର୍ଦେଶନାରେ ଚଳାଇ ଯାଆନ୍ତି ଓ ସମ୍ପୂର୍ଣ୍ଣ ରୂପରେ ସେମାନେ କଅଣ କରିବେ ପରମେଶ୍ୱରଙ୍କ ଇଛା ଅନୁସାରେ ସେଇଥି ପାଇଁ ସେମାନେ ତାହାଙ୍କ ଉପରେ ନିର୍ଭରଶୀଳ ହୁଅନ୍ତି I

ଅନୁବାଦ ପ୍ରସ୍ତାବ:

  • ଏହି ଶବ୍ଦ କୁ “ପବିତ୍ର ଆତ୍ମା ଦ୍ୱାରା ଶକ୍ତି ପ୍ରାପ୍ତ “କିଅବା “ପବିତ୍ର ଆତ୍ମା ଦ୍ୱାରା ନୀୟନ୍ତ୍ରଣ “ରୂପରେ ଏହାର ଅନୁବାଦ ହୋଇପାରେ “I

ପବିତ୍ର ଆତ୍ମା କେଉଁ ବ୍ୟକ୍ତି କୁ ବଳ ପୂର୍ବକ କିଛି କରିବାକୁ କହେ, ଏହି ପ୍ରକାରେ ନ ଲାଗିବା ଉଚିତ୍ ଅଟେ I

  • ଏହି ବାକ୍ୟ “ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ “କୁ “ସେ ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ୱାରା ପୂର୍ଣ୍ଣ ରୂପରେ ଜୀବନଯାପନ କରୁଥିଲେ “କିଅବା “ସେ ସମ୍ପୂର୍ଣ୍ଣ ରୂପରେ ପବିତ୍ର ଆତ୍ମାଙ୍କ ଚାଳନାରେ ଚାଳିତ ହେଉଥିଲେ “କିଅବା “ପବିତ୍ର ଆତ୍ମା ସମ୍ପୂର୍ଣ୍ଣ ରୂପରେ ତାହାଙ୍କୁ ଦିଶା ନିର୍ଦେଶ କରୁଥିଲେ “ଏହି ପ୍ରକାରେ ଅନୁବାଦ କରାଯାଇପାରେ I
  • ଏହି ଶବ୍ଦର ଅର୍ଥ ସହିତ ଅଭିବ୍ୟକ୍ତି ମଧ୍ୟ ସମାନ ଅଟେ “ଆତ୍ମା ଦ୍ୱାରା ବଞ୍ଚିବା“କିଅବା “ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା “ଏକ ପୁର୍ନତା ଅଟେ ଯାହା ଏକ ବ୍ୟକ୍ତି ପବିତ୍ର ଆତ୍ମାଙ୍କୁ ନିଜ ଜୀବନ ଉପରେ ନୀୟନ୍ତ୍ରଣ ଓ ପ୍ରଭାବ ଢାଳିବା ନିମନ୍ତେ ଅନୁମତି ଦିଏ I

ତେଣୁ ଏହି ଦୁଇଟି ଅଭିବ୍ୟକ୍ତିକୁ ସମ୍ଭବତ,ଅଲଗା ଅଲଗା କରି ଅନୁବାଦ କରା ଯିବା ଉଚିତ୍ ଅଟେI

(ଆହୁରି ଦେଖନ୍ତୁ: ପବିତ୍ର ଆତ୍ମା

ବାଇବଲ ଟିପ୍ପଣୀ:

ବୋର୍ଡ ଡାଟା :

  • Strong's: G40, G4130, G4137, G4151

ଆଦର କରିବା , ଆଦର କରିବା, ଅନୁକୁଳ, ପକ୍ଷପାତ

ସଂଜ୍ଞା:

କାହାକୁ “ଆଦର କରିବା ” ଅର୍ଥ ହେଲା ପସନ୍ଦ କରିବା I ଯଦି କେହି ଆଉ ଜଣକୁ ଆଦର କରେ, ସେ ସେହି ଲୋକ ପ୍ରତି ଏକ ସାକାରାତ୍ମକ ମନଭାବ ରଖେ ଓ ସେହି ବ୍ୟକ୍ତି ପ୍ରତି ଅନ୍ୟ ଅପେକ୍ଷା ଅଧିକ ଲାଭ କରେ I

  • “ପକ୍ଷପାତ “ଶବ୍ଦର ଅର୍ଥ ହେଲା ସେହି ବ୍ୟକ୍ତି କେତେକ ଲୋକଙ୍କୁ ଅନ୍ୟ ଲୋକଙ୍କ ତୁଳନାରେ ଅଧିକ ଆଦର କରେ I

ଏହାର ଅର୍ଥ ହେଲା ଗୋଟିଏ ବ୍ୟକ୍ତିଠାରୁ ଆଉ ଏକ ବ୍ୟକ୍ତି କୁ ଓ ଗୋଟିଏ ବସ୍ତୁ ତୁଳନାରେ ଆଉ ଏକ ବସ୍ତକୁ ପସନ୍ଦ କରିବା କାରଣ କାରଣ ସେହି ବ୍ୟକ୍ତି କିଅବା ବସ୍ତୁ ପସନ୍ଦିତା ଅଟେ I ସାଧାରଣତଃ ରୂପରେ ପକ୍ଷପାତ ଅନ୍ୟାୟ ରୂପରେ ଗଣଯାଏ I

  • ଯୀଶୁ ପରମେଶ୍ୱରଙ୍କ ଓ ମନୁଷ୍ୟ ଙ୍କ ଅନୁଗ୍ରହରେ ବଢ଼ିବାକୁ ଲାଗିଲେ I

ଏହାର ଅର୍ଥ ହେଲା ସେମାନେ ତାହାଙ୍କ ଚରିତ୍ର ଓ ବ୍ୟବହାର କୁ ଅନୁମୋଦନ କଲେ I

  • ଅଭିବ୍ୟକ୍ତି “କାହାର ଅନୁଗ୍ରହ ପ୍ରାପ୍ତ ହେବ” ର ଅର୍ଥ ହେଲା ସେହି ବ୍ୟକ୍ତି ଜଣକ ଆଉ ଏକ ବ୍ୟକ୍ତି ଦ୍ୱାରା ଅନୁମୋଦିତ ହୋଇ ଆଛି I
  • ଯେତେବେଳେ ଜଣେ ରାଜା କାହାକୁ ଦୟା ଦେଖାନ୍ତି, ଅନେକ ସମୟରେ ତାହାର ଅର୍ଥ ହେଲା ସେହି ବ୍ୟକ୍ତିର ଅନୁରୋଧ ଓ ଅନୁଦାନ କୁ ଅନୁମୋଦିତ କରେ I
  • ଆଦର କରିବା କିଅବା ଦୟ ଭାବ “ଅନ୍ୟ ଲୋକଙ୍କ ପ୍ରତି କିଅବା ଅନ୍ୟ ଲୋକଙ୍କ ନିମନ୍ତେ ଲାଭଦାୟକ ଅଂଗଭଂଗୀ ଅଥବା କର୍ମ ଅଟେ I

ଅନୁବାଦ ପ୍ରସ୍ତାବ

“ଆଦର “ଶବ୍ଦକୁ ଅନ୍ୟ ପ୍ରକାରେ ମଧ୍ୟ ତର୍ଜମା କରାଯାଇପାରେ, ଯେପରି “ଆଶୀର୍ବାଦ” ଓ “ଲାଭଦାୟକ “I

  • “ସଦାପ୍ରଭୁ ଙ୍କ ଅନୁଗ୍ରହ ର ବର୍ଷ” କୁ “ବର୍ଷ ଯେଉଁ ସମୟରେ ସଦାପ୍ରଭୁ ମହାନ ଆଶୀର୍ବାଦ ଢାଳି ଦେବେ “I
  • “ପକ୍ଷପାତ “ଶବ୍ଦ କୁ “ପକ୍ଷପାତିତା ‘ କିଅବା “ପୂର୍ବଧାରଣା “ରୂପରେ ଅନୁବାଦ କରାଯାଇପାରେ I

ଏହି ଶବ୍ଦ “ପସନ୍ଦିତା “ଶବ୍ଦ ସହ ଯୋଡ଼ିତ ଅଟେ, ଯାହାର ଅର୍ଥ ହେଲା “ଯେ ବଛା ଯାଇ ଅଛି କିଅବା ଯେ ଅତି ପ୍ରେମ ପାଇ ଅଛି “I

ବାଇବଲ ଟିପ୍ପଣୀ:

ବୋର୍ଡ ଡାଟା :

  • Strong's: H995, H1156, H1293, H1779, H1921, H2580, H2603, H2896, H5278, H5375, H5414, H5922, H6213, H6437, H6440, H7521, H7522, H7965, G1184, G3685, G4380, G4382, G5485, G5486

ଆଦେଶ, ଆଦେଶ ଗୁଡ଼ିକ, ଆଜ୍ଞା ଦେଲେ, ବ୍ୟବସ୍ଥା, ବ୍ୟବସ୍ଥା ଗୁଡ଼ିକ

ସଂଜ୍ଞା:

“ଆଦେଶ” ଶବ୍ଦର ଅର୍ଥ କେହି ଜଣେ ଆଦେଶ ଦେଇଛି କିଛି କରିବାକୁ ଗୋଟିଏ “ଆଦେଶ” କିମ୍ୱା “ଆଜ୍ଞା” ହେଉଛି ବ୍ୟକ୍ତିଙ୍କୁ କିଛି କରିବା ପାଇଁ ଯେଉଁ ଆଦେଶ ଦିଆଯାଏ।

  • ଯଦ୍ୟପି ଏହି ଶବ୍ଦ ଗୁଡିକ ସମାନ ଅର୍ଥ, “ଆଜ୍ଞା” ହେଉଛି ଈଶ୍ୱରଙ୍କ ଆଦେଶ ଯାହା ହେଉଛି ଔପଚାରିକ ଓ ସ୍ଥାୟୀ ଯଥା “ଦଶ ଆଜ୍ଞା।“
  • ଏକ ଆଦେଶ ସକାରାତ୍ମକ (“ପିତା ମାତାଙ୍କୁ ସମାଦର କର”) କିମ୍ବା ନାସ୍ତିବାଚକ (“ଚୋରୀ କରନାହିଁ”)।
  • “ଆଦେଶ ଗ୍ରହଣ କରିବା” ଅର୍ଥ “ନୀୟନ୍ତ୍ରଣରେ ନେବା” କିମ୍ୱା “ଦଦାୟିତ୍ୱ ନେବା” କାହାର କିମ୍ବା କାହାକୁ

ଅନୁବାଦ ପ୍ରସ୍ତାବ:

  • ଯଦି ଏହି ଶବ୍ଦକୁ “ବ୍ୟବସ୍ଥା" ଶବ୍ଦଠାରୁ ଭିନ୍ନ ଭାବରେ ଅନୁବାଦ କରିବା ଉପଯୁକ୍ତ ହେବ। “ଆଦେଶ” ଏବଂ “ନିୟମାବଳୀ”ର ସଂଜ୍ଞା ସହିତ ତୁଳନା କର।
  • କେତେକ ଅନୁବାଦକ ସ୍ଥାନୀୟ ଭାଷାରେ ସମାନ ଶବ୍ଦ ସହିତ “ନିର୍ଦ୍ଦେଶ” ଏବଂ “ଆଦେଶ” ଅନୁବାଦ କରିବାକୁ ପସନ୍ଦ କରିପାରନ୍ତି।
  • ଅନ୍ୟମାନେ ଆଦେଶ ନିମନ୍ତେ ଏକ ବିଶେଷ ଶବ୍ଦ ବ୍ୟବହାର କରିବାକୁ ପସନ୍ଦ କରିପାରନ୍ତି ଯାହା ଈଶ୍ଵର ସୃଷ୍ଟି କରିଥିବା ସ୍ଥାୟୀ, ଆନୁଷ୍ଠାନିକ ଆଦେଶକୁ ବୁଝାଏ।

(ଦେଖନ୍ତୁ ଘୋଷଣାନାମା, ନୀୟମାବଳି, ଆଇନ, ଦଶ ଆଜ୍ଞା

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ:

H559, H560, H565, H1296, H1696, H1697, H1881, H2706, H2708, H2710, H2941, H2942, H2951, H3027, H3982, H3983, H4406, H4662, H4687, H4929, H4931, H4941, H5057, H5713, H5749, H6213, H6310, H6346, H6490, H6673, H6680, H7101, H7218, H7227, H7262, H7761, H7970, H8269, G1263, G1291, G1296, G1297, G1299, G1690, G1778, G1781, G1785, G2003, G2004, G2008, G2036, G2753, G3056, G3726, G3852, G3853, G4367, G4483, G4487, G5506


ଆମେନ୍‌, ସତ୍ୟରେ

ସଂଜ୍ଞା:

“ଆମେନ୍‌” ପଦଟି ଏକ ଶବ୍ଦ, ଆରୋପ କରିବା କିମ୍ୱା ଧ୍ୟାନ ଦେବାପାଇଁ ବ୍ୟବହାର କରାଯାଏ, ଯାହା ଏକ ବ୍ୟକ୍ତି କହିଲେ I ଏହା ଅନେକ ସମୟରେ ପ୍ରାର୍ଥନାର ଶେଷରେ ବ୍ୟବହାର କରାଯାଏ I କେତେକ ସମୟରେ ଏହା “ସତ୍ୟ” ଭାବରେ ଅନୁବାଦ କରାଯାଇଅଛି I

  • ଯେତେବେଳେ “ଆମେନ୍‌” ପ୍ରାର୍ଥନାର ଅନ୍ତିମରେ ବ୍ୟବହାର ହୁଏ ତାହା “ପ୍ରାର୍ଥନାର ସହିତ ଚୁକ୍ତି” କିମ୍ୱା “ପ୍ରାର୍ଥନାପୂର୍ଣ୍ଣ ହେବାର ଇଚ୍ଛା ପ୍ରକାଶ”କୁ ଯୋଗାଯୋଗ କରିଥାଏ I
  • ତାଙ୍କ ଶିକ୍ଷାରେ, ଯୀଶୁ ତାଙ୍କ ସତ୍ୟ ଶିକ୍ଷାକୁ ପ୍ରାଧାନ୍ୟତା ଦେବା ଉଦ୍ଦେଶ୍ୟରେ “ଆମେନ୍‌” ବ୍ୟବହାର କଲେ I

“ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ କହେ” ଏହି ବାକ୍ୟାଂଶଟି ଅନେକ ସମୟରେ ପୂର୍ବ ଶିକ୍ଷାକୁ ଆଧାରିତ କରି ବ୍ୟବହାର କରିଥିଲେ I

  • ଯେତେବେଳେ ଯୀଶୁ “ଆମେନ୍” ପଦକୁ ଏଭଳି ବ୍ୟବହାର କଲେ, ସେତେବେଳେ କେତେକ ଇଂରାଜୀ ପାଠାନ୍ତର (ଓ ଖୋଲା ବାଇବଲ) ଏହାକୁ “ସତ୍ୟରେ” କିମ୍ୱା “ପ୍ରକୃତରେ” ଭାବେ ଅନୁବାଦ କରାଯାଇଅଛି I

  • “ପ୍ରକୃତରେ” ଶବ୍ଦର ଅନ୍ୟ ଅର୍ଥ “ନିଶ୍ଚିତ ଭାବରେ” କିମ୍ୱା “ନିଶ୍ଚିତ ରୂପେ” ଭାବେ ଅନୁବାଦ କରାଯାଇପାରେ, ଏବଂ ବକ୍ତା କ’ଣ କୁହନ୍ତି ତାହାକୁ ପ୍ରାଧାନ୍ୟତା ଦେଇ ବ୍ୟବହାର କରାଯାଇଥାଏ I

୧୧.

ଅନୁବାଦର ପ୍ରସ୍ତାବିତ ବିଷୟମାନ:

  • ବିଚାର କର ଯେ, ଲକ୍ଷ୍ୟ କରାଯାଇଥିବା ଭାଷାରେ ଏକ ବିଷେଶ ଶବ୍ଦ କିମ୍ୱା ବାକ୍ୟାଂଶ ଅଛି କି ନାହିଁ I ଯାହା କୁହାଯାଇଅଛି, ସେହି ଉପରେ ପ୍ରାଧାନ୍ୟ ଦେବା ନିମନ୍ତେ ବ୍ୟବହାର କରାଯାଇଅଛି I
  • ଯେତେବେଳେ ପ୍ରାର୍ଥନାର ଅନ୍ତିମରେ କିମ୍ୱା କିଛି ବିଷୟର ନିଶ୍ଚୟତାରେ ବ୍ୟବହାର ହୁଏ, “ଆମେନ୍” “ଏହା ହେଉ” କିମ୍ୱା “ଏହା ହୋଇପାରେ” କିମ୍ୱା “ଏହା ସତ୍ୟ ଅଟେ” ଭାବରେ ଅନୁବାଦ କରାଯାଇପାରେ I
  • ଯେତେବେଳେ ଯୀଶୁ କହିଲେ, “ସତ୍ୟରେ ମୁଁ ତୁମକୁ କହେ”, ଏହା ମଧ୍ୟ “ହଁ, ମୁଁ ଆନ୍ତରିକ ଭାବରେ କହେ” କିମ୍ୱା “ତାହା ସତ୍ୟ ଏବଂ ମୁଁ ମଧ୍ୟ ତୁମ୍ଭମାନଙ୍କୁ କହେ” ଭାବରେ ଅନୁବାଦ କରାଯାଇପାରେ I
  • “ସତ୍ୟରେ, ସତ୍ୟରେ ମୁଁ ତୁମକୁ କହେ” ଏହି ବାକ୍ୟାଂଶଟି “ମୁଁ ଏହା ତୁମକୁ ଅତି ଆନ୍ତରିକ ଭାବରେ କହୁଅଛି” କିମ୍ୱା “ମୁଁ ଏହା ତୁମକୁ ଅତି ବ୍ୟଗ୍ର ଭାବରେ କହୁଅଛି” କିମ୍ୱା “ମୁଁ ତୁମକୁ ଯାହା କହୁଅଛି ସତ୍ୟ ଅଟେ” ଭାବେ ଅନୁବାଦ କରାଯାଇପାରେ I

(ମଧ୍ୟ ଦେଖିପାରିବା: ପୂରଣ କରିବା, ସତ୍ୟ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H543, G281

ଆଶୀର୍ବାଦ, ଆଶୀର୍ବାଦ ପ୍ରାପ୍ତ, ଆଶୀର୍ବାଦ

ସଂଜ୍ଞା:

ଜଣକୁ କିମ୍ବା କୌଣସି ବସ୍ତୁକୁ "ଆଶୀର୍ବାଦ" କରିବା ଅର୍ଥ ହେଉଛି ବ୍ୟକ୍ତି କିମ୍ବା ସେହି ଆଶୀର୍ବାଦ ପ୍ରାପ୍ତ ବସ୍ତୁ ପ୍ରତି ଉତ୍ତମ ଓ ଲାଭ ଜନକ ବିଷୟ ହେଉ।

  • ଜଣକୁ "ଆଶୀର୍ବାଦ" କରିବା ଅର୍ଥ ମଧ୍ୟ ସେହି ବ୍ୟକ୍ତିଙ୍କୁ ସକରାତ୍ମକ ବା ବିଧିବଦ୍ଧ ବିଷୟ ଏବଂ ଲାଭ ଜନକ ବିଷୟରେ ଅବଗତ କରିବା।
  • ବାଇବଲ ସମୟରେ ଜଣେ ପିତା ତାଙ୍କ ସନ୍ତାନମାନଙ୍କୁ ନୀୟମାନୁଯାୟୀ ଆଶୀର୍ବାଦ ପ୍ରଦାନ କରିଥିଲେ।
  • ଯେତେବେଳେ ଲୋକମାନେ ଈଶ୍ୱରଙ୍କୁ "ଆଶୀର୍ବାଦ" କରନ୍ତି ବା ଈଶ୍ୱର ପବିତ୍ର ହୁଅନ୍ତୁ ବୋଲି ପ୍ରକାଶ କରନ୍ତି, ତା' ଅର୍ଥ ସେମାନେ ଈଶ୍ୱରଙ୍କୁ ପ୍ରଶଂସା କରୁଅଛନ୍ତି।
  • ବେଳେବେଳେ "ଆଶୀର୍ବାଦ" ଶବ୍ଦ ଖାଇବା ପୂର୍ବରୁ ଖାଦ୍ୟକୁ ଶୁଚି କରିବା ନିମନ୍ତେ ବ୍ୟବହାର କରାଯାଏ ଏବଂ ଖାଦ୍ୟ ନିମନ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଏବଂ ପ୍ରଶଂସା କରାଯାଏ।

ଅନୁବାଦ ପ୍ରସ୍ତାବ:

  • ଆଶୀର୍ବାଦ କରିବା ଅର୍ଥକୁ ଏପରି ଭାବେ ମଧ୍ୟ ଅନୁବାଦ କରାଯାଇପାରେ ଯେପରିକି "ପ୍ରଚୁର ପରିମାଣରେ ଯୋଗାଇବା" କିମ୍ବା "ଅତ୍ୟନ୍ତ ଦୟାଳୁ ଏବଂ ପ୍ରସନ୍ନ।"
  • "ଈଶ୍ୱର ଅନେକ ଆଶୀର୍ବାଦ ପ୍ରଦାନ କରିଅଛନ୍ତି" ଏହାକୁ ଏପରି ଭାବେ ମଧ୍ୟ ଅନୁବାଦ କରାଯାଇପାରେ "ଈଶ୍ୱର ଅନେକ ଉତ୍ତମ ବିଷୟ ପ୍ରଦାନ କରିଅଛନ୍ତି" କିମ୍ବା "ଈଶ୍ୱର ପ୍ରଚୁର ଭାବରେ ପ୍ରଦାନ କରିଛନ୍ତି" କିମ୍ବା ଈଶ୍ୱର ଅନେକ ଉତ୍ତମ ବିଷୟ କରିବାକୁ ଯାଉଅଛନ୍ତି।"
  • "ସେ ଆଶୀର୍ବାଦ ପ୍ରାପ୍ତ" ବାକ୍ୟକୁ ଏହିପରି ଭାବେ ଅନୁବାଦ କରାଯାଇପାରେ "ସେ ପ୍ରଚୁର ଲାଭବାନ ହେବ", "ସେ ଉତ୍ତମ ବିଷୟର ଅନୁଭୂତି ପ୍ରାପ୍ତ ହେବେ" କିମ୍ବା "ଈଶ୍ୱର ତାହାକୁ ସମୃଦ୍ଧ କରିବେ।"
  • "ଧନ୍ୟ ସେହି ବ୍ୟକ୍ତି ଯିଏ" ବାକ୍ୟକୁ ଏପରି ଭାବେ ଅନୁବାଦ କରାଯାଇପାରେ "ସେହି ବ୍ୟକ୍ତି ନିମନ୍ତେ ଏହା ଉତ୍ତମ ଯିଏ।"
  • "ଈଶ୍ୱର ଧନ୍ୟ ହେଉନ୍ତୁ" ବାକ୍ୟାଂଶ ଗୁଡ଼ିକୁ "ପ୍ରଭୁଙ୍କ ପ୍ରଶଂସା ହେଉ” କିମ୍ବା “ପ୍ରଭୁଙ୍କ ପ୍ରଶଂସା” କିମ୍ବା “ମୁଁ ପ୍ରଭୁଙ୍କ ପ୍ରଶଂସା କରେ” ଭାବରେ ଅନୁବାଦ କରାଯାଇପାରେ।
  • ଖାଦ୍ୟକୁ ଆଶୀର୍ବାଦ କରିବା ସମ୍ପର୍କିତ ତଥ୍ୟ ଅନୁଯାୟୀ ଏହିପରି ଭାବେ ଅନୁବାଦ କରାଯାଇପାରେ "ଈଶ୍ଵରଙ୍କୁ ଖାଦ୍ୟ ପାଇଁ ଧନ୍ୟବାଦ ଦିଏ" କିମ୍ବା "ଈଶ୍ୱରଙ୍କୁ ସେମାନଙ୍କୁ ଯୋଗାଇଥିବା ଖାଦ୍ୟ ନିମନ୍ତେ ଧନ୍ୟବାଦ" କିମ୍ବା "ଏଥିପାଇ ଈଶ୍ଵରଙ୍କ ପ୍ରଶଂସା କରି ଖାଦ୍ୟକୁ ଶୁଚି କରାଗଲା।"

(ପୁନଶ୍ଚ ଦେଖନ୍ତୁ: ପ୍ରଶଂସା)

ବାଇବଲ ପଦପର୍ବ:

1 କରିନ୍ଥୀୟ 10:16

ବାଇବଲ କାହାଣୀରୁ ଉଦାହରଣ:

  • 01:07 ପରମେଶ୍ୱର ଦେଖିଲେ ଯେ ଏହା ଉତ୍ତମ ଏବଂ ସେମାନଙ୍କୁ ଆଶୀର୍ବାଦ କଲେ
  • 01:15 ପରମେଶ୍ୱର ନିଜ ପ୍ରତିମୂର୍ତ୍ତିରେ ଆଦମ ଏବଂ ହବାକୁ ନିର୍ମାଣ କଲେ। ସେ ସେମାନଙ୍କୁ ଆଶୀର୍ବାଦ କଲେ ଏବଂ କହିଲେ "ଅନେକ ସନ୍ତାନ ସନ୍ତତି ଜାତ କରି ଏହି ପୃଥିବୀକୁ ପରିପୂର୍ଣ୍ଣ କର।
  • 01:16 ପରମେଶ୍ୱର ସମସ୍ତ କାର୍ଯ୍ୟ ପରେ ବିଶ୍ରାମ ନେଲେ। ସେ ସପ୍ତମ ଦିନକୁ ଆଶୀର୍ବାଦ କଲେ ଓ ଶୁଚି କଲେ, କାରଣ ସେହି ଦିନରେ ସେ ବିଶ୍ରାମ ନେଲେ।
  • 04:04"ମୁଁ ତୁମର ନାମକୁ ମହାନ କରିବା।" ଯେଉଁମାନେ ତୁମକୁ ଆଶୀର୍ବାଦ କରିବେ ମୁଁ ସେମାନଙ୍କୁ ଆଶୀର୍ବାଦ କରିବି ଏବଂ ଯେଉଁମାନେ ତୁମକୁ ଅଭିଶାପ ଦେବେ ମୁଁ ସେମାନଙ୍କୁ ଅଭିଶାପ ଦେବି। ତୁମ୍ଭ ଦ୍ୱାରା ପୃଥିବୀର ସମସ୍ତ ପରିବାର ଆଶୀର୍ବାଦ ପ୍ରାପ୍ତ ହେବେ।
  • 04:07 ମଲକିସେଦକ ଅବ୍ରାମଙ୍କୁ ଆଶୀର୍ବାଦ କଲେ ଏବଂ କହିଲେ " ପରମେଶ୍ୱର ଯେ ଉର୍ଦ୍ଧରେ ବାସ କରନ୍ତି ଏବଂ ଆକାଶ ଓ ପୃଥିବୀର ମାଲିକ ଅବ୍ରାମଙ୍କୁ ଆଶୀର୍ବାଦ କରନ୍ତୁ।
  • 07:03 ଇଶହାକ ଏଷୌଙ୍କୁ ଆଶୀର୍ବାଦ କରିବାକୁ ଚାହୁଁଥିଲେ।
  • 08:05 ଏପରିକି ଯୋଷେଫ ବନ୍ଦୀଗୃହରେ ମଧ୍ୟ ବିଶ୍ୱସ୍ତଥିଲେ ତେଣୁ ପରମେଶ୍ୱର ତାଙ୍କୁ ଆଶୀର୍ବାଦ କଲେ

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H833, H835, H1288, H1289, H1293, G1757, G2127, G2128, G2129, G3106, G3107, G3108, G6050

ଆଶ୍ଚର୍ଯ୍ୟକର୍ମ, ଆଶ୍ଚର୍ଯ୍ୟକର୍ମମାନ, ଅଦ୍ଭୁତ କାମ, ଅଦ୍ଭୁତ କାମମାନ, ଚିହ୍ନ, ଚିହ୍ନମାନ

ସଂଜ୍ଞା:

“ଆଶ୍ଚର୍ଯ୍ୟକର୍ମ” ଏକ ଅଦ୍ଭୁତ ବିଷୟ ଅଟେ ଏହା ତେବେଯାଏ ସମ୍ଭବ ହୋଇ ନପାରେ ଯେ ପର୍ଯ୍ୟନ୍ତ ପରମେଶ୍ୱର ଏହା ନ କରନ୍ତି I

  • ଯେଉଁ ଆଶ୍ଚର୍ଯ୍ୟକର୍ମ ସବୁ ଯୀଶୁ କଲେ ତାହାର ଉଦାହରଣ ଯେପରି ତୁଫାନ କୁ ଶାନ୍ତ କରିବା ଓ ଏକ ଅନ୍ଧକୁ ସୁସ୍ଥ କରିବା I
  • ଆଶ୍ଚର୍ଯ୍ୟକର୍ମ ସବୁ ଅନେକ ସମୟରେ “ଅଦ୍ଭୁତ କାମ “କୁହାଯାଏ କାରଣ ତାହା ଲୋକମାନଙ୍କୁ ଅଦ୍ଭୁତ ଓ ବିସ୍ମୟ ଲାଗେ I
  • “ବିସ୍ମୟ” ଶବ୍ଦ ଅତି ସାଧାରଣ ଭାବରେ ପରମେଶ୍ୱରଙ୍କର ଅଦ୍ଭୁତ ଚିତ୍ରକାରିତା କୁ ପ୍ରଦର୍ଶିତ କରେ, ଯେତେବେଳେ ସେ ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ I
  • “ଆଶ୍ଚର୍ଯ୍ୟକର୍ମ” ଚିହ୍ନ ମଧ୍ୟ କୁହାଯାଏ କାରଣ ଯାହା ସବୁ ପରମେଶ୍ୱର ଯେ ଶକ୍ତିଶାଳୀ ଅଟନ୍ତି, ଯାହାର ସମସ୍ତ ସୃଷ୍ଟି ଉପରେ ଅଧିକାର ଅଛି,ତାହା ନିମନ୍ତେ ଏହା ନିର୍ଦେଶିକା ଓ ଘଟଣା ରୂପରେ କାମ କରେ I
  • କେତେକ ଆଶ୍ଚର୍ଯ୍ୟକର୍ମ ପରମେଶ୍ୱରଙ୍କର ଉଦ୍ଧାର ର କାମ୍ ଅଟେ ଯେପରିକି ଯେତେବେଳେ ସେ ଇସ୍ରାଏଲ ଲୋକଙ୍କୁ ମିସରର ଦାସତ୍ୱ ବନ୍ଧନରୁ ଉଦ୍ଧାର କଲେ ଓ ଯେତେବେଳେ ସେ ଦାନିଏଲ କୁ ସିଂହ ମୁଖରୁ ଉଦ୍ଧାର କଲେ I
  • ଅନ୍ୟ ବିସ୍ମୟ କାମ ହେଉଛି ପରମେଶ୍ୱରଙ୍କର ନ୍ୟାୟ କାମ ଯେପରି କି ସେ ନୁହଙ୍କ ସମୟରେ ସମସ୍ତ ପୃଥିବୀରେ ଜଳ ପ୍ରଳୟ କଲେ, ମୋଶାଙ୍କ ସମୟରେ ଭୟାନକ ମହାମାରୀ ମିସର ଉପରେ ଆଣିଲେ I
  • ପରମେଶ୍ୱରଙ୍କର ଅନେକ ଆଶ୍ଚର୍ଯ୍ୟକର୍ମ ରୋଗୀମାନଙ୍କୁ ଶାରୀରିକ ସୁସ୍ତତା ଓ ମୃତ ଲୋକମାନଙ୍କୁ ଜୀବିତ କରିବା ଅଟେ I
  • ପରମେଶ୍ୱରଙ୍କର ସାମର୍ଥ ଯୀଶୁଙ୍କଠାରେ ପ୍ରଦର୍ଶିତ ହେଲା ଯେତେବେଳେ ସେ ଲୋକଙ୍କୁ ସୁସ୍ଥ କଲେ, ତୁଫାନକୁ ଶାନ୍ତ କଲେ, ଜଳ ଉପରେ ଚାଲିଲେ, ମୃତ ଲୋକମାନଙ୍କୁ ଜୀବିତ କଲେ I

ଏହି ସବୁ ଆଶ୍ଚର୍ଯ୍ୟକର୍ମ ଅଟେ I ପରମେଶ୍ୱର ଭବିଷ୍ୟବକ୍ତା ଓ ପ୍ରେରିତମାନଙ୍କୁ ସୁସ୍ଥତା କରିବାକୁ ଓ ଅନ୍ୟ ବିଷୟ ନିମନ୍ତେ ଆଶ୍ଚର୍ଯ୍ୟକର୍ମ କରିବାକୁ ଶକ୍ତି ପ୍ରଦାନ କରିଥିଲେ, ପବିତ୍ର ଆତ୍ମାଙ୍କର ଶକ୍ତିରେ I

ଅନୁବାଦ ପ୍ରସ୍ତାବ:

  • “ଆଶ୍ଚର୍ଯ୍ୟକର୍ମ” ଓ ବିସ୍ମୟ” ନିମନ୍ତେ ସମ୍ଭବତଃ ଅନୁବାଦ ହେଉଛି “ଅସମ୍ଭବ ବିଷୟ ଯାହା ପରମେଶ୍ୱର କରନ୍ତି” କିଅବା “ପରମେଶ୍ୱରଙ୍କର ଶକ୍ତିଯୁକ୍ତ କାମ” କିଅବା “ପରମେଶ୍ୱରଙ୍କର ଅଦ୍ଭୁତ କାମ” I
  • ଲଗାତର ଅଭିବ୍ୟକ୍ତି “ଚିହ୍ନ ଓ ଚମତ୍କାର “କୁ “ପ୍ରମାଣ ଓ ଆଶ୍ଚର୍ଯ୍ୟକର୍ମ” କିଅବା “ଆଶ୍ଚର୍ଯ୍ୟକର୍ମମାନ ଯାହା ପରମେଶ୍ୱରଙ୍କର ଶକ୍ତି ପ୍ରମାଣ କରେ” କିଅବା “ଅଦ୍ଭୁତ ଆଶ୍ଚର୍ଯ୍ୟକର୍ମ ଯାହା ଦେଖାଏ କି ପରମେଶ୍ୱର ମହାନ ଅଟନ୍ତି” ରୂପରେ ଅନୁବାଦ କରାଯାଏ I
  • ମନେ ରଖନ୍ତୁ କି ଆଶ୍ଚର୍ଯ୍ୟକର୍ମର ଚିହ୍ନ ର ଅର୍ଥ ହେଉଛି ଚିହ୍ନଠାରୁ ଅଲଗା ଅଟେ ଯାହା କିଛି ଘଟଣା ର ପ୍ରମାଣ ଦିଏ I

ଏହି ଦୁଇ ପରସ୍ପର ଜଡ଼ିତ ଅଟେ I

(ଆହୁରି ଦେଖନ୍ତୁ: ଶକ୍ତି, ଭବିଷ୍ୟବକ୍ତା, ପ୍ରେରିତ, ଚିହ୍ନ)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହାରଣ:

  • ୧୬:୦୮ ଗିଦିୟନ ପରମେଶ୍ୱରଙ୍କୁ ଦୁଇଟି __ଚିହ୍ନ__ପଚାରିଲେ ଯାହା ଦ୍ୱାରା ସେ ସ୍ପଷ୍ଟ ହେବାକୁ ଚାହିଁଲେ କି ଇସ୍ରାଏଲ ର ଉଦ୍ଧାର ନିମନ୍ତେ ସେ ବ୍ୟବହୃତ ହେବେ I
  • ୧୯:୧୪ ପରମେଶ୍ୱର ଏଲିଶା ଦ୍ୱାରା ଅନେକ ଆଶ୍ଚର୍ଯ୍ୟକର୍ମ କଲେ I
  • ୩୭:୧୦ ଅନେକ ଯିହୁଦୀ ଯୀଶୁଙ୍କର ଆଶ୍ଚର୍ଯ୍ୟକର୍ମ ହେତୁ ତାହାଙ୍କ ଉପରେ ବିଶ୍ୱାସ କଲେ I
  • ୪୩:୦୬ “ହେ ଇସ୍ରାଏଲ ଲୋକମାନେ, ଜିଜଶୁ ଏକ ମନୁଷ୍ୟ ଯେ “ଚିହ୍ନ ଓ ଚମତ୍କାର “ପରମେଶ୍ୱରଙ୍କର ଶକ୍ତି ଦ୍ୱାରା କଲେ, ଯାହା ଆପଣ ଦେଖିଲେ ଓ ଜାଣି ଅଛନ୍ତି ମଧ୍ୟ “I
  • ୪୯:୦୨ ଯୀଶୁ ଅନେକ ଆଶ୍ଚର୍ଯ୍ୟକର୍ମ କଲେ ଯାହା ପ୍ରମାଣ କରେ କି ସେ ପରମେଶ୍ୱର ଅଟନ୍ତି I

ସେ ପାଣି ଉପରେ ଚାଲିଲେ, ପ୍ରଚଣ୍ଡ ଝଡ କୁ ଶାନ୍ତ କଲେ, ଅନେକ ରୋଗୀକୁ ସୁସ୍ଥ କଲେ, ବହୁତ ଗ୍ରସ୍ତ ଲୋକଙ୍କୁ ସୁସ୍ଥ କଲେ, ମୃତ କୁ ଜୀବିତ କଲେ, ପାଞ୍ଚଟି ରୋଟି ଓ ଛୋଟ ଦୁଇଟି ମାଛରେ ୫୦୦୦ ଲୋକଙ୍କୁ ପ୍ରଚୁର ଖାଦ୍ୟ ଖୁଆଇଲେ I

ବୋର୍ଡ ଡାଟା :

  • Strong's: H226, H852, H2368, H2858, H4150, H4159, H4864, H5251, H5824, H5953, H6381, H6382, H6383, H6395, H6725, H7560, H7583, H8047, H8074, H8539, H8540,, G880, G1213, G1229, G1411, G1569, G1718, G1770, G1839, G2285, G2296, G2297, G3167, G3902, G4591, G4592, G5059

ଇଚ୍ଛା ବା ଆଶା, ଆଶା କଲେ ବା ଆଶା କରୁଛି

ସଂଜ୍ଞା:

ଆଶା ଦୃଢ଼ ଭାବରେ କିଛି ଘଟିବାକୁ ଚାହୁଁବା। ଭବିଷ୍ୟତ ଘଟଣା ବିଷୟରେ ନିଶ୍ଚିତତା କିମ୍ବା ଅନିଶ୍ଚିତତାକୁ ଆଶା କରିପାରେ।

  • ବାଇବଲରେ, "ଆଶା" ଶବ୍ଦର ମଧ୍ୟ “ଭରଷା ବା ବିଶ୍ୱାସ“ ଶବ୍ଦର ଅର୍ଥ ଅଛି ଯେପରିକି ଯେପରି “ପ୍ରଭୁଙ୍କଠାରେ ମୋହର ଭରସା ଅଛି।” ଈଶ୍ଵର ତାହାଙ୍କ ଲୋକମାନଙ୍କୁ ଯାହା ପ୍ରତିଜ୍ଞା କରିଛନ୍ତି ତାହା ଗ୍ରହଣ କରିବାର ଏକ ନିଶ୍ଚିତ ଆଶାକୁ ସୂଚିତ କରେ।
  • ବେଳେବେଳେ ULT ଅନୁବାଦରେ ଶବ୍ଦ ମୂଳ ଭାଷାରେ “ଆତ୍ମବିଶ୍ୱାସ” ଭାବରେ ଅନୁବାଦ କରେ। ଅନେକ ସମୟରେ ନୂତନ ନିୟମରେ ଏହା ଘଟିଅଛି ସେହି ପରିସ୍ଥିତି ଯେଉଁଠାରେ ଲୋକମାନେ ଯୀଶୁଙ୍କୁ ନିଜ ତ୍ରାଣକର୍ତ୍ତା ଭାବରେ ବିଶ୍ୱାସ କରନ୍ତି ଯାହା ଈଶ୍ଵର ପ୍ରତିଜ୍ଞା କରିଅଛନ୍ତି ତାହା ଗ୍ରହଣ କରିବାରେ ଦୃଢ଼ ଭରସା ରଖନ୍ତି (କିମ୍ବା ଆତ୍ମବିଶ୍ୱାସ କିମ୍ବା ଆଶା)I
  • “ଆଶା ନାହିଁ” ନ ଥିବାର ଅର୍ଥ ହେଉଛି କୌଣସି ଭଲ ବିଷୟ ହେଉ ବୋଲି ଅପେକ୍ଷା ନ କରିବା। ଏହାର ଅର୍ଥ ହେଉଛି ଏକ ଦୃଢ଼ ନିଶ୍ଚିନ୍ତ କି ଏହା ହେବ ନାହିଁ I

ଅନୁବାଦ ପ୍ରସ୍ତାବ:

  • ଆଉ କେତେ ପ୍ରସଙ୍ଗଗୁଡ଼ିକରେ, "ଆଶା" ଶବ୍ଦଟିକୁ “ଇଛା” କିଅବା “କାମନା“ କିଅବା “ସମ୍ଭବ ବୋଲି ମନେ କରିବା“ ଭାବରେ ଅନୁବାଦ କରାଯାଇପାରେ।
  • ଅଭିବ୍ୟକ୍ତି “ଆଶା କରିବା ନିମନ୍ତେ କିଛି ନାହିଁ“ କୁ “ଭରସା କରିବାକୁ କିଛି ନାହିଁ“ କିଅବା “କୌଣସି ଉତ୍ତମ ବିଷୟ ହେଉ ବୋଲି ଅପେକ୍ଷା ନ କରିବା“ ରୂପରେ ଅନୁବାଦ କରାଯାଏ।
  • “ଆଶା ନ କରିବାକୁ" “କୌଣସି ଉତ୍ତମ ବିଷୟକୁ ଅପେକ୍ଷା ନ କରିବା“ କିଅବା “କୌଣସି ସୁରକ୍ଷା ନାହିଁ“ କିଅବା "ନିଶ୍ଚିନ୍ତ ହୁଅନ୍ତୁ ଯେ, କୌଣସି ଉତ୍ତମ ବିଷୟ ଘଟିବ ନାହିଁ“ ଭାବରେ ଅନୁବାଦ କରାଯାଇପାରେ।
  • ”ତୁମର ଆଶାକୁ ରଖିଅଛି“ ଭାବପ୍ରକାଶ ମଧ୍ୟ “ତୁମର ଆତ୍ମବିଶ୍ୱାସ ରଖନ୍ତୁ"କିଅବା “ବିଶ୍ୱାସ କରିଆସୁଅଛି“ ରୂପରେ ଅନୁବାଦ କରା ଯାଇପାରେ।
  • “ମୁଁ ତୁମ୍ଭ ବାକ୍ୟରେ ଭରସା ପାଇଲି“ ବାକ୍ୟାଂଶକୁ ମଧ୍ୟ “ମୁଁ ନିଶ୍ଚିନ୍ତ ଯେ ତୁମ୍ଭର ବାକ୍ୟ ସତ୍ୟ ଅଟେ” କିଅବା “ମୁଁ ତୁମ୍ଭଠାରେ ଭରସା ରଖିବା ନିମନ୍ତେ ତୁମ୍ଭ ବାକ୍ୟ ମୋତେ ସାହାଯ୍ୟ କରେ“ କିଅବା “ମୁଁ ଯେତେବେଳେ ତୁମ୍ଭ ବାକ୍ୟ ପାଳନ କରେ, ମୁଁ ନିଶ୍ଚିନ୍ତ ଯେ ମୁଁ ଆଶୀର୍ବାଦ ପ୍ରାପ୍ତ ହେବି" ଭାବରେ ଅନୁବାଦ କରା ଯାଇପାରେ।
  • ଯେପରିକି “ଆଶାରେ“ ବାକ୍ୟାଂଶକୁ ମଧ୍ୟ “ଈଶ୍ୱରଙ୍କଠାରେ ଭରସା ରଖେ” କିମ୍ବା “ଈଶ୍ଵର ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ନିଶ୍ଚିତ କରିବେ ଏହା ନିଶ୍ଚିତ ଜାଣ” କିମ୍ବା "ଈଶ୍ୱର ବିଶ୍ୱସ୍ତ ଅଟନ୍ତି ଏହା ନିଶ୍ଚିତ ହୁଅ“ ଭାବରେ ଅନୁବାଦ କରାଯାଇପାରେ।

(ଆହୁରି ଦେଖନ୍ତୁ: ଆଶୀର୍ବାଦ, ଆତ୍ମବିଶ୍ୱାସ, ଉତ୍ତମ, ଆଜ୍ଞାକାରୀ, ଭରସା,ଈଶ୍ୱରଙ୍କ ବାକ୍ୟ)

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H982, H983, H986, H2620, H2976, H3175, H3176, H3689, H4009, H4268, H4723, H7663, H7664, H8431, H8615, G91, G560, G1679, G1680, G2070

ଇର୍ଷାପରାୟଣ, ଇର୍ଷା

ସଂଜ୍ଞା:

“ଇର୍ଷାପରାୟଣ” ଓ “ଇର୍ଷା” ଶବ୍ଦ ସମ୍ପର୍କ ର ଶୁଦ୍ଧତା କୁ ସୁରକ୍ଷା ରଖିବାକୁ ନିଜର ଏକ ଗଭୀର ଇଛା ଅଟେ I ଏହା କିଛି ବସ୍ତୁ କିଅବା ବ୍ୟକ୍ତି କୁ ପାଇବାକୁ ଦୃଢ ଇଛା ଶକ୍ତି କୁ ଦର୍ଶାଏ I

  • ଏହି ଶବ୍ଦ ସବୁ ଅନେକ ସମୟରେ କ୍ରୋଧ ର ଭାବନା କୁ ଦର୍ଶାଏ ଯାହା ଏକ ବ୍ୟକ୍ତି ତାହାର ଜୀବନ ସାଥୀ ନିମନ୍ତେ ଯେ ନିଜର ଜୀବନ ସାଥୀ ନିମନ୍ତେ ବିବାହରେ ଅବିଶ୍ୱସ୍ଥ ଅଟେ I
  • ଯେତେବେଳେ ବାଇବଲରେ ବ୍ୟବହାର କରାଯାଏ, ଏହି ଶବ୍ଦ ସବୁ ପରମେଶ୍ୱରଙ୍କ ଦୃଢ ଭାବନା ତାହାଙ୍କ ଲୋକଙ୍କ ପ୍ରତି କି ସେମାନେ ଶୁଦ୍ଧ ରୁହନ୍ତୁ ଓ ପାପ ଦ୍ୱାରା ମଳିନ ନ ହୁଅନ୍ତୁ I
  • ପରମେଶ୍ୱର ତାହାଙ୍କ ନାମ ନିମନ୍ତେ “ଇର୍ଷାପରାୟଣ” ଅଟନ୍ତି ଏହି ଇଛା ସହିତ କି ଲୋକମାନେ ତାହାଙ୍କ ନାମ କୁମାନ ସମ୍ମାନ ସହିତ ଧରିବେ I
  • “ଇର୍ଷାପରାୟଣ” ର ଆଉ ଏକ ଅର୍ଥ ହେଲା କାହାକୁ ଫଳପ୍ରଦ ହେବା ଦେଖି କିଅବା ଅଧିକ ପ୍ରସିଦ୍ଧ ଦେଖି କ୍ରୋଧରେ ସଂଯୁକ୍ତ ହେବା ହୁଏ I

ଏହାର ଅର୍ଥ

ଅନୁବାଦ ପ୍ରସ୍ତାବ:

  • ଅଲଗା ରୂପରେ “ଇର୍ଷାପରାୟଣ” କୁ ଅନୁବାଦ କଲେ ଏହା “ଦୃଢ ସୁରକ୍ଷିତ ଭାବନା” କିଅବା “ପାଇବାକୁ ଇଛା” ହୁଏ I
  • “ଇର୍ଷାପରାୟଣ” କୁ ଅନୁବାଦ କଲେ ତାହା “ଦୃଢ ସୁରକ୍ଷିତ ଅନୁଭବ ” କିଅବା “ପାଇବାକୁ ଅନୁଭବ ” ହୋଇପାରେ I
  • ଯେତେବେଳେ ପରମେଶ୍ୱରଙ୍କ ବିଷୟରେ କୁହାଯାଏ, ମନେ ରଖନ୍ତୁ ଏହି ଶବ୍ଦର ଅନୁବାଦ ନକାରାତ୍ମକ ଅର୍ଥ କାହା ଉପରେ କ୍ରୋଧ ପ୍ରକାଶ କରିବା ନ ହୁଏ I

ଯେଉଁ ଲୋକମାନେ ଅଧିକ ସଫଳ ସେହି ଲୋକଙ୍କ ପ୍ରତି ଅନ୍ୟମାନଙ୍କର କ୍ରୋଧର ଭୁଲ୍ ଅନୁଭାବର ପୃଷ୍ଠଭୂମିରେ, ଏହି ଶବ୍ଦ ପାଇଁ “ହିଂସା କରିବା” ଓ “ହିଂସକ “ରୂପରେ ବ୍ୟବହୃତ ହୁଏ
କିନ୍ତୁ ଏହି ଶବ୍ଦ ସବୁ ପରମେଶ୍ୱରଙ୍କ ନିମନ୍ତେ ବ୍ୟବହୃତ ହୁଏ ନାହିଁ I

(ଆହୁରି ଦେଖନ୍ତୁ: ହିଂସା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H7065, H7067, H7068, H7072, G2205, G3863

ଇଶ୍ୱର , ମିଥ୍ୟା ଇଶ୍ୱର , ଦେବୀ, ମୂର୍ତ୍ତି, ମୂର୍ତ୍ତି ସମୁହ, ମୂର୍ତ୍ତି ପୁଜକ,ପ୍ରତିମା ଆରାଧକ, ପ୍ରତିମା ପୂଜା

ସଂଜ୍ଞା:

ମିଥ୍ୟା ଇଶ୍ୱର ସେ ଯାହାକୁ ଲୋକମାନେ ସତ୍ୟ ପରମେଶ୍ୱରଙ୍କ ସ୍ଥାନରେ ପୂଜା କରନ୍ତି I “ଦେବୀ “ଶବ୍ଦ ବିଶେଷ କରି ସ୍ତ୍ରୀ ମିଥ୍ୟା ଇଶ୍ୱରଙ୍କୁ ଦର୍ଶାଏ I

  • ଏହି ମିଥ୍ୟା “ଦେବ” କିଅବା “ଦେବୀ” ଙ୍କର ଅସ୍ତିତ୍ୱ ନାହିଁ I

ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି I

  • ବେଳେ ବେଳେ ଭୌତିକ ପଦାର୍ଥ ଦ୍ୱାରା ଲୋକମାନେ ମୂର୍ତ୍ତି ନିର୍ମାଣ କରି ଚିଂହ ସ୍ୱରୂପେ ତାହାଙ୍କ ମିଥ୍ୟା ଇଶ୍ୱର ଙ୍କୁ ପୂଜା କରନ୍ତି I

  • ବାଇବଲରେ ପରମେଶ୍ୱରଙ୍କ ଲୋକ ବହୁ ବାର ମୂର୍ତ୍ତି ପୂଜା କରିବା ଦ୍ୱାରା ତାହାଙ୍କ ଅନାଜ୍ଞାକାରୀ ହୋଇ ତାହାଙ୍କଠାରୁ ଦୁରେଇ ଗଲେ I

  • ଅନେକ ସମୟରେ ଭୁତ ମିଥ୍ୟା ଇଶ୍ୱରଙ୍କୁ ବିଶ୍ୱାସ କରି ପୂଜା କରି ଶକ୍ତି ପ୍ରାପ୍ତ ହେବ ବୋଲି ଲୋକଙ୍କୁ ଠକନ୍ତି I

  • ବାଇବଲ ସମୟରେ ବାଲ, ମଲେକ ଓ ଦେଗନ୍ ବହୁ ମିଥ୍ୟା ଦେବୀ ଦେବତା ମଧ୍ୟରେ ମୁଖ୍ୟ ତିନଟି ଲୋକଙ୍କ ଦ୍ୱାରା ପୁଜିତ ହେଉଥିଲେ I

  • ଅଶେରା ଓ ଅର୍ଟେମିସ୍ (ଦାଇନI) ଏହି ଦୁଇ ଦେବୀଙ୍କୁ ପୁରାତନ ଲାକେ ପୂଜା କରୁଥିଲେ I

ମୂର୍ତ୍ତି ଏକ ବସ୍ତୁ ଅଟେ ଯାହା ଲୋକମାନେ ନିର୍ମାଣ କରି ପୂଜା କରନ୍ତି I “ପ୍ରତିମା ଆରାଧକ” ଶବ୍ଦକୁ ବ୍ୟାଖ୍ୟା କଲେ ପରମେଶ୍ୱରଙ୍କୁ ଛାଡ଼ି ଆଉ କାହାକୁ ସମ୍ମାନ ଦେବାକୁ ଦର୍ଶାଏ I

  • ଲୋକମାନେ ପ୍ରତିମା ନିର୍ମାଣ କରନ୍ତି କି ମିଥ୍ୟ ଇଶ୍ୱରଙ୍କୁ ଉପସ୍ଥାପିତ କରି ପାରନ୍ତି I
  • ଏହି ମିଥ୍ୟା ଦେବୀ ଦେବତା ଙ୍କ ଅସ୍ତିତ୍ୱ ହୀ ନାହିଁ ;
  • ବେଳେ ବେଳେ ଭୁତମାନେ ପ୍ରତିମାରେ ଶକ୍ତି ନଥିଲେ ମଧ୍ୟ ପ୍ରତିମା ମଧ୍ୟରେ ରହି କାର୍ଯ୍ୟ କରନ୍ତି ଯେମିତି ପ୍ରତିମା ମଧ୍ୟରେ ଶକ୍ତି ଅଛି I
  • ଅନେକ ସମୟରେ ପ୍ରତିମା ମୂଲ୍ୟବାନ ପଦାର୍ଥ ଯେପରିକି ସୁନା, ଚାନ୍ଦି, କାଂସ୍ୟ ଓ ଦାମିକା କାଠରେ ନିର୍ମିତ ହୋଇ ଥାଏ I
  • ଏକ “ପ୍ରତିମା ଆରାଧକ ରାଜ୍ୟ “ର ଅର୍ଥ ହେଲା ‘ “ଜନ ରାଜ୍ୟ ଯେଉଁମାନେ ମୂର୍ତ୍ତି ପୂଜା କରନ୍ତି” କିଅବା “ଜନ ରାଜ୍ୟ ଯେଉମାନେ ପୃଥିବୀର ବସ୍ତୁ କୁ ପୂଜା କରନ୍ତି “I
  • ପ୍ରତିମା ଆରାଧକ ଆକୃତି “ଆଉ ଏକ ଶବ୍ଦ ଯାହାର ଅର୍ଥ “ଖୋଦନ ଆକୃତି” କିଅବା “ମୂର୍ତ୍ତି “

ଅନୁବାଦ ପ୍ରସ୍ତାବ:

  • “ଇଶ୍ୱର “କିଅବା “ମିଥ୍ୟା ଇଶ୍ୱର “ନିମନ୍ତେ ମୁଖ୍ୟ ଭାଷାରେ କିଅବା ସ୍ଥାନୀୟା ଭାଷାରେ ଶବ୍ଦ ନିସ୍ଚୟ ଥିବ I
  • ମୁର୍ତି “ଶବ୍ଦ ମିଥ୍ୟା ଶବ୍ଦକୁ ଦର୍ଶାଇ ଥାଇପାରେ I
  • ଅଂଗ୍ରେଜୀରେ, ଛୋଟ ଅକ୍ଷର “g “ମିଥ୍ୟା ଇଶ୍ୱରଙ୍କୁ ଦର୍ଶାଏ, ଓ ବଡ଼ “G” ଏକ ସତ୍ୟ ଇଶ୍ୱର କୁ ଦର୍ଶାଏ I

ଅନ୍ୟ ଭାଷା ମଧ୍ୟ ଏହି ପରି କରନ୍ତି I

  • ଆଉ ଏକ ବିକଳ୍ପରେ ମିଥ୍ୟା ଇଶ୍ୱରକୁ ଦେଖାଇବାକୁ ସମ୍ପୂର୍ଣ୍ଣ ଅଲଗା ଶବ୍ଦ ହୋଇଥାଏ I
  • କେତେକ ଭାଷାରେ ଏକ ଶବ୍ଦ ଯୁକ୍ତ କରି ମିଥ୍ୟା ଦେବୀ କିଅବା ଦେବତା କୁ ପୁଲିଂଗ୍ କିଅବା ସ୍ତ୍ରୀ ଲିଂଗ ରୂପରେ ଦର୍ଶାଯାଏ I

(ଦେଖନ୍ତୁ: ପରମେଶ୍ୱର, ଆଶେରା, ବାଲ୍, ମୋଲେକ୍, ଭୁତ, ଛବି, ରାଜ୍ୟ, ପୂଜା)

ବାଇବଲ ଟିପ୍ପଣୀ

ବାଇବଲ କାହାଣୀରୁ ଉଦାହରଣ

  • ୧୦:୦୨ ଏହି ମହାମାରୀ ଦ୍ୱାରା, ପରମେଶ୍ୱର ଫାର କୁ ଦେଖାଇଲେ ଯେ ସେ ଫାର ଓ ସମସ୍ତ ମିସ୍ରୀୟ _ଦେବତାଙ୍କ ଠାରୁ ଶକ୍ତିଶାଳୀ ଅଟନ୍ତି I
  • ୧୩:୦୪ ତେବେ ପ୍ରଭୁ ତାହାକୁ ନୀୟମାବଳି ଦେଲେ ଓ କହିଲେ, “ମୁଁ ସଦାପ୍ରଭୁ, ତୁମ୍ଭର ପରମେଶ୍ୱର, ଯେ ତୁମ୍ଭକୁ ମିସରର ଦାସତ୍ୱ ଯୁଆଳି ରୁ ମୁକ୍ତ କଲେ I

ଅନ୍ୟ ଦେବତାଙ୍କ ପୂଜା କର ନାହିଁ I

  • ୧୪:୦୨ ସେମାନେ (କିଣାନୀୟ) ମିଥ୍ୟା _ଦେବତାଙ୍କ _ ପୂଜା କରୁଥିଲେ ଓ ବହୁ ମନ୍ଦ କାମ କଲେ I

  • ୧୬:୦୧ ଇସ୍ରାଏଲ ଲୋକମାନେ ସଦାପ୍ରଭୁ ସତ୍ୟ ପରମେଶ୍ୱର ଙ୍କୁ ଛାଡ଼ି କିଣାନୀୟ _ ଦେବତା_ ପୁଜ କଲେ I

  • ୧୮:୧୩ ଅଧିକତମ ଯିହୁଦାର ରାଜାମାନେ ମନ୍ଦ, ଭ୍ରଷ୍ଟ ଏବଂ ସେମାନେ _ପ୍ରତିମା_ପୂଜା କରୁଥିଲେ I

କେତେକ ରାଜା ନିଜ ଶିଶୁମାନଙ୍କୁ ମିଥ୍ୟା _ଦେବତା _ସମ୍ମୁଖରେ ବଳି କରି ଉତ୍ସର୍ଗ କଲେ I

ବୋର୍ଡ ଡାଟା :

  • Strong's: H205, H367, H410, H426, H430, H457, H1322, H1544, H1892, H2553, H3649, H4656, H4906, H5236, H5566, H6089, H6090, H6091, H6456, H6459, H6673, H6736, H6754, H7723, H8163, H8251, H8267, H8441, H8655, G1493, G1494, G1495, G1496, G1497, G2299, G2712

ଇଶ୍ୱରଙ୍କର ପୁତ୍ର, ପୁତ୍ର

ଘଟଣାବଳି:

““ଇଶ୍ୱରଙ୍କର ପୁତ୍ର” ଶବ୍ଦ ଯୀଶୁଙ୍କୁ ବୁଝାଏ, ଇଶ୍ୱରଙ୍କ ବାକ୍ୟ, ମନୁଷ୍ୟ ହୋଇ ଯିଏ ଏହି ପୃଥିବୀକୁ ଆସିଲେ ସେ ମଧ୍ୟ “ପୁତ୍ର” ଭାବରେ ମଧ୍ୟ ବୁଝାଯାଏ

  • ଇଶ୍ୱରଙ୍କ ପୁତ୍ରଙ୍କର ସମାନ ସ୍ୱଭାବ ଅଛି ଯେପରି ପିତା ଇଶ୍ୱରଙ୍କର ଅଛି, ଏବଂ ସେ ସମ୍ପୂର୍ଣ୍ଣ୍ଣ ଇଶ୍ୱରଥିଲେ
  • ପିତା ଇଶ୍ୱର, ଇଶ୍ୱରଙ୍କ ପୁତ୍ର ଏବଂ ପବିତ୍ର ଆତ୍ମା ଇଶ୍ୱର ସମସ୍ତେ ହେଉଛନ୍ତି ଗୋଟିଏ ମର୍ମ
  • ମନୁଷ୍ୟ ପୁତ୍ର ପରି, ଇଶ୍ୱରଙ୍କ ପୁତ୍ର ସର୍ୱଦା ଅଛନ୍ତି
  • ଆଦ୍ୟରେ, ଇଶ୍ୱରଙ୍କ ପୁତ୍ର ପିତା ଓ ପବିତ୍ର ଆତ୍ମାଙ୍କ ସହ ପୃଥିବୀକୁ ସୃଷ୍ଟି କଲେ

ଯେହେତୁ ଯୀଶୁ ଇଶ୍ୱରଙ୍କ ପୁତ୍ର, ହେ ପିତାଙ୍କୁ ପ୍ରେମ କରନ୍ତି ଓ ବାଧ୍ୟ ହୁଅନ୍ତି, ଏବଂ ପିତା ତାଙ୍କୁ ପ୍ରେମ କରନ୍ତି

ଅନୁବାଦ ପ୍ରସ୍ତାବ ଗୁଡିକ:

  • “ଇଶ୍ୱରଙ୍କ ପୁତ୍ର ଶବ୍ଦ ଟି, ଏହା ଉତ୍ତମ ଅନୁବାଦ “ପୁତ୍ର” ହେବ ସମାନ ବାକ୍ୟ ଯେପରି ମନୁଷ୍ୟ ପୁତ୍ରଙ୍କ ନିମନ୍ତେ ବ୍ୟବହାର କରାଯାଏ
  • “ପୁତ୍ର” ଶବ୍ଦର ଅନୁବାଦ ଖାପ ଖୁଆଇବା ଅନୁବାଦ ଯଥା “ପିତା”ଏବଂ ଏହି ଶବ୍ଦ ଗୁଡିକ ପ୍ରକଳ୍ପ ଭାଷାରେ ପ୍ରାକୃତିକ ଭାବେ ବାପ-ପୁଅ ର ସମ୍ପର୍କ ସହିତ ସମାନ
  • “ପୁତ୍ର” ଅକ୍ଷର ବନାନ ବଡ ଅକ୍ଷରରେ ବତାଈ ଦିଏ ଯେ ଶବ୍ଦଟି ଇଶ୍ୱରଙ୍କୁ ନିର୍ଦ୍ଦେଶ କରୁଅଛି
  • “ଇଶ୍ୱରଙ୍କ ପୁତ୍ର” ର ଅଧା ଲେଖା ହେଉଛି “ପୁତ୍ର” ବିଶେଷ କରି ଯେତେବେଳେ ଏହା “ପିତା” ପରିସ୍ଥିତିରେ ବ୍ୟବହାର ହୁଏ

(ଅନୁବାଦ ପ୍ରସ୍ତାବ ଗୁଡିକ: ନାମ ଗୁଡିକ କିପରି

(ଆହୁରି ମଧ୍ୟ ଦେଖ: ଖ୍ରୀଷ୍ଟ, ପୂର୍ବ ପୁରୁଷ, ଇଶ୍ୱର, ପିତା ଇଶ୍ୱର, ପବିତ୍ର ଆତ୍ମା, ଯୀଶୁ, ପୁତ୍ର, ଇଶ୍ୱରଙ୍କ ପୁତ୍ର)

ବାଇବଲ ସନ୍ଦର୍ୱ:

ବାଇବଲ କାହାଣୀ ରୁ ଉଦାହରଣ:

  • _ ୨୨:୦୫_ଦୂତ ବର୍ଣ୍ଣନା କଲେ, ପବିତ୍ର ଆତ୍ମା ତୁମ ନିକଟକୁ ଆସିବେ, ଏବଂ ଇଶ୍ୱରଙ୍କ ଶକ୍ତିରେ ତୁମ କୁ ଘୋଡାଇ ରଖିବ

ଏଣୁ ଶିଶୁ ପବିତ୍ର ହେବେ, _ଇଶ୍ୱରଙ୍କ ପୁତ୍ର _”

  • _ ଇଶ୍ୱର ଯୋହନଙ୍କୁ କହିଲେ, “ପବିତ୍ର ଆତ୍ମା ଅବତରଣକରି ତୁମେ ଯାହାକୁ ବପ୍ତିଜିତ କରିବ ତାହାଙ୍କ ସ୍କନ୍ଦରେ ବସିବ

ସେହି ବ୍ୟକ୍ତି ହେଉଛି ଇଶ୍ୱରଙ୍କ ପୁତ୍ର

  • _ ୩୧:୦୮_ଶିଷ୍ୟମାନେ ଆଚମ୍ୱିତ ହେଲେ

ସେମାନେ ଯୀଶୁଙ୍କୁ ଉପାସନା କଲେ, ତାହାଙ୍କୁ କହିଲେ, “ସତରେ, ତୁମେ ହେଉଛ ଇଶ୍ୱରଙ୍କ ପୁତ୍ର

  • _ ୩୭:୦୫_ ମାର୍ଥା ଉତ୍ତର ଦେଲେ, “ହୁଁ, ପ୍ରଭୁ”

ମୁଁ ବିଶ୍ୱାସ କରେ ତୁମେ ହେଉଛ ମସୀହ, ଇଶ୍ୱରଙ୍କ ପୁତ୍ର

  • _ ୪୨:୧୦_ ଏଣୁ ଯାଅ, ସମସ୍ତ ଜାତିର ଲୋକମାନଙ୍କୁ ପିତା, ପୁତ୍ର, ଏବଂ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର
  • _ ୪୬:୦୬_ସିଧା ସଳଖ, ଶାଉଲ ଦାମାସକସ୍ରେ ଥିବା ଯିହୁଦୀମାନଙ୍କୁ ପ୍ରଚାର କଲେ, କହିଲେ, “ଯୀଶୁ ହେଉଛନ୍ତି ଇଶ୍ୱରଙ୍କ ପୁତ୍ର!”
  • _ ୪୯:୦୯_ କାରଣ ଇଶ୍ୱର ଏହି ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ_ପୁତ୍ର_ଙ୍କୁ ଦାନ କଲେ ଯେପରି ଯେକେହି ତାହାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନହୋଇ ଅନନ୍ତ ଜୀବନର ଅଧିକାରୀ ହୁଏ

ବୋର୍ଡ ଡାଟା :

  • Strong's: H426, H430, H1121, H1247, G2316, G5207

ଇସ୍ରାଏଲ, ଇସ୍ରାଏଲୀୟ

ତଥ୍ୟ:

“ଇସ୍ରାଏଲ” ନାମ ପରମେଶ୍ୱରଙ୍କ ଦ୍ୱାରା ଜାକୁବକୁ ପ୍ରଦାନ କରା ଯାଇଥିଲା I ଏହାର ଅର୍ଥ “ସେ ପରମେଶ୍ୱରଙ୍କ ସହିତ ସଂଘର୍ଷ କରନ୍ତି “ଅଟେ I

  • ଯାକୁବର ବଂଶଧର “ଇସ୍ରାଏଲ ଲୋକମାନେ” କିଅବା “ଇସ୍ରାଏଲ ଜାତି” କିଅବା “ଇସ୍ରାଏଲୀୟ “ବୋଲି ଜଣା ଗଲେ I
  • ପରମେଶ୍ୱର ଇସ୍ରାଏଲ ଲୋକଙ୍କ ସହିତ ଚୁକ୍ତି ସ୍ଥାପନ କଲେ I

ସେମାନେ ତାହାଙ୍କର ବଛା ଲୋକମାନେ ଅଟନ୍ତି I

  • ଇସ୍ରାଏଲ ଦେଶ ବାର ଜାତି ସହିତ ନିର୍ମିତ ଅଟେ I
  • ରାଜା ସଲମନ ମରିବା ପରେ ହିଁ ଇସ୍ରାଏଲ ଦେଶ ଦୁଇ ରାଜ୍ୟରେ ବିଭକ୍ତ ହୋଇ ଗଲା: ଦକ୍ଷିଣ ରାଜ୍ୟ କୁ “ଯିହୁଦା” କୁହାଗଲା ଓ ଉତ୍ତର ରାଜ୍ୟ କୁ “ଇସ୍ରାଏଲ “କୁହାଗଲା I
  • ଅନେକ ସମୟରେ ଇସ୍ରାଏଲ ଶବ୍ଦ କୁ “ଇସ୍ରାଏଲ ଲୋକମାନେ” କିଅବା “ଇସ୍ରାଏଲ ଦେଶ” ରୂପରେ ପୃଷ୍ଠଭୂମି ଅନୁସାରେ ଅନୁବାଦ କରାଯାଏ I

(ଆହୁରି ଦେଖନ୍ତୁ: ଯାକୁବ, ଇସ୍ରାଏଲ ରାଜ୍ୟ, ଜିହୁଡା, ଦେଶ, ଇସ୍ରାଏଲ ର ବାର ଜାତି)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୦୮:୧୫ ବାର ସନ୍ତାନ ର ବଂଶଧର __ଇସ୍ରାଏଲ __ବାର ଜାତି ହେଲେ I
  • ୦୯:୦୩ ମିସରୀୟ ଲୋକମାନେ ବଳ ପୂର୍ବକ ପୁରା ସହରରେ ଅନେକ କୋଠାଘର ନିର୍ମାଣ କରାଇଲେ I
  • ୦୯:୦୫ ଏକ __ଇସ୍ରାଏଲୀୟ __ ସ୍ତ୍ରୀ ଏକ ଶିଶୁ ସନ୍ତାନ କୁ ଜନ୍ମ ଦେଲେ I
  • ୧୦:୦୧ ସେମାନେ କଜିଲେ, ଏହା __ଇସ୍ରାଏଲ __ର ପରମେଶ୍ୱର କହିଲେ, ମୋର ଲୋକମାନଙ୍କୁ ଯିବାକୁ ଦିଅ” I
  • ୧୪:୧୨ ଏହି ସବୁ ହେଲା ପରେ, ଇସ୍ରାଏଲ ଲୋକମାନେ ପରମେଶ୍ୱର ଓ ମୋଶାଙ୍କ ବିରୁଧରେ ବଚସା କଲେ ଓ ବୁଡ଼ ବୁଡ଼ାଇଲେ I
  • ୧୫:୦୯ ପରମେଶ୍ୱର ଇସ୍ରାଏଲ ଲୋକଙ୍କ ନିମନ୍ତେ ଯୁଦ୍ଧ କଲେ I

ସେ ଆମରୀୟ ଲୋକଙ୍କୁ ଦ୍ୱନ୍ଦରେ ଢାଳିଲେ ଓ ବଡ଼ ବଡ଼ ପଥର ଫପାଡିଲେ କି ଆମରୀୟ ଲୋକଙ୍କୁ ହତ୍ୟା କରନ୍ତି I

  • ୧୫:୧୨ ଏହି ଯୁଦ୍ଧ ପରେ, ପରମେଶ୍ୱର ପ୍ରତ୍ୟକ ଇସ୍ରାଏଲ ଜାତି କୁ ପ୍ରତିଜ୍ଞାତ ଦେଶରେ ନିଜ ଭାଗ ଦେଲେ I

ତା ପରେ ପରମେଶ୍ୱର ଇସ୍ରାଏଲ କୁ ସମସ୍ତ ସୀମାରେ ଶାନ୍ତି ଦେଲେ I

  • ୧୬:୧୬ ପରମେଶ୍ୱର ପୁଣିଥରେ ଇସ୍ରାଏଲ ଲୋକଙ୍କୁ ପ୍ରତିମା ପୂଜା ନିମନ୍ତେ ଦଣ୍ଡିତ କଲେ I
  • ୪୩:୦୬ଇସ୍ରାଏଲ ଲୋକମାନେ, ପରମେଶ୍ୱରଙ୍କ ଶକ୍ତିରେ ଯେପରି ଆପଣମାନେ ଦେଖୁ ଅଛନ୍ତି ଓ ଜାଣି ଅଛନ୍ତି ଯେ ଯୀଶୁ ଅନେକ ଅଦ୍ଭୁତ ଓ ସାମର୍ଥ ଚିହ୍ନ ଦେଖାଇଲେ I

ବୋର୍ଡ ଡାଟା :

  • Strong's: H3478, H3479, H3481, H3482, G935, G2474, G2475

ଈଶ୍ୱରଙ୍କ ଲୋକମାନେ, ମୋହର ଲୋକମାନେ

ସଂଜ୍ଞା

ଏହି “ଈଶ୍ୱରଙ୍କ ଲୋକମାନେ” ପଦଟି ଜଗତ ମଧ୍ୟରୁ ଈଶ୍ୱର ଆହ୍ୱାନ କରି ଆପଣା ସହିତ ଏକ ବିଶେଷ ସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ମନୋନୀତ କରି ବାହାର କରି ଆଣିଥିବା ସେହି ଲୋକମାନଙ୍କୁ ବୁଝାଏ I

  • ଯେତେବେଳେ ଈଶ୍ୱର କହନ୍ତି ” ମୋହର ଲୋକମାନେ”, ସେତେବେଳେ ସେ ଆପଣା ସହିତ ଏକ ସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ମନୋନୀତ କରି ବାହାର କରି ଆଣିଥିବା ସେହି ଲୋକମାନଙ୍କ ବିଷୟରେ କହନ୍ତି I
  • ଈଶ୍ୱରଙ୍କ ଲୋକମାନେ ତାହାଙ୍କ ଦ୍ୱାରା ମନୋନୀତ ଏବଂ ଜଗତଠାରୁ ପୃଥକୀକୃତ ଅଟନ୍ତି ଯେପରି ସେମାନେ ତାହାଙ୍କ ସନ୍ତୋଷଜନକ ଭାବରେ ଜୀବନଯାପନ କରିବେ I

ସେ ମଧ୍ୟ ସେମାନଙ୍କୁ ତାହାଙ୍କର ସନ୍ତାନଗଣ ବୋଲି ସମ୍ବୋଧନ କରନ୍ତି I

  • ପୁରାତନ ନିୟମରେ, “ଈଶ୍ୱରଙ୍କ ଲୋକମାନେ” କହିଲେ ଇସ୍ରାଏଲ ଜାତିକୁ ବୁଝାଏ, ଯାହା ଈଶ୍ୱରଙ୍କ ଦ୍ୱାରା ମନୋନୀତ ହୋଇଥିଲା ଏବଂ ପୃଥିବୀର ଅନ୍ୟ ଦେଶୀୟମାନଙ୍କଠାରୁ ପୃଥକୀକୃତ ହୋଇଥିଲା ଯେପରି ସେମାନେ ତାହାଙ୍କର ସେବା କରିବେ ଓ ବାଧ୍ୟ ହେବେ I
  • ନୂତନ ନିୟମରେ, “ଈଶ୍ୱରଙ୍କ ଲୋକମାନେ” କହିଲେ ବିଶେଷ ଭାବରେ ଉଲ୍ଲେଖ ହୁଏ ଯେ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ଏବଂ ମଣ୍ଡଳୀ ବୋଲି ସମ୍ବୋଧିତ ହୁଅନ୍ତି, ସେମାନେ ଈଶ୍ୱରଙ୍କ ଲୋକମାନେ ଅଟନ୍ତି I

ଏହା ଉଭୟ ଯିହୂଦୀମାନଙ୍କୁ ଏବଂ ଗ୍ରୀକମାନୁ ଅନ୍ତର୍ଭୁକ୍ତ କରେ I

ଅନୁବାଦ ନିମନ୍ତେ ପ୍ରସ୍ତାବ ଗୁଡ଼ିକ:

  • “ଈଶ୍ୱରଙ୍କ ଲୋକମାନେ” ପ୍ରତିଶବ୍ଦଟି * “ଈଶ୍ୱରଙ୍କ ଲୋକମାନେ” ବୋଲି ଅନୁବାଦ କରିବା ସହିତ “ଈଶ୍ୱରଙ୍କ ସେବା କରୁଥିବା ଲୋକମାନେ” କିମ୍ୱା “ଯେଉଁ ଲୋକମାନେ ଈଶ୍ୱରଙ୍କ ସେବା କରନ୍ତି” କିମ୍ୱା “ଯେଉଁମାନେ ଈଶ୍ୱରଙ୍କ ଅଟନ୍ତି” ବୋଲି ଅନୁବାଦ କରାଯାଇପାରେ I
  • ଯେତେବେଳେ ଈଶ୍ୱର କହନ୍ତି ” ମୋହର ଲୋକମାନେ”, ସେତେବେଳେ ଏହାକୁ ଅନ୍ୟ ଭାବରେ ଅନୁବାଦ କଲେ “ମୁଁ ମନୋନୀତ କରିଥିବା ଲୋକମାନେ କିମ୍ୱା “ମୋହର ଉପାସନା କରୁଥିବା ଲୋକମାନେ” ବା “ଆମ୍ଭର ନିଜର ଲୋକମାନେ” ବୋଲି ଅନ୍ତର୍ଭୁକ୍ତ କରାଯାଇପାରେ I
  • ସେହିପରି ଭାବରେ “ତୁମ୍ଭର ଲୋକମାନେ” ପଦକୁ “ତୁମ୍ଭର ନିଜର ଲୋକମାନେ” କିମ୍ୱା “ତୁମ୍ଭର ନିଜସ୍ୱ ହେବା ନିମନ୍ତେ ତୁମ୍ଭ ଦ୍ୱାରା ମନୋନୀତ ଲୋକମାନେ” ବୋଲି ଅନୁବାଦ କରାଯାଇପାରେ I
  • ଆହୁରି ମଧ୍ୟ “ତାହାଙ୍କ ଲୋକମାନେ” ପଦକୁ ତାହାଙ୍କ ନିଜସ୍ୱ ଲୋକମାନେ କିମ୍ୱା “ଈଶ୍ୱରଙ୍କ ନିଜସ୍ୱ ହେବା ନିମନ୍ତେ ତାହାଙ୍କ ଦ୍ୱାରା ମନୋନୀତ ଲୋକମାନେ” ବୋଲି ଅନୁବାଦ କରାଯାଇପାରେ I

(ଆହୁରି ଦେଖ: ଇସ୍ରାଏଲ୍, ଲୋକ ଦଳ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H430, H5971, G2316, G2992

ଉତ୍ତମ, ଉତ୍ତମତା, ଉପଯୁକ୍ତ, ଯଥାର୍ଥ,ସୁଖଦ,ଅଧିକ ଉତ୍ତମ, ସର୍ବଶ୍ରେଷ୍ଠ, ସର୍ବୋତ୍ତମ, ସର୍ବୋତ୍କୃଷ୍ଟ

ସଂଜ୍ଞା:

“ଉତ୍ତମ“ ଶବ୍ଦର ସାଧାରଣତ କିଛି କିମ୍ବା କାହାର ଗୁଣର ଏକ ସକରାତ୍ମକ ମୂଲ୍ୟାଙ୍କନକୁ ବୁଝାଏ, ପ୍ରାୟତ ଏକ ନୌତିକ କିମ୍ବା ଭାବପ୍ରବଣ ଭାବରେ। ଅବଶ୍ୟ, ଶବ୍ଦଟି ପ୍ରସଙ୍ଗରେ ନିର୍ଭର କରି ବାଇବଲରେ ବିଭିନ୍ନ ପ୍ରକାରର ଭାବ ବା ମତ ବ୍ୟକ୍ତ କରିଥାଏ।

  • “ଭଲ” କିଛି ଭାବପ୍ରବଣ ଭାବରେ ସୁଖଦ, ସଦାଚାରପୂର୍ଣ୍ଣ ଭାବରେ ସଠିକ୍, ଉତ୍କୃଷ୍ଟ, ସାହାଯ୍ୟକାରୀ, ଉପଯୁକ୍ତ କିମ୍ବା ଲାଭଦାୟକ ହୋଇପାରେ।
  • ବାଇବଲରେ, “ଉତ୍ତମର” ସାଧାରଣ ଅର୍ଥ ଅଧିକାଂଶ ସମୟରେ “ମନ୍ଦ” ସହିତ ଭିନ୍ନ ହୋଇଥାଏ।

ଅନୁବାଦ ପ୍ରସ୍ତାବ:

  • “ଉତ୍ତମ“ ନିମନ୍ତେ ଲକ୍ଷ କରିବା ଭାଷା ଯେଉଁଠାରେ ଏହାର ସାଧାରଣ ଅର୍ଥ ନିର୍ଭୁଲ୍ ଓ ପ୍ରାକୃତିକ ହୋଇ ଥିବ ତାହାକୁ ବ୍ୟବହାର କରା ଯିବା ଆବଶ୍ୟକ ଅଟେ, ବିଶେଷ କରି ଏହା ଯେତେବେଳେ ପ୍ରସଙ୍ଗରେ ମନ୍ଦତାର ବିପରୀତ ହୁଏ।
  • ପ୍ରସଙ୍ଗରେ ନିର୍ଭର କରି, ଅଲଗା ଅନୁବାଦ କଲେ ଏହାର ଅର୍ଥ “ଦୟା” କିମ୍ବା “ସର୍ବୋତ୍ତମ“ କିମ୍ବା “ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା“ କିମ୍ବା "ଧାର୍ମିକତା“ କିମ୍ବା “ନୌତିକତାରେ ସରଳ“ କିମ୍ବା “ଲାଭଦାୟକ” ଅନ୍ତର୍ଭୁକ୍ତ ହୋଇପାରେ।* “ଉତ୍ତମ ଭୂମି“ ଯେପରି “ଉର୍ବର ଭୂମି” କିମ୍ବା “ଫଳପ୍ରଦ ଭୂମି“ ରୂପରେ ଅନୁବାଦ କରାଯାଇପାରେ; “ଉତ୍ତମ ଶସ୍ୟ“ ଯେପରି “ପ୍ରଚୁର ଫସଲ” କିମ୍ବା “ବହୁଳ ପରିମାଣର ଶସ୍ୟ” ରୂପରେ ଅନୁବାଦ କରାଯାଇପାରେ।
  • “ଉତ୍ତମ କରିବାକୁ“ ବାକ୍ୟାଂଶର ଅର୍ଥ ଏପରି କିଛି କର ଯାହା ଅନ୍ୟମାନଙ୍କ ନିମନ୍ତେ ଲାଭଦାୟକ ହୋଇପାରେ ଯେପରି “ଦୟଳୁ ହେବା" କିମ୍ବା “ସାହାଯ୍ୟ” କିମ୍ବା କାହାକର “ଲାଭଦାୟକ“ କିମ୍ବା "କାହାର ଉନ୍ନତିକରିବା" ଭାବରେ ଅନୁବାଦ କରାଯାଇପାରେ।
  • “ବିଶ୍ରାମ ଦିନରେ ଉତ୍ତମ କାର୍ଯ୍ୟ କରିବାର” ଆର୍ଥ ଯଥା "ଏପରି କାର୍ଯ୍ୟ କର ଯାହା ବିଶ୍ରାମ ଦିନରେ ଅନ୍ୟମାନଙ୍କୁ ସାହାଯ୍ୟ କରିବ।"
  • ପ୍ରସଙ୍ଗରେ ନିର୍ଭର କରି, “ଉତ୍ତମତା ବା ଦୟାଳୁତା” ଶବ୍ଦକୁ ବିଭିନ୍ନ ଭାବରେ ଅନୁବାଦ କଲେ “ଆଶୀର୍ବାଦ” କିମ୍ବା “ଦୟା” କିମ୍ବା "ନୌତିକ ସିଦ୍ଧତା" କିମ୍ବା “ଧାର୍ମିକତା” କିମ୍ବା “ଶୁଦ୍ଧତା” ଅନ୍ତର୍ଭୁକ୍ତ ହୋଇପାରେ।

(ପୁନଶ୍ଚ ଦେଖନ୍ତୁ: ଧାର୍ମିକ, ଉନ୍ନତି, ମନ୍ଦ

ବାଇବଲ ପଦ ପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • 01:04 ଈଶ୍ୱର ଦେଖିଲେ ଯେ ସେ ଯାହା ସୃଷ୍ଟି କରିଅଛନ୍ତି ତାହା ଉତ୍ତମ ଅଟେ।
  • 01:11 ଈଶ୍ୱର ଉତ୍ତମ ଓ ମନ୍ଦର ଜ୍ଞାନ ଦାୟକ ବୃକ୍ଷ ରୋପଣ କଲେ।
  • 01:12 ତହିରେ ଈଶ୍ୱର କହିଲେ, “ମନୁଷ୍ୟର ଏକୁଟିଆ ରହିବା ଉତ୍ତମ ନୁହଁ।"
  • 02:04”ଈଶ୍ୱର ତାହା ଜାଣନ୍ତି ଯେ ଯେତେବେଳେ ତୁମେ ତାହା ଖାଇବ, ତୁମ୍ଭେମାନେ ଈଶ୍ୱରଙ୍କ ପରି ହୋଇ ଯିବ ଓ ତୁମ୍ଭେମାନେ ତାହାଙ୍କ ପରି ଉତ୍ତମ ଓ ମନ୍ଦ ଜ୍ଞାନ ବୁଝିପାରିବ।
  • 08:12”ତୁମ୍ଭେମାନେ ମୋ ସହିତ ମନ୍ଦ ବ୍ୟବହାର କଲ ଯେତେବେଳେ ତୁମ୍ଭେମାନେ ମୋତେ କ୍ରୀତଦାସ କରି ବିକ୍ରୟ କରି ଦେଲ କିନ୍ତୁ ଈଶ୍ୱର ସେହି ମନ୍ଦତାକୁ ଉତ୍ତମ ନିମନ୍ତେ ବ୍ୟବହାର କଲେ!”
  • 14:15 ଯିହୋଶୂୟ ଜଣେ ଉତ୍ତମ ନେତା ଥିଲେ କାରଣ ସେ ଈଶ୍ୱରଙ୍କୁ ଆସ୍ଥା ରଖିଥିଲେ ଏବଂ ତାହାଙ୍କ ଆଜ୍ଞାକାରୀ ହେଉଥିଲେ।
  • 18:13 ଏମାନଙ୍କ ମଧ୍ୟରୁ କେତେକ ରାଜା ଉତ୍ତମ ପୁରୁଷ ଥିଲେ ଯେଉଁମାନେ ଧର୍ମରେ ଶାସନ ଓ ଈଶ୍ୱରଙ୍କ ଉପାସନା କରୁଥିଲେ।
  • 28:01ସତ ବା ଉତ୍ତମ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୋତେ କଅଣ କରିବା ଆବଶ୍ୟକ?” ଯୀଶୁ ତାହାକୁ କହିଲେ, “ତୁମେ କାହିଁକି ମୋତେ 'ସତ ବା ଉତ୍ତମ' କହୁଅଛ?” କେବଳ ଜଣେ ହିଁ ସତ ବା ଉତ୍ତମ ଯେ କେବଳ ଈଶ୍ୱର ଅଟନ୍ତି।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H117, H145, H155, H202, H239, H410, H1580, H1926, H1935, H2532, H2617, H2623, H2869, H2895, H2896, H2898, H3190, H3191, H3276, H3474, H3788, H3966, H4261, H4399, H5232, H5750, H6287, H6643, H6743, H7075, H7368, H7399, H7443, H7999, H8231, H8232, H8233, H8389, H8458, G14, G15, G18, G19, G515, G744, G865, G979, G1380, G2095, G2097, G2106, G2107, G2108, G2109, G2114, G2115, G2133, G2140, G2162, G2163, G2174, G2293, G2565, G2567, G2570, G2573, G2887, G2986, G3140, G3617, G3776, G4147, G4632, G4674, G4851, G5223, G5224, G5358, G5542, G5543, G5544

ଉତ୍ତରାଧିକାରୀ, ଅଧିକାର,ପରମ୍ପରା, ଦାୟାଦ

ସଂଜ୍ଞା:

ଉତ୍ତରାଧିକାରୀ ଶବ୍ଦ ପିତାମାତା କିଅବା କେଉଁ ବ୍ୟକ୍ତିଠାରୁ ଏକ ବିଶେଷ ସମ୍ପର୍କ ଥିବା ହେତୁ ବହୁମୂଲ୍ୟ ବସ୍ତୁ ଗ୍ରହଣ କରିବାକୁ ଦର୍ଶାଏ I “ଅଧିକାର” ତାହା ଯାହା ଗ୍ରହଣ କରୁ “

  • ଭୌତିକ “ଅଧିକାର” ଯାହା ଗ୍ରହଣ କରାଯାଏ ହୋଇପାରେ ତାହା ଅର୍ଥ, ଭୂମି କିଅବା ଅନ୍ୟ କୌଣସି ସମ୍ପତି ହୋଇପାରେ I
  • ଏକ ଆତ୍ମିକ ଅଧିକାର ତାହା ଯାହା ପରମେଶ୍ୱର ଯେ ଯୀଶୁଙ୍କ ଉପରେ ବିଶ୍ୱାସ କରନ୍ତି ସେହି ସମସ୍ତଙ୍କୁ ସେ ପ୍ରଦାନ କରନ୍ତି ଯାହାକି ଏହି ବର୍ତ୍ତମାନ ଜୀବନର ଆଶୀର୍ବାଦ ସହିତ ଅନନ୍ତ ଜୀବନ ମଧ୍ୟ ଅନ୍ତର୍ଭୁକ୍ତ ଅଛି I
  • ବାଇବଲ ମଧ୍ୟ କୁହେ କି ପରମେଶ୍ୱର ଙ୍କ ଲୋକମାନେ ତାହାଙ୍କ ଉତ୍ତରାଧିକାରୀ ଅଟନ୍ତି, ଯାହାକି ସେମାନେ ତାହାଙ୍କର ଅଟନ୍ତି ; ସେମାନେ ତାହାଙ୍କର ବହୁମୂଲ୍ୟ ସମ୍ପତି ଅଟନ୍ତି I
  • ପରମେଶ୍ୱର ଅବ୍ରହାମ୍ ଓ ତାହାଙ୍କ ବଂଶଧର କୁ ଏହି ପ୍ରତିଜ୍ଞା କରିଥିଲେ କି ସେମାନେ କିଣାନ ଦେଶର ଅଧିକାରୀ ହେବେ, ଯାହା କି ତାହାଙ୍କ ନିମନ୍ତେ ଚିରଦିନ ପାଇଁ ହୋଇ ଯିବ I
  • ଏହାର ଏକ ସାଙ୍କେତିକ ଓ ଆତ୍ମିକ ଅର୍ଥ ମଧ୍ୟ ଅଛି ଯାହା ଯେଉଁମାନେ ପରମେଶ୍ୱରଙ୍କର ଅଟନ୍ତି ସେହିମାନେ “ଦେଶର ଅଧିକାରୀ ହେବେ “ବୋଲି କୁହାଯାଏ I

ଏହାର ଅର୍ଥ ହେଉଛି ସେମାନେ ଶାରୀରିକ ଓ ଆତ୍ମିକ ଭାବେ ପରମେଶ୍ୱର ଙ୍କଠାରୁ ଫଳପ୍ରଦ ଓ ଆଶୀର୍ବାଦ ପ୍ରାପ୍ତ ହେବେ I

  • ନୂତନ ନିୟମରେ, ପରମେଶ୍ୱର ପ୍ରତିଜ୍ଞା କଲେ ଯେ ଯେଉଁମାନେ ଯୀଶୁଙ୍କ ଉପରେ ବିଶ୍ୱାସ କରନ୍ତି, ସେମାନେ “ପରିତ୍ରାଣ ର ଅଧିକାରୀ ହେବେ “ଓ “ଅନନ୍ତ ଜୀବନର ଅଧିକାରୀ ହେବେ” I

ଏହାକୁ “ପରମେଶ୍ୱରଙ୍କ ରାଜ୍ୟ ର ଅଧିକାରୀ ହେବେ “ବୋଲି ବ୍ୟାଖ୍ୟା କରାଯାଏ I ଏହା ଏକ ଆତ୍ମିକ ଅଧିକାର ଯାହା ଚିରଦିନ ପାଇଁ ରହେ I

  • ଏହି ଶବ୍ଦ ପାଇଁ ଆଉ କେତେକ ସାଙ୍କେତିକ ଅର୍ଥ ଅଛି:
  • ବାଇବଲ କୁହେ କି ଜ୍ଞାନୀ ଲୋକମାନେ “ମହିମାର ଅଧିକାରୀ” ହେବେ ଓ ଧାର୍ମିକ ଲୋକମାନେ “ଉତ୍ତମ ପଦାର୍ଥର ଅଧିକାରୀ ହେବେ” I
  • “ପ୍ରତିଜ୍ଞା ର ଅଧିକାରୀ ହେବାର” ଅର୍ଥ ହେଲା ପରମେଶ୍ୱର ଯେଉଁ ଉତ୍ତମ ବସ୍ତୁ ତାହାଙ୍କ ଲୋକଙ୍କନିମନ୍ତେ ପ୍ରତିଜ୍ଞା କରିଅଛନ୍ତି ତାହା ଗ୍ରହଣ କରିବା I
  • ଏହି ଶବ୍ଦ ନକାରାତ୍ମକ ରୂପରେ ମଧ୍ୟ ଯେଉଁମାନେ ମୁର୍ଖ ଓ ଅନାଜ୍ଞାକାରୀ ଲୋକଙ୍କୁ ଦର୍ଶାଇବା ନିମନ୍ତେ ବ୍ୟବହାର କରାଯାଏ I

ଏହାର ଅର୍ଥ ସେମାନେ ତାହାଙ୍କର ପାପ କର୍ମର ଫଳ ପାଇବେ ଯାହା ଦଣ୍ଡ ଓ ନୀଚ ଜୀବନଯାପନ ଅନ୍ତର୍ଭୁକ୍ତ ଅଟେ I

ଅନୁବାଦ ପ୍ରସ୍ତାବ:

  • ସବୁବେଳେ ମନେ ରଖନ୍ତୁ କି କଅଣ ଏହି ଶବ୍ଦ ସ୍ଥାନୀୟ ଭାଷାରେ ଉପଲବ୍ଧ ଅଟେ, ଅଧିକାର କିଅବା ଉତ୍ତରାଧିକାରୀ ଓ କଅଣ ଏହି ଶବ୍ଦର ବ୍ୟବହାର ହୁଏ I

  • ପୃଷ୍ଠଭୂମି ଉପରେ ନିର୍ଭର କରି, “ଅଧିକାର” ଶବ୍ଦ କୁ “ଗ୍ରହଣ” କିଅବା “ଅଧିକାରରେ ନେବା “କିଅବା “ସମ୍ପତିକୁ ଆସିବା “ରୂପରେ ଅନୁବାଦ କରାଯାଇପାରେ I

  • ଅଲଗା ପ୍ରକାରେ “ଅଧିକାର” କୁ ଅନୁବାଦ କରାଯାଇପାରେ ଯେପରିକି “ପ୍ରତିଜ୍ଞା ର ବରଦାନ “କିଅବା “ସୁରକ୍ଷିତ ସମ୍ପତି “ରୂପରେ ଅନୁବାଦ କରାଯାଇପାରେ I

  • ଯେତେବେଳେ ପରମେଶ୍ୱରଙ୍କ ଲୋକମାନେ “ତାହାଙ୍କ ଅଧିକାର” କୁହାଯାଏ , ଏହା କୁ “ଏକ ବହୁମୂଲ୍ୟ ତାହାଙ୍କର ହୋଇ ଯିବା “ରୂପରେ ଅନୁବାଦ କରାଯାଏ I

  • “ଉତ୍ତରାଧିକାରୀ” ଶବ୍ଦ କୁ କୌଣସି ଏକ ଶବ୍ଦ କିଅବା ବାକ୍ୟାଂଶ ରୂପରେ ଅନୁବାଦ କଲେ ତାହା “ସୌଭାଗ୍ୟ ପ୍ରାପ୍ତ ସନ୍ତାନ ଯେ ନିଜ ପିତାର ସମ୍ପତି ପ୍ରାପ୍ତ କରୁ ଅଛି “କିଅବା “ଏକ ବ୍ୟକ୍ତିକୁ ବଛା ଯାଇ ଅଛି ଆତ୍ମିକ ସମ୍ପତି କିଅବା ଆଶୀର୍ବାଦ (ପରମେଶ୍ୱରଙ୍କର) ଗ୍ରହଣ କରିବା ନିମନ୍ତେI

  • “ଦାୟାଦ “ଶବ୍ଦ କୁ “ପରମେଶ୍ୱରଙ୍କଠାରୁ ଆଶୀର୍ବାଦ “ଆଶୀର୍ବାଦ ର ଅଧିକାର “ରୂପରେ ଅନୁବାଦ କରାଯାଇପାରେ I

(ଆହୁରି ଦଖାନ୍ତୁ: ଦାୟାଦ, କିଣାନ, ପ୍ରତିଜ୍ଞାତ ଦେଶ)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୦୪:୦୬ ଯେତେବେଳେ ଅବ୍ରହାମ୍ କିଣାନରେ ପହଂଚିଲେ, ପରମେଶ୍ୱର କହିଲେ, “ତୁମ୍ଭର ଚତୁର୍ ପାର୍ଶ୍ୱରେ ଦେଖ I

ମୁଁ ତୁମ୍ଭକୁ ଓ ତୁମ୍ଭର ବଂଶଧର କୁ ଯେଉଁଜାଏ ତୁମ୍ଭେ ଦେଖୁ ଅଚ୍ଛ ଏହି ସମସ୍ତ ଦେଶ ତୁମ୍ଭ ଅଧିକାର ନିମନ୍ତେ ଦେବା I

  • ୨୭:୦୧ ଗୋଟିଏ ଦିନ, ଯିହୁଦୀ ବ୍ୟବସ୍ଥା ର ଏକ ବିଜ୍ଞ ବ୍ୟକ୍ତି ଯୀଶୁଙ୍କ ପାଖକୁ ଆସି ତାହାକୁ ପରୀକ୍ଷା କରିବା ନିମନ୍ତେ ପଚାରିଲେ, “ହେ ସଦଗୁରୁ, ଅନନ୍ତ ଜୀବନର __ଅଧିକାରୀ __ହେବା ନିମନ୍ତେ ମୁଁ କଅଣ କରିବି?”
  • ୩୫:୦୩ “ଗୋଟିଏ ବ୍ୟକ୍ତିଥିଲେ ଯାହାର ଦୁଇଟି ପୁତ୍ରଥିଲେ”

ଛୋଟ ପୁତ୍ର ତାହାର ପିତାକୁ କହିଲା,”ପିତା, ମୋତେ ମୋର ଅଧିକାର ବର୍ତ୍ତମାନ ଦେଇ ଦିଅନ୍ତୁ!” ତେଣୁ ପିତା ତାହାର ସମ୍ପତି ଦୁଇ ପୁତ୍ର ମଧ୍ୟରେ ବାଣ୍ଟି ଦେଲେ I “

ବୋର୍ଡ ଡାଟା :

  • Strong's: H2490, H2506, H3423, H3425, H4181, H5157, H5159, G2816, G2817, G2819, G2820

ଉତ୍ସାହ, ଉତ୍ସାହୀ

ସଂଜ୍ଞା:

“ଉତ୍ସାହ” ଏବଂ “ଉତ୍ସାହୀ” ଶବ୍ଦ ସବୁ ଜଣେ ବ୍ୟକ୍ତି କିଅବା ଚିନ୍ତାପ୍ରସୂତ ଯୋଜନା ଦୃଢ଼ ଭାବରେ ବିଶ୍ୱସ୍ତ ସମର୍ଥନ କରୁଥିବାକୁ ଦର୍ଶାଏ।

  • ଏକ ଉତ୍ତମ କାମକୁ ଆଗେ ବଢ଼ାଇବା ନିମନ୍ତେ ଦୃଢ ଇଚ୍ଛା ଓ ଆର୍ଯ୍ୟ ତାହା କାର୍ଯ୍ୟର କରିବାକୁ ଉତ୍ସାହିତ କରେ। ଏହା ଅଧିକାଂଶ ସମୟରେ ବିଶିଷ୍ଟ ବ୍ୟକ୍ତିକୁ ଦର୍ଶାଏ ଯିଏ ବିଶ୍ୱସ୍ଥ ହୋଇ ଈଶ୍ୱରଙ୍କର ଆଜ୍ଞା ପାଲାନ କରେ ଏବଂ ଅନ୍ୟମାନଙ୍କୁ ତାହା କରିବାକୁ ମଧ୍ୟ ଶିକ୍ଷା ଦିଏ।
  • ଉତ୍ସାହୀ ହେବାର ଅର୍ଥ ହେଉଛି କିଛି କରିବା ନିମନ୍ତେ ପ୍ରବଳ ଇଚ୍ଛା କରିବା ଓ ସେହି ପ୍ରୟାସରେ ସ୍ଥିର ରହିବାକୁ ଅନ୍ତର୍ଭୁକ୍ତ କରେ।
  • ”ପ୍ରଭୁଙ୍କ ଉତ୍ସାହ” କିଅବା “ସଦାପ୍ରଭୁଙ୍କ ଉତ୍ସାହ” ପରମେଶ୍ୱରଙ୍କ ଦୃଢ, ସ୍ଥିର କାର୍ଯ୍ୟସବୁକୁ ତାହାଙ୍କ ଲୋକମାନଙ୍କୁ ଆଶୀର୍ବାଦ କରିବାକୁ କିମ୍ବା ନ୍ୟାୟ ଦେଖିବାକୁ।

ଅନୁବାଦ ପ୍ରସ୍ତାବ:

  • “ଉତ୍ସାହୀ ହେବାକୁ" ମଧ୍ୟ “ଦୃଢ ଭାବରେ ପରିଶ୍ରମ କରିବାକୁ” କିମ୍ବା “ପ୍ରବଳ ଚେଷ୍ଟା” ରୂପରେ ଅନୁବାଦ କରାଯାଇପାରେ।
  • “ଉତ୍ସାହ” ତଥ୍ୟ ପ୍ରକାଶ କରୁଥ‌ିବା ଶବ୍ଦକୁ “ଉତ୍ସାହୀ ଭକ୍ତି” ଭାବରେ ଅନୁବାଦ କରାଯାଇପାରେ କିମ୍ବା “ଆଗ୍ରହୀ ଦୃଢ ପ୍ରତିଜ୍ଞା“ କିମ୍ବା “ଧାର୍ମିକ ଅତିଉତ୍ସାହ“ ରୂପରେ ଅନୁବାଦ କରାଯାଇପାରେ।
  • “ତୁମ୍ଭ ଗୃହ ନିମନ୍ତେ ଉତ୍ସାହ” ବାକ୍ୟାଂଶକୁ “ଦୃଢ଼ ଭାବରେ ତୁମ୍ଭ ମନ୍ଦିରକୁ ସମ୍ମାନ ଦେବା” କିମ୍ବା “ତୁମ୍ଭ ଘରର ଯତ୍ନ ନେବା ନିମନ୍ତେ ଆଗ୍ରହପୂର୍ଣ୍ଣ ବ୍ୟଗ୍ର“ ଭାବରେ ଅନୁବାଦ କରାଯାଇ ପାରିବ।

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H7065, H7068, G2205, G2206, G2207, G6041

ଉତ୍ସାହିତ କରିବା, ଉପଦେଶ ବା ପରାମର୍ଶ

ସଂଜ୍ଞା:

“ଉତ୍ସାହିତ” ଶବ୍ଦଟି କୌଣସି ବ୍ୟକ୍ତିକୁ ଦୃଡତା ଭାବରେ ସାହସ ବଢ଼ାଏ ଏବଂ ଯାହା ଯଥାର୍ଥ ତାହା କରିବା ପାଇଁ ପ୍ରେରଣା କରେI ଏପରି ପ୍ରୋତ୍ସାହନକୁ “ଉପଦେଶ ବା ପରାମର୍ଶ” ବୋଲି କୁହାଯାଏ।

  • ଉପଦେଶ ବା ପରାମର୍ଶର ଉଦ୍ଦେଶ୍ୟ ହେଲା ଅନ୍ୟ ଲୋକମାନଙ୍କୁ ପାପରୁ ଦୂରେଇ ହୋଇ ଈଶ୍ୱରଙ୍କ ଇଛାକୁ ଅନୁକରଣ କରିବା ପାଇଁ ମନାଇବା।
  • ନୂତନ ନୀୟମ ଖ୍ରୀଷ୍ଟିୟାନମାନଙ୍କୁ ପରସ୍ପରକୁ କଠୋର କିମ୍ୱା ରୂଢ଼ ଭାବରେ ନ କରି ପ୍ରେମରେ ଉତ୍ସାହିତ କରିବା ପାଇଁ ଶିକ୍ଷା ଦିଏ।

ଅନୁବାଦ ପ୍ରସ୍ତାବନା:

  • ପୃଷ୍ଟଭୂମିକୁ ଆଧାର କରି “ଉତ୍ସାହିତ” ଶବ୍ଦଟିକୁ “ଦୃଡ଼ ଭାବରେ ପ୍ରେରଣା କରିବା” କିମ୍ୱା “ମନାଇବା” କିମ୍ୱା “ଉପଦେଶ” ଦେବା ଭାବରେ ଭାଷାନ୍ତର କରାଯାଇପାରେ।
  • ନିଶ୍ଚିତ କରନ୍ତୁ ଏହି ଶବ୍ଦଟିର ଭାଷାନ୍ତର ଉତ୍ସାହକାରୀର କ୍ରୋଧକୁ ପ୍ରକାଶ ନ କରେ। ଏହି ଶବ୍ଦଟି ଶକ୍ତି ଓ ଆନ୍ତରିକତା ପ୍ରକାଶ କରିବା ଉଚିତ ମାତ୍ର ଏହା କୋଣସି କ୍ରୋଧର ବକ୍ତବ୍ୟକୁ ବୁଝାଏ ନାହିଁ।
  • ଅଧିକାଂଶ ପୃଷ୍ଟଭୂମିରେ, “ଉତ୍ସାହ” ଶବ୍ଦଟିକୁ ଭିନ୍ନ ଭାବରେ ମଧ୍ୟ ଭାଷାନ୍ତର କରାଯାଇପାରେ ଯେପରି "ସାହସ ବଢ଼ାଇବା," ଯାହାର ଅର୍ଥ ଆଶ୍ୱସ୍ତ କରିବା, କିମ୍ୱା ସ୍ୱାନ୍ତନା ଦେବା।
  • ସାଧାରଣତଃ ଏହିଶବ୍ଦଟିକୁ “ଅନୁଯୋଗ” ଛଢ଼ା ଭିନ୍ନ ଭାବରେ ଅନୁବାଦ କରାଯାଇପାରିବ ଯେପରି ଅନ୍ୟମାନଙ୍କୁ ଖରାପ ଆଚରଣରୁ ସଂଶୋଧନ କରିବା କିମ୍ୱା ସତର୍କକରାଇ ଦେବା।

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: G3867, G3870, G3874, G4389

ଉନ୍ନତ, ଉନ୍ନତହେବା, ଉନ୍ନତ, ପଦୋନ୍ନତି

ପରିଭାଷା:

ଉନ୍ନତ କରିବା ଅର୍ଥ କାହାକୁ ଗଭୀର ସମ୍ମାନ ଏବଂ ପ୍ରଶଂସା କରିବା I ଏହା ମଧ୍ୟ ଏହି ଅର୍ଥରେ ବ୍ୟବହାର ହୁଏ ଯେପରି କାହାକୁ ଉଚ୍ଚ ପଦରେ ଭୁଷିତ କରିବା I

  • ବାଇବଲର ଉନ୍ନତ ଶବ୍ଦଟି ପ୍ରଭୁଙ୍କୁ ଉନ୍ନତ କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି I
  • ଯେତେବେଳେ ଜଣେ ନିଜକୁ ଉନ୍ନତ କରେ ଏହାର ଅର୍ଥ ହେଲା ସେ ଗର୍ବ କରେ ଏବଂ ଅହଂକାର କରେ I

ଭାଷାନ୍ତର ପାଇଁ ପ୍ରସ୍ତାବନା:

  • ”ଉନ୍ନତ” ଶବ୍ଦଟି ବିଭିନ୍ନ ଭାବରେ ଭାଷାନ୍ତର କରାଯାଇପାରେ ଯେପରି “ଅଧିକ ପ୍ରଶଂସା କରିବା” କିମ୍ୱା “ଅଧିକ ସମ୍ମାନ ଦେବା” କିମ୍ୱା “ଗୌରବ ଦେବା” କିମ୍ୱା “ପ୍ରଶଂସା କରିବା” I
  • କିଛି କ୍ଷେତ୍ରରେ ଏହାକୁ ମଧ୍ୟ “ଉଚ୍ଚ ପଦରେ ରଖିବା” କିମ୍ୱା “ଅଧିକ ସମ୍ମାନ ଦେବା” କିମ୍ୱା “ଗର୍ବରେ କହିବା” ଭାବରେ ଭାଷାନ୍ତର କରାଯାଇପାରେ I
  • ”ନିଜକୁ ଉନ୍ନତ କର ନାହିଁ” କୁ “ନିଜ ବିଷୟରେ ଗର୍ବ କର ନାହିଁ” କିମ୍ୱା “ନିଜ ବିଷୟରେ ଅହଂକାର କର ନାହିଁ” I
  • ”ଯେଉଁମାନେ ନିଜକୁ ଉନ୍ନତ କରନ୍ତି” କୁ “ଯେଉଁମାନେ ଗର୍ବ କରନ୍ତି” କିମ୍ୱା “ନିଜ ବିଷୟରେ ଅହଂକାର କର ନାହିଁ” I

(ମଧ୍ୟ ଦେଖନ୍ତୁ:ପ୍ରଶଂସା, ଉପାସନା, ମହିମା,ଅହଂକାର,ଗର୍ବ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1361, H4984, H5375, H5549, H5927, H7311, H7426, H7682, G1869, G5229, G5251, G5311, G5312

ଉପଯୁକ୍ତ, ଯୋଗ୍ୟପଣ, ଅନପଯୁକ୍ତ, ମୂଲ୍ୟହୀନ

ସଂଜ୍ଞା:

ଉପଯୁକ୍ତ ଶବ୍ଦ କାହାକୁ କିଅବା କିଛି କୁମାନ ଓ ସମ୍ମାନ ଦେବାକୁ ଦର୍ଶାଏ I “ଯୋଗ୍ୟପଣ ଅଛି” ର ଅର୍ଥ ମହାତତା ଓ ମୂଲ୍ୟ ଅଛି ଅଟେ I “ଅନପଯୁକ୍ତ” ର ଅର୍ଥ କୌଣସି ମୂଲ୍ୟ ନାହିଁ ଅଟେ I

  • ”ଉପଯୁକ୍ତତା” ହେବାର ଅର୍ଥ ହେଉଛି ମୂଲ୍ୟବାନ ହେବା ଓ ମହାତତା ରଖିବା ଅଟେ I
  • “ଅନପଯୁକ୍ତ” ର ଅର୍ଥ କୌଣସି ବିଶେଷ ଆକର୍ଷଣ ନ ପାଇବା ଅଟେ I
  • ଯୋଗ୍ୟପଣ ଅନୁଭବ ନ କରିବା ର ଅର୍ଥ ହେଉଛି କାହା ତୁଳନାରେ କମ ମହତ୍‌ୱପୂର୍ଣ୍ଣ ଭାବିବା କିଅବା ସମ୍ମାନ ଓ ଦୟଭାବ ର ବିଶେଷ ଅନୁଭବ ପାଇବା I
  • “ଅନପଯୁକ୍ତ” ଓ “ମୂଲ୍ୟହୀନ “ସମାନ ଭାବ ରଖିବା ଶବ୍ଦ କିନ୍ତୁ ଅଲଗା ଅର୍ଥ ଅଟେ I

“ଅନପଯୁକ୍ତ” ହେବାର ଅର୍ଥ ହେଉଛି କୌଣସି ସମ୍ମାନ ନ ପାଇବା କିଅବା “ମୂଲ୍ୟହୀନ “ହେବାର ଅର୍ଥ ହେଉଛି କୌଣସି ଉଦ୍ଦେଶ୍ୟ କିଅବା ମୂଲ୍ୟ ନ ହେବା I

ଅନୁବାଦ ପ୍ରସ୍ତାବ:

  • “ଉପଯୁକ୍ତ “କୁ “ଯୋଗ୍ୟ ହେବା” କିଅବା “ମହତ୍‌ୱ ରଖିବା” କିଅବା “ମୂଲ୍ୟବାନ” ରୂପରେ ଅନୁବାଦ କରାଯାଇପାରେ I
  • “ଯୋଗ୍ୟପଣ” ଶବ୍ଦ କୁ “ମୂଲ୍ୟ” କିଅବା “ମହତ୍‌ୱପୂର୍ଣ୍ଣ” ରୂପରେ ଅନୁବାଦ କରାଯାଇପାରେ I
  • ବାକ୍ୟାଂଶ “ମୂଲ୍ୟ ରହିବା” କୁ “ମୂଲ୍ୟବାନ ହୁଅନ୍ତୁ” କିଅବା “ମହାତତା ରଖନ୍ତୁ” ରୂପରେ ଅନୁବାଦ କରାଯାଇପାରେ I
  • ବାକ୍ୟାଂଶ “ଭାବନାରୁ ଅତି ମୂଲ୍ୟବାନ କୁ “ଅତି ମୂଲ୍ୟବାନଠାରୁ ମଧ୍ୟ” ରୂପରେ ଅନୁବାଦ କରାଯାଇପାରେ I
  • ପୃଷ୍ଠଭୂମି ଉପରେ ନିର୍ଭର କରି, “ଅନପଯୁକ୍ତ” କୁ “ମହତ୍‌ୱପୂର୍ଣ୍ଣ ନୁହେଁ” କିଅବା “ଅସମ୍ମାନ ଜନକ” କିଅବା “ଯୋଗ୍ୟତା ନାହିଁ” ରୂପରେ ଅନୁବାଦ କରାଯାଇପାରେ I
  • “ମୂଲ୍ୟହୀନ “କୁ “ବିନା ମୂଲ୍ୟ ର” କିଅବା “ବିନା “ଉଦ୍ଦେଶ୍ୟ ର” କିଅବା “ଯୋଗ୍ୟପଣ ହିଁ ନାହିଁ “ରୂପରେ ଅନୁବାଦ କରାଯାଇପାରେ I

(ଆହୁରି ଦେଖନ୍ତୁ: ସମ୍ମାନ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H117, H639, H1929, H3644, H4242, H4373, H4392, H4592, H4941, H6994, H7939, G514, G515, G516, G2425, G2661, G2735

ଉପହାର, ବହୁ ଉପହାର

ସଂଜ୍ଞା:

“ଉପହାର” ଶବ୍ଦ ତାହାକୁ ଦର୍ଶାଏ ଯାହା ଦିଆଯାଏ କିଅବା ଉତ୍ସର୍ଗ କରାଯାଏ I ଏକ “ଉପହାର” କିଛି ଫେରସ୍ତ ପାଇବା ଆଶାରେ ଦିଆଯାଏ I

  • ଅର୍ଥ, ଖାଦ୍ୟ, ବସ୍ତ୍ର କିଅବା ଆଉ କିଛି ଯାହା ଗରିବ ଲାକୋମାନଙ୍କୁ ଦିଆଯାଏ ତାହାକୁ ମଧ୍ୟ “ଉପହାର” କୁହାଯାଏ I
  • ବାଇବଲରେ, ଏକ ଦାନ କିଅବା ବଳିଦାନ ଯାହା ପରମେଶ୍ୱରଙ୍କୁ ପ୍ରଦାନ କରାଯାଏ ତାହାକୁ ଉପହାର କୁହାଯାଏ I
  • ପରିତ୍ରାଣ ର ଉପହାର ଏପରି ଏକ ବସ୍ତୁ ଅଟେ ଯାହା ଯୀଶୁଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା ପରମେଶ୍ୱର ଆମକୁ ପ୍ରଦାନ କରନ୍ତି I

ନୂତନ ନିୟମରେ, “ଉପହାର “ଆଉ କିଛି ବିଷୟ କୁ ମଧ୍ୟ ଦର୍ଶାଏ ଯାହା ଏକ ବିଶେଷ ଆତ୍ମିକ ସାମର୍ଥ ଲୋକଙ୍କ ସେବା କରିବା ନିମନ୍ତେ ସମସ୍ତ ବିଶ୍ୱାସୀଙ୍କ ଦିଅନ୍ତିI

ଅନୁବାଦ ପ୍ରସ୍ତାବ:

  • “ଉପହାର” ଶବ୍ଦକୁ ସାଧାରଣ ଭାବରେ ଏକ ଶବ୍ଦ କିଅବା ବାକ୍ୟାଂଶରେ ଅନୁବାଦ କଲେ “କିଛି ବସ୍ତୁ ଯାହାକୁ ଦିଆଯାଏ” ରୂପରେ ହୋଇପାରେ I
  • ପୃଷ୍ଠଭୂମିରେ କିଏ ଯଦି ବରଦାନ ପ୍ରାପ୍ତ କିଅବା ବିଶେଷ ଦକ୍ଷତା ଯାହା ପରମେଶ୍ୱରଙ୍କଠାରୁ ଆସେ ବାକ୍ୟାଂଶ “ଆତ୍ମାଙ୍କ ବରଦାନ” କୁ “ବିଶେଷ ଗୁଣ ଯାହା ପରମେଶ୍ୱର ପ୍ରଦାନ କରି ଅଛନ୍ତି “ରୂପରେ ଅନୁବାଦ କରାଯାଇପାରେ I

(ଆହୁରି ଦେଖନ୍ତୁ: ଆତ୍ମା, ପବିତ୍ର ଆତ୍ମା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H814, H4503, H4864, H4976, H4978, H4979, H4991, H5078, H5083, H5379, H7810, H8641, G334, G1390, G1394, G1431, G1434, G1435, G3311, G5486

ଉପାସନା

ସଂଜ୍ଞା:

“ଉପାସନା” ର ଅର୍ଥ ବିଶେଷ କରି ପରମେଶ୍ୱରଙ୍କୁ ସମ୍ମାନ ଦେବା, ମହିମା କରିବା ଓ ତାହାଙ୍କର ଆଜ୍ଞାକାରୀ ହେବା I

  • ଅଧିକାଂଶ ସମୟରେ ଏହି ଶବ୍ଦର ଅର୍ଥ କାହାକୁ ସମ୍ମାନ ଦେବା ନିମନ୍ତେ “ନତ ମସ୍ତକ ହେବା” କିଅବା “ଷଷ୍ଟାଂଗ ପ୍ରଣାମ କରିବା” ଅଟେ I
  • ପରମେଶ୍ୱରଙ୍କର ସେବା ଓ ସମ୍ମାନ କରି, ପ୍ରଶଂସା କରି ଓ ଆଜ୍ଞାକାରୀ ହୋଇ ଆମେ ତାହାଙ୍କର ଉପାସନା କରୁ I
  • ଯେତେବେଳେ ଇସ୍ରାଏଲ ଲୋକମାନେ ପରମେଶ୍ୱରଙ୍କର ଉପାସନା କରନ୍ତି ତାହା ବେଦୀ ଉପରେ ବଳି ଉତ୍ସର୍ଗ ହୋଇ ଥାଏ I
  • କେତେକ ଲୋକ ମିଥ୍ୟା ଇଶ୍ୱର ଉପାସନା କରନ୍ତି I

ଅନୁବାଦ ପ୍ରସ୍ତାବ:

  • “ଉପାସନା” ଶବ୍ଦ କୁ “ନତ ମସ୍ତକ ହେବା “କିଅବା “ସମ୍ମାନ ଓ ସେବା “କିଅବା “ସମ୍ମାନ ଓ ଆଜ୍ଞାକାରୀ “ରୂପରେ ଅନୁବାଦ କରାଯାଇପାରେ I
  • କେତେକ ପୃଷ୍ଠଭୂମିରେ, ଏହା କୁ “ନମ୍ର ହୋଇ ପ୍ରଶଂସା କରିବା” କିଅବା “ସମ୍ମାନ ଦିଅନ୍ତୁ ଓ ପ୍ରଶଂସା କରନ୍ତୁ” ରୂପରେ ଅନୁବାଦ କରାଯାଇପାରେ I

(ଆହୁରି ଦେଖନ୍ତୁ: ବଳିଦାନ, ପ୍ରଶଂସା, ସମ୍ମାନ)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୧୩:୦୪ ତେବେ ପରମେଶ୍ୱର ତାହାଙ୍କୁ ଚୁକ୍ତି ଦେଇ କହିଲେ, “ମୁଁ ସଦାପ୍ରଭୁ ଅଟେ, ତୁମ୍ଭର ପରମେଶ୍ୱର ଯେତେବେଳେ ମିସରର ଦାସତ୍ୱ ବନ୍ଧନରୁ ଉଦ୍ଧାର କରି ଅଛନ୍ତି I

ଅନ୍ୟ ଈଶ୍ୱରଙ୍କ __ ଉପାସନା__ କର ନାହିଁ I

  • ୧୪:୦୨ କିଣାନୀୟ ଲୋକମାନେ ପରମେଶ୍ୱରଙ୍କର __ ଉପାସନା__ କଲେ ନାହିଁ କି ଆଜ୍ଞାକାରୀ ହେଲେ ନାହିଁ I

ସେମାନେ ଭଣ୍ଡ ଦେବ ଉପାସନା କଲେ ଓ ଅନେକ ମନ୍ଦ କାମ କଲେ I

  • ୧୭:୦୬ ଦାଉଦ ଏକ ମନ୍ଦିର ନିର୍ମାଣ କଲେ ଯେଉଁଠାରେ ସମସ୍ତ ଇସ୍ରାଏଲୀୟ ଲୋକମାନେ ଉପାସନା କରି ପାରନ୍ତି ଓ ତାହାଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରି ପାରନ୍ତି I
  • ୧୮:୧୨ ଇସ୍ରାଏଲ ର ସମସ୍ତ ରାଜ୍ୟ ର ରାଜା ଓ ଅଧିକାଂଶ ଲୋକ ମୂର୍ତ୍ତି ଉପାସନା କଲେ I
  • ୨୫:୦୭ ଯୀଶୁ ଉତ୍ତର ଦେଲେ, “ମୋଠାରୁ ଦୁର ହୁଅ, ଶୟତାନ!

ପରମେଶ୍ୱର ତାହାଙ୍କ ବାକ୍ୟରେ ତାହାଙ୍କ ଲୋକଙ୍କୁ ଆଜ୍ଞା ଦିଅନ୍ତି , “କେବଳ ତୁମ୍ଭର ପ୍ରଭୁ ପରମେଶ୍ୱରଙ୍କର __ ଉପାସନା__ କରା ଓ ତାହାଙ୍କର ସେବା କର” I

  • ୨୬:୦୨ ବିଶ୍ରାମ ଦିନରେ, ସେ (ଯୀଶୁ)ଉପାସନା ସ୍ଥଳ କୁ ଗଲେ I

  • ୪୭:୦୧ ସେମାନେ ସେହିଠାରେ ଏକ ସ୍ତ୍ରୀ ସହିତ ମିସିଲେ ଯାହାର ନାମ ଲିଡିଆଥିଲା ଓ ସେ ଏକ ବ୍ୟବସାୟୀଥିଲା I

  • ସେ ପରମେଶ୍ୱରଙ୍କୁ ପ୍ରେମ କରୁଥିଲେ ଓ ଉପାସନା କରୁଥିଲେ I

  • ୪୯:୧୮ ପରମେଶ୍ୱର ତୁମକୁ ପ୍ରାର୍ଥନା କରିବାକୁ, ବାକ୍ୟ ପଡିବାକୁ ଓ ଅନ୍ୟ ଖ୍ରୀଷ୍ଟିଆନ ସହିତ ମିସି ଉପାସନା କରିବାକୁ କହୁ ଅଛନ୍ତି ଓ ସେ ଯାହା କରି ଅଛନ୍ତି ଅନ୍ୟ କୁ କହିବାକୁ କହୁ ଅଛନ୍ତି I

ବୋର୍ଡ ଡାଟା :

  • Strong's: H5457, H5647, H6087, H7812, G1391, G1479, G2151, G2318, G2323, G2356, G3000, G3511, G4352, G4353, G4573, G4574, G4576

ଏଫୋଦ

ପରିଭାଷା:

ଏଫୋଦ ଏକ ପୋଷାକ ଇସ୍ରାଏଲର ଯାଜକମାନେ ପିନ୍ଧୁଥିଲେ I ଏହାର ଦୁଇଟି ଭାଗଥିଲା, ଆଗ ଏବଂ ପଛ ଯାହା କାନ୍ଧରେ ବନ୍ଧା ଯାଇଥିଲା ଏବଂ କପଡା କଟିରେ ଅଣ୍ଟାରେ ବନ୍ଧା ଯାଇଥିଲା I

  • ଏକ ପ୍ରକାରର ଏଫୋଦ ସାଧାରଣ ପୋଷାକ ଦ୍ୱାରା ତିଆରି ହୋଇଥିଲା ଏବଂ ଯାଜକମାନେ ତାହା ପିନ୍ଧୁଥିଲେ I
  • ଆଉ ଏକ ପ୍ରକାରର ଏଫୋଦ ପ୍ରଧାନ ଯାଜକମାନେ ପିନ୍ଧୁଥିଲେ ଯାହା ସୁବର୍ଣ୍ଣ,ନିଳ,ବାଇଗଣୀ, ଏବଂ ଲାଲ୍ ରଙ୍ଗର ସୂତା ଦ୍ୱାରା ତିଆରି ହୋଇଥିଲା I
  • ପ୍ରଧାନ ଯାଜକଙ୍କ ବୁକୁପଟା ଏଫୋଦର ଆଗ ଭାଗରେ ସଂଯୁକ୍ତ ହୋଇଥିଲା I

ବୁକୁପଟାର ପଛପଟେ ଉରୀମ୍ ଓ ତୁମ୍ମୀମ୍ ରଖା ଯାଇଥିଲା ଯାହାକି ଈଶ୍ୱରଙ୍କ ଇଛା ଜାଣିବାର ଏକ ପ୍ରସ୍ତରଥିଲା I

  • ଗିଦିୟୋନ ବିଚାରକର୍ତ୍ତା ମୁର୍ଖତାରେ ସୁବର୍ଣ୍ଣ ଏଫୋଦ ତିଆରି କଲେ ଏବଂ ଏପରି ହେଲା ଯେ ଇସ୍ରାଏଲ୍ ଲୋକମାନେ ତାକୁ ପ୍ରତିମା ଭାବରେ ପୂଜା କଲେ I

(ମଧ୍ୟ ଦେଖନ୍ତୁ:ଯାଜକ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H641, H642, H646

ଏବ୍ରୀ, ଏବ୍ରୀମାନ

ତଥ୍ୟ:

“ଏବ୍ରୀୟ “ଲୋକମାନେ ଲୋକମାନେ ସେମାନେ ଯିଏ ଅବ୍ରହାମ୍ଠାରୁ ଇସାକ ଓ ଇସାକଠାରୁ ଯାକୁବ ର ବଂଶଧର ଅଟନ୍ତି ଅବ୍ରହାମ୍ ବାଇବଲର ପ୍ରଥମ ବ୍ୟକ୍ତି ଅଟନ୍ତି ଯାହାକୁ “ଏବ୍ରୀ “କୁହାଗଲା I

  • “ଏବ୍ରୀ” ଶବ୍ଦ ଏବ୍ରୀୟମାନେ କହୁଥିବା ଭାଷାକୁ ମଧ୍ୟ ଦର୍ଶାଏ I

ପୁରାତନ ନୀୟମର ଅଧିକାଂଶ ଭାଗ ଏବ୍ରୀ ଭାଷାରେ ଲିଖିତ ଅଟେ I ବାଇବଲର ଅଲଗା ସ୍ଥାନରେ, ଏବ୍ରୀ ଲୋକମାନେ “ଯିହୁଦୀ” ଓ “ଇସରେଲିୟ “କୁହା ଯାଆନ୍ତି I ଏହା ଭଲ ହେବ ଯଦି ଆମେ ଏହି ତିନଟି ଶବ୍ଦ କୁ ଭିନ୍ନ ରୂପରେ ଅନୁଛେଦ ଅନୁସାରେ ଦେଖୁ, ଯେତେ ପର୍ଯ୍ୟନ୍ତ ଏହି ଶବ୍ଦ ସେହି ସମାନ ଲୋକଙ୍କୁ ଦର୍ଶାଉ ଅଛି I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଇସ୍ରାଏଲ, ଯିହୁଦୀ, ଯିହୁଦୀ ନେତାମାନେ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H5680, G1444, G1445, G1446, G1447

କପଟି, କପଟ କରିବା, କପଟତା

ସଂଜ୍ଞା:

“କପଟି “ଶବ୍ଦ ଏକ ବ୍ୟକ୍ତି କୁ ଦର୍ଶାଏ ଯେ ଧାର୍ମିକ ପରି ନିଜକୁ ଦେଖାଏ କିନ୍ତୁ ଗୁପ୍ତ ରୂପରେ ମନ୍ଦ କର୍ମ କରେ I “କପଟତା “ଶବ୍ଦ ସେହି ବ୍ୟବହାର କୁ ଦର୍ଶାଏ ଯାହା ଲୋକଙ୍କୁ ଠକିବା କି ସେହି ବ୍ୟକ୍ତି ଧାର୍ମିକ ଅଟେ I

  • ଯେ କପଟି ଉତ୍ତମ କର୍ମ କରିବାରେ ଦେଖାଯାଏ କି ଲୋକମାନେ ତାହାକୁ ଉତ୍ତମ ଲୋକ ଭାବନ୍ତୁ I
  • ଅନେକ ସମୟରେ ଏକ “କପଟି” ଅନ୍ୟ ଲୋକଙ୍କୁ ପାପ କାମ ଦେଖି ସମାଲୋଚନା କରେ କିନ୍ତୁ ସେହି ଭଳି କାମ ସେମାନେ ନିଜେ କରନ୍ତି I
  • ଯୀଶୁ ଫାରୁସୀମାନଙ୍କୁ କପଟି କହିଲେ କାରଣ ସେମାନେ ଧର୍ମ କର୍ମ କରିବାରେ ନାଟକ କରୁଥିଲେ ଯେପରି କି ଏକ ପ୍ରକାର ବସ୍ତର ପରିଧାନ କରୁଥିଲେ ଓ ଏକ ବିଶେଷ ଖାଦ୍ୟ ଖାଉଥିଲେ, ସେମାନେ ଦୟାଳୁ ନଥିଲେ କିଅବା ନ୍ୟାୟସଂଗତ ନଥିଲେ I
  • ଏକ କପଟି ଅନ୍ୟ ଲୋକଙ୍କର ଦୋଷ ଦେଖେ, କିନ୍ତୁ ନିଜର ଦୋଷମାନେ ନାହିଁ I

ଅନୁବାଦ ପ୍ରସ୍ତାବ:

  • କେତେକ ଭାଷାରେ ଏକ ଅଭିବ୍ୟକ୍ତି ଅଛି ଯେପରି “ଦୁଇଟି-ଚେହେରା” ତାହା କପଟି କୁ ଦର୍ଶାଏ କିଅବା କପଟତା କର୍ମ କୁ ଦେଖାଏ I
  • ଅଲଗା ଭାବରେ ଅନୁବାଦ କଲେ “କପଟି” କୁ “ପ୍ରବନ୍ଚକ” କିଅବା “ଛଳ କରିବା ବ୍ୟକ୍ତି” କିଅବା “ଅଭିମାନୀ, ଠକିବା ବ୍ୟକ୍ତି” ହୋଇପାରେ I
  • “କପଟତା “କୁ “ପ୍ରତାରଣା “କିଅବା “ନକଲି କର୍ମ “କିଅବା “ଛଳ କରିବା “ରୂପରେ ଅନୁବାଦ କରାଯାଇପାରେ I

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H120, H2611, H2612, G505, G5272, G5273

କାଟିବା, ଶୁଦ୍ଧ ହେବା, ସୁନ୍ନତ, ଅସୁନ୍ନତ, ଅଶୁଦ୍ଧ

ସଂଜ୍ଞା:

“ସୁନ୍ନତ” ଶବ୍ଦର ଅର୍ଥ ହେଉଛି ପୁରୁଷ କିମ୍ବା ପୁଅ ପିଲାର ଉପର ଚମଡାକୁ କାଟିଦେବା। ସୁନ୍ନତର ରୀତି ଏହା ସହିତ କିଛି ସମ୍ପର୍କ ହୋଇପାରେ।

  • ଈଶ୍ୱର ଅବ୍ରାହାମଙ୍କୁ ଆଦେଶ ଦେଇଥିଲେ ଯେ ତାହାଙ୍କ ପରିବାରର ସମସ୍ତ ପୁରୁଷ ଓ ଦାସମାନେ ସୁନ୍ନତ ହେବେ ଏହା ଈଶ୍ୱର ଏବଂ ସେମାନଙ୍କ ମଧ୍ୟରେ ବ୍ୟବସ୍ଥାର ଚିହ୍ନ ସ୍ୱରୂପେ ହେବ।
  • ଈଶ୍ୱର ଆଦେଶ ଦେଇଥିଲେ ଅବ୍ରାହାମର ସନ୍ତାନ ମଧ୍ୟ ସେମାନଙ୍କ ଘରେ ଯେତେ ପୁଆ ପିଲା ଜନ୍ମ ହେବେ ସେମାନେ ଏହି ପ୍ରକ୍ରିୟାକୁ ଜାରୀ ରଖିବେ।
  • "ହୃଦୟର ଶୁଚିକରଣ” ବାକ୍ୟାଂଶ ଆଳଙ୍କାରିକ ଭାବେ “କାଟି ପକାଇବା” କିମ୍ବା ଜଣେ ବ୍ୟକ୍ତିଙ୍କୁ ପାପଠାରୁ ଦୁରେଇ ରହିବାକୁ ବୁଝାଏ।
  • ଆଧ୍ୟାତ୍ମିକ ଭାବରେ, “ସୁନ୍ନତିକରଣ” ସେହି ଲୋକମାନଙ୍କୁ ବୁଝାଏ ଈଶ୍ଵର ଯେଉଁମାନଙ୍କୁ ଯୀଶୁଙ୍କ ରକ୍ତ ଦ୍ୱାରା ପାପରୁ ଶୁଦ୍ଧ କରିଅଛନ୍ତି ଓ ଯେଉଁ ଲୋକମାନେ ତାହାଙ୍କର ଅଟନ୍ତି।
  • “ଅସୁନ୍ନତ” ଶବ୍ଦ ଶାରୀରିକ ଭାବେ ଯେଉଁମାନେ ସୁନ୍ନତ ହୋଇ ନାହାନ୍ତି ସେମାନଙ୍କୁ ବୁଝାଏ। ଯେଉଁମାନେ ଆଧ୍ୟାତ୍ମିକ ଭାବରେ ସୁନ୍ନତ ହୋଇ ନାହାଁନ୍ତି, ଯେଉଁମାନେ ଈଶ୍ଵରଙ୍କ ସହିତ କୌଣସି ସମ୍ପର୍କ କରନ୍ତି ନାହିଁ, ଏହା ମଧ୍ୟ ଆଳଙ୍କାରିକ ବା ରୂପକ ଭାବରେ ସୂଚିତ କରିପାରିବ।

“ଅସୁନ୍ନତ” ଏବଂ “ଅସୁନ୍ନତପ୍ରଯୁକ୍ତ” ଏକ ପୁରୁଷକୁ ବୁଝାଏ ଯିଏ ଶାରୀରିକ ଭାବରେ ସୁନ୍ନତ ହୋଇନାହିଁ। ଏହି ଶବ୍ଦଗୁଡ଼ିକ ମଧ୍ୟ ଆଳଙ୍କାରିକ ଭାବରେ ବ୍ୟବହୃତ ହୁଏ।

  • ମିସର ଏକ ଦେଶ ଥିଲା ଯେଉଁଥିରେ ସୁନ୍ନତ ମଧ୍ୟ ଆବଶ୍ୟକ ଥିଲା। ତେଣୁ ଯେତେବେଳେ ଈଶ୍ଵର ମିସରର “ଅସୁନ୍ନତ” ଦ୍ୱାରା ପରାଜୟ ହେବା ବିଷୟରେ କଥା ହୁଅନ୍ତି, ସେତେବେଳେ ସେ ସେହି ଲୋକମାନଙ୍କୁ ସୂଚାଉଛନ୍ତି ଯାହାକୁ ସୁନ୍ନତ ନହେବା ପାଇଁ ମିସରୀୟମାନେ ଘୃଣା କରିଥିଲେ।

  • ବାଇବଲ ଯେଉଁମାନଙ୍କର “ଅଶୁଚି ହୃଦୟ” କିମ୍ବା ଯେଉଁ “ଅଶୁଚୀ ହୃଦୟର” ଲୋକମାନଙ୍କୁ ବୁଝାଏ। ଆଳଙ୍କାରିକ ବା ରୂପକ ଭାବରେ କୁହାଯାଏ ଯେ ସେହି ଲୋକମାନେ ଈଶ୍ଵରଙ୍କର ନୁହନ୍ତି ଓ ଏବଂ ତାହାଙ୍କର ଅବାଧ୍ୟ ଶକ୍ତଗ୍ରୀବ ଅଟନ୍ତି।

  • ଯଦି ସୁନ୍ନତ ପାଇଁ ଏକ ଶବ୍ଦ ବ୍ୟବହୃତ ହୁଏ କିମ୍ବା ଭାଷାରେ ଜଣାଶୁଣା, “ଅସୁନ୍ନତ” ଯେପରି “ଅସୁନ୍ନତ ନୁହେଁ” ଭାବରେ ଅନୁବାଦ କରାଯାଇପାରେ।

  • “ଅସୁନ୍ନତ” ଅଭିବ୍ୟକ୍ତି ଯେପରି “ଯେଉଁ ଲୋକମାନେ ସୁନ୍ନତ ନୁହନ୍ତି” କିମ୍ବା “ଯେଉଁ ଲୋକମାନେ ଈଶ୍ୱରଙ୍କର ମନୋନୀତ ନୁହନ୍ତି” ପ୍ରସଙ୍ଗରେ ନିର୍ଭର କରେ ଅନୁବାଦ କରାଯାଇପାରେ।

  • ଏହି ଶବ୍ଦର ଆଳଙ୍କାରିକ ଅର୍ଥ ବା ଭାବକୁ ଅନ୍ୟ ଉପାୟଗୁଡ଼ିକ “ଈଶ୍ଵରଙ୍କ ଲୋକମାନେ ନୁହନ୍ତି” କିମ୍ବା “ଯେଉଁମାନେ ଈଶ୍ଵରଙ୍କର ନୁହଁନ୍ତି ସେମାନଙ୍କ ପରି ବିଦ୍ରୋହୀ” କିମ୍ବା “ଯେଉଁମାନଙ୍କର କୌଣସି ଚିନ୍ନ ନାହିଁ ଈଶ୍ଵରଙ୍କ ହେବାର," ଅନ୍ତର୍ଭୁକ୍ତ ହୋଇପାରେ।

  • “ହୃଦୟରେ ଅସୁନ୍ନତ” ଅଭିବ୍ୟକ୍ତିକୁ ଏପରି "ଶକ୍ତଗ୍ରୀବ ବିଦ୍ରୋହୀ ଭାବେ" କିମ୍ବା ମଧ୍ୟ ଅନୁବାଦ କରାଯାଇପାରେ “ଅବାଧ୍ୟତାର ଶକ୍ତଗ୍ରୀବ” କିମ୍ବା “ବିଶ୍ୱାସ କରିବାକୁ ନାପସନ୍ଦ କରନ୍ତି।” ତଥାପି ସମ୍ଭବ ହେଲେ ଅଭିବ୍ୟକ୍ତି ବା ସମାନ ରଖିବା ଉତ୍ତମ କାରଣ ଆଧ୍ୟାତ୍ମିକ ସୁନ୍ନତ ଏକ ଗୁରୁତ୍ୱପୂର୍ଣ୍ଣ ଧାରଣା ଅଟେ।

ଅନୁବାଦ ନିମନ୍ତେ ଉପଦେଶ:

  • ଯଦି ଲକ୍ଷ୍ୟ ରଖିଥିବା ଲୋକଦଳ ସଂସ୍କୃତି ପୁରୁଷମାନଙ୍କର ସୁନ୍ନତ କରିବା ଅଛି, ଏହିଠାରେ ଯେଉଁ ଶବ୍ଦ ସୁନ୍ନତ ପାଇଁ ବ୍ୟବହୃତ ହୋଇଛି ତାହା ଧାର୍ଯ୍ୟ ଅଟେ।
  • ଏହି ଶବ୍ଦକୁ ଆମେ ଅନ୍ୟଭାବରେ ଅନୁବାଦ କରିବା, ଏହାର ଅନୁବାଦ “ଚାରିପାଖ କାଟିବା” କିମ୍ବା “ବୃତ୍ତାକାର କରି କାଟିବା” ଅଥବା “ଉପର ଚମଡା କାଟିବା।”
  • ସଂସ୍କୃତି ଗୁଡ଼ିକରେ ଯେଉଁଠି ସୁନ୍ନତ ଜଣା ନାହିଁ, ଏହା ଆବଶ୍ୟକ ଯେ ପାଦଟୀକା କିମ୍ବା ଶବ୍ଦ ସଂଗ୍ରହ ଯୋଗାଇବା ଉଚିତ ହେବ।
  • ନିଶ୍ଚିତ ହୁଅନ୍ତୁ ଯେ ଏହାକୁ ଅନୁବାଦ କରିବା ପାଇଁ ବ୍ୟବହୃତ ଶବ୍ଦ ମହିଳାମାନଙ୍କୁ ସୂଚିତ କରେ ନାହିଁ। ଏହାକୁ ଏକ ଶବ୍ଦ ବା ବାକ୍ୟାଂଶ ଏପରି ଅନୁବାଦ କରିବା ଆବଶ୍ୟକ ଯେପରି ଏହାର ଅର୍ଥ “ପୁଂଜାତୀୟ” ଅନ୍ତର୍ଭୁକ୍ତ ଅଟେ।

(ପୁନଶ୍ଚ ଦେଖନ୍ତୁ: ଅଜଣା ବିଷୟକୁ କିପରି ଅନୁବାଦ କରାଯାଏ

(ପୁନଶ୍ଚ ଦେଖନ୍ତୁ: ଅବ୍ରାହମ, ବ୍ୟବସ୍ଥା

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

”ତୁମେ ନିଶ୍ଚିତ ସୁନ୍ନତ ପରିବାରର ସମସ୍ତ ପୁରୁଷକୁ।“

ସେହି ଦିନ ଅବ୍ରାହମ ତାହାଙ୍କ ଘରର ସମସ୍ତ ପୁରୁଷମାନଙ୍କ ସୁନ୍ନତ କଲେ

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H4135, H4139, H5243, H6188, H6189, H6190, G203, G564, G1986, G4059, G4061

କାର୍ଯ୍ୟ, କାର୍ଯ୍ୟ ବା କର୍ମ ଗୁଡ଼ିକ, କାର୍ଯ୍ୟ ବା କର୍ମ ଗୁଡ଼ିକ ବା ପରିଶ୍ରମ

ସଂଜ୍ଞା:

”କାର୍ଯ୍ୟ” ଶବ୍ଦ, ସାଧାରଣତ କିଛି ସମ୍ପାଦନ କରିବା ନିମନ୍ତେ ଗୁରୁତ୍ବ ପ୍ରୟାଶ ବୃଦ୍ଧି କରିବା କିମ୍ବା ସେହି କାର୍ଯ୍ୟର ଫଳାଫଳକୁ ବୁଝାଏ। “କର୍ମ ଗୁଡ଼ିକ” ଶବ୍ଦସାଧାରଣତ ସମ୍ପୁର୍ଣ୍ଣ କାର୍ଯ୍ୟକଳାପକୁ ସୂଚିତ କରେ (ଅର୍ଥାତ୍, ଯାହା କରାଯାଇଛି କିମ୍ବା କରିବା ଆବଶ୍ୟକ ଅଛି)।

  • ବାଇବଲରେ, ଏହି ଶବ୍ଦଗୁଡ଼ିକ ସାଧାରଣ ଭାବରେ ଉଭୟ ଈଶ୍ଵର ଏବଂ ମନୁଷ୍ୟମାନଙ୍କ ନିମନ୍ତେ ବ୍ୟବହୃତ ହୋଇଛି।
  • ଯେତେବେଳେ ଈଶ୍ଵରଙ୍କ ସମ୍ବନ୍ଧରେ ବ୍ୟବହୃତ ହୁଏ, ବାଇବଲରେ “କାର୍ଯ୍ୟ” ଶବ୍ଦ ପ୍ରାୟତ ଜଗତ ସୃଷ୍ଟି କରିବା କିମ୍ବା ତାହାଙ୍କ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ (ଶତ୍ରୁମାନଙ୍କଠାରୁ, ପାପରୁ କିମ୍ବା ଉଭୟ ଠାରୁ) ଈଶ୍ଵରଙ୍କ କାର୍ଯ୍ୟକୁ ବୁଝାଏ।
  • ଈଶ୍ଵରଙ୍କ କାର୍ଯ୍ୟ, ଯାହା ସେ କରନ୍ତି କିମ୍ବା କରିଅଛନ୍ତି, ଏବଂ ସମଗ୍ର ଜଗତକୁ ଯତ୍ନ ନେବା ସହିତ ପାପୀମାନଙ୍କୁ ଉଦ୍ଧାର କରିବା, ଜଗତକୁ ସୃଷ୍ଟି କରିବା, ସମସ୍ତ ସୃଷ୍ଟିର ଆବଶ୍ୟକତା ଯୋଗାଇବା ସମସ୍ତ କାର୍ଯ୍ୟକୁ ବୁଝାଏ।
  • କାର୍ଯ୍ୟ କିମ୍ବା କର୍ମ ଗୁଡ଼ିକ ଯାହା ଜଣେ ବ୍ୟକ୍ତି କରନ୍ତି ଉତ୍ତମ କିମ୍ବା ମନ୍ଦ ହୋଇପାରେ।

ଅନୁବାଦ ପ୍ରସ୍ତାବ:

  • “କର୍ମ ଗୁଡ଼ିକ” ଭିନ୍ନ ଭାବରେ ଅନୁବାଦ କଲେ “କାର୍ଯ୍ୟ“ କିମ୍ବା "କୃତକର୍ମ ଗୁଡ଼ିକ" କିମ୍ବା "କର୍ମ ଗୁଡ଼ିକ କରାଯାଇଅଛି" ହୋଇପାରେ।
  • ଈଶ୍ୱରଙ୍କର “କାର୍ଯ୍ୟ” କିମ୍ବା “କର୍ମ” କିମ୍ବା "ତାହାଙ୍କ ହସ୍ତକୃତ କର୍ମ" ଯେପରି "ଅଦ୍ଭୁତ କାର୍ଯ୍ୟ" କିମ୍ବା "ଶକ୍ତିର କାର୍ଯ୍ୟ ଗୁଡ଼ିକ" କିମ୍ବା "ଯାହା ଈଶ୍ଵର କରନ୍ତି" ଭାବରେ ଅନୁବାଦ କରାଯାଇପାରେ।
  • “ଈଶ୍ୱରଙ୍କ କୃତ କାର୍ଯ୍ୟ” ଅଭିବ୍ୟକ୍ତିକୁ ଯେପରି “ଯାହା କିଛି ଈଶ୍ୱର କରୁଅଛନ୍ତି“ କିମ୍ବା “ଈଶ୍ୱର ଆଶ୍ଚର୍ଯ୍ୟକର୍ମ କରନ୍ତି" କିମ୍ବା “ଈଶ୍ୱର ସବୁ କିଛି ସୁସମ୍ପନ୍ନ କରୁଅଛନ୍ତି“ ରୂପରେ ଅନୁବାଦ କରାଯାଇପାରେ।
  • “କାର୍ଯ୍ୟ ବା କର୍ମ" ଶବ୍ଦ "କାର୍ଯ୍ୟ ବା କର୍ମ ଗୁଡ଼ିକର" ଏକ ବଚନ ହେଇପାରେ ଯେପରି “ପ୍ରତ୍ୟେକ ଉତ୍ତମ କର୍ମ ବା କାର୍ଯ୍ୟ” କିମ୍ବା

"ପ୍ରତ୍ୟେକ ଉତ୍ତମ ପରିଶ୍ରମ ବା କାମ।"

  • ଯେତେବେଲେ “କାମ”ର ଅର୍ଥ ବଡ଼ ରୂପରେ ଦେଖା ଯାଇପାରେ, ଯେପରି, “ଧର୍ମକାର୍ଯ୍ୟ” କିମ୍ବା “ସେବା“ ଭାବରେ ଅନୁବାଦ କରାଯାଇପାରେ।

(ଆହୁରି ଦେଖନ୍ତୁ: ଫଳ, ପବିତ୍ର ଆତ୍ମା, ଆଶ୍ଚର୍ଯ୍ୟ କର୍ମ)

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H4566, H4567, H4611, H4659, H5949, G2041

କୋଣର ପ୍ରସ୍ତର, କୋଣର ପ୍ରାଧାନ”

ସଂଜ୍ଞା:

“କୋଣର ପ୍ରସ୍ତର “ଶବ୍ଦର ଅର୍ଥ ଏକ ବଡ ପଥର ଯାହାକୁ କାଟିକି କୋଠା ଘର ତିଆରି କରିବା ବେଳେ କୋଣରେ ରଖାଯାଏ

  • ଆଉ ଅନ୍ୟ ସବୁ ଅଟ୍ଟାଳିକା ପଥର ଗୁଡିକ ମାପ କରାଯାଇ କୋଣର ପଥର ସହିତ ସ୍ଥାନାନ୍ତର କରନ୍ତି

  • ଏହି ପଥର ହେଉଛି ଅଟ୍ଟାଳିକାର ସମ୍ପୂର୍ଣ୍ଣ୍ଣ ଆକାର ପାଇଁ ଶକ୍ତ ଏବଂ ଦୀର୍ଘସ୍ତାୟୀ ହେବା ନିମନ୍ତେ ବହୁତ ଗୁରୁତ୍ୱପୂର୍ଣ୍ଣ୍ଣ ଅଟେ

  • ନୂତନ ନିୟମରେ, ବିଶ୍ୱାସୀମାନଙ୍କର ସଭାକୁ ଏକ ଅଟ୍ଟାଳିକା ସହିତ ଉପମା ଦିଆଯାଇଛି ଯେଉଁ ଘରର “କୋଣର ପ୍ରସ୍ତର” ସ୍ୱୟଂ ଯୀଶୁ ଖ୍ରୀଷ୍ଟ

  • ଠିକ ସେହପରି ଅଟ୍ଟାଳିକାର କୋଣର ପଥର ସହାୟ ହୁଏ ଓ ନିର୍ଦ୍ଧାରଣ କରେ କେଉଁ ସ୍ଥାନରେ ସମ୍ପୂର୍ଣ୍ଣ୍ଣ ଅଟ୍ଟାଳିକା ତିଆରି ହେବ, ଯେପରି ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ସଭା(ମଣ୍ଡଳୀ) ର କୋଣର ପଥର ଯାହାଙ୍କ ଉପରେ ବିଶ୍ୱାସୀମାନଙ୍କ ମୁଳଦୁଆ ପଡେ ଓ ସହାୟକ ହୁଏ

ଅନୁବାଦ ପ୍ରସ୍ତାବ:

  • “କୋଣର ପ୍ରସ୍ତର” ବାକ୍ୟ ଖଣ୍ଡ ଅନୁବାଦ କରିଲେ ଯଥା “ଅଟ୍ଟାଳିକାର ମୁଖ୍ୟ ପ୍ରସ୍ତର” କିମ୍ୱା “ମୁଳଦୁଆର ପଥର”
  • ଯଦି କୌଣସି ଆଞ୍ଚଳିକ ଭାଷାରେ ଏହି ଶବ୍ଦ ଅର୍ଦ୍ଧ ତିଆରି ଅଟ୍ଟାଳିକା ହେଉଛିକି ମୁଖ୍ୟ ସହାୟ

ଯଦି ହଁ ତେବେ ଏହି ଶବ୍ଦ ବ୍ୟବହାର କର

  • ଅନ୍ୟ ଭାବରେ ଅନୁବାଦ ହେବ ଯଥା, “ଗୋଟିଏ ମୁଳଦୁଆ ପଥରକୁ ଅଟ୍ଟାଳିକାର କୋଣଭାବେ ବ୍ୟବହାର କରିବା”
  • ଏହି ସତ୍ୟତାକୁ ବୁଝିବା ଯେ ଏହା ହେଉଛି ବଡ ପଥର ଯାହାକୁ ଦୃଢ ଏବଂ ସ୍ଥାୟୀ ଅଟ୍ଟାଳିକା ତିଆରି ପଦାର୍ଥ

ଯଦି ପକ୍କା ଘର ତିଆରି ନିମନ୍ତେ ପଥର ବ୍ୟବହାର କରୁ ନଥିବେ, ନିଶ୍ଚୟ ଏହାକୁ ବୁଝାଉ ଥିବାର ଶବ୍ଦ ବ୍ୟବହାର ହେଉଥିବ ଯାହାର ଅର୍ଥ “ଲମ୍ବା ପଥର” (ଯେପରି “ପଥର ଗୁଣ୍ଡ”) କିନ୍ତୁ ତାହା ଯେପରି ଉତ୍ତମ ଏବଂ ତିଆରି ନିମନ୍ତେ ଉପଯୋଗୀ ହେଉଥିବ

ବାଇବଲ୍ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H68, H6438, H7218, G204, G1137, G2776, G3037

କ୍ରୁଶ

ସଂଜ୍ଞା:

ବାଇବଲ ସମୟରେ କ୍ରୁଶରେ ଏକ ସିଧା ସଳଖ କାଠ ମାଟି ତଳକୁ ପୋତା ଯାଇଥାଏ, ଏହାର ଅଗ୍ର ଭାଗରେ ଭୂସମାନ୍ତର ସଂଲଗ୍ନ ହୋଇଥାଏ

  • ରୋମ ସାମ୍ରାଜ୍ୟ ସମୟରେ, ରୋମ ଅଧିକାରୀ ଦୋଷୀମାନଙ୍କୁ ବାନ୍ଧି କିମ୍ୱା କଅଣ୍ଟାପିଟି କ୍ରୁଶରେ ମୃତ୍ୟୁ ପର୍ଯ୍ୟନ୍ତ ଛାଡି ଦେଉଥିଲେ
  • ଯୀଶୁ ବିନା ଦୋଷରେ ଦୋଷୀ ହେଲେ, ସେ କୌଣସି ଅପରାଧ କରି ନଥିଲେ ତଥାପି ରୋମିୟମାନେ ତାଙ୍କୁ କ୍ରୁଶରେ ମାରିଲେ

ସୂଚନା ଏହା କ୍ରିୟା ବାକ୍ୟ “କ୍ରୁଶ”ଠାରୁ ସମ୍ପୂର୍ଣ୍ଣ୍ଣ ଭିନ୍ନ୍ ଶବ୍ଦ ଅଟେ ଯାହାର ଅର୍ଥ କୌଣସି ବିଷୟରେ ଏପାର୍ଶ୍ୱ ରୁ ଅନ୍ୟ ପାର୍ଶ୍ୱକୁ ପାରି ହେବା ଯଥା ନଦୀ କିମ୍ୱା ହ୍ରଦ

ଅନୁବାଦ ପ୍ରସ୍ତାବ:

  • କ୍ରୁଶର ଆକାରକୁ ନିଜର ଭାଷାରେ ଥିବା ସମାନ ଅର୍ଥରେ ବୁଝାଉ ଥିବା ବାକ୍ୟ ବ୍ୟବହାର କରିବେ
  • ଏପରି ଶବ୍ଦ ପ୍ରୟୋଗ କର ଯାହା ଜଣେ ମନୁଷ୍ୟମାନେ କ୍ରୁଶରେ ଜୀବନରୁ ମାରି ଦେଇଥିବେ, ବ୍ୟକ୍ୟଂଶ ଗୁଡିକ ଯଥା “ସମାପନ୍ନ କରିବା ସ୍ଥାନ” ନତୁବେ “ଗଛରେ ରସୀ ଲଗାଇ ମାରିଥିବା ଦୃଶ୍ୟ”
  • ଏହି ଶବ୍ଦର ବାଇବଲରେ ଅନୁବାଦ ହୋଇଥିବା ଶବ୍ଦ ଗୁଡିକ ଜାତିୟ ଭାଷାରେ ଅନୁବାଦ କର

(ଦେଖ: ଅଜଣା ବିଷୟକୁ କିପରି ଅନୁବାଦ କିରବେ

(ଆହୁରି ଦେଖ: କ୍ରୁଶରେ ହତ, ରୋମ

ବାଇବଲର ସଂଦର୍ୱ:

ବାଇବଲ କାହାଣୀରୁ ଉଦାହରଣ:

  • _ ୪୦:୦୧_ସୈନିକମାନେ ଯୀଶୁଙ୍କୁ ପରିହାସ କରିବା ପରେ, ସେମାନେ ତାଙ୍କୁ କ୍ରୁଶରେ ଚଢାଇଲେ

ସେମାନେ ତାଙ୍କୁ_କ୍ରୁଶ _ ବୁହାଇଲେ ଯେଉଁଥିରେ ସେ ମୃତ୍ୟୁ ବରଣ କରିବେ

  • _ ୪୦:୦୨_ ସୈନିକମାନେ ଯୀଶୁଙ୍କୁ “କପାଳୀ ନାମକ ସ୍ଥାନ” କୁ ଆଣିଲେ ଏବଂ ସେ ଯୀଶୁଙ୍କର ହାତ ଓ ଗୋଡରେ କଅଣ୍ଟା ପିଟିଲେ_କ୍ରୁଶରେ_
  • _ ୪୦:୦୫_ ଯିହୁଦୀ ନେତା ଏବଂ ଜନ ଗହଳି ଯୀଶୁଙ୍କୁ ପରିହାସ କଲେ

ସେମାନେ ତାଙ୍କୁ କହିଲେ, “ଯଦି ତୁମ୍ଭେ ଇଶ୍ୱରଙ୍କ ପୁତ୍ର, ତାହାହେଲେ ତଳକୁ ଉଲାଇ ଆସ _କ୍ରୁଶ ରୁ _ ଓ ନିଜକୁ ରକ୍ଷା କର ତାପରେ ଆମ୍ଭେମାନେ ବିଶ୍ୱାସ କରିବୁ

  • _ ୪୯:୧୦_ ଯେତେବେଳେ ଯୀଶୁ ମରିଲେ କ୍ରୁଶରେ, ସେ ଆମ୍ଭମାନଙ୍କ ସମସ୍ତ ଦଣ୍ଡ ଗ୍ରହଣ କଲେ
  • ୪୯:୧୨ ତୁମ୍ଭେ ବିଶ୍ୱାସ କରିବା ଆବଶ୍ୟକ ଯେ ଯୀଶୁ ଇଶ୍ୱରଙ୍କ ପୁତ୍ର, ସେ କ୍ରୁଶରେ _ ମଲେ _ ଆମ୍ଭମାନଙ୍କ ପରିବର୍ତ୍ତେ, ଫଳରେ ଇଶ୍ୱର ତାଙ୍କୁ ମୃତ୍ୟୁ ରୁ ଉଠାଇ ଜୀବିତ କଲେ

ବୋର୍ଡ ଡାଟା :

  • Strong's: G4716

କ୍ରୁଶର ଚଢାଅ, କ୍ରୁଶରେ ହତ

ସଂଜ୍ଞା:

“କ୍ରୁଶରେ ଚଢାଅ” ଶବ୍ଦର ଅର୍ଥ କାହାରିକୁ କ୍ରୁଶ ସହିତ ସଂଯୁକ୍ତ କରିବା କାର୍ଯ୍ୟ କୁ ସମ୍ପାଦନ କରିବା ଏବଂ ତାହାଙ୍କୁ ସେହି ସ୍ଥାନରେ ଛାଡିଦେବା ଯେପରି ସେ ଯନ୍ତ୍ରଣାରେ ଛଟପଟ ହୋଇ ମରିବ

  • ଦୋଷୀ ହୁଏତ କ୍ରୁଶରେ ବନ୍ଧା ଯାଇଥିବ ନତୁବା କଅଣ୍ଟା ମରାହୋଇଥିବ

କ୍ରୁଶରେ ହତ ହୋଇଥିବା ଲୋକ ରକ୍ତ ଶ୍ରାବ କିମ୍ୱା ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରେ

  • ପୁରାତନ ରୋମ ସାମ୍ରାଜ୍ୟ ସମୟରେ ବାରମ୍ୱାର ଏହି ପଦ୍ଧତି ବ୍ୟବହାର କରି ଯେଉଁମାନେ ଦୋଷୀ ଏବଂ ଯେଉଁମାନେ ଅଧିକାରୀଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବେ ସେମାନଙ୍କୁ ଏହିପରି ମୃତ୍ୟୁ ଦଣ୍ଡ ଦେଉଥିଲେ
  • ଯିହୁଦୀମାନଙ୍କର ଧାର୍ମିକ ଗୁରୁମାନେ ରୋମର ଶାସକଙ୍କୁ କହିଲେ ଯେ ଯୀଶୁଙ୍କୁ କ୍ରୁଶରେ ହତ କରିବା ପାଇଁ ସେ ରୋମର ସୈନିକମାନଙ୍କୁ ଆଦେଶ ଦିଅନ୍ତୁ

ସୈନିକମାନେ ଯୀଶୁଙ୍କୁ କ୍ରୁଶରେ କଅଣ୍ଟା ମାରିଲେ ଯୀଶୁ ୬ ଘଣ୍ଟା କ୍ରୁଶ ଉପରେ ଯନ୍ତ୍ରଣା ପାଇଲେ

ଅନୁବାଦ ପ୍ରସ୍ତାବ:

  • “କ୍ରୁଶରେ ହତ” କରିବା ବାକ୍ୟକୁ ଅନୁବାଦ କରିହେବ ଯଥା “କ୍ରୁଶରେ ମାରିବା” ନତୁବା “କ୍ରୁଶରେ କଅଣ୍ଟାମାରି କାର୍ଯ୍ୟ ସମ୍ପର୍ନ୍ନ କରିବା”

(ଦେଖ: କ୍ରୁଶ, ରୋମ

ବାଇବଲ ସନ୍ଦର୍ୱ:

ବାଇବଲ କାହାଣୀର ଉଦାହରଣ:

  • _ ୩୯:୧୧_ କିନ୍ତୁ ଯିହୁଦୀମାନଙ୍କ ନେତା ଏବଂ ଜନଗହଳି ଚିତ୍କାର କାରୀ ଖିବାକୁ ଲାଗିଲେ “_କ୍ରୁଶରେ_ତାଙ୍କୁ (ଯୀଶୁ)!”

  • _ ୩୯:୧୨_ ପିଲାତ ଜନ ଗହଳି କୁ ଭୟକରି କାଳେ ସେମାନେ ବିଦ୍ରୋହ କରିବେ, ସେ ସୈନିକମାନଙ୍କୁ ଆଦେଶ ଦେଲେ _କ୍ରୁଶରେ _ ଯୀଶୁଖ୍ରୀଷ୍ଟଙ୍କୁ ହତ କରିବା ନିମନ୍ତେ ଏକ ଗୃରୁତ୍ୱପୂର୍ଣ୍ଣ୍ଣ ଦଦାୟିତ୍ୱ ଲିଭାଇଲେ

  • _ ୪୦:୦୧_ ଯୀଶୁଙ୍କୁ ସୈନିକମାନେ ପରିହାସ କରିବାପାରେ, ତାଙ୍କୁ ସଳଖକରି ଛିଡା କରିଲେ_କ୍ରୁଶରେ_ ତାଙ୍କୁ

ସେ ଯେଉଁ କ୍ରୁଶରେ ମୃତ୍ୟୁ ବରଣ କରିବେ ସେମାନେ ତାଙ୍କୁ ସେହି କ୍ରୁଶ କୁ ବୁହା କରାଇଲେ

  • ୪୦:୦୪ ଯୀଶୁଥିଲେ _ କ୍ରୁଶରେ _ ଦୁଇ ଜଣ ଚୋରଙ୍କ ମଝିରେ
  • ୪୩:୦୬ “ହେ ଇସ୍ରାଏଲ ଲୋକମାନେ, ଯୀଶୁଥିଲେ ଜଣେ ଲୋକ ଯିଏକି ଇଶ୍ୱରଙ୍କ ଶକ୍ତିରେ ବହୁତ ମହାନ ଚିହ୍ନ ଓ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ, ତାହା ଆପଣମାନେ ଜାଣନ୍ତି ଓ ତାହାର ସାକ୍ଷୀ ଅଟନ୍ତି

କିନ୍ତୁ ତୁମ୍ଭେ _କ୍ରୁଶରେ ହତ କଲ _ତାଙ୍କୁ

  • _ ୪୩:୦୯_”ତୁମ୍ଭେ କ୍ରୁଶରେ ମାରିଲ ସେହି ମନୁଷ୍ୟ, ଯୀଶୁ”
  • _ ୪୪:୦୮_ ପିତର ସେମାନଙ୍କୁ ଉତ୍ତର ଦେଲେ, ଏହି ଲୋକଟି ସୁସ୍ଥ ହୋଇ ଆପଣମାନଙ୍କ ସାକ୍ଷାତରେ ଠିଆ ହୋଇଅଛି ଯୀଶୁ ମସୀହଙ୍କ ଶକ୍ତିରେ

ତୁମେ_ କ୍ରୁଶରେ _ଯୀଶୁ, କିନ୍ତୁ ଇଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି”

ବୋର୍ଡ ଡାଟା :

  • Strong's: G388, G4362, G4717, G4957

କ୍ରୋଧ, ଆକ୍ରୋଷ

ସଂଜ୍ଞା:

କ୍ରୋଧ ହେଉଛି ଯାହା ଭାବ ବିଚାର କରି ରାଗିବା ଯାହା ବହୁତ ଦିନଯାଏ ରହେ I ଏହା ବିଶେଷ ରୂପରେ ପରମେଶ୍ୱରଙ୍କର ଧାର୍ମିକ ନ୍ୟାୟ ପାପ ନିମନ୍ତେ ଅଟେ ଓ ଯେଉଁ ଲୋକମାନେ ତାହାଙ୍କ ବିରୁଧରେ ବିଦ୍ରୋହ କରନ୍ତି ତାହାଙ୍କ ନିମନ୍ତେ ଦଣ୍ଡ ଅଟେ I

  • ବାଇବଲରେ, “କ୍ରୋଧ” ସାଧାରଣ ଭାବରେ ଯେଉଁମାନେ ପାପ କରନ୍ତି ସେହି ଲୋକଙ୍କ ପ୍ରତି ପରମେଶ୍ୱରଙ୍କର ରାଗିବା କୁ ଦର୍ଶାଏ I
  • ”ପରମେଶ୍ୱରଙ୍କର କ୍ରୋଧ” ଶବ୍ଦ ପାପ ନିମନ୍ତେ ତାହାଙ୍କର ନ୍ୟାୟ ଓ ଦଣ୍ଡକୁ ଦର୍ଶାଏ I
  • ପରମେଶ୍ୱରଙ୍କର କ୍ରୋଧ ଏକ ଧାର୍ମିକ ଦଣ୍ଡ ବିଧାନ ଅଟେ ଯେଉଁମାନେ ପଶ୍ଚାତାପ କରନ୍ତି ନାହିଁ ସେହିମାନଙ୍କ ପ୍ରତି I

ଅନୁବାଦ ପ୍ରସ୍ତାବ:

  • ପୃଷ୍ଠଭୂମି ଉପରେ ନିର୍ଭର କରି, ଅଲଗା ପ୍ରକାରେ ଏହି ଶବ୍ଦକୁ ଅନୁବାଦ କଲେ “ଭାବ ବିଚାର କରି ରାଗିବା” କିଅବା “ଧାର୍ମିକ ନ୍ୟାୟ” କିବା “ରାଗିବା” ଅନ୍ତର୍ଭକ୍ତ ହୋଇପାରେ I
  • ଯେତେବେଳେ ଆମେ ପରମେଶ୍ୱରଙ୍କର କ୍ରୋଧ ବିଷୟରେ କହୁ ଅଛୁ, ନିଶ୍ଚିନ୍ତ ହୁଅନ୍ତୁ କି ଯେଉଁ ଶବ୍ଦ କିଅବା ବାକ୍ୟାଂଶ ଏହାକୁ ଅନୁବାଦ କରିବାକୁ ବ୍ୟବହାର କରାଯାଏ ତାହା ପାପ ସହିତ ରାଗିବା ନ ହେଉ I

ପରମେଶ୍ୱରଙ୍କର କ୍ରୋଧ ପବିତ୍ର ଓ ଧର୍ମୀ ଅଟେ I

(ଆହୁରି ଦେଖନ୍ତୁ: ନ୍ୟାୟ, ପାପ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H639, H2197, H2528, H2534, H2740, H3707, H3708, H5678, H7107, H7109, H7110, H7265, H7267, G2372, G3709, G3949, G3950

କ୍ଷମା, କ୍ଷମା କରନ୍ତି, କ୍ଷମା ପ୍ରାପ୍ତି, କ୍ଷମା ଦେବା କାର୍ଯ୍ୟ , ଦୋଷ କ୍ଷମା କରିବା, ଦୋଷ କ୍ଷମା କଲେ

ସଂଜ୍ଞା:

କାହାକୁ କ୍ଷମା କରିବା ର ଅର୍ଥ ହେଲା କେହି ହୃଦୟକୁ କେତେ ଦୁଖ ଦେଲେ ମଧ୍ୟ ସେହି ଲୋକ ବିରୁଧରେ କୌଣସି ଆକ୍ରୋଶ ନ ରଖିବା I “କ୍ଷମା ଦେବା “ହେଉଛି କାହାକୁ କ୍ଷମା ପ୍ରଦାନ କରିବାର ଏକ କାର୍ଯ୍ୟ ଅଟେ I

  • କାହାକୁ କ୍ଷମା କରିବାର ଅର୍ଥ ହେଉଛି ସେହି ବ୍ୟକ୍ତି କୁ ସେ ଯାହା ଭୁଲ କରିଛି ସେଥି ନିମନ୍ତେ ତାହାକୁ ଦଣ୍ଡିତ ନ କରିବା I
  • ସାଙ୍କେତିକ ରୂପରେ ଏହି ଶବ୍ଦକୁ ବ୍ୟବହାର କଲେ ଏହାର ଅର୍ଥ “ରଦ୍ଦ କରିବା “ଯେମିତି କି “ଗୋଟିଏ ଋଣ କ୍ଷମା “ର ଅଭିବ୍ୟକ୍ତି ହୁଏ I
  • ଯେତେବେଳେ ଲୋକମାନେ ତାହାଙ୍କ ପାପ ସ୍ୱୀକାରକରନ୍ତି, ଯୀଶୁଙ୍କ କ୍ରୁଶ ଉପରେ ତ୍ୟାଗପୂର୍ଣ୍ଣ ମୃତ୍ୟୁ ଦର ଆଧାରରେ ପରମେଶ୍ୱର କ୍ଷମା ପ୍ରଦାନ କରନ୍ତି I
  • ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେଇ ଅଛନ୍ତି କି ସେ ଯେପରି ସେମାନଙ୍କୁ କ୍ଷମା କଲେ ସେମାନେ ମଧ୍ୟ ଅନ୍ୟମାନଙ୍କୁ କ୍ଷମା କରନ୍ତୁ I

“ଦୋଷ ରୁ କ୍ଷମା “ଦେବାର ଅର୍ଥ ହେଉଛି କ୍ଷମା କରିବା କାହାର ପାପ କାହାକୁ ଦଣ୍ଡିତ ନ କରିବା I

  • ଏହି ଶବ୍ଦର ଅର୍ଥ ମଧ୍ୟ “କ୍ଷମା କରିବା” ଅର୍ଥ ସହିତ ସମାନ କିନ୍ତୁ ଯେ ଦୋଷୀ ନୀୟମାନୁସାରେ ତାହାକୁ ଦଣ୍ଡିତ ନ କରିବା ର ନିର୍ନୟ ସହିତ ଏହାର ଅର୍ଥ ସଂଯୁକ୍ତ ଅଟେ I

ଆଇନ ଶାସ୍ତ୍ର କଚେରୀରେ, ଏକ ବିଚାରପତି ଗୋଟିଏ ବ୍ୟକ୍ତି କୁ ଅପରାଧରେ ଦୋଷୀ ହେଲେ ମଧ୍ୟ ତାହାକୁ କ୍ଷମା ଦେଇପାରେ I

  • ଆମେ ପାପରେ ଦୋଷୀ ହେଲେ ମଧ୍ୟ, ଯୀଶୁ ଖ୍ରୀଷ୍ଟ ଆମକୁ କ୍ଷମା କରି ସେ କ୍ରୁଶ ଉପରେ ତ୍ୟାଗପୂର୍ଣ୍ଣ ମୃତ୍ୟୁ ର ଆଧାରରେ ନରକର ଦଣ୍ଡରୁ ମୁକ୍ତ କଲେ I

ଅନୁବାଦ ପ୍ରସ୍ତାବ:

ପୃଷ୍ଠଭୂମିରେ ନିର୍ଭରଶୀଳ ହେଲେ, “କ୍ଷମା କରିବା “କୁ “ଦଣ୍ଡ ନ ଦେଇ କ୍ଷମା କରିବା “କିଅବା “ରଦ୍ଦ କରିବା “କିଅବା “ଛାଡ଼ି ଦେବା “କିଅବା “ବିରୁଦ୍ଧରେ ନ ଧରିବା “(କାହାର) ରୂପରେ ଅନୁବାଦ କରାଯାଇପାରେ I

  • “କ୍ଷମା ଦେବ କାର୍ଯ୍ୟ” କୁ ଗୋଟିଏ ଶବ୍ଦ କିଅବା ବାକ୍ୟାଂଶ ଦ୍ୱାରା ଅନୁବାଦ କରାଯାଇପାରେ ଯାହାର ଅର୍ଥ ହେଲା “ନ ରାଗିବାକୁ ଅଭ୍ୟାସ କରିବା “କିଅବା “ଦୋଷ ମୁକ୍ତ (କାହାକୁ) ବଳି ପ୍ରକାଶ୍ୟରେ କହିବା “କିଅବା କ୍ଷମା ପ୍ରଦାନ କରିବାର କାମ “I

  • ଯଦି ଭାଷାରେ ନୀୟମାନୁସାରେ ନିର୍ନୟ ନେଇ କ୍ଷମା କରିବାରେ ଶବ୍ଦ ଅଛି, ସେହି ଶବ୍ଦ “ଦଣ୍ଡ ନ ଦେଇ କ୍ଷମା କରିବା” ଶବ୍ଦ ନିମନ୍ତେ ଅନିବାଦ କରାଯାଇପାରେ I

(ଆହୁରି ଦେଖନ୍ତୁ: ଦୋଷ

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • ୦୭:୧୦ କିନ୍ତୁ ଏଷ ଯାକୁବ କୁ କ୍ଷମା କରି ଦେଇଥିଲା, ଓ ସେମାନେ ପୁଣି ଥରେ ପରସ୍ପର କୁ ଦେଖି ଆନନ୍ଦିତ ହେଲେ I
  • ୧୩:୧୫ ମୋଶା ଆଉ ଥରେ ପର୍ବତ ଆରୋହଣ କଲେ ଓ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କଲେ କି ସେ ଲୋକଙ୍କୁ କ୍ଷମା କରନ୍ତୁ I

ପ୍ରଭୁ ମୋଶାଙ୍କ ପ୍ରାର୍ଥନା ଶୁଣିଲେ ଓ ସେମାନଙ୍କୁ କ୍ଷମା କଲେ I

  • ୧୭:୧୩ ଦାଉଦ ତାହାର ପାପରୁ ଅନୁତାପ କଲା ଓ ପ୍ରଭୁ ତାହାକୁ କ୍ଷମା କଲେ I
  • ୨୧:୦୫ ନୂତନ ଚୁକ୍ତିରେ, ପରମେଶ୍ୱର ତାହାଙ୍କ ବ୍ୟବସ୍ଥା ଲୋକଙ୍କ ହୃଦୟରେ ଲେଖିବେ, ଯେପରିକି ଲୋକମାନେ ତାହାଙ୍କୁ ବ୍ୟକ୍ତିଗତ ରୂପରେ ଜାଣନ୍ତୁ, ଯେପରି କି ସେମାନେ ତାହାଙ୍କ ଲୋକ ହେବେ, ଏବଂ ପରମେଶ୍ୱର ତାଙ୍କର ପାପ କ୍ଷମା କରିବେ I
  • ୨୯:୦୧ ଗୋଟିଏ ଦିନ ପିତର ଯୀଶୁଙ୍କୁ ପଚାରିଲେ, “ପ୍ରଭୁ, ଯେତେବେଳେ ମୋ ଭାଇ ମୋ ବିରୁଧରେ ପାପ କରେ, ତେବେ କେତେ ଥର ମୋ ଭାଇକୁ ମୁଁ କ୍ଷମା ଦେଇପାରେ I
  • ୨୯:୦୮ ମୁ ତୁମର ସମସ୍ତ ଋଣ କ୍ଷମା କଲି କାରଣ ତୁମେ ମୋତେ ଅନୁରୋଧ କଲ I
  • ୩୮:୦୫ ତା ପରେ ଯୀଶୁ ପାନ ପାତ୍ର ଘେନି କହିଲେ, “ଏହାକୁ ପାନ କର” I

ଏହା ମୋ ରକ୍ତରେ ସ୍ଥାପିତ ନୂତନ ନୀୟମ ଯାହା ତୁମ୍ଭମାନଙ୍କ ପାପର କ୍ଷମା ନିମନ୍ତେ ପାତିତ ହେଲା I

ବୋର୍ଡ ଡାଟା :

  • H5546, H5547, H3722, H5375, H5545, H5547, H7521, G859, G863, G5483

ଖମୀରଶୂନ୍ୟ ରୋଟି

ସଂଜ୍ଞା:

“ଖମୀରଶୂନ୍ୟ ରୋଟି” ସେହି ରୋଟି କୁ ଦର୍ଶାଏ ଯାହା ଖମୀର ବିହୀନ ରୋଟି କି ତାଡି ବିହୀନ ରୋଟି ଅଟେ I ଏହି ପ୍ରକାର ରୋଟି ସମତଳ ଅଟେ କାରଣ ଖମୀର ବିହୀନ ଫୁଲେ ନାହିଁ I

  • ଯେତେବେଳେ ପରମେଶ୍ୱର ଇସ୍ରାଏଲ ଲୋକଙ୍କୁ ମିସରରୁ ଦାସତ୍ୱ ବନ୍ଧନରୁ ବାହାର କରି ଆଣିଲେ ସେ ସେହି ସମସ୍ତଙ୍କୁ କହିଲେ ଯେ ଅତି ଶୀଘ୍ର ମିସର ଛାଡି ଦେବାକୁ ଓ ରୋଟି ଫୁଲିବାଯାଏ ଅପେକ୍ଷା ନ କରନ୍ତୁ I

ତେଣୁ ସେମାନେ ନିଜର ଭୋଜ ଖମୀର ଶୂନ୍ୟ ରୋଟି ସହିତ ଖାଇଲେ I ସେହି ସମୟଠାରୁ ଖମୀର ଶୂନ୍ୟ ରୋଟି ପ୍ରତି ବର୍ଷ ନିସ୍ତାର ପର୍ୱ ପାଳନ କରିବା ସମୟରେ ଭୋଜନ କରାଯାଏ ତାହା ସ୍ମରଣ ରଖିବାକୁ କରୁଛନ୍ତି I

  • କାରଣ ଖମୀର କେତେକ ସମୟ ପାପ ର ଛବି କୁ ଦର୍ଶାଏ ଓ “ଖମୀର ଶୂନ୍ୟ” ଗୋଟିଏ ବ୍ୟକ୍ତିର ଜୀବନରେ ପାପକୁ ଦୁରେଇ ଦେବାକୁ ଦର୍ଶାଏ କି ସେହି ବ୍ୟକ୍ତି ପରମେଶ୍ୱର କୁ ସମ୍ମାନ ଦେବାର ଜୀବନଯାପନ କରେ I

ଅନୁବାଦ ପ୍ରସ୍ତାବ:

  • ଅଲଗା ପ୍ରକାରେ ଏହି ଶବ୍ଦ କୁ ଅନୁବାଦ କଲେ “ଖମୀର ବିହୀନ ରୋଟି” କିଅବା “ସମତଳ ରୋଟି ଯାହା ଫୁଲେ ନାହିଁ “ରୂପରେ ଅନୁବାଦ କରାଯାଇପାରେ I
  • ଧ୍ୟାନ ଦିଅନ୍ତୁ ଏହି ଶବ୍ଦ ନିମନ୍ତେ ଯେଉଁ ଅନୁବାଦ ବ୍ୟବହାର କରାଯାଏ ତାହା “ଖମୀର” ଓ “ତାଡି” ସହ ଅନୁରୁପ ହୁଏ I
  • କେତେକ ପୃଷ୍ଠଭୂମିରେ, “ଖମୀର ଶୂନ୍ୟ ରୋଟି” ଶବ୍ଦ “ଖମୀର ଶୂନ୍ୟ ରୋଟି ର ପର୍ୱ “ରୂପରେ ଅନୁବାଦ କରାଯାଏ I

(ଆହୁରି ଦେଖନ୍ତୁ: ରୋଟି, ଭୋଜ, ନିସ୍ତାର ପର୍ୱ, ଦାସ, ପାପ, ଖମୀର)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H4682, G106

ଖ୍ରୀଷ୍ଟ, ମସୀହା

ତଥ୍ୟାବଳି:

“ମସୀହା” ଏବଂ “ଖ୍ରୀଷ୍ଟ” ଶବ୍ଦର ଅର୍ଥ “ଅଭିଷିକ୍ତ” ଓ ଏହା ଯୀଶୁ, ଈଶ୍ୱରଙ୍କ ପୁତ୍ରକୁ ବୁଝାଏ।

  • ଉଭୟ “ମସୀହା” ଓ “ଖ୍ରୀଷ୍ଟ” ନୂତନ ନିୟମରେ ଈଶ୍ୱରଙ୍କ ପୁତ୍ରଙ୍କ ନିମନ୍ତେ ବ୍ୟବହାର ହୋଇଛି, ଯାହାଙ୍କୁ ପିତା ପରମେଶ୍ୱର ରାଜା ଭାବରେ ତାହାଙ୍କର ଲୋକମାନଙ୍କୁ ଶାସନ କରିବାକୁ ଏବଂ ସେମାନଙ୍କୁ ପାପ ଓ ମୃତ୍ୟୁଠାରୁ ରକ୍ଷା କରିବାକୁ ନିଯୁକ୍ତ କରିଅଛନ୍ତି।
  • ପୂରାତନ ନିୟମରେ, ସେ ପୃଥିବୀକୁ ଆସିବା ଶହ ଶହ ବର୍ଷ ପୂର୍ବରୁ ଭବିଷ୍ୟଦବକ୍ତାମାନେ ମସୀହଙ୍କ ସମ୍ୱନ୍ଧରେ ଭବିଷ୍ୟତ ବାଣୀ ଲେଖିଛନ୍ତି।
  • ଏକ “ଅଭିଷିକ୍ତ (ଜଣେ)” ଶବ୍ଦର ଅର୍ଥ ବ୍ୟବହାର ପୂରାତନ ନିୟମରେ ହେଇଛି ଯାହା ମସୀହ ଯେ ଆସିବେ ବୋଲି ନିର୍ଦ୍ଦେଶ କରେ।
  • ଯୀଶୁ ଏହି ଭବିଷ୍ୟବାଣୀ ମଧ୍ୟରୁ ଅଧିକାଂଶ ଭବିଷ୍ୟବାଣୀ ଗୁଡିକୁ ସମ୍ପୂର୍ଣ୍ଣ କରିସାରିଛନ୍ତି ଏବଂ ସେ ମସୀହ ବୋଲି ପ୍ରମାଣିତ କରିବା ପାଇଁ ଅନେକ ଆଶ୍ଚର୍ଯ୍ୟ କର୍ମ କରିଛନ୍ତି, ତାଙ୍କର ଦ୍ୱିତୀୟ ଆଗମନରେ ଆଉ ଯେଉଁ ଭବିଷ୍ୟବାଣୀ ଗୁଡ଼ିକ ରହିଛି ସେ ସଫଳ କରିବେ।
  • “ଖ୍ରୀଷ୍ଟ” ଶବ୍ଦ ବାରମ୍ୱାର ପଦବୀ ଭାବେ ବ୍ୟବହୃତ, ଯେପରି “ଖ୍ରୀଷ୍ଟ” ଏବଂ “ଖ୍ରୀଷ୍ଟ ଯୀଶୁ।”
  • “ଖ୍ରୀଷ୍ଟ” ମଧ୍ୟ ତାଙ୍କ ନାମର ଅଂଶ ଅଟେ, ଯେପରି “ଯୀଶୁ ଖ୍ରୀଷ୍ଟ।”

ଅନୁବାଦର ଉପଦେଶ:

  • ଏହି ଶବ୍ଦର ଅର୍ଥକୁ “ଜଣେ ଅଭିଷିକ୍ତ” ନତୁବା “ଈଶ୍ୱରଙ୍କ ଅଭିଷିକ୍ତ ତ୍ରାଣକର୍ତ୍ତା“ ଭାବେ ଅନୁବାଦ କରାଯାଇପାରିବ।
  • ଅଧିକାଂସ ଭାଷାରେ “ଖ୍ରୀଷ୍ଟ” କିମ୍ୱା “ମସୀହ” ଶବ୍ଦ ବା ସମାନ ଅର୍ଥ ବୋଧ ପରି ଭାଷାନ୍ତର କରାଯାଇଛି। (ଦେଖ: ଅଜଣା ବିଷୟକୁ କିପରି ଅନୁବାଦ କରିବା)
  • ଭାଷାନ୍ତର ହୋଇଥିବା ସଂଜ୍ଞା ଅନୁସାରେ ଅନୁକରଣ କରେ ଯେପରି “ଖ୍ରୀଷ୍ଟ, ଜଣେ ଅଭିଷିକ୍ତ”
  • ସମ୍ପୁର୍ଣ୍ଣ ବାଇବଲରେ ସମାନ ପରି ଅନୁବାଦ କରାଯାଇଛି ଯେପରି ପାଠକ ଦ୍ୱନ୍ଦରେ ପଡିବେ ନାହିଁ।
  • “ମସୀହ” ଓ “ଖ୍ରୀଷ୍ଟ” ଶବ୍ଦର ଅନୁବାଦର ପୃଷ୍ଠଭୂମି ଆପରିବର୍ତ୍ତନ ରହେ ଯେଉଁଠି ଦୁଇଟି ଶବ୍ଦ ଗୋଟିଏ ପଦରେ ଲେଖା ଅଛି (ଯଥା ଯୋହନ 1:41)।

(ଆହୁରି ଦେଖ: ନାମ ଗୁଡ଼ିକର ଅନୁବାଦ କିପରି କରିବ

(ଆହୁରି ଦେଖ: ଈଶ୍ୱରଙ୍କ ପୁତ୍ର, ଦାଉଦ, ଯୀଶୁ, ଅଭିଷିକ୍ତ

ବାଇବଲର ସନ୍ଦର୍ୱ:

ବାଇବଲ କାହାଣୀରୁ ଉଦାହରଣ:

  • 17:07 ମସୀହ ପରମେଶ୍ୱରଙ୍କ ଜଣେ ମନୋନୀତ ଯିଏ ପାପରୁ ଏହି ଜଗତକୁ ଉଦ୍ଧାର କରିବେ।

  • 17:08 ଯେପରି ଏହା ଘଟିଲା, ପ୍ରାୟ ଏକ ହଜାର ବର୍ଷ ମସୀହ ଆସିବାର ଇସ୍ରାଏଲମାନଙ୍କୁ ଅପେକ୍ଷା କରିବାକୁ ପଡିବ।

  • 21:01 ଆରମ୍ଭରୁ, ପରମେଶ୍ୱର ମସୀହଙ୍କୁ ପ୍ରେରଣ କରିବା ନିମନ୍ତେ ଯୋଜନାଥିଲେ।

  • 21:04 ପରମେଶ୍ୱର ରାଜା ଦାଉଦଙ୍କୁ ପ୍ରତିଜ୍ଞା କରିଥିଲେ ଯେ ଦାଉଦଙ୍କ ନିଜ ବଂଶ ମଧ୍ୟରୁ ମସୀହ ଆସିବେ।

  • 21:05 ମସୀହ ନୂତନ ନୀୟମ ଆରମ୍ଭ କରିବେ।

  • 21:06 ଈଶ୍ଵରଙ୍କ ଭବିଷ୍ୟବକ୍ତାମାନେ ମଧ୍ୟ କହିଥିଲେ ଯେ ମସୀହ ଜଣେ ଭାବବାଦୀ, ଜଣେ ଯାଜକ, ଏବଂ ଜଣେ ରାଜା ହେବେ।

  • _ 21:09_ ଯିଶାଇୟ ଭାବବାଦୀ ଭବିଷ୍ୟବାଣୀ କରିଥିଲେ ଯେ ମସୀହ ଜଣେ କୁମାରୀ ଗର୍ଭରୁ ଜନ୍ମ ଗ୍ରହଣ କରିବେ।

  • 43:07 “କିନ୍ତୁ ଭାବବାଣୀ ଯାହା କୁହେ ତାହା ସଫଳ କରିବା ନିମନ୍ତେ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ‘ତୁମ୍ଭେ ତୁମ୍ଭର ପବିତ୍ର ବ୍ୟକ୍ତିଙ୍କୁ ପାତାଳରେ ନଷ୍ଟ ହେବାକୁ ଦେବ ନାହିଁ।'"

  • 43:09 “କିନ୍ତୁ ନିଶ୍ଚୟ ଜାଣିରଖ ଯେ ଈଶ୍ଵର ଯୀଶୁଙ୍କୁ ପ୍ରଭୁ ଏବଂ ମସୀହ (ଖ୍ରୀଷ୍ଟ) ଉଭୟ ପଦରେ ନିଯୁକ୍ତ କରିଅଛନ୍ତି!“

  • 43:11 ପିତର ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟକ ଜଣ ମନପରିବର୍ତ୍ତନ କର, ଆଉ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ହୁଅ ଯେପରି ଈଶ୍ଵର ତୁମ୍ଭମାନଙ୍କ ପାପ ସବୁକୁ କ୍ଷମା କରିବେ।"

  • 46:06 ଆଉ ଯୀଶୁ ହିଁ ମସୀହା (ଖ୍ରୀଷ୍ଟ) ଅଟନ୍ତି ବୋଲି ସାଉଲ ଯିହୂଦୀମାନଙ୍କ ସହିତ ଯୁକ୍ତି କଲେ।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H4899, G3323, G5547

ଖ୍ରୀଷ୍ଟରେ, ଯୀଶୁରେ, ପ୍ରଭୁର୍ରେ, ତାହାଙ୍କ ଠାରେ

ସଂଜ୍ଞା:

“ଖ୍ରୀଷ୍ଟରେ “ଶବ୍ଦ ଏକ ସଂଯୋଗ ଶବ୍ଦ ଅଟେ ଯାହା ବିଶ୍ୱାସରେ ଖ୍ରୀଷ୍ଟଙ୍କ ସହିତ ସହଭାଗିତା ର ସ୍ଥିତି କୁ ଦର୍ଶାଏ I

  • ଆଉ ଅନ୍ୟ ଶବ୍ଦ ଯାହା ଏହା ସହିତ ଅନ୍ତର୍ଭୁକ୍ତ କରାଯାଏ, ଯାହା କି “ଯୀଶୁ ଖ୍ରୀଷ୍ଟରେ, ଖ୍ରୀଷ୍ଟ ଯୀଶୁରେ, ପ୍ରଭୁ ଯୀଶୁ ରରେ, ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ୍ରେ ଅଟେ I
  • ସମ୍ଭବତ ଅର୍ଥ “ଖ୍ରୀଷ୍ଟରେ ଶବ୍ଦ ପାଇଁ ହେଉଛି “କାରଣ ଆପଣ ଖ୍ରୀଷ୍ଟ୍ ଙ୍କର ଅଟନ୍ତି “କିଅବା “ତୁମ୍ଭର ଖ୍ରୀଷ୍ଟ୍ ଙ୍କ ସହିତ ଯେଉଁ ସହଭାଗିତା ଅଛି ତାହା ଦ୍ୱାରା “କିଅବା “ଖ୍ରୀଷ୍ଟରେ ତୁମ୍ଭର ବିଶ୍ୱାସ ଉପରେ ଏହା ଆଧାରିତ ଅଟେ “ହୋଇପାରେ I
  • ସବୁ ସମ୍ପର୍କିୟ ଶବ୍ଦର ସମାନ ଅର୍ଥ ଯୀଶୁରେ ବିଶ୍ୱାସ କରିବାର ସ୍ଥିତି କୁ କିଅବା ତାହାଙ୍କ ଶିଷ୍ୟ ହେବାକୁ ଦର୍ଶାଏ I
  • ଟିପଣୀ:

କେତେକ ସମୟରେ ଶବ୍ଦ “ରେ “କ୍ରିୟା ରୂପରେ ବ୍ୟବହୃତ ହୁଏ I ଉଦାହରଣ ସ୍ୱରୂପ, “ଖ୍ରୀଷ୍ଟରେ ବାଣ୍ଟନ୍ତୁ “ର ଅର୍ଥ “ବାଣ୍ଟିବାରେ “ଖ୍ରୀଷ୍ଟ ଙ୍କୁ ଜାଣିବାରେ ଲାଭ I “ମହିମାରେ ଖ୍ରୀଷ୍ଟ “ର ଅର୍ଥ ହେଉଛି ଆନନ୍ଦିତ ହେବା ଓ ଯୀଶୁ କିଏ ଓ ସେ କଅଣ କରି ଅଛନ୍ତି ସେଥି ନିମନ୍ତେ ପରମେଶ୍ୱରଙ୍କର ପ୍ରଶଂସା କରିବା I “ଖ୍ରୀଷ୍ଟ ଙ୍କ ଉପରେ ବିଶ୍ୱାସ କରିବା “ର ଅର୍ଥ ହେଉଛି ସେ ଯେ ଉଦ୍ଧାର କର୍ତ୍ତା ଅଟନ୍ତି ତାହାଙ୍କ ଉପରେ ଭରସା କରିବା ଓ ତାହାଙ୍କୁ ଜାଣିବା I

ଅନୁବାଦ ପ୍ରସ୍ତାବ:

  • ପୃଷ୍ଠଭୂମି ଉପରେ ନିର୍ଭର କରି, ଅଲଗା ପ୍ରକାରେ ଅନୁବାଦ କରିବା “ଖ୍ରୀଷ୍ଟରେ “ଓ “ପ୍ରଭୁରେ “(ସମ୍ପର୍କୀୟ ବାକ୍ୟାଂଶ) କୁ ଅନ୍ତର୍ଭୁକ୍ତ କରାଯାଏ I

  • “କିଏ ଖ୍ରୀଷ୍ଟ ର “

  • “କାରଣ ତୁମ୍ଭେ ଖ୍ରୀଷ୍ଟ ଙ୍କ ଉପରେ ବିଶ୍ୱାସ କର”

  • “କାରଣ ଖ୍ରୀଷ୍ଟ ଆମକୁ ଉଦ୍ଧାର କଲେ “

  • “ପ୍ରଭୁ ଙ୍କ ସେବାରେ “

  • “ପ୍ରଭୁ ଙ୍କ ଉପରେ ନିର୍ଭର କରିବା “

  • “କାରଣ ପ୍ରଭୁ ଆମ ନିମନ୍ତେ ଯାହା କିଛି କରି ଅଛନ୍ତି “

  • ଲୋକମାନେ ଯେ ଖିଷ୍ଟ ଙ୍କ ଉପରେ “ବିଶ୍ୱାସ” କରନ୍ତି କିଅବା ଯାହାର ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ ଅଛି କି ଖ୍ରୀଷ୍ଟ ଯାହା କିଛି ଶିକ୍ଷା ଦେଲେ ଓ ତାହାଙ୍କ ଉପରେ ଭରସା ରଖନ୍ତି କି ସେ ସେମାନଙ୍କୁ ବଂଚାଇବା ତାହାଙ୍କ କ୍ରୁଶ ଉପରେ ବଳିଦାନ ହେତୁ ସେ ତାହାଙ୍କର ପାପର ଶାସ୍ତି ର କରଜ ଦେଇଦେଲେ I

କେତେକ ଭାଷାରେ କେବଳ ଗୋଟିଏ ଶବ୍ଦ ହୋଇପାରେ “ବିଶ୍ୱାସ କରିବାରେ “ବାଣ୍ଟିବାରେ” କିଅବା “ଭରଷା କରିବାରେ “

(ଆହୁରି ଦେଖନ୍ତୁ: ଖ୍ରୀଷ୍ଟ, ପ୍ରଭୁ, ଯୀଶୁ, ବିଶ୍ୱାସ କରିବା, ବିଶ୍ୱାସ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: G1519, G2962, G5547

ଖ୍ରୀଷ୍ଟିୟାନ

ସଂଜ୍ଞା:

ଯୀଶୁଙ୍କ ସ୍ୱର୍ଗାରୋହଣର କିଛି ସମୟ ପରେ, ଲୋକମାନେ “ଖ୍ରୀଷ୍ଟିୟାନ” ନାମରେ ନାମିତ ହେଲେ ଯାହାର ଅର୍ଥ ହେଉଛି “ଖ୍ରୀଷ୍ଟଙ୍କର ଅନୁକାରୀ”

  • ଏହାଥିଲା ଆନ୍ତିୟଖିଆ ସହର ଯେଉଁଠି ଯୀଶୁଙ୍କର ଅନୁକାରୀମାନେ ଖ୍ରୀଷ୍ଟିୟାନ ନାମରେ ପରିଚିତ ହେଲେ
  • ଖ୍ରୀଷ୍ଟିୟାନ ହେଉଛନ୍ତି ଜଣେ ବ୍ୟକ୍ତି ଯିଏ ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର ଭାବରେ ଗ୍ରହଣ କରେ ଏବଂ ଯିଏ ଭରସା କରେ ଯେ ଯୀଶୁ ତାଙ୍କୁ ସମସ୍ତ ପାପରୁ ପରିତ୍ରାଣ କରିଛନ୍ତି
  • ଆଧୁନିକ ସମୟରେ, କେହି ଜଣେ ଖ୍ରୀଷ୍ଟିୟାନ ଧର୍ମ ସହିତ ପରିଚୟ ଦେଲେ ତାଙ୍କ ନିକଟରେ “ଖ୍ରୀଷ୍ଟିୟାନ” ଶବ୍ଦକୁ ବ୍ୟବହାର କରାଯାଉଛି ଯଦ୍ୟପି ସେ ପ୍ରକୃତରେ ଯୀଶୁଙ୍କୁ ଅନୁକରଣ କରୁନାହିଁ

ବାଇବଲରେ ଥିବା “ଖ୍ରୀଷ୍ଟିୟାନ” ଶବ୍ଦର ଅର୍ଥ ନୁହେଁ

  • କାରଣ ବାଇବଲରେ “ଖ୍ରୀଷ୍ଟିୟାନ” ଶବ୍ଦଟି ବ୍ୟବହାର ହୁଏ ଯିଏ ଜଣଙ୍କ ପ୍ରକୃତରେ ଯୀଶୁଙ୍କୁ ବିଶ୍ୱାସ କରେ, ଜଣେ ଖ୍ରୀଷ୍ଟିୟାନକୁ ମଧ୍ୟ ଜଣେ ବିଶ୍ୱାସୀ କୁହାଯାଏ

ଅନୁବାଦର ସାହାଯ୍ୟ:

  • ଏହି ବାକ୍ୟ ମଧ୍ୟ ଅନୁବାଦ କରାଯାଇପାରେ ଯଥା “ଖ୍ରୀଷ୍ଟ-ଅନୁଗମନକାରୀ” କିମ୍ୱା “ଖ୍ରୀଷ୍ଟଙ୍କର ଅନୁସରଣକାରୀ” ନତୁବା ଏହିପରି କିଛି ତଥା “ଖ୍ରୀଷ୍ଟଙ୍କ ବ୍ୟକ୍ତି”
  • ଅନୁବାଦକାରୀ ନିଶ୍ଚିତ ହେବା ଉଚିତ ଯେ ଏହି ବାକ୍ୟାଂଶ ଶିଷ୍ୟ କିମ୍ୱା ପ୍ରେରିତ ପରି ଅନୁବାଦଠାରୁ ଭିନ୍ନ
  • ଯତ୍ନବାନ ହେବା ଯେ ଏହି ଶବ୍ଦର ଅନୁବାଦ ଯେପରି ପ୍ରତ୍ୟକ ଜଣ ଯିଏ ଯୀଶୁଙ୍କୁ ବିଶ୍ୱାସ କରେ, ଏହା କୌଣସି ନିର୍ଦ୍ଧିଷ୍ଟ ଦଳ ପାଇଁ ନୁହେଁ
  • ସ୍ଥାନୀୟ କିମ୍ୱା ଜାତୀୟ ଭାଷାରେ ବାଇବଲକୁ ଅନୁବାଦ କଲାବେଳେ ମନେ ରଖିବେ ଯେ ଏହା କିପରି ଅନୁବାଦ ହୋଇଛି

(ଦେଖ: ଅଜଣା ବିଷୟକୁ ଅନୁବାଦ କରିବେ କିପରି)

(ଆହୁରି ଦେଖ: ଆନ୍ତିୟଖିଅ, ଖ୍ରୀଷ୍ଟ, ମଣ୍ଡଳୀ, ବିଶ୍ୱାସୀ, ଶିଷ୍ୟ, ଯୀଶୁ, ଈଶ୍ୱରଙ୍କ ପୁତ୍ର

ବାଇବଲର ସନ୍ଦର୍ୱ:

ବାଇବଲ କାହାଣୀ ରୁ ଉଦାହରଣ:

  • ୪୬:୦୯ ପୁଣି ଆନ୍ତିୟଖିଆରେ ଶିଷ୍ୟମାନେ ପ୍ରଥମରେ ଖ୍ରୀଷ୍ଟିୟାନ ବୋଲି ଆଖ୍ୟାତ ହେଲେ
  • ୪୭:୧୪ ପାଉଲ ଏବଂ ଅନ୍ୟମାନେ ଖ୍ରୀଷ୍ଟିୟାନ ନେତାମାନେ ଅଧିକାଂଶ ସହରକୁ ଯାଇ ଯୀଶୁଙ୍କ ସୁସମାଚାରକୁ ପ୍ରଚାର ଓ ଘୋଷଣା କରିବାକୁ ଲାଗିଲେ
  • ୪୯:୧୫ ଯଦି ତୁମେ ଯୀଶୁ ତୁମ ନିମନ୍ତେ ଯାହାସବୁ କରିଛନ୍ତି ବିଶ୍ୱାସ କରିବ, ତୁମେ ଜଣେ ଖ୍ରୀଷ୍ଟିଆନ୍
  • ୪୯:୧୬ ଯଦି ତୁମେ ଜଣେ ଖ୍ରୀଷ୍ଟିୟାନ, ଈଶ୍ୱର ତୁମର ପାପ କ୍ଷମା କରିଛନ୍ତି କାରଣ ଯୀଶୁ ଯାହା କରିଛନ୍ତି
  • ୪୯:୧୭ ଯଦ୍ୟପି ତୁମେ ଜଣେ ଖ୍ରୀଷ୍ଟିୟାନ ପାପ ପ୍ରତି ତୁମର ଲାଳସା ରହିବ
  • ୫୦:୦୩ ସେ ସ୍ୱର୍ଗରୋହଣ କରିବ ପୂର୍ବରୁ, ଯୀଶୁ କହିଲେ ଖ୍ରୀଷ୍ଟିୟାନମାନେ ତୁମେ ଲୋକମାନଙ୍କ ନିକଟରେ ଏହି ସୁସମାଚାର ଘୋଷଣା କରିବ ଯିଏ ଏହି ବିଷୟ ଶୁଣି ନାହିଁ
  • ୫୦:୧୧ ଯେତେବେଳେ ଯୀଶୁ ଆଗମନ କରିବେ, ପ୍ରତ୍ୟକ ଖ୍ରୀଷ୍ଟିୟାନ ଯିଏ ମହା ନିଦ୍ରା ପ୍ରାପ୍ତ ସେମାନେ ଉଠିବେ ଏବଂ ତାହାଙ୍କ ସହିତ ମଧ୍ୟ ଆକାଶରେ ଭେଟିବେ

ବୋର୍ଡ ଡାଟା :

  • Strong's: G5546

ଗନ୍ଧରସ

ସଂଜ୍ଞା:

ଗନ୍ଧରସ ଏକ ତେଲ ଓ ମସଲା ଅଟେ ଯାହା ଆଫ୍ରିକା ଓ ଏସିଆରେ ବଡୁ ଥିବା ଲାଖ ଗଛରୁ ଏହି ଅତର ନିର୍ମିତ ଅଟେ I ଏହା କୁନଦୁର ସହ ମେଳ ଖାଏ I

  • ଗନ୍ଧରସ କୁ ସୁଗନ୍ଧ, ଅତର ଓ ଔସଧ ନିମନ୍ତେ ବ୍ୟବହାର କରାଯାଏ ଓ କବର ଦେବା ପାଇଁ ମୃତ ଶରୀରେ ଲେପନ କରାଯାଏ I
  • ଗନ୍ଧରସ ଉପହାର ମଧ୍ୟରୁ ଗୋଟିଏଥିଲା ଯାହା ପଣ୍ଡିତ ଲୋକମାନେ ଶିଶୁ ଯୀଶୁ କୁ ଦେଇଥିଲେ I
  • ଯୀଶୁଙ୍କୁ ମଦ୍ୟ ସହ ଗନ୍ଧରସ ଦିଆ ଯାଇଥିଲା ବେଦନା ରୁ ନିବୃତ ପାଇଁ ଯେତେବେଳେ ସେ କ୍ରୁଶ ଉପରେଥିଲେ I

(ଆହୁରି ଦେଖନ୍ତୁ: କୁନ୍ଦୁରୁ, ପଣ୍ଡିତ ଲୋକମାନେ)

ବାଇବଲ ଦପର୍ୱ:

ବୋର୍ଡ ଡାଟା :

  • Strong's: H3910, H4753, G3464, G4666, G4669

ଗର୍ବ, ଗର୍ବୀ

ସଂଜ୍ଞା:

"ଗର୍ବ" ଶବ୍ଦ ଅର୍ଥ କୌଣସି ବ୍ୟକ୍ତିଙ୍କୁ ନିଜର ବଡ଼ିମା ଦେଖାଇ କଥାବାର୍ତ୍ତା କରିବା ׀ ବେଳେବେଳେ ଏହା ବୃଥା ଗର୍ବ କୁ ବୁଝାଏ ׀

  • " ଯେଉଁ ବ୍ୟକ୍ତି ଗର୍ବୀ" ସେ ନିଜ ବିଷୟରେ ଗର୍ବ ଭାବରେ କଥା କହେ ׀
  • ପରମେଶ୍ୱର ଇଶ୍ରାୟେଲୀୟମାନଙ୍କୁ ମୂର୍ତ୍ତିମାନଙ୍କ ଉପରେ ଗର୍ବ କରୁଥିବା ହେତୁ ସେମାନଙ୍କୁ ଗାଳି କଲେ ׀

ସେମାନେ ଅହଙ୍କାର ଭାବେ ସତ୍ୟ ପରମେଶ୍ୱରଙ୍କୁ ଛାଡ଼ି ମିଥ୍ୟା ଦେବତା କୁ ଉପାସନା କରୁଥିଲେ ׀

  • ବାଇବଲ ଲୋକମାନଙ୍କ କେତେକ ଜିନିଷରେ ଗର୍ବ ବିଷୟରେ କହେ ଯେପରିକି ସେମାନଙ୍କ ଧନ,ସେମାନଙ୍କ ଶକ୍ତି,ସେମାନଙ୍କ ଚାଷ ଜମି ଏବଂ ସେମାନଙ୍କ ନୀୟମ ׀

ଏହାର ଅର୍ଥ ସେମାନେ ଏହି ସମସ୍ତ ବିଷୟରେ ଗର୍ବ କରନ୍ତି କିନ୍ତୁ ପରମେଶ୍ୱର ଏହି ସମସ୍ତ ବିଷୟ ଯୋଗାନ୍ତି ବୋଲି ସ୍ୱୀକାରକରନ୍ତି ନାହିଁ ׀

  • ପରମେଶ୍ୱର ଇଶ୍ରାୟେଲୀୟମାନଙ୍କୁ ପ୍ରେରଣା ଦିଅନ୍ତି ଯେ ଯଦି ଗର୍ବ କରିବାର ଅଛି ତାହେଲେ ମୋତେ ଜାଣିଛି ବୋଲି ଗର୍ବ କର ׀
  • ପ୍ରେରିତ ପାଉଲ ମଧ୍ୟ ପରମେଶ୍ୱର ବିଷୟରେ ଗର୍ବ କରନ୍ତି, ଯାହାର ଅର୍ଥ ପରମେଶ୍ୱର ତାଙ୍କ ନିମନ୍ତେ ଯାହା କରିଛନ୍ତି ସେଥିନିମନ୍ତେ ସେ ଆନନ୍ଦିତ ଏବଂ ଧନ୍ୟବାଦୀ ׀

ଅନୁବାଦର ପ୍ରସ୍ତାବ

  • "ଗର୍ବ" କୁ ଅନ୍ୟ ଅର୍ଥରେ ଅନୁବାଦ କଲେ "ବୃଥା ଗର୍ବ", "ଗର୍ବ ଭାବେ କଥା କହିବା" କିମ୍ୱା ଗର୍ବୀ ହେବା କୁ ବୁଝାଏ ׀
  • "ଆତ୍ମଗର୍ବୀ" ଶବ୍ଦକୁ ଏହିପରି ଭାବେ ଅନୁବାଦ କରାଯାଇପାରେ ଯେ "ଅତି ଗର୍ବରେ କଥା ହେବା", ଗର୍ବୀ, "ନିଜ ବିଷୟରେ ଅଧିକ କହିବା" ׀
  • ପରମେଶ୍ୱର ଙ୍କ ସମ୍ମୁଖରେ ଗର୍ବ କରିବା ଅର୍ଥ "ତାହାଙ୍କଠାରେ ଗର୍ବ କରିବା",ବା "ଉଚ୍ଚିକୃଚ କରିବା",ବା "ତାହାଙ୍କ ବିଷୟରେ ଆନନ୍ଦିତ ହେବା" ବା "ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା" ׀
  • କେତେକ ଭାଷାରେ ଗର୍ବର ଦୁଇଟି ଅର୍ଥ ରହିଛି: ଗୋଟିଏ ନକରାତ୍ମକ ଯାହାର ଅର୍ଥ ଅହଙ୍କାରୀ ହେବା ଏବଂ ଅନ୍ୟଚି ହେଉଛି ସକରାତ୍ମକ ଯାହାର ଅର୍ଥ ନିଜର କାର୍ଯ୍ୟ, ପରିବାର ଏବଂ ଦେଶ ପାଇଁ ଗର୍ବ କରିବା ׀

ଅନୁବାଦ ର ପ୍ରସ୍ତାବ

(ଦେଖନ୍ତୁ: ଗର୍ବ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H1984, H3235, H6286, G212, G213, G2620, G2744, G2745, G2746, G3166

ଗୀତ, ଗୀତସଂହିତା

ସଂଜ୍ଞା:

“ଗୀତ” ପ୍ରତିଶବ୍ଦ ଏକ ପବିତ୍ରଧର୍ମୀ ଗୀତକୁ ସୂଚାଏ, ଯାହା ପଦ୍ୟ ଆକାରରେ ରହିଛି ଏବଂ ଗାଇଵା ଉଦ୍ଦେଶ୍ୟରେ ଲିଖିତ ହୋଇଛି I

  • ପୁରାତନ ନୀୟମର ଗୀତସଂହିତା ପୁସ୍ତକ ଏହି ସବୁ ଗୀତଗୁଡିକର ସଙ୍କଳନ ଅଟେ ଏବଂ ସେଗୁଡିକ ରାଜା ଦାଉଦ ଏବଂ ଅନ୍ୟାନ୍ୟ ଇସ୍ରାଏଲୀୟମାନଙ୍କ ଦ୍ୱାରା ଲିଖିତ; ଯଥା ମୋଶା, ଶଲୋମନ ଏବଂ ଆସଫ, ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଅଟନ୍ତି I
  • ଇସ୍ରାଏଲ ଜାତି ଦ୍ୱାରା ସେମାନଙ୍କର ଈଶ୍ୱରଙ୍କୁ ଉପାସନା କଲାବେଳେ ଏହି ଗୀତସଂହିତାକୁ ବ୍ୟବହାର କରାଯାଉଥିଲା I
  • ହୃଦୟର ଆନନ୍ଦ, ବିଶ୍ୱାସ ଏବଂ ଭକ୍ତି ସଙ୍ଗେ ସଙ୍ଗେ ଯନ୍ତ୍ରଣା ଏବଂ ଦୁଃଖକୁ ପ୍ରକାଶ କରିବା ନିମନ୍ତେ ଏହି ଗୀତସଂହିତାକୁ ବ୍ୟବହାର କରାଯାଇପାରେ I
  • ନୂତନ ନିୟମରେ, ଈଶ୍ୱରଙ୍କ ପ୍ରତି ଏହି ଗୀତସଂହିତା ଗାଇବା ଦ୍ୱାରା ଏଭଳି ଭାବରେ ତାହାଙ୍କର ଉପାସନା କରିବା ନିମନ୍ତେ ଖ୍ରୀଷ୍ଟିଆନମାନଙ୍କୁ ଉପଦେଶ ବା ନିର୍ଦ୍ଦେଶ ଦିଆଯାଉଥିଲା I

(ଆହୁରି ମଧ୍ୟ ଦେଖ: ଦାଉଦ, ବିଶ୍ୱାସ, ଆନନ୍ଦ, ମୋଶା, ପବିତ୍ର)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H2158, H2167, H2172, H4210, G5567, G5568

ଗୌରବ, ଗୌରବମୟ, ଗୌରବାନ୍ୱିତ , ଗୌରବ କରିବା

ସଂଜ୍ଞା:

“ଗୌରବ” ଶବ୍ଦ ଏକ ପରିବାର ସାଧାରଣ ଧାରଣାର ମୂଲ୍ୟ, ଯୋଗ୍ୟ, ଗୁରୁତ୍ୱ, ସମ୍ମାନ, କିମ୍ବା ମହିମା ଶବ୍ଦ ସହିତ ଅର୍ଭୁକ୍ତ। “ଗୌରବ” ଶବ୍ଦର ଅର୍ଥ ହେଉଛି କେହି ଜଣେ କିମ୍ବା କିଛି ନିମନ୍ତେ ଗୌରବ ବର୍ଣ୍ଣନା କରିବା, କିମ୍ବା କିଛି କିମ୍ବା କେହିଁ କେତେ ଗୌରବମୟ ତାହା ଦେଖାଇବା କିମ୍ବା କହିବା ଅଟେ।

  • ବାଇବଲରେ, “ଗୌରବ" ଶବ୍ଦ ବିଶେଷ ଭାବରେ ଈଶ୍ଵରଙ୍କୁ ବର୍ଣ୍ଣନା କରିବାକୁ ବ୍ୟବହାର କରାଯାଏ, ଯିଏ ଅଧିକ ମୂଲ୍ୟବାନ, ଅଧିକ ଯୋଗ୍ୟ, ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ, ଅଧିକ ସମ୍ମାନଜନକ, ଅଧିକ ଗୌରବମୟ, ଏହି ପୃଥିବୀର ଅନ୍ୟ କାହା କିମ୍ବା କୌଣସି ଜିନିଷ ଅପେକ୍ଷା ଅଧିକ ମହାନ ଅଟନ୍ତି। ତାହଙ୍କ ବିଶେଷତା ବିଷୟରେ ସବୁକିଛି ତାହାଙ୍କ ଗୌରବ ପ୍ରକାଶ କରେ।
  • ଲୋକମାନେ ଈଶ୍ଵର କରିଥିବା ଅଦ୍ଭୁତ କାର୍ଯ୍ୟ ବିଷୟରେ କହି ଗୌରବାନ୍ୱିତ କରିପାରିବେ। ସେମାନେ ମଧ୍ୟ ଈଶ୍ଵରଙ୍କ ବିଶେଷତା ଅନୁଯାୟୀ ଜୀବନଯାପନ କରି ଈଶ୍ଵରଙ୍କୁ ଗୌରବାନ୍ୱିତ କରିପାରିବେ, କାରଣ ଏହା କରିବା ଅନ୍ୟମାନଙ୍କୁ ତାହାଙ୍କର ମୂଲ୍ୟ, ଯୋଗ୍ୟ, ଗୁରୁତ୍ୱ, ସମ୍ମାନ, ଗୌରବ ଏବଂ ମହିମା ଦର୍ଶାଏ।
  • “ଗୌରବରେ” ଅଭିବ୍ୟକ୍ତିର ଅର୍ଥ ହେଉଛି କିଛି ବିଷୟରେ ଗର୍ବ କରିବା କିମ୍ବା ଦର୍ପ କରିବା।

ପୂରତନ ନିୟମ

  • ପୂରାତନ ନିୟମରେ “ସଦାପ୍ରଭୁଙ୍କ ଗୌରବ” ନିର୍ଦ୍ଦିଷ୍ଟ ବାକ୍ୟାଂଶ ସାଧାରଣତଃ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସଦାପ୍ରଭୁଙ୍କ ଉପସ୍ଥିତିର କିଛି ଅନୁଭବକୁ ଦର୍ଶାଏ।

ନୂତନ ନିୟମ

  • ପିତା ଈଶ୍ଵର ଯୀଶୁ କେତେ ଗୌରବମୟ ତାହା ସମସ୍ତ ଲୋକମାନଙ୍କୁ ପ୍ରକାଶ କରିବା ଦ୍ୱାରା ପୁତ୍ର ଈଶ୍ଵରଙ୍କୁ ଗୌରବାନ୍ୱିତ କରିବେ।
  • ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକମାନେ ତାହାଙ୍କ ସହିତ ଗୌରବାନ୍ୱିତ ହେବେ। “ଗୌରବ” ଶବ୍ଦର ଏହି ବ୍ୟବହାର ଏକମାତ୍ର ଅର୍ଥ ବହନ କରେ। ଯାହାର ଅର୍ଥ ଯେତେବେଳେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନେ ପୁନରୁତ୍ଥିତ ହୁଅନ୍ତି, ସେତେବେଳେ ସେ ଶାରୀରିକ ଭାବରେ ପରିବର୍ତ୍ତିତ ହେବେ ଯେପରି ସେ ପୁନରୁତ୍ଥାନ ପରେ ଯୀଶୁଙ୍କ ପରି ଦେଖାଯିବେ।

ଅନୁବାଦ ପ୍ରସ୍ତାବ:

  • ପ୍ରସଙ୍ଗ ଉପରେ ନିର୍ଭର କରି, "ଗୌରବକୁ" ଅନୁବାଦ କରିବାର ଭିନ୍ନ ଉପାୟରେ “ମହିମା” କିମ୍ବା “ମହାନ୍” କିମ୍ବା “ଚମତ୍କାର ମହାନତା” କିମ୍ବା “ଚରମ ମୂଲ୍ୟ” ଅନ୍ତର୍ଭୁକ୍ତ ହୋଇପାରେ।
  • “ଗୌରବମୟ” ଶବ୍ଦକୁ “ଗୌରବରେ ପରିପୂର୍ଣ୍ଣ” କିମ୍ବା “ଅତ୍ୟନ୍ତ ମୂଲ୍ୟବାନ” କିମ୍ବା “ଉଜ୍ଜ୍ୱଳ ଦୀପ୍ତି” କିମ୍ବା “ଅଦ୍ଭୁତ ମହାନ୍” ଭାବରେ ଅନୁବାଦିତ ହୋଇପାରେ।
  • “ଈଶ୍ୱରଙ୍କୁ ଗୌରବ ଦେବା“ ଅଭିବ୍ୟକ୍ତିକୁ "ଈଶ୍ୱରଙ୍କ ମହାନତାକୁ ସମ୍ମାନିତ କର" କିମ୍ବା “ଈଶ୍ୱରଙ୍କର ମହିମା ହେତୁ ତାହାଙ୍କର ପ୍ରଶଂସା କର“ କିମ୍ବା “ଅନ୍ୟମାନଙ୍କୁ କୁହ ଯେ ଈଶ୍ୱର କେତେ ମହାନ ଅଟନ୍ତି“ ରୂପରେ ଅନୁବାଦ କରାଯାଇପାରେ।
  • “ଗୌରବରେ“ ଅଭିବ୍ୟକ୍ତିକୁ “ପ୍ରଶଂସା“ କିମ୍ବା “ଦର୍ପ କରିବା" କିମ୍ବା “ଆତ୍ମ ପ୍ରଶଂସା କରିବା'’ କିମ୍ବା “ଆନନ୍ଦ ପ୍ରାପ୍ତ କରିବା" ରୂପରେ ଅନୁବାଦ କରାଯାଇପାରେ।
  • “ଗୌରବାନ୍ୱିତ” ଯେପରି “ଗୌରବ ଦେବା“ କିମ୍ବା “ଗୌରବ କରିବା“ କିମ୍ବା “ମହାନତାକୁ ପ୍ରକାଶିତ କରିବା“ ରୂପରେ ଅନୁବାଦ କରାଯାଇପାରେ।
  • “ଈଶ୍ୱରଙ୍କୁ ଗୌରବାନ୍ୱିତ କରିବା“ ବାକ୍ୟାଂଶକୁ ମଧ୍ୟ “ଈଶ୍ୱରଙ୍କ ପ୍ରସଂଶା କରିବା“ କିମ୍ବା “ଈଶ୍ୱରଙ୍କ ମହାନତା ବିଷୟରେ କହିବା“ କିମ୍ବା “ଈଶ୍ଵର କେତେ ମହାନ ଅଟନ୍ତି ଦର୍ଶାଇବା“ କିମ୍ବା “ତାହାଙ୍କ ଆଜ୍ଞାକାରୀ ହୋଇ ତାହାଙ୍କୁ ସମ୍ମାନିତ କରିବା” ରୂପରେ ଅନୁବାଦ କରାଯାଇପାରେ।
  • "ଗୌରବାନ୍ୱିତ ହୁଅନ୍ତୁ“ ବାକ୍ୟାଂଶକୁ “ଅତ୍ୟଧିକ ମହାନ ବୋଲି ଦର୍ଶାଇବା" କିମ୍ବା “ପ୍ରସଂଶିତ ହେବା“ କିମ୍ବା “ଉଚ୍ଚ ପ୍ରସଂଶିତ ହେବା“ ରୂପରେ ଅନୁବାଦ କରାଯାଇପାରେ।

(ପୁନଶ୍ଚ ଦେଖନ୍ତୁ: ଗୌରବ ବା ସମ୍ମାନ, ମହିମା, ଉଚ୍ଚ ପ୍ରସଂଶା, ଆଜ୍ଞାବହ, ପ୍ରସଂଶା

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • 23:07 ଅକସ୍ମାତ, ଆକାଶରେ ଦୂତଗଣର ଏକ ବଡ଼ ବାହୀନୀ ଈଶ୍ୱରଙ୍କର ପ୍ରଶଂସା କରି କହିଲେ “ସ୍ୱର୍ଗରେ ଈଶ୍ୱରଙ୍କର ଗୌରବ ଓ ପୃଥିବୀରେ ତାହାଙ୍କ ଲୋକମାନଙ୍କ ମଧ୍ୟରେ ଶାନ୍ତି ହେଉ!”
  • 25:06 ତା'ପରେ ଶୟତାନ ଯୀଶୁଙ୍କୁ ଜଗତର ସମସ୍ତ ରାଜ୍ୟ ଓ ତାର ଗୌରବ ଦେଖାଇଲା ଓ କହିଲା “ମୁଁ ତୁମ୍ଭକୁ ଏହି ସମସ୍ତ ଦେବୀ ଯଦି ତୁମେ ନତ ମସ୍ତକ ହୋଇ ମୋର ପୂଜା କରିବ।"
  • 37:08 ଯେତେବେଳେ ଯୀଶୁ ଏହି ସମ୍ବାଦ ଶୁଣିଲେ, ସେ କହିଲେ, “ଏହି ରୋଗ ମୃତ୍ୟୁରେ ସମାପ୍ତ ହେବ ନାହିଁ, କିନ୍ତୁ ଏହା ଈଶ୍ୱରଙ୍କ ଗୌରବ ନିମନ୍ତେ ଅଟେ।"
  • 37:08 ଯୀଶୁ ଉତ୍ତର ଦେଲେ, କଅଣ ମୁଁ ତୁମକୁ କହି ନ ଥିଲି କି ଯଦି ତୁମେ ମୋଠାରେ ବିଶ୍ୱାସ କରିବ ତେବେ ତୁମେ ଈଶ୍ୱରଙ୍କ ଗୌରବ ଦେଖିବ।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H117, H142, H155, H215, H1342, H1921, H1922, H1925, H1926, H1935, H1984, H2892, H3367, H3513, H3519, H3520, H6286, H6643, H7623, H8597, G1391, G1392, G1740, G1741, G2620, G2744, G2745, G2746, G2755, G2811, G4888

ଘୃଣା, ଘୃଣ୍ୟ କାର୍ଯ୍ୟ, ଘୃଣ୍ୟ

ସଂଜ୍ଞା:

ଘୃଣା ପଦଟି କିଛି ଗୋଟେ ଘୃଣା କିମ୍ୱା ଚରମ ଅପସନ୍ଦକୁ ସୂଚାଇବାକୁ ବ୍ୟବହାର କରାଯାଏI

  • ମିସରୀୟମାନେ ଏବ୍ରୀ ଲୋକମାନଙ୍କୁ ଏକ "ଘୃଣା" ବୋଲି ବିବେଚନା କରୁଥିଲେ।

ଏହାର ଅର୍ଥ ଯେ ମିସରୀୟମାନେ ଏବ୍ରୀୟମାନଙ୍କୁ ଘୃଣା କରୁଥିଲେ ଏବଂ ସେମାନଙ୍କ ସହିତ ମିଶିବା କିମ୍ୱା ନିକଟସ୍ଥ ହେବାକୁ ଚାହୁଁ ନଥିଲେ I

  • କିଛି ବିଷୟ ଯାହା ବାଇବଲ କୁହେ “ସଦାପ୍ରଭୁ ପରମେଶ୍ୱରଙ୍କ ଦୃଷ୍ଟିରେ ଘୃଣାର ବିଷୟ” ମିଥ୍ୟା, ଗର୍ବ, ନର ବଳି, ମୂର୍ତ୍ତୀ ପୂଜା, ବ୍ୟଭିଚାର ଭଳି ଯୌନ ପାପ ଏବଂ ସମଲିଙ୍ଗୀକ କାର୍ଯ୍ୟ I
  • ଯୀଶୁ, ଦାନୀୟେଲ ଭବିଷ୍ୟତବକ୍ତାଙ୍କର ଭବିଷ୍ୟତ ବାଣୀ ‘’ବିନାଶକାରୀ ଘୃଣାଯୋଗ୍ୟ ବସ୍ତୁ’’କୁ ଦର୍ଶାଏ ତାଙ୍କ ଶିଷ୍ୟମାନଙ୍କୁ ଅନ୍ତିମ ସମୟ ବିଷୟରେ ଶିକ୍ଷା ଦେଉଅଛନ୍ତି ଯାହା ଈଶ୍ୱର ବିରୋଧୀ ବିଦ୍ରୋହଚରଣ ଏବଂ ଉପାସନା ସ୍ଥାନକୁ କଳୁଷିତ କରେ I

ଅନୁବାଦ ସୂଚନାମାନ:

  • ’’ଘୃଣା’’ ପଦଟି ମଧ୍ୟ ଅନୁବାଦ କରାଯାଇପାରେ ‘’ଯାହା ପ୍ରଭୁ ଘୃଣା କରନ୍ତି’’ କିମ୍ୱା ‘’ଯାହା ବିରକ୍ତି କର’’ କିମ୍ୱା ‘’ ବିରକ୍ତିକର ଅଭ୍ୟାସ କିମ୍ୱା ‘’ ବିଶେଷ ମନ୍ଦ କାର୍ଯ୍ୟକୁ’’ ବୁଝାଏ I
  • ପ୍ରସଙ୍ଗକୁ ନିର୍ଭର କରି, ବାକ୍ୟାଂଶର ଅନୁବାଦ “ଘୃଣ୍ୟଯୋଗ୍ୟକୁକି” ଭିନ୍ନ ଭିନ୍ନ ଭାବରେ ଅନୁବାଦ କରାଯାଇପାରେ, “ଅତ୍ୟଧିକ ଘୃଣ୍ୟାଯୋଗ୍ୟକି” କିମ୍ୱା “ବିରକ୍ତିକାରକକୁକି” କିମ୍ୱା “ସମ୍ପୂର୍ଣ୍ଣ୍ଣ ଅଗ୍ରାହ୍ୟକି” କିମ୍ୱା “ଗଭୀର ବିରକ୍ତିର କାରଣ”I
  • “ବିନାଶକାରୀ ଘୃଣାଯୋଗ୍ୟ ବସ୍ତୁ” ଏହି ବାକ୍ୟାଂଶଟି “କଳୁଷିତ ବସ୍ତୁ ଯାହାମାନବ ଜାତିକୁ ବହୁଳ ଭାବରେ କ୍ଷତି କରିଥାଏ” କିମ୍ୱା “ବିରକ୍ତି କର ବସ୍ତୁ ଯାହା ଅତ୍ୟାଧିକ ଦୁଃଖର କାରଣ ହୋଇଥାଏ I

(ମଧ୍ୟ ଦେଖିପାରିବା: ବ୍ୟଭିଚାର, x, ଏକାକୀ, ମିଥ୍ୟା ଦେବତା, ବଳିଦାନ

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H887, H6292, H8251, H8262, H8263, H8441, G946

ଚିହ୍ନ, ଚିହ୍ନ ଗୁଡିକ, ପ୍ରମାଣ, ମନେପକାଇ ଦେବା

ସଂଜ୍ଞା:

ଏକ ଚିହ୍ନ ହେଉଛି ବସ୍ତୁ, ଘଟଣା, କିମ୍ୱା କାର୍ଯ୍ୟ ଯାହା ଏକ ବିଶେଷ ଯୋଗାଯୋଗ କରେ

  • “ମନେ ପକାଇ ଦେବା “ଚିହ୍ନ ଗୁଡିକ ଯାହା ଲୋକଙ୍କୁ କୌଣସି ପ୍ରତିଜ୍ଞା ହୋଇଥିବା ବିଷୟକୁ“ମନେ ପକାଇବାରେ” ସାହାଯ୍ୟ କରେ
  • ପରମେଶ୍ୱରଙ୍କ ଦ୍ୱାର ସୃଷ୍ଟ ଅକାଶରେ ଦେଖା ଯାଉଥିବା ଇନ୍ଦ୍ରଧନୁ ହେଉଛି ଏକ ଚିହ୍ନ ଯାହା ଲୋକମାନଙ୍କୁ ମନେ ପକାଇ ଦିଏ ଯେ ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ସେ କେବେବି ଆଉ ପୃଥିବୀରେ ଜଳ ପ୍ଲାବନ ଦ୍ୱାରା ଜୀବନ ଗୁଡିକୁ ଧ୍ୱସ କରିବେ ନାହିଁ
  • ପରମେଶ୍ୱର ଇସ୍ରାଏଲ ସନ୍ତାନ ଗଣ ଙ୍କୁ ଆଜ୍ଞା ଦେଇଥିଲେ ଯେପରି ସେମାନେ ସେମାନଙ୍କର ସନ୍ତାନମାନଙ୍କୁ ଏକ ବ୍ୟବସ୍ଥାର ଚିହ୍ନ ସ୍ୱରୂପେ ସୁନ୍ନତ କରିବେ
  • ଚିହ୍ନ କୌଣସି ବିଷୟ କିମ୍ୱା ବିନ୍ଦୁ କୁ ପ୍ରକାଶିତ କରିପାରେ
  • ଜଣେ ଦୂତ ମେଷ ପାଳକମାନଙ୍କୁ ଏକ ଚିହ୍ନ ଦେଲେ ଯେଉଁଥିରେ ସେମାନେ ଜାଣି ପାରିବେ ଯେ କେଉଁ ନୂତନ ଶିଶୁ ବେଥାଲେହମରେ ଜନ୍ମ ଗ୍ରହଣ କରିଅଛି
  • ଧାର୍ମିକ ନେତାମାନଙ୍କର ଚିହ୍ନ ସ୍ୱରୂପେ ଯିହୁଦା ଯୀଶୁଙ୍କୁ ଚୁମ୍ୱନ କଲେ ଯେପରି କେବଳ ଯୀଶୁଙ୍କୁ ସେମାନେ ବନ୍ଦୀ କରିବେ
  • ଚିହ୍ନ ମଧ୍ୟ କୌଣସି ବିଷୟ ସତ୍ୟ ବୋଲି ପ୍ରମାଣ କରିପାରେ
  • ଭାବବାଦୀ ଓ ପ୍ରେରିତମାନଙ୍କ ଦ୍ୱାରା ହୋଇଥିବା ଆଶ୍ଚର୍ୟ କର୍ମ ହେଉଛି ପରମେଶ୍ୱରଙ୍କ ସମ୍ୱାଦକୁ ପ୍ରକାଶ କରିବାର ଚିହ୍ନ
  • ଯେଉଁ ଆଶ୍ଚର୍ୟ କର୍ମ ଯୀଶୁ କଲେ ତାହା ଚିହ୍ନ ସ୍ୱରୂପେ ପ୍ରମାଣ କରେ ଯେ ସେ ହେଉଛନ୍ତି ସତ୍ୟ ମସୀହ

ଅନୁବାଦ ପ୍ରସ୍ତାବ ଗୁଡିକ:

  • ଏହାର ପରିସ୍ଥିତି କୁ ଦେଖି, “ଚିହ୍ନ” ଅନୁବାଦ ହୋଇପାରିବ ଯଥା “ସଙ୍କେତ” କିମ୍ୱା “ପ୍ରତୀକ” କିମ୍ୱା “ଚିହ୍ନ” କିମ୍ୱା “ସାକ୍ଷ୍ୟ” କିମ୍ୱା “ପ୍ରମାଣ” କିମ୍ୱା “ଭାବ”
  • “ହାତରେ ଚିହ୍ନ ଦେଖାଇବା” ଅନୁବାଦ କରିବ ଯଥା “ହାତ ସହିତ ଗତି” କିମ୍ୱା “ହାତର ଭାବ” କିମ୍ୱା “ଭାବକୁ ପ୍ରକାଶ କରିବା”
  • କେତେକ ଭାଷାରେ, “ଚିହ୍ନ” କେବଳ ଗୋଟିଏ ଶବ୍ଦ କୌଣସି ବସ୍ତୁକୁ ପ୍ରମାଣିତ କରୁଥିବ ଓ ଆଶ୍ଚର୍ୟ କର୍ମ କୁ ବୁଝାଉଥିବା ଅନ୍ୟ ଶବ୍ଦ “ଚିହ୍ନ” ହୋଇପାରେ

(ଦେଖ: ଆଶ୍ଚର୍ଯ୍ୟ କର୍ମ, ପ୍ରେରିତ, ଖ୍ରୀଷ୍ଟ, ନୀୟମ, ସୁନ୍ନତ

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H226, H852, H2368, H2858, H4150, H4159, H4864, H5251, H5824, H6161, H6725, H6734, H7560, G364, G880, G1213, G1229, G1718, G1730, G1732, G1770, G3902, G4102, G4591, G4592, G4953, G4973, G5280

ଚୁକ୍ତି, ଚୁକ୍ତିପତ୍ର, ନୂତନ ନୀୟମ

ସଂଜ୍ଞା:

ଚୁକ୍ତିପତ୍ର ହେଉଛି ପ୍ରଚଳିତ ନୀୟମ, ଯାହା ଦୁଇଜଣଙ୍କ ମଧ୍ୟରେ ରାଜିନାମା ହୁଏ ଏବଂ ଯେକୌଣସି ଗୋଟିଏ ଦଳ ଏହାକୁ ସମାପନ୍ନ କରେ

  • ଏହି ରାଜିନାମା ଦୁଇ ବ୍ୟକ୍ତି କିମ୍ୱା ଦୁଇ ଗୋଷ୍ଠୀ ନତୁବା ପରମେଶ୍ୱର ଏବଂ ଲୋକମାନେ ମଧ୍ୟରେ ହୋଇପାରେ
  • ଯେତେବେଳେ ଲୋକମାନେ ପରସ୍ପର ପ୍ରତି ଚୁକ୍ତିପତ୍ର ତିଆରି କରନ୍ତି, ସେମାନେ ପ୍ରତିଜ୍ଞା କରନ୍ତି ଯେ ସେମାନେ କିଛି କରିବେ ଏବଂ ସେମାନେ ତାହାକୁ କରିବ ଉଚିତ
  • ମାନବିକ ଚୁକ୍ତିପତ୍ରରେ ମଧ୍ୟ ବିବାହର ଚୁକ୍ତିପତ୍ର, ବେପାର ରାଜିନାମା ଏବଂ ଦେଶ ଦେଶ ମଧ୍ୟରେ ଚୁକ୍ତି କୁ ମଧ୍ୟ ଅନ୍ତର୍ଭୁକ୍ତ ଅଟେ
  • ବାଇବଲ ସାରା, ପରମେଶ୍ୱର ଲୋକମାନଙ୍କ ସହିତ ବିଭିନ୍ନ ଚୁକ୍ତି କରିଅଛନ୍ତି
  • କୌଣସି କୌଣସି ଚୁକ୍ତିନାମାରେ ପରମେଶ୍ୱର ତାଙ୍କର ଦଦାୟିତ୍ୱ ସେ ବିନା ସର୍ତ୍ତରେ ସଫଳ କରିଛନ୍ତି

ଉଦାହରଣ ସ୍ୱରୂପ, ଯେତେବେଳେ ପରମେଶ୍ୱରମାନବ ଜାତି ସହିତ ଚୁକ୍ତିନାମା କରିଥିଲେ ଯେ ସେ ଆଉ ପୃଥିବୀକୁ ଧ୍ୱଂସ କରିବେ ନାହିଁ ତଥାପି ପୃଥିବୀ ସାର ବନ୍ୟ, ଏହି ପ୍ରତିଜ୍ଞାରେ କୌଣସି ସର୍ତ୍ତ ଲୋକମାନଙ୍କ ନିମନ୍ତେ ନଥିଲା

  • ଅନ୍ୟ ଚୁକ୍ତିରେ, ପରମେଶ୍ୱର ସମସ୍ତ ପ୍ରତିଜ୍ଞାକୁ ସଫଳ କରିବେ ଯଦି ଲୋକମାନେ ତାହାଙ୍କର ବାଧ୍ୟ ହେବେ

“ନୂତନ ନୀୟମ “ବାକ୍ୟ ଖଣ୍ଡ ପରମେଶ୍ୱର ତାଙ୍କର ଅଦ୍ୱିତୀୟ ପୁତ୍ରଙ୍କୁ ବଳିଦାନ କରି ତାହାଙ୍କ ଲୋକମାନଙ୍କ ସହିତ ଅନୁଗତ୍ୟ କିମ୍ୱା ରାଜିନାମା କଲେ

  • ପରମେଶ୍ୱରଙ୍କ “ନୂତନ ନୀୟମ” ବାଇବଲ ଦ୍ୱିତୀୟ ଖଣ୍ଡରେ ବର୍ଣ୍ଣନା କରାଯାଇଛି
  • ଏହି ନୂତନ ନୀୟମ ହେଉଛି “ପୁରାତନ” କିମ୍ୱା “ପୂର୍ବ” ଚୁକ୍ତିପତ୍ରର ବିପରୀତ ଯାହା ପରମେଶ୍ୱର ପୁରାତନ ନୀୟମ ସମୟରେ ଇସ୍ରାଏଲ ଜାତି ସାହିତ କରିଥିଲେ
  • ନୂତନ ନୀୟମ ପୁରାତନ ନୀୟମ ଅପେକ୍ଷା ଉତ୍ତମ କାରଣ ଏହା ଯୀଶୁଙ୍କର ବଳିଦାନ ଯାହାକି ଲୋକମାନଙ୍କର ପାପର ପରିଶୋଧ କରିଥିଲେ
  • ପୁରାତନ ନୀୟମ ଅଧିନରେ ଏହି ଚୁକ୍ତିପତ୍ର ନଥିଲା
  • ପରମେଶ୍ୱର ନୂତନ ନୀୟମ ଲେଖିଲେ ଯେଉଁମାନେ ହୃଦୟରେ ଯୀଶୁଙ୍କୁ ବିଶ୍ୱାସ କରିବେ

ଏହା ସେମାନଙ୍କୁ ପରମେଶ୍ୱରଙ୍କୁ ବାଧ୍ୟ ହୋଇ ପବିତ୍ର ଜୀବନଯାପନ କରିବାକୁ ଆରମ୍ଭ କିରବେ

  • ନୂତନ ନୀୟମ ସମ୍ପୂର୍ଣ୍ଣ୍ଣ ଭାବେ ଶେଷ ଦିନରେ ସଫଳ ହେବ ଯେତେବେଳେ ପରମେଶ୍ୱର ପୃଥିବୀରେ ରାଜ୍ୟ କରିବେ

ଆଉଥରେ ସମସ୍ତ ବିଷୟ ଅତିଉତ୍ତମ ହେବ, ଯେପରି ପ୍ରଥମେ ପରମେଶ୍ୱର ସଂସାରକୁ ସୃଷ୍ଟି କରିଥିଲେ

ଅନୁବାଦ ପ୍ରସ୍ତାବ:

  • ପରିସ୍ଥିତି ଉପରେ ନିର୍ଭର କରି, ଏହି ବାକ୍ୟଖଣ୍ଡକୁ ଅନୁବାଦ କଲେ, ଏହି ଶବ୍ଦ ପୁଞ୍ଜ ଯୋଡିଦେବ, “ରାଜିନାମାର ସମ୍ପର୍କ”, ସାଧାରଣ ଅନୁଗତ୍ୟ, କିମ୍ୱା “ଶପଥ”, କିମ୍ୱା “ଚୁକ୍ତି”
  • କିଛି ଭାଷାରେ ଚୁକ୍ତିପତ୍ର ପରିବର୍ତ୍ତେ ଅନ୍ୟ ଶବ୍ଦ ଥାଇପାରେ ଏହା ଦଳ କିମ୍ୱା ଉଭୟ ମିଶି ଯେଉଁ ପ୍ରତିଜ୍ଞା କରିଛନ୍ତି ତାହାର ବାଧ୍ୟ ହେବା ଉଚିତ

ଯଦି ଚୁକ୍ତିନାମ ଏକତରଫା ହୁଏ, ତାହାହେଲେ ଏହାକୁ “ପ୍ରଟିଜ୍ଞା” କିମ୍ୱା “ଶପଥ” ଭାବେ ଅନୁବାଦ କରିବା ଉଚିତ ହେବ

  • ନିଶ୍ଚିତ ଅନୁବାଦ ଯେ ଏହି ଶବ୍ଦ ର ଅର୍ଥ ଯେପରି ଲୋକମାନେ ଚୁକ୍ତିପତ୍ର ପ୍ରସ୍ତାବ ଦେଇଥିଲେ ନ ବୁଝାଏ

ସମସ୍ତ ଘଟଣାରେ ପରମେଶ୍ୱର ଓ ଲୋକମାନଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଗୁଡିକ, ପରମେଶ୍ୱର ହିଁ ଏହାର ଉଦ୍ଭାବକ

  • “ନୂତନ ନୀୟମ” ବାକ୍ୟ ଖଣ୍ଡ କୁ ଅନୁବାଦ କରିହେବ ଯଥା “ନୂତନ ପ୍ରଚଳିତ ରାଜିନାମା” କିମ୍ୱା “ନୂତନ ଅଧ୍ୟାୟ” ନତୁବା “ନୂତନ ଚୁକ୍ତି”

“ନୂତନ” ଶବ୍ଦ ର ଭାବର୍ଥାକରେ ଅର୍ଥ ହେଉଛି “ସତେଜ”, “ନୁଆ ପ୍ରକାରର” ନତୁବା “ଅନ୍ୟ”

(ଦେଖ: ଚୁକ୍ତିନାମା, ପ୍ରତିଜ୍ଞା)

ବାଇବଲର ପୃଷ୍ଠଭୂମି:

ବାଇବଲ କାହାଣୀ ରୁ ଦୃଷ୍ଟାନ୍ତ:

  • _ ୦୪:୦୯_ ପୁଣି ପରମେଶ୍ୱର କଲେ_ ଚୁକ୍ତି_ ଅବ୍ରାହମଙ୍କ ସହିତ

ଗୋଟିଏ _ଚୁକ୍ତିନାମା _ହେଉଛି ଏକ ରାଜିନାମା ଦୁଇ ଦଳଙ୍କ ମଧ୍ୟରେ

  • _ ୦୫:୦୪_ ମୁଁ ଇସ୍ମେଏଲଠାରୁ ଏକ ଗୋଷ୍ଠୀ ଉତ୍ପନ୍ନ କରିବା, ଆଉ, କିନ୍ତୁ ମୋର _ଚୁକ୍ତିନାମା _ଇସ୍ ହାକ୍ ସହିତ
  • _ ୦୬:୦୪_ଦୀର୍ଘ ଦିନ ପରେ, ଅବ୍ରାହମଙ୍କ ମୃତ୍ୟୁ ପରେ ପରମେଶ୍ୱର ଯେଉଁ ସବୁ ପ୍ରତିଜ୍ଞା ତାଙ୍କ ସହିତ କରିଥିଲେ _ଚୁକ୍ତିନାମା _ ଇସହାକଙ୍କୁ ଦିଆଗଲା
  • _ ୦୭:୧୦_ଚୁକ୍ତିନାମା_ପରମେଶ୍ୱରଙ୍କ ପ୍ରତିଜ୍ଞା ଅବ୍ରାହମ ଙ୍କ ନିମନ୍ତେ ଯାହାଥିଲା ଏବଂ ତାହା ଇସହାକ୍ ଙ୍କୁ ଦେଲେ ତାହା ଯାକୁବଙ୍କୁ ଦେଲେ
  • _ ୧୩”୦୨_ ପରମେଶ୍ୱର ମୋଶା ଓ ଇସ୍ରାଏଲ ଲୋକମାନଙ୍କୁ କହିଲେ, “ଯଦି ତୁମ୍ଭେ ମୋର ସ୍ୱର ଶୁଣିବ ଓ ବାଧ୍ୟ ହେବ ଚୁକ୍ତିନାମା, ତୁମେ ମୋର ମହା ପୁରଷ୍କାର, ରାଜକିୟ ଯାଜକ ବଂଶ ଏବଂ ପବିତ୍ର ଜାତି ହେବ”
  • ୧୩:୦୪ ପୁଣି ପରମେଶ୍ୱର ସେମାନଙ୍କୁ ଦେଲେ _ଚୁକ୍ତିନାମା _ ଏବଂ କହିଲେ, “ମୁଁ ଜିହୋବା, ତୁମ୍ଭର ପରମେଶ୍ୱର, ଯିଏ ତୁମକୁ ମିସରରୁ ଦାସ ଥିବା ଅବସ୍ଥାରେ ଉଦ୍ଧାର କରି ଆଣିଲେ

ଆଉ ଅନ୍ୟ କୌଣସି ଇଶ୍ୱରଙ୍କୁ ପୂଜା ନକର “

  • ୧୫:୧୩ ପୁଣି ଯିହୋଶୁୟ ଲୋକମାନଙ୍କୁ ମନେ ପକାଇ ଦେଲେ ଯେ ସେମାନଙ୍କର ଶପଥ ବାଧ୍ୟ ଚୁକ୍ତିନାମା ଯାହା ପରମେଶ୍ୱର ସିୟୋନ ପର୍ବତରେ ଇସ୍ରାଏଲ ସହିତ କରିଥିଲେ
  • _ ୨୧:୦୫_ ଭାବବାଦୀ ଯିରିମିୟଙ୍କ ଦ୍ୱାରା, ପରମେଶ୍ୱର ପ୍ରତିଜ୍ଞା କଲେ ସେ କରିବେ ନୂତନ ନୀୟମ, କିନ୍ତୁ ଯେପରି ପରମେଶ୍ୱର ଇସ୍ରାଏଲ୍ ସହିତ ସିୟୋନ ପର୍ବତରେ କରିଥିଲେ ସେପରି ନୁହେଁ

ନୂତନ ନିୟମରେ, ପରମେଶ୍ୱର ତାଙ୍କର ନୀୟମକୁ ଲୋକମାନଙ୍କର ହୃଦୟରେ ଲେଖିବେ, ଯାହାଫଳରେ ପରମେଶ୍ୱରଙ୍କୁ ବ୍ୟକ୍ତିଗତ ଭାବେ ଲୋକମାନେ ଜାଣିବେ, ସେମାନେ ତାଙ୍କର ଲୋକ ହେବେ ଏବଂ ପରମେଶ୍ୱର ସେମାନଙ୍କର ସମସ୍ତ ପାପରୁ କ୍ଷମା କରିବେ ମସୀହଙ୍କଠାରୁ ଏହି ନୀୟମ ଆରମ୍ଭ ହେବ ନୂତନ ନୀୟମ

  • ୨୧:୧୪ ମସୀହଙ୍କ ମୃତ୍ୟୁ ଏବଂ ପୁନରୁତ୍ ଥାନରେ, ପରମେଶ୍ୱର ତାଙ୍କର ଲୋକମାନଙ୍କୁ ଉଦ୍ଧାର ଯୋଜନାକୁ ସଫଳ କିରବେ ଏବଂ ଆରମ୍ଭ କରିବେ_ନୂତନ ନୀୟମ_
  • ୩୮:୦୫ ପୁଣି ଯୀଶୁ ପାନପାତ୍ର ନେଇ କହିଲେ, “ଏଥିରୁ ପାନ କର

ଏହା ହେଉଛି ମୋର ରକ୍ତ _ ନୂତନ ନୀୟମ_ ଯାହା ତୁମ୍ଭମାନଙ୍କ ପାପରୁ ଉଦ୍ଧାର ନିମନ୍ତେ ବୁହା ଯାଇଛି ଏହା କର ଏଥିରୁ ଯେତେ ଥର ପାନ କର ମୋତେ ସ୍ମରଣ କିରବା ନିମନ୍ତେ କର

  • _ ୪୮:୧୧_ କିନ୍ତୁ ପରମେଶ୍ୱର ବର୍ତ୍ତମାନ ଗୋଟିଏ _ନୂତନ ନୀୟମ _ ଯାହା ପ୍ରତ୍ୟେକଙ୍କ ପାଇଁ ଉପଲବ୍ଧ

ଏହି କାରଣ ହେତୁ ନୂତନ ନୀୟମ, ଯେକେହି ଯେକୌଣସି ଲୋକଦଳରୁ ଯୀଶୁଙ୍କୁ ବିଶ୍ୱାସ କାରୀ ପରମେଶ୍ୱରଙ୍କ ଅଂଶୀଦାର ଲୋକ ହୋଇପାରିବ

ବୋର୍ଡ ଡାଟା :

  • Strong's: H1285, H2319, H3772, G802, G1242, G4934

ଜଗତ ବା ପୃଥିବୀ, ପାର୍ଥିବ, ସଂସାର ବା ସାଂସାରିକ

ସଂଜ୍ଞା:

“ଜଗତ” ଶବ୍ଦ ସାଧାରଣ ଭାବରେ ବିଶ୍ୱର ଅଂଶ ପୃଥିବୀକୁ ବୁଝାଏ ଯେଉଁଠାରେ ଲୋକମାନେ ବାସ କରନ୍ତି: "ସାଂସାରିକ" ଶବ୍ଦ ଏହି ଏହି ଜଗତରେ ବାସ କରୁଥିବା ଲୋକମାନଙ୍କର ମନ୍ଦ ସ୍ଵଭାବ ଏବଂ ମୂଲ୍ୟବୋଧକୁ ବର୍ଣ୍ଣନା କରେ।

  • ଏହାର ସର୍ବାଧିକ ସାଧାରଣ ବାସ୍ତବ ଧାରଣାରେ, ବ୍ୟବହୃତ ଭାଷାରେ “ସଂସାର” ଶବ୍ଦ ଆକାଶ ଏବଂ ପୃଥିବୀକୁ ଏବଂ ସେଥିରେ ଥିବା ସମସ୍ତ ବସ୍ତୁକୁ ବୁଝାଏ।
  • ଅନେକ ପ୍ରସଙ୍ଗରେ, “ସଂସାର” ବାସ୍ତବିକ ଅର୍ଥ “ଏହି ପୃଥିବୀରେ ବାସ କରୁଥିବା ଲୋକମାନଙ୍କୁ” ବୁଝାଏ।
  • ବେଳେବେଳେ ଏହା ପୃଥିବୀରେ ଥିବା ମନ୍ଦ ଲୋକମାନଙ୍କୁ ବୁଝାଏ ଯେଉଁମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ନାହିଁ।
  • ପ୍ରେରିତମାନେ ମଧ୍ୟ ଏହି ଜଗତରେ ବାସ କରୁଥିବା ଲୋକମାନଙ୍କ ସ୍ୱାର୍ଥପର ଆଚରଣ ଏବଂ ଭ୍ରଷ୍ଟ ମୂଲ୍ୟବୋଧକୁ ସୂଚାଇବା ପାଇଁ “ସାଂସାରିକ” ଶବ୍ଦର ବ୍ୟବହାର କରିଛନ୍ତି।

ଏହା ଧର୍ମକର୍ମ ରୀତିନୀତିରେ ନିଜ ସନ୍ତୁଷ୍ଟ ଯାହା ମାନବୀୟ ଉପରେ ଆଧାରିତ ଅଟେ ତାହା ଅନ୍ତର୍ଭୁକ୍ତ ହୋଇପା ରେ।

  • ଏହି ମୂଲ୍ୟବୋଧ ଦ୍ୱାରା ଲୋକମାନଙ୍କ ଏବଂ ଜିନିଷଗୁଡ଼ିକର ବୈଶିଷ୍ଟ୍ୟ ବର୍ଣ୍ଣନା କରିବାକୁ “ସାଂସାରିକ” ବୋଲି କୁହାଯାଏ।

ଅନୁବାଦ ପ୍ରସ୍ତାବ:

  • ପ୍ରସଙ୍ଗରେ ନିର୍ଭର କରି, “ସଂସାର” ଯେପରି “ବିଶ୍ୱ” କିମ୍ବା “ଏହି ଜଗତର ଲୋକମାନେ” କିମ୍ବା “ଏହି ଜଗତର ଭ୍ରଷ୍ଟ ବସ୍ତୁଗୁଡ଼ିକ” କିମ୍ବା “ଜଗତର ଲୋକଙ୍କ ମନ୍ଦ ମନୋବୃତ୍ତି" ରୂପରେ ଅନୁବାଦ କରାଯାଇପାରେ।
  • “ସମସ୍ତ ପୃଥିବୀ” ବାକ୍ୟାଂଶ ଅନେକ ସମୟରେ ଅର୍ଥ “ଅନେକ ଲୋକ” ଓ ନିର୍ଦ୍ଧିଷ୍ଟ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ। ଉଦାହରଣ ସ୍ୱରୂପ, “ସମସ୍ତ ପୃଥିବୀ ମିଶରକୁ ଆସିଲେ” ଯେପରି “ଚତୁର୍ପାର୍ଶ୍ୱ ଦେଶଗୁଡ଼ିକରୁ ଅନେକ ଲୋକ ମିଶରକୁ ଆସିଲେ” କିମ୍ବା “ମିଶରର ଆଖପାଖ ସମସ୍ତ ଦେଶର ଲୋକମାନେ ସେଠାକୁ ଆସିଲେ” ଭାବରେ ଅନୁବାଦ କରାଯାଇପାରେ।
  • “ରୋମୀୟ ଜନଗଣନାରେ ପଞ୍ଜୀକୃତ ହେବାକୁ ସମଗ୍ର ଜଗତ ଆପଣା ଆପଣା ନଗରକୁ ଯାଇଥିଲେ” ଅନ୍ୟ ଭାବରେ ଅନୁବାଦ କଲେ “ରୋମୀୟ ସାମ୍ରାଜ୍ୟ ଦ୍ୱାରା ଶାସିତ ଅଞ୍ଚଳରେ ରହୁଥିବା ଅନେକ ଲୋକ ଯାଇଥିଲେ…”
  • ପ୍ରସଙ୍ଗରେ ନିର୍ଭର କରି, “ସାଂସାରିକ” ଯେପରି “ମନ୍ଦ” କିମ୍ବା “ପାପପୁର୍ଣ୍ଣ” କିମ୍ବା “ସ୍ୱର୍ଥାପର” କିମ୍ବା “ଅଧାର୍ମିକ” କିମ୍ବା “ଭ୍ରଷ୍ଟ“ କିମ୍ବା “ଏହି ଜଗତର ଲୋକମାନଙ୍କ ଭ୍ରଷ୍ଟ ମୂଲ୍ୟବୋଧ ଦ୍ୱାରା ପ୍ରଭାବିତ ହୋଇଛନ୍ତି" ଭାବରେ ଅନୁବାଦ କରାଯାଇପାରେ।
  • “ଜଗତରେ ଏହି ସାହୁ କଥା କୁହନ୍ତି” ବାକ୍ୟାଂଶ ଯେପରି “ଏହି ଜଗତର ଲୋକମାନଙ୍କୁ ଏହି ସବୁ କଥା କହିବା” ଭାବରେ ଅନୁବାଦ କରାଯାଇପାରେ।
  • ଅନ୍ୟ ପ୍ରସଙ୍ଗରେ, “ସାଂସାରରେ” ଯେପରି "ଜଗତର ଲୋକମାନଙ୍କ ମଧ୍ୟରେ ବାସ କରିବା" କିମ୍ବା “ଅଧାର୍ମିକ ଲୋକମାନଙ୍କ ମଧ୍ୟରେ ବାସ କରିବା“ ଭାବରେ ମଧ୍ୟ ଅନୁବାଦ କରାଯାଇପାରେ।

(ପୁନଶ୍ଚ ଦେଖନ୍ତୁ: ଭ୍ରଷ୍ଟାଚାର, ସ୍ୱର୍ଗ, ରୋମ, ଧାର୍ମିକ)

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H776, H2309, H2465, H5769, H8398, G1093, G2886, G2889, G3625

ଜନ୍ମାଧିକାର

ସଂଜ୍ଞା:

"ଜନ୍ମାଧିକାର" ଶବ୍ଦ ଟି ବାଇବଲ ଅନୁଯାୟୀ ଏହା ସୂଚିତ କରେ କି କୌଣସି ପରିବାରର ପ୍ରଥମ ପୁଅକୁ ସମ୍ମାନ, ପରିବାରର ନାମ, ସମ୍ପତ୍ତି ଇତ୍ୟାଦି ଦିଆଯାଏ ׀

  • ପ୍ରଥମଜାତ ସନ୍ତାନକୁ ଜନ୍ମାଧିକାର ଅନୁଯାୟୀ ଦୁଇ ଗୁଣ ଦିଆଯାଏ ׀
  • ଜଣେ ରାଜାର ପ୍ରଥମ ଜାତ ପୁଅକୁ ଜନ୍ମାଧିକାର ଅନୁଯାୟୀ ପିତାଙ୍କ ମୃତ୍ୟୁ ପରେ ରାଜ୍ୟ ଭାର ଦିଆଯାଏ ׀
  • ଏଷୋ ତାହାର ଜନ୍ମାଧିକାର ଯାକୁବକୁ ବିକ୍ରି କରି ଦେଇଥିଲା ׀

ଏହି କାରଣ ହେତୁ ଯାକୁବ ବଂଶାନୁକ୍ରମିକ ଆଶୀର୍ବାଦ ଏଷୌ ବଦଳରେ ପାଇଲା ׀

  • ଜନ୍ମାଧିକାର ଦ୍ୱାରା ପରିବାରର ବଂଶାନୁକ୍ରମିକ ଆଶୀର୍ବାଦ ପ୍ରଥମ ଜାତ ସନ୍ତାନ ଦ୍ୱାରା ଜଣା ପଡ଼ିଥାଏ ׀

ଅନୁବାଦ ର ପ୍ରସ୍ତାବ

  • ଜନ୍ମାଧିକାର ଶବ୍ଦକୁ ଏହିପରି ଭାବେ ଅନୁବାଦ କରାଯାଇପାରେ "ପ୍ରଥମ ଜାତ ସନ୍ତାନର ଅଧିକାର ଏବଂ ସମ୍ପତ୍ତି" ଏବଂ ପାରିବାରିକ ସମ୍ମାନ ଏବଂ ପ୍ରଥମ ଜାତ ସନ୍ତାନ ହେବାର ସ୍ୱାଧିକାର ׀

(ଦେଖନ୍ତୁ: ପ୍ରଥମ ଜାତ, ଉତ୍ତରାଧିକାରୀ, ଦାୟାଦ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H1062, G4415

ଜାହାଜ

ସଂଜ୍ଞା:

“ଜାହାଜ” ପଦଟି ଆକ୍ଷରିକ ଭାବେ ଏକ କାଠରେ ନିର୍ମିତ ଆୟତକାର ପେଢି, ଯାହା କିଛି ବିଷୟକୁ ରଖିବା ଓ ସୁରକ୍ଷା ଦେବାକୁ ଦର୍ଶାଏ I ବ୍ୟବହାର ଅନୁସାରେ ଏକ ଜାହାଜ ଛୋଟ କିମ୍ୱା ବଡ ହୋଇପାରେ I

  • ଇଂରାଜୀ ବାଇବଲରେ “ଜାହାଜ” ଶବ୍ଦଟି ଏକ ବୃହତ୍, ଆୟତକାର, କାଠରେ ନିର୍ମିତ ନୌକାକୁ ପ୍ରଥମେ ଦର୍ଶାଇବା ନିମନ୍ତେ ବ୍ୟବହାର କରାଯାଇଥିଲା, ଯାହା ନୋହ ବିଶ୍ୱବ୍ୟାପୀ ଜଳ ପ୍ଲାବନଠାରୁ ରକ୍ଷା ପାଇବା ନିମନ୍ତେ ନିର୍ମାଣ କରିଥିଲେ I

ଜାହାଜର ସମତଳ ଭୂମି, ଏକ ଛାତ ଏବଂ କାନ୍ଥମାନଥିଲା I

  • “ଅତୀ ବୃହତ୍ ନୌକା” କିମ୍ୱା “ମାଲବାହୀ ଲମ୍ବା ନୌକା” କିମ୍ୱା “ମାଲବାହୀ ଜାହାଜ” କିମ୍ୱା “ବୃହତ୍, ପେଢୀ ଆକାରର ନୌକା”, ଏହି ପ୍ରକାର ବିଭିନ୍ନ ଭାବରେ ଅନୁବାଦ କରାଯାଇପାରେ I
  • ଏକ ବୃହତ ନୌକାକୁ ଦର୍ଶାଇବା ପାଇଁ ଯେଉଁ ଏବ୍ରୀ ଶବ୍ଦଟି ବ୍ୟବହାର କରାଯାଇଅଛି, ଠିକ୍ ସେହି ସମାନ ଶବ୍ଦଟି ଶିଶୁ ମୋଶାଙ୍କୁ ରଖିଥିବା ଟୋକେଇ କିମ୍ୱା ପେଢିକୁ ବୁଝାଇବା ପାଇଁ ବ୍ୟବହାର କରାଗଲା, ଯେତେବେଳେ ତାଙ୍କ ମାତା ତାଙ୍କୁ ଲୁଚାଇବା ନିମନ୍ତେ ନୀଳ ନଦୀରେ ଥୋଇଦେଇଥିଲେ I

ସେହି ପ୍ରସଙ୍ଗରେ ଏହା ପ୍ରାୟତଃ “ଟୋକେଇ” ଭାବରେ ଅନୁବାଦ କରାଯାଇଅଛି I

  • “ନୀୟମ ସିନ୍ଦୁକ” ବାକ୍ୟାଂଶରେ, ଅନ୍ୟ ଏକ ଶବ୍ଦ ଜାହାଜ ପାଇଁ ବ୍ୟବହାର କରାଯାଇଅଛି I
  • ଏହା “ପେଢି” କିମ୍ୱା “ସିନ୍ଦୁକ” କିମ୍ୱା “ଡବା” ଭାବରେ ଅନୁବାଦ କରାଯାଇପାରେ I
  • ଯେତେବେଳେ “ସିନ୍ଦୁକ ଜାହାଜ” ଶବ୍ଦକୁ ଅନୁବାଦ କରାଯାଏ, ସେତେବେଳେ ଏହା ପ୍ରାସଙ୍ଗିକ ଭାବେ ଅତି ଗୁରୁତ୍ତ୍ୱପୂର୍ଣ୍ଣ ଅଟେ, ଯାହା “ଆକାର” ଏବଂ “ଉଦ୍ଦେଶ୍ୟ”କୁ ନେଇ ବ୍ୟବହାର କରାଯାଇଥାଏ I

(ମଧ୍ୟ ଦେଖିପାରିବା: ନୀୟମ ସିନ୍ଧୁକ, ଟୋକେଇ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H727, H8392, G2787

ଜୀବନ, ବଞ୍ଚିବା ବା ଜୀବନ ଯାପନ କରିବା, ଜୀବିକା, ଜୀବିତ ଅବସ୍ଥା ବା ଜୀବନ୍ତ, ଜୀବିତ ବା ସଜୀବ

ସଂଜ୍ଞା:

“ଜୀବନ” ଏକ ନିର୍ଦ୍ଦିଷ୍ଟ ଭାବ ପ୍ରକାଶ କରୁଥିବା ଶବ୍ଦ ଶାରୀରିକ ଭାବରେ ମୃତ ବୋଲି କହିବା ପରିବର୍ତ୍ତେ ଶାରୀରିକ ଭାବରେ ଜୀବିତ ବା ସଜୀବ ରହିବାକୁ ବୁଝାଏ।

1. ଶାରୀରିକ ଜୀବନ

  • “ଜୀବନ” ଏକ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସୂଚାଇପାରେ ଯେପରି “ଏକ ବା ଗୋଟିଏ ଜୀବନ ଉଦ୍ଧାର କରାଗଲା।”
  • କେତେକ ସମୟରେ “ଜୀବନ” ଶବ୍ଦ ଜୀବିତ ଅବସ୍ଥାର ଅନୁଭବକୁ ଦର୍ଶାଏ ଯେପରି, ”ତାହାର ଜୀବନ ଆନନ୍ଦମୟ ଥିଲା।"
  • ଏହା ମଧ୍ୟ ଜଣେ ବ୍ୟକ୍ତିଙ୍କ ଜୀବନକାଳକୁ ସୁଚାଏ ଯେପରି ଅଭିବ୍ୟକ୍ତିରେ, “ତାହାର ଜୀବନର ଶେଷ।“
  • “ଜୀବନ୍ତ” ଶବ୍ଦ ଶାରୀରିକ ରୂପରେ ଜୀବିତ ଅବସ୍ଥାକୁ ଦର୍ଶାଏ ଯେପରି “ମୋ' ମାଁ ଏ ପର୍ଯ୍ୟନ୍ତ ଜୀବିତ ଅଛନ୍ତି।” ଏହା ମଧ୍ୟ କୌଣସି ସ୍ଥାନରେ ରହୁଥିବା ବାସସ୍ଥାନକୁ ସୂଚାଇପାରେ ଯେପରି “ସେମାନେ ସହରରେ ବାସ କରୁଥିଲେ।“
  • ବାଇବଲରେ, “ଜୀବନ” ଧାରଣା ଅନେକ ସମୟରେ “ମୃତ୍ୟୁର” ଧାରଣା ସହିତ ତୁଳନାରେ ପ୍ରଭେଦ ହୋଇଥାଏ।

2. ଅନନ୍ତ ଜୀବନ

  • ଯେତେବେଳେ ଜଣେ ବ୍ୟକ୍ତି ଯୀଶୁଙ୍କଠାରେ ବିଶ୍ଵାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଈଶ୍ଵର ସେହି ବ୍ୟକ୍ତିଙ୍କୁ ତାହାଙ୍କଠାରେ ବାସ କରୁଥିବା ପବିତ୍ର ଆତ୍ମା ସହିତ ଏକ ନୂତନୀକରଣ ବା ରୂପାନ୍ତରିତ ଜୀବନ ପ୍ରଦାନ କରନ୍ତି।
  • ଅନନ୍ତ ଜୀବନର ବିପରୀତ ହେଉଛି ଅନନ୍ତ ମୃତ୍ୟୁ, ଯାହାର ଅର୍ଥ ଈଶ୍ଵରଙ୍କଠାରୁ ଅଲଗା ହେବା ଏବଂ ଅନନ୍ତ ଦଣ୍ଡ ପାଇବା।

ଅନୁବାଦ ପ୍ରସ୍ତାବ:

  • ପ୍ରସଙ୍ଗରେ ନିର୍ଭର କରି, “ଜୀବନ” ଯେପରି “ଅସ୍ତିତ୍ୱ“ କିମ୍ବା “ବ୍ୟକ୍ତି” କିମ୍ବା “ପ୍ରାଣ” କିମ୍ବା “ଅବସ୍ଥିତି” କିମ୍ବା “ଅନୁଭୂତି” ରୂପରେ ଅନୁବାଦ କରାଯାଇପାରେ।
  • “ବଞ୍ଚିବା ବା ଜୀବନ ଯାପନ କରିବା” ଶବ୍ଦକୁ "ବାସ କରିବା" କିମ୍ବା “ବସ ବାସ କରିବା” କିମ୍ବା “ଅସ୍ତିତ୍ୱ” ଦ୍ୱାରା ଅନୁବାଦ କରାଯାଇପାରେ।
  • ଅଭିବ୍ୟକ୍ତି “ତାଙ୍କ ଜୀବନର ଶେଷ” ଯେପରି “ସେ ଯେତେବେଳେ ବଞ୍ଚିବା ବନ୍ଦ କଲା“ ରୂପରେ ଅନୁବାଦ କରାଯାଇପାରେ।
  • “ସେମାନଙ୍କ ଜୀବନ ବଞ୍ଚାଇଲେ' ଅଭିବ୍ୟକ୍ତିକୁ “ସେମାନଙ୍କୁ ବଞ୍ଚିବାକୁ ସ୍ୱୀକାର କଲେ” କିମ୍ବା “ସେମାନଙ୍କୁ ବଧ କରି ନାହିଁ” ଭାବରେ ଅନୁବାଦ କରାଯାଇପାରେ।
  • “ସେମାନେ ନିଜ ଜୀବନକୁ ବିପଦରେ ପକାଇଲେ” ଅଭିବ୍ୟକ୍ତିକୁ “ସେମାନେ ଆପଣାକୁ ବିପଦରେ ପକାଇଲେ” କିମ୍ବା “ସେମାନେ ଏପରି କିଛି କରିଥିଲେ ଯାହା ସେମାନଙ୍କୁ ମାରି ଦେଇଥାଆନ୍ତା” ବୋଲି ଅନୁବାଦ କରାଯାଇପାରେ।
  • ଯେତେବେଳେ ବାଇବଲ ପାଠ୍ୟ ଅନନ୍ତ ଜୀବନ ବିଷୟରେ କୁହେ, “ଜୀବନ” ଶବ୍ଦକୁ ନିମ୍ନଲିଖିତ ଭାବରେ ଅନୁବାଦ କରାଯାଇପାରେ: “ଅନନ୍ତ ଜୀବନ” କିମ୍ବା “ଈଶ୍ଵର ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଆତ୍ମାରେ ସଜୀବ କରାନ୍ତି” କିମ୍ବା “ଈଶ୍ଵରଙ୍କ ଆତ୍ମା ଦ୍ୱାରା ନୂତନ ଜୀବନ” କିମ୍ବା “ଆମ୍ଭମାନେ ଆପଣା ହୃଦୟରେ ଜୀବନ୍ତ କରାଯାଇଅଛୁ।”
  • “ଆତ୍ମିକ ଜୀବନ” ର ଧାରଣା କୁ ଅନୁବାଦ କଲେ “ପରମେଶ୍ୱର ଆମକୁ ଆତ୍ମିକ ଜୀବନରେ ଜୀବନ୍ତ କରନ୍ତି “କିଅବା “ପରମେଶ୍ୱରଙ୍କର ଆତ୍ମାରେ ନୂତନ ଜୀବନ “କିଅବା “ଅନ୍ତର ମଧ୍ୟରେ ଜୀବନ୍ତ କରା ଯିବା “ହୁଏ I
  • ପୃଷ୍ଠଭୂମି ଉପରେ ନିର୍ଭର କରି, ଅଭିବ୍ୟକ୍ତି “ଜୀବନ ଦେବା” ଯେପରି “ବଞ୍ଚିବାକୁ ଦେବା” କିମ୍ବା “ଅନନ୍ତ ଜୀବନ ଦେବା” କିମ୍ବା “ଅନନ୍ତତତାରେ ବାସ କରିବାକୁ କାରଣ ହେବା “ରୂପରେ ଅନୁବାଦ କରାଯାଏ I ପ୍ରସଙ୍ଗରେ ନିର୍ଭର କରି, “ଜୀବନ ଦେବା” ଅଭିବ୍ୟକ୍ତିକୁ “ବଞ୍ଚିବାକୁ ଦେବା” କିମ୍ବା “ଅନନ୍ତ ଜୀବନ ଦେବା” କିମ୍ବା “ଅନନ୍ତକାଳ ଜୀବନରେ ବଞ୍ଚିବାକୁ ଦେବା” ଭାବରେ ଅନୁବାଦ କରାଯାଇପାରେ।

(ପୁନଶ୍ଚ ଦେଖନ୍ତୁ: ମୃତ୍ୟୁ, ଚିରସ୍ଥାୟୀ)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • 01:10 ଯେଣୁ ଈଶ୍ୱର

ଭୂମିର ଧୂଳି ଦ୍ଵାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାରନ୍ଧ୍ରରେ ଫୁଙ୍କ ଦେଇ ତାହାଙ୍କଠାରେ ଜୀବନ ପ୍ରବେଶ କରାଇଲେ।

  • 03:01 ଅନେକ ସମୟ ପରେ ଅନେକ ଲୋକ ଜଗତରେ ବସ ବାସ କଲେ।
  • 08:13 ଯେତେବେଳେ ଯୋଷେଫର ଭାଇମାନେ ଘରକୁ ଫେରି ଆସିଲେ ଓ ସେମାନଙ୍କ ପିତା ଯାକୁବଙ୍କୁ କହିଲେ ଯୋଷେଫ ଏପର୍ଯ୍ୟନ୍ତ ଜୀବିତ ଅଛି, ସେ ଅତ୍ଯନ୍ତ ଆନନ୍ଦିତ ହେଲେ।
  • 17:09 ତଥାପି, ତାହାଙ୍କ (ଦାଉଦଙ୍କ) ଜୀବନର ଶେଷରେ ସେ ଈଶ୍ୱରଙ୍କ ବିରୁଦ୍ଧରେ ଭୟଙ୍କର ଭାବରେ ପାପ କଲେ।
  • 27:01 ଦିନେ, ଯିହୂଦୀ ଧର୍ମ ଶାସ୍ତ୍ରର ବିଜ୍ଞ ଯୀଶୁଙ୍କୁ ପରୀକ୍ଷା କରିବା ନିମନ୍ତେ ଆସି ପଚାରିଲା, “ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବା ଉଚିତ?”
  • 35:05 ଯୀଶୁ ଉତ୍ତର ଦେଲେ, “ମୁଁ ପୁନରୁତ୍ଥାନ ଓ ଜୀବନ ଅଟେ।”
  • 44:05”ତୁମ୍ଭେ ସେହି ବ୍ୟକ୍ତି ଅଟନ୍ତି ଯେ ରୋମୀୟ ଅଧିକାରୀଙ୍କୁ ଯୀଶୁଙ୍କୁ ବଧ କରିବାକୁ କହିଥିଲ। ତୁମ୍ଭେ ଜୀବନର ସ୍ରଷ୍ଟାଙ୍କୁ ବଧ କରିଛ, କିନ୍ତୁ ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ଉତ୍ଥିତ କରିଅଛନ୍ତି।"

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H1934, H2416, H2417, H2421, H2425, H5315, G198, G222, G227, G806, G590

ଡର, ଡରିବା, ଭୟ

ସଂଜ୍ଞା:

“ଡର’ ଶବ୍ଦ ଓ “ଭୟ’ ଶବ୍ଦ ଗୋଟିଏ ବ୍ୟକ୍ତିର ସୁଖ ବିହୀନ ଅନୁଭବକୁ ଦର୍ଶାଏ ଯେତେବେଳେ ସେହି ବ୍ୟକ୍ତି କିଅବା ଆଉ କାହାକୁ କ୍ଷତି କରିବାକୁ ଧମକ ମିଳେ I

  • “ଡର” ଶବ୍ଦ ଅଧିକାର ପ୍ରାପ୍ତ ବ୍ୟକ୍ତି ପ୍ରତି ଗଭୀର ସମ୍ମାନ ଓ ବିସ୍ମୟତାକୁ ଦର୍ଶାଏ I
  • ” ସଦାପ୍ରଭୁ ଙ୍କ ପ୍ରତି ଭୟ “ତାହା ସହିତ ସଂଯୁକ୍ତ ଶବ୍ଦ “ଇଶ୍ୱର ଙ୍କ ଡର” ଓ “ପ୍ରଭୁଙ୍କ ଡର “ଇଶ୍ୱରଙ୍କ ପ୍ରତି ଅତି ସମ୍ମାନ ଓ ସେହି ସମ୍ମାନ ତାହାଙ୍କ ଆଜ୍ଞାକାରୀ ହୋଇ ଦେଖାଇବା I

ଭୟ ପରମେଶ୍ୱର ଯେ ପବିତ୍ର ଓ ପାପକୁ ଘୃଣା କରନ୍ତି ଜାଣିବା ଦ୍ୱାରା ପ୍ରେରଣା ମିଳି ଥାଏ I

  • ବାଇବଲ ଆମକୁ ଶିକ୍ଷା ଦିଏ କି ଯେଉଁ ବ୍ୟକ୍ତି ସଦାପ୍ରଭୁ କୁ ଭୟ କରେ ସେ ବୁଦ୍ଧିମାନ ହୁଏ I

ଅନୁବାଦ ପ୍ରସ୍ତାବ

  • ପୃଷ୍ଠଭୂମି ଉପରେ ନିର୍ଭର କରି ଯେ “ଭୟ”କୁ “ଡରିବା” ରୂପରେ କିଅବା “ଅତି ସମ୍ମାନ” କିଅବା “ମାନ ସମ୍ମାନ” ଅଥବା “ବିସ୍ମୟତାରେ” ରୂପରେ ଅନୁବାଦ କରାଯାଇପାରେ I

  • “ଭୟ” ଶବ୍ଦ “ଆତଙ୍କ” “ଭୟଭିତ “କିଅବା “ଭୟାନକ “ରୂପରେ ଅନୁବାଦ କରା ଯାଇପାରେ I

  • “ପରମେଶ୍ୱରଙ୍କ ଭୟ ସେ ସମସ୍ତଙ୍କ ଉପରେ ପଡ଼ିଲା” ବାକ୍ୟଟି “ଅଚାନକ ସେ ସମସ୍ତେ ପରମେଶ୍ୱରଙ୍କ ପ୍ରତି ବିସ୍ମୟତା ଓ ସମ୍ମାନ ଅନିଭାବ କଲେ “କିଅବା “ତୁରନ୍ତ ସେ ସମସ୍ତେ ପରମେଶ୍ୱରଙ୍କ ପ୍ରତି ଅତି ଅଚମ୍ଭା ସମ୍ମାନ ଅନୁଭବ କଲେ “କିଅବା “ସେହିଠାରେ ସେ ସମସ୍ତେ ପରମେଶ୍ୱର ଙ୍କ ପ୍ରତି ଅତି ଭୟ ଭିତ ହେଲେ (କାରଣ ତାହାଙ୍କ ମହାନ ଶକ୍ତି ଯୋଗୁ)” ରୂପରେ ଅନୁବାଦ କରାଯାଇପାରେ I

  • ବାକ୍ୟାଂଶ “ଡର ନାହିଁ “କୁ “ଭୟ କରା ନାହିଁ “କିଅବା ଭୟ କରିବା ବନ୍ଦ କରନ୍ତୁ” ରୂପରେ ଅନୁବାଦ କରାଯାଇପାରେ I

  • ଧ୍ୟାନ ଦିଅନ୍ତୁ ବାକ୍ୟାଂଶ “ସଦାପ୍ରଭୁଙ୍କ ଭୟ “ନୂତନ ନିୟମରେ ଆସେ ନାହିଁ I

“କିନ୍ତୁ ସେହି ସ୍ଥାନରେ “ପ୍ରଭୁଙ୍କ ଭୟ “କିଅବା “ପ୍ରଭୁ ପରମେଶ୍ୱରଙ୍କ ଭୟ “ଉଲ୍ଲେଖିତ ଅଛି I

(ଦେଖନ୍ତୁ: ଆଚମ୍ଭ, ବିସ୍ମୟତା, ଶକ୍ତି, ସଦାପ୍ରଭୁ)

ବାଇବଲ ଟିପ୍ପଣୀ:

ବୋର୍ଡ ଡାଟା :

  • Strong's: H367, H926, H1204, H1481, H1672, H1674, H1763, H2119, H2296, H2727, H2729, H2730, H2731, H2844, H2849, H2865, H3016, H3025, H3068, H3372, H3373, H3374, H4032, H4034, H4035, H4116, H4172, H6206, H6342, H6343, H6345, H6427, H7264, H7267, H7297, H7374, H7461, H7493, H8175, G870, G1167, G1168, G1169, G1630, G1719, G2124, G2125, G2962, G5398, G5399, G5400, G5401

ଡାକ, ଡାକିଲେ, ଆହ୍ୱାନ, କଥିତ

ସଂଜ୍ଞା:

“ଡାକିଲେ’ ଏବଂ “ଡାକିବା” ଶବ୍ଦ ବ୍ୟବହାର ଅର୍ଥ ଜଣେ ଅନ୍ୟ ଜଣକୁ କିଛି କହିବା ପାଇଁ କହେ ଯିଏକି ପାଖରେ (ନିକଟରେ) ନାହିଁ

କୌଣସି ବ୍ୟକ୍ତିଙ୍କୁ “ଡାକିବା” ଅର୍ଥ ସେହି ବ୍ୟକ୍ତିଙ୍କୁ ଆହ୍ୱାନ ପତ୍ର ଦେବା ଆହୁରି ବିଭିନ୍ନ ଅର୍ଥ ମଧ୍ୟ ଅଛି

  • କୌଣସି ବ୍ୟକ୍ତିଙ୍କୁ ଡକେଇବା ଅର୍ଥ ଜଣେ ଦୁରରେଥିଲା ପରି ପାଟି କରି କଥା କହିବା ବା ଡାକ ପକାଇବା

ଏହିପରି ମଧ୍ୟ ଜଣେ ଜଣକୁ ସାହାଯ୍ୟ ମାଗିବା ହୋଇପାରେ, ବିଶେଷ କରି ଇଶ୍ୱରଙ୍କୁ ସାହାଯ୍ୟ ମାଗିବା

  • ବାଇବଲରେ ଅନେକ ସମୟରେ, “ଡାକିବା” ଆହ୍ୱାନ ପତ୍ର ର ଅର୍ଥ ସହିତ ସମାନ କିମ୍ୱା “ଆସିବା ପାଇଁ ଆଦେଶ” କିମ୍ୱା “ଆସିବାକୁ ଅନୁରୋଧ” ଭାବେ ମଧ୍ୟ ବ୍ୟବହାର ହୋଇଛି

  • ପରମେଶ୍ୱର ଲୋକମାନଙ୍କୁ ତାଙ୍କର ଲୋକ ହେବା ନିମନ୍ତେ ତାଙ୍କ ନିକଟକୁ ଆହ୍ୱାନ (ଡାକନ୍ତି) କରନ୍ତି

ଏହା ହେଉଛି ସେମାନଙ୍କର “ଆହ୍ୱାନ”

  • ଯେତେବେଳେ ପରମେଶ୍ୱର ଲୋକମାନଙ୍କୁ “ଆହ୍ୱାନ” କରନ୍ତି, ଏହାର ଭାବ ଯେପରିକି ପରମେଶ୍ୱର ନୀୟୁକ୍ତ କରିଥିଲେ କିମ୍ୱା ତାହାଙ୍କର ସନ୍ତାନ ହେବା ନିମନ୍ତେ ମନୋନୀତ ଲୋକ, ତାଙ୍କର ସେବକ ଓ ଯୀଶୁ ଦ୍ୱାରା ପରିତ୍ରାଣର ସମ୍ୱାଦକୁ ଘୋଷଣା କରିବା ନିମନ୍ତେ ଘୋଷଣାକାରୀ
  • ଏହି ଶବ୍ଦ ଗୁଡିକ ଜଣଙ୍କର ନାମକରଣ ପରିସ୍ଥିତିରେ ମଧ୍ୟ ବ୍ୟବହାର କରାଯାଇଛି

ଉଦାହରଣ ସ୍ୱରୂପ, “ତାହାଙ୍କର ନାମ ଯୋହନ”, ଅର୍ଥ, ସେ ଯୋହନ ନାମରେ ପରିଚିତ” କିମ୍ୱା “ତାହାର ନାମ ଯୋହନ ଅଟେ”

  • ”ଏହି ନାମରେ ସେ ନାମିତ” ଅର୍ଥ ଯେ କେହିଜଣେ ତାଙ୍କର ନାମ ଏପରି ଦେଇଅଛି

ପରମେଶ୍ୱର କହନ୍ତି ଯେ ସେ ତାଙ୍କର ଲୋକମାନଙ୍କୁ ନାମ ଧରି ଡାକନ୍ତି

  • ଭିନ୍ନ ଭାବରେ ବର୍ଣ୍ଣନା କଲେ, “ମୁଁ ତୁମର ନାମ ଧରି ଡାକିଅଛି” ଏହାର ଅର୍ଥ ପରମେଶ୍ୱର ସେହି ବ୍ୟକ୍ତିଙ୍କୁ ଏକ ବିଶେଷ ଭାବେ ମନୋନୀତ କରିଅଛନ୍ତି

ଭାଷାନ୍ତର ଉପଦେଶ:

  • ”ଡାକିବା” ଶବ୍ଦଟି ମଧ୍ୟ ଭାଷାନ୍ତର କରାଯାଇପାରେ ଯେଉଁ ଶବ୍ଦର ଅର୍ଥ “ଆହ୍ୱାନ ପତ୍ର”, ଯାହାକି ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟକୁ ସଫଳ କରିବା ଚିନ୍ତାଧାରାରେ ଆହ୍ୱାନ କରିବା

  • “ତୁମକୁ ଡାକିବା” ଭାବ କୁ ବପରୀ ଭାଷାନ୍ତର କରାଯାଇପାରିବ “ତୁମଠାରୁ ସାହାଯ୍ୟ ମାଗିବା” ନତୁବା “ଶୀଘ୍ର ତୁମ ନିକଟରେ ବିନତୀ କରିବା”

  • ଯେତେବେଳେ ବାଇବଲ ପ୍ରକାଶ କରେ ଯେ ପରମେଶ୍ୱର ଆମ୍ଭମାନଙ୍କୁ ତାହାଙ୍କ ପରିଚାରକ ହେବା ନିମନ୍ତେ “ଆହ୍ୱାନ” କରିଛନ୍ତି, ଏହାର ଭାଷାନ୍ତର ଏପରି ମଧ୍ୟ କରିହେବ, ଯଥା: ତାଙ୍କର ପରିଚାରକ ହେବାକୁ “ଆମ୍ଭମାନଙ୍କୁ ବିଶେଷ କରି ମନୋନୀତ କରିଛନ୍ତି” ନତୁବା “ଆମ୍ଭମାନଙ୍କୁ ନିଯୁକ୍ତ କରିଅଛନ୍ତି“

  • ତୁମ୍ଭେ ତାହାର ନାମ ଧରି ଡାକିବ” କୁ ଆମ୍ଭେ ଏହିପରି ଭାଷାନ୍ତର କରିବା ଯେ, “ତୁମେ ତାହାର ନାମ ଦେବ”

  • ତାହାର ନାମ ଏପରି କୁହାଯିବ” କୁ ମଧ୍ୟ ଅନ୍ୟ ଭାବରେ ଭାଷାନ୍ତର ହୋଇଛି, “ତାଙ୍କର ନାମ ” କିମ୍ୱା “ତାଙ୍କର ନାମ ଏପରି”

  • ଡାକିବା’ କୁ ମଧ୍ୟ କୁହାଯାଇପାରେ (ଭାଷାନ୍ତର) “ଜୋରରେ ଡାକିବା” କିମ୍ୱା “ପାଟି କରି” ନତୁବା “ଉଚ୍ଚା କଅଣ୍ଠରେ କଥା ହେବା”

ଭାଷାନ୍ତର କଲା ବେଳେ ମନେ ରଖିବେ ଯେ ଏହି ଶବ୍ଦ ପୁଞ୍ଜ ଯେପରି ଜଣେ ବ୍ୟକ୍ତି କ୍ରୋଧରେ ଡାକିବା ପରି ନୁହେଁ

  • ”ତୁମର ଆହ୍ୱାନ” ର ଭାବନା ଅନୁବାଦ କଲେ ଯେପରି “ତୁମ୍ଭର ଉଦ୍ଦେଶ୍ୟ” କିମ୍ୱା “ଇଶ୍ୱରଙ୍କର ତୁମ ପାଇଁ ଯୋଜନା” କିମ୍ୱା “ତୁମ ଠାରେ ଇଶ୍ୱରଙ୍କର ବିଶେଷ ପ୍ରୟୋଜନ”

  • ସଦାପ୍ରଭୁ ଙ୍କ ନାମରେ ବିନତୀ କର” ମଧ୍ୟ ଅନୁବାଦ କରାଯାଇପାରେ “ସଦାପ୍ରଭୁଙ୍କୁ ଅନ୍ୱେଷଣ କର ଓ ତାହାଙ୍କ ଉପରେ ଭରଷା ରଖ” କିମ୍ୱା “ସଦାପ୍ରଭୁଙ୍କ ଠାରେ ନିର୍ଭର କର ଓ ତାହାଙ୍କର ବାଧ୍ୟ ହୁଅ”

  • କୌଣସି “ଆବଶ୍ୟକତା ହୋଇଯିବା” ଅନୁବାଦ କରାଯାଇପାରେ “ତାଗିଦ୍ (ଚାହିଦା) କରିବା ” କିମ୍ୱା “ମାଗିବା” ନତୁବା “ଆଦେଶ କରିବା”

“ତୁମ୍ଭମାନଙ୍କର ନାମ ଧରି ଡକାଯାଇଅଛି” କହିବାର ଭାବ ଭଂଗୀ କୁ ମଧ୍ୟ ଅନୁବାଦ ଏପରି କରିପାରିବା “ମୁଁ ତୁମ୍ଭମାନଙ୍କୁ ମୋର ନାମ ଦେଇଅଛି, ଯାହାର ଅର୍ଥ ତୁମେ ମୋର ଅଂଶୀଦାର”

  • ଯେତେବେଳେ ପରମେଶ୍ୱର କହନ୍ତି, “ମୁଁ ତୁମ୍ଭର ନାମ ଧରି ଡାକିଛି”, ଆମେ “ମୁଁ ତୁମ୍ଭଙ୍କୁ ଜାଣେ, ଏବଂ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି” ବୋଲି ମଧ୍ୟ କହି ପାରିବା

ସେହିପରି ଦେଖ: ପ୍ରାର୍ଥନା

ବାଇବଲର ସନ୍ଧର୍ୱ:

{{ଫିତା>ପ୍ରକାଶ କେଟି କଡୀ}

ବୋର୍ଡ ଡାଟା :

  • Strong's: H559, H2199, H4744, H6817, H7121, H7123, G154, G363, G1458, G1528, G1941, G1951, G2028, G2046, G2564, G2821, G2822, G2840, G2919, G3004, G3106, G3333, G3343, G3603, G3686, G3687, G4316, G4341, G4377, G4779, G4867, G5455, G5537, G5581

ତ୍ୟାଗ କରିବା, ତ୍ୟାଗୀ, ତ୍ୟାଗୀ ଦେଇ ଅଛନ୍ତି, ତ୍ୟାଗୀ ଦେଲେ

ସଂଜ୍ଞା:

“ତ୍ୟାଗ କରିବା “ଶବ୍ଦ ର ଅର୍ଥ ହେଉଛି କାହାକୁ ପରିତ୍ୟାଗ କରିବା କିଅବା ଛାଡ଼ିଦେବା I ଯାହାକୁ ପରିତ୍ୟାଗ କରାଯାଇଅଛି ଆଉ କାହା ଦ୍ୱାରା ଅନ୍ତର କିଅବା ପରିତ୍ୟାଗ ସେ ହୋଇ ଅଛି I

  • ଯେତେବେଳେ ଲୋକମାନେ ଈଶ୍ୱରଙ୍କୁ “ପରିତ୍ୟାଗ “କରନ୍ତି, ସେମାନେ ଅନାଜ୍ଞାକାରୀ ହୋଇ ତାହାଙ୍କ ପ୍ରତି ଅବିଶବସ୍ତ ହୋଇ ଅଛନ୍ତି I
  • ଯେତେବେଳେ ପରମେଶ୍ୱର ଲୋକଙ୍କୁ “ପରିତ୍ୟାଗ” କରନ୍ତି, ସେ ସେମାନଙ୍କୁ ସାହାଯ୍ୟ କରିବା ବନ୍ଦ କରି ଦିଅନ୍ତି ଓ ସେମାନେ ତାଡ଼ନା ଅନୁଭବରେରେ ଯିବା ନିମନ୍ତେ ଅନୁମତି ଦିଅନ୍ତି କି ସେମାନେ ତାହାଙ୍କ ପାଖକୁ ଫେରି ଆସନ୍ତୁ I
  • ଏହି ଶବ୍ଦର ଅର୍ଥ ବସ୍ତୁ ତ୍ୟାଗ, ପରିତ୍ୟାଗ କରିବା, ଈଶ୍ୱରଙ୍କ ଶିକ୍ଷା ଅନୁସାରେ ନ ଚାଲିବା I
  • “ପରିତ୍ୟାଗ କଲେ “ଶବ୍ଦ ଅତୀତ କାଳ ନିମନ୍ତେ ବ୍ୟବହାର କରାଯାଇପାରେ, ଯେପରି ସେ ତୁମକୁ ପରିତ୍ୟାଗ “କରି ଅଛନ୍ତି କିଅବା ସେହି ଲୋକ କୁ ଦର୍ଶାଏ ଯେ “ପରିତ୍ୟାଗ” କରାଯାଇଅଛି I

ଅନୁବାଦ ପ୍ରସ୍ତାବ:

ଅଲଗା ପ୍ରକାରେ ଏହି ଶବ୍ଦକୁ ଅନୁବାଦ କଲେ ଏହା “ତ୍ୟାଗୀ ଦେବା “କିଅବା “ଅବହେଳା କରିବା “କିଅବା “ଛାଡ଼ି ଦେବା” କିଅବାଠାରୁ ଦୁରେଇ ଯିବା “କିଅବା “ପଛରେ ଛାଡ଼ିବା ‘ ଓ ପୃଷ୍ଠଭୂମି ଉପରେ ନିର୍ଭର କରି I

  • ଈଶ୍ୱରଙ୍କ ବ୍ୟବସ୍ଥା “ପରିତ୍ୟାଗ “କୁ “ଈଶ୍ୱରଙ୍କ ବ୍ୟବସ୍ଥା ନମାନିବା “ରୂପରେ ଅନୁବାଦ କରାଯାଇପାରେ I

ଏହାକୁ ଏହି ପ୍ରକାରେ ମଧ୍ୟ ଅନୁବାଦ କରାଯାଇପାରେ ଯେପରି “ସମ୍ପୂର୍ଣ୍ଣ ତ୍ୟାଗ କରିବା “କିଅବା ଛାଡ଼ି ଦେବା “କିଅବା ତାହାଙ୍କ ଶିକ୍ଷା କିଅବା ନୀୟମର “ଆଜ୍ଞାକାରୀ ନ ହେବା “I

  • ବାକ୍ୟାଂଶ “ତ୍ୟାଗ କରାଯାଇଅଛି “ଏହି ପ୍ରକାରେ ଅନୁବାଦ କରାଯାଇପାରେ ଯେପରି “ଟ୍ୟାଗିକୃତ “କିଅବା “ଦୁରେଇ ଦିଆ ଯାଇଛି “I
  • ଏହି ଶବ୍ଦକୁ ସ୍ପଷ୍ଟ ଭାବରେ ଅନୁବାଦ କରିବା ନିମନ୍ତେ ଅଲଗା ଅଲଗା ଶବ୍ଦ ପ୍ରୟୋଗ କରି ଥାଉ, ଏହା ନିର୍ଭର କରେ କି ଅନୁଛେଦ ବ୍ୟକ୍ତି କିଅବା ପଦାର୍ଥ ପରିତ୍ୟାଗ କରିବା ବିଷୟରେ କହୁ ଅଛି I

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H488, H2308, H5203, H5428, H5800, H5805, H7503, G646, G657, G863, G1459, G2641,

ତ୍ରାଣକର୍ତ୍ତା, ଉଦ୍ଧାର କର୍ତ୍ତା

ତଥ୍ୟାବଳି:

“ଉଦ୍ଧାର କର୍ତ୍ତା” ଶବ୍ଦ ଜଣେ ବ୍ୟକ୍ତିଙ୍କୁ ବୁଝାଏ ଯିଏ ବିପଦରୁ ଉଦ୍ଧାର କିମ୍ୱା ରକ୍ଷା କରେ। ଏହା ମଧ୍ୟ ଯିଏ ଅନ୍ୟମାନଙ୍କୁ ଶକ୍ତି ଦିଏ କିମ୍ୱା ସେମାନଙ୍କ ନିମନ୍ତେ ଯୋଗେଇବା ବ୍ୟକ୍ତିଙ୍କୁ ମଧ୍ୟ ସୂଚିତ କରିପାରିବ।

  • ପୂରାତନ ନିୟମରେ, ପରମେଶ୍ୱରଙ୍କୁ ଇସ୍ରାଏଲର ତ୍ରାଣକର୍ତ୍ତା ଭାବେ ବର୍ଣ୍ଣନା କରାଯାଇଛି କାରଣ ବାରମ୍ୱାର ସେ ସେମାନଙ୍କୁ ସେମାନଙ୍କ ଶତ୍ରୁମାନଙ୍କଠାରୁ ରକ୍ଷା କରି, ଶକ୍ତି ଏବଂ ସେମାନେ ବଞ୍ଚିବା ପାଇଁ ଯାହା ଆବଶ୍ୟକ ତାହା ସେମାନଙ୍କୁ ଯୋଗାଇଲେ।
  • ପୂରାତନ ନିୟମରେ ଈଶ୍ଵର ଇସ୍ରାଏଲୀୟମାନଙ୍କ ନିମନ୍ତେ ବିଚାରପତିମାନଙ୍କୁ ନିଯୁକ୍ତ କଲେ ଯେଉଁମାନେ ସେମାନଙ୍କୁ ଆକ୍ରମଣ କରିବାକୁ ଆସିଥିବା ଅନ୍ୟ ଗୋଷ୍ଠୀ ବିରୁଦ୍ଧରେ ସୁରକ୍ଷା ଦେବାକୁ ଯୁଦ୍ଧରେ ଆଗେଇ ନେଇଥିଲେ। ବେଳେବେଳେ ଏହି ବିଚାରକର୍ତ୍ତାମାନଙ୍କୁ "ଉଦ୍ଧାରକର୍ତ୍ତା" ବୋଲି କୁହାଯାଉଥିଲେ। ପୂରାତନ ନିୟମର ବିଚାରକର୍ତ୍ତା ପୁସ୍ତକରେ ଏହି ବିଚାରପତିମାନେ ଇସ୍ରାଏଲ ଉପରେ ଶାସନ କରୁଥିବାସମୟର ଇତିହାସର ସମୟକୁ ଲିପିବଦ୍ଧ କରେ।
  • ନୂତନ ନିୟମରେ, “ତ୍ରାଣକର୍ତ୍ତା” ବର୍ଣ୍ଣନା କରିବା ପାଇଁ କିମ୍ୱା ଯୀଶୁ ଖ୍ରୀଷ୍ଟଙ୍କ ଉପାଖାନ ନିମନ୍ତେ ବ୍ୟବହାର ହୋଇଛି କାରଣ ପାପର ଅନନ୍ତକାଳିନ ଦଣ୍ଡରୁ ସେ ଲୋକମାନଙ୍କୁ ଉଦ୍ଧାର କରନ୍ତି। ସେ ମଧ୍ୟ ସେମାନଙ୍କୁ ସେମାନଙ୍କ ପାପ ଦ୍ୱାରା ନିୟନ୍ତ୍ରଣରୁ ଉଦ୍ଧାର କରନ୍ତି।

ଅନୁବାଦ ପ୍ରସ୍ତାବ ଗୁଡିକ:

  • ଯଦି ସମ୍ଭବ, “ଉଦ୍ଧାରକର୍ତ୍ତା“ ଏକ ଶବ୍ଦ ସହିତ ଅନୁବାଦ କରିବା ଅବଶ୍ୟକ ଯାହା “ଉଦ୍ଧାର” କିମ୍ୱା “ପରିତ୍ରାଣ” ଶବ୍ଦଗୁଡ଼ିକ ସହିତ ସଂପୃକ୍ତ ଥାଏ।
  • ଏହି ଶବ୍ଦକୁ ଅନ୍ୟ ଭାବେ ଅନୁବାଦ ସହିତ “ଯିଏ ରକ୍ଷା କରନ୍ତି” କିମ୍ୱା “ଈଶ୍ୱର ଯିଏ ରକ୍ଷା କରନ୍ତି” କିମ୍ୱା “ଯିଏ ବିପଦରୁ ଉଦ୍ଧାର କରନ୍ତି” କିମ୍ୱା “ଯିଏ ଶତ୍ରୁମାନଙ୍କଠାରୁ ରକ୍ଷା କରନ୍ତି” କିମ୍ୱା “ଯୀଶୁ, ଯିଏ ପାପରୁ ଉଦ୍ଧାର କରନ୍ତି (ଲୋକଙ୍କୁ)।"

(ପୁନଶ୍ଚ ଦେଖ: ଉଦ୍ଧାର କରିବା, ଯୀଶୁ, ଉଦ୍ଧାର, ରକ୍ଷା)

ବାଇବଲ ପଦ ପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H3467, G4990

ଦକ୍ଷିଣ ହସ୍ତ

ସଂଜ୍ଞା

“ଦକ୍ଷିଣ ହସ୍ତ” ପଦର ଆଳଙ୍କାରିକ ଅଭିବ୍ୟକ୍ତି ଜଣେ ଶାସକ ବା ଅନ୍ୟ ମହତ୍‌ୱ୍ତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କର ଦକ୍ଷିଣ ପାର୍ଶ୍ୱରେ ଥିବା ସମ୍ମାନ ବା ଶକ୍ତିର ସ୍ଥାନକୁ ସୂଚାଏ I

  • ଏହି ଦକ୍ଷିଣ ହସ୍ତ ମଧ୍ୟ କ୍ଷମତା, ଅଧିକାର, ବା ଶକ୍ତିର ପ୍ରତୀକ ଭାବରେ ବ୍ୟବହୃତ ହୋଇଥାଏ I

  • ବାଇବଲ ବର୍ଣ୍ଣନା କରେ ଯେ ଯୀଶୁ ବିଶ୍ୱାସୀମାନଙ୍କର ଶରୀରରୂପ ମଣ୍ଡଳୀର ମସ୍ତକ ଭାବରେ ପିତା ଈଶ୍ୱରଙ୍କ “ଦକ୍ଷିଣ ପାର୍ଶ୍ୱରେ” ଉପବେଶନ କରିଅଛନ୍ତି ଏବଂ ସମସ୍ତ ସୃଷ୍ଟିକୁ ନୀୟନ୍ତ୍ରଣାଧିନ କରୁଛନ୍ତି I

  • ସାଧାରଣତଃ ଜଣେ ବ୍ୟକ୍ତିର ଦକ୍ଷିଣ ହସ୍ତ ବିଶେଷ ସମ୍ମାନ ଭାବରେ ଦର୍ଶାଇଥାଏ, ଯେତେବେଳେ ତାହା ଜଣକର ମସ୍ତକ ଉପରେ ଏକ ଆଶୀର୍ବାଦ ଭାବରେ ରଖାଯାଏ (ଯେପରି ଭାବରେ ପିତୃପୁରୁଷ ଯାକୁବ ଯୋଷେଫଙ୍କ ପୁତ୍ର ଇଫ୍ରୟିମଙ୍କୁ ଆଶୀର୍ବାଦ କଲେ) I

  • ଜଣକର “ଦକ୍ଷିଣ ପାର୍ଶ୍ୱରେ” ରହି ସେବା କରିବା ଅର୍ଥ, ସେହି ବ୍ୟକ୍ତି ପ୍ରତି ତାହାର ସେବା ବିଶେଷ ଭାବରେ ସାହାଯ୍ୟକାରୀ ଏବଂ ମହତ୍‌ୱ୍ତ୍ୱପୂର୍ଣ୍ଣ ଅଟେ ବୋଲି ବୁଝାଏ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ

  • ବେଳେବେଳେ ଏହି “ଦକ୍ଷିଣ ହସ୍ତ” ପ୍ରତିଶବ୍ଦ ଆକ୍ଷରିକ ଭାବରେ ଜଣେ ବ୍ୟକ୍ତିର ଦକ୍ଷିଣ ହସ୍ତକୁ ସୂଚାଏ, ଠିକ ଯେପରି ରୋମୀୟ ସୈନ୍ୟମାନେ ପରିହାସ କରିବା ନିମନ୍ତେ ଯୀଶୁଙ୍କ ଦକ୍ଷିଣ ହସ୍ତରେ ଗୋଟିଏ ଦଣ୍ଡ ଧରାଇଦେଲେ I

ଏହି ପ୍ରତିଶବ୍ଦକୁ ବ୍ୟବହାର କରି ଏହାକୁ ଅନୁବାଦ କରିବା ଉଚିତ ଯେ, ଏହି ଭାଷା ସେହି ହସ୍ତକୁ ସୂଚାଇବା ନିମନ୍ତେ ବ୍ୟବହାର କରେ I

  • ଆଳଙ୍କାରିକ ବ୍ୟବହାର ସମ୍ପର୍କରେ କହିଲେ, ଯଦି ଏକ ଅଭିବ୍ୟକ୍ତି ଏହି ପ୍ରତିଶବ୍ଦ “ଦକ୍ଷିଣ ହସ୍ତ” ଅନ୍ତର୍ଭୁକ୍ତ କରେ ଓ ତାହା ପ୍ରକଳ୍ପର ଭାଷାରେ ସମାନ ଅର୍ଥ ବହନ କରେନାହିଁ, ତାହାହେଲେ ବିଚାର କର ଯେ, ସେହି ଭାଷାରେ ସେହି ସମାନ ଅର୍ଥ ପ୍ରକାଶ କରୁଥିବା ଭିନ୍ନ ଅଭିବ୍ୟକ୍ତି ଅଛି କି ନାହିଁ I
  • “ଦକ୍ଷିଣ ହସ୍ତରେ” ଅଭିବ୍ୟକ୍ତିକୁ “ଦକ୍ଷିଣ ପାଖରେ” ବା “ସମ୍ମାନର ସ୍ଥାନ ପାଖରେ” ବା “ଶକ୍ତିର ପଦବୀରେ” ବା “ସାହାଯ୍ୟ କରିବା ନିମନ୍ତେ ପ୍ରସ୍ତୁତ” ବୋଲି ଅନୁବାଦ କରାଯାଇପାରେ I
  • “ତାହାଙ୍କ ଦକ୍ଷିଣ ହସ୍ତ ସହିତ” ପଦକୁ ଅନୁବାଦ କରିବା ଉପାୟଗୁଡିକ ମଧ୍ୟରେ “ଅଧିକାର ସହିତ” ବା “ଶକ୍ତି ପ୍ରୟୋଗ କରି” ବା “ତାହାଙ୍କର ଆଶ୍ଚର୍ଯ୍ୟ ଶକ୍ତି ସହିତ” ଅନ୍ତର୍ଭୁକ୍ତ କରାଯାଇପାରିବ I
  • ଆଳଙ୍କାରିକ ଅଭିବ୍ୟକ୍ତି “ତାହାଙ୍କର ଦକ୍ଷିଣ ହସ୍ତ ଏବଂ ତାହାଙ୍କ ପରାକ୍ରମୀ ବାହୁ” ଈଶ୍ୱରଙ୍କ କ୍ଷମତା ଏବଂ ମହାନ ଶକ୍ତିକୁ ଦୁଇ ପ୍ରକାରେ ଗୁରୁତ୍ୱ ଦେବା କ୍ଷେତ୍ରରେ ବ୍ୟବହାର କରେ I

ଏହି ଅଭିବ୍ୟକ୍ତିକୁ “ତାହାଙ୍କର ଆଶ୍ଚର୍ଯ୍ୟ ଶକ୍ତି ଏବଂ ମହାନ ପରାକ୍ରମ” ବୋଲି ମଧ୍ୟ ଏକ ଉପାୟରେ ଅନୁବାଦ କରାଯାଇପାରିବ I (ଦେଖ: ସମାନ୍ତରାଳ

  • “ସେମାନଙ୍କ ଦକ୍ଷିଣ ହସ୍ତ ମିଥ୍ୟା” ଏହି ଅଭିବ୍ୟକ୍ତିକୁ “ଏପରିକି ସେମାନଙ୍କ ସମ୍ପର୍କରେ ଅତିଶୟ ସମ୍ମାନଜନକ ବିଷୟ ମିଥ୍ୟାଗୁଡିକ ଦ୍ୱାରା କଳୁଷିତ ବା ଭ୍ରଷ୍ଟ ହୋଇଛି” ବା “ସେମାନଙ୍କ ସମ୍ମାନର ସ୍ଥାନ ପ୍ରତାରଣା ଦ୍ୱାରା ଭ୍ରଷ୍ଟ ବା ଦୁଷିତ ହୋଇଛି” ବା ସେମାନେ ଆପଣାମାନଙ୍କୁ ଶକ୍ତିଶାଳୀ କରିବା ନିମନ୍ତେ ମିଥ୍ୟାର ଆଶ୍ରୟ ନିଅନ୍ତି” ବୋଲି ଅନୁବାଦ କରାଯାଇପାରିଵ I

(ଆହୁରି ମଧ୍ୟ ଦେଖ:ଅଭିଯୋଗ, ମନ୍ଦ, ସମ୍ମାନ,ପରାକ୍ରମୀ, ଦଣ୍ଡ ଦେବା, ବିଦ୍ରୋହ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H3225, H3231, H3233, G1188

ଦୟା ବା କ୍ଷମା, ସ୍ନେହଶୀଳ

ସଂଜ୍ଞା:

“ଦୟା” ଓ “ସ୍ନେହଶୀଳ” ଶବ୍ଦ ଯେଉଁମାନେ ଆବଶ୍ୟକତାରେ ଅଛନ୍ତି ତାହାଙ୍କୁ ସାହାଯ୍ୟ କରିବାକୁ ଦର୍ଶାଏ ବିଶେଷ କରି ଯେତେବେଳେ ଲୋକମାନେ ବିନୀତ କିମ୍ବା ନମ୍ରତାରେ ଥାଆନ୍ତି।

  • “ଦୟା” ଶବ୍ଦ ଲୋକମାନଙ୍କୁ ସେମାନଙ୍କ କିଛି ଭୁଲ କାର୍ଯ୍ୟ ପାଇଁ ଦଣ୍ଡ ନ ଦେବା ଅର୍ଥରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ।
  • ଜଣେ ଶକ୍ତିଶାଲୀ ବ୍ୟକ୍ତି ଯେପରି କି ଜଣେ ରାଜାଙ୍କୁ ”ସ୍ନେହଶୀଳ“ ରୂପରେ ବ୍ୟାଖ୍ୟା କରାଯାଏ ଯେତେବେଳେ ସେ ଲୋକମାନଙ୍କୁ ଅନିଷ୍ଟ ପରିବର୍ତ୍ତେ ସେମାନଙ୍କ ପ୍ରତି ଅନୁଗ୍ରହପୂର୍ବକ ବ୍ୟବହାର କରନ୍ତି।
  • ଆମ୍ଭମାନଙ୍କ ବିପକ୍ଷରେ ଯେ କେହି କିଛି ଭୁଲ କରିଅଛି କ୍ଷମା ଦେବାର ଅର୍ଥ ମଧ୍ୟ ସ୍ନେହଶୀଳ ହେବା ବା ଦୟାଳୁ ହେବା।
  • ଆମ୍ଭେମାନେ କରି ସାହାଯ୍ୟ ଦୟା ଦେଖାଉ ଯେତେବେଳେ ଯେଉଁ ଲୋକମାନେ ଅତି ଆବଶ୍ୟକରେ ଅଛନ୍ତି।
  • ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ସ୍ନେହଶୀଳ ଅଟନ୍ତି, ଓ ସେ ଚାହାନ୍ତି ଯେ ଆମ୍ଭେମାନେ ମଧ୍ୟ ଅନ୍ୟମାନଙ୍କ ପ୍ରତି ସ୍ନେହଶୀଳ ହେଉ।

ଅନୁବାଦ ପ୍ରସ୍ତାବ:

  • ପ୍ରସଙ୍ଗ ଉପରେ ନିର୍ଭର କରି, “ଦୟା” ଯେପରି “ସଦୟ” କିମ୍ବା “ଦୟା ବହି” କିମ୍ବା “ଦୟା ବା ସହାନୁଭୂତି“ ରୂପରେ ଅନୁବାଦ କରାଯାଇପାରେ।
  • “ସ୍ନେହଶୀଳ” ଶବ୍ଦକୁ “ଦୟା ବା ସହାନୁଭୂତି ଦେଖାଇବା” କିମ୍ବା “ଦୟାଳୁ ହେବା“ କିମ୍ବା “କ୍ଷମା କରିବା” ରୂପରେ ଅନୁବାଦ କରାଯାଇପାରେ।
  • “ଦୟା ଦେଖାଇବା” ଓ “ଦୟଳୁ ହେବାକୁ” କୁ “ଦୟା ସହିତ ବ୍ୟବହାର କରିବା” କିମ୍ବା “କାହା ପ୍ରତି କୃପାଳୁ ହେବା” ରୂପରେ ଅନୁବାଦ କରାଯାଇପାରେ।

(ଆହୁରି ଦେଖନ୍ତୁ: କରୁଣା, କ୍ଷମା)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • 19:16 ସେମାନେ (ଭବିଷ୍ୟବକ୍ତାମାନେ) ସମସ୍ତ ଲୋକମାନଙ୍କୁ କହିଲେ ମୂର୍ତ୍ତି ପୂଜା କରିବା କର ଓ ଅନ୍ୟମାନଙ୍କ ପ୍ରତି ନ୍ୟାୟ ଓ ଦୟା ଦେଖାଅ।
  • 19:17 ସେ (ଯିରିମିୟ) କାଦୁଅରେ ବୁଡି ଯାଉଥିଲେ ଯାହା କୁଅଁ ତଳେଥିଲା, କିନ୍ତୁ ରାଜାଙ୍କର ଦୟା ତାଙ୍କ ଉପରେ ଥିଲା ଓ ସେ ଆପଣା ଦାସମାନଙ୍କୁ ଯିରିମିୟଙ୍କୁ ମରିବା ପୂର୍ବରୁ କୁଅଁରୁ ଉପରକୁ ଆଣିବାକୁ ଆଜ୍ଞା କଲେ।
  • 20:12 ପାରସ ସାମ୍ରାଜ୍ୟ ଅତି ଦୃଢଥିଲା କିନ୍ତୁ ଯେଉଁମାନଙ୍କୁ ସେମାନେ ଅଧିକାର କରୁଥିଲେ ସେ ସମସ୍ତଙ୍କ ପ୍ରତି ଦୟା ଥିଲେ।
  • 27:11 ପରେ ଯୀଶୁ ଶାସ୍ତ୍ରୀମାନଙ୍କୁ ପଚାରିଲେ, “ତୁମ୍ଭେମାନେ କଅଣ ଭାବୁଅଛ? ଏହି ତିନି ଜଣ ମଧ୍ୟରୁ କିଏ ଯାହାକୁ ମାଡ଼ ମରାଯାଇଥିଲା ଏବଂ ଲୁଟ କରାଯାଇଥିବା ବ୍ୟକ୍ତିଙ୍କର ପଡ଼ୋସୀ ଅଟେ?" ସେ ଉତ୍ତର ଦେଲା, “ଯେ ତାହାକୁ ଦୟା ଦେଖାଇଲା ସେହି ବ୍ୟକ୍ତି।”
  • 32:11 କିନ୍ତୁ ଯୀଶୁ ତାହାକୁ କହିଲେ, "ନା, ମୁଁ ଚାହୁଁଛି ତୁମେ ଘରକୁ ଯାଅ ଓ ତୁମ୍ଭର ବନ୍ଧୁ ଓ ପରିଜନ ସମସ୍ତଙ୍କୁ ଯାହା କିଛି ଈଶ୍ଵର ତୁମ୍ଭ ପ୍ରତି କରିଅଛନ୍ତି ଓ ସେ କିପରି ତୁମ୍ଭ ପ୍ରତି ଦୟା କରିଅଛନ୍ତି ସେ ସମସ୍ତ ବିଷୟରେ କୁହ।
  • 34:09 “କିନ୍ତୁ କର ଆଦାୟକାରୀ, ଧାର୍ମିକ ଶାସକଠାରୁ ଦୁରରେ ଠିଆ ହୋଇ ରହିଲା, ଊର୍ଦ୍ଧ୍ଵଦୃଷ୍ଟି କରିବାକୁ ସୁଦ୍ଧା କଲା ନାହିଁ। କିନ୍ତୁ, ଆପଣା ଛାତିରେ ମାରିହୋଇ କହିବାକୁ ଲାଗିଲା, 'ହେ ଈଶ୍ଵର, ମୁଁ ପାପୀ, ମୋତେ ଦୟା କର।'"

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H2551, H2603, H2604, H2616, H2617, H2623, H3722, H3727, H4627, H4819, H5503, H5504, H5505, H5506, H6014, H7349, H7355, H7356, H7359, G1653, G1655, G1656, G2433, G2436, G3628, G3629, G3741, G4698

ଦୟା, ଦୟାଳୁ

ସଂଜ୍ଞା:

“ଦୟା” ଶବ୍ଦ ଲୋକ ନିମନ୍ତେ ଭାବନା, ମୁଖ୍ୟତ ଯେଉଁମାନେ ଦୁଖାଭୋଗ କରୁଛନ୍ତି “ଦୟାଳୁ” ଜଣେ ଲୋକ ଅନ୍ୟ ଲୋକମାନଙ୍କର ଯତ୍ନ କିମ୍ୱା ସାହାଯ୍ୟ କରିବା

  • “ଦୟା” ଶବ୍ଦ ଟି ଲୋକମାନଙ୍କର ଯତ୍ନ ନେବା, ନତୁବା ସାହାଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିବା
  • ବାଇବଲ କହେ ପରମେଶ୍ୱର ଦୟାଳୁ, ତାହାର ଅର୍ଥ, ସେ ପ୍ରେମିକ ଏବଂ ଅନୁଗ୍ରହ କାରୀ
  • କଲସୀୟନିକଟକୁ ପାଉଲ ପତ୍ର ଲେଖନ୍ତି, “ଦୟାରେ ବସ୍ତ୍ର ପିନ୍ଧ”

ସେ ସେମାନଙ୍କୁ ଲୋକମାନଙ୍କର ଯତ୍ନ ଏବଂ ଯେଉଁମାନଙ୍କର ଆବଶ୍ୟକତା ଅନୁସାରେ ଆଗଭର ହୋଇ ସାହାଯ୍ୟ କରିବାକୁ ଉପଦେଶ ଦେଇଛନ୍ତି

ଅନୁବାଦ ପ୍ରସ୍ତାବ:

  • ଆକ୍ଷରିକ ଅର୍ଥରେ “ଦୟାଳୁ “ହେଉଛି “ଅନୁଗ୍ରହ ର ପାତ୍ର”

ଏହା ହେଉଛି “ଅନୁଗ୍ରହ” କିମ୍ୱା “ଦୟା” ର ଭାବନା ଅନ୍ୟ ଭାଷା ଗୁଡିକରେ ନିଜ ଭାବନାନୁସାରେ ଏହାର ଅର୍ଥ ଥାଇପାରେ

  • “ଦୟା” ଅହୁରୀ ଅନୁବାଦ ହେବ ଯଥା “ହୃଦୟର ସହ ଯତ୍ନ ନେବା” କିମ୍ୱା “ସାହାଯ୍ୟକାରୀ ଅନୁଗ୍ରହ “
  • “ଦୟାଳୁ “ଶବ୍ଦକୁ ଅନୁବାଦ ଯଥା “ଯତ୍ନ ସହକାରେ ସାହାଯ୍ୟ” ନତୁବା “ଗଭୀର ପ୍ରେମ ଏବଂ ଅନୁଗ୍ରହ”

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H2550, H7349, H7355, H7356, G1653, G3356, G3627, G4697, G4834, G4835

ଦିକନ, ଦିକନମାନେ

ବ୍ୟାଖ୍ୟା:

ଦିକନ ହେଉଛି ଜଣେ ବ୍ୟକ୍ତି ଯିଏ କି ସ୍ଥାନୀୟ ମଣ୍ଡଳୀ ର ସେବାକରେ, ସହବିଶ୍ୱାସୀମାନଙ୍କର ସାହାଯ୍ୟ କରିବା ଯେପରିକି ଖାଦ୍ୟା ଏବଂ ଟଙ୍କା ଆବଶ୍ୟକ ସମୟରେ ସାହାଯ୍ୟ କରିବା I

  • “ଦିକନ” ଶବ୍ଦ ଟି ଗ୍ରୀକ୍ ଶବ୍ଦରୁ ଆସିଅଛି ଅର୍ଥହେଲା “ଦାଶ” କିମ୍ୱା “ସେବକ I “
  • ଆଦ୍ୟ ଖ୍ରୀଷ୍ଟିୟାନମାନଙ୍କ ସମୟଠାରୁ, ଏହି ଦିକନ ର ଭୂମିକା ଏବଂ ସ୍ଥାନୀୟ ମଣ୍ଡଳୀ ର ସେବା କରିବା ଭଲଭାବରେ ବର୍ଣ୍ଣନା କରାଯାଇଛି I
  • ଉଦାହରଣ ସ୍ୱରୁପ, ନୂତନ ନିୟମରେ ସହବିଶ୍ୱାସୀମାନଙ୍କର ଭାଗରୁ ଯେକୌଣସି ଟଙ୍କା ବା ଖାଦ୍ୟପଦାର୍ଥ ଯେପରି ସମାନଭାବରେ ବିଧବାମାନଙ୍କର ମଧ୍ୟରେ ବଣ୍ଟାଜାଏ ଏଥି ପ୍ରତି ଦିକନମାନେ ଯତ୍ନବାନ ହେବେ I
  • “ଦିକନ” ଶବ୍ଦ ମଧ୍ୟ ଏହିପରି ଭାଷାନ୍ତର କରାଯାଇପାରେ ଯେମିତିକି “ମଣ୍ଡଳୀ ର ସେବକ ” କିମ୍ୱା “ମଣ୍ଡଳୀର କର୍ମଚାରୀ” କିମ୍ୱା “ମଣ୍ଡଳୀର ଦାଶ,” ଅନ୍ୟଭାବରେ କହିବାକୁ ହେଲେ ସେହି ବ୍ୟକ୍ତି ମଣ୍ଡଳୀ ଦ୍ୱାରା ନିଯୁକ୍ତି ପାଇ ଗୋଟିଏ ନିର୍ଦ୍ଧିଷ୍ଟ କାମ ସ୍ଥାନୀୟ ଖ୍ରୀଷ୍ଟିୟାନ ସମାଜ ମଂଗଲ ନିମନ୍ତେ କାର୍ଯ୍ୟ କରିବା I

(ମଧ୍ୟ ଦେଖ: ସେବକ, ଦାଶ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: G1249

ଦୃଷ୍ଟାନ୍ତ, ଦୃଷ୍ଟାନ୍ତଗୁଡ଼ିକ

ସଂଜ୍ଞା:

“ଦୃଷ୍ଟାନ୍ତ” ଏଭଳି ଏକ ଭାବ ପ୍ରକାଶକ ଶବ୍ଦ ଯାହା ସାଧାରଣତଃ ଏକ କ୍ଷୁଦ୍ର ଗଳ୍ପକୁ କିମ୍ୱା ଏକ ଉଦ୍ଦେଶ୍ୟ ପ୍ରଣୋଦିତ ଶିକ୍ଷାକୁ ଉଲ୍ଲେଖ କରେ ବା ବୁଝାଏ, ଯାହା ଏକ ନୈତିକ ସତ୍ୟକୁ ବ୍ୟାଖ୍ୟା କରିବା ନିମନ୍ତେ କିମ୍ୱା ଶିକ୍ଷା ପ୍ରଦାନ କରିବା ନିମନ୍ତେ ବ୍ୟବହାର କରାଯାଇଥାଏ I

  • ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଦୃଷ୍ଟାନ୍ତଗୁଡିକୁ ବ୍ୟବହାର କଲେ I

ଯଦିଓ ସେ ଜନତାର ଭିଡକୁ ମଧ୍ୟ ଦୃଷ୍ଟାନ୍ତଗୁଡ଼ିକ କହିଲେ, ସେ ସବୁବେଳେ ଦୃଷ୍ଟାନ୍ତକୁ ବ୍ୟକ୍ୟା କଲେନାହିଁ ବା ବୁଝାଇଲେ ନାହିଁ I

  • ଗୋଟିଏ ଦୃଷ୍ଟାନ୍ତକୁ ତାଙ୍କର ଶିଷ୍ୟମାନଙ୍କ ପ୍ରତି ସତ୍ୟର ପ୍ରକାଶନ କରିବା ନିମନ୍ତେ ବ୍ୟବହାର କରାଯାଇପାରେ ଯଦ୍ୟପି ସେହି ସତ୍ୟକୁ ଯୀଶୁଙ୍କଠାରେ ବିଶ୍ୱାସ କରି ନ ଥିବା ଫାରୂଶୀମାନଙ୍କ ଭଳି ଲୋକମାନଙ୍କଠାରୁ ଗୁପ୍ତ ରଖାଯାଇଛି I
  • ନାଥନ ଭବିଷ୍ୟତବକ୍ତା ଦାଉଦଙ୍କୁ ଏକ ଦୃଷ୍ଟାନ୍ତ କହିଲେ, ଯେପରି ସେ ରାଜାଙ୍କୁ ତାହାଙ୍କର ଭୟଙ୍କର ପାପକୁ ଦର୍ଶାଇ ପାରିବେ I
  • ଉତ୍ତମ ଶମିରୋଣୀୟର କାହାଣୀ ଦୃଷ୍ଟାନ୍ତର ଏକ ଉଦାହରଣ ଅଟେ ଯାହା ଏକ କାହାଣୀ ଅଟେ I

ଯୀଶୁଙ୍କ ଦ୍ୱାରା ନୂତନ ଓ ପୁରାତନ ଦ୍ରାକ୍ଷାରସର କୁମ୍ଫାଗୁଡ଼ିକର ତୁଳନା ଏକ ଦୃଷ୍ଟାନ୍ତର ଉଦାହରଣ ଅଟେ ଯାହା ଏକ ଉଦ୍ଦେଶ୍ୟ ପ୍ରଣୋଦିତ ଶିକ୍ଷାଥିଲା ଯେପରି ଯୀଶୁଙ୍କ ଶିକ୍ଷାଗୁଡ଼ିକୁ ବୁଝିପାରିବାରେ ଶିଷ୍ୟମାନଙ୍କୁ ସହାୟତା କରିବ I

(ଆହୁରି ମଧ୍ୟ ଦେଖ: ଶମରିୟା

ବାଇବଲ ପଦଗୁଡ଼ିକ

ବୋର୍ଡ ଡାଟା :

  • Strong's: H1819, H4912, G3850, G3942

ଦେହ

ସଂଜ୍ଞା:

ବାଇବଲରେ, “ଦେହ” ବାସ୍ତବରେ ମନୁଷ୍ୟ କିଅବା ପଶୁ ଶରୀରର କୋମଳ ତ୍ୱୋଚା କୁ ଦର୍ଶାଇ ଥାଏ I

  • ବାଇବଲ ଏହି ଶବ୍ଦକୁ ରୁପକ ରୂପରେ ସାରେମାନବ ଜାତି ଓ ସମସ୍ତ ଜୀବନ୍ତ ପ୍ରାଣୀ ନିମନ୍ତେ ବ୍ୟବହାର କରେ I
  • ନୂତନ ନିୟମରେ, “ଦେହ” ଶବ୍ଦ ମନୁଷ୍ୟ ର ପାପମୟ ପ୍ରକୃତି କୁ ଦର୍ଶାଏ I

ଅନେକ ସମୟରେ ଏହା ଆତ୍ମିକ ପ୍ରକୃତି ର ଅସମତାରେ ବ୍ୟବହାର କରାଯାଏ I

  • ଅଭିବ୍ୟକ୍ତି “ନିଜ ମାଂସ ଓ ରକ୍ତ “ଜୀବ ବିଜ୍ଞାନ ଅନୁସାରେ ଯେ ଆଉ ଏକ ବ୍ୟକ୍ତି ସହିତ ଜଡ଼ିତ ତାହାକୁ ଦର୍ଶାଏ ଯେପରିକି, ମାତା ପିତା,ଭାଇ ଭଉଣୀ, ସନ୍ତାନ କିଅବା ନାତି ପୋତି I
  • ଅଭିବ୍ୟକ୍ତି “ମାଂସ ଓ ରକ୍ତ “ପୂର୍ବ ପୁରୁଷ କିଅବା ବଂଶଧର କୁ ମଧ୍ୟ ଦର୍ଶାଏ I
  • ଅଭିବ୍ୟକ୍ତି “ଗୋଟିଏ ଦେହ “ପୁରୁଷ ଓ ସ୍ତ୍ରୀ ର ବିବାହରେ ଶାରୀରିକ ଏକତା କୁ ଦର୍ଶାଏ I

ଅନୁବାଦ ପ୍ରସ୍ତାବ:

  • ପଶୁ ଶରୀର ର ପୃଷ୍ଠଭୂମିରେ, “ଦେହ” କୁ “ଶରୀର”, କିଅବା “ମାଂସ “, କିଅବା “ଚର୍ମ” ରୂପରେ ଅନୁବାଦ କରାଯାଇପାରେ I
  • ଯେତେବେଳେ ଏହା ସାଧାରଣ ଭାବରେ ସମସ୍ତ ଜୀବନ୍ତ ପ୍ରାଣୀ କୁ ଦର୍ଶାଏ, ଏହି ଶବ୍ଦ କୁ “ଜୀବନ୍ତ ପ୍ରାଣୀ” କିଅବା “ବଂଚି ଥିବା ସମସ୍ତ ପ୍ରାଣୀ” ରୂପରେ ଅନୁବାଦ କରାଯାଇପାରେ I
  • ଯେତେବେଳେ ସମସ୍ତ ଲୋକ ସମୁହ ନିମନ୍ତେ ବ୍ୟବହାର କରାଯାଏ, ଏହି ଶବ୍ଦକୁ “ଜନ ସମୁହ” ଅଥବା “ମାନବ ଜାତି “କିଅବା “ସେ ସମସ୍ତେ ଯେ ଜୀବିତ ଅଛନ୍ତି “ରୂପରେ ଅନୁବାଦ କରାଯାଇପାରେ I
  • ଅଭିବ୍ୟକ୍ତି “ରକ୍ତ ମାଂସ “ପରିବାର ବର୍ଗ “କିଅବା “ପରିବାର” କିଅବା “ଆତ୍ମୀୟ “ଅଥବା “କୁଳ “ରୂପରେ ଅନୁବାଦ କରାଯାଇପାରେ I

ପୃଷ୍ଠଭୂମି ହୋଇପାରେ ଯାହା ଏହାକୁ “ପୂର୍ବ ପୁରୁଷ” କିଅବା “ବଂଶଧର “ରୂପରେ ଅନୁବାଦ କରାଯାଇପାରେ I

  • କେତେକ ଭାଷାରେ ଏହି ଅଭୀବ୍ୟକ୍ତ ଅଛି ଯାହା “ରକ୍ତ ମାଂସ” ସହିତ ସମାନ ଅଟେ I
  • ଅଭିବ୍ୟକ୍ତି “ଏକ ଦେହ ହେବା ‘ କୁ “ଯୌନ ସମନ୍ଧରେ ଏକ ହେବ “କିଅବା “ଏକ ଦେହ ପରି ହେବା” କିଅବା “ଆତ୍ମା ଓ ଶରୀରରେ ଗୋଟିଏ ବ୍ୟକ୍ତି ପରି ହେବା” ଏମିତି ଅନୁବାଦ କରାଯାଇପାରେ I

ଏହି ଅଭିବ୍ୟକ୍ତି ର ଅନୁବାଦ କୁ ନିଶ୍ଚିନ୍ତ ରୂପରେ ଦେଖା ଯିବା ଆବଶ୍ୟକ କି ଏହା ସଂସ୍କୃତି ଓ ଭାଷାରେ ଗ୍ରହଣ ଯୋଗ୍ୟ ଅଛି କି ନାହିଁ I

(ଦେଖନ୍ତୁ:ବହୁଳ ବଖ୍ୟାନ)

ଏହାକୁ ରୁପକ ରୂପରେ ବୁଝିବା ଆବଶ୍ୟକ ଅଟେ, ସ୍ତ୍ରୀ ଓ ପୁରୁଷ “ଏକ ଶରୀର ହେଲେ” ତାହାର ଅର୍ଥ ଆକ୍ଷରିକ ରୂପରେ ଗୋଟିଏ ବ୍ୟକ୍ତି ନୁହଁ I

ବାଇବଲ ଟିପ୍ପଣୀ:

ବୋର୍ଡ ଡାଟା :

  • Strong's: H829, H1320, H1321, H2878, H3894, H4207, H7607, H7683, G2907, G4559, G4560, G4561

ଦୋଷ, ଦୋଷୀ

ସଂଜ୍ଞା:

“ଦୋଷ” ଶବ୍ଦ ପାପ କରି ଅଛି କିଅବା ଅପରାଧ କରିବା I

  • “ଦୋଷୀ ହେବା” ଶବ୍ଦ ନୈତିକ ରୂପରେ କିଛି ଭୁଲ୍ କରିବା, ଯାହା ଈଶ୍ୱରଙ୍କ ଅନଜ୍ଞାକାରୀ ହେବା କୁ ଦର୍ଶାଏ I
  • “ଦୋଷୀ “ର ବିପରୀତ ନିର୍ଦୋଷ ଅଟେ I

ଅନୁବାଦ ପ୍ରସ୍ତାବ:

  • କେତେକ ଭାଷା “ଦୋଷ” କୁ “ପାପର ଓଜନ “କିଅବା “ପାପର ଗଣନା “ରୂପରେ ଅନୁବାଦ କରି ଥାଆନ୍ତି I
  • “ଦୋଷୀ ହେବା” କୁ ଅଲଗା ପ୍ରକାରେ ଅନୁବାଦ କରାଯାଏ, ଯାହାର ଅର୍ଥ “ଭୁଲ୍ରେ ରହିବା “କିଅବା “ନୈତିକ ରୂପରେ କିଛି ଭୁଲ୍ କରିବା “କିଅବା “ପାପ ପାଇଁ ସମର୍ପିତ ହେବା “I

(ଆହୁରି ଦେଖନ୍ତୁ: ନିର୍ଦୋଷ, ଅନିଷ୍ଟ ପ୍ରିୟତା, ଦଣ୍ଡ, ପାପ)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • ୩୯:୦୨ ସେମାନେ ଅନେକ ସାକ୍ଷୀ କୁ ଆଣିଲେ ଯେ ତାହାଙ୍କ (ଯୀଶୁଙ୍କ) ବିଷୟରେ ମିଥ୍ୟା ସାକ୍ଷ ଦେଲେ

ଜାହାଭି ହେଉ ତାହାଙ୍କ କଥନ ପରସ୍ପର ସହିତ ମେଳ ଖାଇଲା ନାହିଁ, ତେଣୁ ଯିହୁଦୀ ନେତାମାନେ ଏହା ପ୍ରମାଣ କରି ପାରିଲେ ନାହିଁ କି ସେ ଦୋଷୀ ଅଟନ୍ତି I

  • ୩୯:୧୧ ଯୀଶୁଙ୍କ ସହିତ ବାର୍ତ୍ତାଳାପ କଲା ପରେ, ପିଲାତ ଲୋକ ସମୁହ ମଧ୍ୟକୁ ଗଲେ ଓ କହିଲେ, “ମୁଁ ଏହି ମନୁଷ୍ୟ ମଧ୍ୟରେ କୌଣସି ଦୋଷ ପାଉ ନାହିଁ” I

କିନ୍ତୁ ଯିହୁଦୀ ନେତାମାନେ ଓ ଲୋକ ଭିଡ଼ ଚିତ୍କାର କଲେ କି “ତାହାଙ୍କୁ କ୍ରୁଶରେ ଚଡ଼ାଅ “! ପିଲାତ ଉତ୍ତର ଦେଲେ, “ସେ ଦୋଷୀ ନୁହନ୍ତି” I କିନ୍ତୁ ସେମାନେ ଆହୁରି ଚିତ୍କାର କରିବାକୁ ଲାଗିଲେ I ତା ପରେ ପିଲାତ ତୃତୀୟ ଥର କହିଲେ, “ସେ ଦୋଷୀ ନୁହନ୍ତି “!

  • ୪୦:୦୪ ଯୀଶୁ ଦୁଇ ଚୋରଙ୍କ ମଧ୍ୟରେକ୍ରୁଶାର୍ପିତ ହେଲେ I

ସେହି ଦୁହେଙ୍କ ମଧ୍ୟରୁ ଜଣେ ଯୀଶୁଙ୍କ ପରିହାସ କଲା, କିନ୍ତୁ ଅନ୍ୟ ଜଣେ କହିଲା, “କଅଣ ତମେ ଈଶ୍ୱରଙ୍କୁ ଭୟ କର ନାହିଁ ?” ଆମେ __ଦୋଷୀ __ଅଟୁ I କିନ୍ତୁ ସେ ନିର୍ଦୋଷ ଅଟନ୍ତି I

  • ୪୯:୧୦ ତୁମ୍ଭର ପାପ ହେତୁ ତୁମେ ଦୋଷୀ ଅଟ ଓ ମରିବାର ଯୋଗ୍ୟ ଅଟ I

ବୋର୍ଡ ଡାଟା :

  • Strong's: H816, H817, H818, H5352, H5355, G338, G1777, G3784, G5267

ଦ୍ୱାଦଶ, ଏକାଦଶ

ସଂଜ୍ଞା:

“ଦ୍ୱାଦଶ” ପ୍ରତିଶବ୍ଦଟି ବାର ଜଣ ମନୁଷ୍ୟକୁ ସୁଚାଏ ଯେଉଁମାନଙ୍କୁ ଯୀଶୁ ତାଙ୍କର ଅନ୍ତରଙ୍ଗ ଶିଷ୍ୟ କିମ୍ୱା ପ୍ରେରିତ ଭାବରେ ବାଛିଥିଲେ I ଯିହୂଦା ନିଜେ ଆତ୍ମହତ୍‌ୱ୍ୟା କଲା ପରେ, ସେମାନଙ୍କୁ “ଏକାଦଶ” କୁହାଗଲା I

  • ଯୀଶୁଙ୍କର ବହୁତ ଅନ୍ୟ ଶିଷ୍ୟମାନେଥିଲେ, କିନ୍ତୁ “ଦ୍ୱାଦଶ” ଆଖ୍ୟାଟି ପାର୍ଥକ୍ୟ ଆଣେ ଯେ ଯେଉଁମାନେ ଯୀଶୁଙ୍କ ସହିତ ଦୃଶ୍ୟ ଭାବରେ ଲାଗି ରହୁଥିଲେ I
  • ମାଥିଉ 10, ମାର୍କ 3 ଏବଂ ଲୂକ 6ରେ ଏହି ଦ୍ୱାଦଶ ଶିଷ୍ୟମାନଙ୍କର ନାମ ଲେଖା ଯାଇଛି I
  • ଯୀଶୁଙ୍କର ସ୍ୱର୍ଗାରୋହଣର କିଛି କାଳ ପରେ “ଏକାଦଶ” ଶିଷ୍ୟମାନେ ମଥିୟଙ୍କ ନାମକ ଜଣେ ଶିଷ୍ୟଙ୍କୁ ଯିହୁଦାଙ୍କ ସ୍ଥାନରେ ନେବାକୁ ମନୋନୀତ କଲେ I

ତାହାପରେ ସେମାନେ ପୁନର୍ୱାର “ଦ୍ୱାଦଶ” ବୋଲି ଡକାଗଲେ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • ଅନେକ ଭାଷାରେ ଏହା ହୁଏତ ଅଧିକ ସ୍ପଷ୍ଟତର ବା ସ୍ୱାଭାବିକ ହେବ ଯଦି ଏହାକୁ ବିଶେଷ୍ୟ ଭାବରେ ଯୋଗ କରିବା ଓ କହିବା “ଦ୍ୱାଦଶ ପ୍ରେରିତମାନେ ” କିମ୍ୱା “ଯୀଶୁଙ୍କର ଦ୍ୱାଦଶ ଅନ୍ତରଙ୍ଗ ଶିଷ୍ୟମାନେ I”
  • “ଏକାଦଶଙ୍କୁ” ଆହୁରି ମଧ୍ୟ ଅନୁବାଦ କରାଯାଇପାରେ “ଯୀଶୁଙ୍କର” ଅବଶିଷ୍ଟ ଏକାଦଶ ଶିଷ୍ୟମାନେ I
  • କେତେଗୁଡିଏ ଅନୁବାଦରେ ବଡ ଅକ୍ଷରକୁ ସୁଚାଏ ଯେ, ଏହା ଶୀର୍ଷକ ଭାବରେ ବ୍ୟବହାର ହେଉଥିଲା, ଯେପରି “ଦ୍ୱାଦଶ “ଏବଂ “ଏକାଦଶ” I

(ଆହୁରି ମଧ୍ୟ ଦେଖ: ପ୍ରେରିତମାନେ, ଶିଷ୍ୟମାନେ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: G1427, G1733

ଧର୍ମ/ଧାର୍ମିକ, ନ୍ୟାୟସଙ୍ଗତ,ନ୍ୟାୟପରତା, ବିଚାର, ଅଧାର୍ମିକ, ଅନ୍ୟାୟ, ସଠିକ୍ ରୂପରେ ବା ଯଥାର୍ଥ, ବିଚାର ବନ୍ତ ବା ଯଥାର୍ଥତା, ନ୍ୟାୟ କରି

ସଂଜ୍ଞା:

“ଧର୍ମ” ଓ “ବିଚାର” ଈଶ୍ୱରଙ୍କ ବ୍ୟବସ୍ଥା ଅନୁସାରେ ଲୋକମାନଙ୍କୁ ସଠିକ ଭାବରେ ନ୍ୟାୟ କରିବା ଅଟେ। ମାନବ ବ୍ୟବସ୍ଥା ଯାହା ଈଶ୍ୱରଙ୍କ ମାନକ ଉଚିତ ଭାବରେ ପ୍ରତି ଫଳନ କରେ ତାହା ମଧ୍ୟ ସଠିକ ଅଟେ।

  • "ଧାର୍ମିକ" ହେବାର ଅର୍ଥ ହେଲା ଅନ୍ୟମାନଙ୍କ ପ୍ରତି ସଠିକ ଓ ନ୍ୟାୟ ସଂଗତ ବ୍ୟବହାର କରିବାକୁ କୁହାଯାଏ। ଆହୁରି ଏହା ମଧ୍ୟ ବିଶ୍ୱସ୍ଥାତା ଓ ସଚ୍ଚୋଟତା ଲାଗୁ କରେ ଯାହା ଈଶ୍ୱରଙ୍କ ସମ୍ମୁଖରେ ନୈତିକ ରୂପରେ ସଠିକ୍ ଅଟେ।
  • “ନ୍ୟାୟପରତା ଭାବରେ କାର୍ଯ୍ୟ କରିବା“ ଅର୍ଥ ଲୋକମାନଙ୍କୁ ସେହି ପ୍ରକାର ବ୍ୟବହାର କରିବା ଯାହା ସଠିକ, ଉତ୍ତମ,ଓ ଈଶ୍ୱରଙ୍କ ବ୍ୟବସ୍ଥା ଅନୁସାରେ ଠିକ ଥାଏ।
  • “ନ୍ୟାୟ” ପାଇବାର ଅର୍ଥ ହେଉଛି ନୀୟମ/ ବ୍ୟବସ୍ଥା ଅନୁସାରେ ସଠିକ ରୂପରେ ବ୍ୟବହାର କରିବା କିମ୍ବା ନୀୟମ/ ବ୍ୟବସ୍ଥା ଅନୁସାରେ ସୁରକ୍ଷିତ ହେବା କିଅବା ନୀୟମ/ବ୍ୟବସ୍ଥା ଲଙ୍ଘନ ଦଣ୍ଡିତ ହେବା।
  • କେତେକ ସମୟରେ “ଯଥାର୍ଥ” ଶବ୍ଦର ଏକ ବଡ଼ ଅର୍ଥ "ଧାର୍ମିକ" କିମ୍ବା “ଈଶ୍ୱରଙ୍କ ବ୍ୟବସ୍ଥା ଗୁଡ଼ିକର ଅନୁକାରୀ" ହୁଏ।

ଶବ୍ଦ “ଅନ୍ୟାୟ” ଏବଂ “ଅନ୍ୟାୟ ରୂପରେ” ଲୋକମାନଙ୍କୁ ଅନ୍ୟାୟ ଏବଂ ଅନେକ ସମୟରେ କ୍ଷତିକାରକ ବ୍ୟବହାର କରିବାକୁ ବୁଝାଏ।

  • ଏକ “ଅନ୍ୟାୟ” ଏପରି କିଛି ମନ୍ଦ ରୀତି ଯାହା କାହା ପ୍ରତି କରାଯାଇଥାଏ ଯାହା ସେହି ବ୍ୟକ୍ତି ଯୋଗ୍ୟ ନୁହେଁ। ଏହା ଲୋକମାନଙ୍କ ପ୍ରତି ଅନ୍ୟାୟ କରିବା ବିଷୟରେ ବୁଝାଏ।

  • ଅନ୍ୟାୟର ଅର୍ଥ ହେଉଛି କିଛି ଲୋକଙ୍କୁ ମନ୍ଦ ରୀତିରେ ବ୍ୟବହୃତ ହେବା ସମୟରେ ଅନ୍ୟମାନଙ୍କୁ ଉତ୍ତମ ଭାବରେ ବ୍ୟବହାର କରାଯାଏ।

  • ଜଣେ ଯିଏ ଅନ୍ୟାୟ ଭାବରେ କାର୍ଯ୍ୟ କରୁଅଛନ୍ତି, ସେ “ଆଂଶିକ” କିମ୍ବା “ପକ୍ଷପାତିତ” ହେଉଛନ୍ତି କାରଣ ସେ ଲୋକମାନଙ୍କୁ ସମାନ ବ୍ୟବହାର କରୁନାହାଁନ୍ତି।

  • “ଯଥାର୍ଥ” ଏବଂ “ଯଥାର୍ଥତା” ଶବ୍ଦଗୁଡ଼ିକ ଜଣେ ଦୋଷୀକୁ ଧାର୍ମିକ ହେବାକୁ ବୁଝାଏ। କେବଳ ଈଶ୍ଵର ପ୍ରକୃତରେ ଲୋକମାନଙ୍କୁ ନ୍ୟାୟ ଦେଇ ପାରିବେ।

  • ଈଶ୍ଵର ଯେତେବେଳେ ଲୋକମାନଙ୍କୁ ନ୍ୟାୟ କରନ୍ତି, ସେ ସେମାନଙ୍କର ପାପକୁ କ୍ଷମା କରନ୍ତି ଏବଂ ଏହାକୁ ଏପରି କରନ୍ତି ସତେ ଯେପରି ସେମାନଙ୍କର ପାପ ନାହିଁ। ସେ ପାପିମାନଙ୍କୁ ନ୍ୟାୟ ଦିଅନ୍ତି ଯେଉଁମାନେ ଯୀଶୁଙ୍କୁ ଉଦ୍ଧାର କର୍ତ୍ତା ଭାବରେ ବିଶ୍ଵାସ କରନ୍ତି ଆଉ ଆପଣା ଆପଣା ପାପରୂ ଫେରନ୍ତି।

  • “ଯଥାର୍ଥତା” ଶବ୍ଦ ଯେତେବେଳେ ଈଶ୍ଵର ଜଣେ ପାପୀର ପାପକୁ କ୍ଷମା କରନ୍ତି ଏବଂ ତାହାଙ୍କ ଦୃଷ୍ଟିରେ ସେହି ବ୍ୟକ୍ତିକୁ ଧାର୍ମିକ ବୋଲି ଘୋଷଣା କରିବାକୁ ବୁଝାଏ।

ଅନୁବାଦ ପ୍ରସ୍ତାବ:

  • ପ୍ରସଙ୍ଗରେ ନିର୍ଭର କରି, “ଉପଯୁକ୍ତ” ଅନ୍ୟ ଭାବରେ ଅନୁବାଦ କଲେ “ନୈତିକ ରୂପରେ ଠିକ” କିମ୍ବା “ନ୍ୟାୟ ସଂଗତ” ଅନ୍ତର୍ଭୁକ୍ତ କରାଯାଇପାରେ।

  • “ନ୍ୟାୟ” ଯେପରି "ନ୍ୟାୟସଂଗତ ବ୍ୟବହାର” କିମ୍ବା “ଯୋଗ୍ୟତାର ଫଳ” ରୂପରେ ଅନୁବାଦ କରାଯାଇପାରେ।

  • କେତେକ ପ୍ରସଙ୍ଗଗୁଡ଼ିକରେ, “ଉପଯୁକ୍ତ” ଶବ୍ଦକୁ ଯେପରି “ଧାର୍ମିକ“ କିମ୍ବା “ନ୍ୟାୟ ପରାୟଣ” ସ୍ଵରୂପରେ ଅନୁବାଦ କରାଯାଏ।

  • ପ୍ରସଙ୍ଗରେ ନିର୍ଭର କରି, “ଅଧାର୍ମିକ” ଯେପରି “ଅନ୍ୟାୟ” କିମ୍ବା “ଆଂଶିକ” କିମ୍ବା “ଅସାଧୁ” ଭାବରେ ଅନୁବାଦ କରାଯାଇପାରେ।

  • “ଅନ୍ୟାୟ ଭାବରେ” ବାକ୍ୟାଂଶକୁ ଯେପରି “ଅନ୍ୟାୟକାରୀ” କିମ୍ବା “ପକ୍ଷପାତ” କିମ୍ବା “ଅଧାର୍ମିକ” ରୂପରେ ଅନୁବାଦ କରାଯାଇପାରେ।

  • “ଅଧାର୍ମିକ” ବାକ୍ୟାଂଶକୁ "ଅଧାର୍ମିକ ଲୋକମାନେ” କିମ୍ବା “ଅଧାର୍ମିକଗଣ” କିମ୍ବା “ଯେଉଁ ଲୋକମାନେ ଅନ୍ୟ ଲୋକମାନଙ୍କୁ ଅନ୍ୟାୟସଂଗତ ରୂପରେ ବ୍ୟବହାର କରନ୍ତି” କିମ୍ବା “ଈଶ୍ୱରଙ୍କର ଅନାଜ୍ଞାକାରୀ ଲୋକେ" ରୂପରେ ଅନୁବାଦ କରାଯାଏ।

  • “ଅନ୍ୟାୟ ଭାବରେ" ଶବ୍ଦକୁ “ଏକ ଅନ୍ୟାୟ ସଂଗତ ବ୍ୟବହାର” କିମ୍ବା "ଭୁଲ ଭାବରେ" କିମ୍ବା “ଅନ୍ୟାୟ ସଂଗତ” ରୂପରେ ଅନୁବାଦ କରାଯାଏ।

  • “ଅନ୍ୟାୟ”କୁ ଅନ୍ୟ ଭାବରେ ଅନୁବାଦ କଲେ “ଭୁଲ ବ୍ୟବହାର,” "ଅନ୍ୟାୟ ସଂଗତ ବ୍ୟବହାର” କିମ୍ବା "ଅନ୍ୟାୟ ରୂପରେ କାର୍ଯ୍ୟ କରିବା” ଅନ୍ତର୍ଭୁକ୍ତ ହୋଇପାରେ। (ଦେଖନ୍ତୁ: ବିସ୍ତୃତ ବିଶେଷ୍ୟ)

  • "ଯର୍ଥାଥତା" ଶବ୍ଦକୁ ଅଲଗା ରୂପରେ ଅନୁବାଦ କଲେ "(କାହାକୁ) ଧାର୍ମିକ ଘୋଷଣା କରିବା“ କିମ୍ବା “(କାହାକୁ) ଧାର୍ମିକ କରିବାକୁ କାରଣ ହେବା“ ଅନ୍ତର୍ଭୁକ୍ତ ହୋଇପାରେ।

  • “ଧାର୍ମିକତା” ଶବ୍ଦକୁ ଯେପରି “ଧାର୍ମିକ ଘୋଷିତ ହେବା” କିମ୍ବା “ଧାର୍ମିକ ହେବା” କିମ୍ବା “ଲୋକମାନଙ୍କୁ ଧାର୍ମିକ କରାଇବା” ଭାବରେ ଅନୁବାଦ କରାଯାଇପାରେ।

  • “ଯଥାର୍ଥତାର ଫଳ” ବାକ୍ୟାଂଶକୁ ଯେପରି “ଯେପରି ଈଶ୍ଵର ଅନେକ ଲୋକଙ୍କୁ ଧାର୍ମିକ କଲେ” କିମ୍ବା “ଯାହାର ଫଳସ୍ୱରୂପ ଈଶ୍ଵର ଲୋକମାନଙ୍କୁ ଧାର୍ମିକ କରାଇଲେ।”

  • ”ଆମ୍ଭମାନଙ୍କ ଧାର୍ମିକତା ନିମନ୍ତେ“ ବାକ୍ୟାଂଶକୁ ଯେପରି “ଏପରି ହୋଇପାରେ ଯେ ଆମ୍ଭେମାନେ ଈଶ୍ଵରଙ୍କ ଦ୍ୱାରା ଧାର୍ମିକ ହେଇଅଛୁ” ରୂପରେ ଅନୁବାଦ କରାଯାଇପାରେ।

(ଆହୁରି ଦେଖନ୍ତୁ: କ୍ଷମା ଦେବା, ଦୋଷ, ବିଚାର, ଧାର୍ମିକ,)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • 17:09 ଦାଉଦ ଧାର୍ମିକତା ବିଶ୍ୱସ୍ଥତାରେ ଅନେକ ବର୍ଷ ଶାସନ କଲେ, ଓ ଈଶ୍ୱର ତାହାକୁ ଆଶୀର୍ବାଦ କଲେ।

  • 18:13 ଏହି ରାଜାମାନଙ୍କ ମଧ୍ୟରୁ କେତେକ (ଯିହୂଦାର) କେତେକ ଉତ୍ତମ ପୁରୁଷମାନେ ଥିଲେ ଯେ ଉପଯୁକ୍ତ ଭାବରେ ଶାସନ କଲେ ଏବଂ ଈଶ୍ଵରଙ୍କ ପ୍ରଶଂସା କରୁଥିଲେ।

  • 19:16 ସେମାନେ (ଭବିଷ୍ୟବକ୍ତା ଗଣ) ସମସ୍ତେ ଲୋକମାନଙ୍କୁ ମୂର୍ତ୍ତି ପୂଜାରୁ ନିବୃତ ରହିବାକୁ କହିଲେ ଓ ନ୍ୟାୟ ଓ ଦୟା ଦେଖାଇବାକୁ ଓ କରିବାକୁ କହିଲେ।

  • 50:17 ଯୀଶୁ ତାହାଙ୍କର ରାଜ୍ୟ ଶାନ୍ତି ଓ ନ୍ୟାୟ ଶାସନ କରିବେ, ଓ ସେ ତାହାଙ୍କର ଲୋକଙ୍କ ସହିତ ଚିରଦିନଯାଏ ରହିବେ।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H205, H2555, H3477, H5765, H5766, H5767, H6662, H6663, H6664, H6666, H8003, H8264, H8636, G91, G93, G94, G1342, G1344, G1345, G1346, G1347, G1738

ଧର୍ମନିଷ୍ଟ ବା ଧର୍ମମୟ, ଈଶ୍ୱର ପରାୟଣତା, ଅପବିତ୍ର ବା ଧର୍ମହୀନ, ଅଧାର୍ମିକ ବା ଈଶ୍ୱର ଅବିଶ୍ୱାସୀ, ଅଧାର୍ମିକତାମୟ, ଧର୍ମହୀନତା

ସଂଜ୍ଞା:

“ଧର୍ମନିଷ୍ଟ“ ଶବ୍ଦ ଜଣେ ବ୍ୟକ୍ତିକୁ ବର୍ଣ୍ଣନା କରିବାକୁ ଦର୍ଶାଏ ଯିଏ ଈଶ୍ୱରକୁ ଗୌରବ ବା ସମ୍ମାନ ଦେବା ପରି କାର୍ଯ୍ୟ କରେ ଓ ଈଶ୍ଵର କିପ୍ରକାର ତାହା ଦେଖାଏ। “ଧାର୍ମିକତା" ହେଉଛି ଈଶ୍ୱରଙ୍କ ଇଛା ପାଳନ କରିବା ଦ୍ୱାରା ତାହାଙ୍କୁ ସମ୍ମାନ ଦେବା ଏକ ଚରିତ୍ର ଗୁଣ ଅଟେ।

  • ଯେଉଁ ବ୍ୟକ୍ତିର ଧର୍ମମୟ ଚରିତ୍ର ଅଛି ସେ ପବିତ୍ର ଆତ୍ମାଙ୍କ ଫଳ ଦେଖାଇବ, ଯେପରି ପ୍ରେମ, ଆନନ୍ଦ, ଶାନ୍ତି, ଧାର୍ଯ୍ୟ, ଦୟା ଓ ଆତ୍ମା ସଂଯମ।
  • ଈଶ୍ୱର ପରାୟଣତା ଜୀବନର ଗୁଣ ଦେଖାଏ ଯେ ଜଣେ ବ୍ୟକ୍ତିଙ୍କଠାରେ ପବିତ୍ର ଆତ୍ମା ଅଛନ୍ତି ଓ ସେ ତାହାଙ୍କର ଆଜ୍ଞାକାରୀ ଅଟେ।

“ଅଧାର୍ମିକ” ଓ “ଈଶ୍ୱର ବିହୀନ“ ଶବ୍ଦଗୁଡ଼ିକ ଯେଉଁ ଲୋକମାନେ ଈଶ୍ୱରଙ୍କ ବିରୁଦ୍ଧରେ ପ୍ରତିବାଦ କରନ୍ତି ସେମାନଙ୍କୁ ବର୍ଣ୍ଣନା କରେ। ଈଶ୍ୱର ବିଷୟରେ ନ ବିଚାର କରି, ମନ୍ଦତାରେ ଜୀବନଯାପନ କରିବାକୁ “ଅଧାର୍ମିକତା” କିମ୍ବା “ଧର୍ମହୀନତା“ କୁହାଯାଏ।

  • ଏହି ଶବ୍ଦଗୁଡ଼ିକର ଅର୍ଥ ଅଧିକ ସମାନ ଅଟେ। ତଥାପି, “ଈଶ୍ୱର ବିହୀନ” ଓ “ଧର୍ମହୀନତା“ ଏକ ଅତ୍ୟଧିକ ଚରମ ଅବସ୍ଥାକୁ ବର୍ଣ୍ଣନା କରିପାରେ ଯେଉଁଥିରେ ଲୋକମାନେ କିମ୍ବା ଜାତି ସମୁହ ଈଶ୍ଵରଙ୍କୁ କିମ୍ବା ସେମାନଙ୍କୁ ତାହାଙ୍କର ଶାସନ କରିବାର ଅଧିକାରକୁ ମଧ୍ୟ ସ୍ୱୀକାର କରନ୍ତି ନାହିଁ।

  • ଈଶ୍ଵର ଅଧାର୍ମିକ ଲୋକମାନଙ୍କ ଉପରେ, ଯେଉଁମାନେ ତାହାଙ୍କୁ ଓ ତାହାଙ୍କ ପଥକୁ ତ୍ୟାଗ କରନ୍ତି ପ୍ରତ୍ୟକ ଲୋକମାନଙ୍କ ଉପରେ ନ୍ୟାୟ ଓ କ୍ରୋଧ ଘୋଷଣା କରନ୍ତି।

ଅନୁବାଦ ପ୍ରସ୍ତାବ:

  • ବାକ୍ୟାଂଶ “ଧର୍ମନିଷ୍ଟ“ କୁ “ଧର୍ମନିଷ୍ଟ ଲୋକମାନେ“ କିଅବା “ଲୋକମାନେ ଯେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି”।

(ଦେଖାନ୍ତୁ: ନାମମାତ୍ର .ବି)

  • “ଧର୍ମନିଷ୍ଟ” ବିଶେଷଣକୁ “ଈଶ୍ୱରଙ୍କ ଆଜ୍ଞାକାରୀ ହେବା“ କିଅବା “ଧାର୍ମିକ” କିଅବା “ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା“ ରୂପରେ ଅନୁବାଦ କରାଯାଇପାରେ।

  • “ଏକ ଧର୍ମନିଷ୍ଟ ରୀତିରେ“ ବାକ୍ୟାଂଶକୁ “ଏପରି ଭାବରେ ଈଶ୍ୱରଙ୍କ ଆଜ୍ଞାକାରୀ ହେବା“ କିଅବା “କର୍ମ ଓ ବାକ୍ୟ ଯାହା ଈଶ୍ୱରଙ୍କୁ ସନ୍ତୁଷ୍ଟ କରେ।"

  • “ଈଶ୍ୱର ପରାୟଣତାକୁ" ବିଭିନ୍ନ ଭାବରେ ଅନୁବାଦ କରାଯାଇପାରେ ଯେପରି “ଈଶ୍ଵରଙ୍କୁ ସନ୍ତୁଷ୍ଟ କଲାପରି କାର୍ଯ୍ୟ କରିବା“ କିଅବା “ଈଶ୍ୱରଙ୍କ ଆଜ୍ଞା ପାଳନ କରିବା“ କିଅବା "ଧାର୍ମିକତାର ଜୀବନଯାପନ କରିବା“ ଅନ୍ତର୍ଭୁକ୍ତ ହୋଇପାରେ।

  • ପ୍ରସଙ୍ଗ ଉପରେ ନିର୍ଭର କରି ଶବ୍ଦ “ଅପବିତ୍ର“ ଶବ୍ଦକୁ "ଈଶ୍ୱରଙ୍କ ଅସନ୍ତୋଷ" କିଅବା “ଅନୈତିକତା“ କିଅବା “ଈଶ୍ୱରଙ୍କୁ ଅମାନ୍ୟ କରିବା“ ରୂପରେ ଅନୁବାଦ କରାଯାଇପାରେ।

  • ଶବ୍ଦ “ଈଶ୍ୱର ବିହୀନ” ଓ “ଧର୍ମହୀନତା“ ଆକ୍ଷରିକ ଅର୍ଥ ହେଉଛି“ ସେହି ଲୋକମାନେ "ଈଶ୍ୱର ବିହୁନେ“ କିଅବା “ଈଶ୍ୱରଙ୍କ ବିଷୟରେ କୌଣସି ବିବେଚନା ନାହିଁ” କିମ୍ବା "ଏହି ପ୍ରକାରେ କର୍ମ କରାଯାଏ ଯାହା ଈଶ୍ୱରଙ୍କୁ ସ୍ୱୀକାର କରେ ନାହିଁ।"

  • “ଅଧାର୍ମିକତା” କିଅବା “ଈଶ୍ୱର ଅବିଶ୍ୱାସୀ“ ଭିନ୍ନ ଭାବରେ ଅନୁବାଦ ହୋଇପାରେ “ଦୁଷ୍ଟତା“ କିଅବା “ମନ୍ଦ“ କିଅବା “ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ କରିବା" ହୋଇପାରେ।

(ଆହୁରି ଦେଖନ୍ତୁ:ମନ୍ଦତା, ସମ୍ମାନ, ଆଜ୍ଞାକାରୀ, ଧାର୍ମିକତା)

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H430, H1100, H2623, H5760, H7563, G516, G763, G764, G765, G2124, G2150, G2152, G2153, G2316, G2317

ଧାର୍ମିକ, ଧାର୍ମିକତା, ଅଧାର୍ମିକ, ଅଧାର୍ମିକତା, ସଚ୍ଚୋଟ୍, ସଚ୍ଚୋଟତା

ସଂଜ୍ଞା:

“ଧାର୍ମିକତା” ପ୍ରତିଶବ୍ଦ ଈଶ୍ୱରଙ୍କ ସମ୍ପୂର୍ଣ୍ଣ ଉତ୍ତମତା, ନ୍ୟାୟ, ବିଶ୍ୱସ୍ତତା ଏବଂ ପ୍ରେମକୁ ସୂଚାଏ I ଏହି ସମସ୍ତ ଗୁଣର ଅଧିକାରୀ ଭାବରେ ଈଶ୍ୱରଙ୍କୁ “ଧାର୍ମିକ” କରେ I ଯେହେତୁ ସେ ଧାର୍ମିକ ଅଟନ୍ତି, ସେ ନିଶ୍ଚୟ ପାପକୁ ଦଣ୍ଡାଜ୍ଞା ଦେବେ I

  • ଏହି ପ୍ରତିଶବ୍ଦଗୁଡିକ ମଧ୍ୟ ଅନେକ ସମୟରେ ଈଶ୍ୱରଙ୍କ ବାଧ୍ୟତା ଆଚରଣ କରୁଥିବା ଜଣେ ବ୍ୟକ୍ତିକୁ ବର୍ଣ୍ଣନା କରେ ଯିଏ ନୈତିକ ଭାବରେ ଉତ୍ତମ ଅଟେ I

ଯାହା ବି ହେଉ, ଯେହେତୁ ସମସ୍ତ ମନୁଷ୍ୟମାନେ ପାପ କରିଛନ୍ତି, ଈଶ୍ୱରଙ୍କ ବିନା ଆଉ କେହି ସମ୍ପୂର୍ଣ୍ଣ ଭାବରେ ଧାର୍ମିକ ନୁହନ୍ତି I

  • ବାଇବଲରେ ଯେଉଁମାନଙ୍କୁ ଧାର୍ମିକ ବୋଲି କୁହାଯାଇଛି, ସେହି ଉଦାହରଣ ମଧ୍ୟରେ ନୋହ, ଅବ୍ରହାମ, ଜିଖରିୟ, ଏବଂ ଏଲୀଶାବେଥ ଅନ୍ତର୍ଭୁକ୍ତ ଅଟନ୍ତି I
  • ଯେତେବେଳେ ପରିତ୍ରାଣ ପ୍ରାପ୍ତି ନିମନ୍ତେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି, ଈଶ୍ୱର ସେମାନଙ୍କୁ ସେମାନଙ୍କର ପାପଗୁଡିକରୁ ପରିଷ୍କାର କରନ୍ତି ଏବଂ ଯୀଶୁଙ୍କ ଧାର୍ମିକତା ହେତୁ ସେମାନଙ୍କୁ ଧାର୍ମିକ ବୋଲି ଘୋଷଣା କରନ୍ତି I

“ଅଧାର୍ମିକ” ପ୍ରତିଶବ୍ଦର ଅର୍ଥ ପାପପୂର୍ଣ୍ଣ ଏବଂ ନୈତିକ ଭାବରେ ଭ୍ରଷ୍ଟ ହେବା ଅଟେ I “ଅଧାର୍ମିକତା” ପାପ ବା ପାପପୂର୍ଣ୍ଣ ହେବା ଅବସ୍ଥାକୁ ସୂଚାଇଥାଏ I

  • ଏହି ପ୍ରତିଶବ୍ଦଗୁଡିକ ବିଶେଷତଃ ଏଭଳି ଏକ ଧରଣର ଜୀବନ କାଟିବା ବିଷୟକୁ ସୂଚାଇଥାଏ, ଯାହା ଈଶ୍ୱରଙ୍କ ଶିକ୍ଷାଗୁଡିକୁ ଏବଂ ଆଜ୍ଞାଗୁଡିକୁ ଅମାନ୍ୟ କରିଥାଏ I
  • ଅଧାର୍ମିକ ଲୋକମାନେ ସେମାନ ଚିନ୍ତାଗୁଡିକ ଓ କାର୍ଯ୍ୟଗୁଡିକରେ ଅନୈତିକ ଅଟନ୍ତି I
  • ବେଳେବେଳେ ଏହି “ଅଧାର୍ମିକ” ପଦ ନିର୍ଦ୍ଧିଷ୍ଟ ଭାବରେ ସେହି ଲୋକମାନଙ୍କୁ ସୂଚାଏ, ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ନାହିଁ I

“ଅକପଟ ସଚ୍ଚୋଟ ନ୍ୟାୟପର” ବା “ସଚ୍ଚୋଟପଣିଆ ବା ନ୍ୟାୟପରତା” ଭଳି ଭାବ ପ୍ରକାଶକ ପଦଗୁଡିକ ଏଭଳି ଏକ ପ୍ରକାରର କାର୍ଯ୍ୟ କରିବା ବିଷୟ ଅଟେ ଯାହା ଈଶ୍ୱରଙ୍କ ବ୍ୟବସ୍ଥାଗୁଡିକୁ ପାଳନ କରିବା ବିଷୟକୁ ସୂଚାଇଥାଏ I

  • ଏହି ଶବ୍ଦଗୁଡିକର ଅର୍ଥ ସଳଖ ଭାବରେ ଛିଡ଼ା ହେବା ଏବଂ ସମ୍ମୁଖକୁ ସିଧାସଳଖ ଦେଖିବା ଚିନ୍ତାଧାରାକୁ ଅନ୍ତର୍ଭୁକ୍ତ କରେ I

  • ଜଣେ ବ୍ୟକ୍ତି “ଅକପଟ ନ୍ୟାୟପର ଓ ସିଧା” ହୋଇଥାଏ, ଯିଏ ଈଶ୍ୱରଙ୍କ ନୀୟମଗୁଡିକୁ ପାଳନ କରେ ଏବଂ ତାହାଙ୍କ ଇଚ୍ଛାବିରୁଦ୍ଧ କାର୍ଯ୍ୟଗୁଡିକ କରେ ନାହିଁ I

  • “ସାଧୂତା” ଏବଂ “ଧର୍ମପରାୟଣ” ଭଳି ପ୍ରତିଶବ୍ଦଗୁଡିକର ସମାନ ଧରଣର ଅର୍ଥ ରହିଛି ଏବଂ ସେଗୁଡିକ ବେଳେବେଳେ ସମାନ୍ତର ବାକ୍ୟ ଗଠନରେ ବ୍ୟବହୃତ ହୋଇଥାନ୍ତି; ଯଥା: “ସାଧୂତା ଏବଂ ଧର୍ମପରୟନତା I” (ଦେଖ: ସମାନ୍ତରାଳ

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • ଯେତେବେଳେ ଏହା ଈଶ୍ୱରଙ୍କୁ ବର୍ଣ୍ଣନା କରେ, ଏହି “ଧାର୍ମିକତା” ପ୍ରତିଶବ୍ଦକୁ “ସମ୍ପୂର୍ଣ୍ଣ ସିଦ୍ଧ ଭାବରେ ଉତ୍ତମ ଏବଂ ନ୍ୟାୟବାନ” କିମ୍ୱା “ସର୍ୱଦା ଠିକ ଭାବରେ କାର୍ଯ୍ୟ କରନ୍ତି” ବୋଲି ଅନୁବାଦ କରାଯାଇପାରିବ I
  • ଈଶ୍ୱରଙ୍କ “ଧାର୍ମିକତା” ପଦକୁ “ସମ୍ପୂର୍ଣ୍ଣ ସିଦ୍ଧ ବିଶ୍ୱସ୍ତତା ଏବଂ ଉତ୍ତମତା” ବୋଲି ମଧ୍ୟ ଅନୁବାଦ କରାଯାଇପାରିବ I
  • ଯେତେବେଳେ ଏହା ଈଶ୍ୱରଙ୍କ ବାଧ୍ୟ ହେଉଥିବା ଲୋକମାନଙ୍କୁ ବର୍ଣ୍ଣନା କରେ, ଏହି “ଧାର୍ମିକ” ପଦଟି “ନୈତିକ ଭାବରେ ଉତ୍ତମ” କିମ୍ୱା “ଏକ ଈଶ୍ୱରଙ୍କ-ସନ୍ତୋଷଜନକ ଜୀବନ କାଟିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରିବ I
  • “ଧାର୍ମିକ” ପଦ “ଧାର୍ମିକ ବା ଧର୍ମପରାୟଣ ଲୋକମାନେ” ବା ଈଶ୍ୱର-ଭଯକାରୀ ଲୋକମାନେ” ବୋଲି ମଧ୍ୟ ଅନୁବାଦ କରାଯାଇପାରିବ I
  • ପୃଷ୍ଟଭୂମି ବା ପୂର୍ବାପର ସମ୍ୱନ୍ଧ ଉପରେ ନିର୍ଭର କରି “ଧାର୍ମିକତା” ପଦକୁ ଗୋଟିଏ ଶବ୍ଦରେ ବା ଖଣ୍ଡବାକ୍ୟରେ ମଧ୍ୟ ଅନୁବାଦ କରାଯାଇପାରିବ, ଯାହାର ଅର୍ଥ “ଉତ୍ତମତା” ବା “ଈଶ୍ୱରଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ସିଦ୍ଧ ହେବା” କିମ୍ୱା “ଈଶ୍ୱରଙ୍କ ବାଧ୍ୟ ହେବା ଦ୍ୱାରା ସଠିକ ଭାବରେ କାର୍ଯ୍ୟ କରିବା” ବା ସମ୍ପୂର୍ଣ୍ଣ ସିଦ୍ଧ ଭାବରେ କାର୍ଯ୍ୟ କରିବା” ଅଟେ I
  • ବେଳେବେଳେ “ଧାର୍ମିକ” ପଦ ଆଳଙ୍କାରିକ ଭାବରେ ବ୍ୟବହୃତ ହୁଏ ଏବଂ “ଆପଣାକୁ ଉତ୍ତମ ଭାବୁଥିବା ଲୋକମାନେ” ବା “ଧାର୍ମିକ ପରି ଦେଖାଯାଉଥିବା ଲୋକମାନେ” ପ୍ରତି ଇଙ୍ଗିତ କରେ I
  • “ଅଧାର୍ମିକ” ପଦ ସରଳ ଭାବରେ “ଧାର୍ମିକ ନୁହେଁ” ବୋଲି ଅନୁବାଦ କରାଯାଇପାରିବ I
  • ପୃଷ୍ଟଭୂମି ବା ପୂର୍ବାପର ସମ୍ୱନ୍ଧ ଉପରେ ନିର୍ଭର କରି, ଏହାକୁ ଅନ୍ୟ ଉପାୟଗୁଡ଼ିକରେ ଅନୁବାଦ କରିବା ମଧ୍ୟରେ “ଦୁଷ୍ଟ” ବା “ଅନୈତିକ” ବା “ଈଶ୍ୱରଙ୍କ ବିରୋଧ କରୁଥିବା ଲୋକମାନେ” ବା “ପାପପୂର୍ଣ୍ଣ” ଅନ୍ତର୍ଭୁକ୍ତ ହୋଇପାରେ I
  • ଏହି “ଅଧାର୍ମିକ” ପଦକୁ “ଅଧାର୍ମିକ ଲୋକମାନେ” ବୋଲି ଅନୁବାଦ କରାଯାଇପାରିବ I
  • ଏହି “ଅଧାର୍ମିକ” ଭାବ ପ୍ରକାଶକ ପଦକୁ “ପାପ” ବା “ମନ୍ଦ ଚିନ୍ତା ଏବଂ କାର୍ଯ୍ୟ” ବା “ଦୁଷ୍ଟତା” ବୋଲି ଅନୁବାଦ କରାଯାଇପାରିବ I
  • ଯଦି ସମ୍ଭବ, ଏହାକୁ ଏଭଳି ଭାବରେ ଅନୁବାଦ କରିବା ସର୍ୱୋତ୍ତମ ହେବ, ଯାହା ଦର୍ଶାଏ ଯେ “ଧାର୍ମିକ, ଧାର୍ମିକତା” ପ୍ରତି ଏହାର ସମ୍ପର୍କ ରହିଛି I
  • “ଅକପଟ ନ୍ୟାୟପର ଓ ସଚ୍ଚୋଟ୍”ପଦକୁ ଅନୁବାଦ କରିବା ଉପାୟଗୁଡିକ ମଧ୍ୟରେ “ସଠିକ୍ ଭାବରେ କାଯ୍ୟ କରିବା” ବା “ସଠିକ ଭାବରେ କାର୍ଯ୍ୟ କରୁଥିବା ବ୍ୟକ୍ତି” ବା “ଈଶ୍ୱରଙ୍କ ବ୍ୟବସ୍ଥାଗୁଡିକ ପାଳନ କରିବା” ବା “ଈଶ୍ୱରଙ୍କ ପ୍ରତି ବାଧ୍ୟ” ବା “ଯାହା ଠିକ ସେହି ମାର୍ଗରେ ଆଚରଣ କରୁଥିବା” ଅନ୍ତର୍ଭୁକ୍ତ ଅଟେ I
  • “ଅକପଟ ସଚ୍ଚୋଟ୍ ନ୍ୟାୟପରତା” ଭାବ ପ୍ରକାଶକ ପଦକୁ “ନୈତିକ ଭାବରେ ଶୁଦ୍ଧ” ବା “ଉତ୍ତମ ନୈତିକ ବ୍ୟବହାର ବା ଆଚରଣ” କିମ୍ୱା “ଧର୍ମପରାୟଣତା” ବୋଲି ଅନୁବାଦ କରାଯାଇପାରିବ I
  • “ଅକପଟ ନ୍ୟାୟପର ଓ ସଚ୍ଚୋଟ” ପଦକୁ “ଅକପଟ ଓ ନ୍ୟାୟପରାୟଣ ଲୋକମାନେ” ବା “ସିଧାସଳଖ ଓ ଅକପଟ ନ୍ୟାୟପର ଲୋକମାନେ” ବୋଲି ଅନୁବାଦ କରାଯାଇପାରିବ I

(ଆହୁରି ମଧ୍ୟ ଦେଖ: ମନ୍ଦ, ବିଶ୍ୱସ୍ତ, ଉତ୍ତମ, ପବିତ୍ର, ସାଧୁତା, ନ୍ୟାୟ, ବ୍ୟବସ୍ଥା, ନୀୟମ, ବାଧ୍ୟ ହେବା, ଶୁଦ୍ଧ,ଧାର୍ମିକ, ପାପ, ନୀୟମବିହୀନ)

ବାଇବଲ ପଦଗୁଡିକ:

ବାଇବଲର କାହାଣୀଗୁଡିକ ମଧ୍ୟରୁ ଉଦାହରଣଗୁଡିକ:

  • 03:02 କିନ୍ତୁ ନୋହ ଈଶ୍ୱରଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ I

ସେ ଜଣେ __ଧାର୍ମିକ__ଲୋକଥିଲେ, ଦୁଷ୍ଟ ଲୋକମାନଙ୍କ ମଧ୍ୟରେ ବାସ କରୁଥିଲେ I

  • 04:08 ଈଶ୍ୱର ଘୋଷଣା କଲେ ଯେ ଅବ୍ରାମ ଜଣେ __ଧାର୍ମିକ __କାରଣ ସେ ଈଶ୍ୱରଙ୍କ ପ୍ରତିଜ୍ଞାରେ ବିଶ୍ୱାସ କଲେ I
  • 17:02 ଦାଉଦ ଜଣେ ନମ୍ର ଏବଂ __ଧାର୍ମିକ __ଲୋକ ସେ ଈଶ୍ୱରଙ୍କ ଉପରେ ବିଶ୍ୱାସ କଲେ ଏବଂ ତାହାଙ୍କର ବାଧ୍ୟ ହେଲେ I
  • 23:01 ସେହି ମନୁଷ୍ୟ ଯୋଷେଫ ଯାହାଙ୍କ ସହିତ ମରିୟମଙ୍କର ନିର୍ୱନ୍ଧ ହୋଇଥିଲା, ସେ ଜଣେ ଧାର୍ମିକ ବ୍ୟକ୍ତିଥିଲେ I
  • 50:10 ତା’ପରେ ଧାର୍ମିକମାନେ ସେମାନଙ୍କ ପିତା ଈଶ୍ୱରଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ଦେଖାଯିବେ I

ବୋର୍ଡ ଡାଟା :

  • Strong's: H205, H1368, H2555, H3072, H3474, H3476, H3477, H3483, H4334, H4339, H4749, H5228, H5229, H5324, H5765, H5766, H5767, H5977, H6662, H6663, H6664, H6665, H6666, H6968, H8535, H8537, H8549, H8552, G93, G94, G458, G1341, G1342, G1343, G1344, G1345, G1346, G2118, G3716, G3717

ନପୁଂସକ, ନପୁଂସକମାନେ

ପରିଭାଷା:

ସାଧାରଣତଃ “ନପୁଂସକ” ଶବ୍ଦଟି ଏପରି ଏକ ବ୍ୟକ୍ତିକୁ ବୁଝାଏ ଯାହାର ଅଣ୍ଡକୋଷ ଛିନ୍ନ କରି ଦିଆଯାଇଛି I ପରେ ଶବ୍ଦଟି ଏକ ସାଧାରଣ ଶବ୍ଦ ଭାବରେ ବ୍ୟବହାର ହେଲା ଯାହା ଅଧିକାରୀୀ କର୍ମଚାରୀକୁ ବୁଝାଏ ଯଦିଓ ତାର କୌଣସି ଶାରୀରିକ ଦୁର୍ୱଳତା ନଥିଲା I

  • ଯୀଶୁ କହିଲେ ଯେ କିଛି ଲୋକ ନପୁଂସକ ଭାବରେ ଜନ୍ମ ହେଲେ କାରଣ ହୁଏତ ସେମାନଙ୍କ ଯୌନାଙ୍ଗରେ ସମସ୍ୟାଥିଲା କିମ୍ୱା ଯୌନ କ୍ରିୟା କରିବାର କ୍ଷମତା ନଥିଲା I

ଅନ୍ୟ କିଛି ଲୋକ ଅବିବାହିତ ଜୀବନ ପସନ୍ଦ କରି ନପୁଂସକ ହେବା ପାଇଁ ଇଚ୍ଛା କଲେ I

  • ପ୍ରାଚୀନ କାଳରେ, ନପୁଂସକମାନେ ରାଜାମାନଙ୍କ ପାଇଁ ମହିଳାମାନଙ୍କ ଗାର୍ଡ଼ ଭାବେ କାର୍ଯ୍ୟ କଲେ I
  • କିଛି ନପୁଂସକଗୁରୁତ୍ୱପୂର୍ଣ୍ଣ ଅଧିକାରୀୀ କର୍ମଚାରୀ ଭାବେ କାର୍ଯ୍ୟ କଲେ ଯେପରି କୂଶର ନପୁଂସକ ଯିଏ ଫିଲିପ୍ପକୁ ପ୍ରାନ୍ତରରେ ସାକ୍ଷାତ କଲେ I

(ମଧ୍ୟ ଦେଖନ୍ତୁ:ଫିଲିପ୍ପ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H5631, G2134, G2135

ନମ୍ର, ନମ୍ର ହେଲେ, ନମ୍ରତା ବା ବିନୟ

ସଂଜ୍ଞା:

“ନମ୍ର“ ଭାବ ପ୍ରକାଶ କରୁଥିବା ଶବ୍ଦ ଏକ ବ୍ୟକ୍ତିକୁ ବ୍ୟାଖ୍ୟା କରେ ଯିଏ ଅନ୍ୟଠାରୁ ନିଜକୁ ଅଧିକ ଉତ୍ତମ ମନେ କରନ୍ତି ନାହିଁ। ସେ ଅଭିମାନୀ କିଅବା ଗର୍ବ କରିବା ବବ୍ୟକ୍ତି ନୁହେଁ। ନମ୍ର ହେଉଛି ନମ୍ରତାର ଗୁଣ।

  • ଈଶ୍ୱରଙ୍କ ସମ୍ମୁଖରେ ନମ୍ର ହେବାର ଅର୍ଥ ହେଲା ତାଙ୍କର ମହାନତା, ଜ୍ଞାନ ଏବଂ ସିଦ୍ଧତା ତୁଳନାରେ ଜଣଙ୍କର ଦୁର୍ବଳତା ଏବଂ ଅସମ୍ପୂର୍ଣ୍ଣତାକୁବୁଝିପାରେ।
  • ଯେତେବେଳେ ଜଣେ ବ୍ୟକ୍ତି ନିଜକୁ ନମ୍ର କରେ, ସେ ନିଜକୁ ଅଳ୍ପ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ରଖେ।
  • ନମ୍ରତା ନିଜ ଆବଶ୍ୟକତା ଅପେକ୍ଷା ଅନ୍ୟମାନଙ୍କ ଆବଶ୍ୟକତାକୁ ଅଧିକ ମନେ କରେ।
  • ନମ୍ରତାର ଅର୍ଥ ହେଉଛି ପ୍ରତିଭା ଉପହାର ଏବଂ ଦକ୍ଷତା ବ୍ୟବହାର କରିବା ସମୟରେ ଏକ ସାମାନ୍ୟ ମନୋଭାବ ସହିତ ସେବା କରିବା।
  • “ନମ୍ର ହୁଅନ୍ତୁ“ ବାକ୍ୟାଂଶକୁ “ଗର୍ବି ନ ହୁଅ“ ଭାବରେ ଅନୁବାଦ କରାଯାଇପାରେ।
  • “ଈଶ୍ୱରଙ୍କ ସମ୍ମୁଖରେ ଆପଣାକୁ ନମ୍ର କରନ୍ତୁ” ଯେପରି “ଈଶ୍ୱରଙ୍କ ମହାନତା ଜାଣି ନିଜକୁ ଈଶ୍ୱରଙ୍କ ଇଛାରେ ସମର୍ପଣ କରନ୍ତୁ“ ରୂପରେ ଅନୁବାଦ କରାଯାଇପାରେ।

(ଆହୁରି ଦେଖନ୍ତୁ: ଗର୍ବ)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • 17:02 ଦାଉଦ ଏକ ନମ୍ର ଓ ଧାର୍ମିକ ବ୍ୟକ୍ତିଥିଲେ ଯିଏ ଈଶ୍ଵରଙ୍କଠାରେ ଭରସା ଏବଂ ଅଜ୍ଞା ପାଳନ କରୁଥିଲେ।
  • 34:10 “ଈଶ୍ୱର ପ୍ରତ୍ୟେକଙ୍କୁ ନମ୍ର କରିବେ ଯେଉଁମାନେ ଗର୍ବି ଏବଂ ଯେଉଁମାନେ ଆପଣାକୁ ନମ୍ର କରନ୍ତି ସେ ଉପରକୁ ଉଠାଇବେ।"

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H1792, H3665, H6031, H6035, H6038, H6041, H6800, H6819, H7511, H7807, H7812, H8213, H8214, H8215, H8217, H8467, G858, G4236, G4239, G4240, G5011, G5012, G5013, G5391

ନରକ, ଅଗ୍ନିମୟ ହ୍ରଦ

ସଂଜ୍ଞା:

ନରକ ସେହି ଅନ୍ତିମ ସ୍ଥାନ ଅଟେ ଓ ପୀଡା ଓ ଯାତନ ଶେଷ ନ ହେବା ସ୍ଥାନ ଅଟେ ଯେଉଁଠାରେ ପ୍ରଭୁ ସେହି ସମସ୍ତଙ୍କୁ ଦଣ୍ଡ ଦେବେ ଯେଉଁମାନେ ତାହାଙ୍କ ବିରୋଧ କରନ୍ତି ଓ ଯୀଶୁଙ୍କ ବଳିଦାନ ଦ୍ୱାରା ତାହାଙ୍କ ଉଦ୍ଧାରକାରୀ ଯୋଜନା ଜୁ ତ୍ୟାଗ କରନ୍ତି I ଏହାକୁ ଅଗ୍ନିମୟ ହ୍ରଦ ରୂପରେ ଦର୍ଶାଇଯାଏ I’

  • “ନରକକୁ “ଅଗ୍ନିମୟ ସ୍ଥାନ ଓ ଏକ ଭୟାନକ ପୀଡା ର ସ୍ଥାନ ରୂପରେ ବର୍ଣ୍ଣନା କରାଯାଇଅଛି I
  • ଶୟତାନଓ ମନ୍ଦ ଆତ୍ମା ଯେ ତାହାର ଅନୁଗାମୀ ଅଟନ୍ତି ସେହି ସମସ୍ତଙ୍କୁ ନରକରେ ଅନନ୍ତ ଦଣ୍ଡ ନିମନ୍ତେ ପକା ଯିବ I
  • ଲୋକମାନେ ଯେଉଁମାନେ ତାହାଙ୍କ ପାପ ନିମନ୍ତେ ଯୀଶୁଙ୍କ ବଳିଦାନ ଉପରେ ବିଶ୍ୱାସ କରନ୍ତି ନାହିଁ କିଅବା ତାହାଙ୍କୁ ଉଦ୍ଧାର କରିବେ ବୋଲି ଭରସା ରଖନ୍ତି ନାହିଁ ସେମାନେ ଚିରଦିନ ନିମନ୍ତେ “ନରକ”ରେ ଦଣ୍ଡିତ ହେବେ I

ଅନୁବାଦ ପ୍ରସ୍ତାବ:

ଏହି ଶବ୍ଦ ସବୁ ଅଲଗା ଅଲଗା ପୃଷ୍ଠଭୂମିରେ ଅଲଗା ଅଲଗା ରୂପରେ ଅନୁବାଦ କରାଯାଏ I

  • କେତେକ ଭାଷାରେ “ଅଗ୍ନିମୟ ହ୍ରଦ “ବାକ୍ୟାଂଶରେ “ହ୍ରଦ “ବ୍ୟବହାର କରନ୍ତି ନାହିଁ କାରଣ ଏହା ଜଳ କୁ ଦର୍ଶାଏ I

  • “ନରକ” ଶବ୍ଦକୁ “ପୀଡା ର ସ୍ଥାନ “କିଅବା “ଅନ୍ଧାର ଓ ପୀଡା ର ଅନ୍ତିମ ସ୍ଥାନ “ରୂପରେ ଅନୁବାଦ କରାଯାଏ I

  • ବାକ୍ୟାଂଶ “ଅଗ୍ନିମୟ ହ୍ରଦ “କୁ ଅଗ୍ନି ସମୁଦ୍ର “କିଅବା “ବୃହତ୍ ଅଗ୍ନି “(ପୀଡା ର)କିଅବା “ଅଗ୍ନି ପଡ଼ିଆ “ରପରେ ଅନୁବାଦ କରାଯାଏ I

(ଆହୁରି ଦେଖନ୍ତୁ: ସ୍ୱର୍ଗ, ମୃତ୍ୟୁ, ପରଦେଶ, ପାତାଳ)

୩ ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୫୦:୧୪ ସେ (ଇଶ୍ୱର) ତାହାଙ୍କୁ ନରକରେ ପକାଇ ଦେବେ, ଯେଉଁଠାରେ ସେମାନେ ଚିରଦିନ ନିମନ୍ତେ କ୍ରନ୍ଦନ ଓ ଦନ୍ତର କୀଡ଼ି ମିଡ଼ି ହେବ I

ଏକ ଅଗ୍ନି ଯାହା କେବେ ଲିଭିଵ ନାହିଁ ଓ କିଟ ତାହାଙ୍କୁ ଖାଇବାରେ ବନ୍ଦ କରିବେ ନାହିଁ I

  • ୫୦:୧୫ ସେ ଶୈତାନକୁ ନରକରେ ପାକାଇବେ ଯେଉଁଠାରେ ସେ ଚିର ଦିନ ନିମନ୍ତେ ଜଳୁ ଥିବ ସେହି ସମସ୍ତଙ୍କ ସହିତ ଯେ ତାହାଙ୍କ ପଛରେ ତା ଚାଲିଥିଲେ କିନ୍ତୁ ତାହାଙ୍କ ଆଜ୍ଞାକାରୀ ହୋଇ ନଥିଲେ I

ବୋର୍ଡ ଡାଟା :

  • Strong's: H7585, G86, G439, G440, G1067, G3041, G4442, G4443, G4447, G4448, G5020, G5394, G5457

ନାମ ବା ସଂଜ୍ଞା

ସଂଜ୍ଞା:

ଏକ ନିର୍ଦ୍ଦିଷ୍ଟ ଭାବ ପ୍ରକାଶ କରୁଥିବା ଶବ୍ଦ “ନାମ” ଶବ୍ଦକୁ ବୁଝାଏ ଯାହା ବିଶେଷ କରି ଜଣେ ବ୍ୟକ୍ତି କିମ୍ବା ବସ୍ତୁକୁ କୁହାଯାଏ। ତଥାପି, ବାଇବଲରେ, "ନାମ" ଶବ୍ଦକୁ ବିଭିନ୍ନ ପ୍ରକାରେ ଅନେକ ପ୍ରକାର ଭାବ ବା ମତଗୁଡ଼ିକୁ ବୁଝାଇବା ନିମନ୍ତେ ବ୍ୟବହାର କରାଯାଇଛି।

  • କେତେକ ପ୍ରସଙ୍ଗରେ “ନାମ” ଜଣେ ବ୍ୟକ୍ତିଙ୍କର ସମ୍ମାନକୁ ବୁଝାଇପାରେ, ଯେପରି "ଆସନ୍ତୁ ଆମ୍ଭମାନଙ୍କ ନିମନ୍ତେ ନାମ କାରଣ କରୁ।"
  • ଏକ ନିର୍ଦ୍ଦିଷ୍ଟ ଭାବ ପ୍ରକାଶ କରୁଥିବା ଶବ୍ଦ "ନାମ" କୁ କୌଣସି ବିଷୟର ସ୍ମରଣାର୍ଥେ ନିମନ୍ତେ ଉଲ୍ଲେଖ ହୋଇପାରେ। ଉଦାହରଣ ସ୍ଵରୁପ, “ପ୍ରତିମାଗଣର ନାମ ଉଚ୍ଛିନ୍ନ କର" ଅର୍ଥ ସେହି ପ୍ରତିମାଗଣକୁ ବିନାଶ କର ଯେପରି ସେମାନେ ଆଉ କେବେ ସ୍ମରଣ କିମ୍ବା ପୂଜିତ ହେବେ ନାହିଁ।
  • “ଈଶ୍ୱରଙ୍କ ନାମରେ” କଥା କହିବା ଅର୍ଥ ତାହାଙ୍କ କ୍ଷମତା ଓ ଅଧିକାରରେ, କିମ୍ୱା ତାହାଙ୍କର ପ୍ରତିନିଧି ଭାବରେ କଥା କହିବା।
  • କାହାର “ନାମ” ନେବା ଅର୍ଥାତ ଜଣକର ସମ୍ପୁର୍ଣ୍ଣ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରିବା, ଯଥା “ଆକାଶ ତଳେ ଆଉ ସେପରି ନାମ କାହାକୁ ଦିଆଯାଇ ନାହିଁ ଯାହାଙ୍କ ଠାରେ ପରିତ୍ରାଣ ଅଛି।” (ଦେଖ: ମାନବୀକରଣ

ଅନୁବାଦ ପ୍ରସ୍ତାବ ଗୁଡ଼ିକ:

  • “ତାହାଙ୍କ ଉତ୍ତମ ନାମ” ପରି ଏକ ବାକ୍ୟାଂଶ ଯେପରି “ତାହାଙ୍କର ଉତ୍ତମ ସମ୍ମାନ ଅଛି” ଭାବରେ ଅନୁବାଦ କରାଯାଇପାରେ।
  • କୌଣସି ବିଷୟ କରୁଥିଲେ “ତାହାଙ୍କ ନାମରେ” ଅନୁବାଦ ହୋଇପାରିବ “ଅଧିକାର ସହିତ” କିମ୍ୱା “ଅନୁମତି ନେଇ” କିମ୍ୱା ସେହି ବ୍ୟକ୍ତିର “ଅବିକଳ ପରି”

“ନାମରେ” କିଛି କରିବା ଯେପରି “ଅଧିକାର ସହିତ” କିମ୍ବା ସେହି ବ୍ୟକ୍ତିଙ୍କ “ପ୍ରତିନିଧୀ ରୂପେ” କିମ୍ବା “ଅନୁମତି ସହ” ଭାବରେ ଅନୁବାଦ କରାଯାଇପାରେ।

  • "ଆମ୍ଭେମାନେ ନିଜ ପାଇଁ ନାମ କରଣ କରୁ" ବାକ୍ୟାଂଶକୁ “ଆମ୍ଭମାନଙ୍କ ସମ୍ୱଦ୍ଧରେ ସମସ୍ତକୁ ଜଣାଇବା” କିମ୍ବା “ଆମ୍ଭେମାନେ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଲୋକମାନଙ୍କୁ ମନେ କରିବା" ରୂପରେ ଅନୁବାଦ କରାଯାଇପାରେ।
  • “ତାହାକୁ ନାମରେ ଡାକ” ବାକ୍ୟାଂଶକୁ "ତାର ନାମ ଧରି ଡାକ" କିମ୍ବା "ତାହାକୁ ନାମ ଦିଅ" ରୂପରେ ଅନୁବାଦ କରାଯାଇପାରେ।
  • “ଯେଉଁମାନେ ତୁମର ନାମକୁ ପ୍ରେମ କରନ୍ତି” ବାକ୍ୟାଂଶକୁ “ଯେଉଁମାନେ ତୁମକୁ ପ୍ରେମ କରନ୍ତି” ରୂପରେ ଅନୁବାଦ କରାଯାଇପାରେ।
  • “ପ୍ରତିମାଗଣର ନାମ ଉଚ୍ଛିନ୍ନ କର” ବାକ୍ୟାଂଶକୁ "ବିଦେଶୀୟ ଦେବତାମାନଙ୍କୁ ଦୂର କର ଯେପରି ସେମାନେ ସ୍ମରଣରେ ସୁଦ୍ଧା ଆସିବେ ନାହିଁ" କିମ୍ବା "ମିଥ୍ୟା ଦେବତାମାନଙ୍କର ପୂଜା କରିବାରୁ ଲୋକମାନଙ୍କୁ ନିବୃତ୍ତ କର" କିମ୍ବା "ସମସ୍ତ ଦେବତାମାନଙ୍କୁ ସମ୍ପୂର୍ଣ୍ଣରୂପେ ନଷ୍ଟ କର, ଯାହାଫଳରେ ଲୋକମାନେ ଆଉ ସେମାନଙ୍କ ବିଷୟରେ ଚିନ୍ତା କରିବେ ନାହିଁ।”

(ପୁନଶ୍ଚ ଦେଖ: ଡାକିବା)

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H5344, H7121, H7761, H8034, H8036, G2564, G3686, G3687, G5122

ନାସରୀୟ, ନାସରୀୟମାନେ, ନାସରୀୟ ବ୍ରତ

ଘଟଣାବଳି:

ଯେଉଁ ବ୍ୟକ୍ତି ନାସରୀୟ ବ୍ରତ ଗ୍ରହଣ କରେ ତାକୁ “ନାସରୀୟ” ବୋଲି ବୁଝାଏ ଅଧିକାଂଶ ପୁରୁଷମାନେ ଏହି ବ୍ରତ ନିଅନ୍ତି କିନ୍ତୁ ମହିଳାମାନେ ମଧ୍ୟ ନେଇପାରିବେ

  • ଯେଉଁ ବ୍ୟକ୍ତି ନାସରୀୟ ବ୍ରତ ନିଏ ସେ କିଛି ସମୟ ନିମନ୍ତେ କୌଣସି ଖାଦ୍ୟ କିମ୍ୱା ଦ୍ରାକ୍ଷାରସ ପିଇବ ନାହିଁ ବୋଲି ସମ୍ମତି ପ୍ରକାଶ କରେ ଏବଂ ବ୍ରତପାଳନ କୁ ସଫଳ କରିବ ବୋଲି ସହମତି ଦିଏ

ଏହି ସମୟ ମଧ୍ୟରେ ସେ ତାହାର ବାଳ କାଟିବ ନାହିଁ କିମ୍ୱା ମୃତ ଲୋକ ପାଖକୁ ଯିବ ନାହିଁ

  • ଯେତେବେଳେ କିଛି ଦିନ ବିତିଯାଏ ଓ ବ୍ରତ ସମ୍ପୂର୍ଣ୍ଣ୍ଣ ହୁଏ, ନାସରୀୟ ଯାଜକ ପାଖକୁ ଯାଇ ବଳି ଉତ୍ସର୍ଗ କରେ

ନିଜର ବାଳ କାଟି ଏହାକୁ ପୋଡି ପକାଏ ତାପରେ ସମସ୍ତ ବାଛନ୍ଦ ଉଠିଯାଏ

  • ପୁରାତନ ନିୟମରେ ଜଣାଶୁଣ ନାମ ଶାମସନ ଜଣେ ନାସରୀୟ ବ୍ରତ ପାଳନକାରୀଥିଲେ
  • ଜିଖରିୟଙ୍କୁ ଦୂତ ଘୋଷଣା କଲେ ବାପ୍ତିଜକ ଯୋହନ ତାଙ୍କର ପୁତ୍ର କେବେ ହେଁ ସୁରାପାନ କରିବା ନାହିଁ ଯାହା ଦର୍ଶାଏ ଯେ ଯୋହନ ମଧ୍ୟ ନାସରୀୟ ବ୍ରତ ପାଳନ କରୁଥିଲେ
  • ପ୍ରେରିତ ପୁସ୍ତକରେ ଏକ ଅଂଶ ପ୍ରକାଶ କରେ ଯେ ପ୍ରେରିତ ପାଉଲ ମଧ୍ୟ ଥରେ ଏହି ବ୍ରତ ପାଳନ କରିଥିଲେ, ପ୍ରେରିତ ପୁସ୍ତକର ଏକ ଅଂଶ ଅନୁସାରେ

(ଅନୁବାଦ ପ୍ରସ୍ତାବ ଗୁଡିକ: ନାମ ଗୁଡିକର ଅନୁବାଦ

(ଦେଖ: ଯୋହନ (ବାପ୍ତିଜକ), ବଳିଦାନ, ଶାମସନ, ବ୍ରତ, [ଜିଖାରିୟ]

ବାଇବଲ ପୃଷ୍ଠଭୂମି:

ବୋର୍ଡ ଡାଟା :

  • Strong's: H5139

ନିନ୍ଦା କରିବା, ଦୋଷୀ ସାବ୍ୟସ୍ତ କରିବା, ଅନୁପଯୁକ୍ତ ଘୋଷଣା କରିବା, ଦୃଢ ଅସମ୍ମତି ମୁଳକ ଅଭିବ୍ୟକ୍ତି

ସଂଜ୍ଞା:

“ନିନ୍ଦା କରିବା” ଏବଂ “ଦୃଢ ଅସମ୍ମତି ମୁଳକ ଅଭିବ୍ୟକ୍ତି” ଶବ୍ଦ ଜଣେ ମନ୍ଦ କାର୍ଯ୍ୟ ପାଇଁ ବିଚାର କରିବା

  • ବାରମ୍ୱାର “ନିନ୍ଦା” ଶବ୍ଦ ଜଣେ ବ୍ୟକ୍ତି ଯେଉଁ ଭୁଲ କାର୍ଯ୍ୟ କରିଛନ୍ତି ତାହାର ପରିଣାମ ଦର୍ଶାଏ
  • ବେଳେ ବେଳେ “ନିନ୍ଦା” ର ଅର୍ଥ ମିଛଟାରେ ଜଣକୁ ଦୋଷୀ କିମ୍ୱା କଠିନ ବିଚାର କରିବା ମଧ୍ୟ ହୋଇପାରେ
  • “ଦୃଢ ଭାବେ ଅସମ୍ମତି ମୁଳକ ଅଭିବ୍ୟକ୍ତ” ଜଣଙ୍କର ଖରାପ କାର୍ଯ୍ୟକୁ ଦର୍ଶାଏ

ଅନୁବାଦ ପ୍ରସ୍ତାବ:

  • ପରିସ୍ଥିତକୁ ନିର୍ଭରକରି, ଏହିଶବ୍ଦ ଗୁଡିକୁ ଅନୁବାଦ କରିବା ଯଥା “କଠିନ ବିଚାର୍” କିମ୍ୱା “ମିଛକଥାରେ ପରିହାସ କରିବା”
  • “ତାଙ୍କୁ ନିନ୍ଦା” କରିବ ବାକ୍ୟ ଖଣ୍ଡ ଯଥା “ସେ ଭୁଲ୍ କରିଛି ବୋଲି ବିଚାରିତ” କିମ୍ୱା “ଉକ୍ତି ଯେ ସେ ତାହାର ପାପ ପାଇଁ ଦଣ୍ଡ ପାଉଛି”
  • “ଦୃଢ ଭାବରେ ଅଭିବ୍ୟକ୍ତ କରିବା” ଅନୁବାଦ ହେବ ଯଥା “କଠୋର ବିଚାର” କିମ୍ୱା “ଦୋଷୀ ବୋଲି ଘୋଷଣା କରିବା” କିମ୍ୱା “ଦୋଷ ପାଇଁ ଦଣ୍ଡ”

(ଦେଖ: ବିଚାର, ଦଣ୍ଡ

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H6064, H7034, H7561, H8199, G176, G843, G2607, G2613, G2631, G2632, G2633, G2917, G2919, G2920, G5272, G6048

ନିନ୍ଦା, ତୁଛ ଭାବରେ କଥାବାର୍ତ୍ତା,ନିନ୍ଦୁକ,ତିରସ୍କାରି

ସଂଜ୍ଞା:

ବାଇବଲରେ "ନିନ୍ଦା" ଶବ୍ଦକୁ ଅନ୍ୟ ଲୋକଙ୍କୁ ବା ପରମେଶ୍ୱରଙ୍କୁ ଗଭୀର ଅସମ୍ମାନ ପ୍ରଦର୍ଶନ କରିବା ଭାବରେ ସୂଚିତ କରା ଯାଇଛି ׀ ଜଣେ ବ୍ୟକ୍ତିଙ୍କୁ "ତୁଛ ଭାବରେ କଥାବାର୍ତ୍ତା" କରିବା ଦ୍ୱାରା ଅନ୍ୟ ଲୋକମାନେ ସେହି ବ୍ୟକ୍ତିଙ୍କ ପ୍ରତି ଖରାପ ଧାରଣା ବା ମିଥ୍ୟାରଟନା କରନ୍ତି ׀

  • ମୁଖ୍ୟତଃ ପରମେଶ୍ୱରଙ୍କୁ ନିନ୍ଦା କରିବା ଅର୍ଥ ହେଉଛି ତାହାଙ୍କୁ ମିଥ୍ୟା କଥା ଦ୍ୱାରା ଅପମାନ କରିବା ଏବଂ ଅନୈତିକ କଥା କହି ଅସମ୍ମାନ କରିବା ׀
  • ଇଶ୍ୱରଙ୍କ ଅସ୍ତିତ୍ୱ ବିଷୟରେ ଦାବି କରିବା ଏବଂ ଗୋଟିଏ ସତ୍ୟ ପରମେଶ୍ୱର ବ୍ୟତିତ ଅନ୍ୟ ଏକ ପରମେଶ୍ୱର ଅଛନ୍ତି ବୋଲି କହିବା ନିନ୍ଦା ଅଟେ ׀
  • କେତେକ ଇଂରାଜୀ ଅନୁବାଦରେ ଏହି ଶବ୍ଦକୁ କୌଣସି ବ୍ୟକ୍ତିଙ୍କୁ ନିନ୍ଦା କଲାବେଳେ "ବଦନାମ" ସହ ତୁଳନା କରାଯାଏ ׀

ଅନୁବାଦର ପ୍ରସ୍ତାବ

"ନିନ୍ଦା କରିବା" ଶବ୍ଦକୁ "କୌଣସି ବିଷୟରେ ଖରାପ କହିବା" ବା "ପରମେଶ୍ୱରଙ୍କୁ ଅସମ୍ମାନ କରିବା" ବା ତିରସ୍କାର କରିବା ବୋଲି ଅନୁବାଦ କରାଯାଇପାରେ ׀ "ତୁଛ ଭାବରେ କଥାବାର୍ତ୍ତା" କରିବା ଅର୍ଥ " ଅନ୍ୟ ଲୋକଙ୍କ ବିଷୟରେ "ଭୂଲ ଭାବରେ କଥାବାର୍ତ୍ତା କରିବା" କିମ୍ୱା "ତିରସ୍କାର କରିବା" ବା "ଭୂଲ ତଥ୍ୟ ପ୍ରଚାର କରିବା କୁ ବୁଝାଏ"

(ଦେଖନ୍ତୁ: ଅସମ୍ମାନ, ବଦନାମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H1288, H1442, H2778, H5006, H5007, H5344, G987, G988, G989

ନିର୍ଦୋଷ

ସଂଜ୍ଞା:

“ନିର୍ଦୋଷ” ଶବ୍ଦର ଅର୍ଥ କୌଣସି ଅପରାଧ କିଅବା ଭୁଲ୍ କାମରେ ଦୋଷୀ ନ ହେବା I ଆହୁରି ସାଧାନ ଭାବରେ ଏହାକୁ ହହିବାକୁ ଗଲେ ଏହା ଯେଉଁ ଲୋକମାନେ ମନ୍ଦ କର୍ମରେ ଲିପ୍ତ ନାହାନ୍ତି I

  • କୌଣସି ବ୍ୟକ୍ତି ଉପରେ ଭୁଲ୍ କାମ ନିମନ୍ତେ ଦୋଷାରୋପ କଲେ ସେ ନିର୍ଦୋଷ ଅଟେ ଯଦି ସେ ଦୋଷ କରି ନାହିଁ I
  • ବେଳେ ବେଳେ “ନିର୍ଦୋଷ” ଶବ୍ଦ ଯେଉଁମାନେ କୌଣସି ଦୋଷ କରିନାହାନ୍ତି କିନ୍ତୁ ଯନ୍ତ୍ରଣା ସହୁ ଅଛନ୍ତି ତାହାଙ୍କ ନିମନ୍ତେ ବ୍ୟବହୃତ ହେବାକୁ ଦର୍ଶାଏ ଯେପରିକି ଏକ ଶତ୍ରୁ ସୈନ୍ୟ “ନିର୍ଦୋଷ ଲୋକଙ୍କ” ଉପରେ ଆକ୍ରମଣ କରନ୍ତି I

ଅନୁବାଦ ପ୍ରସ୍ତାବ:

  • ଅଧିକାଂଶ ପୃଷ୍ଠଭୂମିରେ, “ନିର୍ଦୋଷ” ଶବ୍ଦକୁ “ଦୋଷୀ ନୁହେଁ” କିଅବା “ଦାୟୀ ନୁହେଁ” କିଅବା “କୌଣସି କାମ ନିମନ୍ତେ” ଦୋଷ ନ ଦେବା “ରୂପରେ ଅନୁବାଦ କରାଯାଏ I
  • ଯେତେବେଳେ ସାଧାରଣ ଲୋକଙ୍କୁ ସମ୍ବୋଧିତ କରେ, ଏହି ଶବ୍ଦ କୁ “ଯେ କୌଣସି ଭୁଲ୍ କରି ନାହିଁ” କିଅବା “ଯେ ମନ୍ଦତାରେ ଭାଗୀଦାରୀ ନୁହେଁ” ରୂପରେ ଅନୁବାଦ କରାଯାଇପାରେ I
  • ‘ ଲଗାତର ଏହି ଅଭିବ୍ୟକ୍ତି ଅସିଅଛି “ନିର୍ଦୋଷ ରକ୍ତ “କୁ “ଲୋକମାନେ ଯେଉଁମାନେ କୌଣସି ଭୁଲ୍ କାମ କରି ନାହାନ୍ତି କି ତାହାଙ୍କୁ ହତ୍ୟା କରାଯାଏ “ରୂପରେ ଅନୁବାଦ କରାଯାଇପାରେ I
  • ଅଭିବ୍ୟକ୍ତି “ନିର୍ଦୋଷ ରକ୍ତପାତ “କୁ “ନିର୍ଦୋଷ ଲୋକଙ୍କ ହତ୍ୟା “କିଅବା “ଲୋକଙ୍କର ହତ୍ୟା କରିବା ଯେ, କୌଣସି ଭୁଲ୍ କାମ କରି ନାହାନ୍ତି କି ଏପରି ଦଣ୍ଡ ପାଇବା ଯୋଗ୍ୟ ହେବେ “ରୂପରେ ଅନୁବାଦ କରାଯାଇପାରେ I
  • କାହାର ହତ୍ୟା ପୃଷ୍ଠଭୂମିରେ, “ନିର୍ଦୋଷ ର ରକ୍ତ “କୁ “ମୃତ୍ୟୁ ପାଇବା ନିମନ୍ତେ କୌଣସି ଦୋଷ କରି ନାହାନ୍ତି “ରୂପରେ ଅନୁବାଦ କରାଯାଇପାରେ I
  • ଯେତେବେଳେ ଲୋକଙ୍କ ବିଷୟରେ କୁହାଯାଏ ଯେ ଯୀଶୁଙ୍କର ଶୁଭ ସମାଚାର ବିଷୟରେ ଶୁଣୁ ନାହାନ୍ତି କି ଗ୍ରହଣ କରୁ ନାହାନ୍ତି “ନିର୍ଦୋଷ ର ରକ୍ତ” କୁ “ସେମାନେ ଆତ୍ମିକ ରୂପରେ ମୃତ୍ୟୁ କି ନାହିଁ କୌଣସି ପ୍ରକାରେ ଦାୟୀ ନୁହନ୍ତି” କିଅବା ସେମାନେ ସମ୍ୱାଦ ଗ୍ରହଣ କରିବେ କି ନାହିଁ ସେଥି ନିମନ୍ତେ ଦାୟୀ ନୁହନ୍ତି “ରୂପରେ ଅନୁବାଦ କରାଯାଏ I
  • ଯେତେବେଳେ ଜିହୁଡା କହିଲା କି “ମୁଁ ନିର୍ଦୋଷ ରକ୍ତ କୁ ବିଶ୍ୱାସ ଘାତ କରିଛି “ସେ କହୁଥିଲା, “ମୁଁ ଏପରି ଏକ ମନୁଷ୍ୟ କୁ ବିଶ୍ୱାସ ଘାତ କରିଛି ଯେ କୌଣସି ଭୁଲ୍ କରି ନାହାନ୍ତି “କିଅବା “ମୁଁ ଏକ ମନୁଷ୍ୟ ର ମୃତ୍ୟୁର କାରଣ ହୋଇ ଅଛି ଯେ ଏକ ପାପ ରହିତ ଅଟନ୍ତି “I
  • ଯେତେବେଳେ ପିଲାତ ଯୀଶୁ ବିଷୟରେ କହିଲେ “ଏହି ନିର୍ଦୋଷ ବ୍ୟକ୍ତିର ରକ୍ତ ର ମୁ ନିର୍ଦୋଷ ଅଟେ “କୁ “ମୁଁ ଏହି ମନୁଷ୍ୟର ହତ୍ୟାର ଦାୟୀ ନୁହେଁ ଯେ କୌଣସି ଭୁଲ୍ କରି ନାହାନ୍ତି କି ଏହା ପାଇ ପାରନ୍ତି “ରୂପରେ ଅନୁବାଦ କରାଯାଇପାରେ I

(ଆହୁରି ଦେଖନ୍ତୁ: ଦୋଷ)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୦୮:୦୬ ଦୁଇ ବର୍ଷ ପରେ, ଯୋଷେଫ ବନ୍ଦୀ ଗୃହରେଥିଲେ, ଯଦିଚ ସେ __ନିର୍ଦୋଶୀ__ଥିଲେ I
  • ୪୦:୦୪ ସେହିମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କର ନିନ୍ଦା କଲା କିନ୍ତୁ ଅନ୍ୟ ଜଣେ କହିଲା “କଅଣ ତୁମ୍ଭେ ପରମେଶ୍ୱର ଙ୍କ ଭୟ କରା ନାହିଁ ?

ଆମେ ଦୋଷୀ ଅତୁ କିନ୍ତୁ ଏହି ବ୍ୟକ୍ତି ନିର୍ଦୋଶୀ ଅଟନ୍ତି “

  • ୪୦:୦୮ ଯୀଶୁଙ୍କରପ୍ରହରୀ ଦେଉଥିବା ସୈନିକ ଯାହା କିଛି ହେଉଥିଲା ଦେଖିଲା ଓ ସେ କହିଲା “ନିଶ୍ଚିନ୍ତ, ଏହି ବ୍ୟକ୍ତି __ନିର୍ଦୋଷ__ଥିଲା I

ସେ ଇଶ୍ୱରଙ୍କର ପୁତ୍ରଥିଲେ “

ବୋର୍ଡ ଡାଟା :

  • Strong's: H2136, H2600, H2643, H5352, H5355, H5356, G121

ନିର୍ଦ୍ଦୋଷ

ସଂଜ୍ଞା:

ବ୍ୟବହୃତ ଭାଷା "ନିର୍ଦ୍ଦୋଷର" ଆକ୍ଷରିକ ଅର୍ଥ ହେଉଛି "ଦୋଷ ବିହୁନ।" ଏହା ଏପରି ଜଣେ ବ୍ୟକ୍ତିଙ୍କୁ ସୂଚିତ କରେ ଯିଏକି ସମ୍ପୂର୍ଣ୍ଣ ହୃଦୟରେ ଈଶ୍ଵରଙ୍କ ଆଜ୍ଞାକାରୀ ହୁଏ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେହି ବ୍ୟକ୍ତି ପାପ ବିହିନ ଅଟନ୍ତି।

  • ଅବ୍ରହାମ ଏବଂ ନୋହ ଦୁହେଁ ପରମେଶ୍ୱରଙ୍କ ଦୃଷ୍ଟିରେ ପାପ ବିହୀନ ବୋଲି ସୁଚିତ ହେଲେ।
  • ଜଣେ ବ୍ୟକ୍ତି ଯାହାର "ନିର୍ଦ୍ଦୋଷ" ହେବାର ଖ୍ୟାତି ଅଛି ସେ ଈଶ୍ୱରଙ୍କ ସମ୍ମାନର ଅଧିକାରୀ ଭାବେ ବ୍ୟବହୃତ ହୁଏ।
  • ଗୋଟିଏ ପଦ ଅନୁଯାୟୀ ଜଣେ ବ୍ୟକ୍ତି "ଯିଏ ନିର୍ଦ୍ଦୋଷ ଅଟନ୍ତି ସେ ଈଶ୍ୱରଙ୍କୁ ଭୟ କରେ ଓ ମନ୍ଦଠାରୁ ଦୂରରେ ରୁହେ।"

ଅନୁବାଦର ପ୍ରସ୍ତାବ

  • ଏହାକୁ ଏପରି ଭାବେ ମଧ୍ୟ ଅନୁବାଦ କରାଯାଇପାରେ ଯଥା "ତାଙ୍କ ଚରିତ୍ରରେ କୌଣସି ଦୋଷ ନ ଥିଇ" କିମ୍ବା "ସମ୍ପୂର୍ଣ୍ଣଭାବେ ଈଶ୍ୱରଙ୍କ ଆଜ୍ଞାକରୀ" କିମ୍ୱା "ପାପକୁ ଦୂରେଇ ଯିବା" ଏବଂ "ମନ୍ଦଠାରୁ ଦୂରରେ ରହିବ।"

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H5352, H5355, G273, G274, G298, G338, G410, G423

ନିସ୍ତାରପର୍ୱ

ତଥ୍ୟଗୁଡିକ

ଯିହୂଦୀମାନେ ପ୍ରତ୍ୟେକ ବର୍ଷ ପାଳନ କରୁଥିବା ଏକ ଧାର୍ମିକ ପର୍ୱର ନାମ “ନିସ୍ତାରପର୍ୱ” ଅଟେ I ଏହା କିପରି ଈଶ୍ୱର ସେମାନଙ୍କର ପିତୃପୁରୁଷମାନଙ୍କୁ, ଇସ୍ରାଏଲୀୟମାନଙ୍କୁ ମିସରରେ ଦାସତ୍ୱ ବନ୍ଧନରୁ ଉଦ୍ଧାର କଲେ, ତାହା ସ୍ମରଣ କରିବା ନିମନ୍ତେ ପାଳନ କରାଯାଏ I

  • ଏହି ପର୍ୱର ନାମ ଏହି ସତ୍ୟ ତଥ୍ୟରୁ ଆସିଥାଏ ଯେ, ଈଶ୍ୱର ଇସ୍ରାଏଲୀୟମାନଙ୍କର ଗୃହଗୁଡ଼ିକୁ ‘ନିସ୍ତାର କଲେ’ ବା ଛାଡ଼ି ଦେଇ ଆଗେଇଗଲେ, ଏବଂ ସେମାନଙ୍କର ପୁତ୍ର ସନ୍ତାନମାନଙ୍କୁ ବଧ କଲେ ନାହିଁ ; ଯେତେବେଳେ ସେ ମିସରୀୟମାନଙ୍କର ପ୍ରଥମ ଜାତ ପୁତ୍ର ସନ୍ତାନମାନଙ୍କୁ ବଧ କଲେ I
  • ନିସ୍ତାରପର୍ୱ ପାଳନ ମଧ୍ୟରେ ଏକ ନିଖୁନ୍ତ ମେଷର ବିଶେଷ ଖାଦ୍ୟ ସାମିଲ ଅଟେ ଯାହାକୁ ସେମାନେ ବଧ କରନ୍ତି ଏବଂ ଦଗ୍ଧ କରନ୍ତି, ଏବଂ ତାଡିଶୂନ୍ୟ ରୋଟୀ ମଧ୍ୟ ପ୍ରସ୍ତୁତ କରାଯାଏ I

ଏହି ଖାଦ୍ୟ ସେମାନଙ୍କୁ ସ୍ମରଣ କରାଇ ଦିଏ ଯେ, ଇସ୍ରାଏଲୀୟମାନେ ମିସରରୁ ପଳାୟନ କରିବା ପୂର୍ବ ରାତ୍ରିରେ ଭୋଜନ କରିଥିଲେ I

  • ଈଶ୍ୱର ଇସ୍ରାଏଲୀୟମାନଙ୍କୁ ପ୍ରତ୍ୟେକ ବର୍ଷ ଏହି ଖାଦ୍ୟ ଭୋଜନ କରିବା ନିମନ୍ତେ କହିଲେ, ଯେପରି ସେମାନେ ସ୍ମରଣ କରିବେ ଏବଂ ପାଳନ କରିବେ ଯେ କିପରି ଈଶ୍ୱର ସେମାନଙ୍କର ଗୃହଗୁଡ଼ିକୁ ‘ନିସ୍ତାର କଲେ’ ବା ଛାଡ଼ି ଦେଇ ଆଗେଇଗଲେ, ଏବଂ କିପରି ସେମାନଙ୍କୁ ମିସରରେ ଦାସତ୍ୱ ବନ୍ଧନରୁ ଉଦ୍ଧାର କଲେ I

ଅନୁବାଦ କରିବା ନିମନ୍ତେ ପ୍ରସ୍ତାବଗୁଡ଼ିକ:

  • ‘ନିସ୍ତାର’ ଶବ୍ଦକୁ ଗୋଟିଏ ଶବ୍ଦକୁ ଭାଙ୍ଗି ଅନୁବାଦ କରାଯାଇପାରେ ‘ଛାଡିବା’ ଏବଂ ‘ଚାଲିଯିବା’ ଏବଂ ଶବ୍ଦଗୁଡିକର ଅନ୍ୟ ସଂଯୁକ୍ତ ଅବସ୍ଥା ଏହି ଅର୍ଥ ପ୍ରକାଶ କରେ I
  • ଏହା ସହାୟକ ହୁଏ ଯେତେବେଳେ ଏହି ପର୍ୱର ନାମର ଅର୍ଥ ଏକ ସ୍ପଷ୍ଟ ବ୍ୟାଖ୍ୟା କରେ ଯେ, ସଦାପ୍ରଭୁଙ୍କର ଦୂତ ଇସ୍ରାଏଲୀୟମାନଙ୍କର ଗୃହଗୁଡ଼ିକର ନିକଟବର୍ତ୍ତୀ ହୋଇ ଯାଉଥିଲେ ଏବଂ ସେମାନଙ୍କର ପୁତ୍ରଗଣକୁ ବଧ ନ କରି ତ୍ୟାଗ କରି ବା ଛାଡ଼ି ଦେଇ ଆଗେଇ ଗଲେ I

ବାଇବଲ ପଦଗୁଡ଼ିକ:

ବାଇବଲର କାହାଣୀଗୁଡିକରୁ ଉଦାହରଣ ଗୁଡ଼ିକ:

  • 12:14 ଈଶ୍ୱର ଇସ୍ରାଏଲୀୟମାନଙ୍କୁ ମିସରୀୟମାନଙ୍କ ଉପରେ ବିଜୟ ଲାଭ ଏବଂ ଦାସତ୍ୱ ବନ୍ଧନରୁ ଉଦ୍ଧାରର ବିଷୟକୁ ପାଳନ କରିବା ଦ୍ୱାରା _ ନିସ୍ତାର _ I
  • 38:01 ପ୍ରତ୍ୟେକ ବର୍ଷ, ଯିହୁଦୀମାନେ ନିସ୍ତାର ଉତ୍ସବ ପାଳନ କରନ୍ତି I

ଅନେକ ଶତାବ୍ଦୀ ପୂର୍ବେ କିପରି ଈଶ୍ୱର ସେମାନଙ୍କର ପିତୃପୁରୁଷଗଣଙ୍କୁ ମିସରରେ ଦାସତ୍ୱ ବନ୍ଧନରୁ ଉଦ୍ଧାର କଲେ, ଏହା ତାହାର ଏକ ପର୍ୱ ପାଳନ ଅଟେ I

  • 38:04 ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ୱ ପାଳନ କଲେ I
  • 48:09

ଏହି ଘଟଣାକୁ ନିସ୍ତାରପର୍ୱ କୁହାଯାଏ I

  • 48:10 ଯୀଶୁ ଆମର ନିସ୍ତାରପର୍ୱର ମେଷ I

ସେ ସିଦ୍ଧ ଏବଂ ନିଷ୍ପାପଥିଲେ ଏବଂ _ ନିସ୍ତାର ପାଳନର _ ସମୟରେ ହତ ହେଲେ I

ବୋର୍ଡ ଡାଟା :

  • Strong's: H6453, G3957

ନୀୟମ ସିନ୍ଦୁକ, ସଦାପ୍ରଭୁଙ୍କ ସିନ୍ଦୁକ

ସଂଜ୍ଞା:

ଏହି ଶବ୍ଦ ଏକ କାଠରେ ନିର୍ମିତ ସିନ୍ଦୁକକୁ ସୂଚାଏ, ଯାହା ଉପରେ ସୁନାର ପ୍ରଲେପଥିଲା, ତାହା ଦୁଇ ପଥର ଫଳକର ଅନ୍ତର୍ଗତ, ଯାହା ଉପରେ ଦଶ ଆଜ୍ଞା ଲିଖିତଥିଲା I ଏହା ହାରଣଙ୍କ ଯଷ୍ଟି ଏବଂମାନ୍ନାରେ ପୂର୍ଣ୍ଣ କଲସୀର ମଧ୍ୟ ଅନ୍ତର୍ଗତ I

  • ସିନ୍ଦୁକ ଶବ୍ଦ ଏଠାରେ “ପେଢି” କିମ୍ୱା ସିନ୍ଦୁକ କିମ୍ୱା ଡବା ଭାବରେ ଅନୁବାଦ କରାଯାଇପାରେ I
  • ଏହି ସିନ୍ଦୁକରେ ଥିବା ବସ୍ତୁ ଇସ୍ରାଏଲୀୟମାନଙ୍କୁ ମନେପକେଇ ଦେଉଥିଲା, ଯାହା ପରମେଶ୍ୱର ସେମାନଙ୍କ ସହ ଚୁକ୍ତି କରିଥିଲେ I
  • ନୀୟମ ସିନ୍ଦୁକ “ମହାପବିତ୍ର ସ୍ଥାନ”ରେ ଅବସ୍ଥିତଥିଲା I
  • ନୀୟମ ସିନ୍ଦୁକ ଅପେକ୍ଷା ତାମ୍ୱୁର ମହାପବିତ୍ର ସ୍ଥାନରେ ପରମେଶର ଉପସ୍ଥିତି ଅଧିକଥିଲା
  • ନୀୟମ ସିନ୍ଦୁକ ମନ୍ଦିରର ମହାପବିତ୍ର ସ୍ଥାନ ଥିବା ସମୟରେ, ବର୍ଷକରେ ଥରେ ମାତ୍ର ପ୍ରାୟଶ୍ଚିତ ଦିନରେ, କେବଳ ଜଣେ ମହାଯାଜକ ହିଁ ସିନ୍ଦୁକ ନିକଟକୁ ଯାଇପାରୁଥିଲେ I
  • ଅନେକ ଇଂରାଜୀ ପଠାନ୍ତରରେ “ବାକି ରହିଥିବା ଆଦେଶ” କୁ “ସାକ୍ଷ୍ୟ” ଭାବରେ ଅନୁବାଦ କରାଯାଇଅଛି I

ଦଶ ଆଜ୍ଞା ଏକ ସାକ୍ଷ୍ୟ କିମ୍ୱା ସାକ୍ଷୀଥିଲା ଯାହା ପରମେଶ୍ୱର ତାଙ୍କ ଲୋକମାନଙ୍କ ସହ ଯେଉଁ ଚୁକ୍ତି କରିଥିଲେ, ସେହି ସତ୍ୟକୁ ସୂଚାଏ I ଏହା “ନୀୟମର ଚୁକ୍ତି” ଭାବରେ ମଧ୍ୟ ଅନୁବାଦ କରାଯାଇପାରେ I

(ମଧ୍ୟ ଦେଖିପାରିବା: ସିନ୍ଦୁକ, ଚୁକ୍ତି, ପ୍ରାୟଶ୍ଚିତ, ପବିତ୍ର ସ୍ଥାନ, ସାକ୍ଷ୍ୟ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H727, H1285, H3068

ପଥର, ପଥର ଗୁଡିକ, ପଥର ଫିଙ୍ଗିବା

ସଂଜ୍ଞା:

ଗୋଟିଏ ପଥର ହେଉଛି ଛୋଟ ପହାଡ “ପଥର” ଖଣ୍ଡେ କାହାକୁ ଫିଙ୍ଗିବା ଏବଂ ବଡ ଶିଳା ସେହି ଲୋକକୁ ବଧ କରିବା ଉଦ୍ଦେଶ୍ୟରେ ଫିଙ୍ଗିବା “ପଥର ଫିଙ୍ଗିବା “ଏକ ଘଟଣା ଯେଉଁଠି କାହାକୁ ପଥର ଫିଙ୍ଗିଲେ

  • ପ୍ରାଚୀନ ଯୁଗରେ, ପଥର ଫିଙ୍ଗି ବଧ କରିବା ସାଧାରଣ ପଦ୍ଧତିଥିଲା ଲୋକମାନେ ଦୋଷୀର ଦୋଷ କରିଥିବା ପରିଣାମ ଦଣ୍ଡ
  • ନିର୍ଦ୍ଧିଷ୍ଟ ପାପ ଯଥା ବ୍ୟଭିଚାର ନିମନ୍ତେ ପରମେଶ୍ୱର ଇସ୍ରାଏଲ ନେତାଗଣଙ୍କୁ ପଥର ଫିଙ୍ଗି ବଧ କରିବାକୁ ଆଦେଶ ଦେଇଥିଲେ
  • ନୂତନ ନୀୟମ ଯୁଗରେ, ଯୀଶୁ ବ୍ୟଭିଚାରରେ ଧରା ଯାଇଥିବା ସ୍ତ୍ରୀର ପାପ କ୍ଷମା କଲେ ଏବଂ ତାକୁ ପଥର ଫିଙ୍ଗି ବଧ କରିବାରୁ ନିବୃତ୍ତ କଲେ
  • ସ୍ଥିଫାନ, ଯିଏ କି ବାଇବଲରେ ପ୍ରଥମ ବ୍ୟକ୍ତି ଯୀଶୁଙ୍କୁ ପ୍ରଚାର କରୁଥିବା ନିମନ୍ତେ ମୃତ୍ୟୁ ପର୍ଯ୍ୟନ୍ତ ପଥର ଫିଙ୍ଗାରେ ବଧ ହୋଇଥିଲେ
  • ଲୁସ୍ତ୍ରା ସହରରେ, ପ୍ରେରିତ ପାଉଲଙ୍କୁ ପଥର ଫୋପାଡିଥିଲେ କିନ୍ତୁ ସେ କ୍ଷତ ବିକ୍ଷତ ହୋଇଥିଲେ ମରିନଥିଲେ

(ଦେଖ: ବ୍ୟଭିଚାର, କରିବା, ଅପରାଧ, ମୃତ୍ୟୁ, ଲୁସ୍ତ୍ର, ସାକ୍ଷୀ)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H68, H69, H810, H1382, H1496, H1530, H2106, H2672, H2687, H2789, H4676, H4678, H5553, H5601, H5619, H6344, H6443, H6697, H6864, H6872, H7275, H7671, H8068, G2642, G2991, G3034, G3035, G3036, G3037, G4074, G4348, G5586

ପବିତ୍ର

ସଂଜ୍ଞା:

“ପବିତ୍ର” ଶବ୍ଦଟି ଈଶ୍ୱରଙ୍କୁ ଉପଯୁକ୍ତ ହୋଇଥିବା କିଛି ବିଷୟକୁ ବୁଝାଏ ।

  • କିଛି ମାର୍ଗରେ ଏହି ଶବ୍ଦ “ଦୈବ ଅଧିକାର”, “ଦୈବ ବିଚାର”, “ଦୈବ ପ୍ରକୃତି”, “ଦୈବ ଶକ୍ତି” ବା “ଦୈବ ମହିମା” ଅନ୍ତର୍ଭୁକ୍ତ ହୋଇ ବ୍ୟବହାର ହୁଏ ।
  • ବାଇବଲରେ ଗୋଟିଏ ଅନୁଚ୍ଛେଦରେ, “ଦୈବ” ଶବ୍ଦଟି ଏକ କୃତ୍ରିମ ଦେବତା ବିଷୟରେ କିଛି ବିଷୟ ବୈଶିଷ୍ଟ୍ୟକୁ ବ୍ୟବହାର କରେ ।

ଅନୁବାଦ ପ୍ରସ୍ତାବ ବିଷୟଗୁଡିକ:

  • “ପବିତ୍ର” ଶବ୍ଦଟିକୁ ଅନୁବାଦର ମାର୍ଗଗୁଡିକ “ଈଶ୍ୱରଙ୍କର” ବା “ଈଶ୍ୱରଙ୍କଠାରୁ” ବା “ଈଶ୍ୱରଙ୍କ ଉପଯୁକ୍ତ ବିଷୟ” ବା “ଈଶ୍ୱରଙ୍କ ଦ୍ୱାରା ଚିତ୍ରଣ କରିବା” ଅନ୍ତର୍ଭୁକ୍ତ କରିପାରିବେ ।
  • ଉଦାହରଣ ସ୍ୱରୂପ, “ଦୈବ ଅଧିକାର” “ଈଶ୍ୱରଙ୍କର ଅଧିକାର” ବା “ଅଧିକାର ଯାହା ଈଶ୍ୱରଙ୍କଠାରୁ ଆସେ” ରୂପେ ଅନୁବାଦ କରିପାରିବା ।
  • “ଦୈବ ମହିମା” ବାକ୍ୟାଂଶଟି “ଈଶ୍ୱରଙ୍କର ମହିମା” ବା “ମହିମା ଯାହା ଈଶ୍ୱରଙ୍କର ରହିଅଛି” ବା “ମହିମା ଯାହା ଈଶ୍ୱରଙ୍କଠାରୁ ଆସେ” ରୂପେ ଅନୁବାଦ କରିପାରିବା ।
  • କିଛି ଅନୁବାଦଗୁଡିକ ଏକ ଭିନ୍ନ ଶବ୍ଦ ବ୍ୟବହାର କରିବାକୁ ପସନ୍ଦ କରିପାରନ୍ତି ଯେତେବେଳେ କିଛି ବିଷୟ ବର୍ଣ୍ଣନା କରି ଯାହା ଏକ କୃତ୍ରିମ ଦେବତାକୁ ଉପଯୁକ୍ତ ଅଟେ ।

(ପୁନଶ୍ଚ ଦେଖନ୍ତୁ: ଅଧିକାର, କୃତ୍ରିମ ଦେବତା, ମହିମା, ବିଚାର, ଶକ୍ତି)

ବାଇବଲ ଉଲ୍ଲେଖଗୁଡିକ:

ବୋର୍ଡ ଡାଟା :

  • Strong's: G2304, G2999

ପବିତ୍ର ଆତ୍ମା, ଈଶ୍ୱରଙ୍କ ଆତ୍ମା, ପ୍ରଭୁଙ୍କ ଆତ୍ମା, ଆତ୍ମା

ତଥ୍ୟ:

ଏହି ସବୁ ଶବ୍ଦ ପବିତ୍ର ଆତ୍ମାଙ୍କୁ ଦର୍ଶାଏ, ଯିଏ ଈଶ୍ୱର ଅଟନ୍ତି। ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ସାଦୃଶ ଜଣେ ପ୍ରକୃତ ଈଶ୍ୱର ଅନନ୍ତକାଳ ବିଦ୍ୟମାନ ଅଟନ୍ତି।

  • ”ପବିତ୍ର ଆତ୍ମାଙ୍କୁ“ ଯେପରି “ଆତ୍ମା” ଓ “ସଦାପ୍ରଭୁଙ୍କ ଆତ୍ମା“ ଓ “ସତ୍ୟମୟ ଆତ୍ମା“ ଭାବରେ ମଧ୍ୟ କୁହାଯାଏ।
  • କାରଣ ପବିତ୍ର ଆତ୍ମା ଈଶ୍ୱର ଅଟନ୍ତି, ସେ ସମ୍ପୁର୍ଣ୍ଣ ଭାବରେ ପବିତ୍ର ଅଟନ୍ତି, ଓ ସେ ଯାହା କରନ୍ତି ସମ୍ପୂର୍ଣ୍ଣ ପବିତ୍ର ଅଟନ୍ତି, ଅନନ୍ତ ଶୁଦ୍ଧ, ଏବଂ ନୈତିକତା ଭାବେ ତାହାଙ୍କ ସମସ୍ତ ସ୍ଵଭାବରେ ଏବଂ ସେ କରୁଥିବା ସମସ୍ତ କାର୍ଯ୍ୟରେ ସିଦ୍ଧ ଅଟନ୍ତି।
  • ପିତା ଏବଂ ପୁତ୍ରଙ୍କ ସହିତ ପବିତ୍ର ଆତ୍ମା ଜଗତ ସୃଷ୍ଟି କରିବାରେ ସକ୍ରିୟ ବା କାର୍ଯ୍ୟକ୍ଷମ ଥିଲେ।
  • ଯେତେବେଳେ ଈଶ୍ୱରଙ୍କ ପୁତ୍ର ଯୀଶୁ ସ୍ୱର୍ଗକୁ ଆରୋହଣ କଲେ, ଈଶ୍ୱର ତାହାଙ୍କ ଲୋକମାନଙ୍କୁ ଚାଳନା କରିବା ପାଇଁ, ସେମାନଙ୍କୁ ଶିକ୍ଷା ଦେବାକୁ, ସାନ୍ତ୍ୱନା ଦେବାକୁ, ଏବଂ ସେମାନଙ୍କୁ ଈଶ୍ଵରଙ୍କ ଇଚ୍ଛା ସାଧନ କରିବାକୁ ସକ୍ଷମ କରିବା ନିମନ୍ତେ ପବିତ୍ର ଆତ୍ମାଙ୍କୁ ପ୍ରେରଣ କଲେ।
  • ପବିତ୍ର ଆତ୍ମା ଯୀଶୁଙ୍କୁ ପରିଚାଳନା କଲେ ଓ ସେ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ସେମାନଙ୍କୁ ମଧ୍ୟ ପରିଚାଳନା କରନ୍ତି।

ଅନୁବାଦ ପ୍ରସ୍ତାବ:

  • ଏହି ଶବ୍ଦକୁ ସାଧାରଣତଃ “ପବିତ୍ର” ଓ “ଆତ୍ମା” ଦୁଇ ଶବ୍ଦର ବ୍ୟବହାର କରି ଅନୁବାଦ କରାଯାଇପାରେ।
  • ଏହି ଶବ୍ଦକୁ ଭିନ୍ନ ଭାବରେ ଅନୁବାଦ କରାଯାଏ ଯାହା “ଶୁଦ୍ଧ ଆତ୍ମା“ କିମ୍ବା “ଆତ୍ମା ଯିଏ ପବିତ୍ର ଅଟନ୍ତି“ କିମ୍ବା' “ଈଶ୍ଵର ଆତ୍ମା" ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ।

(ପୁନଶ୍ଚ ଦେଖନ୍ତୁ: ପବିତ୍ର, ଈଶ୍ଵର, ପିତା ଈଶ୍ଵର, ଈଶ୍ଵରଙ୍କ, ବରଦାନ)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • 01:01 କିନ୍ତୁ ଈଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତଥିଲେ।
  • 24:08 ଯୀଶୁ ବାପ୍ତିଜିତ ହେଲା ପରେ ଜଳରୁ ଉଠି ଆସିଲେ, ଈଶ୍ୱରଙ୍କ ଆତ୍ମା କପୋତ ପରି ଦେଖା ଦେଲେ ଏବଂ ଅବତରଣ କଲେ ପୁଣି ତାହାଙ୍କ ଉପରେ ବସିଲେ।
  • 26:01

ଶୟତାନର ପରୀକ୍ଷାରେ ଜୟ ହେଲା ପରେ, ଯୀଶୁ ପବିତ୍ର ଆତ୍ମାଙ୍କ ଶକ୍ତିରେ ଗାଲିଲୀକି ଅଞ୍ଚଳକୁ ବାହୁଡ଼ିଗଲେ ସେ ଯେଉଁଠାରେ ପ୍ରତିପାଳିତ ହୋଇଥିଲେ।

  • 26:03 ଯୀଶୁ ପାଠ କଲେ, ଈଶ୍ୱର ମୋତେ ତାହାଙ୍କ ଆତ୍ମା ପ୍ରଦାନ କରିଅଛନ୍ତି, ଯେଣୁ ମୁଁ ଗରିବମାନଙ୍କୁ ସୁସମାଚାର, ବନ୍ଦୀମାନଙ୍କୁ ମୁକ୍ତିର, ଅନ୍ଧମାନଙ୍କୁ ଦୃଷ୍ଟିଲାଭର ପୁନଃପ୍ରାପ୍ତି ଏବଂ ଅତ୍ୟାଚାର ପାଉଥିବା ଲୋକମାନଙ୍କୁ ମୁକ୍ତ କରିବାର ଘୋଷଣା କରିପାରେ।"
  • 42:10 “ଅତଏବ ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ, ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର।"
  • 43:03 ସମସ୍ତେ ପବିତ୍ର ଆତ୍ମାରେ ଏବଂ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ।
  • 43:08 “ପୁଣି ଯୀଶୁ ପବିତ୍ର ଆତ୍ମାଙ୍କୁ ପଠାଇଲେ ଯେପରି ସେ କରିବେ ବୋଲି ପ୍ରତିଜ୍ଞା କରିଥିଲେ। ପବିତ୍ର ଆତ୍ମାଙ୍କ ସକାସୁ ବର୍ତ୍ତମାନ ତୁମ୍ଭେମାନେ ତାହା ଦେଖୁଅଛ ଏବଂ ଶୁଣୁଅଛ।"
  • 43:11

ପିତର ସେମାନଙ୍କୁ ଉତ୍ତର ଦେଲେ, “ମନ-ପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ; ଯେଣୁ ଈଶ୍ଵର ଆପଣମାନଙ୍କ ପାପ ସବୁ କ୍ଷମା କରିବେ। ତାପରେ ସେ ମଧ୍ୟ ଆପଣମାନଙ୍କୁ ପବିତ୍ର ଆତ୍ମାଙ୍କର ଦାନ ଦେବେ।"

  • 45:01 ସେ (ସ୍ତିଫାନ) ତାହାଙ୍କର ଉତ୍ତମ ସମ୍ମାନଥିଲା ଓ ସେ ପବିତ୍ର ଆତ୍ମା ଏବଂ ଜ୍ଞାନରେ ପୂର୍ଣ୍ଣଥିଲେ।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H3068, H6944, H7307, G40, G4151

ପବିତ୍ର କରିବା, ପବିତ୍ର ବୋଲି ପ୍ରକାଶ କରିବା, ପବିତ୍ରୀ କରଣ

ସଂଜ୍ଞା:

ପବିତ୍ର କରିବା ଅର୍ଥ ଅଲଗା କରିବା କିମ୍ୱା ନୈତିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆରାଧନା କରିବା ପବିତ୍ରୀ କରଣ ହେଉଛି ଶୁଦ୍ଧ ରହିବାର ଏକ ପ୍ରଣାଳୀ

  • ପୁରାତନ ନିୟମରେ, ସଦାପ୍ରଭୁଙ୍କର ସେବା କରିବା ନିମନ୍ତେ ନିର୍ଦ୍ଧିଷ୍ଟ ଲୋକ କିମ୍ୱା ପଦାର୍ଥ ପବିତ୍ରୀକୃତ କିମ୍ୱା ଅଲଗା କରାଯାଇଛି
  • ନୂତନ ନୀୟମ ଶିକ୍ଷା ଦିଏ ଯେ ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରନ୍ତି ସେମାନଙ୍କୁ ଇଶ୍ୱର ପବିତ୍ର କରନ୍ତି

ଏଣୁ, ସେ ସେମାନଙ୍କୁ ଧାର୍ମିକ କରନ୍ତି ଏବଂ ତାଙ୍କୁ ସେବା କରିବା ନିମନ୍ତେ ଭିନ୍ନ କରନ୍ତି

  • ଯୀଶୁଙ୍କ ବିଶ୍ୱାସୀମାନଙ୍କୁ ଆଦେଶ ଦିଆଯାଇଛି ଯେପରି ସେମାନେ ଆପଣା ଆପଣା କୁ ଇଶ୍ୱର ଙ୍କ ପରି ପବିତ୍ର କର, ତୁମେ ଯାହାକିଛି କର ସବୁଥିରେ ପବିତ୍ର ରୁହ

ଅନୁବାଦ ପ୍ରସ୍ତାବ ଗୁଡିକ:

  • ପରିସ୍ଥିତି ଉପରେ ନିର୍ଭର କରି, “ପବିତ୍ର” ଶବ୍ଦକୁ ଅନୁବାଦ କରିବ ଯଥା “ପୃଥକ କର” କିମ୍ୱା “ପବିତ୍ର ହୁଅ “କିମ୍ୱା “ବିଶୁଦ୍ଧ କରିବା”
  • ଯେତେବେଳେ ଲୋକମାନେ ଆପଣା ଆପଣା କୁ ପବିତ୍ର କରିବେ, ସେମାନେ ଆପଣା କୁ ବିଶୁଦ୍ଧ କରିବେ ଏବଂ ଇଶ୍ୱରଙ୍କ ସେବା କରିବା ପାଇଁ ଉତ୍ସର୍ଗ କରିବେ

ଖୋଲା ଖୋଲି ଭାବେ ବାଇବଲରେ “ପବିତ୍ର ବୋଲି ଘୋଷଣା କରିବା” ଶବ୍ଦକୁ ମଧ୍ୟ ସମାନ ଅର୍ଥରେ ବ୍ୟବହାର ହୋଇଛି

  • ଯେଉଁ ସମୟରେ ଏହାର ଅର୍ଥ “ପବିତ୍ର ବୋଲି ଘୋଷଣା କର” ଶବ୍ଦ କୁ ଅନୁବାଦ କରିବା ଯଥା “ଇଶ୍ୱରଙ୍କ ସେବା ନିମନ୍ତେ କାହାକୁ (କିଛି) ଉତ୍ସର୍ଗ କର”

  • ପରିସ୍ଥିତିକୁ ଲକ୍ଷ୍ୟ କରି, ବାକ୍ୟ ଖଣ୍ଡ “ତୁମର ପବିତ୍ରତା” ଅନୁବାଦ ହେବ ଯଥା “ପବିତ୍ର ହୁଅ “କିମ୍ୱା “ତୁମେ ପୃଥକ ହୁଅ (ଇଶ୍ୱରଙ୍କ ପାଇଁ)” କିମ୍ୱା “ତୁମକୁ ପବିତ୍ର କଅଣ କରିପାରେ”

(ଦେଖ: ପବିତ୍ର ବୋଲି ଘୋଷଣା କର, ପବିତ୍ର, ପୃଥକ ହୁଅ

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H6942, G37, G38

ପବିତ୍ର ଜନ

ସଂଜ୍ଞା:

“ପବିତ୍ର ଜନ “ଅଳ୍ପ ରୂପରେ ବାଇବଲରେ ଅଛି ଯାହା ପରମେଶ୍ୱର କୁ ଦର୍ଶାଏ I

  • ପୁରାତନ ନିୟମରେ, ଏହି ଛୋଟ ବିସୟ ଅନେକ ସମୟରେ ବାକ୍ୟାଂଶ “ଇସ୍ରାଏଲ ର ପବିତ୍ର ଜନ “ରୂପରେ ଲେଖା ଯାଇ ଅଛି I
  • ନୂତନ ନିୟମରେ, ଯୀଶୁ ମଧ୍ୟ ଇସ୍ରାଏଲ ର “ପବିତ୍ର ଜନ “ରୂପରେ ସମ୍ବୋଧିତ କରା ଗଲେ I
  • “ପବିତ୍ର ଜନ” ଶବ୍ଦ ବେଳେ ବେଳେ ବାଇବଲରେ ଦୂତ କୁ ମଧ୍ୟ ଦର୍ଶାଏ I

ଅନୁବାଦ ପ୍ରସ୍ତାବ:

  • ଆକ୍ଷରିକ ଶବ୍ଦ “ହିଁ ପବିତ୍ର ଅଟେ “(ଏକ ସଂଯୁକ୍ତ କରାଯାଇଅଛି)I

ବହୁ ଭାଷାରେ (ଯେପରି ଇଂଗଲିଶ୍) ଏହାକୁ ଅନୁବାଦ କରି (ଏକ କିଅବା ଇଶ୍ୱର) ସଂଯୁକ୍ତ କରି ଅଛି I

  • ଏହି ଶବ୍ଦ “ପରମେଶ୍ୱର, ଯେ ପବିତ୍ର “କିଅବା “ଅଲଗା କରା ଯାଇଥିବା ବ୍ୟକ୍ତି ରୂପରେ ଅନୁବାଦ କରେ I
  • ବାକ୍ୟାଂଶ “ଇସ୍ରାଏଲ ର ପବିତ୍ର ଜନ “କୁ “ପବିତ୍ର ଈଶ୍ୱର ଯାହାକୁ ଇସ୍ରାଏଲ ଉପାସନା କରେ “କିଅବା “ପବିତ୍ର ଜନ ଯେ ଇସ୍ରାଏଲ ଉପରେ ଶାସନ କରେ “ରୂପରେ ଅନୁବାଦ କରାଯାଏ I
  • ଏହି ଶବ୍ଦକୁ ସବୁଠୁ ଉତ୍ତମ ରୂପରେ “ପବିତ୍ର ଶବ୍ଦ ବ୍ୟବହାର କରି ଅନୁବାଦ କଲେ ଭଲ ହୁଏ I

(ଆହୁରି ଦେଖନ୍ତୁ: ପବିତ୍ର, ଇଶ୍ୱର)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2623, H376, H6918, G40, G3741

ପବିତ୍ର ସ୍ଥାନ

ସଂଜ୍ଞା:

“ପବିତ୍ର ସ୍ଥାନ “ଶବ୍ଦ ର ଆକ୍ଷରିକ ଅର୍ଥ ହେଉଛି “ଶୁଚୀ ସ୍ଥାନ “ଏବଂ ଯେଉଁ ସ୍ଥାନ କୁ ପରମେଶ୍ୱର ପବିତ୍ର ଓ ଶୁଦ୍ଧ କରିଅଛନ୍ତି ବୁଝାଇଥାଏ ଯେଉଁଠି ସୁରକ୍ଷା ଓ ନିରାପତ୍ତା ଥିବା ସ୍ଥାନ କୁ ମଧ୍ୟ ଏହା ନିର୍ଦ୍ଦେଶ କରେ

  • ପୁରାତନ ନିୟମରେ, “ପବିତ୍ର ସ୍ଥାନ” ଶବ୍ଦ ବାରମ୍ୱାର ସମାଗମ ତମ୍ୱୁ କିମ୍ୱା ମନ୍ଦିର କୁ ବୁଝାଏ ଯେଉଁ ସ୍ଥାନରେ “ପବିତ୍ର ସ୍ଥାନ” ଓ “ମହା ପବିତ୍ର ସ୍ଥାନ” ଅବସ୍ଥିତ
  • ପରମେଶ୍ୱର ପବିତ୍ର ସ୍ଥାନ ଯେଉଁଠି ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ବାସ କରନ୍ତି କୁ ବୁଝାଏ
  • ସେ ନିଜକୁ “ପବିତ୍ର” କିମ୍ୱା ତାହାଙ୍କ ଲୋକମାନଙ୍କ ନିମନ୍ତେ ନିରାପଦ ସ୍ଥାନ ଯେଉଁ ଠାରେ ଲୋକମାନେ ସୁରକ୍ଷା ପାଇବେ

ଅନୁବାଦ ପ୍ରସ୍ତାବ ଗୁଡିକ:

  • ଏହି ଶବ୍ଦର ମୁଳ ଅର୍ଥ ହେଉଛି “ପବିତ୍ର ସ୍ଥାନ” କିମ୍ୱା “ଏକ ସ୍ଥାନ ଯାହା ପୃଥକ ହୋଇଛି”
  • ପୃଷ୍ଥଭୁମୀକୁ ଦେଖିଲେ, “ପବିତ୍ର ସ୍ଥାନ” ଶବ୍ଦ ଅନୁବାଦ ହୋଇପାରିବ ଯଥା “ଶୁଦ୍ଧ ଭୂମି” କିମ୍ୱା “ପବିତ୍ର ଅଟ୍ଟାଳିକା “କିମ୍ୱା “ପରମେଶ୍ୱରଙ୍କ ପବିତ୍ର ଉପସ୍ଥିତି” କିମ୍ୱା “ସୁରକ୍ଷିତ ଜାଗା” କିମ୍ୱା “ନିରାପତ୍ତା ନିମନ୍ତେ ପବିତ୍ର ସ୍ଥାନ”
  • ବାକ୍ୟ ଖଣ୍ଡ “ପବିତ୍ର ମୁଦ୍ରା ” କୁ ଅନୁବାଦ ହୋଇପାରିବ ଯଥା “ସମାଗମ ତମ୍ୱୁ ନିମନ୍ତେ ଦିଆଯାଇଥିବା ବିଭିନ୍ନ ମୁଦ୍ରା “କିମ୍ୱା “ମନ୍ଦିର ର ଯତ୍ନ ନେବା ପାଇଁ କର ଦେବା ନିମନ୍ତେ ମୁଦ୍ରା ବ୍ୟବହାର କରିବା”
  • ବିଶେଷ ଦ୍ରଷ୍ଟବ୍ୟ:

ଆଧୁନିକ ଯୁଗର ମଣ୍ଡଳୀ ପରି ଗୋଟିଏ ଗୃହ ଭିତରେ ଉପାସନା କରିବ ନୁହେଁ ଅନୁବାଦକମାନେ ଅନୁବାଦ ସମୟରେ ଧ୍ୟାନ ଦେବେ

(ଦେଖ: ପବିତ୍ର, ପବିତ୍ର ଆତ୍ମା, ଶୁଦ୍ଧ, ପୃଥକୀ କରଣ, ସମାଗମ ତମ୍ୱୁ, କର, ମନ୍ଦିର

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H4720, H6944, G39

ପବିତ୍ର ସ୍ଥାନ:

ସଂଜ୍ଞା:

ବାଇବଲରେ, “ପବିତ୍ର ସ୍ଥାନ “ଓ “ମହା ପବିତ୍ର ସ୍ଥାନ “ଶବ୍ଦ ତମ୍ୱୁ ଓ ମନ୍ଦିରର ଦୁଇ ଭାଗ କୁ ଦର୍ଶାଏ I

  • “ପବିତ୍ର ସ୍ଥାନ “ହେଉଛି ପ୍ରଥମ କୋଠରୀ ଓ ଏହି ଠାରେ ଧୁପ ବେଦୀ ଓ ବିଶେଷ ରୋଟୀ ରଖା ଯାଇଥିବା ମେଜ ରହେ I
  • “ମହା ପବିତ୍ର ସ୍ଥାନ “ହେଉଛି ଦ୍ୱିତୀୟ କୋଠରୀ ଓ ଏହି ଠାରେ ନୀୟମ ସିନ୍ଧୁକ ରହେ I
  • ଏକ ମୋଟା ଓ ଓଜନ ପରଦା ବାହାର କୋଠରୀଠାରୁ ଭିତର କୋଠରୀ କୁ ଅଲଗା କରେ I
  • ମହାଯାଜକ କେବଳ ଜଣେ ଯେ ସେହି ମହା ପବିତ୍ର ସ୍ଥାନ କୁ ଯାଇପାରେ I
  • ଅନେକ ସମୟରେ “ପବିତ୍ର ସ୍ଥାନ “ନିର୍ମିତ ଘର ଓ ବାହାର ପ୍ରାଂଗଣ ମନ୍ଦିର କିଅବା ତମ୍ୱୁ ର ଦେଖାଏ I

ଏହା ଯେ କୌଣସି ସ୍ଥାନ କୁ ଦର୍ଶାଏ ଯାହା ପରମେଶ୍ୱରଙ୍କ ନିମନ୍ତେ ଅଲଗା କରାଯାଇଅଛି I

ଅନୁବାଦ ପ୍ରସ୍ତାବ:

  • “ପବିତ୍ର ସ୍ଥାନ” ଶବ୍ଦକୁ “ପରମେଶ୍ୱରଙ୍କ ନିମନ୍ତେ ଅଲଗା କରା ଯାଇଥିବା କୋଠରୀ “କିଅବା “ଏକ ବିଶେଷ କୋଠରୀ ପ୍ରଭୁଙ୍କ ସହିତ ମିସିବାକୁ “କିଅବା “ପରମେଶ୍ୱରଙ୍କ ନିମନ୍ତେ ସଂରକ୍ଷିତ କୋଠରୀ” ରୂପରେ ଅନୁବାଦ କରାଯାଏ I
  • “ମହା ପବିତ୍ର ସ୍ଥାନ” ଶବ୍ଦକୁ “ପରମେଶ୍ୱରଙ୍କ ନିମନ୍ତେ ସବୁଠୁ ଅଲଗା କରା ଯାଇଥିବା କୋଠରୀ “କିଅବା “ଏକ ବିଶେଷ କୋଠରୀ ପ୍ରଭୁଙ୍କ ସହିତ ମିସିବାକୁ “ରୂପରେ ଅନୁବାଦ କରାଯାଏ I
  • ପୃଷ୍ଠଭୂମି ଉପରେ ନିର୍ଭର କରି, ଅଲଗା ପ୍ରକାରେ ସାଧାରଣ ଅଭିବ୍ୟକ୍ତି “ଏକ ପବିତ୍ର ସ୍ଥାନ “କୁ “ଏକ ଶୁଦ୍ଧି କରଣ ସ୍ଥାନ “କିଅବା “ଏକ ସ୍ଥାନ ଯାହା ପ୍ରଭୁ ଅଲଗା କରି ଅଛନ୍ତି “କିଅବା “ଏକ ସ୍ଥାନ ମନ୍ଦିର ପ୍ରାଂଗଣରେ, ଯାହା ପବିତ୍ର ଅଟେ “କିଅବା “ପରମେଶ୍ୱରଙ୍କ ପବିତ୍ର ମନ୍ଦିରର ପ୍ରାଂଗଣ “ରୂପରେ ଅନୁବାଦ କରାଯାଏ I

(ଆହୁରି ଦେଖନ୍ତୁ: ଧୁପ ବେଦୀ, ନୀୟମ ସିନ୍ଧୁକ, ରୋଟୀ, ଶୁଧିକରଣ, ପ୍ରାଂଗଣ, ପରଦା, ପବିତ୍ର, ଅଲଗା କରିବା, ତମ୍ୱୁ, ମନ୍ଦିର)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1964, H4720, H4725, H5116, H6918, H6944, G39, G40, G3485, G5117

ପବିତ୍ର, ପବିତ୍ର ବୋଲି ଘୋଷଣା କରିବା, ଉତ୍ସର୍ଗ

ସଂଜ୍ଞା:

ପବିତ୍ର କରିବା ଅର୍ଥ କୌଣସି କିମ୍ୱା କିଛି କୁ ପରମେଶ୍ୱରଙ୍କ ସେବା କରିବା ନିମନ୍ତେ ଉତ୍ସର୍ଗ ବ୍ୟକ୍ତି କିମ୍ୱା ପଦାର୍ଥ ଯାହା ପବିତ୍ରିକରଣ ହୋଇଛି ତାହାକୁ ପରମେଶ୍ୱରଙ୍କ ନିମନ୍ତେ ଅଲଗା କରିବା

  • ଏହି ଶବ୍ଦ “ଶୁଦ୍ଧ” କିମ୍ୱା “ପବିତ୍ର ହୁଅ “ଗୁଡିକର ଅର୍ଥ ସମାନ କିନ୍ତୁ ଆଉ କିଛି ଯୋଡା ଯାଇଛି ଯଥା ପରମେଶ୍ୱରଙ୍କ ସେବା ନିମନ୍ତେ କୌଣସି ବ୍ୟକ୍ତି କିମ୍ୱା ପଦାର୍ଥ ଅଲଗା କର
  • ଯେଉଁ ପଦାର୍ଥ ପରମେଶ୍ୱର ପବିତ୍ରୀକୃତ କରିଛନ୍ତି ତାହା ବଳିଦାନ ନିମନ୍ତେ ପଶୁ, ହୋମବଳି ଦାନ, ଏବଂ ସମାଗମ ତମ୍ୱୁ
  • ପରମେଶ୍ୱରଙ୍କ ନିମନ୍ତେ ଯେଉଁ ବ୍ୟକ୍ତି ଉତ୍ସର୍ଗ ହୋଇଛନ୍ତି ପୁରୋହିତ ସହିତ, ଇସ୍ରାଏଲ ଲୋକ ଏବଂ ବୃଦ୍ଧି ପାଉଥିବା ପୁରୁଷ ପିଲା
  • ବେଳେବେଳେ “ପବିତ୍ରୀ କରଣ” ଶବ୍ଦର ଅର୍ଥ “ଶୁଦ୍ଧ” ସହିତ ସମାନ, ବିଶେଷ ଭାବେ ଯେତେବେଳେ ପରମେଶ୍ୱରଙ୍କ ସେବା ନିମନ୍ତେ ପ୍ରସ୍ତୁତ କରିବା ଯେପରି ସେମାନେ ଶୁଦ୍ଧ ଓ ତାହାଙ୍କ ଗ୍ରାହ୍ୟ ହେବେ

ଅନୁବାଦ ପ୍ରସ୍ତାବ:

  • “ପବିତ୍ର “ଅନୁବାଦ ସହିତ “ପରମେଶ୍ୱରଙ୍କ ସେବା ନିମନ୍ତେ ଅଲଗା କରିବା” କିମ୍ୱା “ପରମେଶ୍ୱରଙ୍କ ସେବା ନିମନ୍ତେ ଶୁଚୀ ହେବ”
  • ଆହୁରି “ପବିତ୍ର” ଏବଂ “ଶୁଦ୍ଧ” ଅନୁବାଦ କରାଯାଇଛି

(ଦେଖ: ପବିତ୍ର, ଶୁଦ୍ଧ, ପବିତ୍ରୀ କରଣ

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H2763, H3027, H4390, H4394, H5144, H5145, H6942, H6944, G1457, G5048

ପବିତ୍ର, ପବିତ୍ରତା, ଅପବିତ୍ର, ଶୁଦ୍ଧ

ସଂଜ୍ଞା:

“ପବିତ୍ର” ଓ ପବିତ୍ରତା ଶବ୍ଦ ଈଶ୍ୱରଙ୍କ ବିଶେଷତାକୁ ବୁଝାଏ ଯାହା ସମ୍ପୂର୍ଣ୍ଣ ଭାବେ ପୃଥକ ଅଟନ୍ତି ଓ ସମସ୍ତ ଜିନିଷ ବା ବିଷୟ ଯାହା ପାପମୟ ଓ ଅଶୁଦ୍ଧଠାରୁ ଅଲଗା I

  • କେବଳ ଈଶ୍ୱର ହିଁ ସିଦ୍ଧ ପବିତ୍ର ଅଟନ୍ତି। ସେ ଲୋକମାନଙ୍କୁ ଓ ବସ୍ତୁ ସବୁକୁ ପବିତ୍ର କରନ୍ତି।
  • ଜଣେ ବ୍ୟକ୍ତି ଯିଏ ପବିତ୍ର ଅଟନ୍ତି ସେ ଈଶ୍ୱରଙ୍କର ଅଟେ ଓ ସେ ଈଶ୍ୱରଙ୍କ ସେବା କରିବା ଓ ତାହାଙ୍କର ମହିମା କରିବା ନିମନ୍ତେ ପୃଥକ ହୋଇ ଅଛି।
  • କୌଣସି ବସ୍ତୁ ଯାହା ଈଶ୍ଵର ପବିତ୍ର ବୋଲି ଘୋଷଣା କରିଛନ୍ତି, ତାହା ହେଉଛି ସେ ନିଜ ଗୌରବ ଏବଂ ବ୍ୟବହାର ପାଇଁ ପୃଥକ କରିଅଛନ୍ତି, ଯେପରିକି ଏକ ଯଜ୍ଞ ଯାହା ତାହାଙ୍କୁ ବଳି ଉତ୍ସର୍ଗ କରିବା ଉଦ୍ଦେଶ୍ୟରେ ବ୍ୟବହୃତ୍ତ ହୁଏ।
  • ଲୋକମାନେ ତାହାଙ୍କ ପାଖକୁ କେବେ ହେଁ ଆସିପାରନ୍ତି ନାହିଁ ଯେ ପର୍ଯ୍ୟନ୍ତ ସେ ଅନୁମତି ନ ଦିଅନ୍ତି, କାରଣ ସେ ପବିତ୍ର ଏବଂ ସେମାନେ କେବଳ ମଣିଷ, ପାପୀ ଏବଂ ତ୍ରୁଟିଯୁକ୍ତ।
  • ପୂରାତନ ନିୟମରେ, ଈଶ୍ୱର ଯାଜକମାନଙ୍କୁ ତାହାଙ୍କର ବିଶେଷ ସେବା ନିମନ୍ତେ ପୃଥକ କରିଅଛନ୍ତି। ଈଶ୍ୱରଙ୍କ ନିକଟବର୍ତ୍ତି ହେବା ନିମନ୍ତେ ସେମାନେ ବିଧିମତ ଅନୁସାରେ ପାପରୁ ଦୌତ ହେବେ ଆବଶ୍ୟକ।
  • ଈଶ୍ଵର ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନ ଯେପରି ପବିତ୍ର ଏବଂ ଜିନିଷଗୁଡ଼ିକ ପୃଥକ କରିଥିଲେ ଯାହା ତାଙ୍କର ଥିଲା କିମ୍ବା ଯେଉଁଠାରେ ସେ ନିଜକୁ ପ୍ରକାଶ କରିଥିଲେ ଯେପରିକି ତାହାଙ୍କ ମନ୍ଦିର।

“ଅପବିତ୍ର“ ଶବ୍ଦର ଅର୍ଥ ଆକ୍ଷରିକ ରୂପରେ “ପବିତ୍ର ନୁହେଁ।" ଏହା ଈଶ୍ୱରଙ୍କୁ କେହିଜଣେ କିମ୍ବା କୌଣସି ବସ୍ତୁ ଯାହା ସମ୍ମାନ ଦିଏ ନାହିଁ।

  • ଏହି ଶବ୍ଦ ସେହି ବ୍ୟକ୍ତି ନିମନ୍ତେ ବର୍ଣ୍ଣନା କରେ ଯିଏ ଈଶ୍ଵରଙ୍କୁ ବିରୋଧ କରିବା ଦ୍ୱାରା ଅସମ୍ମାନ କରେ।
  • ଏକ ଜିନିଷ ବା ବିଷୟ ଯାହାକୁ “ଅପବିତ୍ର” ବୋଲି କୁହାଯାଏ ସାଧାରଣ, ଅପବିତ୍ର କିମ୍ବା ଅଶୁଚି ବୋଲି ବର୍ଣ୍ଣନା କରାଯାଇପାରେ ତାହା ଈଶ୍ଵରଙ୍କର ନୁହେଁ।

“ଶୁଦ୍ଧ ବା ପରିଶୁଦ୍ଧ“ ଶବ୍ଦ ଈଶ୍ୱରଙ୍କୁ ଉପାସନା କରିବା ବସ୍ତୁ ସହିତ ସମ୍ବନ୍ଧାନ୍ୱିତ ରଖେ କିମ୍ବା ବିଜାତୀୟ ଦ୍ୱାରା ମିଥ୍ୟା ଦେବତାମାନଙ୍କୁ ପୂଜା କରିବାକୁ ବ୍ୟାଖ୍ୟା ବା ବର୍ଣ୍ଣନା କରେ।

  • ପୂରାତନ ନିୟମରେ, ମିଥ୍ୟା ଦେବତାମାନଙ୍କର ପୂଜାରେ ବ୍ୟବହୃତ ପଥର ସ୍ତମ୍ଭ ଏବଂ ଅନ୍ୟାନ୍ୟ ବସ୍ତୁକୁ ବର୍ଣ୍ଣନା କରିବା ପାଇଁ “ଶୁଦ୍ଧ ବା ପରିଶୁଦ୍ଧ“ ଶବ୍ଦ ବାରମ୍ବାର କରାଯାଇଥିଲା। ଏହାକୁ “ଧର୍ମପରାୟଣ” ଭାବରେ ମଧ୍ୟ ଅନୁବାଦ କରାଯାଇପାରେ।
  • “ଶୁଦ୍ଧ ସଙ୍ଗୀତ/ଭଜନ“ କିମ୍ବା “ଶୁଦ୍ଧ ଗୀତ“ ସେହି ସେହି ବାଦ୍ୟ ଯନ୍ତ୍ରକୁ ଦର୍ଶାଏ ଯାହା ଈଶ୍ୱରଙ୍କ ମହିମା ନିମନ୍ତେ ବ୍ୟବହୃତ ହୁଏ।

ଏହାକୁ “ସଦାପ୍ରଭୁଙ୍କ ନିମନ୍ତେ ଉପାସନା କରିବା ନିମନ୍ତେ ବାଦ୍ୟ ଯନ୍ତ୍ର“ କିମ୍ବା “ଈଶ୍ୱରଙ୍କ ସ୍ତୁତି କରୁଥିବା ସଂଗୀତ“ ରୂପରେ ଅନୁବାଦ କରାଯାଇପାରେ।

  • “ଶୁଦ୍ଧ କର୍ତ୍ତବ୍ୟ ସବୁ“ ବାକ୍ୟାଂଶକୁ “ଧାର୍ମିକ ବା ଧର୍ମପରାୟଣ କର୍ତ୍ତବ୍ୟ ସବୁ” କିମ୍ବା ଈଶ୍ୱରଙ୍କ ଉପାସନା କରିବାରେ ଯାଜକ ଲୋକମାନଙ୍କ ନେତୃତ୍ୱ କରନ୍ତି। ଏହା “ଶୁଦ୍ଧି କରଣ“ କରେ କୁ ଦର୍ଶାଏ I ଏହା ବିଜାତୀୟ ପୂଜାରୀ ତାର ମିଥ୍ୟା ବା ଭଣ୍ଡ ଦେବତାମାନଙ୍କୁର ପୂଜା କରିବାର ବିଧିକୁ ମଧ୍ୟ ଦର୍ଶାଏ।

ଅନୁବାଦ ପ୍ରସ୍ତାବ:

  • “ପବିତ୍ର” ଅନୁବାଦ କରିବାର ଉପାୟଗୁଡ଼ିକ ହୁଏତ “ଈଶ୍ୱରଙ୍କ ନିମନ୍ତେ ପୃଥକ କରାଯିବା“ କିମ୍ବା “ସଂପୂର୍ଣ୍ଣ ଶୁଦ୍ଧ” କିମ୍ବା “ସଂପୂର୍ଣ୍ଣ ପାପ ରହିତ“ କିମ୍ବା “ପାପରୁ ପୃଥକ” ଅନ୍ତର୍ଭୁକ୍ତ ହୋଇପାରେ।

  • ଯେପରି “ପବିତ୍ର କରିବା“ ଅନେକ ସମୟରେ ଇଂରାଜୀରେ “ଶୁଦ୍ଧି କରଣ“ ରୂପରେ ଅନୁବାଦ କରାଯାଏ। ଏହା ଏପରି “ଈଶ୍ୱରଙ୍କ ନିମନ୍ତେ (କାହାକୁ) ପୃଥକ କରାଯିବା“ ରୂପରେ ମଧ୍ୟ ଅନୁବାଦ କରାଯାଏ।

  • “ଅପବିତ୍ର ବା ଅଶୁଦ୍ଧ" ଅନୁବାଦ କରିବାର ଭିନ୍ନ ଭାବରେ ଅନୁବାଦ କଲେ “ପବିତ୍ର ନୁହେଁ“ କିମ୍ବା “ଈଶ୍ୱରଙ୍କର ନୁହେଁ“ କିମ୍ବା “ଈଶ୍ୱରଙ୍କୁ ସମ୍ମାନ ଦିଏ ନାହିଁ" କିମ୍ବା “ଈଶ୍ୱରୀୟ ନୁହେଁ“ ଅନ୍ତର୍ଭୁକ୍ତ ହୋଇପାରେ।

  • କେତେକ ପ୍ରସଙ୍ଗରେ “ଅପବିତ୍ର” ଯେପରି “ଅଶୁଦ୍ଧ ବା ଅଶୁଚୀ“ ରୂପରେ ଅନୁବାଦ କରାଯାଏ I

(ପୁନଶ୍ଚ ଦେଖନ୍ତୁ: ପବିତ୍ର ଆତ୍ମା, ପବିତ୍ର କରିବା, ପବିତ୍ର କରିବା, ପୃଥକ କରିବା)

ବାଇବଲ ପଦପର୍ବ:

ଉଦାହରଣଗୁଡ଼ିକ ବାଇବଲ କାହାଣୀରୁ:

ସେ (ଈଶ୍ୱର) ସପ୍ତମ ଦିନକୁ ଆଶୀର୍ବାଦ କଲେ ଓ ତାହାକୁ ପବିତ୍ର କଲେ କାରଣ ଏହି ଦିନରେ ସେ ସମସ୍ତ କାର୍ଯ୍ୟରୁ ବିଶ୍ରାମ ନେଲେ।

  • 09:12 “ତୁମ୍ଭେ ଏକ ପବିତ୍ର ଭୂମିରେ ଠିଆ ହୋଇଅଛ।
  • 13:01 “ଯଦି ତୁମେ ମୋର ବିଶ୍ୱାସ କରିବ ଓ ମୋର ଚୁକ୍ତି ରଖିବ, ତେବେ ତୁମ୍ଭେ ମୋର ଉପହାର ସମ୍ପତି, ଯାଜକମାନଙ୍କ ବର୍ଗ ଓ ଏକ ପବିତ୍ର ଜାତି ହେବ।"
  • 13:05 “ବିଶ୍ରାମ ଦିନକୁ ପବିତ୍ରମାନିବା ନିମନ୍ତେ ସ୍ମରଣ ରଖ।"
  • 22:05 “ତେଣୁ ଶିଶୁ ପବିତ୍ର ହେବ, ଈଶ୍ୱରଙ୍କ ପୁତ୍ର କୁହାଯିବ।"
  • 50:02 ଯେତେବେଳେ ଆମେ ଯୀଶୁଙ୍କ ପୁନରାଗମନକୁ ଅପେକ୍ଷା , ପ୍ରଭୁ ଆମକୁ ଏହି ପରି ଜୀବନଯାପନ କରିବାକୁ ଚାହାନ୍ତି ଯାହା ପବିତ୍ର ଓ ତାହାଙ୍କୁ ସମ୍ମାନ ଦେଉ ଥିଵ I ଯେହେତୁ ଆମ୍ଭେମାନେ ଯୀଶୁଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରୁ, ଈଶ୍ଵର ଚାହାଁନ୍ତି ଯେ ଆମ୍ଭେମାନେ ପବିତ୍ର ଭାବରେ ଜୀବନଯାପନ କରିବା ଏବଂ ତାହା ତାହାଙ୍କୁ ସମ୍ମାନ କରେ।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H430, H2455, H2623, H4676, H4720, H6918, H6922, H6942, H6944, H6948, G37, G38, G39, G40, G41, G42, G462, G1859, G2150, G2412, G2413, G2839, G3741, G3742

ପରମେଶ୍ୱର

ସଂଜ୍ଞା:

ବାଇବଲରେ, “ପରମେଶ୍ୱର” ଶବ୍ଦ ଅନନ୍ତ ସ୍ଥିତି ଓ ଯେ ସମସ୍ତ ବିଶ୍ୱକୁ ଶୂନ୍ୟତାରୁ ବ୍ରମହାଣ୍ଡକୁ ସୃଷ୍ଟି କରିଅଛନ୍ତି ତାହାକୁ ଦର୍ଶାଏ। ପରମେଶ୍ୱର ପିତା, ପୁତ୍ର ଓ ପବିତ୍ରା ଆତ୍ମା ରୂପରେ ଅସ୍ତିତ୍ୱରେ ଅଛନ୍ତି। ପରମେଶ୍ୱରଙ୍କ ବ୍ୟକ୍ତିଗତ ନାମ “ସଦାପ୍ରଭୁ“ ଅଟେ।

  • ପରମେଶ୍ଵର ସର୍ବଦା ବିଦ୍ୟମାନ ଅଛନ୍ତି; ସେ କୌଣସି ବସ୍ତୁର ଅସ୍ତିତ୍ୱ ପୁର୍ବେ ଅଛନ୍ତି, ଓ ସେ ଚିରକାଳ ନିମନ୍ତେ ନିରନ୍ତର ବିଦ୍ୟମାନ ରହିବେ।
  • ସେ ହିଁ କେବଳ ସତ୍ୟ ପରମେଶ୍ଵର ଅଟନ୍ତି ଓ ବିଶ୍ୱର ସମସ୍ତ ବିଷୟ ଉପରେ ତାହାଙ୍କ ଅଧିକାର ଅଛି।
  • ପରମେଶ୍ୱର ସମ୍ପୁର୍ଣ୍ଣ ଭାବରେ ଧାର୍ମିକ, ଅନନ୍ତ ଜ୍ଞାନୀ, ପବିତ୍ର, ପାପ ରହିତ, ଧର୍ମୀ, ଦୟାଳୁ ଓ ପ୍ରେମିମୟ ଅଟନ୍ତି।
  • ସେ ଚୁକ୍ତି ରଖନ୍ତି, ସବୁବେଳେ ଯିଏ ତାହାଙ୍କ ପ୍ରତିଜ୍ଞା ଗୁଡ଼ିକ ପୁରଣକାରି ପରମେଶ୍ଵର ଅଟନ୍ତି।
  • ପରମେଶ୍ୱରଙ୍କ ଉପାସନା କରିବା ନିମନ୍ତେ ଲୋକମାନଙ୍କୁ ସୃଷ୍ଟି କରାଯାଇଅଛି ଓ କେବଳ ସେ ଏକ ଯାହାକୁ ସେମାନେ ଉପାସନା କରିବା ଉଚିତ ଅଟେ।
  • ପରମେଶ୍ୱର ତାହାଙ୍କ ନାମ “ସଦାପ୍ରଭୁ” ବୋଲି ପ୍ରକାଶ କଲେ, ଯାହାର ଅର୍ଥ “ସେ ଅଟନ୍ତି” କିଅବା "ଆମ୍ଭେ" କିଅବା “ଯିଏ ସର୍ବଦା ବିଦ୍ୟମାନ।"
  • ବାଇବଲ “ମିଥ୍ୟା ଦେବତାମାନଙ୍କ" ବିଷୟରେ ମଧ୍ୟ ଶିକ୍ଷା ଦିଏ, ଯାହା ନିର୍ଜୀବ ପ୍ରତିମୂର୍ତ୍ତି ଅଟେ ଯାହାକୁ ଲୋକମାନେ ପୂଜା କରନ୍ତି।

ଅନୁବାଦ ପସ୍ତାବ ଗୁଡ଼ିକ:

  • “ପରମେଶ୍ୱର”କୁ ଅନ୍ୟ ପ୍ରକାରେ ଅନୁବାଦ କରାଯାଇ ପାରେ “ଦେବ“ କିଅବା “ସୃଷ୍ଟି କର୍ତ୍ତା“ କିଅବା “ସର୍ବୋଚ୍ଚ ବ୍ୟକ୍ତିତ୍ୱ/ଅସ୍ତିତ୍ୱ।“ କିଅବା "ଅସୀମ ସର୍ବଶକ୍ତିମାନ ପ୍ରଭୁ" କିଅବା "ଅନନ୍ତ ସର୍ବୋଚ୍ଚ ବ୍ୟକ୍ତିତ୍ୱ/ଅସ୍ତିତ୍ୱ।"
  • ପରମେଶ୍ୱରଙ୍କୁ କିପରି ସ୍ଥାନୀୟ ଓ ରାଷ୍ଟ୍ରୀୟ ଭାଷାରେ ସମ୍ବୋଧିତ କରାଯାଏ ତାହା ବିଚାର। ହୋଇପାରେ ଅନୁବାଦ କରାଯାଇଥିବା ଭାଷାରେ ସେଠାରେ ରମେଶ୍ଵରଙ୍କର ଅନ୍ୟ କୌଣସି ଶବ୍ଦ ପୁର୍ବରୁ ଥାଇପାରେ। ଯଦି ଥାଇପାରେ, ତେବେ ସୁନିଶ୍ଚିନ୍ତ ଥାଆନ୍ତୁ କି ସେହି ଶବ୍ଦ ସତ୍ୟ ପରମେଶ୍ୱରଙ୍କ ଚରିତ୍ର ଯାହା ଉପରେ ଲିଖିତ ଅଛି ମେଳ ଖାଉଥିବା ଆବଶ୍ୟକ ଅଟେ।
  • ଅନେକ ଭାଷାରେ ମିଥ୍ୟା ଦେବତାମାନଙ୍କଠାରୁ ପୃଥକ କରିବା ନିମନ୍ତେ ପ୍ରକୃତ ସତ୍ରୟ ମେଶ୍ୱରଙ୍କ ନିମନ୍ତେ ପ୍ରଥମ ଅକ୍ଷର ବଡ଼ ରୂପରେ ଦର୍ଶାଯାଏ। ଆଉ ଅନ୍ୟ ଏକ ରୂପରେ ଏହାକୁ ପୃଥକ କରାଯାଏ ଯେପରି “ପରମେଶ୍ୱର“ ଓ “ଦେବତା” ବ୍ୟବହାର କରାଯାଏ। ସଂକ୍ଷିପ୍ତ ଟିପ୍ପଣୀ: ବାଇବଲ ଭାଷାରେ, ଯେତେବେଳେ ଜଣେ ବ୍ୟକ୍ତି ଯିଏ ସଦପ୍ରଭୁଙ୍କର ଉପାସନା କରେ ନାହିଁ ସଦାପ୍ରଭୁଙ୍କ ବିଷୟରେ କଥା କୁହେ ଏବଂ "ଦେବତା" ଶବ୍ଦର ବ୍ୟବହାର କରେ, ତେବେ ଏହା ପ୍ରଥମ ଅକ୍ଷର ବଡ଼ ରୂପ ନ ଦର୍ଶାଇଲେ ମଧ୍ୟ ଗ୍ରହଣୀୟ ଅଟେ (ଦେଖନ୍ତୁ ଯୁନସ 1:6, 3:9)।
  • ବାକ୍ୟାଂଶ “ମୁଁ ସେମାନଙ୍କର ପରମେଶ୍ୱର ହେବି ଆଉ ସେମାନେ ମୋର ଲୋକ ହେବେ“କୁ ଏପରି ଭାବରେ ମଧ୍ୟ ଅନୁବାଦ କରାଯାଇ ପାରେ ଯଥା “ମୁଁ ପରମେଶ୍ୱର ଏହି ଲୋକମାନଙ୍କ ଉପରେ ଶାସନ କରିବି ଓ ସେମାନେ ମୋତେ ଉପାସନା କରିବେ।"

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ

(ଆହୁରି ଦେଖନ୍ତୁ: ସୃଷ୍ଟି, ମିଥ୍ୟା ଦେବତା, ପିତା ପରମେଶ୍ୱର, ପବିତ ଆତ୍ମା, ପରମେଶ୍ୱରଙ୍କ, ସଦାପ୍ରଭୁ)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • 01:01 ପରମେଶ୍ୱର ସମସ୍ତ ବିଶ୍ୱ ଓ ତାହା ମଧ୍ୟରେ ସବୁକିଛି ଛ ଦିନରେ ସୃଷ୍ଟି କଲେ।
  • 01:15 ପରମେଶ୍ୱର ନର ଓ ନାରୀକୁ ତାହାଙ୍କ ପ୍ରତିମୂର୍ତ୍ତିରେ ନିର୍ମାଣ କଲେ।
  • 05:03 “ମୁଁ ଶର୍ବଶକ୍ତିମାନ ପରମେଶ୍ୱର ଅଟେ“I ମୁଁ ତୁମ୍ଭ ସହିତ ଏକ ଚୁକ୍ତି ସ୍ଥାପନ କରିବି।"
  • 09:14 ପରମେଶ୍ୱର କହିଲେ, “ଆମ୍ଭେ ଯେ ଅଛୁ ସେ ଅଛୁ," 'ସ୍ଵୟମ୍ଭୂ (ଆମ୍ଭେ ଅଛୁ) ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇ ଅଛନ୍ତି।' ଆହୁରି ସେମାନଙ୍କୁ କୁହ, 'ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇସାକ ଓ ଯାକୁବଙ୍କ ପରମେଶ୍ୱର ଅଟୁ। ଚିରଦିନ ନିମନ୍ତେ ଏହା ମହୋର ନାମ ଅଟେ।"
  • 10:02 ଏହି ମହାମାରୀ ସକଳ ଦେଇ ପରମେଶ୍ୱର ଫାରକୁ ଦର୍ଶାଇଲେ ଯେ ସେ ଫାର ଓ ସମସ୍ତ ମିସରୀୟ ଦେବତାମାନଙ୍କଠାରୁ ଅତି ଶକ୍ତିଶାଳୀ ଅଟନ୍ତି।
  • 16:01 ଇସ୍ରାଏଲ ଲୋକମାନେ ସଦାପ୍ରଭୁ ଯେ ସତ୍ୟ ପରମେଶ୍ୱରଙ୍କୁ ଛାଡ଼ି କିଣାନୀୟ ଦେବତାମାନଙ୍କର ଉପାସନା କରିବାକୁ ଆରମ୍ଭ ଲାଗିଲେ।
  • 22:07 ତୁମ୍ଭେ, ମୋହର ପୁତ୍ର ସର୍ବୋପରିସ୍ଥ ପରମେଶ୍ୱରଙ୍କର ଭବିଷ୍ୟତବକ୍ତା କୁହା ଯିବ ଯେ ମସିହାଙ୍କୁ ଗ୍ରହଣ କରିବା ନିମନ୍ତେ ଲୋକ ସମୁହକୁ ପ୍ରସ୍ତୁତ କରିବ!"
  • 24:09 ପରମେଶ୍ୱର କେବଳ ଏକ ହିଁ ଅଟନ୍ତି। କିନ୍ତୁ ଯୋହନ ଯେତେବେଳେ ବାପ୍ତିସ୍ମ ଦେଉଥିଲେ ସେ ପିତା ପରମେଶ୍ୱରଙ୍କର ବାଣୀ ଶୁଣିଲେ ଓ ପୁତ୍ର ଯୀଶୁଙ୍କୁ ଓ ପବିତ୍ର ଅତ୍ମାଙ୍କୁ ଦେଖିଲେ।
  • 25:07 “କେବଳ ତୁମ୍ଭର ପ୍ରଭୁ ପରମେଶ୍ୱରଙ୍କର ଉପାସନା କରିବ ଓ ତାହାଙ୍କର ସେବା କରିବ।"
  • 28:01 “କେବଳ ଜଣେ ଅଛନ୍ତି ଯିଏ ଉତ୍ତମ ଅଟନ୍ତି, ଓ ସେ ପରମେଶ୍ୱର ଅଟନ୍ତି।"
  • 49:09 କିନ୍ତୁ ପରମେଶ୍ୱର ଜଗତକୁ ଏମନ୍ତ ପ୍ରେମ କଲେ ଯେ ସେ ଆପଣାର ଏକମାତ୍ର ପୁତ୍ରଙ୍କୁ ଦାନ କଲେ, ଯେହେତୁ ଯେ କେହି ଯୀଶୁଙ୍କଠାରେ ବିଶ୍ୱାସ କରେ ସେ ତାର ପାପ ନିମନ୍ତେ ଦଣ୍ଡିତ ହେବ ନାହିଁ, କିନ୍ତୁ ଅନନ୍ତ କାଳ ପରମେଶ୍ୱରଙ୍କ ସହିତ ଚୀରକାଳ ଜୀବିତ ରହିବ।
  • 50:16 କିନ୍ତୁ ଦିନେ ପରମେଶ୍ୱର ଏକ ନୂତନ ପୃଥିବୀ ଓ ନୂତନ ସ୍ୱର୍ଗର ସୃଷ୍ଟି କରିବେ ଯାହା ସମ୍ପୂର୍ଣ୍ଣ ହେବ।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H136, H305, H410, H426, H430, H433, H2486, H2623, H3068, H3069, H3863, H4136, H6697, G112, G516, G932, G935, G1096, G1140, G2098, G2124, G2128, G2150, G2152, G2153, G2299, G2304, G2305, G2312, G2313, G2314, G2315, G2316, G2317, G2318, G2319, G2320, G3361, G3785, G4151, G5207, G5377, G5463, G5537, G5538

ପରମେଶ୍ୱରଙ୍କ ଇଛା

ସଂଜ୍ଞା:

“ପରମେଶ୍ୱରଙ୍କ ଇଛା” ପରମେଶ୍ୱରଙ୍କର ଇଛା ଓ ଯୋଜନା କୁ ଦର୍ଶାଏ I ପରମେଶ୍ୱରଙ୍କ ଇଛା ବିଶେଷ କରି ଯେତେବେଳେ ତାହାଙ୍କର ଲୋକ ସହିତ ସମ୍ୱଧ ଓ ସେ ତାହାଙ୍କର ଲୋକଙ୍କଠାରୁ କଅଣ ପ୍ରତିକ୍ରିୟା ଚାହାନ୍ତି କୁ ଦର୍ଶାଏ I

  • ଏହା ତାହାଙ୍କର ସୃଷ୍ଟି ପ୍ରତି ତାହାଙ୍କର ଇଛା ଓ ଯୋଜନା କୁ ମଧ୍ୟ ଦର୍ଶାଏ I
  • “ଇଛା” ଶବ୍ଦର ଅର୍ଥ “ଦୃଢ ଇଛା ଶକ୍ତି” କିଅବା “କାମନା” ଅଟେ I

ଅନୁବାଦ ପ୍ରସ୍ତାବ:

  • “ପରମେଶ୍ୱରଙ୍କ ଇଛା” କୁ “ପରମେଶ୍ୱର କଅଣ ଚାହାନ୍ତି” କିଅବା “ପରମେଶ୍ୱର କଅଣ ଯୋଜନା କରି ଅଛନ୍ତି” କିଅବା “ପରମେଶ୍ୱରଙ୍କର ଉଦ୍ଦେଶ୍ୟ” କିଅବା “ପରମେଶ୍ୱରଙ୍କୁ କଅଣ ଆନନ୍ଦ ପ୍ରଦାନ କରେ “ରୂପରେ ଅନୁବାଦ କରାଯାଇପାରେ I

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H6310, H6634, H7522, G1012, G1013, G2307, G2308, G2309, G2596

ପରମେଶ୍ୱରଙ୍କ ଘର, ସଦାପ୍ରଭୁଙ୍କ ଘର

ସଂଜ୍ଞା:

ବାଇବଲରେ, ବାକ୍ୟାଂଶ “ପରମେଶ୍ୱରଙ୍କ ଘର” ଓ “ସଦାପ୍ରଭୁଙ୍କ ଘର “ସେହି ସ୍ଥାନ କୁ ଦର୍ଶାଏ ଯେଉଁଠାରେ ପରମେଶ୍ୱର ପୂଜା ପାଆନ୍ତି I

  • ଏହି ଶବ୍ଦ ଅତି ବିଶେଷ ରୂପରେ ମିଳାପ ତମ୍ୱୁ କୁ ଓ ମନ୍ଦିର କୁ ଦର୍ଶାଏ I
  • କେତେକ ସମୟରେ “ପରମେଶ୍ୱରଙ୍କ ଘର ପରମେଶ୍ୱରଙ୍କ ଲୋକଙ୍କୁ ଦର୍ଶାଏ I

ଅନୁବାଦ ପ୍ରସ୍ତାବ:

  • ଯେତେବେଳେ ଏକ ଉପାସନା ର ସ୍ଥାନ କୁ ଦର୍ଶାଏ, ଏହି ଶବ୍ଦ କୁ “ଏକ ଘର ପରମେଶ୍ୱରଙ୍କ ପୂଜା ନିମନ୍ତେ” କିଅବା “ଏକ ସ୍ଥାନ ଯେଉଁଠାରେ ପରମେଶ୍ୱର ପୂଜା ପାଆନ୍ତି “ରୂପରେ ଅନୁବାଦ କରାଯାଇପାରେ I

  • ଏହା ମିଳାପ ତମ୍ୱୁ କିଅବା ମନ୍ଦିରକୁ ଦର୍ଶାଏ, ଏହା କୁ “ମନ୍ଦିର ଯେଉଁଠାରେ ପରମେଶ୍ୱର ପୂଜା ପାଆନ୍ତି(ମିଳାପ ତମ୍ୱୁ”)” କିଅବା “ଯେଉଥାରେ ପରମେଶ୍ୱର ରହନ୍ତି “କିଅବା (“ପରମେଶ୍ୱର ଯେଉଁଠାରେ ନିଜ ଲୋକଙ୍କ ସହିତ ଭେଟ କରନ୍ତି “) ରୂପରେ ଅନୁବାଦ କରାଯାଏ I

  • “ଘର “ମହତ୍‌ୱପୂର୍ଣ୍ଣ ଶବ୍ଦ ଅଟେ ଅନୁବାଦ ନିମନ୍ତେ ବ୍ୟବହାର କରା ଯିବା ଆବଶ୍ୟକ ଅଟେ, କି ପ୍ରଭୁ ସେହିଠାରେ “ବାସ” କରନ୍ତି ଦେଖାଇବାକୁ ତାହା ତାହାଙ୍କ ଆତ୍ମା ସେହି ସ୍ଥାନରେ ଅଛି ତାହାଙ୍କ ଲୋକଙ୍କ ସହିତ ଭେଟ କରିବା ନିମନ୍ତେ ଓ ତାହାଙ୍କ ଦ୍ୱାରା ପୂଜା ପାଇବା ନିମନ୍ତେ I

(ଆହୁରି ଦେଖନ୍ତୁ: ପରମେଶ୍ୱରଙ୍କ ଲୋକ, ମିଳାପ ତମ୍ୱୁ, ମନ୍ଦିର)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H426, H430, H1004, H1005, H3068, G2316, G3624

ପରମେଶ୍ୱରଙ୍କ ପୁତ୍ରଗଣ

ସଂଜ୍ଞା:

“ପରମେଶ୍ୱରଙ୍କ ପୁତ୍ରଗଣ” ଶବ୍ଦ ଉପମା ଅଟେ ଯାହାର ବିଭିନ୍ନ୍ ପ୍ରକାର ର ଅର୍ଥ ଅଛି

  • ନୂତନ ନିୟମରେ, “ଇଶ୍ୱରଙ୍କ ସନ୍ତାନ” ସମସ୍ତ ଯୀଶୁଙ୍କୁ ବିଶ୍ୱାସ କରିଥିବା ବିଶ୍ୱାସୀମାନଙ୍କୁ ବୁଝାଏ ଏବଂ ସାଧାରଣ ଅନୁବାଦ ହୋଇଥାଏ “ଇଶ୍ୱରଙ୍କ ସନ୍ତାନ ସନ୍ତତି” କାରଣ ଏହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ବୁଝାଏ
  • ଏହି ଶବ୍ଦ ପ୍ରକାଶ କରେ ଇଶ୍ୱରଙ୍କ ସମ୍ପର୍କ ଯାହା ସେ ମନୁଷ୍ୟ ସନ୍ତାନ ଓ ତାଙ୍କର ପିତାଙ୍କ ସହିତ ସମ୍ପର୍କ ଏହା ସହ ପୁତ୍ରଙ୍କୁ ମିଳିଥିବା ସମସ୍ତ ସହଭାଗିତା
  • କେହି କେହି “ଇଶ୍ୱରଙ୍କ ପୁତ୍ର “ଶବ୍ଦର ଭାଷାନ୍ତର କରନ୍ତି ଯେପରି ଆଦି ୬ ପର୍ୱରେ ବର୍ଣ୍ଣନା ହୋଇଛି ଅର୍ଥ ପତିତ ଦୂତ- ମନ୍ଦ ଆତ୍ମା କିମ୍ୱା ପିଶାଚ

ଅନ୍ୟମାନେ ଜଣେ ଶକ୍ତିଶାଳୀ ରାଜ ନୈତିକ ନେତା କିମ୍ୱା ସେଥଙ୍କର ସନ୍ତାନ ଗଣ ଦର୍ଶାଏ ବୋଲି ଭାବନ୍ତି

  • ନୂତନ ନିୟମରେ, “ଇଶ୍ୱରଙ୍କ ପୁତ୍ରଗଣ” ଯୀଶୁଙ୍କଠାରେ ସମସ୍ତ ବିଶ୍ୱାସୀକୁ ବୁଝାଏ ଏବଂ ଏହା ଅନୁବାଦ ହେବ ଯଥା “ଇଶ୍ୱରଙ୍କର ସନ୍ତାନ” କାରଣ ଏହା ଉଭୟ ପୁରୁଷ ଓ ମହିଳାଙ୍କୁ ମିଶାଇ
  • ଏହି ଶବ୍ଦ ପ୍ରକାଶ କରେ ଇଶ୍ୱରଙ୍କ ସମ୍ପର୍କ ଯାହା ସେ ମନୁଷ୍ୟ ସନ୍ତାନ ଓ ତାଙ୍କର ପିତାଙ୍କ ସହିତ ସମ୍ପର୍କ ଏହା ସହ ପୁତ୍ରଙ୍କୁ ମିଳିଥିବା ସମସ୍ତ ସହଭାଗିତା
  • “ଇଶ୍ୱରଙ୍କ ପୁତ୍ର” ଉପାଖ୍ୟାନ ଏକ ଭିନ୍ନ: ଏହା ଯୀଶୁଙ୍କୁ ଦର୍ଶାଏ, ଯିଏ କି ଇଶ୍ୱରଙ୍କ ଏକ ମାତ୍ର ପୁତ୍ର

ଅନୁବାଦ ପ୍ରସ୍ତାବ ଗୁଡିକ:

  • ଯେତେବେଳେ “ଇଶ୍ୱରଙ୍କ ପୁତ୍ରଗଣ ” ସମସ୍ତ ଯୀଶୁଙ୍କୁ ବିଶ୍ୱାସ କରିଥିବା ବିଶ୍ୱାସୀମାନଙ୍କୁ ବୁଝାଏ ଏବଂ ସାଧାରଣତଃ ଅନୁବାଦ ହୋଇଥାଏ “ଇଶ୍ୱରଙ୍କ ସନ୍ତାନ ସନ୍ତତି”
  • ଆଦି ୬:୨ ଏବ ୪ ଭାବରେ ଅନୁବାଦ ହେବ “ପରମେଶ୍ୱରଙ୍କ ପୁତ୍ରଗଣ” ମଧ୍ୟ ହୋଇପାରିବ ଯଥା “ଦୂତଗଣ”, “ଦୈବୀ ଗଣ “, “ଅଲୌକିକ ପ୍ରାଣୀ ଗଣ” କିମ୍ୱା “ପିଶାଚ”
  • “ପୁତ୍ର” ସୁଚୀ କଡି ଦେଖନ୍ତୁ

(ଦେଖ: ଦୂତଗଣ, ପିଶାଚ, ପୁତ୍ର, ଇଶ୍ୱରଙ୍କ ପୁତ୍ର, ଶାସକ, ଆତ୍ମା)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H430, H1121, G2316, G5043, G5207

ପରମେଶ୍ୱରଙ୍କ ବା ଈଶ୍ଵରଙ୍କ ବାକ୍ୟ, ସଦାପ୍ରଭୁ ବାକ୍ୟ, ପ୍ରଭୁଙ୍କ ବାକ୍ୟ, ସତ୍ୟର ବାକ୍ୟ, ଧର୍ମୋଶାସ୍ତ୍ର

ସଂଜ୍ଞା:

ବାଇବଲରେ, “ଈଶ୍ୱରଙ୍କର ବାକ୍ୟ” ଯାହା କିଛି ବ୍ୟବହୃତ ଭାଷା ଈଶ୍ୱର ନିଜ ଲୋକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରନ୍ତି ତାହାକୁ ଦର୍ଶାଏ। ଏହା କଥନ ଓ ଲିଖିତ ସମ୍ୱାଦ ଅନ୍ତର୍ଭୁକ୍ତ ଅଟେ। ଯୀଶୁଙ୍କୁ “ଈଶ୍ୱରଙ୍କର ବାକ୍ୟ” ବୋଲି ମଧ୍ୟ କୁହାଜାଏ।

  • ଧର୍ମଶାସ୍ତ୍ରର ଅର୍ଥ ହେଉଛି “ଲେଖନ।" ଏହା କେବଳ ନୂତନ ନିୟମରେ ଉଲ୍ଲେଖ ଅଛି, ଏବଂ ଏବ୍ରୀ ଶାସ୍ତ୍ରଗୁଡିକୁ ଦର୍ଶାଏ, ଯାହା ପୂରାତନ ନୀୟମ ଅଟେ। ଏହି ସବୁ ଲେଖାଗୁଡ଼ିକ ଈଶ୍ୱରଙ୍କ ସମ୍ୱାଦ ଅଟେ ଯାହାକୁ ସେ ଲୋକମାନଙ୍କୁ ଲେଖିବାକୁ କହିଥିଲେ ଯେପରି ବହୁ ବର୍ଷ ପରେ ମଧ୍ୟ ଭବିଷ୍ୟରେ ଲୋକମାନେ ପାଠ କରିପାରିବେ।

  • ତାହା ସହିତ ସମାନ ଶବ୍ଦ “ସଦାପ୍ରଭୁଙ୍କ ବାକ୍ୟ” ଓ “ପ୍ରଭୁଙ୍କର ବାକ୍ୟ” ଏକ ବିଶେଷ ସମ୍ୱାଦକୁ ଦର୍ଶାଏ ଯାହା ପ୍ରଭୁ ଭବିଷ୍ୟବକ୍ତାଗଣକୁ ଓ ଅନ୍ୟ ଲୋକଙ୍କୁ ବାଇବଲରେ ଦେଇ ଅଛନ୍ତି।

  • କେତେବେଳେ କେମିତି ଏହି ଶବ୍ଦ ସାଧାରଣ ଭାବରେ “ବାକ୍ୟ” କିମ୍ବା “ମୋର ବାକ୍ୟ” କିମ୍ବା “ତୁମ୍ଭମାନଙ୍କର ବାକ୍ୟ” ରୂପରେ ଦେଖାଯାଏ। (ଯେତେବେଳେ ଈଶ୍ୱରଙ୍କର ବାକ୍ୟ ବିଷୟରେ କୁହଯାଏ)

  • ନୂତନ ନିୟମରେ, ଯୀଶୁଙ୍କୁ “ବାକ୍ୟ” ଏବଂ “ଈଶ୍ଵରଙ୍କ ବାକ୍ୟ” ବୋଲି କୁହାଯାଏ। ଏହି ସବୁ ପଦବୀର ଅର୍ଥ ହେଉଛି ଈଶ୍ୱର କିଏ ଯୀଶୁ ସମ୍ପୂର୍ଣ୍ଣ ରୂପେରେ ପ୍ରକାଶ କରନ୍ତି, କାରଣ ସେ ନିଜେ ଈଶ୍ୱର ଅଟନ୍ତି।

  • “ସତ୍ୟମୟ ବାକ୍ୟ” ହେଉଛି ଭିନ୍ନ ଭାବରେ “ଈଶ୍ୱରଙ୍କ ବାକ୍ୟକୁ” ସମ୍ବୋଧିତ କରିବା କରେ, ଯାହା ତାହାଙ୍କ ବାର୍ତ୍ତା ଏବଂ ଶିକ୍ଷା ଅଟେ। ଏହା କେବଳ ଏକ ଶବ୍ଦକୁ ସମ୍ବୋଧିତ କରେ ନାହିଁ।

  • ଈଶ୍ଵର ନିଜ ବିଷୟରେ ଲୋକମାନଙ୍କୁ ଯାହା କିଛି ଶିକ୍ଷା ଦେଇଛନ୍ତି ତାହା ଈଶ୍ଵରଙ୍କ ସତ୍ୟର ବାକ୍ୟ ଅଟେ, ତାହାଙ୍କର ସୃଷ୍ଟି, ଓ ଖ୍ରୀଷ୍ଟ ଯୀଶୁ ଦ୍ୱାରା ତାହାଙ୍କର ଉଦ୍ଧାରର ଯୋଜନା ଅନ୍ତରଭୁକ୍ତ ଅଟେ।

  • ଏହି ଶବ୍ଦ ଏହା ଗୁରୁତ୍ୱ ଆରୋପ କରେ ଯାହା ଈଶ୍ଵର ଆମ୍ଭମାନଙ୍କୁ କହିଛନ୍ତି ତାହା ସତ୍ୟ, ବିଶ୍ୱାସଯୋଗ୍ୟ ଓ ବାସ୍ତବ ଅଟେ।

ଅନୁବାଦ ପ୍ରସ୍ତାବ:

  • ପୃଷ୍ଠଭୂମି ଉପରେ ନିର୍ଭର କରି, ଭିନ୍ନ ପ୍ରକାରରେ ଏହାକୁ ଅନୁବାଦ କଲେ “ସଦାପ୍ରଭୁଙ୍କ ବାର୍ତ୍ତା” କିଅବା “ଈଶ୍ୱରଙ୍କ ବାର୍ତ୍ତା” କିମ୍ବା “ଈଶ୍ୱରଙ୍କ ଶିକ୍ଷା“ ଅନ୍ତର୍ଭୁକ୍ତ ଅଟେ।

  • ଏହା କେତେକ ଭାଷାରେ ବହୁ ବଚନ କରିବା ଅତି ସାଧାରଣ ଅଟେ ଓ କହିବା “ଈଶ୍ୱରଙ୍କ ବାକ୍ୟଗୁଡ଼ିକ” କିମ୍ବା “ସଦାପ୍ରଭୁଙ୍କ ବାକ୍ୟଗୁଡ଼ିକ।"

  • “ସଦାପ୍ରଭୁଙ୍କ ବାକ୍ୟ ଆସିଲେ“ ଅଭିବ୍ୟକ୍ତି ଅନେକ ସମୟରେ ଏପରି କିଛି ପରିଚିତ କରାଇବା ପାଇଁ ବ୍ୟବହୃତ ହୁଏ ଯାହା ଈଶ୍ୱରଙ୍କ ତାହାଙ୍କ ଭବିଷ୍ୟବକ୍ତାଗଣକୁ କିମ୍ବା ତାହାଙ୍କ ଲୋକମାନଙ୍କୁ କହିଲେ। ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ ଯଥା “ସଦାପ୍ରଭୁ ଏହି ବାକ୍ୟ କହିଲେ“ କିମ୍ବା “ସଦାପ୍ରଭୁ ଏହିସବୁ ବାକ୍ୟ କହିଲେ।" “ଧର୍ମଶାସ୍ତ୍ର“ କିଅବା “ଧର୍ମଶାସ୍ତ୍ରଗୁଡ଼ିକ” କୁ “ଲେଖା” କିଅବା “ଈଶ୍ୱରଙ୍କର ଲିଖିତ ସମ୍ୱାଦ“ ରୂପରେ ଅନୁବାଦ କରାଯାଇପାରେ। ଏହି ବ୍ୟବହୃତ ଭାଷାକୁ "ବାକ୍ୟ" ଶବ୍ଦର ଅନୁବାଦଠାରୁ ଭିନ୍ନ ରୂପରେ ଅନୁବାଦ କରିବା ଆବଶ୍ୟକ।

  • ଯେତେବେଳେ କେବଳ “ବାକ୍ୟ“ ଦେଖାଯାଏ ଏବଂ ଏହା ଈଶ୍ୱରଙ୍କ ବାକ୍ୟକୁ ସମ୍ବୋଧିତ କରେ, ଏହାକୁ “ସମ୍ୱାଦ ବା ବାର୍ତ୍ତା” କିମ୍ବା “ଈଶ୍ୱରଙ୍କ ବାକ୍ୟ” କିମ୍ବା “ଶିକ୍ଷା” ରୂପରେ ଅନୁବାଦ କରାଯାଇପାରେ। ପୁନଶ୍ଚ ଉପରୋକ୍ତ ବିକଳ୍ପ ଅନୁବାଦଗୁଡ଼ିକୁ ମଧ୍ୟ ବିଚାର କର।

  • ଯେତେବେଳେ ବାଇବଲ ଯୀଶୁଙ୍କୁ “ବାକ୍ୟ” ଭାବରେ ଉଲ୍ଲେଖ କରେ, ବ୍ୟବହୃତ ଭାଷାକୁ “ସମ୍ୱାଦ ବା ବାର୍ତ୍ତା” କିମ୍ବା “ସତ୍ୟ“ ରୂପରେ ଅନୁବାଦ କରାଯାଇପାରେ।

  • “ସତ୍ୟମୟ ବା ସତ୍ୟର ବାକ୍ୟକୁ” “ଈଶ୍ୱରଙ୍କ ସତ୍ୟ ସମ୍ୱାଦ ବା ବାର୍ତ୍ତା” କିମ୍ବା “ଈଶ୍ୱରଙ୍କ ବାକ୍ୟ ଯାହା ସତ୍ୟ ଅଟେ“ ରୂପରେ ଅନୁବାଦ କରାଯାଇପାରେ।

  • ଏହି ବ୍ୟବହୃତ ଭାଷାର ଅନୁବାଦ ନିମନ୍ତେ ସତ୍ୟ ହେବାର ଅର୍ଥ ଅନ୍ତର୍ଭୂକ୍ତ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ।

(ପୁନଶ୍ଚ ଦେଖ: ଭବିଷ୍ୟତ ବକ୍ତା, ସତ୍ୟ, ସଦାପ୍ରଭୁ)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • 25:07 ଈଶ୍ୱରଙ୍କ ବାକ୍ୟରେ ସେ ତାହାଙ୍କ ଲୋକମାନଙ୍କୁ ଆଜ୍ଞା ଦିଅନ୍ତି, “କେବଳ ତୁମ୍ଭେମାନେ ତୁମର ପ୍ରଭୁ ଈଶ୍ୱରଙ୍କ ଉପାସନା କରିବ ଓ ତାହାଙ୍କର ସେବା କରିବ।"
  • 33:06 ଯୀଶୁ ବ୍ୟାଖ୍ୟା କଲେ, “ବିହନ ଈଶ୍ୱରଙ୍କ ବାକ୍ୟ ଅଟେ।
  • 42:03 ତେବେ ଯୀଶୁ ସେମାନଙ୍କୁ ଈଶ୍ୱରଙ୍କ ବାକ୍ୟ ଖ୍ରୀଷ୍ଟଙ୍କ ବିଷୟରେ କଅଣ କହେ ବ୍ୟାଖ୍ୟା କଲେ।
  • 42:07 ଯୀଶୁ କହିଲେ, “ମୁଁ ତୁମ୍ଭକୁ କହିଲି ଯେ ମୋ ବିଷୟରେ ଈଶ୍ୱରଙ୍କ ବାକ୍ୟରେ ଯାହା କିଛି ଉଲ୍ଲେଖ ଅଛି ତାହା ପୂର୍ଣ୍ଣ ହେବ।” ତେବେ ସେ ସେମାନଙ୍କ ବୁଦ୍ଧିକୁ ଉନ୍ମୁକ୍ତ କଲେ ଯେପରି ସେମାନେ ଈଶ୍ୱରଙ୍କ ବାକ୍ୟ ବୁଝି ପାରନ୍ତୁ।
  • 45:10 ଯୀଶୁଙ୍କ ସୁସମାଚାର କହିବା ପାଇଁ ଫିଲିପ ଅନ୍ୟ ଧର୍ମଶାସ୍ତ୍ର ଗୁଡ଼ିକ ମଧ୍ୟ ବ୍ୟବହାର କରିଥିଲେ।
  • 48:12 କିନ୍ତୁ ଯୀଶୁ ସମସ୍ତ ଭବିଷ୍ୟବକ୍ତା ମଧ୍ୟରୁ ସର୍ବଶ୍ରେଷ୍ଟ ଅଟନ୍ତି। ସେ ଈଶ୍ୱରଙ୍କ ବାକ୍ୟ ଅଟନ୍ତି।
  • 49:18 ଈଶ୍ଵର ତୁମକୁ ପ୍ରାର୍ଥନା କରିବାକୁ, ତାହାଙ୍କର ବାକ୍ୟ ଅଧ୍ୟୟନ କରିବା ନିମନ୍ତେ, ଅନ୍ୟ ଖ୍ରୀଷ୍ଟିଆନମାନଙ୍କ ସହିତ ତାହାଙ୍କ ଉପାସନା କରିବାକୁ କୁହନ୍ତି ଏବଂ ଅନ୍ୟମାନଙ୍କୁ ସେ ତୁମମାନଙ୍କ ପାଇଁ କଅଣ କରିଅଛନ୍ତି ତାହା କହିବାକୁ କୁହନ୍ତି।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H561, H565, H1697, H3068, G3056, G4487

ପରମେଶ୍ୱରଙ୍କ ରାଜ୍ୟ, ସ୍ୱର୍ଗ ରାଜ୍ୟ

ସଂଜ୍ଞା:

”ପରମେଶ୍ୱରଙ୍କ ରାଜ୍ୟ,” ଓ “ସ୍ୱର୍ଗରାଜ୍ୟ” ଏହି ଦୁଇ ଶବ୍ଦ ତାହାଙ୍କ ଲୋକ ପ୍ରତି ଓ ସମସ୍ତ ସୃଷ୍ଟି ଉପରେ ପରମେଶ୍ୱରଙ୍କର ଶାସନ ଓ ଅଧିକାର କୁ ଦର୍ଶାଏ I

  • ଯିହୁଦୀ ଲୋକମାନେ ଅନେକ ସମୟରେ “ପରମେଶ୍ୱର” କୁ ସମ୍ବୋଧିତ କରିବାକୁ “ସ୍ୱର୍ଗ” ଶବ୍ଦ ବ୍ୟବହାର କରନ୍ତି, କାରଣ ତାହାଙ୍କର ନାମ ସିଧା ନିଅନ୍ତି ନାହିଁ I

(ଦେଖନ୍ତୁ: ମେତନିମାଇ)

ନୂତନ ନିୟମରେ ମାଥିଉ ତାହାଙ୍କର ପୁସ୍ତକରେ “ପରମେଶ୍ୱରଙ୍କର ରାଜ୍ୟ” ବଦଳରେ “ସ୍ୱର୍ଗ ରାଜ୍ୟ” ଲିଖାନ୍ତି ହୋଇପାରେ ସେ ମୁଖ୍ୟତଃ ଯିହୁଦୀ ପାଠକଙ୍କର ନିମନ୍ତେ ଏହା ଲେଖୁ ଅଛନ୍ତି I

  • “ପରମେଶ୍ୱରଙ୍କର ରାଜ୍ୟ” ଏହା ଦର୍ଶାଏ ଯେ ପ୍ରଭୁ ତାହାଙ୍କ ଲୋକଙ୍କୁ ଆତ୍ମିକ ଶାସନ ସହିତ ଭୌତିକ ଶାସନ ମଧ୍ୟ କରନ୍ତି I
  • ପୁରାତନ ନୀୟମର ଭବିଷ୍ୟବକ୍ତାଗଣ କହନ୍ତି କି ପରମେଶ୍ୱର ଖ୍ରୀଷ୍ଟ୍ ଙ୍କୁ ପଠାଇବେ କି ଧାର୍ମିକତାରେ ଶାସନ କରାଯାଏ I

ଯୀଶୁ ଯେ ଇଶ୍ୱରଙ୍କର ପୁତ୍ର ଅଟନ୍ତି, ଯେ ଖ୍ରୀଷ୍ଟ ଅଟନ୍ତି ସେ ପରମେଶ୍ୱରଙ୍କର ରାଜ୍ୟ ଉପରେ ଚିରଦିନ ଶାସନ କରିବେ I

ଅନୁବାଦ ପ୍ରସ୍ତାବ:

  • ପୃଷ୍ଠଭୂମି ଉଅରେ ନିର୍ଭର କରେ, “ପରମେଶ୍ୱରଙ୍କର ରାଜ୍ୟ” କୁ “ପରମେଶ୍ୱରଙ୍କର ଶାସନ(ଏକ ରାଜା ପରି)” କିଅବା “ପ୍ରଭୁ ଏକ ରାଜା ପରି ରାଜତ୍ୱ କରନ୍ତି “ଓ “ପରମେଶ୍ୱରଙ୍କର ଶାସନ ସମସ୍ତ ବସ୍ତୁ ଉପରେ “ରୂପରେ ଅନୁବାଦ କରାଯାଏ I

  • “ସ୍ୱର୍ଗ ରାଜ୍ୟ” ଶବ୍ଦକୁ “ପ୍ରଭୁ ସ୍ୱର୍ଗରୁ ରାଜା ରୂପରେ ଶାସନ କରନ୍ତି” କିଅବା “ସ୍ୱର୍ଗର ପରମେଶ୍ୱର ରାଜତ୍ୱ କରନ୍ତି “କିଅବା “ସ୍ୱର୍ଗ ର ରାଜ “କିଅବା “ସ୍ୱର୍ଗ ସମସ୍ତ ବସ୍ତୁ ଉପରେ ରାଜ କରେ “ରୂପରେ ଅନୁବାଦ କରାଯାଏ I

ଯଦି ଏହା ସାଧାରଣ ଭାବରେ ଓ ସ୍ପଷ୍ଟ ଭାବେ ଅନୁବାଦ କରିବା ସମ୍ଭବ ନୁହେଁ, ବାକ୍ୟାଂଶ ““ପରମେଶ୍ୱରଙ୍କର ରାଜ୍ୟ” କୁ ଅଲଗା ପ୍ରକାରେ ଅନୁବାଦ କରାଯାଇପାରେ I

  • କେତେକ ଅନୁବାଦକ “ସ୍ୱର୍ଗ” କୁ ବଡ଼ ଶବ୍ଦ ରୂପରେ ଲେଖନ୍ତି ଯାହା ପରମେଶ୍ୱର କୁ ଦର୍ଶାଏ I

ଅନ୍ୟମାନେ ଅନୁଛେଦରେ ଧ୍ୟାନ ଦେବା ବିଷୟ ଅନ୍ତର୍ଭୁକ୍ତ କରନ୍ତି, ଯେପରିକି “ସ୍ୱର୍ଗ ରାଜ୍ୟ (ଯାହା, ““ପରମେଶ୍ୱରଙ୍କର ରାଜ୍ୟ”) ଅଟେ I

  • ମୁଦ୍ରିତ ବାଇବଲରେ ପୁସ୍ତକର ନିମ୍ନ ଭାଗର ଟିକା କୁ” ସ୍ୱର୍ଗ” ର ଅର୍ଥ ଅହିବ୍ୟକ୍ତି ସହିତ ବୁଝିବା ନିମନ୍ତେ ମଧ୍ୟ ବ୍ୟବହାର କରାଯାଇପାରେ I

(ଆହୁରି ଦେଖନ୍ତୁ: ପରମେଶ୍ୱର, ସ୍ୱର୍ଗ, ରାଜା, ରାଜ୍ୟ, ଯିହୁଦୀଙ୍କର ରାଜା, ରାଜତ୍ୱ)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୨୪:୦୨ ସେ (ଯୋହନ) ସେହି ଲୋକଙ୍କୁ ପ୍ରଚାର କଲେ “ଅନୁତାପ କରା, କାରଣ ପରମେଶ୍ୱରଙ୍କର ରାଜ୍ୟ ସନ୍ନିକଟ ଅଟେ I

  • ୨୮:୦୬ ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ “ଧନୀମାନଙ୍କ ନିମନ୍ତେ __ସ୍ୱର୍ଗ ରାଜ୍ୟ__ରେ ପ୍ରବେଶ କରିବ ଅତି କଠିନ ଅଟେ I

ହଁ, ଓଟ ର ଛୁନ୍ଚୀ ର ଛିଦ୍ର ଦେଇ ପ୍ରବେଶ କରିବା ଅତି ସହଜ କିନ୍ତୁ ଧନୀ ବ୍ୟକ୍ତିର __ପରମେଶ୍ୱରଙ୍କର ରାଜ୍ୟ__ରେ ପ୍ରବେଶ କରିବା କଠିନ ଅଟେ I

  • ୨୯:୦୨ ଯୀଶୁ କହିଲେ, ପରମେଶ୍ୱରଙ୍କର ରାଜ୍ୟ ଏକ ରାଜା ପରି ନିଜ ଦାସ ସହିତ ଆୟ ବୟ ର ହିସାବ କରିବାକୁ ଚାହିଁଲେ I
  • ୩୪:୦୧ ଯୀଶୁ __ପରମେଶ୍ୱରଙ୍କର ରାଜ୍ୟ__ବିଷୟରେ ଅନେକ କାହାଣୀ କହିଲେ I

ଉଦାହରଣ ସ୍ୱରୂପ ସେ କହିଲେ, ପରମେଶ୍ୱରଙ୍କର ରାଜ୍ୟ ଏକ ଶୋରିଶ ବିହନ ପରି ଯେ ନିଜ ଖେଟରେ ରୋପଣ କଲେ I

  • ୩୪:୦୩ ଯୀଶୁ ଆଉ ଏକ କାହାଣୀ କହିଲେ, ପରମେଶ୍ୱରଙ୍କର ରାଜ୍ୟ ଖାମିର ତୁଲ୍ୟ ଯାହାକୁ ଏକ ସ୍ତ୍ରୀ ଅଟାରେ ମିଶ୍ରଣ କଲା ଯେ ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ଅଟାରେ ମିଶି ନଯାଏ I
  • ୩୪:୦୪ __ପରମେଶ୍ୱରଙ୍କର ରାଜ୍ୟ__ଏକ ଲୋଚାଇ ରଖିଥିବା ଧନ ସ୍ୱରୂପ ଯାହାକୁ କେହି ଜଣେ ପଡ଼ିଆରେ ଲୋଚାଇ ରଖିଲା I

ଆଉ ଏକ ବ୍ୟକ୍ତି ତାହା ପାଇ ପୁଣି ଥରେ ଲୁଚାଇଲା “I

  • ୩୪:୦୫ __ପରମେଶ୍ୱରଙ୍କର ରାଜ୍ୟ__ଏକ ବହୁମୂଲ୍ୟ ମୋତି ପରି ଅଟେ I”
  • ୪୨:୦୯ ସେ ତାହାଙ୍କ ଶିଷ୍ୟମାନଙ୍କୁ ଅନେକ ପ୍ରମାଣ ଦେଇ ଜଣାଇଲେ କି ସେ ଜୀବିତ ଅଛନ୍ତି ଓ ସେ ସେହିମାନଙ୍କୁ __ପରମେଶ୍ୱରଙ୍କର ରାଜ୍ୟ__ବିଷୟରେ ଶିକ୍ଷା ଦେଲେ I
  • ୪୯:୦୫ ଯୀଶୁ କହିଲେ ଯେ __ପରମେଶ୍ୱରଙ୍କର ରାଜ୍ୟ__ଜଗତର ସମସ୍ତ ବସ୍ତୁ ଅପେକ୍ଷା ଅଧିକ ମୂଲ୍ୟବାନ ଅଟେ I
  • ୫୦:୦୨ ଯେତେବେଳେ ଯୀଶୁ ଜଗତରେ ବାସ କରୁଥିଲେ ସେ କହିଲେ, “ମୋର ଶିଶୟମାନେ __ପରମେଶ୍ୱରଙ୍କର ରାଜ୍ୟ__ବିଷୟରେ ସମସ୍ତ ଲୋକଙ୍କୁ ଦୁନିଆର ଅନ୍ତଯାଏ ଶୁଭସୁସମାଚର ପ୍ରଚାର କରିବେ I

ବୋର୍ଡ ଡାଟା :

  • Strong's: G932, G2316, G3772

ପରମେଶ୍ୱରଙ୍କ ସ୍ୱରୂପ, ପ୍ରତିରୁପ

ସଂଜ୍ଞା:

“ସ୍ୱରୂପ “ଶବ୍ଦ କିଛି ବସ୍ତୁ କୁ ଦର୍ଶାଏ ଯାହା ଆଉକିଛି ବସ୍ତୁ ପରି ଚରିତ୍ର ଓ ମର୍ମରେ ସମାନ ଦେଖାଯାଏ I ବାକ୍ୟାଂଶ “ପରମେଶ୍ୱରଙ୍କର ପ୍ରତିରୁପ “ଏକ ଅଲଗା ପ୍ରକାରେ ବ୍ୟବହାର କରାଯାଏ ଓ ପୃଷ୍ଠଭୂମି ଉପରେ ନିର୍ଭର କରି I

  • ଆରମ୍ଭରେ, ପରମେଶ୍ୱର ମନୁଷ୍ୟକୁ “ତାହାଙ୍କର ପ୍ରତିମୁତ୍ତିରେ “ସୃଷ୍ଟି କରିଥିଲେ ଯାହା “ତାହାଙ୍କ ସମାନତା ଅଟେ “

ଏହାର ଅର୍ଥ ଲୋକଙ୍କର କେତେକ ଚରିତ୍ର ଅଛି ଯାହା ପରମେଶ୍ୱରଙ୍କ ସ୍ୱରୂପ କୁ ପ୍ରତିଫଳନ କରେ, ଯେପରିକି ଭାବପ୍ରବଣତାର ସାମାର୍ଥ୍ୟ, ତର୍କ ଓ ସହଭାଗିତା ର ଦକ୍ଷତା ଓ ଏକ ଆତ୍ମା ଯାହା ଚୀରଦିନ ବାସ କରେ I

  • ବାଇବଲ ଶିକ୍ଷା ଦିଏ ଯେ ଯୀଶୁ, ପରମେଶ୍ୱରଙ୍କର ପୁତ୍ର, ଓ “ସେ କେବଳ ପରମେଶ୍ୱରଙ୍କର ପ୍ରତି ରୁପା ଅଟନ୍ତି “କାରଣ ସେ ହେଉ ଅଛନ୍ତି ପରମେଶ୍ୱର ନିଜେ I

ମନୁଷ୍ୟମାନଙ୍କପରି ଯୀଶୁ ସୃଷ୍ଟି ହୋଇ ନାହାନ୍ତି I ଅନାଦୀ କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ ପୁତ୍ର ପରମେଶ୍ୱରଙ୍କର ସମସ୍ତ ଈଶ୍ୱରୀୟ ଚରିତ୍ରଥିଲା କାରଣ ତାହାଙ୍କର ପିତା ପରମେଶ୍ୱରଙ୍କ ସହିତ ସମାନ ମର୍ମସାରଥିଲା I

ଅନୁବାଦ ପ୍ରସ୍ତାବ:

  • ଯେତେବେଳେ ଯୀଶୁଙ୍କୁ ସମ୍ବୋଧିତ କରେ “ପରମେଶ୍ୱରଙ୍କ ସ୍ୱରୂପ” କୁ “ପରମେଶ୍ୱରଙ୍କ ସମ୍ପୂର୍ଣ୍ଣ ସମାନତା “କିଅବା “ପରମେଶ୍ୱରଙ୍କ ପରି ସମାନ ମର୍ମ “କିଅବା “ପରମେଶ୍ୱରଙ୍କ ପରି ସମାନ ସ୍ଥିତି” ରୂପରେ ଅନୁବାଦ କରାଯାଇପାରେ I
  • ଯେତେବେଳେମାନବ ଜାତି କୁ ସମ୍ବୋଧିତ କରାଯାଏ “ପରମେଶ୍ୱର ତାହାଙ୍କୁ ତାହାଙ୍କ ପ୍ରତିରୁପରେ ସୃଷ୍ଟି କଲେ “କୁ “ପରମେଶ୍ୱର ତାହାଙ୍କୁ ତାହାଙ୍କ ପରି ହେବାକୁ ରେ ସୃଷ୍ଟି କଲେ” କିଅବା ““ପରମେଶ୍ୱର ତାହାଙ୍କ ଚରିତ୍ରରେ ତାହାଙ୍କ ନିଜ ପରି ସୃଷ୍ଟି କଲେ” ରୂପରେ ଅନୁବାଦ କରାଯାଇପାରେ I

(ଆହୁରି ଦଖନ୍ତୁ: ସ୍ୱରୂପ, ପରମେଶ୍ୱରଙ୍କ ପୁତ୍ର)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H4541, H1544, H2553, H6456, H6459, H6754, H6816, H8403, G504, G179

ପରିପୂର୍ଣ୍ଣ ହେବା, ପରିପୂର୍ଣ୍ଣ ହେଲା

ସଂଜ୍ଞା:

“ପରିପୂର୍ଣ୍ଣ ହେବା” ଶବ୍ଦର ଅର୍ଥ ହେଲା ପୁରା କରିବା କିଅବା ଯାହା ଅପେକ୍ଷା କରାଯାଇଅଛି ତାହାକୁ ହାସିଲ୍ କରିବା

  • ଯେତେବେଳେ ଏକ ଭବିଷ୍ୟତବାଣୀ ପୁରା ହୁଏ, ଏହାର ଅର୍ଥ ହେଲା, ପରମେଶ୍ୱର ଏହାକୁ କରନ୍ତି ଯାହା ପୂର୍ବରୁ ଭବିଷ୍ୟତବାଣୀରେ କୁହାଯାଇଥିଲା I
  • ଯଦି ଗୋଟିଏ ବ୍ୟକ୍ତି ପ୍ରତିଜ୍ଞା କିଅବାମାନତ ପୁରା କରେ, ଏହାର ଅର୍ଥ ସେ ତାହା କଲେ ଯାହା ସେ ପ୍ରତିଜ୍ଞା କରିଥିଲେ I
  • ଉତ୍ତରଦଦାୟିତ୍ୱ ପୁରା କରିବାର ଅର୍ଥ ହେଉଛି, ସେହି କାର୍ଯ୍ୟଭାର କରିବା ଯାହା ନିର୍ଦ୍ଧାରିତ କରାଯାଇଅଛି କିଅବା ଆବଶ୍ୟକ ଅଟେ I

ଅନୁବାଦ ପ୍ରସ୍ତାବ:

  • ପୃଷ୍ଠଭୂମି ଉପରେ ନିର୍ଭର କରି, “ପରିପୂର୍ଣ୍ଣ ହେବା “କୁ “ସମ୍ପନ କରିବା “କିଅବା ପୁରା ହେବା” କିଅବା “ହେବା ନିମନ୍ତେ କାରଣ “କିଅବା “ଆଜ୍ଞାକାରୀ “କିଅବା “କରି ଦେଖାଇବା” ରୂପରେ ଅନୁବାଦ କରା ଯାଇପାରେ I
  • ବାକ୍ୟାଂଶ “ପରିପୂର୍ଣ୍ଣ ହୋଇ ଯାଇ ଅଛି” କୁ “ସତ ହେଲା” କିଅବା “ହୋଇ ଅଛି “କିଅବା “ସ୍ଥାନ ଅଧିକୃତ କରିବା “ରୂପରେ ଅନୁବାଦ କରା ଯାଇପାରେ I
  • “ପରିପୂର୍ଣ୍ଣ ହେବା ” କୁ ଅଲଗା ପ୍ରକାରେ ଅନୁବାଦ କରାଯାଏ, ଯେପରି ତୁମ୍ଭ ସେବା କାର୍ଯ୍ୟ “ପରିପୂର୍ଣ୍ଣ “ହେଉ ସହିତ “ସମ୍ପୂର୍ଣ୍ଣ କରିବା “କିଅବା “ସମ୍ପାଦନ କରିବା “କିଅବା “ଅଭ୍ୟାସ କରିବା “କିଅବା “ଅନ୍ୟ ଲୋକଙ୍କ ସେବା କରା ଯାହା କରିବାକୁ ପ୍ରଭୁ ତୁମକୁ ଆହ୍ୱାନ ଦେଇ ଅଛନ୍ତି I

(ଆହୁରି ଦେଖନ୍ତୁ: ଭବିଷ୍ୟବକ୍ତା, ଖ୍ରୀଷ୍ଟ, ସେବକ, ଆହ୍ୱାନ)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୨୪:୦୪ ଯୋହନ __ ପରିପୂର୍ଣ୍ଣ __ ଯାହା ଭବିଷ୍ୟତବକ୍ତାଙ୍କ ଦ୍ୱାରା କୁହା ଯାଇଥିଲା, “ଦେଖ, ତୁମ ଆଗରେ ମୁଁ ମୋ ରାଜ ଦୂତ କୁ ପଠାଇବି, ଯେ ତୁମ୍ଭ ନିମନ୍ତେ ପଥ ପ୍ରସ୍ତୁତ କରିବ I
  • 40:03 ସୈନିକମାନେ ଯୀଶୁଙ୍କ ବସ୍ତ୍ର ନିମନ୍ତେ ଗୁଳିବାଣ୍ଟ କଲେ I

ଯେତେବେଳେ ସେମାନେ ଏହା କଲେ, ସେମାନେ _ ପୂର୍ଣ୍ଣ ହେଲା _ଭବିଷ୍ୟତବାଣୀ ଯାହା କହେ, “ସେମାନେ ମୋର ବସ୍ତ୍ର ନିଜ ମଧ୍ୟରେ ବାଣ୍ଟିଲେ, ଓ ମୋ ବସ୍ତ୍ର ନିମନ୍ତେ ଗୁଳିବାଣ୍ଟ କଲେ “I

  • ୪୨:୦୭ ଯୀଶୁ କହିଲେ, “ମୁଁ ତୁମକୁ କହି ଅଛି, ମୋ ବିଷୟରେ ଯାହାକିଛି ପରମେଶ୍ୱରଙ୍କ ବାକ୍ୟରେ ଲିଖିତ ଅଛି ତାହା ପୂର୍ଣ୍ଣ ହେବ I
  • ୪୩:୦୫”ଏହା _ପୁରାହୁଏ _ ପରମେଶ୍ୱର ଯାହା ଜୁଏଲ ଭବିଷ୍ୟବକ୍ତା ଦ୍ୱାରା ଭବିଷ୍ୟତବାଣୀ କହିଥିଲେ, “ଶେଷ ଦିନରେ, ମୁଁ ମୋର ଆତ୍ମା ଢାଳିବି “I
  • ୪୩:୦୭ “ଏହି ଭବିଷ୍ୟତ ବାଣୀ ପୁରା ହୁଏ, ଯାହା କୁହେ, “ତୁମ୍ଭେ ତୁମ୍ଭର ପବିତ୍ର ଜନ କୁ କବରରେ ଛାଡ଼ିବ ନାହିଁ .” I
  • ୪୪:୦୫” ଯାହା କିଛି ତୁମେ କହୁ ଅଚ୍ଛ ତାହା ବୁଝି ପାରୁ ନଥିଲେ ହେଁ, ଇଶ୍ୱର ତୁମର କାମ କୁ ବ୍ୟବହାର କରି ପୁର କରିବେ ଯେଉଁ ଭବିଷ୍ୟତବାଣୀ ଖ୍ରୀଷ୍ଟ ଦୁଖ ଭୋଗ କରିବେ ଓ ମୃତ୍ୟୁ ଲାଭ କରିବେ “I

ବୋର୍ଡ ଡାଟା :

  • Strong's: H1214, H5487, G1096, G4138

ପରିଷ୍କାର, ସଫା, ସଫା ସୁତୁରା, ଶୁଚି, ଶୁଚିକରଣ, ଧୋଇବା, ଧୌତ, ଲିଭାଇଦେବା, ସଫା

ସଂଜ୍ଞା:

ଆକ୍ଷରିକ ଭାବରେ “ଶୁଚି” ଶବ୍ଦର ଅର୍ଥ କୌଣସି ବ୍ୟକ୍ତି/କିଛିଠାରୁ ମଇଳା କିମ୍ବା କଳଙ୍କ ଅପସାରଣ କରିବା କିମ୍ବା ପ୍ରଥମ ସ୍ଥାନରେ କୌଣସି ମଇଳା କିମ୍ବା ଦାଗ ନହେବାକୁ ବୁଝାଏ। "ଧୋଇବା" ଶବ୍ଦ ନିର୍ଦ୍ଦିଷ୍ଟ ଭାବରେ କାହାକୁ/କିଛିରୁ ମଇଳା କିମ୍ବା ଦାଗ ହଟାଇବା କାର୍ଯ୍ୟକୁ ସୂଚିତ କରେ।

  • “ପରିଷ୍କାର” ହେଉଛି କୌଣସି ବସ୍ତୁକୁ “ଶୁଦ୍ଧ କରିବା” ପ୍ରଣାଳୀ। ଏହାକୁ ମଧ୍ୟ “ଧୋଇବା” କିମ୍ବା “ଶୁଦ୍ଧ କରିବା” ଭାବେ ଅନୁବାଦ କରିହେବ।
  • ପୂରାତନ ନିୟମରେ, ଈଶ୍ୱର ଇସ୍ରାଏଲୀୟମାନଙ୍କୁ କହିଲେ, ଯେଉଁ ପ୍ରାଣୀ ରୀତି ଅନୁଯାୟୀ “ଶୁଚି” ଓ କେଉଁ ଗୁଡ଼ିକ “ଅଶୁଚି” ବୋଲି ଉଲ୍ଲେଖ କରିଛନ୍ତି। କେବଳ ଶୁଚି ପ୍ରାଣୀମାନଙ୍କୁ ଖାଇବାକୁ ଓ ବଳିଦାନ ନିମନ୍ତେ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା। ଏହି ପ୍ରସଙ୍ଗରେ, “ଶୁଚି” ଶବ୍ଦର ଅର୍ଥ ପଶୁକୁ ବଳି ଭାବରେ ବ୍ୟବହାର ପାଇଁ ଈଶ୍ଵରଙ୍କ ନିକଟରେ ଗ୍ରହଣୀୟ ଥିଲା।
  • ଜଣେ ବ୍ୟକ୍ତି ଯାହାଙ୍କଠାରେ କେତେକ ଚର୍ମ ରୋଗ ଥିଲା, ତାହାକୁ ଅଶୁଚି କୁହାଯାଇଛି ଯେପର୍ଯ୍ୟନ୍ତ ତାହାର ଚର୍ମରୋଗ ସମ୍ପୁର୍ଣ୍ଣ ସୁସ୍ଥ ହୁଏ ଆଉ ତାହା ସଂକ୍ରମଣ ନ ହୁଏ। ସେହି ବ୍ୟକ୍ତିଙ୍କୁ ପୁନର୍ବାର “ଶୁଚି” ବୋଲି ଘୋଷିତ କରିବା ନିମନ୍ତେ ଚର୍ମ ପରିଷ୍କାର କରିବା ପାଇଁ ନିର୍ଦ୍ଦେଶଗୁଡ଼ିକ ପାଳନ କରିବାକୁ ପଡୁଥିଲା।
  • ବେଳେବେଳେ ନୈତିକ ପବିତ୍ରତାକୁ ବୁଝାଇବା ପାଇ “ଶୁଚି” ଶବ୍ଦକୁ ଆଳଙ୍କାରିକ ବା ରୂପକ ଭାବରେ ବ୍ୟବହାର କାରାଯାଇଛି, ଅର୍ଥାତ୍ ପାପରୁ “ପରିଷ୍କାର” ହେବା।

ବାଇବାଲାରେ, “ଅଶୁଚି” ଶବ୍ଦକୁ ଆଳଙ୍କାରିକ ବା ରୂପକ ଭାବରେ ଈଶ୍ଵର ତାହାଙ୍କ ଲୋକମାନଙ୍କୁ ଛୁଇଁବା, ଖାଇବା କିମ୍ବା ବଳିଦାନ ଦେବା ପାଇଁ ଅଯୋଗ୍ୟ ବୋଲି ଘୋଷଣା କରିଥିବା ଜିନିଷ ବା ବସ୍ତୁ ଗୁଡ଼ିକୁ ବୁଝାଏ।

  • ଈଶ୍ୱର ଇସ୍ରାଏଲୀୟମାନଙ୍କୁ କେଉଁ ପ୍ରାଣୀ “ଶୁଚି” ଏବଂ କେଉଁମାନେ “ଅଶୁଚି” ସେ ବିଷୟରେ ଉପଦେଶ ଦେଇଛନ୍ତି।

ଅଶୁଚି ପ୍ରାଣୀମାନଙ୍କୁ ଖାଇବା କିମ୍ବା ବଳିଦାନରେ ବ୍ୟବହାର କରିବାକୁ ଅନୁମତି ଦିଆଯାଇନାହିଁ।

  • ନିର୍ଦ୍ଧିଷ୍ଟ ଚର୍ମ ରୋଗରେ ଆକ୍ରାନ୍ତ ଲୋକମାନେ ସମ୍ପୁର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ ସେମାନେ “ଅଶୁଚି” ବୋଲା ଡକା ଯାଆନ୍ତି ବା କୁହାଯାଆନ୍ତି।
  • ଯଦି ଇସ୍ରାଏଲୀୟମାନେ କୌଣସି ଅଶୁଚି ପଦାର୍ଥକୁ ସ୍ପର୍ଷ କଲେ ତେବେ ସ୍ପର୍ଷକାରୀ ମଧ୍ୟ କିଛି ସମୟ ନିମନ୍ତେ ଅଶୁଚି ଭାବେ ପରିଗଣିତ ହେବ।
  • ଅଶୁଚି ଜିନିଷ ଛୁଇଁବା କିମ୍ବା ନ ଖାଇବା ବିଷୟରେ ଈଶ୍ୱରଙ୍କ ଆଜ୍ଞା ପାଳନ କରିବାକୁ ଇସ୍ରାଏଲୀୟମାନଙ୍କୁ ଈଶ୍ୱରଙ୍କ ସେବା କରିବା ନିମନ୍ତେ ପୃଥକ କରାଗଲା।
  • ଏହି ଶାରୀରିକ ଓ ଅଶୁଚି ରୀତିନୀତି ନୈତିକ ଅଶୁଚିତାର ଏକ ସାଙ୍କେତିକ ଚିହ୍ନଥିଲା।
  • ଅନ୍ୟ ଆଳଙ୍କାରିକ ବା ରୂପକ ଭାବରେ, ଏକ “ଅଶୁଚି ଆତ୍ମା” ଏକ ମନ୍ଦ ଆତ୍ମାକୁ ବୁଝାଏ।

ଅନୁବାଦର ପ୍ରସ୍ତାବ:

  • ଏହି ଶବ୍ଦ ସାଧାରଣତଃ “ଶୁଚି” କିମ୍ବା “ପବିତ୍ର” (ମଇଳା ନହେବା ଉଦ୍ଦେଶ୍ୟରେ) ଅର୍ଥରେ ଅନୁବାଦ କରାଯାଇଛି।

  • ଏହାକୁ ଅନ୍ୟ ଭାବେ ଅନୁବାଦ କଲେ, “ରୀତିନୀତି ଅନୁସାରେ ଶୁଚି” କିମ୍ବା “ଈଶ୍ୱରଙ୍କ ଗ୍ରହଣୀୟ” ଅନ୍ତର୍ଭୁକ୍ତ ହୋଇପାରେ।

  • ”ଶୁଚି କରଣ” କୁ “ସଫା ବା ପରିଷ୍କାର” କିମ୍ବା “ଶୁଦ୍ଧତା” ବୋଲି ଅନୁବାଦ କରାଯାଇପାରେ।

  • ନିଶ୍ଚିତ ହୁଅ ଯେ ଶବ୍ଦ “ଶୁଚି” କିମ୍ବା “ଶୁଚିକରଣ” ମଧ୍ୟ ଆଳଙ୍କାରିକ ବା ରୂପକ ଭାବରେ ବୁଝିବା ଅର୍ଥରେ ବ୍ୟବହାର ହୋଇଛି।

  • “ଅଶୁଚି” ଶବ୍ଦକୁ ଯେପରି “ଶୁଚି ନୁହେଁ” କିମ୍ବା “ଈଶ୍ୱରଙ୍କ ନିକଟରେ ଅଯୋଗ୍ୟ” କିମ୍ବା “ଶାରୀରିକ ଭାବରେ ଅଶୁଚି” କିମ୍ବା “ଦୁଷିତ” ଭାବରେ ଅନୁବାଦ କରାଯାଇପାରେ।

  • ଏକ ଭୂତକୁ ଅଶୁଚି ଆତ୍ମା ବୋଲି କହିବାବେଳେ, “ଅଶୁଚି” କୁ “ମନ୍ଦ” କିମ୍ବା “ଅପବିତ୍ର” ଭାବରେ ଅନୁବାଦ କରାଯାଇପାରେ।

  • ଏହି ଶବ୍ଦର ଅନୁବାଦ ଆଧ୍ୟାତ୍ମିକ ଅଶୁଦ୍ଧତା ପାଇଁ ଅନୁମତି ଦେବା ଉଚିତ। ଏହା ସ୍ପର୍ଶ କରିବା, ଖାଇବା କିମ୍ବା ବଳିଦାନ ନିମନ୍ତେ ଈଶ୍ଵର ଯୋଗ୍ୟ ବୋଲି ଘୋଷଣା କରିଥିବା ଯେ କୌଣସି ବିଷୟକୁ ବୁଝାରେ ସକ୍ଷମ ହେବା ଆବଶ୍ୟକ।

(ପୁନଶ୍ଚ ଦେଖନ୍ତୁ: ଦୂଷିତ ବା କଳୁଷିତ, ପିଶାଚ ବା ଭୁତ, ପବିତ୍ର, ବଳିଦାନ

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H1249, H1252, H1305, H2134, H2135, H2141, H2398, H2548, H2834, H2889, H2890, H2891, H2893, H2930, H2931, H2932, H3001, H3722, H5079, H5352, H5355, H5356, H6172, H6565, H6663, H6945, H7137, H8552, H8562, G167, G169, G2511, G2512, G2513, G2839, G2840, G3394, G3689

ପରୀକ୍ଷା, ପରୀକ୍ଷାଗୁଡିକ, ପରୀକ୍ଷିତ

ସଂଜ୍ଞା:

“ପରୀକ୍ଷା” ପ୍ରତିଶବ୍ଦଟି ଏକ କଷ୍ଟ କିମ୍ୱା ଯନ୍ତ୍ରଣାଦାୟକ ଅନୁଭୁତିକୁ ସୁଚାଏ, ଯାହା ଜଣେ ବ୍ୟକ୍ତିର ଶକ୍ତି ଏବଂ ଦୁର୍ୱଳତାକୁ ପ୍ରକାଶ କରେ I

  • ଈଶ୍ୱର ଲୋକମାନଙ୍କୁ ପରୀକ୍ଷା କରନ୍ତି, କିନ୍ତୁ ସେ ସେମାନଙ୍କୁ ପାପରେ ପରୀକ୍ଷିତ କରନ୍ତି ନାହିଁ I

ଯାହା ବି ହେଉ, ଶୟତାନ ଲୋକମାନଙ୍କୁ ପାପ କରିବାକୁ ପ୍ରଲୋଭିତ କରେ I

  • ବେଳେବେଳେ ଲୋକମାନଙ୍କ ପାପକୁ ପ୍ରକାଶ କରିବାକୁ ଈଶ୍ୱର ପରୀକ୍ଷାକୁ ବ୍ୟବହାର କରନ୍ତି I

ପରୀକ୍ଷା ଜଣେ ବ୍ୟକ୍ତିକୁ ପାପରୁ ପ୍ରତ୍ୟାବର୍ତ୍ତନ କରିବାକୁ ଏବଂ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାକୁ ସାହାଯ୍ୟ କରେ I

  • ସୁନା ଏବଂ ଅନ୍ୟ ଧାତବ ବସ୍ତୁଗୁଡିକ କେତେଦୁର ଶୁଦ୍ଧ ଏବଂ ଶକ୍ତିଶାଳୀ ତାହାକୁ ଅନୁସନ୍ଧାନ କରିବା ପାଇଁ ଅଗ୍ନିରେ ପରୀକ୍ଷା କରାଯାଏ I

ଈଶ୍ୱର ତାଙ୍କର ଲୋକମାନଙ୍କୁ ପରୀକ୍ଷା କରିବା ପାଇଁ କଷ୍ଟଦାୟକ ପରିବେଶକୁ ବ୍ୟବହାର କରିବା ସମ୍ପର୍କରେ ଏହା ଏକ ଛବି ଅଟେ I

  • “ପରୀକ୍ଷାରେ ପକାଇବା”ର ଅର୍ଥ ଏହା ହୋଇପାରିବ, “କିଛି ବିଷୟ କିମ୍ୱା ଜଣେ ବ୍ୟକ୍ତିକୁ ଆପଣାର ମୂଲ୍ୟକୁ ପ୍ରମାଣିତ କରିବାକୁ ଆହ୍ୱାନ ଦେବା” ଅଟେ I
  • ଈଶ୍ୱରଙ୍କୁ ପରୀକ୍ଷାରେ ପକାଇବା ପରିପ୍ରେକ୍ଷୀରେ, ଏହାର ଅର୍ଥ ଆମ୍ଭମାନଙ୍କ ନିମନ୍ତେ ଆଶ୍ଚର୍ଯ୍ୟକର୍ମ କରିବା ଉଦ୍ଦେଶ୍ୟରେ ତାହା କିଛି କାର୍ଯ୍ୟ କରିବା ନିମନ୍ତେ ଚେଷ୍ଟା କରିବା ଏବଂ ତାଙ୍କର ଉପକାରକ ଅନୁଗ୍ରହର ଫାଇଦା ନେବା ପାଓଇନ ଚେଷ୍ଟା କରିବା ଅଟେ I
  • ଯୀଶୁ ଶୟତାନକୁ କହିଲେ ଯେ ଈଶ୍ୱରଙ୍କୁ ପରୀକ୍ଷାରେ ପକାଇବା ତାହା ପକ୍ଷରେ ଭୁଲ ଅଟେ I

ସେ ସର୍ୱଶକ୍ତିମାନ, ପବିତ୍ର ଈଶ୍ୱର ଅଟନ୍ତି ଏବଂ ସେ ପ୍ରତ୍ୟେକ ବିଷୟ ଏବଂ ପ୍ରତ୍ୟେକ ବ୍ୟକ୍ତିର ଊର୍ଦ୍ଧ୍ୱରେ ଅଛନ୍ତି I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • “ପରୀକ୍ଷା କରିବା” ପ୍ରତିଶବ୍ଦକୁ “ଆହ୍ୱାନ କରିବା” କିମ୍ୱା “କଠିନତା ଓ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଜଣକୁ ନେବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
  • “ଏକ ପରୀକ୍ଷା”କୁ ଅନୁବାଦ କରିବା ନିମନ୍ତେ ଉପାୟଗୁଡିକ ମଧ୍ୟରେ “ଆହ୍ୱାନ” କିମ୍ୱା “କଠିନ ଅନୁଭୁତି” ହୋଇପାରେ I
  • “ପରୀକ୍ଷାରେ ପକାଇବା” ପଦକୁ “ପରୀକ୍ଷା କରିବା” କିମ୍ୱା “ଏକ ଆହ୍ୱାନ ସ୍ଥାପନ କରିବା” କିମ୍ୱା “ଜଣେ ନିଜକୁ ପ୍ରମାଣିତ କରିବା ନିମନ୍ତେ ବାଧ୍ୟ ହେବା” ବୋଲି ଅନୁବାଦ କରାଯାଇପାରେ I
  • ଈଶ୍ୱରଙ୍କୁ ପରୀକ୍ଷାରେ ପକାଇବା ପରିପ୍ରେକ୍ଷୀରେ,, ଏହାକୁ “ଈଶ୍ୱରଙ୍କ ଉପରେ ବଳପ୍ରୟୋଗ କରି ନିଜର ପ୍ରେମ ପ୍ରତିପାଦିତ କରିବାକୁ କହିବା” ବୋଲି ଅନୁବାଦ କରାଯାଇପାରେ I
  • ଆଉ କେତେକ ପରିପ୍ରେକ୍ଷୀରେ, ଯେତେବେଳେ ଈଶ୍ୱର ପ୍ରସଙ୍ଗ ନୁହନ୍ତି, ତେବେ “ପରୀକ୍ଷା କରିବା” ଶବ୍ଦ “ପ୍ରଲୋଭିତ କରିବା” ବୋଲି ଅର୍ଥ ପ୍ରକାଶ କରିପାରେ I

(ଆହୁରି ମଧ୍ୟ ଦେଖ: ପ୍ରଲୋଭିତ କରିବା)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H5713, H5715, H5749, H6030, H8584, G1242, G1263, G1303, G1957, G3140, G3141, G3142, G3143, G4303, G4828, G6020

ପାପ, ପାପପୁର୍ଣ୍ଣ, ପାପୀ, ପାପ କରିଅଛ

ସଂଜ୍ଞା:

“ପାପ“ ଶବ୍ଦକୁ କାର୍ଯ୍ୟ ଗୁଡ଼ିକ, ଚିନ୍ତାଧାରା, ଏବଂ ଈଶ୍ୱରଙ୍କ ଇଚ୍ଛା ବିରୋଧୀ ଭାଷା ଏବଂ ବ୍ୟବସ୍ଥା ଉଲଂଘନ କରିବାକୁ ବୁଝାଏ। ଈଶ୍ୱର ଆମ୍ଭମାନଙ୍କୁ ଯାହା କରିବା ପାଇଁ କୁହନ୍ତି ତାହା ନକରିବା ହେଉଛି ପାପ।

  • ପାପ ଆମ୍ଭେମାନେ ଯାହା ଯାହାକିଛି କରିଥାଉ ତାହା ଈଶ୍ଵରଙ୍କ ଆଜ୍ଞାକାରୀ ନ ହୁଏ କିମ୍ବା ଈଶ୍ଵରଙ୍କୁ ସନ୍ତୁଷ୍ଟ କରେ ନାହିଁ, ଏପରି ବିଷୟ ଯାହା ଅନ୍ୟ ଲୋକମାନେ ଜାଣନ୍ତି ନାହିଁ।
  • ଚିନ୍ତାଧାରା ଏବଂ କାର୍ଯ୍ୟଗୁଡ଼ିକ ଯାହା ଈଶ୍ୱରଙ୍କ ଇଚ୍ଛାର ବିରୋଧୀ ତାହା “ଅଧର୍ମ“ କୁହାଯାଏ।
  • ଯେହେତୁ ଆଦମ ପାପ କଲେ, ସମସ୍ତ ମାନବ ଜାତି “ପାପର ସ୍ୱଭାବରେ” ଜନ୍ମି ଅଛନ୍ତି, ଏହା ଏକ ସ୍ୱଭାବ ତାହା ଯାହା ସେମାନଙ୍କୁ ନୀୟନ୍ତ୍ରଣ କରେ ଓ ପାପ କରିବାକୁ ପ୍ରବର୍ତାଏ।
  • ଜଣେ ଯିଏ ପାପ କରେ ସେ “ପାପୀ” ଅଟେ, ଯେଣୁ ସମସ୍ତ ମାନବ ଜାତି ପାପ ଅଟନ୍ତି।
  • ବେଳେବେଳେ ଧାର୍ମିକ ଗୋଷ୍ଠୀର ଲୋକମାନେ ଯଥା

ଫାରୂଶୀମାନଙ୍କ ଦ୍ୱାରା “ପାପୀ” ଶବ୍ଦ ବ୍ୟବହୃତ ହୋଇଥିଲା ସେହି ଲୋକମାନଙ୍କ ପାଇଁ ଯେଉଁମାନେ ବ୍ୟବସ୍ଥା ସହ ଫାରୂଶୀମାନଙ୍କ ଚିନ୍ତାଧାରାକୁ ଅମାନ୍ୟ କରୁଥିଲେ।

  • “ପାପୀ” ଶବ୍ଦ ମଧ୍ୟ ଅନ୍ୟମାନଙ୍କ ପାଇଁ ବ୍ୟବହୃତ ହୋଇଥିଲା ଯେଉଁମାନେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ପାପୀ ବୋଲି ବିବେଚନା କରାଯାଉଥିଲେ। ଦାହରଣ ସ୍ୱରୂପ, କରଗ୍ରାହୀ ଏବଂ ବେଶ୍ୟାମାନଙ୍କ ସ୍ତରର ଲୋକମାନଙ୍କୁ ଦିଆଯାଇଛି।

ଅନୁବାଦ ପ୍ରସ୍ତାବ:

  • ”ପାପ” ଶବ୍ଦକୁ ଏକ ବାକ୍ୟ କିମ୍ବା ଖଣ୍ଡବାକ୍ୟ ସହିତ ଅନୁବାଦ କରାଯାଇପାରେ ଯାହାର ଅର୍ଥ “ଈଶ୍ୱରଙ୍କ ଅବାଧ୍ୟ” କିମ୍ବା “ଈଶ୍ୱରଙ୍କ ଇଚ୍ଛା ବିରୋଧୀ କାର୍ଯ୍ୟ କରିବା” କିମ୍ବା “ମନ୍ଦ ଆଚରଣ କିମ୍ବା ଚିନ୍ତାଧାରା” କିମ୍ବା “ମନ୍ଦ କାର୍ଯ୍ୟ।”
  • “ପାପ” ଯେପରି “ଈଶ୍ୱରଙ୍କ ଅବାଧ୍ୟ” କିମ୍ବା “ମନ୍ଦ କାର୍ଯ୍ୟ/କର” ଭାବେ ଅନୁବାଦ କରାଯାଇପାରିବ।
  • ପ୍ରସଙ୍ଗରେ “ପାପପୂର୍ଣ୍ଣ” ଯେପରି “ମନ୍ଦତ୍ତାରେ ପରିପୂର୍ଣ୍ଣ” କିମ୍ବା “ଦୁଷ୍ଟ“ କିମ୍ବା “ଅନୈତିକ” କିମ୍ବା “ମନ୍ଦ” କିମ୍ବା “ଈଶ୍ୱରଙ୍କୁ ବିଦ୍ରୋହ" ଭାବରେ ଅନୁବାଦ କରାଯାଇପାରେ।
  • ପ୍ରସଙ୍ଗରେ ନିର୍ଭର କରି “ପାପୀ” ଶବ୍ଦକୁ ଏକ ଶବ୍ଦ କିମ୍ବା ବାକ୍ୟାଂଶ ସହିତ ଯାହାର ଅର୍ଥ "ଯେଉଁ ବ୍ୟକ୍ତି ପାପ କରେ" କିମ୍ବା "ଯେଉଁ ବ୍ୟକ୍ତି ଭୁଲ ବିଷୟ କରେ ବା କାର୍ଯ୍ୟ କରେ" କିମ୍ବା “ଈଶ୍ଵରଙ୍କୁ ଅବମାନନା କରୁଥିବା ବ୍ୟକ୍ତି” କିମ୍ବା “ବ୍ୟକ୍ତି ଯିଏ ବ୍ୟବସ୍ଥା ପାଳନ କରେ ନାହିଁ" ଭାବରେ ଅନୁବାଦ କରାଯାଇପାରେ।
  • "ପାପୀମାନେ" ଶବ୍ଦ ଯେପରି ଏକ ବାକ୍ୟ କିମ୍ବା ବାକ୍ୟାଂଶ ଯାହାର ଅର୍ଥ "ଅତ୍ୟଧିକ ପାପପୁର୍ଣ୍ଣ ଲୋକ/ବ୍ୟକ୍ତି" କିମ୍ବା “ଅତ୍ୟଧିକ ପାପୀ ବୋଲି ବିବେଚନା କରାଯାଉଥିବା ଲୋକମାନେ” କିମ୍ବା "ଅନୌତିକ ଲୋକମାନେ" ଭାବରେ ଅନୁବାଦ କରାଯାଇପାରେ।
  • "ପାପୀ ଏବଂ କରଗରାହୀମାନେ" ଅନ୍ୟ ଭାବରେ ଅନୁବାଦ କଲେ "ଯେଉଁ ଲୋକମାନେ ସରକାରଙ୍କ ପାଇଁ ଟଙ୍କା ସଂଗ୍ରହ କରନ୍ତି, ଏବଂ ଅନ୍ୟ ଅତ୍ୟଧିକ ପାପପୁର୍ଣ୍ଣ ଲୋକମାନେ” କିମ୍ବା “ବହୁତ ପାପପୁର୍ଣ୍ଣ ଲୋକମାନେ, କରଗ୍ରାହୀମାନେ ସୁଦ୍ଧା ଅନ୍ତର୍ଭୁକ୍ତ ହୋଇପାରେ।
  • ନିଶ୍ଚିତ ହୁଅ ଯେ ଏହି ଭାଷାନ୍ତର ଶବ୍ଦ ପାପପୁର୍ଣ୍ଣ ଆଚରଣ ଏବଂ ଚିନ୍ତାଧାରା ଗୁଡ଼ିକ ଅନ୍ତର୍ଭୁକ୍ତ, ଯାହାକି ଅନ୍ୟ ଲୋକମାନେ ଦେଖନ୍ତି ନାହିଁ କିମ୍ବା ଜାଣନ୍ତି ନାହିଁ।
  • “ପାପ” ଶବ୍ଦ ସାଧାରଣ, ଏବଂ “ଦୁଷ୍ଟତା” ଓ “ମନ୍ଦ” ଶବ୍ଦଠାରୁ ଭିନ୍ନ ହେବା ଉଚିତ।

(ପୁନଶ୍ଚ ଦେଖନ୍ତୁ: ଅବାଧ୍ୟ, ମନ୍ଦ, ଶାରୀରିକ, କରଗ୍ରାହୀ)

ବାଇବଲ ପଦପର୍ବ:

ବାଇବଲ ଉଦାହରଣ ଘଟଣାବଳିରୁ:

  • 03:15 ଈଶ୍ୱର କହିଲେ, “ଆମ୍ଭେ ମନୁଷ୍ୟ ହେତୁରୁ ଆଉ ପୃଥିବୀକି ଅଭିଶାପ ଦେବାନାହିଁ, କିମ୍ବା ବନ୍ୟା ପରିସ୍ଥିତି ସୃଷ୍ଟି କରିବା ଦ୍ୱାରା ପୃଥିବୀକୁ ବିନାଶ କରିବା ନାହିଁ, ଯଦ୍ୟପି ବାଲ୍ୟ କାଳଠାରୁ ମନୁଷ୍ୟମାନେ ବାଲ୍ୟ କାଳରୁ ପାପପୁର୍ଣ୍ଣ
  • 13:12 ଈଶ୍ୱର ସେମାନଙ୍କ ଉପରେ କ୍ରୋଧାନ୍ୱିତ ହୋଇଥିଲେ କାରଣ ସେମାନଙ୍କର ପାପ ଏବଂ ବିନଷ୍ଟ କରିବା ପାଇଁ ଯୋଜନା କରିଥିଲେ।
  • 21:13 ଭବିଷ୍ୟ‌ଦ୍‌ବକ୍ତାମାନେ ଏହା ମଧ୍ୟ କହିଛନ୍ତି ଯେ ଖ୍ରୀଷ୍ଟ କୌଣସି ପାପ ନ କରି ସିଦ୍ଧ ହେବେ। ଅନ୍ୟ ଲୋକମାନଙ୍କ ପାପ ପାଇଁ ଦଣ୍ଡ ପାଇବାକୁ ସେ ମୃତ୍ୟୁବରଣ କରିବେ।
  • 35:01 ଦିନେ, ଯୀଶୁ ଅନେକ କରଗ୍ରାହୀ ଏବଂ ଅନ୍ୟ ପାପୀମାନଙ୍କୁ ଶିକ୍ଷା ଦେଉଥିଲେ ଯେଉଁମାନେ ତାହାଙ୍କର ଶିକ୍ଷା ଶୁଣିବାକୁ ଏକତ୍ର ହୋଇଥିଲେ।
  • 38:05 ପରେ ଯୀଶୁ ପାନ ପାତ୍ର ନେଲେ ଏବଂ କହିଲେ, “ଏଥିରୁ ପାନ କର

ଏହା ମୋହର ରକ୍ତରେ ସ୍ଥାପିତ ନୂତନ ନୀୟମ ଯାହା ତୁମ୍ଭର ପାପରୁ ପରିତ୍ରାଣ ନିମନ୍ତେ ବୁହାଯାଇଅଛି।"

  • 43:11 ପିତର ସେମାନଙ୍କୁ ଉତ୍ତର ଦେଲେ, “ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ମନପରିବର୍ତ୍ତନ କର ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ।“
  • 48:08 ଆମ୍ଭେମାନେ ସମସ୍ତେ ଆମ୍ଭମାନଙ୍କ ପାପ ହେତୁରୁ ମରିବାକୁ ଯୋଗ୍ୟ।
  • 49:17 ଯଦ୍ୟପି ତୁମ୍ଭେ ଜଣେ ଖ୍ରୀଷ୍ଟିୟାନ, ତୁମ୍ଭେ ପାପ କରିବାକୁ ପ୍ରଲୋଭିତ ହେବ। କିନ୍ତୁ ଈଶ୍ୱର ବିଶ୍ୱସ୍ତ ଏବଂ ଏହା କୁହନ୍ତି ଯଦି ତୁମ୍ଭେ ଆପଣା ପାପ ସ୍ୱୀକାର କର, ସେ ତୁମ୍ଭକୁ କ୍ଷମା କରିବେ। ସେ ତୁମ୍ଭମାନଙ୍କୁ ପାପ ବିରୁଦ୍ଧରେ ଯୁଦ୍ଧ କରିବାକୁ ଶବଳ କରିବେ।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H817, H819, H2398, H2399, H2400, H2401, H2402, H2403, H2408, H2409, H5771, H6588, H7683, H7686, G264, G265, G266, G268, G361, G3781, G3900, G4258

ପାପାଚ୍ଛାଦନ

ସଂଜ୍ଞା

"ପାପାଚ୍ଛାଦନ" ହେଉଛି ସୁନାର ଏକ ମୋଟା ଚାଦର ଯାହାକି ନୀୟମ ସିନ୍ଦୁକ ର ଉପର ଭାଗ କୁ ଆଚ୍ଛାଦିତ କରୁଥିଲା ׀

  • ଅନେକ ଇଂରାଜୀ ଅନୁବାଦରେ ଏହାକୁ ପ୍ରାୟଶ୍ଚିତ ର ଢାଙ୍କୁଣୀ ଭାବେ ଉଲ୍ଲେଖ କରାଯାଇଛି ׀
  • ପାପାଚ୍ଛାଦନ 115 ସେ.ମି. ଲମ୍ୱ ଓ 70 ସେ.ମି. ପ୍ରସ୍ଥ ׀
  • ପାପାଚ୍ଛାଦନ ର ଉପରେ ଦୁଇଟି ସୁନାର କିରୁବ ତାହାର ପକ୍ଷ ସହ ସ୍ପର୍ଶ କରନ୍ତି ׀
  • ସଦାପ୍ରଭୁ କହିଲେ ଯେ ସେ କିରୁବଗଣ ପ୍ରସାରିତ ଡେଣା ତଳେ ପାପାଚ୍ଛାଦନର ଉପରେ ଇଶ୍ରୋୟେଲୀୟମାନଙ୍କ ସହ ସାକ୍ଷାତ କରିବେ ׀

କେବଳ ପ୍ରଧାନ ଯାଜକ ହିଁ ଲୋକମାନଙ୍କ ତରଫରୁ ସଦାପ୍ରଭୁ ଙ୍କ ସହ ସାକ୍ଷାତ କରିବାକୁ ସୁଯୋଗ ପାଉଥିଲେ ׀

  • ବେଳେବେଳେ ପାପାଚ୍ଛାଦନ କୁ "ଅନୁଗ୍ରହର ଆସନ" ବୋଲି ଉଲ୍ଲେଖିତ ହୋଇଛି କାରଣ ପରମେଶ୍ୱର ଙ୍କ ଅନୁଗ୍ରହ ମନୁଷ୍ୟ ର ପାପକୁ ଉଦ୍ଧାର କରିବାକୁ ଓହ୍ଳାଇ ଆସେ ׀

ଅନୁବାଦର ପ୍ରସ୍ତାବ

  • ଅନ୍ୟ ଅର୍ଥରେ ଏହି ଶବ୍ଦ କୁ ଏହିପରି ଭାବରେ ଅନୁବାଦ କରାଯାଇପାରେ ଯେପରିକି ପାପାଚ୍ଛାଦନ ଦ୍ୱାରା"ପରମେଶ୍ୱର ଉଦ୍ଧାର କରିବାକୁ ପ୍ରତିଜ୍ଞା କରନ୍ତି କିମ୍ୱା "ପରମେଶ୍ୱର ପାପରୁ ପ୍ରାୟଶ୍ଚିତ କରନ୍ତି" କିମ୍ୱା "ପରମେଶ୍ୱର କ୍ଷମା କରନ୍ତି ଓ ପୁନଃ ଉଦ୍ଧାର କରନ୍ତି"
  • ପ୍ରାୟଶ୍ଚିତାର୍ଥକ ବଳି
  • "ଅନୁତାପ", "ପ୍ରାୟଶ୍ଚିତ", "ଉଦ୍ଧାର" ଏହି ଶବ୍ଦ ଗୁଡ଼ିକ ର ତୁଳନା କରନ୍ତୁ ׀

(ଦେଖନ୍ତୁ:\ ନୀୟମ ସିନ୍ଦୁକ,ଅନୁତାପ,କିରୁବ,ପ୍ରାୟଶ୍ଚିତ,ଉଦ୍ଧାର)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H3727, G2435

ପାଳକ, ପାଳକମାନେ

ସଂଜ୍ଞା:

ଏହି ପ୍ରତିଶବ୍ଦ “ପାଳକ” ଆକ୍ଷରିକ ଭାବରେ “ମେଷପାଳକ” ଶବ୍ଦ ସହିତ ସମାନ ଅଟେ I ଏହା ବିଶ୍ୱାସୀମାନଙ୍କର ଏକ ଦଳ ନିମନ୍ତେ ଆଧ୍ୟାତ୍ମିକ ନେତା ଭାବରେ ରହିଥିବା ଜଣେ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ପଦବୀ ଭାବରେ ବ୍ୟବହୃତ ହୁଏ I

  • ଇଂରାଜୀ ବାଇବଲର ଭାଷାନ୍ତରରେ ‘ପାଳକ’ ଶବ୍ଦଟି କେବଳ ଥରେ ମାତ୍ର ଏଫିସୀୟ ପୁସ୍ତକରେ ଉଲ୍ଲେଖ ହୋଇଛି ବା ରହିଛି I

ଅନ୍ୟ ସ୍ଥାନଗୁଡିକରେ ସେହି ସମାନ ଶବ୍ଦ ‘ମେଷପାଳକ’ ଭାବରେ ଭାଷାନ୍ତର କରାଯାଇଛି I

  • କେତେକ ଭାଷାରେ, ‘ପାଳକ’ ନିମନ୍ତେ ବ୍ୟବହୃତ ଶବ୍ଦଟି ‘ମେଷପାଳକ’ ନିମନ୍ତେ ମଧ୍ୟ ସେହି ଶବ୍ଦ ବ୍ୟବହାର କରାଯାଇଛି I
  • ଏହା ମଧ୍ୟ ସେହି ସମାନ ଶବ୍ଦ ବ୍ୟବହାର କରାଯାଇଛି ଯେତେବେଳେ ଯୀଶୁଙ୍କୁ ‘ଉତ୍ତମ ମେଷପାଳକ’ ଭାବରେ ଉଲ୍ଲେଖ କରାଯାଏ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡ଼ିକ:

  • ପ୍ରକଳ୍ପର ଭାଷାରେ ଏହି ପ୍ରତିଶବ୍ଦକୁ ‘ମେଷପାଳକ’ ନିମନ୍ତେ ବ୍ୟବହାର କରାଯାଉଥିବା ଶବ୍ଦରେ ଭାଷାନ୍ତର କରିବା ସର୍ୱୋତ୍ତମ ଅଟେ I
  • ଏହି ପ୍ରତିଶବ୍ଦକୁ ଅନୁବାଦ କରିବା ନିମନ୍ତେ ରହିଥିବା ଅନ୍ୟ ମାର୍ଗଗୁଡିକ ମଧ୍ୟରେ “ଆତ୍ମାର ପାଳକ” ବା “ଖ୍ରୀଷ୍ଟିଆନ ନେତାଙ୍କର ପାଳକତ୍ୱ” ଅନ୍ତର୍ଭୁକ୍ତ ଅଟେ I

(ଆହୁରି ମଧ୍ୟ ଦେଖ: ମେଷପାଳକ, ମେଷ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H7462, G4166

ପିତା ପରମେଶ୍ୱର, ସ୍ୱର୍ଗୀୟ ପିତା, ପିତା

ତଥ୍ୟ:

ଶବ୍ଦ “ପିତା ପରମେଶ୍ୱର” ଓ “ସ୍ୱର୍ଗୀୟ ପିତା “ସଦାପ୍ରଭୁ ଏକ ହିଁ ସତ୍ୟ ଇଶ୍ୱରକୁ ଦର୍ଶାଏ I ଆଉ ଏକ ଶବ୍ଦ ସମାନ ଅର୍ଥ ବୋଧକ ହେଉଛି “ପିତା “ଅଧିକ ସମୟରେ ବ୍ୟବହୃତ ହୁଏ ଯେତେବେଳେ ଯୀଶୁ ତାହାଙ୍କୁ ସମ୍ବୋଧିତ କରୁଥିଲେ I

  • ପରମେଶ୍ୱର, ପିତା ପରମେଶ୍ୱର, ପୁତ୍ର ପରମେଶ୍ୱର ଓ ପବିତ୍ର ଆତ୍ମା ପରମେଶ୍ୱର ରୂପରେ ଅସ୍ତିତ୍ୱରେ ଅଛନ୍ତି I

ପ୍ରତେକେ ପୂର୍ଣ୍ଣ ପରମେଶ୍ୱର ଅଟନ୍ତି ଓ ତଥାପି ସେମାନେ ଏକ ସତ୍ୟ ଇଶ୍ୱର ଅଟନ୍ତି I ଏହା ଏକ ରହସ୍ୟ ଯାହା ସାଧାରଣ ବ୍ୟକ୍ତି କେବେ ସମ୍ପୂର୍ଣ୍ଣ ବୁଝି ପାରିବ ନାହିଁ I

  • ପିତା ପରମେଶ୍ୱର ପୁତ୍ର ପରମେଶ୍ୱର (ଯୀଶୁ) ଙ୍କୁ ଏହି ଜଗତକୁ ପଠାଇଲେ ଓ ସେ ପବିତ୍ର ଆତ୍ମାଙ୍କୁ ତାହା ଙ୍କ ଲୋକମାନଙ୍କ ମଧ୍ୟକୁ ପଠାଇଲେ I

  • ଯେ କେହି ପୁତ୍ର ପରମେଶ୍ୱର ଉପରେ ବିଶ୍ୱାସ କରେ ସେ ଈଶ୍ୱରଙ୍କ ସନ୍ତାନ ହୋଇଯାଏ ଓ ପବିତ୍ର ଆତ୍ମା ପରମେଶ୍ୱର ଆସି ସେହି ବ୍ୟକ୍ତି ଜୀବନରେ ବାସ କରେ I

ଏହା ଆଉ ଏକ ରହସ୍ୟ ଯାହା ମନୁଷ୍ୟ ପୂର୍ଣ୍ଣ ରୂପରେ କେବେବି ବୁଝି ପାରିବ ନାହିଁ I

ଅନୁବାଦ ପ୍ରସ୍ତାବ:

  • ଅନୁବାଦ କରିବା ସମୟରେ ବାକ୍ୟାଂଶ “ପିତା ପରମେଶ୍ୱର “କୁ ଉତ୍ତମ ରୂପରେ ଅନୁବାଦ କଲେ ଏହି ଶବ୍ଦକୁ ଯେଉଁ ଭାଷା ସାଧାରଣ ଭାବରେମାନବ ପିତା କୁହାଯାଏ ବ୍ୟବହାର କରା ଯିବା ଆବଶ୍ୟକ ଅଟେ I
  • ଶବ୍ଦ “ସ୍ୱର୍ଗୀୟ ପିତା “କୁ “ପିତା ଯେ ସ୍ୱର୍ଗରେ ବାସ କରନ୍ତି” କିଅବା “ପିତା ପରମେଶ୍ୱର ଯେ ସ୍ୱର୍ଗରେ ବାସ କରନ୍ତି” କିଅବା “ଆମ୍ଭର ପିତା ଯେ ସ୍ୱର୍ଗରେ ବାସ କରନ୍ତି “ରୂପରେ ଅନୁବାଦ କରାଯାଇପାରେ I
  • ସାଧାରଣତଃ ପରମେଶ୍ୱର କୁ ଯେତେବେଳେ ଦର୍ଶାଇଯାଏ “ପିତା” ବଡ଼ ଅକ୍ଷରରେ ଲେଖାଯାଏ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ପୂର୍ବ ପୁରୁଷ, ପରମେଶ୍ୱର, ସ୍ୱର୍ଗ, ପବିତ୍ର ଆତ୍ମା, ଯୀଶୁ, ପରମେଶ୍ୱର ଙ୍କ ପୁତ୍ର)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • ୨୪:୦୯ କେବଳ ଏକ ହିଁ ପରମେଶ୍ୱର ଅଟନ୍ତି I

କିନ୍ତୁ ଯୋହନ ପିତା ପରମେଶ୍ୱରଙ୍କ ବାଣୀ ଶୁଣିଲେ ଓ ଯେତେବେଳେ ସେ ବାପ୍ତିସ୍ମ ଦେଉ ଅଛନ୍ତି ସେତେବେଳେ ସେ ପୁତ୍ର ଯୀଶୁ ଓ ପବିତ୍ର ଆତ୍ମାଙ୍କୁ ଦେଖିଲେ I

  • ୨୯:୦୯ ତେବେ ଯୀଶୁ କହିଲେ, ମୋର __ସ୍ୱର୍ଗୀୟ ପିତା __ ସେହି ପ୍ରତ୍ୟକଙ୍କୁ ସେହି ପ୍ରକାରେ କରିବେ ଯଦି ତୁମେ ନିଜ ଭାଇକୁ ହୃଦୟରୁ କ୍ଷମା ନ କର I
  • ୩୭:୦୯ ତେବେ ଯୀଶୁ ସ୍ୱର୍ଗ ଆଡ଼କୁ ଉର୍ଦ୍ଦ ଦୃଷ୍ଟି କଲେ ଓ କହିଲେ “__ପିତା __, ଧନ୍ୟବାଦ ଦେଉଅଛି କି ତୁମେ ମୋର କଥା ଶୁଣିଲ “I
  • ୪୦:୦୭ ତତ୍ପରେ ଯୀଶୁ ଚିତ୍କାର କରି କହିଲେ, “ସମାପ୍ତ ହେଲା !__ ପିତା__, ମୋର ଆତ୍ମା ତୁମ୍ଭ ହସ୍ତରେ ସମର୍ପଣ କରୁଅଛି I
  • ୪୨:୧୦” ତେଣୁ ଯାଅ ସମସ୍ତ ଜାତିର ଲୋକଙ୍କୁ ତୁମ୍ଭେମାନେ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ, ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇ ଅଛି ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର ;
  • ୪୩:୦୮”ବର୍ତ୍ତମାନ ଯୀଶୁ ପିତା ପରମେଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇ ଅଛନ୍ତି I
  • ୫୦:୧୦ “ତେବେ ଧର୍ମୀ ଜନ ପିତା ପରମେଶ୍ୱରଙ୍କ ରାଜ୍ୟରେ ସୁର୍ଯ୍ୟ ପରି ଚମକିବେ “I

ବୋର୍ଡ ଡାଟା :

  • Strong's: H1, H2, G3962

ପିଲାମାନେ ବା ସନ୍ତାନ, ଶିଶୁ ବା ପିଲା, ସନ୍ତାନସନ୍ତତି

ସଂଜ୍ଞା:

ଶବ୍ଦ “ଶିଶୁ” (ବହୁବଚନ “ପିଲାମାନେ”) ଗୋଟିଏ ପୁରୁଷ ଏବଂ ସ୍ତ୍ରୀର ସନ୍ତାନସନ୍ତତିକୁ ବୁଝାଏ। ଏହି ଶବ୍ଦଟି ଅନେକ ସମୟରେ ସାଧାରଣ ଭାବରେ ବ୍ୟବହୃତ ହୁଏ ଯେ କୌଣସି ଲୋକ ଯିଏ ବୟଷରେ ସାନ ଏବଂ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ବୟସ୍କ ହୋଇ ନଥାଏ। "ସନ୍ତାନସନ୍ତତି" ଶବ୍ଦ ସାଧାରଣ ଭାବରେ ଜଣେ ଜୀବ ବିଜ୍ଞାନ ସମ୍ବନ୍ଧୀୟ ଲୋକମାନଙ୍କର କିମ୍ବା ପ୍ରାଣୀମାନଙ୍କର ବଂଶଧରମାନଙ୍କ ବିଷୟରେ ସୂଚିତ କରେ।

  • ବାଇବଲରେ, ଶିଷ୍ୟମାନେ କିମ୍ବା ଅନୁଗାମୀମାନଙ୍କୁ ବେଳେବେଳେ “ପିଲାମାନେ” ବୋଲି ସମ୍ବୋଧନ କରାଯାଇଛି।

  • “ପିଲାମାନେ” ଶବ୍ଦ ଅନେକ ସମୟରେ ଜଣଙ୍କର ସନ୍ତାନ ବା ବଂଶଧରକୁ ବୁଝାଏ।

  • ବାଇବଲରେ ଅନେକ ସମୟରେ “ସନ୍ତାନସନ୍ତତି”ର “ପିଲାମାନେ” କିମ୍ବା "ବଂଶଧର ବା ଉତରଅଧିକାରୀ" ସହିତ ସମାନ ଅର୍ଥ ଥାଏ।

  • “ବିହନ” ଶବ୍ଦ କେତେବେଳେ କେମିତି ଆଳଙ୍କାରିକ ଭାବରେ ସନ୍ତାନ ବା ସନ୍ତାନସନ୍ତତିକୁ ସୂଚାଇବା ପାଇଁ ବ୍ୟବହୃତ ହେଇଛି।

  • “ପିଲାମାନଙ୍କର” ବାକ୍ୟାଂଶ କିଛି ବିଷୟ ଚରିତ୍ର ବର୍ଣ୍ଣନା କରାଯିବା ଦ୍ୱାରା ବର୍ଣ୍ଣିତ ହେବାକୁ ସୂଚାଇପାରେ। ଏଥିର କିଛି ଉଦାହରଣ ହେବ:

  • ଆଲୋକର ସନ୍ତାନ

  • ବାଧ୍ୟତାର ସନ୍ତାନ

  • ଶୟତାନର ସନ୍ତାନ

  • ଏହି ଶବ୍ଦଟି ମଣ୍ଡଳୀକୁ ମଧ୍ୟ ସୂଚାଇପାରେ। ଉଦାହରଣ ସ୍ୱରୂପ, ବେଳେବେଳେ ନୂତନ ନିୟମ ଲୋକମାନଙ୍କୁ "ଈଶ୍ଵରଙ୍କ ସନ୍ତାନ" ବୋଲି ଦର୍ଶାଏ ଯେପରି ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି।

ଅନୁବାଦ ପ୍ରସ୍ତାବ:

  • “ପିଲାମାନେ” ଶବ୍ଦଟି “ସନ୍ତାନ ବା ବଂଶଧର” ଭାବରେ ଅନୁବାଦ କରାଯାଇପାରେ ଯେତେବେଳେ ଏହା ଜଣେ ବ୍ୟକ୍ତିଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନଗଣକୁ ଇତ୍ୟାଦି ବିଷୟରେ ସୂଚିତ କରେ।
  • “ପିଲାମାନଙ୍କର," ପ୍ରସଙ୍ଗ ଉପରେ ନିର୍ଭର କରି, “ଯେଉଁ ଲୋକମାନଙ୍କର ବିଶିଷ୍ଟତା ଅଛି” କିମ୍ବା “ଯେଉଁମାନେ ଆଚରଣ କରନ୍ତି" ଭାବରେ ଅନୁବାଦ କରାଯାଇପାରିବ।
  • ଯଦି ସମ୍ଭବ ହୁଏ, “ଈଶ୍ୱରଙ୍କ ସନ୍ତାନ” ବାକ୍ୟାଂଶକୁ ଆକ୍ଷରିକ ଭାବରେ ଅନୁବାଦ କରାଯିବା ଉଚିତ କାରଣ ଏକ ଗୁରୁତ୍ୱପୂର୍ଣ୍ଣ ବାଇବଲ ପ୍ରସଙ୍ଗ ହେଉଛି ଯେ ଈଶ୍ଵର ଆମ୍ଭମାନଙ୍କର ସ୍ୱର୍ଗୀୟ ପିତା। “ଯେଉଁ ଲୋକମାନେ ଈଶ୍ଵରଙ୍କ ଅଟନ୍ତି” କିମ୍ବା “ଈଶ୍ଵରଙ୍କ ଆଧ୍ୟାତ୍ମିକ ସନ୍ତାନ” ଏକ ସମ୍ଭାବିତ ଅନୁବାଦ ବିକଳ୍ପ ହେବ।
  • ଯେତେବେଳେ ଯୀଶୁ ତାହାଙ୍କର ଶିଷ୍ୟଙ୍କୁ "ପିଲାମାନେ" ବୋଲି ଡାକନ୍ତି, ଏହାକୁ "ପ୍ରିୟ ବନ୍ଧୁଗଣ" କିମ୍ବା “ମୋର ପ୍ରିୟ ଶିଷ୍ୟମାନେ” ଏପରି ମଧ୍ୟ ଅନୁବାଦ କରାଯାଇପାରିବ।
  • ଯେତେବେଳେ ବିଶ୍ୱାସୀମାନଙ୍କୁ ପାଉଲ ଏବଂ ଯୋହନ ଯୀଶୁଙ୍କଠାରେ "ପିଲାମାନେ" ବୋଲି ଦର୍ଶାନ୍ତି, ଏହାକୁ "ପ୍ରିୟ ସହ ବିଶ୍ୱାସୀଗଣ" ବୋଲି ମଧ୍ୟ ଅନୁବାଦ କରାଯାଇପାରିବ।
  • ଏହି “ପ୍ରତିଜ୍ଞାର ସନ୍ତାନଗଣ” ବାକ୍ୟାଂଶକୁ “ଯାହା ଈଶ୍ୱରଙ୍କ ପ୍ରତିଜ୍ଞା କରିଥିଲେ ଯେଉଁଲୋକମାନେ ତାହା ଗ୍ରହଣ କରିଅଛନ୍ତି” ଭାବରେ ଅନୁବାଦ କରାଯାଇପାରିବ।

(ପୁନଶ୍ଚ ଦେଖ: ଉତ୍ତରାଧିକାରୀ ବା ବଂଶଧର, ବିହନ ବା ସନ୍ତାନ, ପ୍ରତିଜ୍ଞା, ପୁଅ, ଆତ୍ମା, ବିଶ୍ୱାସ, ପ୍ରିୟ)

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H1069, H1121, H1123, H1129, H1323, H1397, H1580, H2029, H2030, H2056, H2138, H2145, H2233, H2945, H3173, H3205, H3206, H3208, H3211, H3243, H3490, H4392, H5209, H5271, H5288, H5290, H5759, H5764, H5768, H5953, H6185, H6363, H6529, H6631, H7908, H7909, H7921, G730, G815, G1025, G1064, G1081, G1085, G1471, G3439, G3515, G3516, G3808, G3812, G3813, G3816, G5040, G5041, G5042, G5043, G5044, G5206, G5207, G5388

ପୁନରୁତଥାନ

ସଂଜ୍ଞା:

“ପୁନରୁତଥାନ” ପ୍ରତିଶବ୍ଦ ମୃତ୍ୟୁବରଣ କରିବା ପରେ ପୂନର୍ୱାର ଜୀବିତ ହେବା କାର୍ଯ୍ୟକୁ ସୂଚାଏ I

  • ଜଣକୁ ପୁନରୁତଥିତ କରିବା ଅର୍ଥ ସେହି ବ୍ୟକ୍ତିକୁ ପୁଣି ଥାରେ ଜୀବନ ମଧ୍ୟକୁ ଫେରାଇ ଆଣିବା ବିଷୟ ଅଟେ I

ଏହି କାର୍ଯ୍ୟ କରିବା ନିମନ୍ତେ କେବଳ ଈଶ୍ୱରଙ୍କଠାରେ କ୍ଷମତା ଅଛି I

  • “ପୁନରୁତଥାନ” ଶବ୍ଦ ଅନେକ ସମୟରେ ଯୀଶୁ ମୃତ୍ୟୁବରଣ କରିବା ପରେ ପୂନର୍ୱାର ଜୀବିତ ହେବା ବିଷୟକୁ ସୂଚାଏ I
  • ଯେତେବେଳେ ଯୀଶୁ କହିଲେ, “ମୁଁ ପୁନରୁତଥାନ ଓ ଜୀବନ”; ସେ ଜଣାଇବାକୁ ଚାହିଁଲେ ଯେ, ସେ ପୁନରୁତଥାନର ଉତ୍ସ ଅଟନ୍ତି, ଏବଂ ସେ ହିଁ ଲୋକମାନଙ୍କୁ ଜୀବନ ମଧ୍ୟକୁ ଫେରାଇ ଆଣିଥାନ୍ତି I

ଅନୁବାଦନିମନ୍ତେ ପ୍ରସ୍ତାବଗୁଡିକ:

  • ଜଣେ ବ୍ୟକ୍ତିର “ପୁନରୁତଥାନ”କୁ “ତାହାର ଜୀବନ ମଧ୍ୟକୁ ଫେରି ଆସିବା” କିମ୍ୱା ତାହାର “ମୃତ୍ୟୁ ଭୋଗ ପରେ ପୁଣି ଥରେ ଜୀବିତ ହେବା” ବୋଲି ଅନୁବାଦ କରାଯାଇପାରେ I

  • ଏହି ଶବ୍ଦର ଆକ୍ଷରିକ ଅର୍ଥ “ଉପରକୁ ଉଠାଇବା” ବା “ଉର୍ଦ୍ଧକୁ ଉତ୍ଥିତ ହେବା କାର୍ଯ୍ୟ(ମୃତମାନଙ୍କ ମଧ୍ୟରୁ)” ଅଟେ I

ଏହି ପ୍ରତିଶବ୍ଦକୁ ଅନୁବାଦ କରିବା ନିମନ୍ତେ ଏଗୁଡିକ ଅନ୍ୟାନ୍ୟ ସମ୍ଭାବ୍ୟ ଉପାୟମାନ ହୋଇପାରେ I

(ଆହୁରି ମଧ୍ୟ ଦେଖ: ଜୀବନ, ମୃତ୍ୟୁ, ଉଠାଇବା)

ବାଇବଲ ପଦଗୁଡିକ:

ବାଇବଲର କାହାଣୀଗୁଡିକ ମଧ୍ୟରୁ ଉଦାହରଣଗୁଡିକ:

  • 21:14 ମଶୀହଙ୍କ ମୃତ୍ୟୁ ଏବଂ__ ପୁନରୁତଥାନ ଦ୍ୱାରା,__ଈଶ୍ୱର ପାପୀମାନଙ୍କୁ ଉଦ୍ଧାର କରିବା ଏବଂ ନୂୟନ ନୀୟମ ଆରମ୍ଭ କରିବା ନିମନ୍ତେ ଆପଣା ଯୋଜନା ସାଧନ କରିବେ I
  • 37:05 ଯୀଶୁ ଉତ୍ତର ଦେଲେ, ମୁଁ ପୁନରୁତଥାନ__ଓ ଜୀବନ__ I

ଯେ କେହି ମୋଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ I

ବୋର୍ଡ ଡାଟା :

  • Strong's: G386, G1454, G1815

ପୁନରୁଦ୍ଧାର, ପୁନରୁଦ୍ଧାର କରେ, ପୁନରୁଦ୍ଧାର ହୋଇଛି, ପୁନରୁଦ୍ଧାରପ୍ରାପ୍ତ

ସଂଜ୍ଞା:

” ପୁନରୁଦ୍ଧାର” ଏବଂ “ପୁନରୁଦ୍ଧାର କରିବା” ପ୍ରତିଶବ୍ଦଗୁଡିକ କିଛି ବିଷୟକୁ ତାହାର ମୂଳ ଅବସ୍ଥାକୁ ଏବଂ ପୂର୍ବାପେକ୍ଷା ଉତ୍ତମ ଅବସ୍ଥାକୁ ଫେରାଇ ଆଣିବାକୁ ସୂଚାଏ I

  • ଯେତେବେଳେ ଗୋଟିଏ ରୋଗାକ୍ରାନ୍ତ ଶରୀରର ଅଂଶ ” ପୁନରୁଦ୍ଧାର” ପାଇଥାଏ, ତାହାର ଅର୍ଥ “ସୁସ୍ଥ ହେଲା” ବୁଝାଏ I
  • ଯେତେବେଳେ ଭଗ୍ନ ହୋଇଥିବା ସମ୍ପର୍କ ପୁନରୁଦ୍ଧାର ପ୍ରାପ୍ତ ହୁଏ ତେବେ ତାହାକୁ “ପୁନର୍ମିଳନ” କୁହାଯାଏ I

ପାପପୂର୍ଣ୍ଣ ମନୁଷ୍ୟକୁ ଈଶ୍ୱର ପୁନରୁଦ୍ଧାର କରନ୍ତି ଏବଂ ଆପଣା ନିକଟକୁ ଫେରାଇ ନିଅନ୍ତି I

  • ଯଦି ଲୋକମାନେ ସେମାନଙ୍କ ନିଜ ଦେଶକୁ ଫେରିଯାଆନ୍ତି, ସେମାନେ “ପୂନର୍ୱାର ଅଣାଗଲେ” ବା ସେହି ଦେଶକୁ “ପ୍ରତ୍ୟାବର୍ତ୍ତନ” କଲେ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • ପୂର୍ବାପର ସମ୍ୱନ୍ଧକୁ ଧ୍ୟାନରେ ରଖି ” ପୁନରୁଦ୍ଧାର” ପଦର ଅନୁବାଦ କରିବା ଉପାୟଗୁଡିକରେ “ନୂତନୀକରଣ” ବା “ପୁଣି ଥରେ ମୂଲ୍ୟ ଦେବା” କିମ୍ୱା “ଫେରି ଆସିବା” କିମ୍ୱା “ସୁସ୍ଥ ହେବା” କିମ୍ୱା “ଫେରାଇ ଆଣିବା” ଅନ୍ତର୍ଭୁକ୍ତ ହୋଇପାରିବ I
  • ଏହି ପ୍ରତିଶବ୍ଦର ଅନ୍ୟ ଅଭିବ୍ୟକ୍ତିଗୁଡିକ “ନୂତନ କରିବା” କିମ୍ୱା “ପୂନର୍ୱାର ନୂତନ ଭଳି କରିବା” ହୋଇପାରିବ I
  • ଯେତେବେଳେ କିଛି ସମ୍ପତ୍ତି “ପୁନରୁଦ୍ଧାରପ୍ରାପ୍ତ” ହୁଏ, ଏହାକୁ “ପୂନଃ ମରାମତି” କରାଯାଏ, କିମ୍ୱା “ପୂନଃ ସ୍ଥାପନ” କରାଯାଏ କିମ୍ୱା ଏହାର ମାଲିକକୁ “ଫେରାଇ ଦିଆଯାଏ” I
  • ପୂର୍ବାପର ସମ୍ୱନ୍ଧକୁ ଧ୍ୟାନରେ ରଖି “ପୁନରୁଦ୍ଧାର ପ୍ରାପ୍ତ” ପଦକୁ “ନୂତନୀକରଣ” କିମ୍ୱା “ସୁସ୍ଥତା” ବା “ପୂନର୍ମିଳନ” ବୋଲି ଅନୁବାଦ କରାଯାଇପାରେ I

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H7725, H7999, H8421, G600, G2675

ପୁନର୍ବାର ଜନ୍ମ ବା ପୁନର୍ଜନ୍ମ, ଇଶ୍ୱରଙ୍କଠାରୁ ଜନ୍ମ, ନୂତନ ଜନ୍ମ

ସଂଜ୍ଞା:

"ପୁନର୍ବାର ଜନ୍ମ" ଶବ୍ଦ ପ୍ରଥମେ ଯୀଶୁଙ୍କ ଦ୍ୱାରା ବ୍ୟବହୃତ ହୋଇଥିଲା ଯାହାକୁ ଏପରି ବର୍ଣ୍ଣନା କରେ ଯେ ଜଣେ ବ୍ୟକ୍ତି ଆତ୍ମିକ ଭାବେ ମୃତ ହେବାଠାରୁ ଈଶ୍ୱରଙ୍କ ଦ୍ୱାରା ଆତ୍ମିକ ଭାବେ ଜୀବିତ ହୁଏ। "ଈଶ୍ୱରଙ୍କଠାରୁ ଜନ୍ମ" ଏବଂ "ଆତ୍ମାଙ୍କଠାରୁ ଜନ୍ମ" ଅର୍ଥ ମଧ୍ୟ ଜଣେ ବ୍ୟକ୍ତିଙ୍କ ନୂତନ ଆତ୍ମିକ ଜୀବନକୁ ସୂଚିତ କରେ।

  • ପ୍ରତ୍ୟେକ ମନୁଷ୍ୟ ଆଧ୍ୟାତ୍ମିକ ଭାବରେ ମୃତ ହୋଇ ଜନ୍ମ ହେଇଛନ୍ତି ଏବଂ ସେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣା ତ୍ରାଣକର୍ତ୍ତା ରୂପେ ଗ୍ରହଣ କଲାପରେ "ନୂତନ ଜନ୍ମ" ଦିଆଯାଏ।
  • ନୂତନ ଆଧ୍ୟାତ୍ମିକ ଜନ୍ମ ହେବା ସମୟରେ, ଈଶ୍ୱରଙ୍କ ପବିତ୍ର ଆତ୍ମା ନୂତନ ବିଶ୍ୱାସୀଙ୍କଠାରେ ବାସ କରେ ଏବଂ ତାହାକୁ ଜୀବନରେ ଉତ୍ତମ ଆତ୍ମିକ ଫଳ ଫଳିବା ପାଇଁ ସମର୍ଥ କରେ।
  • ଏହା ଜଣେ ବ୍ୟକ୍ତିର ପୁନର୍ଜନ୍ମ ହେବାରେ ଏବଂ ତାହାଙ୍କ ସନ୍ତାନ ହେବାର ଈଶ୍ଵରଙ୍କ କାର୍ଯ୍ୟ କରନ୍ତି।

ଅନୁବାଦ ର ପ୍ରସ୍ତାବ:

  • "ପୁନର୍ଜନ୍ମ"ର ଅନ୍ୟ ଭାବେ ଅନୁବାଦକୁ "ଏକ ନୂତନ ଜନ୍ମ" କିମ୍ବା "ଆଧ୍ୟାତ୍ମିକ ଭାବରେ ଜନ୍ମ" ଅନ୍ତର୍ଭୁକ୍ତ କରାଯାଇପାରେ।
  • ଏହି ଶବ୍ଦକୁ ଆକ୍ଷରିକ ଭାବେ ଅନୁବାଦ କରିବା ଉତ୍ତମ ଏବଂ ଭାଷାରେ ସାଧାରଣ ଶବ୍ଦକୁ ବ୍ୟବହାର କର ଯାହା ଜନ୍ମ ହେବା ପାଇଁ ବୋଲି ବ୍ୟବହୃତ ହୁଏ।
  • "ନୂତନ ଜନ୍ମ" ଶବ୍ଦକୁ "ଆଧ୍ୟାତ୍ମିକ ଜନ୍ମ" ବୋଲି ଅନୁବାଦ କରାଯାଇପାରେ।
  • "ଈଶ୍ୱରଙ୍କଠାରୁ ଜନ୍ମ" ବାକ୍ୟାଂଶକୁ ଯେପରି "ଈଶ୍ୱରଙ୍କ ଦ୍ୱାରା ନୂତନୀକୃତ ହୋଇ ନବଜାତ ଶିଶୁ ସଦୃଶ ହେବା" କିମ୍ବା ଈଶ୍ୱରଙ୍କ ଦ୍ୱାରା ନୂତନ ଜୀବନ ପ୍ରାପ୍ତ ହେବା" ଭାବରେ ଅନୁବାଦ କରାଯାଇପାରେ।
  • ସେହିଭଳି ଭାବରେ "ପବିତ୍ର ଆତ୍ମାଙ୍କଠାରୁ ଜନ୍ମ" ଅର୍ଥାତ୍ "ପବିତ୍ର ଆତ୍ମାଙ୍କ ଦ୍ୱାରା ନୂତନ ଜୀବନ ପାଇବା" କିମ୍ବା "ପବିତ୍ର ଆତ୍ମାଙ୍କ ଦ୍ୱାରା ଶକ୍ତି ପ୍ରାପ୍ତ ହୋଇ ଈଶ୍ୱରଙ୍କ ସନ୍ତାନ ହେବା" କିମ୍ବା "ଆତ୍ମାଙ୍କ ଦ୍ୱାରା ନୂତନୀକୃତ ହୋଇ ନବଜାତ ଶିଶୁ ସଦୃଶ ହେବା" ଭାବରେ ଅନୁବାଦ କରାଯାଇପାରେ।

(ପୁନଶ୍ଚ ଦେଖନ୍ତୁ: ପବିତ୍ର ଆତ୍ମା, ଉଦ୍ଧାର)

ବାଇବଲ ସମ୍ୱନ୍ଧ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: G313, G509, G1080, G3824

ପୁନର୍ମିଳନ, ପୁନର୍ମିଳନ କରନ୍ତି, ସମ୍ମିଳନ କଲେ, ସମ୍ମିଳନର କାର୍ଯ୍ୟ

ସଂଜ୍ଞା:

“ପୁନର୍ମିଳନ” କରିବା ଏବଂ “ପୁନର୍ମିଳନର କାର୍ଯ୍ୟ କରିବା” ପୂର୍ବରେ ଶତ୍ରୁ ଥିବା ଦୁଇ ଜଣ ଲୋକ ମଧ୍ୟରେ “ଶାନ୍ତି ସ୍ଥାପନ କରିବା” ବିଷୟକୁ ସୂଚାଏ I ” ପୁନର୍ମିଳନର କାର୍ଯ୍ୟ” ସେହି ଶାନ୍ତି ସ୍ଥାପନର କାର୍ଯ୍ୟ ଅଟେ I

  • ବାଇବଲରେ, ଏହି ଭାବ ପ୍ରକାଶକ ପଦ ସାଧାରଣତଃ, ଈଶ୍ୱର ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ମାଧ୍ୟମରେ ଆପଣା ସହିତ ଲୋକମାନଙ୍କୁ ସମ୍ମିଳିତ କରିବା ବିଷୟକୁ ସୂଚାଇଥାଏ I
  • ପାପ ହେତୁ ସମସ୍ତମାନବ ଜାତି ଈଶ୍ୱରଙ୍କ ଶତ୍ରୁ ଅଟନ୍ତି I

କିନ୍ତୁ ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ହେତୁ, ଈଶ୍ୱର ଲୋକମାନଙ୍କ ନିମନ୍ତେ ଏକ ପଥ ପ୍ରଦାନ କଲେ ଯେପରି ଯୀଶୁଙ୍କ ମାଧ୍ୟମରେ ତାହାଙ୍କ ସହିତ ସେମାନେ ପୁନର୍ମିଳିତ ବା ସମ୍ମିଳିତ ହୋଇପାରିବେ I

  • ଯୀଶୁଙ୍କ ବଳିଦାନ ଯେ, ସେମାନଙ୍କ ପାପ ନିମନ୍ତେ ଏକ ମୂଲ୍ୟ ପ୍ରଦାନ ଅଟେ ବୋଲି ବିଶ୍ୱାସ କରିବା ଦ୍ୱାରା ଲୋକମାନେ ପାପକ୍ଷମା ପ୍ରାପ୍ତ ହେବେ ଏବଂ ଈଶ୍ୱରଙ୍କ ସହିତ ଶାନ୍ତିରେ ରହିପାରିବେ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • ଏହି “ପୁନର୍ମିଳନ” କରିବା ଭାବ ପ୍ରକାଶକ ପଦକୁ “ଶାନ୍ତି ସ୍ଥାପନ କରିବା” ବା “ଉତ୍ତମ ସମ୍ପର୍କ ପୂନଃ ସ୍ଥାପନ କରିବା” ବା “ବନ୍ଧୁତା ସ୍ଥାପନ କରିବା” ବୋଲି ଅନୁବାଦ କରାଯାଇପାରିବ I
  • ଏହି “ପୁନର୍ମିଳନର କାର୍ଯ୍ୟ କରିବା” ଭାବ ପ୍ରକାଶକ ପଦକୁ “ଉତ୍ତମ ସମ୍ପର୍କ ପୂନଃ ସ୍ଥାପନ କରିବା” କିମ୍ୱା “ଶାନ୍ତି ସ୍ଥାପନ କରିବା” ବା “ଶାନ୍ତିପୂର୍ଣ୍ଣ ସମ୍ପର୍କ ଗଢ଼ିବା” ବୋଲି ଅନୁବାଦ କରାଯାଇପାରିବ I

(ଆହୁରି ମଧ୍ୟ ଦେଖ: ଶାନ୍ତି, ବଳିଦାନ

ବାଇବଲ ପଦଗୁଡିକ

ବୋର୍ଡ ଡାଟା :

  • Strong's: H2398 , H3722 , G604 , G1259 , G2433 , G2643, G2644

ପୁରାତନ ବା ମଧ୍ୟ ଯୁଗରେ ଲେଖାର ନକଲକାରୀ ବ୍ୟକ୍ତି, ଧର୍ମ ଜ୍ଞାନୀ ବ୍ୟକ୍ତି

ସଂଜ୍ଞା:

ଧର୍ମ ଜ୍ଞାନୀ ବ୍ୟକ୍ତିମାନେ ପଦ ବା ଏହାର କାର୍ଯ୍ୟ କାଳ ସମ୍ୱନ୍ଧୀୟ ବ୍ୟକ୍ତି ଯେଉଁମାନଙ୍କର ଦଦାୟିତ୍ୱ ହେଉଛି ଲେଖିବା କିମ୍ୱା ଗୁରୁତ୍ୱପୂର୍ଣ୍ଣ୍ଣ ଅଧିକାରୀୀ ଧାର୍ମିକ ତଥ୍ୟ କୁ ହାତରେ ନକଲ କରିବା ଯିହୁଦୀ ନକଲକାରୀ ବ୍ୟକ୍ତିମାନଙ୍କର ଆଉ ଗୋଟିଏ ନାମ “ଇହୁଦୀ ବ୍ୟବସ୍ଥାରେ ପାରଙ୍ଗମ”

  • ନକଲକାରୀ ବ୍ୟକ୍ତିମାନଙ୍କର ଦଦାୟିତ୍ୱ ହେଉଛି ନକଲ କରିବା ଏବଂ ପୁରାତନ ନୀୟମ କୁ ସୁରକ୍ଷିତ ରଖିବା
  • ସେମାନେ ମଧ୍ୟ ନକଲ କଲେ ଏବଂ ଧାର୍ମିକ ମତ୍ତ ଗୁଡିକୁ ଭାଷାନ୍ତରକରିବା ଏବଂ ପରମେଶ୍ୱରଙ୍କ ବ୍ୟବସ୍ଥାର ଭାଷ୍ୟ

ସମୟ ସମୟରେ, ନକଲକାରୀମାନେ ହେଉଛନ୍ତି ଅଧିକାରୀୀ ପଦାଧିକାରୀ

  • ବାଇବଳିୟ ନକଲକାରୀମାନେ ହେଉଛନ୍ତି ବାରୁକ୍ ଏବଂ ଏଜ୍ରା
  • ନୂତନ ନିୟମରେ, “ନକଲକାରୀ “ଶବ୍ଦ ଭାଷାନ୍ତର ହୋଇଛି “ବ୍ୟବସ୍ଥା ଗୁରୁ”
  • ନୂତନ ନିୟମରେ, ନକଲକାରୀମାନେ ଧାର୍ମିକ ଦଳରେଥିଲେ, ସେହି ଦଳକୁ “ଫରୁସୀ”ବୋଲି କୁହାଯାଏ ଏବଂ ଏହି ଦୁଇ ଦଳ ବାରମ୍ୱାର ଉଲ୍ଲେଖ କରାଯାଇଛି

(ଦେଖ: ବ୍ୟବସ୍ଥା, ଫାରୁସୀ

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H5608, H5613, H7083, G1122

ପୂର୍ବରୁ ନିରୂପଣ ହୋଇଥିବା, ପୂର୍ବରୁ ନିରୂପଣ ହୋଇସାରିଛି

ସଂଜ୍ଞା:

ଏହି “ପୂର୍ବରୁ ନିରୂପଣ ହୋଇଥିବା” ଏବଂ “ପୂର୍ବରୁ ନିରୂପଣ ହୋଇସାରିଛି” ପ୍ରତିଶବ୍ଦଗୁଡିକ ପୂର୍ବରୁ ସିଦ୍ଧାନ୍ତ ଗ୍ରହଣ କରିବା ବା ଯୋଜନା କରିବା ବିଷୟକୁ ସୂଚାଏ, ଯାହା ଭବିଷ୍ୟତରେ ଘଟିବ I

  • ଏହି ପ୍ରତିଶବ୍ଦ ବିଶେଷତଃ ଅନନ୍ତ ଜୀବନ ପାଇବା ନିମନ୍ତେ ଈଶ୍ୱର ପୂର୍ବରୁ ନିରୂପଣ କରିଥିବା ଲୋକମାନଙ୍କୁ ସୂଚାଏ I
  • ବେଳେବେଳେ ଏହି “ପୂର୍ବରୁ ନିର୍ଦ୍ଧାରିତ” ଶବ୍ଦ ବ୍ୟବହୃତ ହୁଏ, ଯାହା ମଧ୍ୟ ପୂର୍ବରୁ ନିଷ୍ପତ୍ତି ନିଆ ହୋଇଥିବା ବିଷୟକୁ ବୁଝାଏ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • “ପୂର୍ବରୁ ନିରୂପଣ ହେବା” ପ୍ରତିଶବ୍ଦକୁ ମଧ୍ୟ “ପୂର୍ବରୁ ସିଦ୍ଧାନ୍ତ ଗ୍ରହଣ କରିବା” ବା “ସମୟ ପୂର୍ବେ ନିଷ୍ପତ୍ତି ନେବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
  • ଏହି “ପୂର୍ବରୁ ନିରୂପଣ ହୋଇସାରିଛି” ପ୍ରତିଶବ୍ଦକୁ “ଅନେକ ସମୟ ପୂର୍ବରୁ ନିଷ୍ପତ୍ତି ନିଆ ଯାଇଛି” ବା “ସମୟ ପୂର୍ବରୁ ସିଦ୍ଧାନ୍ତ ଗ୍ରହଣ କରାଯାଇଛି” ବୋଲି ଅନୁବାଦ କରାଯାଇପାରେ I
  • “ଆମ୍ଭମାନଙ୍କୁ ପୂର୍ବରେ ନିରୂପଣ କଲେ” ପଦକୁ “ଅନେକ କାଳ ପୂର୍ବରୁ ସିଦ୍ଧାନ୍ତ ନିଆ ହୋଇଥିଲା ଯେ ଆମ୍ଭେମାନେ” କିମ୍ୱା “ସମୟର ପୂର୍ବରୁ ନିଷ୍ପତ୍ତି ନିଆ ହୋଇଥିଲା ଯେ ଆମ୍ଭେମାନେ” ବୋଲି ଅନୁବାଦ କରାଯାଇପାରେ I
  • ଲକ୍ଷ୍ୟ କର ଯେ, ଏହି ପ୍ରତିଶବ୍ଦର ଅନୁବାଦ “ପୂର୍ବରୁ ଜ୍ଞାତ ହେବା” ପ୍ରତିଶବ୍ଦର ଅନୁବାଦଠାରୁ ଭିନ୍ନ ହେବା ଉଚିତ ଅଟେ I

(ଆହୁରି ମଧ୍ୟ ଦେଖ: ପୂର୍ବରୁ ଜାଣିବା)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: G4309

ପେଣ୍ଟିକଷ୍ଟ, ସପ୍ତାହଗୁଡ଼ିକର ପର୍ୱ

ତଥ୍ୟ ଗୁଡ଼ିକ:

“ସପ୍ତାହଗୁଡ଼ିକର ପର୍ୱ” ଏକ ଯିହୂଦୀୟ ପର୍ୱଥିଲା, ଯାହା ନିସ୍ତାରପର୍ୱର ପଞ୍ଚାଶ ଦିନ ପରେ ପଡୁଥିଲା I ଏହା ପରବର୍ତ୍ତୀ ସମୟରେ “ପେଣ୍ଟିକଷ୍ଟ” ଭାବରେ ଆଖ୍ୟାୟିତ ହେଲା I

  • ପ୍ରଥମ ଫଳର ପର୍ୱ ପରେ ସପ୍ତାହଗୁଡ଼ିକର ପର୍ୱ ସାତ ସପ୍ତାହ (ପଞ୍ଚାଶ ଦିନ) ଧରି ରହୁଥିଲା I

ନୂତନ ନୀୟମର ସମୟରେ, ଏହି ପର୍ୱକୁ “ପେଣ୍ଟିକଷ୍ଟ” ଭାବରେ କୁହାଗଲା, ଯାହାର ଅର୍ଥ ଭାବରେ ଏକ ଅଂଶ “ପଞ୍ଚାଶ” ଅଟେ I

  • ସପ୍ତାହଗୁଡ଼ିକର ପର୍ୱ ଶସ୍ୟ ଅମଳର ଆରମ୍ଭ ଭାବରେ ପାଳନ କରାଯାଉଥିଲା I

ଏହା ମଧ୍ୟ ଏଭଳି ଏକ ସମୟକୁ ସ୍ମରଣ କରିବା ନିମନ୍ତେ ପାଳନ କରାଯାଉଥିଲା, ଯେତେବେଳେ ଈଶ୍ୱର ପ୍ରଥମ କରି ପ୍ରସ୍ତର ଫଳକରେ ଲିଖିତ ହୋଇଥିବା ବ୍ୟବସ୍ଥା ଇସ୍ରାଏଲମାନଙ୍କୁ ମୋଶାଙ୍କ ଦ୍ୱାରା ପ୍ରଦାନ କଲେ I

  • ନୂତନ ନିୟମରେ ପେଣ୍ଟିକଷ୍ଟ ଦିବସ ବିଶେଷ ଭାବରେ ମହତ୍‌ୱ୍ତ୍ୱ ବହନ କରେ, କାରଣ ଏହି ଦିନ ଯୀଶୁଙ୍କଠାରେ ବିଶ୍ୱାସକାରୀମାନେ ଏକ ନୂତନ ଶୈଳୀରେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କଲେ I

(ଅନୁବାଦ କରିବା ନିମନ୍ତେ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକ କିପରି ଅନୁବାଦ କରିବ

(ଆହୁରି ମଧ୍ୟ ଦେଖ: ଉତ୍ସବ, ପ୍ରଥମ ଫଳଗୁଡ଼ିକ, ଶସ୍ୟ ସଂଗ୍ରହ, ପବିତ୍ର ଆତ୍ମା, ଉତ୍ତୋଳନ କରିବା

ବାଇବଲ ପଦଗୁଡ଼ିକ

ବୋର୍ଡ ଡାଟା :

  • Strong's: H2282, H7620, G4005

ପୋଷ୍ୟ ଗ୍ରହଣ, ଅଙ୍ଗୀକାର କରିବା, ପୋଷ୍ୟ ସନ୍ତାନ ଭାବେ ଗୃହୀତ ହେବା

ସଂଜ୍ଞା:

‘’ଅଙ୍ଗୀକାର’’ ଓ ‘’ପୋଷ୍ୟପୁତ୍ର’’ ପଦଟି ଯେଉଁମାନେ ବୈଧ ଭାବରେ ସନ୍ତାନ ହେବାର ପ୍ରକ୍ରିୟାରେ ଥାନ୍ତି ତଥା ଯେଉଁମାନଙ୍କର ଜୈବିକ ପିତା ମାତା ନ ଥାନ୍ତି, ସେମାନଙ୍କୁ ବୁଝାଏ I

  • ବାଇବଲରେ ‘’ପୋଷ୍ୟପୁତ୍ର’’ ଓ ‘’ଅଙ୍ଗୀକାର’’ ଏହି ଦୁଇ ଶବ୍ଦକୁ ସାଙ୍କେତିକ ଭାବେ ବର୍ଣ୍ଣନା କରାଯାଇଛି, ଯେପରି ଈଶ୍ୱର ଚାହାନ୍ତି ପ୍ରତ୍ୟେକ ବ୍ୟକ୍ତି ତାଙ୍କ ପରିବାରର ଏକ ଅଂଶ ହୁଅନ୍ତୁ, ଏବଂ ତାଙ୍କର ଆତ୍ମିକ ସନ୍ତାନ ସନ୍ତତି ହୁଅନ୍ତୁ I
  • ପୋଷ୍ୟ ସନ୍ତାନ-ସନ୍ତତି ଭାବେ, ଈଶ୍ୱର ପ୍ରତ୍ୟେକ ବିଶ୍ୱାସୀମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ଉତ୍ତରାଧିକାରୀ ହେବା ନିମନ୍ତେ ଶିକ୍ଷା ଦିଅନ୍ତି, ତଥା ପ୍ରତ୍ୟେକଙ୍କୁ ସନ୍ତାନ-ସନ୍ତତି ହେବା ନିମନ୍ତେ ସୁଯୋଗ ଦିଅନ୍ତି I

ଅନୁବାଦ ସୂଚନାମାନ:

  • ଏହି ପଦଟି ଏପରି ଭାବେ ଅନୁବାଦ କରାଯାଇପାରେ, ଯାହା ପିତା-ମାତା ଏବଂ ସନ୍ତାନ-ସନ୍ତତି ମଧ୍ୟରେ ଥିବା ବିଶେଷ ସମ୍ପର୍କକୁ ଅନୁବାଦରେ ବର୍ଣ୍ଣନା କଲାବେଳେ ବୁଝାଯାଇପାରେ I

ସାଂକେତିକ ନା ଆତ୍ମିକ ଅର୍ଥ ତାହା ନିଶ୍ଚୟତା ହେବା ଦରକାର I

  • ‘’ପୋଷ୍ୟପୁତ୍ର ଭାବେ ଅନୁଭୁତି’’ ବାକ୍ୟାଂଶଟି ‘’ଈଶ୍ୱରଙ୍କ ଦ୍ୱାରା ସଂଯୁକ୍ତ ହୋଇ ତାଙ୍କର ସନ୍ତାନ-ସନ୍ତତି ହେବା’’ କିମ୍ୱା ‘’ଈଶ୍ୱରଙ୍କ ଆତ୍ମିକ ସନ୍ତାନ-ସନ୍ତତି ହେବା’’ ଭାବରେ ଅନୁବାଦ କରାଯାଇପାରେ I
  • ‘’ପୁତ୍ର ସନ୍ତାନଗଣର ସଂଯୁକ୍ତି ନିମନ୍ତେ ଅପେକ୍ଷା’’ କୁ ‘’ଈଶ୍ୱରଙ୍କ ସନ୍ତାନ-ସନ୍ତତି ହେବା ନିମନ୍ତେ ଆହ୍ୱାନ’’ କିମ୍ୱା ‘’ଈଶ୍ୱର ଆପଣା ସନ୍ତାନ-ସନ୍ତତି ଭାବେ ଗ୍ରହଣ କରନ୍ତୁ ବୋଲି ଅପେକ୍ଷାରେ ରହିବା’’ ଭାବରେ ଅନୁବାଦ କରାଯାଇପାରେ I
  • ‘’ସେମାନଙ୍କୁ ସଂଯୁକ୍ତ କରନ୍ତୁ ‘’ ବାକ୍ୟାଂଶଟି ‘’ଆପଣା ସନ୍ତାନ-ସନ୍ତତି ଭାବେ ଗ୍ରହଣ କରନ୍ତୁ’’ କିମ୍ୱା ‘’ସେମାନଙ୍କୁ ଆପଣା ଆତ୍ମିକ ସନ୍ତାନ କରନ୍ତୁ’’ ଭାବେ ଅନୁବାଦ କରାଯାଇପାରେ I

(ମଧ୍ୟ ଦେଖିପାରିବା: ଧନାଧିକାରୀ, ଉତ୍ତରାଧିକାରୀ, ଆତ୍ମା)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: G5206

ପ୍ରକାଶ, ପ୍ରକାଶିତ, ପ୍ରକାଶିତ ବା ପ୍ରକାଶନ

ସଂଜ୍ଞା:

“ପ୍ରକାଶ” ଶବ୍ଦର ଅର୍ଥ କୌଣସି ବିଷୟକୁ ପରିଚିତ କରାଇବା ଅଟେ। ଏକ “ପ୍ରକାଶିତ” ଏଭଳି କିଛି ଯାହା ଜଣା କରାଯାଇଥାଏ।

  • ଈଶ୍ୱର ସ୍ୱୟଂ ସେ ସୃଷ୍ଟ କରିଥିବା ପ୍ରତ୍ୟେକ ବିଷୟ ଦ୍ୱାରା ଏବଂ ଲୋକମାନଙ୍କ ସହିତ ମୌଖିକ ଏବଂ ଲିଖିତ ସମ୍ଭାଦଗୁଡିକ ଦ୍ୱାରା ତାହାଙ୍କ ଯୋଗାଯୋଗ ମାଧ୍ୟମରେ ଆପଣାକୁ ପ୍ରକାଶିତ କରିଅଛନ୍ତି।
  • ଈଶ୍ୱର ମଧ୍ୟ ଆପଣାକୁ ସ୍ୱପ୍ନ ଏବଂ ଦର୍ଶନଗୁଡ଼ିକ ମାଧ୍ୟମରେ ପ୍ରକାଶ କରନ୍ତି।
  • ଯେତେବେଳେ ପାଉଲ କହିଲେ ଯେ ସେ “ଯୀଶୁ ଖ୍ରୀଷ୍ଟଠାରୁ ପ୍ରକାଶନ ବା ପ୍ରତ୍ୟାଦେଶ” ଦ୍ୱାରା ସୁସମାଚାର ପ୍ରାପ୍ତ ହେଲେ, ସେ କହିବାକୁ ଚାହିଁଲେ ଯେ, ଯୀଶୁ ନିଜେ ତାହାଙ୍କୁ ସୁସମାଚାର ବ୍ୟାଖ୍ୟା କଲେ।
  • ନୂତନ ନିୟମର “ପ୍ରକାଶିତ ବାକ୍ୟ” ପୁସ୍ତକରେ “ପ୍ରକାଶନର" ଅର୍ଥ ଶେଷ ସମୟରେ ଯାହା ସବୁ ଘଟିବାକୁ ଯାଉଛି, ଈଶ୍ୱର ସେହି ଘଟଣାଗୁଡିକ ପ୍ରକାଶ କରିଅଛନ୍ତି। ସେ ସେହିସବୁ ବିଷୟକୁ ଦର୍ଶନ ମାଧ୍ୟମରେ ଯୋହନଙ୍କ ଦ୍ୱାରା ପ୍ରକାଶିତ କଲେ।

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • “ପ୍ରକାଶ” ପଦକୁ ଅନ୍ୟ ଉପାୟରେ ଅନୁବାଦ କରିବା କ୍ଷେତ୍ରରେ “ଜଣାଇବା” ବା “ପ୍ରଘଟ କରିବା” ବା “ସ୍ପଷ୍ଟ ଭାବରେ ଦର୍ଶାଇବା” ଅନ୍ତର୍ଭୁକ୍ତ ହୋଇପାରେ।
  • ପୃଷ୍ଠଭୂମି ବା ପୂର୍ବାପର ସମ୍ପର୍କ ଉପରେ ନିର୍ଭର କରି “ପ୍ରକାଶିତ” ପଦକୁ ସମ୍ଭାବ୍ୟ ଭାବରେ “ଈଶ୍ୱରଙ୍କଠାରୁ ଯୋଗାଯୋଗ” କିମ୍ୱା “ଈଶ୍ୱର ପ୍ରକାଶିତ କରିଥିବା ବିଷୟଗୁଡିକ” ବା “ଈଶ୍ୱରଙ୍କ ସମ୍ପର୍କରେ ଶିକ୍ଷାଗୁଡିକ” ବୋଲି ଅନୁବାଦ କରାଯାଇପାରିବ।

ଅନୁବାଦରେ “ପ୍ରକାଶ” ଶବ୍ଦର ଅର୍ଥ ସଂରକ୍ଷିତ କରି ରଖିବା ସର୍ୱୋତ୍ତମ ଅଟେ।

  • "ଯେଉଁଠାରେ କୌଣସି ପ୍ରକାଶନ ନାହିଁ” ଏହି ବାକ୍ୟାଂଶକୁ “ଯେତେବେଳେ ଈଶ୍ୱର ନିଜକୁ ଲୋକମାନଙ୍କ ନିକଟରେ ପ୍ରକାଶ କରୁନାହାନ୍ତି” କିମ୍ୱା “ଯେତେବେଳେ ଈଶ୍ୱର ଲୋକମାନଙ୍କୁ କଥା କହୁ ନାହାନ୍ତି” କିମ୍ୱା “ଲୋକମାନଙ୍କ ମଧ୍ୟରେ ଯାହାଙ୍କଠାରେ ଈଶ୍ୱର ଯୋଗାଯୋଗ କରିନାହାନ୍ତି” ବୋଲି ଅନୁବାଦ କରାଯାଇପାରିବ।

(ପୁନଶ୍ଚ ଦେଖ: ସୁସମାଚାର, ସୁସମ୍ବାଦ, ସପ୍ନ, ଦର୍ଶନ)

ବାଇବଲ ପଦଗୁଡିକ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H241, H1540, H1541, G601, G602, G5537

ପ୍ରଚାରକ, ପ୍ରଚାରକମାନେ

ପରିଭାଷା:

“ପ୍ରଚାରକ” ଏକ ବ୍ୟକ୍ତି ଯିଏ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ସୁସମାଚାର ଅନ୍ୟମାନଙ୍କୁ କହେ I

  • ” ପ୍ରଚାରକ”ର ଆକ୍ଷେରିକ ଅର୍ଥ ହେଲା “ଯିଏ ସୁସମାଚାର ପ୍ରଚାର କରେ I”
  • ଯୀଶୁଙ୍କ ଏବଂ ତାଙ୍କ ପାପର ବଳିଦାନରେ ବିଶ୍ୱାସ କରି ସ୍ୱର୍ଗ୍ ରାଜ୍ୟର ଅଧିକାରୀ ହୋଇପାରିବା ସେ ସୁସମାଚାର ପ୍ରଚାର କରିବା ପାଇଁ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ପ୍ରେରଣ କଲେ I
  • ଏହି ସୁସମାଚାରକୁ ଅଂଶୀ କରାଇବା ପାଇଁ ସମସ୍ତ ଖ୍ରୀଷ୍ଟିୟାନକୁ ଉତ୍ସାହିତ କରାଯାଇଛି I
  • କିଛି ଖ୍ରୀଷ୍ଟିୟାନମାନଙ୍କୁ ସ୍ୱତନ୍ତ୍ର ଆତ୍ମିକ ଦାନ ଦିଆଯାଇଛି ଫଳପ୍ରଦ ଭାବରେ ଅନ୍ୟମାନଙ୍କ ନିକଟରେ ସୁସମାଚାର କହିବା ପାଇଁ I

ଏହି ପରି ଲୋକମାନଙ୍କୁ ପ୍ରଚାର କରିବା ଦାନ ଦିଆଯାଇଛି ଫଳରେ ସେମାନଙ୍କୁ “ପ୍ରଚାରକ” ବୋଲି କୁହାଯାଏ I

ଭାଷାନ୍ତର ପାଇଁ ପ୍ରସ୍ତାବନା:

  • ”ପ୍ରଚାରକ” ଶବ୍ଦଟିକୁ “ଯିଏ ସୁସମାଚାର ପ୍ରଚାର କରେ” କିମ୍ୱା “ଯିଏ ସୁସମାଚାର ଶିକ୍ଷା ଦିଏ” କିମ୍ୱା “ଯିଏ ସୁସମାଚାର ଘୋଷଣା କରେ” କିମ୍ୱା “ସୁସମାଚାର ପ୍ରଚାରକ” ଭାବରେ ଭାଷାନ୍ତର କରାଯାଇପାରେ I

(ମଧ୍ୟ ଦେଖନ୍ତୁ: ସୁସମାଚାର, ଆତ୍ମା, ଦାନ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: G2099

ପ୍ରତିଜ୍ଞା, କରାଯାଇଥିବା ପ୍ରତିଜ୍ଞା ବା ପ୍ରତିଜ୍ଞା କଲେ

ସଂଜ୍ଞା:

ଯେତେବେଳେ “ପ୍ରତିଜ୍ଞା” ଶବ୍ଦ କ୍ରିୟା ଭାବରେ ବ୍ୟବହୃତ ହୁଏ, ଜଣେ ବ୍ୟକ୍ତିର କାର୍ଯ୍ୟକୁ ବୁଝାଏ ଯାହା ସେ କହିଛନ୍ତି ତାହା ସେ ନିଜେ ସମ୍ପୁର୍ଣ୍ଣ କରିବାକୁ ବାଧ୍ୟ ହେବେ। ଯେପରି “ପ୍ରତିଜ୍ଞା” ଶବ୍ଦ ବିଶେଷ୍ୟ ଭାବରେ ବ୍ୟବହୃତ ହୁଏ, ସେତେବେଳେ ସେହି ଜିନିଷକୁ ବୁଝାଏ ଯାହା ଜଣେ ବ୍ୟକ୍ତି ସେ ନିଜେ କରିବାକୁ ବାଧ୍ୟ ଅଟନ୍ତି।

  • ବାଇବଲ ଅନେକଗୁଡ଼ିଏ ପ୍ରତିଜ୍ଞାମାନ ଲିପିବଦ୍ଧ କରେ ଈଶ୍ୱର ଯାହା ତାହାଙ୍କ ଲୋକମାନଙ୍କ ନିମନ୍ତେ କରିଅଛନ୍ତି।
  • ପ୍ରତିଜ୍ଞା ସବୁ ଔପଚାରିକ ଚୁକ୍ତି ପତ୍ରଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ ଯେପରି ନିୟମସମୂହ।

ଅନୁବାଦ ପ୍ରସ୍ତାବ:

  • “ପ୍ରତିଜ୍ଞା” ପ୍ରତିଶବ୍ଦକୁ “ସମର୍ପଣ ବା ଅଙ୍ଗୀକାରବଦ୍ଧ” କିମ୍ବା “ପ୍ରତିଶ୍ରୁତି” କିମ୍ବା “ବଇନା” ବୋଲି ଅନୁବାଦ କରାଯାଇପାରେ।
  • କିଛି କରିବା ନିମନ୍ତେ ପ୍ରତିଜ୍ଞା କରିବା” ଯେପରି "କାହାକୁ ଭରସା ଦିଅ ଯେ ତୁମ୍ଭେ କିଛି କରିବ" କିମ୍ବା "କିଛି କରିବାର ପ୍ରତିଶ୍ରୁତି ଦିଅ" ବୋଲି ଅନୁବାଦ କରାଯାଇପାରେ।

(ପୁନଶ୍ଚ ଦେଖ: ନିୟମ, ପ୍ରତିଜ୍ଞା, ଶପଥ)

ବାଇବଲ ପଦପର୍ବ:

ବାଇବଲର କାହାଣୀଗୁଡ଼ିକରୁ ଉଦାହରଣ:

  • 03:15 ଈଶ୍ୱର କହିଲେ, “ଆମ୍ଭେ ପ୍ରତିଜ୍ଞା ଲୋକମାନଙ୍କ କରୁଥିବା ମନ୍ଦ କାର୍ଯ୍ୟ ହେତୁ ଆମ୍ଭେ ଭୂମିକୁ ଆଉ ଅଭିଶାପ ଦେବା ନାହିଁ, କିମ୍ବା ପୃଥିବୀକୁ ବନ୍ୟା ଦ୍ୱାରା ବିନାଶ କରିବା ନାହିଁ, ଯଦିଓ ଲୋକମାନେ ସେମାନଙ୍କ ବାଲ୍ୟାବଧି ପାପପୂର୍ଣ୍ଣ ଅଟନ୍ତି।"
  • 03:16 ତହିରେ ଈଶ୍ୱର ତାହାଙ୍କ ପ୍ରତିଜ୍ଞାର ପ୍ରଥମ ଚିହ୍ନର ସଦୃଶ ଇନ୍ଦ୍ରଧନୁ ଦେଖାଇଲେ ବା ତିଆରି କଲେ।

ପ୍ରତ୍ୟେକ ଥର ଇନ୍ଦ୍ରଧନୁ ଆକାଶରେ ଦେଖାଦିଏ, ଈଶ୍ୱର ଏବଂ ତାହାଙ୍କ ଲୋକମାନେ ସ୍ମରଣ କରିବେ ଯେ ସେ କଅଣ ପ୍ରତିଜ୍ଞା କରିଥିଲେ

  • 04:08 ଈଶ୍ୱର ଅବ୍ରାମଙ୍କୁ କହିଲେ ଏବଂ ପୁନର୍ବାର ପ୍ରତିଜ୍ଞା କଲେ ଯେ ସେ ଏକ ପୁତ୍ର ଲାଭ କରିବେ ଏବଂ ତାହାଙ୍କ ବଂଶଧରମାନେ ଆକାଶର ତାରାଗଣ ସଦୃଶ୍ୟ ହେବେ। ଅବ୍ରାମ ଈଶ୍ୱରଙ୍କ ପ୍ରତିଜ୍ଞାରେ ବିଶ୍ୱାସ କଲେ।
  • 05:04 "ତୁମ୍ଭର ଭାର୍ଯ୍ୟା, ସାରୀ, ଏକ ପୁତ୍ରଜାତ କରିବ—ସେ ପ୍ରତିଜ୍ଞାତର ପୁତ୍ର ହେବ।"
  • 08:15 ପ୍ରତିଜ୍ଞାର ନିୟମ ଯାହା ଈଶ୍ୱର ଅବ୍ରାହାମଙ୍କୁ ଦେଲେ ତାହା ଇସହାକଙ୍କ ପରେ ତାପରେ ଯାକୁବଙ୍କୁ, ଏବଂ ତାପରେ ଯାକୁବଙ୍କ ବାର ଜଣ ପୁତ୍ରମାନଙ୍କୁ ଏବଂ ସେମାନଙ୍କ ପରିବାରବର୍ଗ ଦିଆଗଲା।
  • 17:14 ଯଦିଓ ଦାଉଦ ଈଶ୍ୱରଙ୍କଠାରେ ଅବିଶ୍ୱସ୍ତ ହୋଇଅସିଥିଲେ ସୁଦ୍ଧା, ଈଶ୍ୱର ଆପଣା ପ୍ରତିଜ୍ଞାରେ ବିଶ୍ୱସ୍ତ ଥିଲେ।
  • 50:01 ଯୀଶୁ ପ୍ରତିଜ୍ଞା କଲେ ସେ ପୂନର୍ବାର ପୃଥିବର ଶେଷ ସମୟରେ ଆସିବେ। ଯଦିଓ ସେ ଏପର୍ଯ୍ୟନ୍ତ ଫେରି ନାହାନ୍ତି, ସେ ଆପଣା ପ୍ରତିଜ୍ଞା ରଖିବେ ବା ପାଳନ କରିବେ।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H559, H562, H1696, H8569, G1843, G1860, G1861, G1862, G3670, G4279

ପ୍ରତିଜ୍ଞାତ ଦେଶ

ତଥ୍ୟଗୁଡିକ:

“ପ୍ରତିଜ୍ଞାତ ଦେଶ” ପଦ କେବଳ ବାଇବଲର କାହାଣୀଗୁଡିକରେ ପରିଲକ୍ଷିତ ହୋଇଥାଏ; ବାଇବଲର ଶାସ୍ତ୍ରଂଶରେ ନୁହେଁ I ଈଶ୍ୱର ଅବ୍ରହାମଙ୍କୁ ଏବଂ ତାହାଙ୍କ ବଂଶଧରମାନଙ୍କୁ ଦେବା ନିମନ୍ତେ କରିଥିବା ପ୍ରତିଜ୍ଞାତ କିଣାନ ଦେଶକୁ ସୂଚାଇବା ନିମନ୍ତେ ଏହା ଏକ ବୈକଳ୍ପିକ ଉପାୟ ଅଟେ I

  • ଯେତେବେଳେ ଅବ୍ରହାମ ଊର ନଗରେ ବାସ କରୁଥିଲେ, ଈଶ୍ୱର ତାହାଙ୍କୁ କିଣାନ ଦେଶରେ ଯାଇ ବାସ କରିବା ନିମନ୍ତେ ଆଜ୍ଞା ଦେଲେ I

ଅବ୍ରହାମ ଏବଂ ତାହାଙ୍କ ବଂଶଧରମାନେ ଇସ୍ରାଏଲୀୟମାନେ ସେଠାରେ ଅନେକ ବର୍ଷ ଧରି ବାସ କଲେ I

  • ଯେତେବେଳେ ସେଠାରେ ଭୟଙ୍କର ଦୁର୍ଭିକ୍ଷ ଦେଖାଗଲା, ଯାହା ଫଳରେ କିଣାନରେ ଖାଦ୍ୟର ଅଭାବ ଦେଖାଗଲା; ଇସ୍ରାଏଲୀୟମାନେ ମିସରକୁ ଯାତ୍ରା କଲେ I
  • ଚାରିଶହ ବର୍ଷ ପରେ, ଈଶ୍ୱର ଇସ୍ରାଏଲୀୟମାନଙ୍କୁ ମିସରର ଦାସତ୍ୱ ବନ୍ଧନରୁ ଉଦ୍ଧାର କଲେ ଏବଂ ଯେଉଁ କିଣାନ ଦେଶକୁ ସେମାନଙ୍କୁ ଦେବା ନିମନ୍ତେ ଈଶ୍ୱର ପ୍ରତିଜ୍ଞାକରିଥିଲେ ସେହି ଦେଶକୁ ପୂନର୍ୱାର ଫେରାଇ ଆଣିଲେ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • “ପ୍ରତିଜ୍ଞାତ ଦେଶ” ପଦକୁ “ଈଶ୍ୱର ଅବ୍ରହାମଙ୍କୁ ଦେବା ନିମନ୍ତେ କହିଥିବା ପ୍ରତିଜ୍ଞାତ ଦେଶ” ବା “ଈଶ୍ୱର ଅବ୍ରହାମଙ୍କୁ ଦେବା ନିମନ୍ତେ କରିଥିବା ପ୍ରତିଜ୍ଞାତ ଦେଶ” ବା “ଈଶ୍ୱର ତାହାଙ୍କ ଲୋକମାନଙ୍କୁ ଦେବା ନିମନ୍ତେ କରିଥିବା ପ୍ରତିଜ୍ଞାତ ଦେଶ” କିମ୍ୱା “କିଣାନ ଦେଶ” ବୋଲି ଅନୁବାଦ କରାଯାଇପାରେ I
  • ବାଇବଲର ଶାସ୍ତ୍ରଂଶରେ, ଏହି ଭାବ ପ୍ରକାଶକ ଶବ୍ଦ “ଈଶ୍ୱର ପ୍ରତିଜ୍ଞା କରିଥିବା ଦେଶ” ଭଳି କେତେକେ ଗଠନ ଅନୁସାରେ ପରିଲକ୍ଷିତ ହୋଇଥାଏ I

(ଆହୁରି ମଧ୍ୟ ଦେଖ: କିଣାନ, ପ୍ରତିଜ୍ଞା)

ବାଇବଲ ପଦଗୁଡିକ:

ବାଇବଲର କାହାଣୀଗୁଡ଼ିକ ମଧ୍ୟରୁ ଉଦାହରଣଗୁଡିକ:

  • 12:01 ସେମାନେ (ଇସ୍ରାଏଲୀୟମାନେ) ଆଉ କ୍ରୀତଦାସ ନୁହନ୍ତି, ଏବଂ ସେମାନେ ପ୍ରତିଜ୍ଞାତ ଦେଶକୁ __ ଯାଉ ଅଛନ୍ତି__!

  • 14:01 ଈଶ୍ୱର ଇସ୍ରାଏଲୀୟମାନଙ୍କୁ ବ୍ୟବସ୍ଥାଗୁଡିକ ଜଣାଇବା ପରେ ସେ ଚାହିଁଲେ ଯେ ସେମାନେ ତାହାଙ୍କ ନୀୟମର ଅଂଶସ୍ୱରୂପ ଲୋକ ଭାବରେ ସେଗୁଡିକର ବାଧ୍ୟ ହେବେ ଏବଂ ପାଳନ କରିବେ I ଈଶ୍ୱର ସେମାନଙ୍କୁ ସିନୟରୁ__ ପ୍ରତିଜ୍ଞାତ ଦେଶ__ ଯାହା ମଧ୍ୟ କିଣାନ ବୋଲି ଖ୍ୟାତଥିଲା I

  • 14:02 ଈଶ୍ୱର ଅବ୍ରହାମ, ଇସହାକ୍ ଏବଂ ଯାକୁବଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ ଯେ ସେ __ ପ୍ରତିଜ୍ଞାତ ଦେଶ__ ସେମାନଙ୍କ ବଂଶଧରମାନଙ୍କୁ ଦେବେ, କିନ୍ତୁ ବର୍ତ୍ତମାନ ସେଠାରେ ଅନେକ ଲୋକଦଳଗୁଡିକ ବାସ କରୁଛନ୍ତି I

  • 14:14 ତା’ପରେ ଈଶ୍ୱର ଲୋକମାନଙ୍କୁ__ ପ୍ରତିଜ୍ଞାତ ଦେଶର__ପ୍ରାନ୍ତ ନିକଟକୁ ପୂନର୍ୱାର କଢ଼ାଇଆଣିଲେ I

  • 15:02 ଇସ୍ରାଏଲୀୟମାନଙ୍କୁ ଯର୍ଦ୍ଦନ ନଦୀ ପାର ହୋଇ__ ପ୍ରତିଜ୍ଞାତ ଦେଶରେ__ ପ୍ରବେଶ କରିବାକୁ ହେବ I

  • 15:12 ଏହି ଯୁଦ୍ଧ ପରେ, ଈଶ୍ୱର ଇସ୍ରାଏଲୀୟମାନଙ୍କର ପ୍ରତ୍ୟେକ ଗୋଷ୍ଠୀକୁ ଆପଣାମାନଙ୍କର ନିଜ ଭାଗ ବା ଅଂଶ ଅନୁସାରେ ପ୍ରତିଜ୍ଞାତ ଦେଶ ଦେଲେ I

  • 20:09 ଯେତେବେଳେ ଈଶ୍ୱରଙ୍କ ଲୋକମାନେ__ ପ୍ରତିଜ୍ଞାତ ଦେଶ ଦେଶ ଛାଡି ଯିବା ନିମନ୍ତେ ବଳପୂର୍ବକ ବାଧ୍ୟ ହେଲେ, ସେହି ସମୟ କାଳକୁ__ନିର୍ୱାସନ କୁହାଯାଏ I

ବୋର୍ଡ ଡାଟା :

  • Strong's: H776, H3068, H3423, H5159, H5414, H7650

ପ୍ରତ୍ୟୟ, ବିଶ୍ୱସ୍ତ, ବିଶ୍ୱାସଯୋଗ୍ୟ ବା ନିର୍ଭରଯୋଗ୍ୟ, ବିବିଶ୍ୱାସନୀୟତା

ସଂଜ୍ଞା:

କିଛି ବିଷୟକୁ ବା ଜଣକୁ “ପ୍ରତ୍ୟୟ କରିବା ବା ବିଶ୍ୱାସ କରିବା” ଅର୍ଥ ସେହି ବିଷୟକୁ ବା ସେହି ବ୍ୟକ୍ତିଙ୍କୁ ସତ୍ୟ ବା ନିର୍ଭରଯୋଗ୍ୟ ବୋଲି ବିଶ୍ୱାସ କରିବା ଅଟେ। ସେହି ବିଶ୍ୱାସକୁ ମଧ୍ୟ “ଆସ୍ଥା” ବୋଲି କୁହାଯାଇଥାଏ। “ବିଶ୍ୱାସଯୋଗ୍ୟ” ବ୍ୟକ୍ତି ଏଭଳି ଜଣେ ବ୍ୟକ୍ତି ଅଟନ୍ତି, ଯାହାଙ୍କ ଉପରେ ଯାହା ସଠିକ୍ ବା ଯଥାର୍ଥ ଏବଂ ସତ୍ୟ ତାହା କରିବା ନିମନ୍ତେ ତୁମ୍ଭେମାନେ ଆସ୍ଥା ସ୍ଥାପନ କରିପାରିବ ଏବଂ ସେଥପାଇଁ ସେହି ବ୍ୟକ୍ତିଙ୍କ ନିକଟରେ “ବିଶ୍ୱାସଯୋଗ୍ୟ ହେବା” ଗୁଣ ରହିଛି।

  • ନିର୍ଭରତା ସହିତ ବିଶ୍ୱାସ ଘନିଷ୍ଠ ଭାବରେ ସମ୍ପର୍କୀତ ଅଟେ। ଯଦି ଆମ୍ଭେମାନେ ଜଣକୁ ବିଶ୍ୱାସ କରୁ, ସେମାନେ ଯାହା କରିବା ନିମନ୍ତେ ପ୍ରତିଜ୍ଞା କରିଛନ୍ତି ତାହା ସାଧନ ବା ସମ୍ପାଦନ କରିବେ ବୋଲି ଆମ୍ଭମାନଙ୍କର ବିଶ୍ୱାସ ସେହି ବ୍ୟକ୍ତିଙ୍କଠାରେ ଅଛି।
  • ଜଣକଠାରେ ଆସ୍ଥା ସ୍ଥାପନ କରିବା ଅର୍ଥ ସେହି ବ୍ୟକ୍ତିଙ୍କ ଉପରେ ନିର୍ଭର କରିବା ଅଟେ।
  • ଯୀଶୁଙ୍କଠାରେ ” ଆସ୍ଥା ସ୍ଥାପନ କରିବା” ଅର୍ଥ ବିଶ୍ୱାସ କରିବା ଯେ ସେ ଈଶ୍ୱର ଅଟନ୍ତି, ବିଶ୍ୱାସ କରିବା ଯେ ସେ ଆମ୍ଭମାନଙ୍କ ପାପ ନିମନ୍ତେ କ୍ରୁଶ ଉପରେ ମୃତ୍ୟୁବରଣ କଲେ, ଏବଂ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି ତାହାଙ୍କ ଉପରେ ନିର୍ଭର କରିବା ଅଟେ।
  • ଏକ “ବିଶ୍ୱାସଯୋଗ୍ୟ ଉକ୍ତି” ଏଭଳି ଏକ କୁହାଯାଇଥିବା ବିଷୟ ଅଟେ ଯାହାକୁ ସତ୍ୟ ବୋଲି ବିବେଚନା ବା ଗଣନା କରାଯାଇପାରିବ।

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • “ଆସ୍ଥା” ଶବ୍ଦକୁ ଅନୁବାଦ କରିବା ନିମନ୍ତେ ଉପାୟଗୁଡିକ ମଧ୍ୟରେ “ବିଶ୍ୱାସ କରିବା” ବା “ବିଶ୍ୱାସ ରଖିବା” ବା “ନିର୍ଭର କରିବା” ଅନ୍ତର୍ଭୁକ୍ତ ଅଟେ।
  • “ତୁମ୍ଭର ଆସ୍ଥା ସ୍ଥାପନ କର” ବାକ୍ୟାଂଶ “ଆସ୍ଥା ସ୍ଥାପନ କରିବା” ପଦ ସହିତ ସମାନ ଧରଣର ଅର୍ଥ ବହନ କରେ।
  • ଏହି “ବିଶ୍ୱାସଯୋଗ୍ୟ” ଭାବ ପ୍ରକାଶକ ପଦକୁ “ନିର୍ଭରଯୋଗ୍ୟ” ବା “ଭରସାଯୋଗ୍ୟ” ବା ସବୁବେଳେ ନିର୍ଭର କରାଯାଇପାରେ” ବୋଲି ଅନୁବାଦ କରାଯାଇପାରିବ।

(ଆହୁରି ମଧ୍ୟ ଦେଖ: ବିଶ୍ୱାସ, ଆତ୍ମପ୍ରତ୍ୟୟ, ବିଶ୍ୱାସ, ବିଶ୍ୱସ୍ତ, ସତ୍ୟ)

ବାଇବଲ ପଦପର୍ବ:

ବାଇବଲର କାହାଣୀ ମଧ୍ୟରୁ ଉଦାହାରଣଗୁଡିକ:

  • 12:12 ଯେତେବେଳେ ଇସ୍ରାଏଲୀୟମାନେ ଦେଖିଲେ ଯେ ମିସ୍ରୀୟମାନେ ମୃତ ହୋଇଛନ୍ତି, ସେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ଏବଂ ମୋଶା ଈଶ୍ୱରଙ୍କର ଜଣେ ଭବିଷ୍ୟତବକ୍ତା ବୋଲି ବିଶ୍ୱାସ କଲେ।
  • 14:15 ଯିହୋଶୂୟ ଜଣେ ଉତ୍ତମ ନେତାଥିଲେ କାରଣ ସେ ବିଶ୍ୱାସ କଲେ ଏବଂ ଈଶ୍ୱରଙ୍କର ବାଧ୍ୟ ହେଲେ।
  • 17:02 ଦାଉଦ ଜଣେ ନମ୍ର ଏବଂ ଧାର୍ମିକ ବ୍ୟକ୍ତିଥିଲେ ଯିଏ ବିଶ୍ୱାସ କଲେ ଏବଂ ଈଶ୍ୱରଙ୍କର ଆଜ୍ଞାବହ ହେଲେ।
  • 34:06 ତା'ପରେ ଯୀଶୁ ଲୋକମାନଙ୍କ ସମ୍ପର୍କରେ ଏକ କାହାଣୀ କହିଲେ ଯେଉଁମାନେ ଆପଣା ଆପଣାର ଉତ୍ତମ କାର୍ଯ୍ୟଗୁଡିକରେ __ବିଶ୍ୱାସ କଲେ__ଏବଂ ଅନ୍ୟମାନଙ୍କୁ ପରିହାସ ବା ତୁଚ୍ଛ କଲେ।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H539, H982, H1556, H2620, H2622, H3176, H4009, H4268, H7365, G1679, G3872, G3982, G4006, G4100, G4276

ପ୍ରଭୁ ଭୋଜ

ସଂଜ୍ଞା:

“ପ୍ରଭୁ ଭୋଜ” ଶବ୍ଦ ପ୍ରେରିତ ପାଉଲ ଦ୍ୱାରା ନିସ୍ତର ପର୍ୱ ଭୋଜ କୁ ସମ୍ବୋଧିତ କରିବା ନିମନ୍ତେ ବ୍ୟବହାର କରାଯାଇଅଛି କି ଯେତେବେଳେ ଯୀଶୁ ନିଜ ଶିଷ୍ୟମାନଙ୍କ ସହିତ ରାତ୍ରୀ ଭୋଜନରେ ବସିଥିଲେ ଓ ଯିହୁଦୀ ନେତାମାନଙ୍କ ଦ୍ୱାରା ବନ୍ଦୀ କରା ଗଲେ I

  • ଏହି ଭୋଜ ସମୟରେ ଯୀଶୁ ନିସ୍ତାର ପରବ ର ରୋଟୀ ନେଲେ ତାହାକୁ ଭାଂଗିଲେ ଯାହାକୁ ସେ ନିଜର ଶରୀର କହିଲେ ଯାହା ଅତି ଶୀଘ୍ର ପ୍ରହାରିତ ହେବ ଓ ହତ୍ୟା କରା ଯିବ I
  • ସେ ପାନପାତ୍ର ର ରସକୁ ରକ୍ତ କହିଲେ, ଯାହା ଅତି ଶୀଘ୍ର ବହି ଯିବ ଯେତେବେଳେ ସେ ପାପର ପ୍ରାୟଶ୍ଚିତ ନିମନ୍ତେ କ୍ରୁଶରେ ମରିବେ I
  • ଯୀଶୁ ଆଜ୍ଞା ଦେଲେ କି ଯେତେବେଳେଯାଏ ତାହାଙ୍କର ଅନୁଗାମୀ ଏହି ଭୋଜ ଏକତ୍ରିତ ହୋଇ ଖାଆନ୍ତି ସେମାନେ ତାହାଙ୍କର ମୃତ୍ୟୁ ଓ ପୁନରୁଥାନ କୁ ସ୍ମରଣ କରିବେ I
  • କରିନ୍ଥିୟ କୁ ତାହାଙ୍କର ପତ୍ରରେ, ପ୍ରେରିତ ପାଉଲ ଆଗକୁ ଏହା ସ୍ଥାପନ କରି ଅଛନ୍ତି କି ପ୍ରଭୁ ଭୋଜ ଯୀଶୁଙ୍କର ବିଶ୍ୱାସୀମାନଙ୍କର ନିମନ୍ତେ ଏକ ଏକ ଅଭ୍ୟାସ ଅଟେ I
  • ମଣ୍ଡଳୀ ଆଜି ଅନେକ ସମୟରେ ପ୍ରଭୁ ଭୋଜ ନିମନ୍ତେ “ସହଭାଗିତା” ଶବ୍ଦ ବ୍ୟବହାର କରେ I

“ଶେଷ ଭୋଜ” ଶବ୍ଦ ମଧ୍ୟ ବ୍ୟବହାର କରାଯାଏ I

ଅନୁବାଦ ପ୍ରସ୍ତାବ:

  • ଏହି ଶବ୍ଦକୁ “ପ୍ରଭୁ ଭୋଜ” କିଅବା “ପ୍ରଭୁ ଯୀଶୁଙ୍କର ଭୋଜ” କିଅବା “ଏକ ଭୋଜ ପ୍ରଭୁ ଯୀଶୁଙ୍କର ସ୍ମରଣ ନିମନ୍ତେ “ରୂପରେ ଅନୁବାଦ କରାଯାଇପାରେ I

(ଆହୁରି ଦେଖନ୍ତୁ: ନିସ୍ତାର ପର୍ୱ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: G1173, G2960

ପ୍ରଭୁ ସଦାପ୍ରଭୁ, ସଦାପ୍ରଭୁ ପରମେଶ୍ୱର

ତଥ୍ୟ:

ପୁରାତନ ନିୟମରେ, “ପ୍ରଭୁ ସଦାପ୍ରଭୁ” ବାରମ୍ୱାର ଏକ ସତ୍ୟ ପରମେଶ୍ୱର କୁ ଦେଖାଇବାକୁ ବ୍ୟବହାର୍ କରାଯାଇଅଛି I “ପ୍ରଭୁ” ଈଶ୍ୱରୀୟ ଶବ୍ଦ ଓ “ସଦାପ୍ରଭୁ” ବ୍ୟକ୍ତିଗତ ନାମ ଅଟେ I

  • “ସଦାପ୍ରଭୁ” ଅନେକ ସମୟରେ “ପରମେଶ୍ୱର” ଶବ୍ଦ ସହିତ ସଂଯୁକ୍ତ କରା ଯାଇ “ସଦାପ୍ରଭୁ ପରମେଶ୍ୱର ଲେଖାଯାଏ I

ଅନୁବାଦ ପ୍ରସ୍ତାବ:

  • ଯଦି “ସଦାପ୍ରଭୁ” ନାମ ପରମେଶ୍ୱରଙ୍କର ବ୍ୟକ୍ତିଗତ ନାମ ର ଅନୁବାଦ କରା ଯାଉ ଅଛି, ତେବେ “ପ୍ରଭୁ ସଦାପ୍ରଭୁ” ଓ “ସଦାପ୍ରଭୁ ପରମେଶ୍ୱର” ଶବ୍ଦ କୁ ଆକ୍ଷରିକ ଭାବରେ ଅନୁବାଦ କରାଯାଇପାରେ I

ସେହି ସମୟରେ ଆମକୁ ମନେ ରଖିବା ଉଚିତ୍ ଯେ “ପ୍ରଭୁ” ଶବ୍ଦ ଅନ୍ୟ ପୃଷ୍ଠଭୂମିରେ କିପରି ପରମେଶ୍ୱର କୁ ଦର୍ଶାଉ ଅଛି I

  • କେତେକ ଭାଷାରେ ନାମ ପରେ ପଦବୀ ରଖନ୍ତି ଯେପରି “ସଦାପ୍ରଭୁ ପ୍ରଭୁ” ଅଟେ I

ମନେ ରଖନ୍ତୁ କି ବ୍ୟବହୃତ ଭାଷାରେ କଅଣ ବାସ୍ତବିକ ଅଟେ: କଅଣ ପଦ “ପ୍ରଭୁ”, ‘ସଦାପ୍ରଭୁ” ପରେ କି ପୂର୍ବ ରୁ ଆସିବା ଉଚିତ୍ I “ସଦାପ୍ରଭୁ ପରମେଶ୍ୱର” ଉତ୍ତମ ରୂପରେ ରଖିଲେ “ପରମେଶ୍ୱର ଯାହାକୁ ସଦାପ୍ରଭୁ କୁହାଯାଏ “କିଅବା “ପରମେଶ୍ୱର ଯେ ଜୀବନ୍ତ ଅଟନ୍ତି “କିଅବା “ମୁଁ ଯେ ସେହି ପରମେଶ୍ୱର ଅଟେ “ହୋଇପାରେ I

  • ଯଦି ଅନୁବାଦ ପରମ୍ପରା ଅନୁସାରେ ହୁଏ “ସଦାପ୍ରଭୁ”, ପ୍ରଭୁ” ରୂପରେ କିଅବା ଇଂରାଜୀରେ “”ପ୍ରଭୁ”” ବଡ଼ ଅକ୍ଷର ତେବେ “ପ୍ରଭୁ ସଦାପ୍ରଭୁ” କୁ “ପ୍ରଭୁ ପରମେଶ୍ୱର” କିଅବା “ପରମେଶ୍ୱର ଯେ ପ୍ରଭୁ ଅଟନ୍ତି” ରୂପରେ ହୋଇପାରେ I

ଅନ୍ୟ ପ୍ରକାରେ ସମ୍ଭବତ ଅନୁବାଦ “ସ୍ୱାମୀ ପ୍ରଭୁ” କିଅବା “ପରମେଶ୍ୱର ପ୍ରଭୁ” ହୋଇପାରେ I

  • “ପ୍ରଭୁ ସଦାପ୍ରଭୁ “ଶବ୍ଦ କୁ “ପ୍ରଭୁ ସହିତ ବଡ଼ ଅକ୍ଷର ପ୍ରଭୁ ସଂଯୁକ୍ତ _ହୋଇ ନପାରେ _ କାରଣ ପାଠକ ଏହି ଦୁଇ ଶବ୍ଦ ମଧ୍ୟରେ ଭିନ୍ନତା କୁ ବୁଝି ପାରିବେ ନାହିଁ ଯାହା ପରମ୍ପରା ଭାବରେ ବ୍ୟବହାର କରାଯାଇଅଛି I ଏହା ଭଲ ଲାଇବ ନାହିଁ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ପରମେଶ୍ୱର, ପ୍ରଭୁ, ସଦାପ୍ରଭୁ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H136, H430, H3068, G2316, G2962

ପ୍ରଭୁଙ୍କର ଦିନ, ଯେହୋବାଙ୍କର ଦିନ

ବ୍ୟାଖ୍ୟା:

ପୁରାତନ ନିୟମରେ “ଯେହୋବାଙ୍କର ଦିନ” କୁ ଗୋଟିଏ ନିର୍ଦ୍ଧିଷ୍ଟ ସମଯକୁ ବୁଝାଇଥାଏ ଯେତେବେଳେ ଈଶ୍ୱର ଲୋକମାନଙ୍କର ପାପ ନିମନ୍ତେ ସେମାନଙ୍କୁ ଦଣ୍ଡ ଦେଉଥିଲେ I

  • ନୂତନ ନିୟମରେ “ପ୍ରଭୁଙ୍କର ଦିନ” କୁ ପ୍ରାୟତଃ ଏହି ସମୟ ବା ଦିନ କୁ ବୁଝାଇଥାଏ, ଯେତେବେଳେ ପ୍ରଭୁ ଯୀଶୁ ଆସିବେ ଓ ଶେଷ ସମୟରେ ଲୋକମାନଙ୍କର ବିଚାର କରିବେ I
  • ଏହି ଶେଷ, ଆଗାମୀ ସମୟର ବିଚାର ଓ ପୁନଃରଥାନ କୁ ମଧ୍ୟ ବେଳେବେଳେ “ଶେଷ ଦିନ” ବୋଲି କୁହାଯାଏ I

ଏହି ସମୟ ଆରମ୍ଭ ହେବ ଯେତେବେକେ ପ୍ରଭୁ ଯୀଶୁ ଆଉଥରେ ପାପିମାନଙ୍କର ବିଚାର କରିବାକୁ ଓ ସବୁଦିନ ପାଇଁ ତାଙ୍କର ରାଜ୍ୟ ସ୍ଥାପନ କରିବାକୁ ଆସିବେ I

  • ଏହି ଶବ୍ଦ “ଦିନ” ଏହି ବାକ୍ୟାଂଶ ଗୁଡିକରେ ବେଳେବେଳେ ସ୍ୱଭାବିକ ଦିନକୁ ବୁଝାଏ କିମ୍ୱା “ସମୟ” ବା “ବିଶେଷ ଘଟଣା” କୁ ବୁଝାଇଥାଏ ଯାହାକି ଗୋଟିଏ ଦିନଠାରୁ ଅଧିକ ସମୟ ଲାଗିଥାଏ I
  • ଦଣ୍ଡ ବେଳେବେଳେ ଅଣବିଶ୍ୱସୀମାନଙ୍କର ଉପରେ ଈଶ୍ୱରଙ୍କ କ୍ରୋଧ କୁ ବୁଝାଇଥାଏ I

ଭାଷାନ୍ତର ପ୍ରସ୍ତାବ:

ପୃଷ୍ଠଭୂମି ଉପରେ ନିର୍ଭର କରି ଅନ୍ୟ ଭାବରେ ଭାଷାନ୍ତର କଲେ “ସଦାପ୍ରଭୁ ଙ୍କର ଦିନ” “ସଦାପ୍ରଭୁଙ୍କର ସମୟ” କିମ୍ୱା ସେହି ସସମୟକୁ ଯେତେବେଳେ ସଦାପ୍ରଭୁ ତାଙ୍କର ଶତ୍ରୁମାନଙ୍କୁ ଦଣ୍ଡଦେବେ କିମ୍ୱା “ସଦାପ୍ରଭୁଙ୍କର କ୍ରୋଧ”ରେ ଅନ୍ତର୍ଭୁକ୍ତ ହୋଇପାରେ I

  • ଅନ୍ୟ ଅର୍ଥରେ ଭାଷାନ୍ତର କଲେ “ପ୍ରଭୁଙ୍କର ଦିନ” “ପ୍ରଭୁଙ୍କର ବିଚାର ସମୟକୁ” କିମ୍ୱା ଯେତେବେଳେ “ପ୍ରଭୁ ଯୀଶୁ ଲୋକମାନଙ୍କର ବିଚାର କରିବାକୁ ଆସିବା ସମୟ” ହୋଇପାରେ I

(ମଧ୍ୟ ଦେଖିବା: ଦିନ, ବିଚାର ଦିନ, ପ୍ରଭୁ, ପୁନଃରୁଥାନ, ଯିହୋଵା)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H3068, H3117, G2250, G2962

ପ୍ରଭୁତ୍ତ୍ୱ

ସଂଜ୍ଞା:

“ପ୍ରଭୁତ୍ତ୍ୱ” ଶବ୍ଦଟି ଶକ୍ତି, ନୀୟନ୍ତ୍ରଣ, ବା ଲୋକଙ୍କ ଉପରେ ଶାସନ, ପଶୁଗୁଡିକ, ବା ସ୍ଥଳକୁ ସୂଚାଏ ।

  • ଯୀଶୁ ଖ୍ରୀଷ୍ଟ ସମସ୍ତ ପୃଥିବୀ ଉପରେ ପ୍ରଭୁତ୍ତ୍ୱ କରିବାକୁ କହିଛନ୍ତି, ଯେପରି ଭବିଷ୍ୟତବକ୍ତା, ଯାଜକ, ଏବଂ ରାଜା ଭଳି ।
  • ଶଇତାନର ପ୍ରଭୁତ୍ତ୍ୱ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ଉପରେ ମୃତ୍ୟୁ ଦ୍ୱାରା ଅବିରତ ପରାଜିତ କରିଛନ୍ତି ।
  • ସୃଷ୍ଟିରେ, ଈଶ୍ୱର ମନୁଷ୍ୟକୁ କହିଲେ ଯେ ମତ୍ସ, ପକ୍ଷୀଗଣ, ଏବଂ ପୃଥିବୀର ସମସ୍ତ ସୃଷ୍ଟ ପ୍ରାଣୀମାନଙ୍କ ଉପରେ ପ୍ରଭୁତ୍ତ୍ୱ କରିବ ।

ଅନୁବାଦ ପ୍ରସ୍ତାବ ବିଷୟଗୁଡିକ:

  • ପ୍ରସଙ୍ଗର ଅନୁଯାୟୀ, ଏହି ଶବ୍ଦ ଅନ୍ୟ ମାର୍ଗଗୁଡିକରେ ଅନୁବାଦ କରିବାକୁ “ଅଧିକାର” ବା “ଶକ୍ତି” ବା “ନୀୟନ୍ତ୍ରଣ” ଅନ୍ତର୍ଭୁକ୍ତ କରିପାରିବା ।
  • ବାକ୍ୟାଂଶଟି “ପ୍ରଭୁତ୍ତ୍ୱ କରିବା ଉପରେ” “ରାଜତ୍ତ୍ୱ” ବା “ପରିଚାଳନ କରିବା” ରୂପେ ମଧ୍ୟ ଅନୁବାଦ କରିପାରିବା ।

(ପୁନଶ୍ଚ ଦେଖନ୍ତୁ: ଅଧିକାର, ଶକ୍ତି)

ବାଇବଲ ଉଲ୍ଲେଖଗୁଡିକ:

ବୋର୍ଡ ଡାଟା :

  • Strong's: H1166, H4474, H4475, H4896, H4910, H4915, H7287, H7300, H7980, H7985, G2634, G2904, G2961, G2963

ପ୍ରଲୋଭିତ ବା ପରୀକ୍ଷା କରିବା, ପ୍ରଲୋଭନ

ସଂଜ୍ଞା:

ଜଣକୁ ପ୍ରଲୋଭିତ କରିବା ଅର୍ଥ ତାହାଙ୍କ ଦ୍ୱାରା କିଛି ମନ୍ଦ ବିଷୟ କରିବା ନିମନ୍ତେ ଚେଷ୍ଟା କରିବା ଅଟେ I

  • ପ୍ରଲୋଭନ ଏଭଳି ଏକ ବିଷୟ ଯାହା ଜଣେ ବ୍ୟକ୍ତିକୁ କିଛି ମନ୍ଦ ବିଷୟ କରିବା ନିମନ୍ତେ ଇଚ୍ଛୁକ ବା ପ୍ରବୃତ୍ତ କରାଇଥାଏ I
  • ଲୋକମାନେ ଆପଣାମାନଙ୍କ ପାପପୂର୍ଣ୍ଣ ସ୍ୱଭାବ ଦ୍ୱାରା ଏବଂ ଅନ୍ୟମାନଙ୍କ ଦ୍ୱାରା ପ୍ରଲୋଭିତ ହୋଇଥାଆନ୍ତି I
  • ଶୟତାନ ମଧ୍ୟ ଲୋକମାନଙ୍କୁ ଈଶ୍ୱରଙ୍କ ଅବାଧ୍ୟ ହେବା ନିମନ୍ତେ ଏବଂ ମନ୍ଦ କାର୍ଯ୍ୟଗୁଡିକ କରିବା ଦ୍ୱାରା ଈଶ୍ୱରଙ୍କ ବିରୁଦ୍ଧରେ ପାପ କରିବା ନିମନ୍ତେ ପ୍ରଲୋଭିତ କରିଥାଏ I
  • ଶୟତାନ ଯୀଶୁଙ୍କୁ ପରୀକ୍ଷା କଲା ଏବଂ ଚେଷ୍ଟା କଲା ଯେପରି ସେ କିଛି ମନ୍ଦ କାର୍ଯ୍ୟ କରିବେ, ମାତ୍ର ଯୀଶୁ ଶୟତାନର ସମସ୍ତ ପରୀକ୍ଷା ପ୍ରଲୋଭାନକୁ ପ୍ରତିବାଧା ଦେଲେ ଏବଂ ଆଦୌ ପାପ କଲେ ନାହିଁ I
  • ଯେ କେହି “ଈଶ୍ୱରଙ୍କୁ ପ୍ରଲୋଭିତ କରୁଛି” ସେ ତାହାଙ୍କ ଦ୍ୱାରା କିଛି ମନ୍ଦ ବିଷୟ କରାଇବା ନିମନ୍ତେ ଚେଷ୍ଟା କରୁଛି, ତାହା ନୁହେଁ, ବରଂ, ସେ ତାହାଙ୍କ ନିକଟରେ ଏତେଦୂର ଶକ୍ତଗ୍ରୀବ ଅବାଧ୍ୟ ହୋଇଚାଲିଛି ଯେ ଈଶ୍ୱର ପ୍ରତ୍ୟୁତ୍ତରରେ ନିଶ୍ଚୟ ତାହାକୁ ଦଣ୍ଡ ଦେବେ I
  • ଏହାକୁ ମଧ୍ୟ “ଈଶ୍ୱରଙ୍କୁ ପରୀକ୍ଷା କରିବା” ବୋଲି କୁହାଯାଏ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • “ପ୍ରଲୋଭିତ କରିବା” ପ୍ରତିଶବ୍ଦକୁ “ପାପ କରିବା ନିମନ୍ତେ ପ୍ରବୃତ୍ତ କରିବା” କିମ୍ୱା “ପ୍ରଲୁବଧ କରିବା” କିମ୍ୱା “ପାପ କରିବା ନିମନ୍ତେ ଏକ ଇଚ୍ଛା ଜାତ କରିବା” ବୋଲି ଅନୁବାଦ କରାଯାଇପାରେ I
  • “ପ୍ରଲୋଭନ” ଶବ୍ଦକୁ ଅନୁବାଦ କରିବା ନିମନ୍ତେ ଉପାୟଗୁଡିକରେ “ଯାହାସବୁ ପ୍ରଲୋଭିତ କରିଥାଏ” କିମ୍ୱା “ଜଣକୁ ପାପ କରିବା ନିମନ୍ତେ ପ୍ରଲୁବଧ କରୁଥିବା ବିଷୟସବୁ” କିମ୍ୱା “କିଛି ମନ୍ଦ କାର୍ଯ୍ୟ କରିବା ନିମନ୍ତେ ପ୍ରବର୍ତ୍ତାଉଥିବା ବିଷୟଗୁଡିକ” ଅନ୍ତର୍ଭୁକ୍ତ ହୋଇପାରେ I
  • “ଈଶ୍ୱରଙ୍କୁ ପ୍ରଲୋଭିତ କରିବା” ପଦକୁ ““ଈଶ୍ୱରଙ୍କୁ ପରୀକ୍ଷାରେ ପକାଇବା” କିମ୍ୱା ““ଈଶ୍ୱରଙ୍କୁ ପରୀକ୍ଷା କରିବା” କିମ୍ୱା ““ଈଶ୍ୱରଙ୍କ ଧୈର୍ଯ୍ୟର ପରୀକ୍ଷା କରିବା” କିମ୍ୱା ““ଈଶ୍ୱରଙ୍କୁ ଦଣ୍ଡ ଦେବା ନିମନ୍ତେ ବାଧ୍ୟ କରିବା” କିମ୍ୱା “ଶକ୍ତଗ୍ରୀବ ହୋଇ “ଈଶ୍ୱରଙ୍କ ଅବାଧ୍ୟ ହୋଇଚାଲିବା” ବୋଲି ଅନୁବାଦ କରାଯାଇପାରେ I

(ଆହୁରି ମଧ୍ୟ ଦେଖ: ଅବାଧ୍ୟ, ଶୟତାନ, ପାପ, ପରୀକ୍ଷା)

ବାଇବଲ ପଦଗୁଡିକ:

ବାଇବଲର କାହାଣୀଗୁଡିକ ମଧ୍ୟରୁ ଉଦାହରଣଗୁଡିକ:

  • 25:01 ତାହାପରେ ଶୟତାନ ଯୀଶୁଙ୍କ ନିକଟକୁ ଆସିଲା ଏବଂ __ପାପ କରିବା ନିମନ୍ତେ __ ପରୀକ୍ଷା କଲା I
  • 25:08 ଯୀଶୁ ଶୟତାନର ପରୀକ୍ଷାଗୁଡିକରେ ପଡିଗଲେ ନାହିଁ, ତେଣୁ ଶୟତାନ ତାଙ୍କୁ ଛାଡି ଚାଲିଗଲା I
  • 38:11 ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ କହିଲେ ଯେପରି ସେମାନେ__ ପରୀକ୍ଷାରେ __ ନ ପଡନ୍ତି I

ବୋର୍ଡ ଡାଟା :

  • Strong's: H974, H4531, H5254, G551, G1598, G3985, G3986, G3987

ପ୍ରାୟଶ୍ଚିତ କ୍ଷତିପୁରଣ, ଭୁଲ ସୁଧାରିବା, ଭୁଲଗୁଡିକୁ ସୁଧାରିବା, ଭୁଲ ସୁଧାରିଲେ

ସଂଜ୍ଞା:

“ଭୁଲ ସୁଧାରିବା” ଏବଂ “କ୍ଷତିପୁରଣ” ବାକ୍ୟାଂଶ ଈଶ୍ୱର କିପରି ଲୋକମାନଙ୍କ ପାପ ନିମନ୍ତେ ଏବଂ ପାପ ନିମନ୍ତେ ତାଙ୍କ କ୍ରୋଧ ଶାନ୍ତ କରିବା ପାଇଁ ଏକ ବଳି ଦେଲେ ତାହାକୁ ସୂଚାଏ I

  • ପୁରାତନ ନୀୟମ ସମୟରେ, ଇସ୍ରାଏଲମାନେ ପାପ ନିମନ୍ତେ ରକ୍ତ ବଳି ଦେବା ଦ୍ୱାରା ନିର୍ଦ୍ଧିଷ୍ଟ ସମୟ ପାଇଁ କ୍ଷତିପୂରଣ କରିବା ପାଇଁ ଈଶ୍ୱର ଅନୁମତି କଲେ, ଯାହା ପଶୁ ହତ୍ୟାର ଅନ୍ତର୍ଭୁକ୍ତଥିଲା I
  • ନୂତନ ନୀୟମର ତଥ୍ୟ ଅନୁଯାୟୀ, କ୍ରୁଶ ଉପରେ ଖ୍ରୀଷ୍ଟଙ୍କ ମୃତ୍ୟୁ କେବଳ ସତ୍ୟ ଏବଂ ପାପ ନିମନ୍ତେ ଚିରସ୍ଥାୟୀ କ୍ଷତିପୁରଣ ଅଟେ I
  • ଯୀଶୁ ଯେତେବେଳେ ମୃତ୍ୟୁବରଣ କଲେ, ସେ ଦଣ୍ଡ ସହିଲେ ଯାହା ମନୁଷ୍ୟ ଆପଣା ପାପ ନିମନ୍ତେ ପାଇବାରଥିଲା I

ସେ ଆପଣା ମୃତ୍ୟୁର ବଳି ଦ୍ୱାରା କ୍ଷତିପୁରଣର ମୂଲ୍ୟ ବାନ୍ଧିଦେଇଅଛନ୍ତି I

ଅନୁବାଦର ପ୍ରସ୍ତାବିତ ବିଷୟମାନ:

“ଭୁଲ ସୁଧାରିବା” ପଦ ଏକ ଶବ୍ଦ କିମ୍ୱା ବାକ୍ୟାଂଶରେ ଅନୁବାଦ କରାଯାଇପାରେ ଯାହା ଅର୍ଥ, “ଦେବା ପାଇଁ” କିମ୍ୱା “ମୂଲ୍ୟ ଦେବାପାଇଁ” କିମ୍ୱା “କୌଣସି ଏକ ବ୍ୟକ୍ତିର ପାପ କ୍ଷମାର କାରଣ” କିମ୍ୱା “ଏକ ଅପରାଧର ନିମନ୍ତେ ସଂଶୋଧନ କରିବା” “କ୍ଷତିପୂରଣ” ଶବ୍ଦର ଅନୁବାଦ କରିବାର ମାଧ୍ୟମ “ପରିଶୋଧ” କିମ୍ୱା “ପାପ ନିମନ୍ତେ ବଳି ଦେବା” କିମ୍ୱା “କ୍ଷମା କରିବାର ଅର୍ଥକୁ ପ୍ରକାଶ କରିବା” ହୋଇପାରେ I

  • ଜାଣିରଖୁ ଏହି ବାକ୍ୟାଂଶ ଅନୁବାଦ କରିବାର ଅର୍ଥ ଅର୍ଥ ପ୍ରଦାନ କରିବାକୁ ଦର୍ଶାଏ ନାହିଁ I

(ମଧ୍ୟ ଦେଖିପାରିବା: କ୍ଷତିପୂରଣର ଆବରଣ, କ୍ଷମା, ସନ୍ତୋଷଜନକ, ପୁନର୍ମିଳନ, ମୋଚନ କରିବା)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H3722, H3725, G2643

ପ୍ରାୟଶ୍ଚିତ୍ତ

ସଂଜ୍ଞା:

ଏହି “ପ୍ରାୟଶ୍ଚିତ୍ତ” ପ୍ରତିଶବ୍ଦ ଏକ ବଳିକୁ ସୂଚାଏ ଯାହା ଈଶ୍ୱରଙ୍କ ନ୍ୟାୟକୁ ଏବଂ ତାହା କ୍ରୋଧକୁ ସନ୍ତୁଷ୍ଟ କରିବା ନିମନ୍ତେ ଉତ୍ସର୍ଗ କରାଯାଏ I

  • ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନର ରକ୍ତମାନବ ସମାଜର ପାପଗୁଡିକ ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରାୟଶ୍ଚିତ୍ତବଳିସ୍ୱରୂପ ଅଟେ I
  • କ୍ରୁଶ ଉପରେ ଯୀଶୁଙ୍କ ମୃତ୍ୟୁ ପାପ ବିରୁଦ୍ଧରେ ଈଶ୍ୱରଙ୍କ କ୍ରୋଧକୁ ସନ୍ତୁଷ୍ଟ କରିଥିଲା I

ଏହା ଈଶ୍ୱରଙ୍କ ନିମନ୍ତେ ଏକ ପଥ ଖୋଲିଦେଲା ଯେପରି ସେ ଲୋକମାନଙ୍କ ଉପରେ ଅନୁଗ୍ରହ ସହିତ ଦେଖିବେ ଏବଂ ସେମାନଙ୍କୁ ଅନନ୍ତ ଜୀବନ ଯାଚିବେ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • ଏହି ପ୍ରତିଶବ୍ଦ ବା ପଦକୁ “ସନ୍ତୁଷ୍ଟିକରଣ” ବା “ଯେପରି ଈଶ୍ୱରଙ୍କ ନିବେଦନ କରାଯିବ ଯେ ସେ ଲୋକମାନଙ୍କୁ କ୍ଷମା କରିବେ ଓ ଲୋକମାନଙ୍କ ଉପରେ ଅନୁଗ୍ରହ ପ୍ରକାଶ କରିବେ” ବୋଲି ଅନୁବାଦ କରାଯାଇପାରିବ I
  • “ତୁଷ୍ଟିକରଣ” ଶବ୍ଦ “ପ୍ରାୟଶ୍ଚିତ୍ତ” ଶବ୍ଦ ସହିତ ଅତି ସମାନ ଅର୍ଥବୋଧକ ଅଟେ I

ଏହି ଦୁଇଟି ଶବ୍ଦଗୁଡିକ କିପରି ଭାବରେ ବ୍ୟବହୃତ ହେଉଛି, ତହିଁର ତୁଳନା କରିବା ମହତ୍‌ୱ୍ତୱପୂର୍ଣ୍ଣ ବିଷୟ ଅଟେ I

(ଆହୁରି ମଧ୍ୟ ଦେଖ: ଅନୁତାପ, ଚିରସ୍ଥାୟୀ, କ୍ଷମା, ବଳିଦାନ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: G2434, G2435

ପ୍ରାର୍ଥନା କରିବା, ଭକ୍ତିସୂଚକ ପ୍ରାର୍ଥନା ବା ପ୍ରାର୍ଥନାକାରୀ

ସଂଜ୍ଞା:

ଏହି “ପ୍ରାର୍ଥନା ବା ପ୍ରାର୍ଥନା କରିବା” ଏବଂ "ପ୍ରାର୍ଥନାକାରୀ ବା ଭକ୍ତିସୂଚକ ପ୍ରାର୍ଥନା" ପ୍ରତିଶବ୍ଦଗୁଡ଼ିକ ଈଶ୍ୱଙ୍କ ସହିତ କଥାବାର୍ତ୍ତା କରିବା ବିଷୟକୁ ସୂଚାଇଥାଏ। ଏହି ପ୍ରତିଶବ୍ଦଗୁଡ଼ିକ ସାଧାରଣତଃ ଲୋକମାନେ ଏକ ମିଥ୍ୟା ଦେବତା ସହିତ କଥାବାର୍ତ୍ତା କରିବା ନିମନ୍ତେ ଚେଷ୍ଟା କରିବା ବିଷୟକୁ ସୂଚାଇଥାଏ।

  • ଲୋକମାନେ ନୀରବରେ ପ୍ରାର୍ଥନା କରି ପାରିବେ, ସେମାନଙ୍କ ଚିନ୍ତାଧାରା ସହ ଈଶ୍ୱରଙ୍କ ସହିତ କଥାବାର୍ତ୍ତା କରିପାରିବେ, କିମ୍ୱା ସେମାନେ ଉଚ୍ଚ ସ୍ୱରରେ ପ୍ରାର୍ଥନା କରି ପାରିବେ। ବେଳେବେଳେ ପ୍ରାର୍ଥନା ଲେଖାଯାଏ, ଯେପରିକି ଯେତେବେଳେ ଦାଉଦ ଆପଣାର ପ୍ରାର୍ଥନାଗୁଡ଼ିକ ଗୀତସଂହିତା ପୁସ୍ତକରେ ଲେଖିଲେ।
  • ପ୍ରାର୍ଥନାରେ ଈଶ୍ୱରଙ୍କୁ ଦୟାଭିକ୍ଷା କରିବା ନିମନ୍ତେ, ଏକ ସମସ୍ୟାରେ ଈଶ୍ୱରଙ୍କ ସାହାଯ୍ୟ ପାଇଁ, ଏବଂ ନିଷ୍ପତ୍ତିଗୁଡ଼ିକ ନେବା ବେଳେ ଈଶ୍ୱରଙ୍କଠାରୁ ଜ୍ଞାନ ମାଗିବା ଅନ୍ତର୍ଭୁକ୍ତ ହୋଇପାରେ।
  • ବହୁବାର ଲୋକମାନେ ଅସୁସ୍ଥ ଲୋକମାନଙ୍କୁ ସୁସ୍ଥ କରିବା ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତି କିମ୍ୱା ଅନ୍ୟ ଭାବରେ ଯିଏ ତାହାଙ୍କ ସାହାଯ୍ୟ ଆବଶ୍ୟକ ନିମନ୍ତେ ପ୍ରାର୍ଥନା କରନ୍ତି।
  • ଲୋକମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିବା ବେଳେ ତାହାଙ୍କ ଧନ୍ୟବାଦ ଓ ପ୍ରଶଂସା ମଧ୍ୟ କରନ୍ତି।
  • ପ୍ରାର୍ଥନାରେ ଈଶ୍ୱରଙ୍କ ନିକଟରେ ଆମ୍ଭମାନଙ୍କର ପାପ ସ୍ୱୀକାର ଏବଂ ଆମ୍ଭମାନଙ୍କୁ କ୍ଷମା କରିବା ନିମନ୍ତେ ଅନୁରୋଧ କରିବା ଅନ୍ତର୍ଭୁକ୍ତ ହୋଇଥାଏ।
  • ଈଶ୍ୱରଙ୍କ ସହିତ କଥାବାର୍ତ୍ତା କରିବା ବିଷୟକୁ ବେଳେବେଳେ ତାହାଙ୍କ ସହିତ “ଯୋଗାଯୋଗ ବା ସମ୍ପର୍କ” ବୋଲି କୁହାଯାଏ ଯେପରି ତାହାଙ୍କ ଆତ୍ମା ଆମ୍ଭମାନଙ୍କ ଆତ୍ମାଙ୍କ ସହିତ ସଂଯୁକ୍ତ ହୁଏ, ଆମ୍ଭମାନଙ୍କର ଭାବାବେଗଗୁଡ଼ିକୁ ଅଂଶୀ କରାଇଥାଏ ଏବଂ ତାହାଙ୍କ ଉପସ୍ଥତି ସହିତ ଆନନ୍ଦ ଅନୁଭବ କରିଥାଏ।
  • ଏହି ପ୍ରତିଶବ୍ଦକୁ “ଈଶ୍ୱରଙ୍କ ସହିତ କଥାବାର୍ତ୍ତା କରିବା” କିମ୍ୱା “ଈଶ୍ୱରଙ୍କ ସହିତ ଯୋଗାଯୋଗ ବା ସମ୍ପର୍କ ସ୍ଥାପନ କରିବା” ବୋଲି ଅନୁବାଦ କରାଯାଇପାରେ।

ଏହି ପ୍ରତିଶବ୍ଦ ଅନୁବାଦ ନୀରବରେ ପ୍ରାର୍ଥନାକୁ ଅନ୍ତର୍ଭୁକ୍ତ କରିପାରିବା ଉଚିତ।

(ଆହୁରି ଦେଖ: ମିଥ୍ୟା ଦେବତା, କ୍ଷମା, ପ୍ରଶଂସା)

ବାଇବଲ ପଦପର୍ବ:

ବାଇବଲର କାହାଣୀରୁ ଉଦାହରଣଗୁଡ଼ିକ:

  • 06:05 ଇସହାକ୍ ରିବିକା ନିମନ୍ତେ ପ୍ରାର୍ଥନା କଲେ, ଏବଂ ଈଶ୍ୱର ରିବିକାକୁ ଜାଆଁଳ ସନ୍ତାନକୁ ଗର୍ଭରେ ଧାରଣ କରିବା ନିମନ୍ତେ ଅନୁମତି ଦେଲେ।
  • 13:12 କିନ୍ତୁ ମୋଶା ସେମାନଙ୍କ ନିମନ୍ତେ ପ୍ରାର୍ଥନା କଲେ, ଏବଂ ଈଶ୍ୱର ତାହାଙ୍କ ପ୍ରାର୍ଥନା ଶୁଣିଲେ ଏବଂ ସେମାନଙ୍କୁ ଧ୍ୱଂସ କଲେ ନାହିଁ।
  • 19:08 ତା’ପରେ ବାଆଲର ବିଷ୍ୟତବକ୍ତାମାନେ ବାଆଲ୍ ଦେବତାକୁ ପ୍ରାର୍ଥନା କଲେ, "ହେଁ ବାଆଲ୍, ଆମ୍ଭମାନଙ୍କ ପ୍ରାର୍ଥନା ଶୁଣ!"
  • 21:07 ଲୋକମାନଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ ଯାଜକମାନେ ମଧ୍ୟ ପ୍ରାର୍ଥନା କଲେ
  • 38:11 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ କହିଲେ ଯେପରି ସେମାନେ ପରୀକ୍ଷାରେ ନ ପଢ଼ନ୍ତି।
  • 43:13 ଶିଷ୍ୟମାନେ ନିବିଷ୍ଟ ଚିତ୍ତ ହୋଇ ଏକତ୍ରିତ ଭାବରେ ପ୍ରେରିତମାନଙ୍କ ଶିକ୍ଷାରେ, ଭୋଜନ କରିବାରେ ଏବଂ ପ୍ରାର୍ଥନାରେ ପରସ୍ପର ଲାଗି ରହିଲେ।
  • 49:18 ଈଶ୍ୱର ତୁମ୍ଭମାନଙ୍କୁ ତାହାଙ୍କ ବାକ୍ୟ ଅଧ୍ୟୟନ କରିବାକୁ, ଅନ୍ୟ ଖ୍ରୀଷ୍ଟିଆନମାନଙ୍କ ସହିତ ତାହାଙ୍କ ଉପାସନା କରିବାକୁ, ଏବଂ ସେ ତୁମ୍ଭମାନଙ୍କ ନିମନ୍ତେ ଯାହା କରିଅଛନ୍ତି ତାହା ଅନ୍ୟମାନଙ୍କୁ କହିବା ନିମନ୍ତେ ପ୍ରାର୍ଥନା କରିବାକୁ କୁହନ୍ତି।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H559, H577, H1156, H2470, H3863, H3908, H4994, H6279, H6293, H6419, H6739, H7592, H7878, H7879, H7881, H8034, H8605, G154, G1162, G1189, G1783, G2065, G2171, G2172, G3870, G4335, G4336

ପ୍ରିୟ/ପ୍ରିୟତମ ବା ଅତିପ୍ରିୟ

ସଂଜ୍ଞା:

"ପ୍ରିୟ" ଶବ୍ଦଟି ହେଉଛି ସ୍ନେହର ଏକ ଅଭିବ୍ୟକ୍ତି ତାହା ଅନ୍ୟ ଜଣ ପ୍ରତି ଯିଏ ସ୍ନେହ ଓ ପ୍ରେମକୁ ଯଥାର୍ଥ ରୂପକୁ ବୁଝାଏ।

  • "ପ୍ରିୟ" ଶବ୍ଦଟିର ଆକ୍ଷରିକ ଅର୍ଥ ହେଉଛି "ପ୍ରିୟତମ ବା ପ୍ରିୟଜନ (ଜଣେ)" କିମ୍ୱା "(ଯାହାକୁ) ପ୍ରେମ କରାଯାଏ।"
  • ଈଶ୍ୱର ଯୀଶୁଙ୍କୁ ତାହାଙ୍କର "ପ୍ରିୟ ପୁତ୍ର" ବୋଲି କହିଲେ।
  • ପ୍ରେରିତମାନେ, ଖ୍ରୀଷ୍ଟିୟାନ ମଣ୍ଡଳୀଗୁଡ଼ିକୁ ଚିଠି ଲେଖିଲା ସମୟରେ "ପ୍ରିୟ" ବୋଲି ସମ୍ବୋଧନ କରୁଥିଲେ।

ଅନୁବାଦର ପ୍ରସ୍ତାବଗୁଡ଼ିକ:

  • ଯେପରି "ପ୍ରେମ କରାଯାଇଥିବା" ଶବ୍ଦକୁ କିମ୍ବା "ପ୍ରିୟ" କିମ୍ବା "ପ୍ରିୟଜନ" କିମ୍ବା "ଅତିପ୍ରିୟ," କିମ୍ବା "ପ୍ରକୃତ ପ୍ରିୟତମ" ଭାବରେ ଅନୁବାଦ କରାଯାଇପାରେ।
  • ଜଣେ ଘନିଷ୍ଠ ବନ୍ଧୁ ବା ଅତିପ୍ରିୟ ବନ୍ଧୁଙ୍କ ବିଷୟରେ କଥାବାର୍ତ୍ତା ହେବା ପ୍ରସଙ୍ଗରେ, ଏହାକୁ "ମୋହର ପ୍ରିୟ ବନ୍ଧୁ" କିମ୍ବା "ମୋହର ଘନିଷ୍ଠ ବନ୍ଧୁ" ଭାବରେ ଅନୁବାଦ କରାଯାଇପାରିବ। ଇଂରାଜୀରେ “ମୋର ପ୍ରିୟ ବନ୍ଧୁ ପାଉଲ” କିମ୍ବା “ପାଉଲ, ଯିଏ ମୋର ପ୍ରିୟ ବନ୍ଧୁ” କହିବା ସ୍ୱାଭାବିକ ଅଟେ। ଅନ୍ୟ ଭାଷାଗୁଡ଼ିକରେ ଏହା ଏକ ଭିନ୍ନ କ୍ରମରେ ଅଧିକ ସ୍ୱାଭାବିକ ହୋଇପାରେ।
  • "ପ୍ରିୟ" ଶବ୍ଦ ପ୍ରତି ଧ୍ୟାନ ଦିଅ ଯାହାକି ଈଶ୍ୱରଙ୍କ ପ୍ରେମ, ନିଃସର୍ତ୍ତ, ନିଃସ୍ୱାର୍ଥପର ଏବଂ ବଳିଦାନ ବାକ୍ୟରୁ ଆସିଛି।

(ପୁନଶ୍ଚ ଦେଖ: ପ୍ରେମ)

ବାଇବଲ ପଦ ପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H157, H1730, H2532, H3033, H3039, H4261, G25, G27, G5207

ପ୍ରେମ/ ସ୍ନେହ କରିବା ବା ଭଲ ପାଇବା, ପ୍ରିୟ ବା ପ୍ରିୟତମ

ସଂଜ୍ଞା:

ଜଣେ ଅନ୍ୟ ବ୍ୟକ୍ତିକୁ ପ୍ରେମ କରିବା ହେଉଛି ସେ ବ୍ୟକ୍ତିର ଯତ୍ନ ନେବା ଏବଂ ଏପରି କାର୍ଯ୍ୟ କରିବା ଯାହା ତାହାର ଲାଭଦାୟକ ହେବ। “ପ୍ରେମ“ ପାଇଁ ଭିନ୍ନ ଅର୍ଥଗୁଡ଼ିକ ଅଛି କେତେକ ଭାଷାଗୁଡ଼ିକରେ ବିଭିନ୍ନ ଶବ୍ଦର ବ୍ୟବହାର କରି ପ୍ରକାଶ କରିପାରନ୍ତି:

  1. ଈଶ୍ୱରଙ୍କଠାରୁ ଯେଉଁ ପ୍ରକାର ପ୍ରେମ ଆସେ ତାହା ଅନ୍ୟମାନଙ୍କର ଉତ୍ତମତାକୁ ଧ୍ୟାନ ଦିଏ ଏହା ସୁଦ୍ଧା ନିଜେ ଲାଭଦାୟକ ନ ହୁଏ। ଏହି ପ୍ରେମ ଅନ୍ୟମାନଙ୍କର

ଯତ୍ନ ନିଏ, ସେମାନେ ଯାହା କରନ୍ତି ନା କାହିଁକି। ଈଶ୍ଵର ନିଜେ ପ୍ରେମ କରନ୍ତି ଏବଂ ସେ ପ୍ରକୃତ ପ୍ରେମର ଉତ୍ସ ଅଟନ୍ତି।

  • ଯୀଶୁ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ଏବଂ ମୃତ୍ୟୁରୁ ଉଦ୍ଧାର କରିବା ନିମନ୍ତେ ଆପଣା ପ୍ରାଣକୁ ଉତ୍ସର୍ଗ କରିବା ଦ୍ୱାରା ଏ ପ୍ରକାର ପ୍ରେମ ଦେଖାଇଲେ। ଆହୁରି ସେ ମଧ୍ୟ ଆପଣା ଅନୁଗାମୀମାନଙ୍କୁ ଅନ୍ୟମାନଙ୍କୁ ପ୍ରାୟଶ୍ଚିତ୍ତ ସ୍ୱରୂପ ପ୍ରେମ କର ବୋଲି ଶିକ୍ଷା ଦେଲେ।
  • ଯେତେବେଳେ ଲୋକମାନେ ଅନ୍ୟମାନଙ୍କୁ ଏହିପରି ପ୍ରେମରେ ପ୍ରେମ କରନ୍ତି, ସେମାନେ ଏପରି ଭାବରେ କାର୍ଯ୍ୟ କରନ୍ତି ଯାହା ଦର୍ଶାଏ ଯେ ସେମାନେ କିପରି ଅନ୍ୟମାନେ ସମୃଦ୍ଧିଶାଳୀ ହେଇପାରିବେ ତାହା ଚିନ୍ତା କରୁଅଛନ୍ତି। ବିଶେଷତଃ ଏହି ପ୍ରକାର ପ୍ରେମରେ ଅନ୍ୟମାନଙ୍କୁ କ୍ଷମା କରିବା ଅନ୍ତର୍ଭୁକ୍ତ ଥାଏ।
  • ULT ବାଇବଲରେ, “ପ୍ରେମ” ଶବ୍ଦ ପ୍ରାୟଶ୍ଚିତ୍ତ ପ୍ରେମକୁ ଦର୍ଶାଏ, ଯେପର୍ଯ୍ୟନ୍ତ ଏକ ଅନୁବାଦ ଟିପ୍ପଣୀ ବା ଟୀକା ଏକ ଭିନ୍ନ ଅର୍ଥ ସୂଚାଏ ନାହିଁ।
  1. ନୂତନ ନିୟମରେ ଆଉ ଏକ ଶବ୍ଦ “ଭାତ୍ରୁ ପ୍ରେମ”କୁ ଦର୍ଶାଏ, କିମ୍ବା ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ପ୍ରତି ପ୍ରେମକୁ ବୁଝାଏ।
  • ଏହି ଶବ୍ଦ ଯାହା ବନ୍ଧୁ ଓ ଆତ୍ମୀୟ ମଧ୍ୟରେ ପ୍ରକୃତିକ ମାନବୀୟ ପ୍ରେମକୁ ଦର୍ଶାଏ।
  • ଏହି ଶବ୍ଦ ଏପରି ପ୍ରସଙ୍ଗ ଅନୁସାରେ ବ୍ୟବହାର କରାଯାଏ ଯେପରି, “ସେମାନେ ଭୋଜନରେ ସର୍ବାଧିକ ପ୍ରଧାନ ସ୍ଥାନମାନଙ୍କରେ ବସିବାକୁ ଭଲ ପାଆନ୍ତି।" ଏହାର ଅର୍ଥ “ସେମାନେ ବିଶେଷ ଭଲ ପାଆନ୍ତି“ କିମ୍ବା “ଅତ୍ୟଧିକ ଇଚ୍ଛା କରନ୍ତି” ତାହା କରିବାକୁ।
  1. “ପ୍ରେମ” ଶବ୍ଦ ଜଣେ ପୁରୁଷ ଏବଂ ନାରୀ ବା ସ୍ତ୍ରୀ ମଧ୍ୟରେ କଳ୍ପନାପ୍ରବଣ ପ୍ରେମକୁ ମଧ୍ୟ ବୁଝାଏ।

ଅନୁବାଦ ପ୍ରସ୍ତାବ:

  • ଏକ ଅନୁବାଦ ଟିପ୍ପଣୀରେ ଅନ୍ୟଥା ସୂଚିତ ନହେବା ପର୍ଯ୍ୟନ୍ତ, ULT ବାଇବଲରେ, “ପ୍ରେମ” ଶବ୍ଦ ପ୍ରାୟଶ୍ଚିତ୍ତ ପ୍ରେମକୁ ଦର୍ଶାଏ ଯାହା ଈଶ୍ୱରଙ୍କଠାରୁ ଆସେ ଦର୍ଶାଏ।
  • ନିଃସ୍ୱାର୍ଥପର ନିମନ୍ତେ କେତେକ ଭାଷାରେ ଏକ ବିଶେଷ ଶବ୍ଦ ରହିପାରେ, ପ୍ରାୟଶ୍ଚିତ୍ତ ପ୍ରେମ ଯାହା ଈଶ୍ଵରଙ୍କଠାରେ ଅଛି। ଏହାକୁ ଭିନ୍ନ ପ୍ରକାରେ ଅନୁବାଦ କଲେ “ସମର୍ପିତ, ବିଶ୍ୱସ୍ଥ ଯତ୍ନକାରୀ" କିମ୍ବା “ନିଃସ୍ୱାର୍ଥପର ଭାବେ ଯତ୍ନ ନେବା” କିମ୍ବା “ଈଶ୍ୱରଙ୍କ ପ୍ରେମ“ ଅନ୍ତର୍ଭୁକ୍ତ ହୋଇପାରେ। ସୁନିଶ୍ଚିନ୍ତ ହୁଅନ୍ତୁ ଯେଉଁ ଶବ୍ଦ ଈଶ୍ୱରଙ୍କ ପ୍ରେମ ପାଇଁ ଯେତେବେଳେ ଅନୁବାଦ କରାଯାଏ ତାହା ନିଜର ସ୍ୱାର୍ଥ ଅନ୍ୟର ଉପକାର ନିମନ୍ତେ ତ୍ୟାଗ କରିବା ଏବଂ ଅନ୍ୟମାନଙ୍କୁ ପ୍ରେମ କରିବା ସେମାନେ ଯାହା କରନ୍ତୁ ନା କାହିଁକି।
  • ଅନେକ ସମୟରେ ଇଂରାଜୀ ଶବ୍ଦ “ପ୍ରେମ” ଯାହା ବନ୍ଧୁ କିମ୍ବା ପରିବାର ସଦସ୍ୟମାନଙ୍କ ପ୍ରତି ଲୋକମାନେ ଆପଣା ଗଭୀର ଯତ୍ନ ଅଛି ତାହା ବର୍ଣ୍ଣନା କରେ।

କେତେକ ଭାଷାରେ ଏହାକୁ ଏକ ଶବ୍ଦ କିମ୍ବା ବାକ୍ୟାଂଶ ସହିତ ଅନୁବାଦ ଯାହାର ଅର୍ଥ “ଅତ୍ୟଧିକ ପସନ୍ଦ କରିବା” କିମ୍ବା “ଯତ୍ନ ନେବା ପାଇଁ” କିମ୍ବା “ଦୃଢ଼ ସ୍ନେହ କରିବା ପାଇଁ“ ଭାବରେ ଅନୁବାଦ କରାଯାଇପାରେ।

  • ପ୍ରସଙ୍ଗଗୁଡ଼ିକରେ ଅନୁସାରେ ଯେଉଁଠାରେ “ପ୍ରେମ” ଶବ୍ଦ କୌଣସି ଜିନିଷ ପ୍ରତି ପ୍ରାଧାନ୍ୟ ଦେଇ ଦୃଢ଼ରେ ବ୍ୟକ୍ତି କରିବା, "ଦୃଢ଼ ରୂପରେ ଅଧିକ ପସନ୍ଦ କରିବା ବା ବାଛିବା" କିମ୍ବା “ଅତ୍ୟଧିକ ପସନ୍ଦ କରିବା” କିମ୍ବା “ଅତ୍ୟଧିକ ଇଛା କରିବା” ଏହି କ୍ରମେ ଅନୁବାଦ କରାଯାଇପାରେ।
  • କେତେକ ଭାଷାରେ ସ୍ୱତନ୍ତ୍ର ଶବ୍ଦ ମଧ୍ୟ ଥାଇପାରେ ଯାହା ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ କଳ୍ପନାପ୍ରବଣ କିମ୍ବା ଯୌନ ପ୍ରେମକୁ ସମ୍ପର୍କକୁ ବୁଝାଏ।
  • ଅନେକ ଭାଷାଗୁଡ଼ିକରେ ଯେପରି “ପ୍ରେମ“ ଏକ କର୍ମ ରୂପରେ ବ୍ୟକ୍ତ କରିବା ଉଚିତ। ଉଦାହାରଣ ସ୍ୱରୂପେ, ସେମାନେ “ପ୍ରେମ ଦୀର୍ଘସହିଷ୍ଣୁ, ପ୍ରେମ ହିତଜନକ" ଯେପରି, "ଯେତେବେଳେ ଜଣେ ବ୍ୟକ୍ତି ଜଣକୁ ପ୍ରେମ କରେ, ସେ ତାହା ପ୍ରତି ଦୀର୍ଘସହିଷ୍ଣୁ ଓ ହିତଜନକ ଅଟେ।"

(ପୁନଶ୍ଚ ଦେଖନ୍ତୁ: ନିୟମ, ମୃତ୍ୟୁ, ଉତ୍ସର୍ଗ, ଉଦ୍ଧାର, ପାପ)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • 27:02 ବ୍ୟବସ୍ଥା ବିଶେଷଜ୍ଞ ଉତ୍ତର ଦେଲା ଈଶ୍ୱରଙ୍କ ବ୍ୟବସ୍ଥା କୁହେ, “ତୁମ୍ଭେ ଆପଣା ଈଶ୍ୱରଙ୍କୁ ସମସ୍ତ ହୃଦୟ, ପ୍ରାଣ, ମନ ଏବଂ ଶକ୍ତିର ସହିତ ପ୍ରେମ କର। ଆଉ ତୁମ୍ଭର ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କର।"
  • 33:08 "କଣ୍ଟା ଭୂମି ହେଉଛି ଜଣେ ବ୍ୟକ୍ତି ଯିଏ ଈଶ୍ଵରଙ୍କ ବାକ୍ୟ ଶୁଣେ, କିନ୍ତୁ ଯେବେ ସମୟ ଅତିକ୍ରମ କରେ, ପୁଣି ଯତ୍ନ, ସାଂସାରିକ ଚିନ୍ତା ଓ ଧନର ମାୟା, ଈଶ୍ଵରଙ୍କ ପ୍ରତି ତାହାର ପ୍ରେମକୁ ଚାପିପକାଏ।"
  • 36:05 ପିତର କଥା କହୁଥିବା ସମୟରେ, ଏକ ଉଜଳା ମେଘ ସେମାନଙ୍କ ଉପରକୁ ଆସିଲା ଏବଂ ମେଘରୁ ଏକ ବାଣୀ ଏହା ହେଲା, “ଏ ଆମ୍ଭର ପ୍ରିୟ ପୁତ୍ର, ଯାହାକୁ ଆମ୍ଭେ ପ୍ରେମ କରୁ।"
  • 39:10 “ପ୍ରତ୍ୟେକ ଜଣ ଯେଉଁମାନେ ସତ୍ୟରେ ପ୍ରେମ ମୋହର କଥା ଶୁଣନ୍ତି।"
  • 47:01 ସେ (ଲିଦିୟା) ଈଶ୍ଵରଙ୍କୁ ପ୍ରେମ ଓ ଉପାସନା କଲେ।
  • 48:01 ଯେତେବେଳେ ଈଶ୍ୱର ଜଗତର ସୃଷ୍ଟି କଲେ ସବୁ କିଛି ପରିପୁର୍ଣ୍ଣ ଥିଲା। ସେଥିରେ ପାପ ନ ଥିଲା। ଆଦମ ଓ ହବା ପରସ୍ପରକୁ ପ୍ରେମ କଲେ, ଓ ସେମାନେ ଈଶ୍ଵରଙ୍କୁ ପ୍ରେମ କରୁଥିଲେ।
  • 49:03 ସେ(ଯୀଶୁ) ତୁମ୍ଭମାନଙ୍କୁ ଶିକ୍ଷା ଦେଇଛନ୍ତି ଯେ ତୁମ୍ଭେମାନେ ଯେପରି ନିଜକୁ ପ୍ରେମ କର ସେହିପରି ଅନ୍ୟମାନଙ୍କୁ ମଧ୍ୟ ପ୍ରେମ କର।
  • 49:04 ସେ (ଯୀଶୁ) ତୁମ୍ଭମାନଙ୍କୁ ଶିକ୍ଷା ଦେଇଛନ୍ତି ଯେ ତୁମ୍ଭେମାନେ ପ୍ରେମ କରୁଥିବା ଯେକୌଣସି ଜିନିଷ କି ଆପଣାର ଧନସମ୍ପତ୍ତି ଅପେକ୍ଷା ଈଶ୍ଵରଙ୍କୁ ଅଧିକ ପ୍ରେମ କରିବା ଆବଶ୍ୟକ।
  • 49:07 ଈଶ୍ଵର ପାପୀମାନଙ୍କୁ ଅଧିକ ପ୍ରେମ କରନ୍ତି ବୋଲି ଯୀଶୁ ଶିକ୍ଷା ଦେଇଛନ୍ତି।
  • 49:09 କିନ୍ତୁ ଈଶ୍ଵର ଜଗତରେ ଥିବା ପ୍ରତ୍ୟେକଙ୍କୁ ଏତେ ପ୍ରେମ କରନ୍ତି ଯେ ସେ ଆପଣାର କେବଳ ଏକ ମାତ୍ର ପୁତ୍ରଙ୍କୁ ଦାନ କଲେ ଯେପରି ଯେକେହିଁ ଯୀଶୁଙ୍କଠାରେ ବିଶ୍ୱାସ କରେ ସେ ତାହାର ପାପ ନିମନ୍ତେ ଦଣ୍ଡିତ ହେବା ନାହିଁ, ବରଂ ଈଶ୍ଵରଙ୍କ ସହିତ କିନ୍ତୁ ଚିରଦିନ ଜୀବନ କରିବ।
  • 49:13 ଈଶ୍ଵର ତୁମ୍ଭମାନଙ୍କୁ ପ୍ରେମ କରନ୍ତି ଓ ତୁମ୍ଭେମାନେ ଯୀଶୁଙ୍କଠାରେ ବିଶ୍ୱାସ କର ବୋଲି ଚାହାନ୍ତି ଯେପରି ସେ ତୁମ୍ଭମାନଙ୍କ ସହିତ ଘନିଷ୍ଟ ସମ୍ପର୍କ ରଖିପାରନ୍ତି।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H4261, H5689, H5690, H5691, H7355, H7356, H7453, H7474, G25, G26, G5360, G5361, G5362, G5363, G5365, G5367, G5368, G5369, G5377, G5381, G5382, G5383, G5388

ପ୍ରେରିତ, ପ୍ରେରିତମାନେ, ପ୍ରେରିତପଦ

ସଂଜ୍ଞା:

ପରମେଶ୍ୱର ଏବଂ ତାହାଙ୍କ ରାଜ୍ୟ ବିଷୟରେ ପ୍ରଚାର କରିବା ନିମନ୍ତେ “ପ୍ରେରିତଗଣ” ପୁରୁଷମାନେ ଯୀଶୁଙ୍କ ଦ୍ୱାରା ପଠାଯାଇଥିଲେ। "ପ୍ରେରିତପଦ” ଶବ୍ଦଟି ଏକ ସ୍ଥାନ ଏବଂ ଅଧିକାରୀକୁ ଦର୍ଶାଏ ଯେଉଁମାନେ ପ୍ରେରିତ ଭାବରେ ବଛାଯାଇଥିଲେ।

  • “ପ୍ରେରିତ” ଶବ୍ଦର ଅର୍ଥ “ଜଣେ ବ୍ୟକ୍ତି ଯାହାକୁ ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ନିମନ୍ତେ ପଠାଯାଇଅଛି।” ଯେଉଁ ବ୍ୟକ୍ତି ପ୍ରେରିତଙ୍କୁ ପଠାଇଅଛନ୍ତି ତାଙ୍କ ପରି ସମାନ ଅଧିକାର ପ୍ରେରିତଙ୍କର ଅଛି।
  • ଯୀଶୁଙ୍କର ଘନିଷ୍ଠ ବାର ଜଣ ଶିଷ୍ୟ ପ୍ରଥମେ ପ୍ରେରିତ ହେଲେ।

ଅନ୍ୟ ପୁରୁଷମନେ ମଧ୍ୟ ପ୍ରେରିତ ହେଲେ ଯଥା, ପାଉଲ ଏବଂ ଯାକୁବଙ୍କ ମଧ୍ୟ।

  • ଈଶ୍ୱରଙ୍କ ଶକ୍ତି ଦ୍ୱାରା, ପ୍ରେରିତମାନେ ଦମ୍ଭର ସହ ସୁସମାଚାର ପ୍ରଚାର କରିବାକୁ ଏବଂ ଲୋକମାନଙ୍କୁ ସୁସ୍ଥ କରିବା ନିମନ୍ତେ ସକ୍ଷମ ହେଉଥିଲେ, ଏବଂ ଲୋକମାନଙ୍କଠାରୁ ମନ୍ଦ ଆତ୍ମାକୁ ବାହାର କରିବା ନିମନ୍ତେ ସକ୍ଷମ ହେଉଥିଲେ।

ଅନୁବାଦର ପ୍ରସ୍ତାବିତ ବିଷୟମାନ:

  • “ପ୍ରେରିତ” ଶବ୍ଦ ଏକ ଶବ୍ଦରେ କିମ୍ୱା ବାକ୍ୟାଂଶରେ ଅନୁବାଦ କରାଯାଇପାରିବ, ଯାହାର ଅର୍ଥ “ଜଣେ ଯିଏ ପଠାଯାଇଅଛନ୍ତି” କିମ୍ୱା “ବାହାରକୁ ପଠାଯାଇଥିବା ଜଣକ” କିମ୍ୱା “ବ୍ୟକ୍ତି ଯାହାକୁ ବାହାରକୁ ଯାଇ ଲୋକଙ୍କୁ ପରମେଶ୍ୱରଙ୍କ ବାକ୍ୟ ପ୍ରଚାରକରିବା ନିମନ୍ତେ ଡକାଯାଇଅଛି।"
  • “ପ୍ରେରିତ” ଏବଂ “ଶିଷ୍ୟ” ପଦକୁ ଭିନ୍ନ ଭାବରେ ଅନୁବାଦ କରିବା ଅତି ଗୁରୁତ୍ତ୍ୱପୂର୍ଣ୍ଣ ଅଟେ।
  • ବାଇବଲରେ ଏହି ପଦଟିକୁ କିପରି ସ୍ଥାନୀୟ ଭାଷାରେ କିମ୍ବା ଜାତୀୟ ଭାଷାରେ ଅନୁବାଦ କରାଯାଇଅଛି ତାହା ଧ୍ୟାନ ରଖିବା ଦରକାର। (ଦେଖନ୍ତୁ ଅଜଣା ବିଷୟକୁ କିପରି ଅନୁବାଦ କରାଯାଏ

(ମଧ୍ୟ ଦେଖିପାରିବା: ଅଧିକାର, ଶିଷ୍ୟ, ଯାକୁବ(ଜେବଦୀଙ୍କ ପୁତ୍ର), ପାଉଲ, କେବଳ ବାର ଜଣ

ବାଇବଲ ସମ୍ବନ୍ଧ ପଦ ଗୁଡ଼ିକ:

ବାଇବଲ କାହାଣୀରୁ ଉଦାହରଣ:

  • 26:10 ତାପରେ ଯୀଶୁ ବାରଜଣ ପୁରୁଷଙ୍କୁ ବାଛିଲେ ଯେଉଁମାନେ ତାହାଙ୍କ ପ୍ରେରିତ ବୋଲି ଡକାଗଲେ।ପ୍ରେରିତମାନେ ଯୀଶୁଙ୍କ ସହ ଯାତ୍ରା କଲେ ଏବଂ ତାଙ୍କଠାରୁ ଶିଖିଲେ।
  • 30:01 ଯୀଶୁ ଲୋକମାନଙ୍କୁ ପ୍ରଚାର କରିବା ଏବଂ ଶିକ୍ଷା ଦେବା ନିମନ୍ତେ ଆପଣା ପ୍ରେରିତମାନଙ୍କୁ ଅନେକ ଭିନ୍ନ ଭିନ୍ନ ଗ୍ରାମଗୁଡିକୁ ପଠାଇଲେ।
  • 38:02 ଯିହୁଦା ଯୀଶୁଙ୍କ ପ୍ରେରିତମାନଙ୍କ ମଧ୍ୟରୁ ଜଣେଥିଲେ। ସେ ପ୍ରେରିତମାନଙ୍କ ଟଙ୍କା ଥଳିର ତଦାରଖଡର ଅଧିକାରୀଥିଲେ, କିନ୍ତୁ ସେ ଟଙ୍କାକୁ ଲୋଭ କଲେ ଏବଂ ବହୁ ସମୟରେ ଥଳିରୁ ଚୋରୀ କଲେ।
  • 43:13 ଶିଷ୍ୟମାନେ ସେମାନେ ନିଜକୁ ପ୍ରେରିତ ଭାବରେ ଶିକ୍ଷା ଦେବାରେ, ସହଭାଗିତାରେ, ମିଳିମିଶି ଭୋଜନ କରିବାରେ ଏବଂ ପ୍ରାର୍ଥନାରେ ସମର୍ପିତ କରିଦେଇଥିଲେ।
  • 46:08 ତାହାପରେ ବର୍ଣ୍ଣବା ନାମକ ଏକ ବିଶ୍ୱାସୀ ଶାଉଲଙ୍କୁ ପ୍ରେରିତମାନଙ୍କ ନିକଟକୁ ଘେନିଗଲେ ଏବଂ ସେମାନଙ୍କୁ କହିଲେ, ଶାଉଲ କିପରି ଦମେଶକରେ ସାହସର ସହ ପ୍ରଚାର କଲେ।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: G651, G652, G2491, G5376, G5570

ଫାରୁଶୀ, ଫାରୁଶୀମାନେ

ତଥ୍ୟଗୁଡିକ:

ଯୀଶୁଙ୍କ ସମୟରେ ଫାରୁଶୀମାନେ ଯିହୂଦୀୟ ଧର୍ମ ନେତାମାନଙ୍କର ଏକ ମହତ୍‌ୱ୍ତ୍ୱପୂର୍ଣ୍ଣ ଶକ୍ତିଶାଳୀ ଦଳଥିଲେ I

  • ସେମାନଙ୍କ ମଧ୍ୟରୁ ଅନେକେ ମଧ୍ୟବିତ୍ତ ଶ୍ରେଣୀୟ ବ୍ୟବସାୟୀ ଲୋକମାନେଥିଲେ ଏବଂ ସେମାନଙ୍କ ମଧ୍ୟରୁ କେତେକ ଯାଜକମାନେ ମଧ୍ୟ ରହିଥିଲେ I
  • ସମସ୍ତ ଯିହୂଦୀୟ ନେତାମାନଙ୍କ ମଧ୍ୟରେ, ଫାରୁଶୀମାନେ ମୋଶା ବ୍ୟବସ୍ଥାଗୁଡ଼ିକ ଏବଂ ଅନ୍ୟାନ୍ୟ ଯିହୂଦୀୟ ନୀୟମଗୁଡିକ ଏବଂ ପରମ୍ପରାଗୁଡ଼ିକ ଅତି କଠୋର ଭାବରେ ପାଳନ କରୁଥିଲେ I
  • ସେମାନଙ୍କର ଚତୁଃପାର୍ଶ୍ୱରେ ଥିବା ବିଜାତିମାନଙ୍କର ପ୍ରଭାବଠାରୁ ଯିହୂଦୀ ଲୋକମାନଙ୍କୁ ପୃଥକ କରି ରଖିବା ବିଷୟରେ ସେମାନେ ଅତିଶୟ ମନୋଯୋଗୀ ଓ ଚିନ୍ତାଶୀଳଥିଲେ I

“ଫାରୁଶୀ” ନାମ “ପୃଥକ” ଶବ୍ଦରୁ ଆସିଅଛି I

  • ଫାରୁଶୀମାନେ ମୃତ୍ୟୁ ପରେ ଜୀବନ ସମ୍ପର୍କରେ ବିଶ୍ୱାସ କରନ୍ତି; ସେମାନେ ମଧ୍ୟ ଦୂତମାନଙ୍କର ସ୍ଥିତି ଏବଂ ଅନ୍ୟ ଆତ୍ମିକ ବ୍ୟକ୍ତିତ୍ୱଗୁଡ଼ିକର ସ୍ଥିତି ବିଷୟରେ ବିଶ୍ୱାସ କରନ୍ତି I
  • ଫାରୁଶୀମାନେ ଏବଂ ସାଦ୍ଦୁକୀମାନେ ସକ୍ରୀୟ ଭାବରେ ଯୀଶୁଙ୍କୁ ଏବଂ ଆଦ୍ୟ ଖ୍ରୀଷ୍ଟିଆନମାନଙ୍କୁ ବିରୋଧ କଲେ I

(ଆହୁରି ମଧ୍ୟ ଦେଖ: ମହାସଭା, ଯିହୁଦୀ ନେତାମାନେ, ବ୍ୟବସ୍ଥା, ସାଦ୍ଦୁକୀ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: G5330

ବାନ୍ଧିବା, ବନ୍ଧନ,ବାନ୍ଧିଲା

ସଂଜ୍ଞା:

ବାନ୍ଧିବା ଶବ୍ଦର ଅର୍ଥ ହେଉଛି କିଛି ବିଷୟ କୁ ବାନ୍ଧିବା ବା ସୁରକ୍ଷିତ ଭାବେ ରଖିବା ׀ କୌଣସି ବିଷୟ ଯାହାକି ବନ୍ଧା ହୋଇଛି ବା ଯୋଗ ହୋଇଛି ତାହାକୁ ବନ୍ଧନ କହନ୍ତି ׀ ବାନ୍ଧିଲା ଶବ୍ଦଟି ବାନ୍ଧିବା ଶବ୍ଦର ଅତୀତ କାଳ ׀

  • ବନ୍ଧାଯିବ ଅର୍ଥ କିଛି ବିଷୟକୁ ବାନ୍ଧିବା ବା ଚାପିକରି ରଖିବା ׀
  • ପ୍ରାସଙ୍ଗିକ କ୍ଷେତ୍ରରେ ଜଣେ ବ୍ୟକ୍ତି କୌଣସି ନିୟମରେ ଯଦି ବନ୍ଧା ହୋଇଛି ତା ହେଲେ ସେ ଯାହା ପ୍ରତିଜ୍ଞା କରିଛି "ତାକୁ ପୂରଣ କରିବାକୁ ହେବ" ׀
  • "ବାନ୍ଧିବା" ଶବ୍ଦଟି ଏହା ସୂଚିତ କରେ କି କୌଣସି ବିଷୟକୁ ବାନ୍ଧିବା ବା ଆବଦ୍ଧ କରିବା ବା ଜେଲରେ ପୂରାଇବା ׀

କୌଣସି ବ୍ୟକ୍ତି ମୁକ୍ତ ଭାବରେ ଅଛି ଅର୍ଥାତ୍ ସେ କୌଣସି ଶିକୁଳି ବା ବେଡ଼ି ବା ଦଉଡ଼ିରେ ବନ୍ଧା ହୋଇନାହିଁ ׀

  • ବାଇବଲ ସମୟରେ ବନ୍ଦୀମାନଙ୍କୁ ପଥରର କାରାଗୃହରେ କାନ୍ଥ କିମ୍ୱା ଭୂମିରେ ଦଉଡ଼ି କିମ୍ୱା ଶିକୁଳିରେ ବନ୍ଧନ କରାଯାଉଥିଲା ׀
  • ବାନ୍ଧିବା ଶବ୍ଦକୁ କୌଣସି କ୍ଷତରେ କପଡ଼ା ଗୁଡ଼ାଇ ତାହାକୁ ସୁସ୍ଥ ହେବା ନିମନ୍ତେ ବ୍ୟବହାର କରାଯାଉଥିଲା ׀
  • ଜଣେ ମୃତ ବ୍ୟକ୍ତିଙ୍କୁ ସମାଧି ଦେବା ପୂର୍ବରୁ କପଡ଼ାରେ ବନ୍ଧାଯାଉଥିଲା ׀
  • ପ୍ରାସଙ୍ଗିକ ଭାବେ "ବନ୍ଧନ" ଏହାକୁ ବୁଝାଏ ଯାହାକୁ ପାପ ଜଣେ ବ୍ୟକ୍ତିଙ୍କୁ ନୀୟନ୍ତ୍ରଣ କରେ ବା ଦାସ କରି ରଖେ ׀
  • ଗୋଟିଏ ବନ୍ଧନ ମଧ୍ୟ ଲୋକମାନଙ୍କୁ ଆବେଗିକ ଭାବେ, ଆଧ୍ୟାତ୍ମିକ ଭାବେ ଏବଂ ଶାରିରୀକ ଭାବେ ପରସ୍ପର ମଧ୍ୟରେ ବାନ୍ଧି ରଖେ ׀

ଏହା ବିବାହରେ ପ୍ରୟୋଗ ହୁଏ

  • ଉଦାହରଣ ସ୍ୱରୂପ ଜଣେ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ମଧ୍ୟରେ ବାନ୍ଧି ହୋଇ ଥାଆନ୍ତି ׀

ବନ୍ଧନ ହେତୁ ପରମେଶ୍ୱର ଭାଙ୍ଗି ନାହାନ୍ତି ׀

ଅନୁବାଦ ର ପ୍ରସ୍ତାବ

  • ବାନ୍ଧିବା ଶବ୍ଦ କୁ ଭିଡ଼ିବା ବୋଲି ମଧ୍ୟ ଅନୁବାଦ କରାଯାଇପାରେ ׀
  • ଆକ୍ଷରିକ ଭାବେ ଏହାକୁ "ପ୍ରତିରୋଧ କରିବା" ବା "ବାଧା ଦେବା" ବା କୌଣସି ବିଷୟରୁ ଦୂରରେ ରହିବା ବୋଲି ମଧ୍ୟ ଅନୁବାଦ କରାଯାଇପାରେ ׀
  • ମାଥିଓ 16 ଏବଂ 18 ଅନୁଯାୟୀ ବନ୍ଧନ ର ସ୍ୱତନ୍ତ୍ର ଅର୍ଥ ହେଉଛି "ମନାକରିବା" ବା "ଅନୁମତି ନ ଦେବା" ׀
  • "ବନ୍ଧନ" କୁ "ଶିକୁଳି" ବା "ଦଉଡ଼ି" ବା "ହାତ କଡ଼ି" ବୋଲି ମଧ୍ୟ ଅନୁବାଦ କରାଯାଇପାରେ ׀
  • ଆକ୍ଷରିକ ଭାବେ ବନ୍ଧନ କୁ ଗଣ୍ଠି ପକାଇବା ବା ଯୋଡ଼ିବା ବା ଦୃଢ଼ ସମ୍ପର୍କ ରଖିବା ବୋଲି ଅନୁବାଦ କରାଯାଇପାରେ ׀
  • ଶାନ୍ତି ର ବନ୍ଧନ ଅର୍ଥ "ଲୋକମାନଙ୍କ ମଧ୍ୟରେ ସୁସମ୍ପର୍କ ରଖିବାରେ ଐକ୍ୟବଦ୍ଧତା" ବା "ପରସ୍ପର ମିଳିମିଶି ରହିବା ଦ୍ୱାରା ଶାନ୍ତି ମିଳିବା" ׀
  • ବନ୍ଧା ହେବା ଅର୍ଥାତ୍ "ଆବୃତ କରିବା" ବା "ଗୁଡ଼ାଇ ରଖିବା" ׀
  • ପ୍ରତିଜ୍ଞାରେ ବନ୍ଧାହେବା ଅର୍ଥାତ୍ "କୌଣସି ପ୍ରତିଜ୍ଞା କୁ ପୂର୍ଣ୍ଣ କରିବା" ବା "ପୂର୍ଣ୍ଣ କରିବା କୁ ନିଷ୍ପତି ନେବା" ׀
  • ପ୍ରସଙ୍ଗ ଅନୁଯାୟୀ "ବନ୍ଧନକୁ" ଚେନରେ ଗୁଡ଼ାଇବା ବା ବାଧ୍ୟହେବା ବା ଆବଶ୍ୟକ ଅନୁଯାୟୀ କରିବା ବୋଲି ଅନୁବାଦ କରାଯାଇପାରେ ׀

(ଦେଖନ୍ତୁ: ସମ୍ପୂର୍ଣ୍ଣ, ଶାନ୍ତି, ଜେଲ, ଦାସ, ନୀୟମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H247, H481, H519, H615, H631, H632, H640, H1366, H1367, H1379, H2280, H2706, H3256, H3533, H3729, H4147, H4148, H4205, H4562, H5650, H5656, H5659, H6029, H6123, H6616, H6696, H6872, H6887, H7194, H7405, H7573, H7576, H8198, H8244, H8379, G254, G331, G332, G1195, G1196, G1198, G1199, G1210, G1397, G1398, G1401, G1402, G2611, G2615, G3734, G3784, G3814, G4019, G4029, G4385, G4886, G4887, G5265

ବାପ୍ତିଜିତ", ବାପ୍ତିଜିତ ହେବା,ବାପ୍ତିସ୍ମ

ସଂଜ୍ଞା:

ନୂତନ ନିୟମରେ "ବାପ୍ତିଜିତ",ବା,ବାପ୍ତିସ୍ମ" ଶବ୍ଦ ଟି ଏହା ବ୍ୟାଖ୍ୟା କରେ ଯେ ଖ୍ରୀଷ୍ଟିୟାନମାନେ ବିଧି ଅନୁଯାୟୀ ପାଣିରେ ବୁଡ଼ିବା ଦ୍ୱାରା ପାପରୁ ପରିଷ୍କୃତ ହୁଅନ୍ତି ଏବଂ ଖ୍ରୀଷ୍ଟ ଙ୍କ ସହ ମିଳିତ ହୁଅନ୍ତି ׀

  • ବାଇବଲରେ ପାଣିରେ ବାପ୍ତିଜିତ ହେବା ବ୍ୟତୀତ "ପବିତ୍ର ଆତ୍ମାରେ ବାପ୍ତିସ୍ମ" ଏବଂ "ଅଗ୍ନିରେ ବାପ୍ତିସ୍ମ" ବିଷୟରେ ମଧ୍ୟ କୁହାଯାଇଛି ׀
  • "ବାପ୍ତିସ୍ମ" ଶବ୍ଦ ଟି ବାଇବଲରେ ଗୋଟିଏ କଷ୍ଟ ଦାୟକ ଯାତ୍ରା ବିଷୟରେ ମଧ୍ୟ ବ୍ୟବହୃତ ହୁଏ ׀

ଅନୁବାଦ ର ପ୍ରସ୍ତାବ

  • ଖ୍ରୀଷ୍ଟିୟାନମାନଙ୍କର ଅନେକ ମତ ରହିଛି ଯେ ଜଣେ ବ୍ୟକ୍ତି କିପରି ପାଣିରେ ବାପ୍ତିଜିତ ହେବ ׀

ଏହା ସମ୍ଭବତଃ ସାଧାରଣ ଭାବେ ଏହି ପରି ଅନୁବାଦ କରାଯାଇପାରେ ଯେ ବିଭିନ୍ନ ଉପାୟରେ ପାଣିର ପ୍ରୟୋଗ କରିବା ׀

  • ବିଭିନ୍ନ ପ୍ରସଙ୍ଗ ଅନୁଯାୟୀ "ବାପ୍ତିଜିତ" ଶବ୍ଦ କୁ "ଶୁଦ୍ଧ","ଢ଼ଳାଯିବା","ବୁଡ଼ିବା","ଧୋଇହେବା","ଆତ୍ମାରେ ପରିଷ୍କୃତ ହେବା" ବୋଲି ମଧ୍ୟ ଅନୁବାଦ କରାଯାଇପାରେ ׀

ଉଦାହରଣ ସ୍ୱରୂପ "ଜଳରେ ବାପ୍ତିସ୍ମ ନେବା" କୁ "ପାଣିରେ ବୁଡ଼ିବା" ବୋଲି ଅନୁବାଦ କରାଯାଇପାରେ ׀

  • "ବାପ୍ତିସ୍ମ" ଶବ୍ଦ ଟି "ପବିତ୍ରିକୃତ","ଢ଼ାଳିହେବା","ବୁଡ଼ାଯିବା","ସଫା ହେବା", କିମ୍ୱା "ଆତ୍ମାରେ ଧୌତ ହେବା" ବୋଲି ଅନୁବାଦ କରାଯାଇପାରେ ׀
  • ଯେତେବେଳେ ଏହା କଷ୍ଟ କୁ ସୂଚାଏ, "ବାପ୍ତିସ୍ମ" କୁ ଏହିପରି ମଧ୍ୟ ଅନୁବାଦ କରାଯାଇପାରେ "ଗଭୀର ଦୁର୍ଦ୍ଦଶାର ସମୟ" ବା "ଗଭୀର ପୀଡ଼ା ସମୟରେ ଧୌତ"
  • ସ୍ଥାନୀୟ ଏବଂ ଜାତୀୟ ଭାଷାରେ ବାଇବଲ ଅନୁବାଦ କିପରି ହେବ ତାହା ବିଚାର କର ׀

(ଦେଖନ୍ତୁ: ଅଜଣାବିଷୟ ଗୁଡ଼ି କୁ କିପରା ଅନୁବାଦ କରାଯାଏ

(ଦେଖନ୍ତୁ: ଯୋହନ (ବାପ୍ତିଜକ), ଅନୁତାପ, ପବିତ୍ରଆତ୍ମା)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବାଇବଲ ଗଳ୍ପରୁ ଉଦାହରଣ:

  • 24:03 ଯେତେବେଳେ ଲୋକମାନେ ଯୋହନ ଙ୍କ ବାକ୍ୟ ଶୁଣିଲେ,ବହୁତ ଲୋକ ସେମାନଙ୍କ ପାପ ରୁ ଅନୁତାପ କଲେ ଏବଂ ଯୋହନ ସେମାନଙ୍କୁ ବାପ୍ତିସ୍ମ ଦେଲେ ׀

ବହୁତ ଧାର୍ମିକ ନେତା ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବକୁ ଆସିଲେ କିନ୍ତୁ ସେମାନେ ନିଜ ପାପ କୁ ଅନୁତାପ କିମ୍ୱା ସ୍ୱୀକାରକଲେ ନାହିଁ ׀

  • 24:06 ତହିଁ ପରଦିନ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବକୁ ଆସିଲେ ׀
  • 24:07 ଯୋହନ ଯୀଶୁ ଙ୍କୁ କହିଲେ ମୁଁ ଆପଣଙ୍କୁ ବାପ୍ତିଜିତ କରିବାକୁ ଯୋଗ୍ୟ ନୁହେଁ ׀ ଏହା ବଦଳରେ ଆପଣ ମୋତେ ବାପ୍ତିସ୍ମ ଦେବା ଉଚ଼ିତ ׀

ଏହା ବଦଳରେ ଆପଣ ମୋତେ ବାପ୍ତିସ୍ମ ଦେବା ଉଚ଼ିତ ׀

  • 42:10 ଅତଏବ ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତ,ପୁତ୍ର ଓ ପବିତ୍ରଆତ୍ନାରେ ବାପ୍ତିସ୍ମ ଦେଇ,ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷାଦେଇ ସେମାନଙ୍କୁ ଶିଷ୍ୟ କର ׀
  • 43:11 ସେଥିରେ ପିତର ସେମାନଙ୍କୁ କହିଲେ,ଆପଣମାନେ ମନପରିବର୍ତ୍ତନ କରନ୍ତୁ,ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟ ଙ୍କ ନାମରେ ବାପ୍ତିଜିତ ତାହାହେଲେ ପରମେଶ୍ୱର ତୁମ୍ଭମାନଙ୍କର ପାପ କ୍ଷମା କରିବେ ׀
  • 43:12 ପ୍ରାୟ 3000 ଲୋକ ପିତର ଙ୍କ କଥାକୁ ବିଶ୍ୱାସ କଲେ ଏବଂ ଯୀଶୁଙ୍କର ଶିଷ୍ୟ ହେଲେ ׀

ସେମାନେ ବାପ୍ତିଜିତ ହେଲେ ଏବଂ ଯିରୁଶାଲମ ମଣ୍ଡଳୀର ଅଂଶୀ ହେଲେ ׀

  • 45:11 ଫିଲିପ୍ପ ଏବଂ ଇଥିଓପିୟ ପରିବ୍ରାରକ ଜଳାଶୟ ନିକଟକୁ ଗଲେ ׀

ଇଥିଓପିୟ କହିଲେ "ଦେଖ"! ଏଠାରେ ତ ଜଳ ଅଛି ! ମୁଁ ଏଠାରେ ବାପ୍ତିଜିତ ହୋଇପାରେ କି ?"

  • 46:05 ଶାଉଲ ତତ୍ କ୍ଷଣାତ୍ ଦେଖିବାକୁ ଲାଗିଲେ, ଏବଂ ହନାନୀୟ ତାଙ୍କୁ ବାପ୍ତିସ୍ମ ଦେଲେ ׀
  • 49:14 ଯୀଶୁ ଆପଣଙ୍କୁ ନିମନ୍ତ୍ରଣ କରନ୍ତି ତାହାଙ୍କ ଠାରେ ବିଶ୍ୱାସ କରିବା ପାଇଁ ଓ ବାପ୍ତିଜିତ ହେବାପାଇଁ ׀

ବୋର୍ଡ ଡାଟା :

  • Strong's: G907

ବିଚାର ଦିନ

ସଂଜ୍ଞା:

“ବିଚାର ଦିନ” ସେହି ଭବିଷ୍ୟତ ଦିନକୁ ଦର୍ଶାଏ ଯେତେବେଳେ ପରମେଶ୍ୱର ପ୍ରତ୍ୟକ ବ୍ୟକ୍ତି କୁ ବିଚାର କରିବେ I

  • ପରମେଶ୍ୱର ତାହାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କୁ ସମସ୍ତ ଲୋକର ବିଚାରପତି ନିଯୁକ୍ତ କରି ଅଛନ୍ତି I
  • ବିଚାର ଦିନରେ ଖ୍ରୀଷ୍ଟ ଲୋକଙ୍କର ଚରିତ୍ର ଅନୁସାରେ ବିଚାର କରିବେ I

ଅନୁବାଦ ପ୍ରସ୍ତାବ:

  • ଏହି ଶବ୍ଦ “ବିଚାର ସମୟ” କୁ ମଧ୍ୟ ଦର୍ଶାଏ କାରଣ ଏହା ଏକଦିନରୁ ଅଧିକ ଦିନ କୁ ଦର୍ଶାଏ I
  • ଏହି ଶବ୍ଦକୁ ଅଲଗା ପ୍ରକାରେ ଅନୁବାଦ କଲେ “ଅନ୍ତିମ ଦିନ ଯେତେବେଳେ ପ୍ରଭୁ ପ୍ରତିଟି ବ୍ୟକ୍ତି ର ବିଚାର କରିବେ “କୁ ଅନ୍ତର୍ଭୁକ୍ତ କରାଯାଏ I
  • କେତେକ ଅନୁବାଦରେ ଏହାକୁ ବଡ଼ ଶବ୍ଦରେ ଲେଖାଯାଏ କାରଣ ଏହା ଏକ ବିଶେଷ ଦିନ କୁ ଦେଖାଏ I

“ବିଚାର ଦିନ” କିଅବା “ବିଚାର ସମୟ”

(ଆହୁରି ଦେଖନ୍ତୁ: ନ୍ୟାୟ, ଯୀଶୁ, ସ୍ୱର୍ଗ, ନରକ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2962, H3117, H4941, G2250, G2920, G2962

ବିଚାରପତି, ବିଚାରପତି ଗଣ, ନ୍ୟାୟ, ନ୍ୟାୟମାନ

ସଂଜ୍ଞା:

”ବିଚାରପତି” କିଅବା “ନ୍ୟାୟ” ଶବ୍ଦ ଅନେକ ସମୟରେ ନିର୍ନୟ ନେବାକୁ ଦର୍ଶାଏ ଯାହା ନୈତିକ ରୂପରେ ଠିକ ଅଛି କି ଭୁଲ୍ I

  • “ପରମେଶ୍ୱରଙ୍କର ନ୍ୟାୟ “ଅନେକ ସମୟରେ ତାହାଙ୍କ ନ୍ୟାୟ କୁ ଦର୍ଶାଏ ଯେ ସେ ନିର୍ନୟ ନେଇ କେଉଁ ବ୍ୟକ୍ତି କିଅବା ବସ୍ତୁ କୁ ପାପ ନିମନ୍ତେ ଭତ୍ସନ କରନ୍ତି I
  • ସାଧାରଣତଃ ରୂପରେ ପରମେଶ୍ୱରଙ୍କର ନ୍ୟାୟ ଲୋକମାନଙ୍କୁ ତାହାଙ୍କର ପାପ ନିମନ୍ତେ ଦଣ୍ଡିତ କରିବାକୁ ଅନ୍ତର୍ଭୁକ୍ତ କରିଥାଏ I
  • “ବିଚାରପତି” ର ଅର୍ଥ “ଦୋଷ ଦବା “ଅଟେ I

ପ୍ରଭୁ ତାହାଙ୍କ ଲୋକଙ୍କୁ ଏହି ନିର୍ଦେଶନ ଦେଇଥିଲେ କି ଏହି ପ୍ରକାରେ ଲୋକଙ୍କର ନ୍ୟାୟ ହେବ I

  • ଆଉ ଏକ ଅର୍ଥ ହେଉଛି “ଦୁଇ ଜଣକ ମଧ୍ୟରେ ରହିବା “କିଅବା “ଦୁଇ ଜଣକ ମଧ୍ୟରେ ବିଚାରପତି “ଏହା ନିର୍ନୟ ନେବା କି ଦୁଇ ଜଣ ମଧ୍ୟରେ କଲହରେ କିଏ ସଠିକ୍ ଅଛି ବୋଲି ବିଚାର କରିବା I
  • ଅନେକ ପୃଷ୍ଠଭୂମିରେ, ପରମେଶ୍ୱରଙ୍କର “ନ୍ୟାୟ “ସେ ଯାହା ନ୍ୟାୟ କରିଅଛନ୍ତି ତାହା ସଠିକ ଧାର୍ମିକ କାମ ଅଟେ I

ସେହି ସବୁ ତାହାର ଆଜ୍ଞା, ନୀୟମ ଓ ନୀୟମାବଳି ସହିତ ସମାନ ଅଟେ I

  • “ନ୍ୟାୟ “କୁ ଏକ ବିଜ୍ଞ ନିର୍ନୟ କାରୀ ଦକ୍ଷତା ରୂପରେ ଦର୍ଶାଏ I

ଏକ ବ୍ୟକ୍ତି ଯାହାର ଅଳ୍ପ “ନ୍ୟାୟ” ଥାଏ ତାହା ପାଖରେ ନିର୍ନୟ ନେବା ନିମନ୍ତେ ଜ୍ଞାନ ନାହିଁ I

ଅନୁବାଦ ପ୍ରସ୍ତାବ:

  • ପୃଷ୍ଠଭୂମି ଉପରେ ନିର୍ଭର କରି, କି “ବିଚାରପତି ” କୁ “ନିର୍ନୟ” କିଅବା “ଦୋଷ ଦେବା ” କିଅବା “ଦଣ୍ଡ ଦେବା” କିଅବା ନୀୟମାବଳି ଲାଗୁ କରିବା ରୂପରେ ଅନୁବାଦ କରାଯାଏ I
  • “ନ୍ୟାୟ” ଶବ୍ଦକୁ “ଦଣ୍ଡ” କିଅବା “ନିର୍ନୟ” କିଅବା “ନୀୟମାବଳି ଲାଗୁ କଲେ” କିଅବା “ଫୈସଲା “କିଅବା “ଦୋଷାରୋପ କରିବା” ରୂପରେ ଅନୁବାଦ କରାଯାଏI
  • କେତେକ ପୃଷ୍ଠଭୂମିରେ, ବାକ୍ୟାଂଶ “ନ୍ୟାୟରେ “କୁ “ବିଚାର ଦିନରେ” କିଅବା “ସେହି ଦିନ ଯେତେବେଳେ ପରମେଶ୍ୱର ଲୋକଙ୍କର ବିଚାର କରିବେ I”

(ଆହୁରି ଦେଖନ୍ତୁ: ନୀୟମାବଳି, ବିଚାରପତି, ନ୍ୟାୟ ଦିନ, ଧାର୍ମିକ, ବ୍ୟବସ୍ଥା,)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୧୯:୧୬ ଭବିଷ୍ୟବକ୍ତାମାନେ ଲୋକଙ୍କୁ ସାବଧାନ କରାଇଲେ କି ଯଦି ସେମାନେ ମନ୍ଦ କାମ କରିବା ବନ୍ଦ ନ କରିବେ ଓ ପରମେଶ୍ୱରଙ୍କର ଆଜ୍ଞାକାରୀ ନ ହେବେ, ତାହା ହେଲେ ପରମେଶ୍ୱର ତାହାଙ୍କୁ ଦୋଷୀ ରୂପରେ ନ୍ୟାୟ କରିବେ ଓ ଦଣ୍ଡ ଦେବେ I
  • ୨୧:୦୮ ଏକ ରାଜା ସିଏ ଯେ ଏକ ରାଜ୍ୟ ଉପରେ ଶାସନ କରେ ଓ ଲୋକଙ୍କର __ନ୍ୟାୟ__କରେ I

ଯେଉଁ ଖ୍ରୀଷ୍ଟ ଆସିବେ ସେ ଏକ ଶିଦ୍ଧ ରାଜା ହେବେ ଯେ ତାହାର ପୂର୍ବ ପୁରୁଷ ଦାଉଦ ର ରାଜ ସିଂହାସନରେ ବସିବେ I ସେ ସମସ୍ତ ପୃଥିବୀ ଉପରେ ଚିରଦିନ ନିମନ୍ତେ ରାଜୁତି କରିବେ, ଯେ ବିଶ୍ୱସ୍ଥ ହୋଇ ନ୍ୟାୟ କରିବେ ଓ ସଠିକ ନିର୍ନୟ ନେବେ I

  • ୩୯:୦୪ ମହାଯାଜକ କ୍ରୋଧରେ ତାହାର ବସ୍ତର ଫାଡି ଦେଲା ଓ ଅନ୍ୟ ଧାର୍ମିକ ନେତାଗଣ କୁ ଚିତ୍କାର କରି କହିଲା, “ଆମେ ଆଉ ଅଧିକ ସାକ୍ଷ ଚାହୁଁ ନାହୁଁ” I

ତୁମ୍ଭେ ଶୁଣି ଅଚ୍ଛ ସେ କହୁ ଅଛନ୍ତି ସେ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି I ଆପଣ କଅଣ __ବିଚାର __ କରୁ ଅଛନ୍ତି?”

  • ୫୦:୧୪ କିନ୍ତୁ ପ୍ରତ୍ୟକ କୁ ଯେ ଯୀଶୁଙ୍କ ଉପରେ ବିଶ୍ୱାସ କରୁ ନାହିଁ ନ୍ୟାୟ କରିବେ I

ସେ ତାହାଙ୍କୁ ନରକରେ ଫପାଡି ଦେବେ, ଯେଉଁଠାରେ ସେମାନେ ଦୁଖରେ କ୍ଷହିରଦିନ ନିମନ୍ତେ କ୍ରନ୍ଦନ ଓ ଦନ୍ତର କିଡିମିଡି କରିବେ I

ବୋର୍ଡ ଡାଟା :

  • Strong's: H148, H430, H1777, H1778, H1779, H1780, H1781, H1782, H2940, H4055, H4941, H6414, H6415, H6416, H6417, H6419, H6485, H8196, H8199, H8201, G144, G350, G968, G1106, G1252, G1341, G1345, G1348, G1349, G2917, G2919, G2920, G2922, G2923, G4232

ବିନଷ୍ଟ, ବିନଷ୍ଟ ବା ଧ୍ୱସ ହେଲା, ବିନଷ୍ଟ ହେଉଥିବା ବା ବିନାଶପ୍ରାପ୍ତ, ନଷ୍ଟଶୀଳ ଦ୍ରବ୍ୟ

ସଂଜ୍ଞା:

“ବିନଷ୍ଟ” ପ୍ରତିଶବ୍ଦର ଅର୍ଥ ମରିବା କିମ୍ୱା ଧ୍ୱଂସ ହେବା, ଏହା ସାଧାରଣତଃ ହିଂସା କିମ୍ୱା ଅନ୍ୟ ବିପର୍ଯ୍ୟୟ ଫଳରେ ଘଟିଥାଏ I ବାଇବଲରେ, ଏହା ନର୍କରେ ଅନନ୍ତକାଳ ନିମନ୍ତେ ଦଣ୍ଡପ୍ରାପ୍ତ ହେବା ବିଷୟକୁ ବିଶେଷ ଅର୍ଥରେ ବୁଝାଏ I

  • ଯେଉଁ ଲୋକମାନେ “ବିନାଶପ୍ରାପ୍ତ ହେଉଛନ୍ତି”, ସେମାନେ ନର୍କ ନିମନ୍ତେ ପୂର୍ବନିରୂପିତ ଅଟନ୍ତି, କାରଣ ସେମାନେ ଆପଣାମାନଙ୍କର ପରିତ୍ରାଣ ନିମନ୍ତେ ଯୀଶୁଙ୍କଠାରେ ବିଶ୍ୱାସ କରିବା ନିମନ୍ତେ ଅଗ୍ରାହ୍ୟ କଲେ I
  • ଯୋହନ 3:16 ଶିକ୍ଷା ଦିଏ ଯେ “ବିନଷ୍ଟ ହେବା” ଅର୍ଥ ଅନନ୍ତକାଳ ନିମନ୍ତେ ସ୍ୱର୍ଗରେ ବାସ ନ କରିବା ଅଟେ I

ଅନୁବାଦ ନିମନ୍ତେ ପ୍ରସ୍ତାବ ଗୁଡ଼ିକ:

  • ପଟ୍ଟଭୂମି ଉପରେ ନିର୍ଭର କରି ବିଭିନ୍ନ ଉପାୟରେ ଏହି ପ୍ରତିଶବ୍ଦକୁ ଅନୁବାଦ କଲାବେଳେ “ଅନନ୍ତକାଳ ନିମନ୍ତେ ମୃତ୍ୟୁବରଣ କରିବା” କିମ୍ୱା “ନର୍କରେ ଦଣ୍ଡ ପ୍ରାପ୍ତ ହେବା” କିମ୍ୱା “ଧ୍ୱଂସ ହେବା” ବୋଲି ଅନୁବାଦ କରରଯାଇପାରେ I
  • ଏହା ସୁନିଶ୍ଚିତ କର ଯେ, “ବିନଷ୍ଟ” ଶବ୍ଦର ଅନୁବାଦ ଅନନ୍ତକାଳ ନିମନ୍ତେ ନର୍କରେ ବାସ କରିବା ବୋଲି ହୋଇପାରିବ ଏବଂ ଏହା “ତିଷ୍ଠି ନ ରହିବା” ବୋଲି ଅର୍ଥ ଯେପରି ପ୍ରକାଶ ନ କରେ I

(ଆହୁରି ମଧ୍ୟ ଦେଖ: ମୃତ୍ୟୁ, ଦୀର୍ଘକାଳସ୍ଥାୟୀ

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H6, H7, H8, H1478, H1820, H5486, H5595, H6544, H8045, G599, G622, G684, G853, G1311, G2704, G4881, G5356

ବିବେକ ବା ହିତାହିତ ଜ୍ଞାନ

ସଂଜ୍ଞା:

ବିବେକ ହେଉଛି ଜଣେ ବ୍ୟକ୍ତିଙ୍କ ଭାବନାର ଅଂଶ ଅଟେ ଯାହା ଦ୍ୱାରା ଈଶ୍ୱର ତାହାକୁ ଅବଗତ କରନ୍ତି ଯେ ସେ କୌଣସି ପାପପୁର୍ଣ୍ଣ କାର୍ଯ୍ୟ କରୁଅଛି।

  • ଈଶ୍ଵର ଲୋକମାନଙ୍କୁ ବିବେକ ଦେଇଛନ୍ତି ଯେପରି ସେମାନେ କଅଣ ଭଲ ଏବଂ କଅଣ ଭୁଲ ମଧ୍ୟରେ ଭିନ୍ନତା ବିଚାର କରିପାରିବେ।
  • ଜଣେ ବ୍ୟକ୍ତି ଯିଏ ଈଶ୍ୱରଙ୍କ ବାଧ୍ୟ ହୁଏ ତାହାକୁ “ଶୁଦ୍ଧ” କିମ୍ୱା “ସ୍ପଷ୍ଟ” କିମ୍ବା “ଶୁଚୀ” ବିବେକ ଅଛି ବୋଲି କୁହାଯାଏ।
  • ଯଦି ଜଣେ ବ୍ୟକ୍ତିଙ୍କର “ଶୁଦ୍ଧ ବିବେକ” ଅଛି ଏହାର ଅର୍ଥ ଯେ ସେ କୌଣସି ପାପକୁ ଲୁଚାନ୍ତି ନାହିଁ।
  • ଯଦି କେହି ଆପଣା ବିବେକକୁ ଜାଣିଶୁଣି ଅଗ୍ରାହ୍ୟ କରେ ଏବଂ ଯେତେବେଳେ ସେ ପାପ କରି ମଧ୍ୟ ଦୋଷୀ ବୋଧ କରେ ନାହିଁ, ଏହାର ଅର୍ଥ ତହାର ବିବେକ ଭୁଲ କଅଣ ସେଥିର ସମ୍ବେଦନଶୀଳ କରିପାରେ ନାହିଁ। ବାଇବଲ “ଅପ୍ରଭାବିତ” ବିବେକ ବୋଲି କୁହେ, ଏପରି ଜଣେ “କଳଙ୍କ” ଯେପରି ସତେ ଯେପରି ଗରମ ଲୁହା ସହିତ। ଏପରି ବିବେକକୁ ମଧ୍ୟ “ଅସମ୍ୱେଦ୍ୟ” ଏବଂ “ଦୁଷିତ” କୁହାଯାଏ।
  • ଏପରି ନିର୍ଦ୍ଧିଷ୍ଟ ଭାବ ପ୍ରକାଶକ ଶବ୍ଦକୁ “ଆନ୍ତରିକ ନୈତିକ ପଥ ପ୍ରଦର୍ଶକ“ କିମ୍ୱା “ନୈତିକ ଚିନ୍ତାଧାରା” ଭାବରେ ଅନୁବାଦ କରିବାର ସମ୍ଭାବ୍ୟ ପ୍ରଣାଳୀ ଅନ୍ତର୍ଭୁକ୍ତ ହୋଇପାରେ।

ବାଇବଲ ପଦ ପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: G4893

ବିଳାପ, ବିଳାପ କରନ୍ତି, ବିଳାପ ଗୀତ

ସଂଜ୍ଞା:

“ବିଳାପ “ଓ “ବିଳାପ ଗୀତ” ଅତି ଦୁଖିତ ଓ ଶୋକାକୁଳ ଅଭିବ୍ୟକ୍ତିକୁ ଦର୍ଶାଏ I

  • କେତେକ ସମୟରେ ଏହା ପାପ ନିମନ୍ତେ ଗଭୀର ଅନୁତାପ କୁ ଦର୍ଶାଏ କିଅବା ଯେଉଁମାନେ ବିପତ୍ତିରେ ପଡ଼ି ଅଛନ୍ତି ସେହି ଲୋକଙ୍କ ନିମନ୍ତେ ଅନୁକମ୍ପା ଅନୁଭବ କରିବା I
  • ବିଳାପ କାନ୍ଦିବା ଓ ଶୋକାକୁଳ ହେବାକୁ ଦର୍ଶାଏ I

ଅନୁବାଦ ପ୍ରସ୍ତାବ:

  • “ବିଳାପ” ଶବ୍ଦ କୁ “ଅତି ଶୋକିତ “କିଅବା “ଦୀର୍ଘ ରୋଦନ” କିଅବା “ଦୁଖିତ ହେବା” ରୂପରେ ଅନୁବାଦ କରାଯାଏ I

  • ବିଳାପ କରିବା” (ବିଳାପ) କୁ “ଚିତ୍କାର କରି ରୋଦନ କରିବା “କିଅବା “ଅତି ଦୁଖିତ” କିଅବା “କନ୍ଦା କଟା କରିବା” ରୂପରେ ଅନୁବାଦ କରାଯାଏ I

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H56, H421, H578, H592, H1058, H4553, H5091, H5092, H5594, H6088, H6969, H7015, H8567, G2354, G2355, G2870, G2875

ବିଶୁଦ୍ଧ, ବିଶୁଦ୍ଧ କରିବା, ବିଶୋଧନ ବା ଶୁଦ୍ଧତା

ସଂଜ୍ଞା:

“ବିଶୁଦ୍ଧ” ହେବା ଅର୍ଥ କୌଣସି ତ୍ରୁଟି ନ ରହିବା କିମ୍ୱା ସେଥିରେ କିଛି ମିଶ୍ରିତ ନହିବ ଯାହା ସେଥିରେ ରହିବା ଉଚିତ ନୁହେଁ। କୌଣସି ବିଷୟକୁ ଶୁଦ୍ଧ କରିବା ଅର୍ଥ ୟାହକୁ ପରିଷ୍କାର କରିବା ଏବଂ ତାହାକୁ ସଂକ୍ରମିତ କିମ୍ବା ଦୁଷିତ କରୁଥିବା ଯେକୌଣସି ବିଷୟକୁ କାଢ଼ି ବାହାର କରିଦେବା।

  • ପୂରାତନ ନୀୟମର ବ୍ୟବସ୍ଥାଗୁଡ଼ିକ ଅନୁସାରେ, “ଶୁଦ୍ଧିକରଣ” ଏବଂ “ଶୁଦ୍ଧତା” କହିଲେ ମୁଖ୍ୟତଃ, ଯେ କୌଣସି ବସ୍ତୁ କିମ୍ବା ବ୍ୟକ୍ତିକୁ ରୀତିନୀତି ବା ବିଧି ଅନୁସାରେ ଅଶୁଚି କରେ, ସେହି ବିଷୟଗୁଡିକୁ କାଢ଼ି ବାହାର କରିଦେବା ଅଟେ; ଯଥା, ରୋଗ, ଶାରୀରିକ ସ୍ରାବ, କିମ୍ୱା ସନ୍ତାନ ପ୍ରସବ କରିବା।
  • ପୂରାତନ ନୀୟମ ମଧ୍ୟ ବ୍ୟବସ୍ଥା ଗୁଡ଼ିକ ଲୋକମାନଙ୍କୁ କୁହେ ଯେ କିପରି ପାପରୁ ଶୁଦ୍ଧ କରାଯାଏ, ବିଶେଷତଃ ଗୋଟେ ପଶୁବଳି ଦେବା ଦ୍ୱାରା ଶୁଚି କରିବେ। ଏହା କେବଳ ଅସ୍ଥାୟୀଥିଲା ଏବଂ ବଳିଦାନଗୁଡ଼ିକ ବାରମ୍ୱାର ପୂନରାବୃତ୍ତି କରିବାକୁ ପଡୁଥିଲା।
  • ନୂତନ ନିୟମରେ, ଅନେକ ସମୟରେ ଶୁଚିକରଣ ହେବା ବିଷୟ ପାପରୁ ପରିଷ୍କୃତ ହେବାକୁ ସୂଚାଇଥାଏ।
  • ଲୋକମାନେ ପାପରୁ ସମ୍ପୂର୍ଣ୍ଣ ଏବଂ ସ୍ଥାୟୀ ଭାବରେ ଶୁଚି ହେବା ପାଇ, ଏକମାତ୍ର ଉପାୟ ହେଉଛି ଅନୁତାପ କରିବା ଏବଂ ମନପରିବର୍ତ୍ତନ କରି ଈଶ୍ୱରଙ୍କ କ୍ଷମା ପାଇବା, ଯୀଶୁଙ୍କଠାରେ ଏବଂ ତାହାଙ୍କର ବଳିଦାନରେ ବିଶ୍ୱାସ କରିବା ଦ୍ୱାରା ହୋଇପାରେ।

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡ଼ିକ:

  • “ଶୁଚିକରଣ” ପ୍ରତିଶବ୍ଦକୁ “ଶୁଚି କରିବା” କିମ୍ବା “ପରିଷ୍କାର କରିବା” କିମ୍ବା “ସମସ୍ତ ପ୍ରଦୂଷଣରୁ ପରିଷ୍କାର କରିବା” ବା “ସମସ୍ତ ପାପରୁ ମୁକ୍ତ କରିବା” ବୋଲି ଅନୁବାଦ କରଯାଇପାରେ।
  • “ଯେତେବେଳେ ସେମାନଙ୍କର ଶୁଚିକରଣର ସମୟ ସମାପ୍ତ ହେଲା” ଏହି ବାକ୍ୟାଂଶକୁ “ଯେତେବେଳେ ସେମାନେ ଆବଶ୍ୟକ ଦିନ ଅପେକ୍ଷା କରି ସେମାନେ ନିଜେ ଶୁଦ୍ଧ ହେଲେ” ବୋଲି ଅନୁବାଦ କରାଯାଇପାରେ।
  • "ପାପସବୁ ପାଇ ଶୁଚିକରଣ ପ୍ରଦାନ କଲେ” ବାକ୍ୟାଂଶକୁ “ଲୋକମାନଙ୍କୁ ସେମାନଙ୍କର ପାପରୁ ସମ୍ପୂର୍ଣ୍ଣ ରୂପେ ପରିଷ୍କାର କରାଯିବା ପାଇଁ ଏକ ମାର୍ଗ ପ୍ରଦାନ କରାଯାଇଛି” ବୋଲି ଅନୁବାଦ କରାଯାଇପାରେ।
  • “ଶୁଦ୍ଧତାକୁ” ଅନ୍ୟ ଭାବରେ ଅନୁବାଦ କରିବାକୁ “ପରିଷ୍କାର କରିବା” କିମ୍ବା “ଆତ୍ମିକ ଧୌତ” କିମ୍ବା “ରୀତି କିମ୍ବା ବିଧି ଅନୁସାରେ ଶୁଚି ହେବା” ଅନ୍ତର୍ଭୁକ୍ତ କରାଯାଇପାରେ।

(ଆହୁରି ମଧ୍ୟ ଦେଖ: ପ୍ରାୟଶ୍ଚିତ୍ତ ବା କ୍ଷତିପୂରଣ, ପରିଷ୍କାର, ଆତ୍ମା)

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H1249, H1252, H1253, H1305, H1865, H2134, H2135, H2141, H2212, H2398, H2403, H2561, H2889, H2890, H2891, H2892, H2893, H3795, H3800, H4795, H5343, H5462, H6337, H6884, H6942, H8562, G48, G49, G53, G54, G1506, G2511, G2512, G2513, G2514

ବିଶ୍ରାମ ବାର

ସଂଜ୍ଞା:

“ବିଶ୍ରାମ ବାର” ଶବ୍ଦ ଏକ ସପ୍ତାହର ସପ୍ତମ ଦିନକୁ ବୁଝାଏ, ଯାହା ପରମେଶ୍ୱର ଇସ୍ରାଏଲ ଦେଶକୁ ଆଜ୍ଞା ଦେଇଥିଲେ ଯେ ଗୋଟିଏ ଦିନକୁ ସେମାନେ ଅଲଗା କରିବେ ଏବଂ ସେହିଦିନ ସେମାନେ କୌଣସି କାର୍ଯ୍ୟ ନକରି ବିଶ୍ରାମ କରିବେ

  • ପରମେଶ୍ୱର ଷଷ୍ଠ ଦିନରେ ପୃଥିବିସ୍ତ ସମସ୍ତ ବିଷୟ ସୃଷ୍ଟି କଲେ, ଏବଂ ସପ୍ତମ ଦିନରେ ସେ ବିଶ୍ରାମ କଲେ

ଠିକ ସେହିପରି, ପରମେଶ୍ୱର ଇସ୍ରାଏଲ ଜାତିକୁ ସପ୍ତମ ଦିନକୁ ପୃଥକ୍ ରଖିବା ନିମନ୍ତେ ଆଦେଶ ଦେଇଥିଲେ ସେହିଦିନ ଟି ସେମାନେ ବିଶ୍ରାମ କରିବେ ଓ ତାଙ୍କୁ ଉପାସନା କରିବେ

  • “ବିଶ୍ରାମ ବାର କୁ ପବିତ୍ର ରୂପରେ ପାଳନ କର” ଆଦେଶ ହେଉଛି ପରମେଶ୍ୱର ଇସ୍ରାଏଲ ସନ୍ତାନ ଗଣ ଙ୍କ ନିମନ୍ତେ ମୋଶାଙ୍କ ଦ୍ୱାରା ଲିଖିତ ଦଶ ଆଜ୍ଞା ଫଳକରେ ଲିଖିତ ଥିବା ଆଜ୍ଞା ମଧ୍ୟରୁ ଗୋଟିଏଥିଲା
  • ଯିହୁଦୀମାନଙ୍କ ଦିନଗଣନା ପ୍ରଣାଳୀରେ, ବିଶ୍ରାମ ବାର ଆରମ୍ଭ ହେଉଛି ଶୁକ୍ରବାର ସନ୍ଧ୍ୟାଠାରୁ ଶନିବାର ସନ୍ଧ୍ୟା ସମୟ ପର୍ଯ୍ୟନ୍ତ
  • ସମୟ ସମୟରେ ବିଶ୍ରାମ ବାର ବାଇବଲରେ ବିଶ୍ରାମ ପରିବର୍ତେ “ବିଶ୍ରାମ ଦିନ” କୁହାଯାଇଛି

ଅନୁବାଦ ନିମନ୍ତେ ପ୍ରସ୍ତାବ ଗୁଡିକ:

  • ଏହି ଶବ୍ଦ କୁ ମଧ୍ୟ ଆମେ “ବିଶ୍ରାମ ଦିନ” କିମ୍ୱା “ଦିନଟି ବିଶ୍ରାମ ପାଇଁ” ନତୁବା “କାମ ଧନ୍ଦା ନକରିବା ଦିନ” କିମ୍ୱା “ପରମେଶ୍ୱରଙ୍କ ବିଶ୍ରାମ ଦିବସ”
  • କୌଣସି ଅନୁବାଦକମାନେ ଏହି ଦିନଟିକୁ ଏକ ବିଶେଷ ଦିନ, ଯେପରି “ବିଶ୍ରାମ ବାର “କିମ୍ୱା “ସମସ୍ତ କାର୍ଯ୍ୟ ରୁ ବିରତି ଦିନ”
  • ସ୍ଥାନୀୟ ଭାଷା କିମ୍ୱା ଆଞ୍ଚଳିକ ଭାଷାରେ ପ୍ରୟୋଗ ହେଉଥିବା ଶବ୍ଦ ଗୁଡିକୁ ମଧ୍ୟ ଧ୍ୟାନ ଦେବା

(ଦେଖ: ଅଜଣା ବିଷୟ ବସ୍ତୁ ଗୁଡିକ କିପରି ଅନୁବାଦ କରିବା

(ଦେଖ: ବିଶ୍ରାମ

ବାଇବଲ ସନ୍ଦର୍ୱ:

ବାଇବଲ କାହାଣୀ ଗୁଡିକରୁ କିଛି ଉଦାହରଣ:

  • _ ୧୩:୦୫_ “ସଦା ସର୍ୱଦା ବିଶ୍ରାମ ଦିନ ପବିତ୍ର ରୂପରେ ପାଳିବାକୁ ସ୍ମରଣ କର

ତାହା, ଛଅ ଦିନ ପରିଶ୍ରମ ଓ ଆପଣା ସବୁ କର୍ମ କରିବ, ମାତ୍ର ସପ୍ତମ ଦିନ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ ତେଣୁ କେହି କୌଣସି କାର୍ଯ୍ୟ କରିବ ନାହିଁ

  • _ ୨୬:୦୨_ ଯୀଶୁ ନାଜରିତ ଶରକୁ ଗଲେ ଯେଉଁଠି ତାଙ୍କର ପିଲାଦିନରୁ ବସବାସ କରୁଥିଲେ

ବିଶ୍ରାମ ଦିନ, ସେ ଉପାସନା ସ୍ଥଳୀ କୁ ଯାଉଥିଲେ

  • _ ୪୧:୦୩_ ଯୀଶୁଙ୍କୁ ସମାଧି ଦେବାର ପରଦିନ_ ବିଶ୍ରାମ ଦିନ_ଥିଲା, ଏବଂ ଯିହୁଦୀମାନେ ସେହିଦିନ ସମାଧି ସ୍ଥଳକୁ ଯିବା ବିଧେୟ ନଥିଲା

ବୋର୍ଡ ଡାଟା :

  • Strong's: H4868, H7676, H7677, G4315, G4521

ବିଶ୍ୱାସ

ସଂଜ୍ଞା:

ସାଧାରଣ ଭାବରେ “ବିଶ୍ୱାସ“ ଦୃଢ ଧାରଣା, ଭରସା ଓ ଆତ୍ମବିଶ୍ୱାସ କୌଣସି ବ୍ୟକ୍ତି କିଅବା ବସ୍ତୁରେ ଦର୍ଶାଏ।

  • କାହା ଉପରେ “ବିଶ୍ୱାସ କରିବାର" ବିଶ୍ୱାସ କରିବା ଯେ ସେ ଯାହା କହେ କିଅବା କରେ ତାହା ସତ୍ୟ ଓ ବିଶ୍ୱାସଯୋଗ୍ୟ ଅଟେ I
  • "ଯୀଶୁଙ୍କଠାରେ ବିଶ୍ୱାସ କରିବାର" ଅର୍ଥ ଯୀଶୁଙ୍କ ବିଷୟରେ ଈଶ୍ଵରଙ୍କ ସମସ୍ତ ଶିକ୍ଷା ଉପରେ ବିଶ୍ୱାସ କରିବା। ଏହାର ବିଶେଷ ଅର୍ଥ ହେଉଛି ଯେ ଲୋକମାନେ ଯୀଶୁଙ୍କଠାରେ ଓ ତାହାଙ୍କ ବଳିଦାନ ଯାହା ସେମାନଙ୍କୁ ସେମାନଙ୍କ ପାପରୁ ଧୌତ କରେ ଏବଂ ସେମାନଙ୍କୁ ପାପର ଯୋଗ୍ୟ ଦଣ୍ଡରୁ ଉଦ୍ଧାର କରନ୍ତି।
  • ଯୀଶୁଙ୍କ ଉପରେ ପ୍ରକୃତ ଭରୋସା କିମ୍ବା ବିଶ୍ୱାସ କରିବା ଜଣେ ବ୍ୟକ୍ତିଙ୍କୁଉତ୍ତମ ଫଳ ଧାରଣ କରିବାରେ ଓ ଉତ୍ତମ ବ୍ୟବହାର କରିବାରେ କିମ୍ବା ଆଚରଣ କାରଣ ହେବ ଯେହେତୁ ପବିତ୍ର ଆତ୍ମା ତାହାଙ୍କ ମଧ୍ୟରେ ବାସ କରୁଅଛନ୍ତି।
  • ବେଳେବେଳେ “ବିଶ୍ୱାସ“ ସାଧାରଣତଃ ଯୀଶୁଙ୍କ ବିଷୟରେ ସମସ୍ତ ଶିକ୍ଷାକୁ ଦର୍ଶାଏ, ଯେପରି ଅଭିବ୍ୟକ୍ତି ରୂପରେ “ବିଶ୍ୱାସର ସତ୍ୟତା।“
  • ପୃଷ୍ଠଭୂମିରେ ଯେପରିକି “ବିଶ୍ୱାସକୁ ଧାରଣ କର“ କିଅବା "ବିଶ୍ୱାସକୁ ଛାଡ଼ି ଦିଅ“, ବିଶ୍ୱାସ ଯୀଶୁଙ୍କ ବିଷୟରେ ସମସ୍ତ ଶିକ୍ଷା ଉପରେ ବିଶ୍ୱାସ କରିବାର ସ୍ଥିତି କିଅବା ଅବସ୍ଥାକୁ ଦର୍ଶାଏ।

ଅନୁବାଦ ପ୍ରସ୍ତାବ:

  • କେତେକ ପୃଷ୍ଠଭୂମିରେ, "ବିଶ୍ୱାସକୁ" “ଧାରଣା“ କିଅବା “ହୃଦବୋଧ“ କିଅବା “ଦୃଢ଼ ବିଶ୍ୱାସ“ କିଅବା "ଭରସା" ରୂପରେ ଅନୁବାଦ କରାଯାଏ।

  • କେତେକ ଭାଷାରେ ଏହି ଶବ୍ଦ ସବୁ “ବିଶ୍ୱାସ କରିବା ରୂପରେ ଅନୁବାଦ କରଯାଏ। (ଦେଖନ୍ତୁ: ସାର ସଂଗ୍ରହ ବିଷେଶ୍ୟ)

  • “ବିଶ୍ୱାସକୁ ରକଖିବାକୁ“ ଭାବପ୍ରକାଶକୁ “ଯୀଶୁଙ୍କ ଉପରେ ନିରନ୍ତର ବିଶ୍ୱାସ ରଖି” କିଅବା “ଯୀଶୁଙ୍କଠାରେ ନିରନ୍ତର ବିଶ୍ୱାସ କରିବା” ରୂପରେ ଅନୁବାଦ କରା ଯାଇପାରେ।

  • “ତାହାଙ୍କୁ ବିଶ୍ୱାସର ଗଭୀର ସତ୍ୟତାକୁ ଦୃଢତାରେ ଧାରଣା କରିବାକୁ ପଡ଼ିବ“ “ଯୀଶୁ ଙ୍କ ବିଷୟରେ ସମସ୍ତ ଉତ୍ତମ ବିସୟ ଯାହା ସେମାନଙ୍କୁ ଶିକ୍ଷା ପ୍ରଦାନ କର ଯାଇ ଅଛି ଲଗାତର ନିଶ୍ଚିନ୍ତ ରୂପରେ ଧାରଣା କରିବାକୁ ପଡ଼ିବ।"

  • ବିଶ୍ୱାସରେ ମୋର ସତ୍ୟ ପୁତ୍ର “ର ଅଭିବ୍ୟକ୍ତିକୁ “ମୋ ନିମନ୍ତେ କିଏ ପୁତ୍ର ଅଟେ କାରଣ ମୁଁ ତାକୁ ଯୀଶୁଙ୍କ ଉପରେ ବିଶ୍ୱାସ କରିବାକୁ ଶିଖ୍ୟ ଦେଇ ଥିଲି।"

( ଆହୁରି ଦେଖନ୍ତୁ: ବିଶ୍ୱାସ କରିବା, ବିଶ୍ୱସ୍ତ)

ବାଇବଲ ପ୍ରସଙ୍ଗ:

ବାଇବଲ କାହାଣୀରୁ ଉଦାହରଣ:

  • 05:06 ଯେତେବେଳେ ଇସ୍‌ହାକ ବାଳକଥିଲେ, ପରମେଶ୍ୱର ଅବ୍ରହାମ୍ଙ୍କ ପରୀକ୍ଷା କଲେ ବିଶ୍ୱାସ ଏହା କହି ଇସ୍‌ହାକ ଙ୍କୁ ଘେନି, ଯିଏ ତୁମର ଏକମାତ୍ର ପୁତ୍ର, ମୋ ନିମନ୍ତେ ବଳି କରି ତାହାକୁ ଉତ୍ସର୍ଗ କର।"

  • 31:07 ତେବେ ସେ (ଯୀଶୁ) ପିତରଙ୍କୁ କହିଲେ, “ହେ ଅଳ୍ପ ବିଶ୍ୱାସୀ, ତୁମ୍ଭେ କାହିଁକି ସନ୍ଦେହ କଲ?”

  • 32:16 ଯୀଶୁ ସେହି ସ୍ତ୍ରୀକୁ କହିଲେ, “ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କଲା

ଶାନ୍ତିରେ ଚାଲି ଯାଅ।"

  • 38:09 ତେବେ ଯୀଶୁ ପିତରକୁ କହିଲେ, “ଶୟତାନତୁମ ସମସ୍ତଙ୍କୁ ନିଜ ଅଧିନରେ କରିବାକୁ ଚାହେଁ, କିନ୍ତୁ ମୁଁ ତୁମ୍ଭ ପାଇଁ ପ୍ରାର୍ଥନା କରି ଅଛି ପିତର, କି ତୁମ୍ଭର ବିଶ୍ୱାସ ବିଫଳ ହେବ ନାହିଁ।“

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H529, H530, G1680, G3640, G4102, G6066

ବିଶ୍ୱାସ ବା ବିଶ୍ୱାସ କରିବା, ବିଶ୍ୱାସୀ, ଅବିଶ୍ୱାସ, ଅବିଶ୍ୱାସୀ

ସଂଜ୍ଞା:

ବିଶ୍ୱାସ କରିବା ଓ ବିଶ୍ୱାସରେ ରହିବା ଶବ୍ଦ ଦୁଇଟି ଅତି ସମ୍ପର୍କିତ କିନ୍ତୁ ସାମାନ୍ୟ ଅଲଗା।

1. ବିଶ୍ୱାସ

  • କୌଣସି ବିଷୟକୁ ବିଶ୍ୱାସ କରିବା ହେଉଛି ସେହି ଘଟଣା ସତ୍ୟ ବୋଲି ଧରିନେବା।
  • ଜଣେ ବ୍ୟକ୍ତିଙ୍କୁ ବିଶ୍ୱାସ କରିବା ଅର୍ଥ ହେଉଛି ସେ ଯେଉଁ କଥା କହୁଛନ୍ତି ତାହା ସତ୍ୟ ଅଟେ।

2. ବିଶ୍ୱାସରେ ରହିବା

  • "ବିଶ୍ୱାସରେ ରହିବା" ଅର୍ଥ ହେଉଛି ସେହି ବ୍ୟକ୍ତିଙ୍କୁ ଭରସା କରିବା। ଏହାର ଅର୍ଥ ତାହା ଯେ ସେହି ବ୍ୟକ୍ତି ଯିଏ ସେ କୁହନ୍ତି ଯେ ସେ ସର୍ବଦା ସତ୍ୟ କୁହନ୍ତି, ଏବଂ ସେ ଯାହା କରିବାକୁ ପ୍ରତିଜ୍ଞା କରିଛନ୍ତି ତାହା କରିବେ।
  • ଜଣେ ବ୍ୟକ୍ତି ଯେତେବେଳେ କୌଣସି ବିଷୟକୁ ବିଶ୍ୱାସ ଯୋଗ୍ୟ ବୋଲି ମନେକରେ, ସେ ତାହାର ବିଶ୍ୱସ୍ତତାକୁ ପ୍ରକାଶ କରେ।
  • "ବିଶ୍ୱାସରେ ରହିବା" ଖଣ୍ଡ ବାକ୍ୟଟିର ଅର୍ଥ ବିଶ୍ୱାସ କରିବାକୁ ସୂଚାଏ।
  • “ଯୀଶୁଙ୍କଠାରେ ବିଶ୍ୱାସ କରିବା” ଅର୍ଥ ହେଉଛି ଯେ ସେ ଈଶ୍ଵରଙ୍କ ପୁତ୍ର, ଯେ ସେ ନିଜେ ଈଶ୍ଵର ଅଟନ୍ତି ଯିଏ ମଧ୍ୟ ମଣିଷ ହୋଇଥିଲେ ଏବଂ ଆମ୍ଭମାନଙ୍କ ପାପ ପାଇଁ ବଳିଦାନ ଭାବରେ ମୃତୁବରଣ କଲେ। ଏହାର ଅର୍ଥ ହେଉଛି ତାହାଙ୍କୁ ତ୍ରାଣକର୍ତ୍ତା ଭାବରେ ବିଶ୍ଵାସ କରିବା ଏବଂ ତାହାଙ୍କୁ ସମ୍ମାନ କରୁଥିବା ଭାବରେ ବଞ୍ଚିବା।

3. ବିଶ୍ୱାସୀ

ବାଇବଲରେ, "ବିଶ୍ୱାସୀ" ଶବ୍ଦ ଜଣେ ବ୍ୟକ୍ତିକୁ ଦର୍ଶାଏ ଯିଏ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ତ୍ରାଣକର୍ତ୍ତା ରୂପରେ ଗ୍ରହଣ କରେ ଏବଂ ତାହାଙ୍କଠାରେ ନିର୍ଭର କରେ।

  • "ବିଶ୍ୱାସି" ଶବ୍ଦଟି ଆକ୍ଷରିକ ଭାବରେ "ଜଣେ ବ୍ୟକ୍ତି ଯିଏ ବିଶ୍ୱାସ କରେ" ତାହାକୁ ସୂଚାଏ।
  • ଖ୍ରୀଷ୍ଟିୟାନ ଶବ୍ଦଟି ଶେଷରେ ବିଶ୍ୱାସ ଶବ୍ଦରୁ ଆସିଛି କାରଣ ଏହା ସୂଚିତ କରେ ଯେ ସେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ଏବଂ ତାହାଙ୍କ ଶିକ୍ଷାକୁ ମାନନ୍ତି।

4. ଅବିଶ୍ୱାସ

"ଅବିଶ୍ୱାସ" ଶବ୍ଦଟି କିଛି କିମ୍ବା କାହାକୁ ବିଶ୍ୱାସ ନକରିବାକୁ ବୁଝାଏ।

  • ବାଇବଲରେ "ଅବିଶ୍ୱାସ" ଶବ୍ଦଟି ଯୀଶୁଙ୍କୁ ଜଣେ ତ୍ରାଣକର୍ତ୍ତା ରୂପରେ ବିଶ୍ୱାସ ନକରିବା କିମ୍ବା ବିଶ୍ୱାସ ନକରିବାକୁ ବୁଝାଏ।
  • ଜଣେ ବ୍ୟକ୍ତି ଯିଏ ଯୀଶୁଙ୍କୁ ବିଶ୍ୱାସ କରେ ନାହିଁ "ଅବିଶ୍ୱାସୀ" ବୋଲି କୁହାଯାଏ।

ଅନୁବାଦର ପ୍ରସ୍ତାବ:

  • "ବିଶ୍ୱାସ" ଯେପରି କି "ସତ୍ୟ ବୋଲି ଜାଣିବା" କିମ୍ବା "ଏହା ଉପଯୁକ୍ତ ବା ଯଥାର୍ଥ ଜାଣିବା" ବୋଲି ଅନୁବାଦ କରାଯାଇପାରେ।

  • "ବିଶ୍ୱାସରେ" ଯେପରି "ସମ୍ପୁର୍ଣ୍ଣ ରୂପେ ଭରସା" କିମ୍ବା "ଭରସା ଓ ଆଜ୍ଞାକାରୀ ହେବା" କିମ୍ବା "ସମ୍ପୂର୍ଣ୍ଣ ରୂପେ ଭରସା ରଖିବା ଓ ଅନୁକରଣ କରିବା" ବୋଲି ଅନୁବାଦ କରାଯାଇପାରେ।

  • କେତେକ ଅନୁବାଦରେ "ଯୀଶୁଙ୍କର ବିଶ୍ୱାସୀ" କିମ୍ବା "ଖ୍ରୀଷ୍ଟଙ୍କର ବିଶ୍ୱାସୀ" ବୋଲି ପସନ୍ଦ କରାଯାଏ।

  • ଏହି ଶବ୍ଦଟି ଏକ ବାକ୍ୟ କିମ୍ବା ବାକ୍ୟାଂଶକୁ "ଜଣେ ବ୍ୟକ୍ତି ଯିଏ ଯୀଶୁଙ୍କଠାରେ ଭରସା କରେ" କିମ୍ବା "ଜଣେ ଯିଏ ଯୀଶୁଙ୍କୁ ଜାଣନ୍ତି ଏବଂ ତାହାଙ୍କୁ ନିମନ୍ତେ ବଞ୍ଚେ" ଦ୍ୱାରା ଅନୁବାଦ କରାଯାଇପାରେ।* "ବିଶ୍ୱାସୀ" ଶବ୍ଦକୁ ଭିନ୍ନ ଭାବରେ ଅନୁବାଦ କରାଯାଇପାରେ ଯେପରି "ଯୀଶୁଙ୍କର ଅନୁସରଣକାରୀ" କିମ୍ବା "ଯୀଶୁଙ୍କୁ ଜାଣିବା ବ୍ୟକ୍ତି ଏବଂ ଆଜ୍ଞାକାରୀ।"

  • ବିଶ୍ୱାସୀ ଶବ୍ଦଟି ସାଧାରଣ ଭାବେ ଖ୍ରୀଷ୍ଟଙ୍କ ବିଶ୍ୱାସୀକୁ ବୁଝାଏ କିନ୍ତୁ ଯୀଶୁଙ୍କ ଜୀବିତ ଥିବା ସମୟରେ "ଶିଷ୍ୟ" ଏବଂ "ପ୍ରେରିତ" ଶବ୍ଦକୁ ବ୍ୟବହାର କରାଯାଉଥିଲା। ଏହି ଶବ୍ଦକୁ ପୃଥକ ନକରି ବିଭିନ୍ନ ଭାବରେ ଅନୁବାଦ କରାଯାଇପାରେ।

  • "ଅବିଶ୍ୱାସ" ଶବ୍ଦଟିକୁ "ବିଶ୍ୱାସର ଅଭାବ ବା ଅବହେଳା" କିମ୍ବା "ବିଶ୍ୱାସ ନକରିବା" ଅନ୍ତର୍ଭୁକ୍ତ ହୋଇପାରେ।

  • "ଅବିଶ୍ୱାସୀ" ଶବ୍ଦଟି ଯେପରି "ଜଣେ ବ୍ୟକ୍ତି ଯିଏ ଯୀଶୁଙ୍କୁ ବିଶ୍ୱାସ କରେ ନାହିଁ" କିମ୍ବା "ଯୀଶୁଙ୍କୁ ତ୍ରାଣକର୍ତ୍ତା ଭାବେ ଗ୍ରହଣ କରେ ନାହିଁ" ରୂପରେ ଅନୁବାଦ କରାଯାଇପାରେ।

(ପୁନଶ୍ଚ ଦେଖନ୍ତୁ: ବିଶ୍ୱାସ, ପ୍ରେରିତ, ଖ୍ରୀଷ୍ଟିୟାନ, ଶିଷ୍ୟ, ପ୍ରତ୍ୟୟ, ଭରସା)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବାଇବଲ ଗଳ୍ପରୁ ଉଦାହରଣ:

  • 03:04 ନୋହ ଆଗାମୀ ସମୟରେ ଆସୁଥିବା ଜଳ ପ୍ଲାବନ ବିଷୟରେ ଲୋକମାନଙ୍କୁ ସଚେତନ କରାଇ ଈଶ୍ୱରଙ୍କ ନିକଟକୁ ଫେରିବା ନିମନ୍ତେ ପ୍ରବର୍ତ୍ତାଉଥିଲେ କିନ୍ତୁ ସେମାନେ ତହାଙ୍କ କଥାକୁ ବିଶ୍ୱାସ କଲେ ନାହିଁ।
  • 04:08 ଅବ୍ରାମ ଈଶ୍ୱରଙ୍କ ପ୍ରତିଜ୍ଞାକୁ ବିଶ୍ୱାସ କଲେ। ଈଶ୍ୱର ଘୋଷଣା କଲେ ଯେ ଅବ୍ରମ ଜଣେ ଧାର୍ମିକ ବ୍ୟକ୍ତିଥିଲେ କାରଣ ସେ ଈଶ୍ୱରଙ୍କ ପ୍ରତିଜ୍ଞାକୁ ବିଶ୍ୱାସ କଲେ ׀
  • 11:02 ଈଶ୍ୱର ପ୍ରଥମଜାତ ସନ୍ତାନମାନଙ୍କୁ ସୁରକ୍ଷା ଦେଲେ ଯେଉଁମାନେ ତାହାଙ୍କୁ ବିଶ୍ୱାସ କଲେ
  • 11:06 କିନ୍ତୁ ମିସରୀୟମାନେ ଈଶ୍ୱରଙ୍କୁ ବିଶ୍ୱାସ କଲେ ନାହିଁ ଏବଂ ତାହାଙ୍କୁ ମାନିଲେ ନାହିଁ।
  • 37:05 ଯୀଶୁ ଉତ୍ତର ଦେଲେ, "ମୁଁ ପୁନରୁତ୍ଥାନ ଓ ଜୀବନ।" ଯଦି କେହି ମୋଠାରେ ବିଶ୍ୱାସ କରେ ଯଦ୍ୟପି ସେ ମରେ ତଥାପି ବଞ୍ଚିବ। ଯେକେହି ମୋଠାରେ ବିଶ୍ୱାସ କରେ ସେ କଦାପି ମରିବ ନାହିଁ। ତୁମ୍ଭେମାନେ ଏହା ବିଶ୍ୱାସ କର କି?"
  • 43:01 ଯୀଶୁ ସ୍ୱର୍ଗକୁ ପ୍ରତ୍ୟାବର୍ତ୍ତନ କରନ୍ତେ, ଯୀଶୁ ଯେପରି ଶିଷ୍ୟମାନଙ୍କୁ ଯିରୁଶାଲମରେ ରହିବା ପାଇଁ ଆଦେଶ କରିଥିଲେ ସେମାନେ ସେଠାରେ ରହିଲେ। ବିଶ୍ୱାସୀମାନେ ଏକତ୍ରିତ ହୋଇ ନିରନ୍ତର ପ୍ରାର୍ଥନା କରୁଥିଲେ।
  • 43:03 ଯେତେବେଳେ ବିଶ୍ୱାସୀମାନେ ଏକତ୍ରିତ ଯେଉଁ ଗୃହରେ ସେମାନେ ଥିଲେ ହଠାତ ପ୍ରଚଣ୍ଡ ପବନର ବେଗ ତୁଲ୍ୟ ଏକ ଶବ୍ଦ ଆସି ସେହି ଗୃହକୁ ପୂର୍ଣ୍ଣ କଲା। ତା'ର କିଛି ସମୟ ପରେ ଅଗ୍ନି ସଦୃଶ ଜିହ୍ୱା ଗୁଡ଼ିକ ବିଶ୍ୱାସୀମାନଙ୍କ ମସ୍ତକରେ ଦେଖାଦେଲା।
  • 43:13 ପ୍ରତ୍ୟେକ ଦିନ, ଅନେକ ଲୋକ ବିଶ୍ୱାସୀ ହେଲେ।
  • 46:06 ସେହି ଦିନମାନଙ୍କରେ ଯିରୁଶାଲମରେ ବହୁତ ଲୋକ ଯୀଶୁଙ୍କର ଅନୁକରଣକାରୀମାନଙ୍କୁ ତାଡ଼ନା କଲେ, ତେଣୁ ବିଶ୍ୱାସୀମାନେ ସେହି ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ଚାଲିଗଲେ। କିନ୍ତୁ ଏହା ସତ୍ତ୍ୱେ ସେମାନେ ଯେଉଁ ସ୍ଥାନକୁ ଯାଉଥିଲେ ଯୀଶୁଙ୍କ ବିଷୟରେ ପ୍ରଚାର କରୁଥିଲେ।
  • 46:01 ଶାଉଲ ଜଣେ ବ୍ୟକ୍ତିଥିଲା ଯିଏକୁ ସ୍ତିଫାନକୁ ମାରିବାର ମୁଖ୍ୟ କାରଣ ଥିଲା। ସେ ଯୀଶୁଙ୍କୁ ବିଶ୍ୱାସ କରୁ ନଥିଲା ତେଣୁ ବିଶ୍ୱାସୀମାନଙ୍କୁ ତାଡ଼ନା କରୁଥିଲା।
  • 46:09 କେତେକ ବିଶ୍ୱାସୀମାନେ ଯେଉଁମାନେ ତାଡ଼ନା ପ୍ରାପ୍ତ ହୋଇଥିଲେ ସେମାନେ ଯିରୁଶାଲମରୁ ଯାଇ ଆନ୍ତିୟଖିୟା ଯାଇ ଯୀଶୁଙ୍କ ବିଷୟରେ ପ୍ରଚାର କଲେ। ଆନ୍ତିୟଖିୟାର ବିଶ୍ୱାସୀମାନଙ୍କୁ ପ୍ରଥମ ଖ୍ରୀଷ୍ଟିୟାନ ବୋଲି କୁହାଯାଏ।
  • 47:14 ସେମାନେ ମଧ୍ୟ ବିଶ୍ୱାସୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ମଣ୍ଡଳୀକୁ ଅନେକ ଚିଠି ଲେଖିଲେ।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H539, H540, G543, G544, G569, G570, G571, G3982, G4100, G4102, G4103, G4135

ବିଶ୍ୱାସବିହୀନ , ବିଶ୍ୱାସବିହୀନତା

ସଂଜ୍ଞା:

“ବିଶ୍ୱାସବିହୀନ” ଶବ୍ଦର ଅର୍ଥ ହେଉଛି ବିଶ୍ୱାସ ନ ହେବା ଅଥବା ବିଶ୍ୱାସ ନ କରିବା

  • ଏହି ଶବ୍ଦ ସେହିମାନଙ୍କୁ ବ୍ୟାଖ୍ୟା କରେ ଯେଉଁମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ

ସେମାନଙ୍କ ଅଳ୍ପ ବିଶ୍ୱାସ ସେହିମାନଙ୍କ ଅନୈତିକ କାର୍ଯ୍ୟ ଦ୍ୱାରା ଦେଖାଯାଏ I

  • ଯିରିମିୟ ଭବିଷ୍ୟବକ୍ତା ଇସ୍ରାଏଲଙ୍କୁ ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ବିହୀନ ଓ ଅନାଜ୍ଞାକାରୀ ହେବା ଯୋଗୁ ଦୋଷାରୋପ କଲେ I
  • ସେମାନେ ମୂର୍ତ୍ତି ପୁଜ କଲେ ଓ ଅନ୍ୟ ଲୋକ ସମୁହର ଅଧାର୍ମିକ ପ୍ରଥାରେ ଚାଲିଲେ ଯେଉଁମାନେ ପରମେଶ୍ୱରଙ୍କ ଆରାଧନା କରନ୍ତି ନାହିଁ କିଅଵ ତାହାଙ୍କ ଆଜ୍ଞାକାରୀ ହୁଅନ୍ତି:

ଅନୁବାଦ ପ୍ରସ୍ତାବ * *

  • “ବିଶ୍ୱାସ ବିହୀନ “ଶବ୍ଦର ଅନୁବାଦ କରିବା ନିମନ୍ତେ ପୃଷ୍ଠଭୂମି ଉପରେ ନିର୍ଭର କରାଯାଏ, ଏହା “ଅବିଶ୍ୱସ୍ତ “କିଅବା “ବିଶ୍ୱାସ ନ କରିବା “କିଅବା “ପରମେଶ୍ୱରଙ୍କ ଅନାଜ୍ଞାକାରୀ “କିଅବା “ପରମେଶ୍ୱରଙ୍କ ଉପରେ ବିଶ୍ୱାସ ନ କରିବା “ହୋଇପାରେ I
  • “ବିଶ୍ୱାସବିହୀନତା “ଶବ୍ଦ “ଅବିଶ୍ୱାସ “କିଅବା ଅବିଶବସ୍ତତା” କିଅବା “ପରମେଶ୍ୱରଙ୍କ ବିରୁଧରେ ଯିବା “ରୂପରେ ଅନୁବାଦ କରା ଯାଇପାରେ I

(ଆଉ ଦେଖନ୍ତୁ: ନାମ କି ପ୍ରକାରେ ଅନୁବାଦ କରାଯାଏ)

(ଆଉ ମଧ୍ୟ ଦେଖନ୍ତୁ: ବିଶ୍ୱାସ କରିବା, ବିଶ୍ୱସ୍ତ, ଅନାଜ୍ଞାକାରୀ)

ବାଇବଲ ପ୍ରସଙ୍ଗ:

ପ୍ରକାଶିତ ବାକ୍ୟ ୨୧:୭-୮

ବୋର୍ଡ ଡାଟା :

  • Strong's: G571

ବିଶ୍ୱାସଯୋଗ୍ୟ , ବିଶ୍ୱାସଯୋଗ୍ୟତା, ଅବିଶ୍ୱସ୍ତ, ଅବିଶ୍ୱତତା

ସଂଜ୍ଞା:

ଈଶ୍ୱରଙ୍କ ପ୍ରତି “ବିଶ୍ୱସ୍ତ ବା ବିଶ୍ୱାସଯୋଗ୍ୟ“ ହେବାର ଅର୍ଥ ହେଲା ଅନୁକୂଳ ରୂପରେ ଈଶ୍ୱରଙ୍କ ଶିକ୍ଷା ଅନୁସାରେ ବଞ୍ଚିବା। ଏହା ତାହାଙ୍କର ଆଜ୍ଞାକାରୀ ହେବା ଦ୍ୱାରା ତାହାଙ୍କଠାରେ ନିଷ୍ଠାବାନ ବ୍ୟକ୍ତି ହେବା। ବିଶ୍ୱସ୍ତର ବା ବିଶ୍ୱାସଯୋଗ୍ୟର ସ୍ଥିତି କିଅବା ଅବସ୍ଥାକୁ “ବିଶ୍ୱାସଯୋଗ୍ୟତା“ କୁହାଯାଏ।

  • ଜଣେ ବ୍ୟକ୍ତି ଯିଏ ବିଶ୍ୱସ୍ତ ସର୍ବଦା ତାଙ୍କ ପ୍ରତିଜ୍ଞା ପାଳନ କରିବାକୁ ଏବଂ ସବୁବେଳେ ଅନ୍ୟ ଲୋକଙ୍କ ପ୍ରତି ନିଜର ଦାୟିତ୍ୱ ଭାର ପୁରାଣ କରିବାକୁ ବିଶ୍ଵସ୍ତ ହୋଇପାରନ୍ତି।
  • ଏହା ଦୀର୍ଘ ଏବଂ କଷ୍ଟସାଧ୍ୟ କାର୍ଯ୍ୟ ହେଲେ ସୁଦ୍ଧା, ଜଣେ ବିଶ୍ୱସ୍ତ ବ୍ୟକ୍ତି ଦୃଢ଼ଭାବରେ ଲାଗି ରୁହନ୍ତି।
  • ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ହେବାର ଅର୍ଥ ଈଶ୍ୱର ଯାହା ଆମ୍ଭମାନଙ୍କୁ କରିବାକୁ ଚାହାନ୍ତି ତାହା ଅନୁରୂପ ଭାବରେ ସାଧାନ କରିବାକୁ ବୁଝାଏ।

“ଅବିଶ୍ୱସ୍ତ“ ଶବ୍ଦ ଲୋକମାନଙ୍କୁ ବ୍ୟାଖ୍ୟା କରେ ଯେଉମାନେ ଈଶ୍ୱର ସେମାନଙ୍କୁ ଯେଉଁ ଆଜ୍ଞା ପାଳନ କରିବାକୁ ଦେଇ ଅଛନ୍ତି ସେ ଅନୁସାରେ କାର୍ଯ୍ୟ କରନ୍ତି ନାହିଁ। ଅବିଶ୍ୱସ୍ତର ଅବସ୍ଥା ଓ ଅଭ୍ୟାସକୁ “ଅବିଶ୍ୱସ୍ତତା“ କୁହାଯାଏ।

  • ଯେତେବେଳେ ଇସ୍ରାଏଲୀୟ ଲୋକମାନେ ମୂର୍ତ୍ତି ପୂଜା କରିବା ଆରମ୍ଭ କଲେ ଏବଂ ଯେତେବେଳେ ସେମାନେ ଈଶ୍ଵରଙ୍କୁ ଅବମାନା କଲେ ସେତେବେଳେ ସେମାନଙ୍କୁ “ଅବିଶ୍ୱସ୍ତ ବା ଅବିଶ୍ୱାସୀ“ ବୋଲି କୁହାଗଲା।
  • ବିବାହରେ, ଯିଏ ବ୍ୟଭିଚାର କରେ ସେ (ପୁରୁଷ କି ସ୍ତ୍ରୀ) ଆପଣା ସ୍ୱାମୀ କି ଭାର୍ଯ୍ୟା ପ୍ରତି “ଅବିଶ୍ୱସ୍ତ“ ହୁଏ।
  • ଈଶ୍ଵର ଇସ୍ରାଏଲ ଲୋକମାନଙ୍କ ଅବାଧ୍ୟ ଆଚରଣକୁ ବର୍ଣ୍ଣନା କରିବା ପାଇଁ “ଅବିଶ୍ୱସ୍ତ ବା ଅବିଶ୍ୱାସୀ“ ଶବ୍ଦକୁ ବ୍ୟବହାର କଲେ। ସେମାନେ ଈଶ୍ୱରଙ୍କ ଆଜ୍ଞାବହ କିମ୍ବା ତାହାଙ୍କୁ ଗୌରବ ଦେଲେ ନାହିଁ।

ଅନୁବାଦ ପ୍ରସ୍ତାବ:

  • ଅନେକ ପ୍ରସଙ୍ଗରେ, “ବିଶ୍ୱସ୍ତ"କୁ “ନିଷ୍ଠାବାନ” କିଅବା “ସମର୍ପିତ“ କିମ୍ବା “ନିର୍ଭରଶୀଳ“ ରୂପରେ ଅନୁବାଦ କରାଯାଏପାରେ।
  • ଅନ୍ୟ ପ୍ରସଙ୍ଗରେ, “ବିଶ୍ୱସ୍ତ“ ଏକ ଶବ୍ଦ ବା ବାକ୍ୟାଂଶ ଦ୍ୱାରା “ନିରନ୍ତର ବିଶ୍ୱାସ କରିବା“ କିମ୍ବା “ଈଶ୍ଵରଙ୍କଠାରେ ବିଶ୍ୱାସ ଏବଂ ଈଶ୍ଵରଙ୍କ ଆଜ୍ଞା ପାଳନ କରିବା ପାଇଁ ସ୍ଥିର ରହିବା” ରୂପରେ ଅନୁବାଦ କରାଯାଇପାରେ।
  • “ଅବିଶ୍ୱସ୍ତ ବା ଅବିଶ୍ୱାସୀ“ ବାକ୍ୟାଂଶକୁ "ଯେଉଁ ଲୋକମାନେ (ଈଶ୍ଵରଙ୍କୁ) ବିଶ୍ୱାସ କରନ୍ତି ନାହିଁ" କିମ୍ବା "ଅବିଶ୍ୱାସୀ ଲୋକମାନେ" କିମ୍ବା "ଯେଉଁ ଲୋକମାନେ ଈଶ୍ଵରଙ୍କ ଆଜ୍ଞାଲଙ୍ଘନକାରୀ" କିମ୍ବା "ଯେଉଁ ଲୋକମାନେ ଈଶ୍ଵରଙ୍କୁ ବିଦ୍ରୋହ କରନ୍ତି" ଏହିପରି ଅନୁବାଦ କରାଯାଇପାରେ।
  • “ଅବିଶ୍ୱସ୍ତ ବା ଅବିଶ୍ୱାସୀ” ଶବ୍ଦକୁ “ଅମାନ୍ୟ“ କିମ୍ବା “ଅବିଶ୍ୱାସୀ“ କିମ୍ବା "ଅନାଜ୍ଞାକାରୀ କିମ୍ବା ଅମାନ୍ୟକାରୀ" ଭାବରେ ଅନୁବାଦ କରାଯାଇପାରେ।
  • କେତେକ ଭାଷାରେ, “ଅବିଶ୍ୱସ୍ତ“ ଶବ୍ଦକୁ “ଅବିଶ୍ୱାସୀ” ବାକ୍ୟ "ଅବିଶ୍ୱାସ" ସହ ସଂପୃକ୍ତ ଅଟେ।

(ଦେଖନ୍ତୁ: ବ୍ୟଭିଚାର, ବିଶ୍ୱାସ କରିବା, ଅନାଜ୍ଞାକାରୀ, ବିଶ୍ୱାସ)

ବାଇବଲ ପଦ ପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • 08:05 ବନ୍ଦୀ ଗୃହେ ମଧ୍ୟ, ଯୋଷେଫ ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିଲେ, ଏବଂ ଈଶ୍ୱର ତାହାଙ୍କୁ ଆଶୀର୍ବାଦ କଲେ।
  • 14:12 ଏପରି ହେଲେ ମଧ୍ୟ, ତଥାପି ଈଶ୍ୱର ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ପ୍ରତି ବିଶ୍ୱସ୍ତ ରହିଲେ।
  • 15:13 ଲୋକମାନେ ପ୍ରତିଜ୍ଞା କଲେ କି ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବେ ଓ ବିଧି ଅନୁସାରେ ଚାଲିବେ।
  • 17:09 ଦାଉଦ ଧର୍ମରେ ଓ ବିଶ୍ୱସ୍ତତାରେ ବହୁ ବର୍ଷ ଶାସନ କଲେ ଓ ପରମେଶ୍ୱର ତାହାକୁ ଆଶୀର୍ବାଦ କଲେ। କିନ୍ତୁ, ଜୀବନର ଅନ୍ତିମ ସମୟରେ ସେ ଈଶ୍ୱର ଙ୍କ ବିରୁଧରେ ଭୟାନକ ପାପ କଲେ।
  • 18:04 ଈଶ୍ୱର ସଲୋମନ ଉପରେ କ୍ରୋଧିତଥିଲେ, ଏବଂ ସଲୋମନର ଅବିଶ୍ୱତତାର ଦଣ୍ଡ ସ୍ୱରୂପେ, ସେ ପ୍ରତିଜ୍ଞା କଲେ କି ଇସ୍ରାଏଲ ଜାତିକୁ ସଲୋମନଙ୍କ ମୃତ୍ୟୁ ପରେ ଦୁଇ ଭାଗରେ ବିଭକ୍ତ କରିବେ।
  • 35:12 “ବଡ଼ ପୁଅ ତାହାର ପିତାକୁ କହିଲା, “ଏହି ସାରା ବର୍ଷ ମୁଁ ବିଶ୍ୱସ୍ତତାରେ ତୁମ ପାଇଁ କାର୍ଯ୍ୟ କଲି!”
  • 49:17 କିନ୍ତୁ ଈଶ୍ୱର ବିଶ୍ୱସ୍ତ ଓ ସେ କହନ୍ତି କି ଯଦି ତୁମ୍ଭେ ତୁମ୍ଭର ପାପ ସ୍ୱୀକାରକର, ସେ ତୁମ୍ଭକୁ କ୍ଷମ କରିବେ।
  • 50:04 ଯଦି ତୁମେ ଶେଷଯାଏ ମୋ ପ୍ରତି ବିଶ୍ୱସ୍ତ ରହିବ, ତେବେ ଈଶ୍ୱର ତୁମ୍ଭକୁ ଉଦ୍ଧାର କରିବେ।"

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H529, H530, H539, H540, H571, H898, H2181, H4603, H4604, H4820, G569, G571, G4103

ବୁଦ୍ଧିମାନ, ବୁଦ୍ଧି

ସଂଜ୍ଞା:

“ବୁଦ୍ଧିମାନ” ଶବ୍ଦ ସେହି ବ୍ୟକ୍ତି କୁ ବ୍ୟାଖ୍ୟା କରେ ଯେ ସଠିକ୍ ଓ ନୈତିକ ବିଷୟ କଅଣ ହୋଇପାରେ ଜାଣେ ଓ ତାହା କରେ I “ବୁଦ୍ଧି” ହେଉଛି ଯାହା ସତ୍ୟ ଓ ନୈତିକତା ର ବୁଝାମଣାଓ ଅଭ୍ୟାସ ଅଟେ I

  • ଏକ ବୁଦ୍ଧିମାନ ହେବାର ଅର୍ଥ ହେଉଛି ଉତ୍ତମ ନିର୍ନୟ ନେବା ନିମନ୍ତେ ଦକ୍ଷତା ବିଶେଷ କରି ଓ ସେହି ସବୁ କରିବାକୁ ନିର୍ନୟ କରେ ଯାହା ପରମେଶ୍ୱରଙ୍କୁ ଭଲ ଲାଗେ I
  • ବାଇବଲରେ, “ସାଂସାରିକ ବୁଦ୍ଧି” ଶବ୍ଦ ସାଙ୍କେତିକ ରୂପରେ ଏହା ଦର୍ଶାଏ କି ଏଇ ଜଗତର ଲୋକମାନେ କାହାକୁ ବୁଦ୍ଧିମାନ ଭାବନ୍ତି ବାସ୍ତବରେ ତାହା ମୁର୍ଖାମୀ ଅଟେ I
  • ଲୋକମାନେ ପରମେଶ୍ୱରଙ୍କରଠାରୁ ଶ୍ରବଣ କରି ଓ ନମ୍ରତା ପୂର୍ବକ ତାହାଙ୍କର ଆଜ୍ଞାକାରୀ ହୋଇ ବୁଦ୍ଧିମାନ ହୁଅନ୍ତି I
  • ଏକ ବୁଦ୍ଧିମାନ ବ୍ୟକ୍ତି ତାହା ଜୀବନରେ ପବିତ୍ର ଆତ୍ମା ର ଫଳ ଧାରଣ କରିବ ଯେପରି କି ଆନନ୍ଦ, ଦୟା, ପ୍ରେମ ଓ ଧର୍ଯ୍ୟ ଅଟେ I

ଅନୁବାଦ ପ୍ରସ୍ତାବ:

  • ପୃଷ୍ଠଭୂମି ଉପରେ ନିର୍ଭର କରି, “ବୁଦ୍ଧିମାନ” କୁ ଅଲଗା ପ୍ରକାରେ ଅନୁବାଦ କଲେ, ଏହା “ପରମେଶ୍ୱରଙ୍କର ଆଜ୍ଞାକାରୀ” କିଅବା “ଚେତନା ଓ ଆଜ୍ଞାକାରୀ”କିଅବା “ପରମେଶ୍ୱରଙ୍କର ଭୟ” ହୋଇପାରେ I
  • ” ବୁଦ୍ଧି” କୁ ଗୋଟିଏ ଶବ୍ଦ କିଅବା ବାକ୍ୟାଂଶ ଦ୍ୱାରା ଅନୁବାଦ କଲେ ତାହାର ଅର୍ଥ “ବୁଦ୍ଧିମତା ବସବାସ” କିଅବା “ଚେତନା ପୂର୍ବକ ଓ ଆଜ୍ଞାକାରୀ ବସବାସ” କିଅବା “ଉତ୍ତମ ନ୍ୟାୟ “ହୋଇପାରେ I
  • ଏହା ଉତ୍ତମ ହୋଇପାରେ ଯେତେବେଳେ ଆମେ “ବୁଦ୍ଧିମାନ” ଓ “ବୁଦ୍ଧି” ଶବ୍ଦକୁ ଧାର୍ମିକ ଓ ଧାର୍ଯ୍ୟଠାରୁ ଅଲଗା ରୂପରେ ଅନୁବାଦ କରୁ I

(ଆହୁରି ଦେଖନ୍ତୁ: ଆଜ୍ଞାକାରୀ, ଫଳ)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାରଣ:

  • ୦୨:୦୫ ସେ ମଧ୍ୟ __ ବୁଦ୍ଧିମାନ__ ହେବାକୁ ଇଛା କଲା, ତେଣୁ ସେ ଫଳ ତୋଳି ଖାଇଲା I

  • ୧୮:୦୧ ଯେତେବେଳେ ସଲମାନ __ ବୁଦ୍ଧି__ ମାଗିଲେ, ପରମେଶ୍ୱର ଆନନ୍ଦିତ ହେଲେ ଓ ତାହାକୁ ଦୁନିଆ ର ସବୁଠୁ __ ବୁଦ୍ଧିମାନ__ ପୁରୁଷ କଲେ I

  • ୨୩:୦୯ କିଛି ସମୟ ପରେ ପୂର୍ବ ଦେଶର ବୁଦ୍ଧିମାନ ପୁରୁଷମାନେ ଏକ ଅସାଧାରଣ ତାର ଆକାଶରେ ଦେଖିଲେ I

  • ୪୫:୦୧ ସେ (ସ୍ତିପାନ) ଏକମାନ୍ୟଗଣ୍ୟ ଓ ପବିତ୍ର ଆତ୍ମାରେ ଓ __ବୁଦ୍ଧି__ରେ ପୂର୍ଣ୍ଣ ବ୍ୟକ୍ତିଥିଲା I

ବୋର୍ଡ ଡାଟା :

  • Strong's: H998, H1350, H2445, H2449, H2450, H2451, H2452, H2454, H2942, H3820, H3823, H6195, H6493, H6912, H7535, H7919, H7922, H8454, G4678, G4679, G4680, G4920, G5428, G5429, G5430

ବେଦୀ, ବେଦୀମାନ

ସଂଜ୍ଞା:

ବେଦୀ ଏକ ଉଚ୍ଚ ଧରଣର ସ୍ଥାନ ଯେଉଁ ସ୍ଥାନରେ ଇସ୍ରାଏଲ ଲୋକମାନେ ତାଙ୍କରି ପ୍ରାଣୀମାନଙ୍କୁ ତଥା ଶସ୍ୟଗୁଡ଼ିକ ଭେଟି ଭାବେ ପ୍ରଭୁଙ୍କ ନିକଟକୁ ଆଣୁଥିଲେ I

  • ବାଇବଲ ସମୟରେ, ସାଧାରଣ ବେଦୀଗୁଡ଼ିକ ମୃତ୍ତିକାରେ ପୂର୍ଣ୍ଣ ପାହାଡ ଦ୍ୱାରା ଗଠିତ ହେଉଥିଲା, କିମ୍ୱା ଜାଗ୍ରତର ସହିତ ପଠାର ଗୁଡ଼ିକ ଦୃଢ ସ୍ତୁପ ଭାବେ ଗଠନ କରୁଥିଲେ I
  • କେତେକ ବେଦୀଗୁଡ଼ିକ ଏକ ବିଷେଶ ପେଢି ଭାବେ କାଠ ଉପରେ ଧାତୁ ସହ ଯଥା ସୁନା, ପିତଳ, କିମ୍ୱା କଂସା ଦେଇ ଗଠନ କରାଯାଇଥିଲା I
  • ଯେଉଁମାନେ ଇସ୍ରାଏଲୀୟ ଲୋକମାନଙ୍କ ନିକଟରେ ବସବାସ କରୁଥିଲେ, ସେମାନେ ସେମାନଙ୍କର ଦେବ ଦେବୀଙ୍କୁ ବଳି ଉତ୍ସର୍ଗ କରିବା ନିମନ୍ତେ ବେଦୀ ମଧ୍ୟ ନିର୍ମାଣ କରିଥିଲେ I

(ମଧ୍ୟ ଦେଖିପାରିବା:ଧୂପବେଦୀ, ଭଣ୍ଡ ଦେବା-ଦେବୀ, ଭକ୍ଷ ନୈବେଦ୍ୟ, ବଳିଦାନ)

ବାଇବଲ ପଦ ପର୍ୱ:

ବାଇବଲ କାହାଣୀରୁ ଉଦାହରଣ:

  • ୦୩:୧୪ ନୋହ ଜାହାଜରୁ ଓହ୍ଲାଇ ଆସିବା ପରେ, ସେ ଏକ ବେଦୀ ନିର୍ମାଣ କଲେ ଏବଂ ସମସ୍ତ ପ୍ରକାରର ପଶୁକୁ ଦେଲେ I

  • ୦୫:୦୮ ଯେତେବେଳେ ସେମାନେ ବଳି ଦେବା ସ୍ଥାନରେ ପହଞ୍ଚିଲେ ଅବ୍ରହାମ ତାଙ୍କ ପୁତ୍ରଙ୍କୁ ବାନ୍ଧି ବେଦୀ ଉପରେ ଶୁଆଇଲେ I

  • ୧୩:୦୯ ଏକ ଯାଜକଭାବେ ପଶୁକୁ ବଦ୍ଧକରି ବେଦୀରେ ଦଗ୍ଧ କରନ୍ତି I

  • ୧୬:୦୬ ସେ (ଗିଦିୟୋନ) ଏକ ନୂତନ ବେଦୀ ନିର୍ମାଣକରି ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କଲେ, ଯେଉଁଠାରେ ବେଦୀର ମୂର୍ତ୍ତି ରହେ, ତହିଁ ଉପରେ ପ୍ରଭୁଙ୍କ ନିକଟରେ ବଳି ଉତ୍ସର୍ଗ କଲେ I

ବୋର୍ଡ ଡାଟା :

  • Strong's: H741, H2025, H4056, H4196, G1041, G2379

ବ୍ୟବସ୍ଥା, ମୋଶାଙ୍କ ବ୍ୟବସ୍ଥା, ସଦାପ୍ରଭୁଙ୍କ ବ୍ୟବସ୍ଥା, ସଦାପ୍ରଭୁଙ୍କର ବ୍ୟବସ୍ଥା

ସଂଜ୍ଞା:

ଅତି ସରଳ ଭାବରେ, “ବ୍ୟବସ୍ଥା” ଶବ୍ଦ ଏକ ନିୟମ କିମ୍ବା ନିର୍ଦ୍ଦେଶକୁ ବୁଝାଏ ଯାହା ଅନୁସରଣ କରାଯିବା ଉଚିତ। ବାଇବଲରେ, “ନିୟମ” ଶବ୍ଦ ସାଧାରଣତ କୌଣସି ଜିନିଷକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ ଏବଂ ଈଶ୍ଵର ଚାହାଁନ୍ତି ଯେ ତାହାଙ୍କ ଲୋକମାନେ ତାହା ପାଳନ କରନ୍ତୁ ଏବଂ ଆଚରଣ କରନ୍ତୁ। ନିର୍ଦ୍ଦିଷ୍ଟ ଶବ୍ଦ “ମୋଶାଙ୍କ ବ୍ୟବସ୍ଥା” ଇସ୍ରାଏଲ ଲୋକଙ୍କର ଆଜ୍ଞକାରୀ ନିମନ୍ତେ ଈଶ୍ଵର ମୋଶାଙ୍କୁ ଦେଇଥିବା ଆଦେଶ ଏବଂ ନିର୍ଦ୍ଦେଶଗୁଡ଼ିକୁ ବୁଝାଏ।

  • ପ୍ରସଙ୍ଗରେ ନିର୍ଭର କରି, “ବ୍ୟବସ୍ଥା” ସମ୍ବୋଧିତ କରିପାରେ:

    • ଦଶ ଆଜ୍ଞା ଯାହା ଈଶ୍ୱର ପଥର ଫଳକ ଉପରେ ଇସ୍ରାଏଲମାନଙ୍କ ନିମନ୍ତେ ଲେଖି ଅଛନ୍ତି।
    • ସମସ୍ତ ବ୍ୟବସ୍ଥା ମୋଶାଙ୍କୁ ଦିଆଗଲା।
    • ପୂରାତନ ନୀୟମର ପ୍ରଥମ ପାଞ୍ଚଟି ପୁସ୍ତକ।
    • ସମ୍ପୁର୍ଣ୍ଣ ପୂରାତନ ନୀୟମ (ଯାହା ନୂତନ ନିୟମରେ “ଧର୍ମୋଶାସ୍ତ୍ର” ରୂପରେ ସମ୍ବୋଧିତ କରାଯାଇଅଛି)।
    • ଈଶ୍ୱରଙ୍କ ସମସ୍ତ ନିର୍ଦ୍ଦେଶ ଓ ଇଛା।
  • “ବ୍ୟବସ୍ଥା ଏବଂ ଭବିଷ୍ୟବକ୍ତାମାନେ” ବାକ୍ୟାଂଶ ନୂତନ ନିୟମରେ ଏବ୍ରୀ ଧର୍ମଶାସ୍ତ୍ରରେ କିମ୍ବା (ପୂରାତନ ନୀୟମ)କୁ ସମ୍ବୋଧିତ କରିବା ନିମନ୍ତେ ବ୍ୟବହାର କରାଯାଇଅଛି।

ଅନୁବାଦ ପ୍ରସ୍ତାବ:

  • ବହୁବଚନ ବ୍ୟବହାର କରି “ବ୍ୟବସ୍ଥା” ଶବ୍ଦକୁ ଅନୁବାଦ କରାଯାଇପାରେ, କାରଣ ସେଗୁଡ଼ିକ ଅନେକ ନିର୍ଦ୍ଦେଶକୁ ଦର୍ଶାଏ।
  • “ମୋଶାଙ୍କର ବ୍ୟବସ୍ଥା” ବାକ୍ୟ ଯେପରି “ବ୍ୟବସ୍ଥା ଯାହା ଈଶ୍ୱର ଇସ୍ରାଏଲ ଲୋକମାନଙ୍କୁ ଦେବା ନିମନ୍ତେ ମୋଶାଙ୍କୁ କହିଥିଲେ” ବୋଲି ଅନୁବାଦ କରାଯାଇପାରେ।
  • ପ୍ରସଙ୍ଗରେ ନିର୍ଭର କରି, “ମୋଶାଙ୍କ ବ୍ୟବସ୍ଥା” ଯେପରି “ବ୍ୟବସ୍ଥା ଯାହା ଈଶ୍ୱର ମୋଶାଙ୍କୁ କହିଥିଲେ” କିଅବା “ଈଶ୍ୱରଙ୍କ ବ୍ୟବସ୍ଥା ଯାହା ମୋଶା ଲେଖିଥିଲେ“ କିଅବା “ବ୍ୟବସ୍ଥା ଯାହା ଈଶ୍ୱର ଇସ୍ରାଏଲ ଲୋକମାନଙ୍କୁ ଦେବା ନିମନ୍ତେ ମୋଶାଙ୍କୁ କହିଥିଲେ” ଭାବରେ ଅନୁବାଦ କରାଯାଇପାରେ।
  • "ବ୍ୟବସ୍ଥା" କିମ୍ବା "ବ୍ୟବସ୍ଥାର ଈଶ୍ଵର" କିମ୍ବା "ଈଶ୍ଵରଙ୍କ ବ୍ୟବସ୍ଥା" ଅନ୍ୟ ପ୍ରକାରେ ଅନୁବାଦ କରିବାକୁ ଗଲେ “ବ୍ୟବସ୍ଥା ଈଶ୍ଵରଙ୍କଠାରୁ” କିଅବା “ଈଶ୍ୱରଙ୍କର ଆଦେଶ ଗୁଡ଼ିକ” କିମ୍ବା “ଈଶ୍ୱରଙ୍କ ପ୍ରଦତ୍ତ ବ୍ୟବସ୍ଥା" କିମ୍ବା “ସବୁକିଛି ଯାହା ଈଶ୍ୱର ଆଜ୍ଞା କରିଅଛନ୍ତି” କିଅବା “ଈଶ୍ୱରଙ୍କର ସମସ୍ତ ଆଦେଶ ବା ନିର୍ଦ୍ଦେଶଗୁଡ଼ିକ” ଅନ୍ତର୍ଭୁକ୍ତ ହୋଇପାରେ।
  • “ସଦାପ୍ରଭୁଙ୍କର ବ୍ୟବସ୍ଥା” ବାକ୍ୟାଂଶକୁ ମଧ୍ୟ ଯେପରି “ସଦାପ୍ରଭୁଙ୍କ ନୀୟମ ବା ବ୍ୟବସ୍ଥା” କିଅବା “ବ୍ୟବସ୍ଥା ଯାହା ସଦାପ୍ରଭୁ ମାନିବାକୁ କହିଲେ” କିଅବା “ସଦାପ୍ରଭୁଙ୍କଠାରୁ ବ୍ୟବସ୍ଥା” କିଅବା “ସଦାପ୍ରଭୁ ଯାହା ଆଦେଶ ଦେଇଛନ୍ତି” ଭାବରେ ଅନୁବାଦ କରାଯାଇପାରେ।

(ପୁନଶ୍ଚ ଦେଖନ୍ତୁ: ନିର୍ଦ୍ଦେଶ, ମୋଶା, ଦଶ ଆଜ୍ଞା, ବିଧିଗତ, ସଦାପ୍ରଭୁ)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • 13:07 ଈଶ୍ୱର ଆହୁରି ଅନେକ ନୀୟମ ବା ବ୍ୟବସ୍ଥା ଓ ନିୟମଗୁଡ଼ିକ ମାନିବାକୁ ପ୍ରଦାନ କରିଅଛନ୍ତି।

ଯଦି ଲୋକମାନେ ଏହି ବ୍ୟବସ୍ଥା ପାଳନ କରନ୍ତି, ଈଶ୍ୱର ପ୍ରତିଜ୍ଞା କରିଅଛନ୍ତି ଯେ ସେ ସେମାନଙ୍କୁ ଆଶୀର୍ବାଦ ଓ ସୁରକ୍ଷା ପ୍ରଦାନ କରିବେ। ଯଦି ସେମାନେ ସେଗୁଡ଼ିକ ପାଳନ କରନ୍ତି ନାହିଁ, ଈଶ୍ଵର ସେମାନଙ୍କୁ ଦଣ୍ଡ ଦେବେ।

  • 13:09 ଯେକେହି ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କରେ ନାହିଁ ସେ ଗୋଟିଏ ପଶୁକୁ ଈଶ୍ଵରଙ୍କ ନିମନ୍ତେ ବଳିଦାନ ଭାବରେ ପାଇଁ ସମାଗମ ତମ୍ବୁ ସମ୍ମୁଖକୁ ଆଣିପାରିବ।
  • 15:13 ତେବେ ଯିହୋଶୂୟ ଲୋକମାନଙ୍କୁ ସୀନୟରେ ଇସ୍ରାଏଲୀୟମାନଙ୍କ ସହିତ ଈଶ୍ଵର କରିଥିବା ଚୁକ୍ତି ପାଳନ କରିବା କର୍ତ୍ତବ୍ୟକୁ ସ୍ମରଣ କରାଇଲେ। ଲୋକମାନେ ଈଶ୍ଵରଙ୍କ ପ୍ରତି ବିଶ୍ୱସ୍ତ ରହିବାକୁ ଏବଂ ତାହାଙ୍କ ଆଜ୍ଞା ପାଳନ କରିବାକୁ ପ୍ରତିଜ୍ଞା କରିଥିଲେ।
  • 16:01 ଯିହୋଶୂଙ୍କ ମୃତ୍ୟୁ ପରେ, ଇସ୍ରାଏଲ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କଲେ ନାହିଁ ଓ ଅନ୍ୟ କିଣାନୀୟମାନଙ୍କ ଦେଶରୁ ବାହାର କଲେ ନାହିଁ କିଅବା ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କଲେ ନାହିଁ।
  • 21:05 ନୂତନ ଚୁକ୍ତି ବା ନିୟମରେ, ଈଶ୍ୱର ତାହାଙ୍କ ବ୍ୟବସ୍ଥା ବା ନିୟମ ଲୋକଙ୍କ ହୃଦୟରେ ଲେଖିବେ, ଲୋକମାନେ ଈଶ୍ୱରଙ୍କୁ ବ୍ୟକ୍ତିଗତ ରୂପରେ ଜାଣିବେ, ସେମାନେ ତାହାଙ୍କର ଲୋକ ହେବେ ଓ ଈଶ୍ୱର ସେମାନଙ୍କ ପାପ ସବୁ କ୍ଷମା କରିବେ।
  • 27:01 ଯୀଶୁ ଉତ୍ତର ଦେଲେ, "ଈଶ୍ୱରଙ୍କ ନୀୟମରେ ବା ବ୍ୟବସ୍ଥାରେ କ'ଣ ଲେଖା ହେଇଅଛି?”
  • 28:01 ଯୀଶୁ ତାହାକୁ କହିଲେ, କାହିଁକି ମତେ 'ଉତ୍ତମ' ବୋଲି ଡାକୁଅଛ? କେବଳ ଜଣେ ଯେ ଉତ୍ତମ ଅଟନ୍ତି, ସେ ଈଶ୍ୱର ଅଟନ୍ତି। କିନ୍ତୁ ଅନନ୍ତ ଜୀବନର ଅଧିକାରୀ ହେବାକୁ ଚାହୁଁ, ତେବେ ଈଶ୍ୱରଙ୍କ ଅଜ୍ଞା ବା ବ୍ୟବସ୍ଥା ପାଳନ କର।"

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H430, H1881, H1882, H2706, H2710, H3068, H4687, H4872, H4941, H8451, G2316, G3551, G3565

ବ୍ୟଭିଚାର, (ବିବାହିତ ବ୍ୟକ୍ତି ପକ୍ଷରେ)ଏକାଧିକ ବ୍ୟକ୍ତିଙ୍କ ସହ ଯୌନ ସମ୍ପର୍କ ରଖିବା ବ୍ୟଭିଚାରୀ ଓ ବ୍ୟଭିଚାରିଣୀଙ୍କୁ ବୁଝାଏ; ବ୍ୟଭିଚାରୀ, ବ୍ୟଭିଚାରିଣୀ, ବ୍ୟଭିଚାରୀଗଣ, ବ୍ୟଭିଚାରିଣୀଗଣ

ସଂଜ୍ଞା:

“ବ୍ୟଭିଚାର” ଶବ୍ଦ ଏକ ପାପକୁ ସୂଚାଏ ଯାହା ଯେତେବେଳେ ଏକ ବିବାହିତ ବ୍ୟକ୍ତିଙ୍କ ଅନ୍ୟଜଣ ସହ ଯୌନ ସମ୍ପର୍କ ଥାଏ ଯିଏକି ସେହି ବ୍ୟକ୍ତିର ସ୍ତ୍ରୀ କିମ୍ୱା ସ୍ୱାମୀ ନୁହନ୍ତି, ସେତେବେଳେ ହୁଏ I ସେହି ଦୁଇଜଣ ବ୍ୟଭିଚାର ପାଇଁ ଦୋଷୀ ଅଟନ୍ତି I “ବ୍ୟଭିଚାରୀ” ଶବ୍ଦ ଏହି ପ୍ରକାର ବ୍ୟବହାର କିମ୍ୱା ଯେକୌଣସି ବ୍ୟକ୍ତି ଯେ ଏହି ପାପ କରେ ତାହାକୁ ବର୍ଣ୍ଣନା କରେ I

  • “ବ୍ୟଭିଚାରି” ଶବ୍ଦ ସାଧାରଣତଃ କୌଣସି ବ୍ୟକ୍ତି ବ୍ୟଭିଚାର କରେ ତାହାକୁ ସୂଚାଏ I
  • ସମୟେ ସମୟେ “ବ୍ୟଭିଚାରିଣୀ” ଶବ୍ଦ ଏହା ଏକ ଏପରି ମହିଳାଥିଲେ ଯେ ବ୍ୟଭିଚାର କରିଥିଲେ ତାହାକୁ ନିର୍ଦ୍ଦିଷ୍ଟ କରିବା ନିମନ୍ତେ ବ୍ୟବହାର ହୁଏ I
  • “ବ୍ୟଭିଚାର” ସେହି ପ୍ରତିଜ୍ଞାଗୁଡିକୁ ଭାଙ୍ଗି ଦିଏ ଯାହା ସ୍ୱାମୀ ଏବଂ ସ୍ତ୍ରୀ ବିବାହର ଚୁକ୍ତିରେ ପରସ୍ପର ସହିତ କରିଥିଲେ I
  • ପରମେଶ୍ୱର ଇସ୍ରାଏଲକୁ ବ୍ୟଭିଚାର ନ କରିବାକୁ ଆଦେଶ ଦେଲେ I
  • ‘’ଏକାଧିକ ବ୍ୟଭିଚାରୀ ଓ ବ୍ୟଭିଚାରିଣୀ” ଶବ୍ଦଟି ଅନେକ ସମୟରେ ସଙ୍କେତିକ ଭାବେ ଈଶ୍ୱରଙ୍କ ଦୃଷ୍ଥିରେ ଇସ୍ରାଏଲ ଲୋକଙ୍କ ଅବିଶ୍ୱସ୍ତତାକୁ, ତଥା ବିଶେଷତଃ ଯେତେବେଳେ ସେମାନେ ମିଥ୍ୟା ଦେବତାଗଣକୁ ପୂଜା କଲେ, ଏହାକୁ ବର୍ଣ୍ଣନା କରେ I

ଅନୁବାଦ ସୂଚନା:

  • ଯଦି ଏକ ନିର୍ଦ୍ଧିଷ୍ଟ ଭାଷାର ଏକ ନିର୍ଦ୍ଧିଷ୍ଟ ଶବ୍ଦ ନ ଥାଏ, ଅର୍ଥାତ୍ ‘’ବ୍ୟଭିଚାର’’, ଏହି ଶବ୍ଦ ଏକ ‘’ଅନ୍ୟ ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବା’’ କିମ୍ୱା ‘’ଅନ୍ୟ କୌଣସି ପୁରୁଷ କି ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରହିବା’’ ବାକ୍ୟାଂଶରେ ଅନୁବାଦ କରାଯାଇପାରେ I
  • କେତେକ ଭାଷାରେ ପରୋକ୍ଷ ଭାବରେ ‘’ବ୍ୟଭିଚାର’’ ଶବ୍ଦ ବ୍ୟବହାର କରାଯାଇଛି, ଉଦାହରଣ ସ୍ୱରୂପ ‘’ଅନ୍ୟ ସ୍ୱାମୀ କି ସ୍ତ୍ରୀ ସହିତ ଶାରୀରିକ ଭାବରେ ଶୋଇବା” କିମ୍ୱା ‘’ଅନ୍ୟ ଏକ ସ୍ତ୍ରୀ ସହିତ ଅବିଶ୍ୱସ୍ତ’’. (ଦେଖ:ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ)
  • ଯେତେବେଳେ ‘’ ’ଏକାଧିକ ବ୍ୟଭିଚାରୀ ଓ ବ୍ୟଭିଚାରିଣୀ” ଶବ୍ଦଟି ସଙ୍କେତିକ ଅର୍ଥରେ ବ୍ୟବହୃତ ହୋଇଅଛି, ଏହା ପ୍ରଭୁ ଆପଣା ଅବାଧ୍ୟତା ଲୋକଙ୍କୁ ତଥା ତୁଳନାତ୍ମକଭାବେ ଏକ ବ୍ୟକ୍ତିଙ୍କର ଅବିଶ୍ୱସ୍ତ ସ୍ୱାମୀ ବା ସ୍ତ୍ରୀଙ୍କୁ ଆପଣାମତ ଆକ୍ଷରିକ ଭାବରେ ଅନୁବାଦ କରି ଯୋଗାଯୋଗ କରିବା, ଅତି ଉତ୍ତମ I
  • ଯଦି ଏକ ନିର୍ଦ୍ଧିଷ୍ଟ ଭାଷାରେ ଏହା ନିର୍ଭୁଲ ଭାବରେ ଯୋଗାଯୋଗ ହୁଏ ନାହିଁ, ତେବେ ସାଂକେତିକ ଭାବେ ‘’ଏକାଧିକ ବ୍ୟଭିଚାରୀ ଓ ବ୍ୟଭିଚାରିଣୀ’’ ଶବ୍ଦଟି ‘’ଅବିଶ୍ୱସ୍ତ’’ କିମ୍ୱା ‘’ଅନୈତିକ’’ କିମ୍ୱା ‘’ଏକ ‘’ଅବିଶ୍ୱସ୍ତ ସ୍ୱାମୀ କି ସ୍ତ୍ରୀ’’ ଭାବେ ଅନୁବାଦ କରାଯାଇପାରେ I

(ମଧ୍ୟ ଦେଖିପାରିବା: ଦୋଷ, ଚୁକ୍ତି, ସାଂସାରିକ ଅମାନବିକତା, ସାଥିରେ ଶୋଇବା, ବିଶ୍ୱସ୍ତ)

ବାଇବଲ ପଦ ପର୍ୱ:

ବାଇବଲ କାହାଣୀରୁ ଉଦାହରଣ:

  • ୧୩:୦୬ ”ବ୍ୟଭିଚାର କର ନାହିଁ.”
  • ୨୮:୦୨ ବ୍ୟଭିଚାର କର ନାହିଁ.
  • ୩୪:୦୭ “ଧର୍ମପରାୟଣ ନେତା ଏହି ପ୍ରକାର ପ୍ରାର୍ଥନା କଲେ, ହେ ପରମେଶ୍ୱର, ଧନ୍ୟବାଦ ଦେଉଛି, ମୁଁ ଅନ୍ୟ ଲୋକଙ୍କ ପରି ଡକାୟତ, ଅଧାର୍ମିକ, ବ୍ୟଭିଚାରୀ, କିମ୍ୱା ସେହି କରଗ୍ରାହୀ ପରି ସୁଦ୍ଧା ନୁହେଁ .”

ବୋର୍ଡ ଡାଟା :

  • Strong's: H5003, H5004, G3428, G3429, G3430, G3431, G3432

ଭଣ୍ଡ ଖ୍ରୀଷ୍ଟ, ଭଣ୍ଡ ଖ୍ରୀଷ୍ଟଗଣ

ସଂଜ୍ଞା:

“ଭଣ୍ଡଖ୍ରୀଷ୍ଟ” ପଦଟି ଏକ ବ୍ୟକ୍ତି କିମ୍ୱା ଯୀଶୁଖ୍ରୀଷ୍ଟ ଓ ତାଙ୍କ କାର୍ଯ୍ୟ ବିରୁଦ୍ଧରେ ଶିକ୍ଷା ଦେବାକୁ ଦର୍ଶାଏ I ପୃଥିବୀରେ ଅନେକ ଭଣ୍ଡଖ୍ରୀଷ୍ଟ ଅଛନ୍ତି I

  • ପ୍ରେରିତ ଯୋହନ ଲେଖିଲେ ଯେ ଜଣେ ବ୍ୟକ୍ତି ଭଣ୍ଡ ଖ୍ରୀଷ୍ଟ ଅଟନ୍ତି ଯଦି ସେ ଯୀଶୁ ମସିହା ନୁହଁନ୍ତି କହି ଲୋକମାନଙ୍କୁ ଧୋକା ଦିଅନ୍ତି କିମ୍ୱା ଯୀଶୁଙ୍କ ଐଶ୍ୱରିକତା ଓମାନବିକତାକୁ ଅସ୍ୱୀକାର କରନ୍ତି I
  • ବାଇବଲ ମଧ୍ୟ ଏହା ଶିକ୍ଷା ଦିଏ ଯେ, ପୃଥିବୀ ମଧ୍ୟରେ ଏକ ଭଣ୍ଡ ଖ୍ରୀଷ୍ଟର ଆତ୍ମା ଅଛି, ଯାହା ଯୀଶୁଙ୍କ କାର୍ଯ୍ୟକୁ ପ୍ରତିରୋଧ କରେ I
  • ନୂତନ ନୀୟମର ପ୍ରକାଶିତ ପୁସ୍ତକ ଏହା ପ୍ରକାଶ କରେ ଯେ, ଭଣ୍ଡ ଖ୍ରୀଷ୍ଟ” ନାମରେ ଏକ ବ୍ୟକ୍ତି ଥିବେ ଯେ ଅନ୍ତିମ ସମୟରେ ପ୍ରକଟ ହେବେ I

ଏହି ବ୍ୟକ୍ତି ପରମେଶ୍ୱରଙ୍କ ଲୋକମାନଙ୍କୁ ଧ୍ୱଂସ କରିବାକୁ ଚେଷ୍ଟା କରିବେ କିନ୍ତୁ ସେ ଯୀଶୁଙ୍କ ଦ୍ୱାରା ପରାସ୍ତ ହେବେ I

ଅନୁବାଦର ପ୍ରସ୍ତାବିତ ବିଷୟମାନ:

  • ଏକ ଶବ୍ଦ କିମ୍ୱା ବାକ୍ୟାଂଶର ସମଷ୍ଟି ଏହି ପଦକୁ ଅନୁବାଦ କରିବାର ଅନ୍ୟ ମାଧ୍ୟମ ହୋଇପାରେ, ଯାହାର ଅର୍ଥ “ଯୀଶୁଙ୍କ ପ୍ରତିରୋଧକାରୀ” କିମ୍ୱା “ଯୀଶୁଙ୍କ ଶତ୍ରୁ” କିମ୍ୱା “ଏକ ବ୍ୟକ୍ତି ଯେ ଖ୍ରୀଷ୍ଟଙ୍କ ବିରୋଧୀ” I

  • “ଭଣ୍ଡଖ୍ରୀଷ୍ଟର ଆତ୍ମା” ବାକ୍ୟାଂଶ “ଏକ ଆତ୍ମା ଯାହା ଖ୍ରୀଷ୍ଟଙ୍କ ବିରୋଧୀ” କିମ୍ୱା “(କେହି ଜଣେ) ଖ୍ରୀଷ୍ଟଙ୍କ ବିଷୟରେ ମିଥ୍ୟା ଶିକ୍ଷା ଦିଏ” କିମ୍ୱା “ଖ୍ରୀଷ୍ଟଙ୍କ ବିଷୟରେ ମିଥ୍ୟା ବିଶ୍ୱାସ କରିବାର ମନୋଭାବ” କିମ୍ୱା “ଏକ ଆତ୍ମା ଯାହା ଖ୍ରୀଷ୍ଟଙ୍କ ବିଷୟରେ ମିଥ୍ୟା ଶିକ୍ଷା ଦିଏ” ଭାବରେ ମଧ୍ୟ ଅନୁବାଦ କରାଯାଇପାରେ I

ବାଇବଲ ଅନୁବାଦରେ ଏହି ପଦ କିପରି ଅନୁବାଦ କରାଯାଇଅଛି, ଏହା ସ୍ଥାନୀୟ ଭାଷାରେ ନା ଜାତୀୟ ଭାଷାରେ ମଧ୍ୟ ବିଚାର କରୁ I

(ଦେଖିବା: ଅଜଣାଗୁଡିକୁ କିପରି ଅନୁବାଦ କରାଯାଏ

(ମଧ୍ୟ ଦେଖିପାରିବା: ଖ୍ରୀଷ୍ଟ, ଦେଖାଇବା, ପୀଡ଼ା)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: G500

ଭବିଷ୍ୟତବକ୍ତା, ଭବିଷ୍ୟତବକ୍ତାମାନେ, ଭବିଷ୍ୟତବାଣୀ, ଭବିଷ୍ୟତବକ୍ତା ଭାବେ କହିବା, ସ୍ୱପ୍ନାଦେଶ ପାଉଥିବା ବ୍ୟକ୍ତି ବା ଦର୍ଶକ, ଭବିଷ୍ୟତବକ୍ତ୍ରୀ

ସଂଜ୍ଞା:

“ଭବିଷ୍ୟତବକ୍ତା” ଜଣେ ବ୍ୟକ୍ତି ଯିଏ ଈଶ୍ୱରଙ୍କ ସମ୍ବାଦଗୁଡ଼ିକ ଲୋକମାନଙ୍କୁ କୁହନ୍ତି। ଏହି କାର୍ଯ୍ୟ କରୁଥିବା ଜଣେ ସ୍ତ୍ରୀଙ୍କୁ ଏକ "ଭବିଷ୍ୟତବକ୍ତ୍ରୀ” ବୋଲି କୁହାଯାଇଥାଏ।

  • ଅନେକ ସମୟରେ ଭବିଷ୍ୟତବକ୍ତାମାନେ ଲୋକମାନଙ୍କୁ ଚେତାବନୀ ବା ସତର୍କବାଣୀ କହୁଥିଲେ ଯେପରି ସେମାନେ ଆପଣା ଆପଣା ପାପଗୁଡ଼ିକରୁ ଫେରି ଆସିବେ ଏବଂ ଈଶ୍ୱରଙ୍କ ବାଧ୍ୟ ହେବେ।
  • ଏକ "ଭବିଷ୍ୟତବାଣୀ" ବାକ୍ୟ ଅଟେ ଯାହା ଭବିଷ୍ୟତବକ୍ତା କୁହନ୍ତି। "ଭାବବାଣୀ କହିବାର" ଅର୍ଥ ଈଶ୍ଵରଙ୍କ ବାକ୍ୟଗୁଡ଼ିକ କହିବା।
  • ଅନେକ ସମୟରେ ଏକ ଭବିଷ୍ୟତବାଣୀର ସମ୍ୱାଦ ଭବିଷ୍ୟତରେ ଘଟିବାକୁ ଯାଉଥିବା କିଛି ବିଷୟରେ ଜଣାଏ I
  • ପୂରାତନ ନିୟମରେ ଥିବା ଅନେକ ଭବିଷ୍ୟତବାଣୀଗୁଡ଼ିକ ସଫଳ ହୋଇଅଛି।
  • ବାଇବଲରେ ଭବିଷ୍ୟତବକ୍ତାମାନଙ୍କ ଦ୍ୱାରା ଲିଖିତ ପୁସ୍ତକଗୁଡ଼ିକର ସଂଗ୍ରହକୁ ବେଳେବେଳେ ”ଭବିଷ୍ୟତବକ୍ତାମାନେ” ବୋଲି ଉଲ୍ଲେଖ କରାଯାଏ।
  • ଉଦାହରଣ ସ୍ୱରୂପ, “ବ୍ୟବସ୍ଥା ଏବଂ ଭବିଷ୍ୟତବକ୍ତାମାନଙ୍କ ପୁସ୍ତକଗୁଡ଼ିକ” ପଦ ସମସ୍ତ ଏବ୍ରୀ ପୁସ୍ତକଗୁଡ଼ିକ ଉଲ୍ଲେଖ କରିବା ପଦ୍ଧତି ଥିଲା, ଯାହା ମଧ୍ୟ “ପୂରାତନ ନୀୟମ” ଭାବରେ ପରିଚିତ ଅଟେ।
  • ଏଥି ପୂର୍ବରୁ ଜଣେ ଭବିଷ୍ୟତବକ୍ତାଙ୍କୁ ଜଣେ “ଦର୍ଶକ” କିମ୍ବା “ଦର୍ଶନ ଦେଖୁଥିବା ବ୍ୟକ୍ତି” ବୋଲି କୁହାଯାଉଥିଲା।
  • ବେଳେବେଳେ ଏହି “ଦର୍ଶକ” ପଦ ଜଣେ ମିଥ୍ୟା ଭବିଷ୍ୟତବକ୍ତା ପ୍ରତି କିମ୍ବା “ଅଲୌକିକ ଶକ୍ତି ଦ୍ୱାରା ଭବିଷ୍ୟତର ଅନ୍ୱେଷଣ କରୁଥିବା ଭୁତୁଡିୟାକୁ ସୂଚାଇଥାଏ।

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • ଏହି “ଦର୍ଶକ” ପଦ “ଈଶ୍ୱରଙ୍କ ମୁଖପାତ୍ର” କିମ୍ବା “ଈଶ୍ୱରଙ୍କ ପକ୍ଷରେ କଥା କହୁଥିବା ବ୍ୟକ୍ତି” କିମ୍ବା “ଈଶ୍ୱରଙ୍କ ସମ୍ବାଦ ବା ବାକ୍ୟ କହୁଥିବା ବ୍ୟକ୍ତି” ବୋଲି ଅନୁବାଦ କରାଯାଇପାରେ।
  • ଜଣେ “ଦର୍ଶକ” ଯେପରି “ଦର୍ଶନଗୁଡ଼ିକ ଦେଖୁଥିବା ଜଣେ ବ୍ୟକ୍ତି” କିମ୍ବା “ଈଶ୍ୱରଙ୍କଠାରୁ ଭବିଷ୍ୟତ ବିଷୟ ଦେଖିଥିବା ଜଣେ ବ୍ୟକ୍ତି” ବୋଲି ଅନୁବାଦ କରଯାଇପାରେ।
  • “ଭବିଷ୍ୟତବକ୍ତ୍ରୀ” ପ୍ରତିଶବ୍ଦକୁ “ଈଶ୍ୱରଙ୍କ ମୁଖପାତ୍ରୀ” କିମ୍ବା “ଈଶ୍ୱରଙ୍କ ପକ୍ଷରେ କଥା କହୁଥିବା ଜଣେ ନାରୀ” କିମ୍ବା “ଈଶ୍ୱରଙ୍କ ସମ୍ବାଦ କହୁଥିବା ଜଣେ ନାରୀ” ବୋଲି ଅନୁବାଦ କରାଯାଇପାରେ।
  • “ଭବିଷ୍ୟତବାଣୀ” ଶବ୍ଦକୁ “ଈଶ୍ୱରଙ୍କ ନିକଟରୁ ସମ୍ବାଦ” କିମ୍ବା “ଭବିଷ୍ୟତବକ୍ତାଙ୍କ ସମ୍ବାଦ” ବୋଲି ଅନୁବାଦ କରଯାଇପାରେ।
  • “ଭବିଷ୍ୟତବାଣୀ କରିବା” ପ୍ରତିଶବ୍ଦକୁ “ଈଶ୍ୱରଙ୍କ ନିକଟରୁ ଆସିଥିବା ବାକ୍ୟଗୁଡ଼ିକୁ କହିବା” କିମ୍ବା “ଈଶ୍ୱରଙ୍କ ସମ୍ବାଦକୁ କହିବା” ବୋଲି ଅନୁବାଦ କରଯାଇପାରେ।
  • ଆଳଙ୍କାରିକ ଭାବ ପ୍ରକାଶନରେ “ବ୍ୟବସ୍ଥା ଏବଂ ଭବିଷ୍ୟତବକ୍ତାମାନେ” ଯେପରି “ବ୍ୟବସ୍ଥା ଏବଂ ଭବିଷ୍ୟତବକ୍ତାମାନଙ୍କ ପୁସ୍ତକଗୁଡ଼ିକ” କିମ୍ବା “ଈଶ୍ୱରଙ୍କ ସମ୍ପର୍କରେ ଏବଂ ତାହାଙ୍କ ଲୋକମାନଙ୍କ ବିଷୟରେ ପ୍ରତ୍ୟେକ ଲିଖିତ ବିଷୟଗୁଡ଼ିକ, ଯହିଁରେ ଈଶ୍ୱରଙ୍କ ବ୍ୟବସ୍ଥାଗୁଡ଼ିକ ଏବଂ ତାହାଙ୍କ ଭବିଷ୍ୟତବକ୍ତାମାନେ ଯାହା ପ୍ରଚାର କରିଛନ୍ତି” ବୋଲି ମଧ୍ୟ ଅନୁବାଦ କରଯାଇପାରେ I (ଦେଖ: ଉପଲକ୍ଷ୍ୟ ଅଳଙ୍କାର
  • ଯେତେବେଳେ ଏକ ମିଥ୍ୟା ଦେବତାର ଜଣେ ଭବିଷ୍ୟତବକ୍ତା(ଦର୍ଶକ)କୁ ଉଲ୍ଲେଖ କରାଯାଏ, ଉଦାହରଣ ସ୍ୱରୂପ ଯେପରି “ଏକ ମିଥ୍ୟା ଭବିଷ୍ୟତବକ୍ତା (ଦର୍ଶକ)” କିମ୍ବା "ଜଣେ ମିଥ୍ୟା ଦେବତାର ଭବିଷ୍ୟତବକ୍ତା (ଦର୍ଶକ)” କିମ୍ବା “ବାଆଲ୍ ଦେବତାର ଭବିଷ୍ୟତବକ୍ତା” ବୋଲି ଅନୁବାଦ କରିବା ଆବଶ୍ୟକ ପଡ଼ିପାରେ।

(ଆହୁରି ମଧ୍ୟ ଦେଖ: ବାଆଲ୍, ଅଲୌକିକ ଶକ୍ତି ଦ୍ୱାରା ଭବିଷ୍ୟତର ଅନ୍ୱେଷଣ, ମିଥ୍ୟା ଦେବତା, ମିଥ୍ୟା ଭବିଷ୍ୟତବକ୍ତା, ସଫଳ, ନୀୟମ, ଦର୍ଶନ)

ବାଇବଲ ପଦପର୍ବ:

ଉଦାହରଣଗୁଡ଼ିକ ବାଇବଲର କାହାଣୀଗୁଡ଼ିକରୁ:

  • 12:12 ଯେତେବେଳେ ଇସ୍ରାଏଲୀୟମାନେ ମିସ୍ରୀୟମାନଙ୍କୁ ମୃତ୍ୟ ଦେଖିଲେ, ସେମାନେ ଈଶ୍ୱରଙ୍କଠାରେ ଆସ୍ଥା ସ୍ଥାପନ କଲେ ଏବଂ ବିଶ୍ୱାସ କଲେ ଯେ, ମୋଶା ଜଣେ ଈଶ୍ୱରଙ୍କ __ଭବିଷ୍ୟତବକ୍ତା__ଥିଲେ।
  • 17:13 ଦାଉଦ କରିଥିବା କାର୍ଯ୍ୟ ହେତୁ ଈଶ୍ୱର ଅତିଶୟ କ୍ରୁଦ୍ଧ ହେଲେ, ତେଣୁ ସେ ଭବିଷ୍ୟତବକ୍ତା ନାଥନ ପ୍ରେରଣ କଲେ ଯେପରି ଦାଉଦଙ୍କ ପାପ ଯେ କେତେ ମନ୍ଦ ତାହା ସେ ତାହାଙ୍କୁ ଜଣାଇବେ I
  • 19:01 ଇସ୍ରାଏଲର ଇତିହାସରେ, ଈଶ୍ଵର ସେମାନଙ୍କ ପାଖକୁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇଲେ। ଭବିଷ୍ୟ‌ଦ୍‌ବକ୍ତାମାନେ ଈଶ୍ଵରଙ୍କଠାରୁ ବାକ୍ୟ ଶୁଣିଲେ ଏବଂ ତା'ପରେ ଲୋକମାନଙ୍କୁ ଈଶ୍ଵରଙ୍କ ବାର୍ତ୍ତା ଜଣାଇଲେ।
  • 19:06 ସମଗ୍ର ଇସ୍ରାଏଲ ରାଜ୍ୟର ସମସ୍ତ ଲୋକମାନେ, 450 ବାଆଲ୍ ଅତରଭୁକ୍ତ, କର୍ମିଲ ପର୍ବତକୁ ଆସିଲେ।
  • 19:17 ଅଧିକାଂଶ ସମୟରେ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରୁ ନଥିଲେ। ଅନେକ ସମୟରେ ସେମାନେ ଭବିଷ୍ୟତବକ୍ତାମାନଙ୍କୁ ଖରାପ ବ୍ୟବହାର କଲେ ଏବଂ ଏପରିକି ବେଳେବେଳେ ସେମାନଙ୍କୁ ବଧ କଲେ।
  • 21:09 ଏହି ଭବିଷ୍ୟତବକ୍ତା ଯିଶାଇୟ ଭବିଷ୍ୟତବାଣୀ କହିଲେ ଯେ ମଶୀହ ଜଣେ କୁମାରୀ ଗର୍ଭରୁ ଜାତ ହେବେ।
  • 43:07 “ଏହା ସଫଳ ହେଲା ଭବିଷ୍ୟତବାଣୀ ଯାହା କହେ, “ତୁମ୍ଭେ ଆପଣା ପବିତ୍ର ଜଣଙ୍କୁ ପାତାଳରେ କ୍ଷୟ ହେବାକୁ ଦେବ ନାହିଁ।"
  • 48:12 ମୋଶା ଜଣେ ମହାନ ଭବିଷ୍ୟତବକ୍ତା ଥିଲେ ଯିଏ ଈଶ୍ୱରଙ୍କ ବାକ୍ୟ ଘୋଷଣା କଲେ। କିନ୍ତୁ ଯୀଶୁ ସମସ୍ତଙ୍କଠାରୁ ମହାନ ଭବିଷ୍ୟତବକ୍ତା ଅଟନ୍ତି। ସେ ଈଶ୍ୱରଙ୍କ ବାକ୍ୟ ଅଟନ୍ତି।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H2372, H2374, H4853, H5012, H5013, H5016, H5017, H5029, H5030, H5031, H5197, G2495, G4394, G4395, G4396, G4397, G4398, G5578

ଭାଇ,

ସଂଜ୍ଞା:

"ଭାଇ" ଶବ୍ଦଟି ଜଣେ ପୁଂଜାତୀୟ ଭାଇ-ଭଉଣୀ ବୁଝାଏ ଯିଏ ଗୋଟିଏ ପିତା-ମାତାର ହୋଇଥାଏ।

  • ପୂରାତନ ନିୟମରେ "ଭାଇମାନଙ୍କୁ" ସାଧାରଣ ଭାବରେ ନିଜ ପରିବାରର ସଦସ୍ୟ ବା ବଂଶ ବା କିମ୍ବା ସହଯୋଗୀ ସଦସ୍ୟ ବା ବନ୍ଧୁ, ସତେ ଯେପରି ସମାନ ଜାତିର,ଗୋଷ୍ଠୀ, ଜୀବିକା, କିମ୍ବା ଲୋକମାନଙ୍କ ଦଳକୁ ବୁଝାଏ। ଏପରି ଭାବରେ ଯେତେବେଳେ ବ୍ୟବହୃତ ହୁଏ, ଏକ ନିର୍ଦ୍ଦିଷ୍ଟ ଭାବ ପ୍ରକାଶକ ଶବ୍ଦ ଉଭୟ ପୁରୁଷ ଏବଂ ମହିଳାମାନଙ୍କୁ ଉଭୟକୁ ବୁଝାଏ।
  • ନୂତନ ନିୟମରେ, ପ୍ରେରିତମାନେ ଅନୁଗତ ଶିଷ୍ୟମାନଙ୍କୁ ଭାଇ ବୋଲି ସମ୍ବୋଧନ କରୁଥିଲେ ସେମାନେ ପୁରୁଷ ହେଉନ୍ତୁ ବା ସ୍ତ୍ରୀ ମଣ୍ଡଳୀର ବିଶ୍ୱାସୀ ବିଶ୍ୱାସିନୀ ସମସ୍ତେ ଆତ୍ମିକ ପରିବାରରଥିଲେ ଏବଂ ସ୍ୱର୍ଗସ୍ଥ ପିତା ସେମାନଙ୍କ ପରମେଶ୍ୱରଥିଲେ।
  • ନୂତନ ନିୟମରେ ବହୁତ ଅଳ୍ପ ସମୟରେ ପ୍ରେରିତମାନେ ଭଉଣୀ ସମ୍ବୋଧନ କରୁଥିବା ବିଷୟ ଦେଖିବାକୁ ମିଳେ ଯେଉଁଠାରେ କି ପୁରୁଷ ଓ ସ୍ତ୍ରୀ ଉଭୟ ଥାଆନ୍ତି ମହିଳାମାନଙ୍କୁ ଭଉଣୀ ସମ୍ବୋଧନ କରାଯାଉଥିଲା ׀ ଉଦାହରଣ ସ୍ୱରୂପ ଯାକୁବ "ଖାଦ୍ୟ ଏବଂ ପୋଷାକର ଆବଶ୍ୟକ ସମୟରେ ଭାଇ ଓ ଭଉଣୀମାନଙ୍କୁ" ସମସ୍ତ ବିଶ୍ୱାସୀ ବୋଲି ଗୁରୁତ୍ୱ ସହ କହିଥିଲେ।

ଅନୁବାଦର ପ୍ରସ୍ତାବ:

  • ଏହାକୁ ଉତ୍ତମ ରୂପେ ଅନୁବାଦ କରାଯାଇପାରେ ଯେ ଜଣେ ଜୈବିକ ପିତା କିମ୍ବା ମାତାର ପୁରୁଷ ସନ୍ତାନମାନଙ୍କୁ ଭାଇ ବୋଲି କୁହାଯାଏ, ଅନ୍ୟଥା ଏହାର ଅର୍ଥ ଭୂଲ ହୋଇପାରେ।
  • ପୂରାତନ ନିୟମରେ ଭାଇ କହିଲେ ନିଜ ପରିବାର ବା ବଂଶ ବା ନିଜ ଦଳକୁ ଜଣାଯାଉଥିଲା ତାହାର ସାମ୍ଭାବ୍ୟ ଅନୁବାଦ ହେଉଛି ସମ୍ପର୍କୀୟ ବା ବଂଶିକ ଲୋକ ବା ଅନୁସରଣକାରୀ ଇଶ୍ରାୟେଲୀୟ ׀
  • ଖ୍ରୀଷ୍ଟ ବିଶ୍ୱାସୀ ସମ୍ୱନ୍ଧରେ କହିବା ବେଳେ ଏହାକୁ ଖ୍ରୀଷ୍ଟରେ ଭାଇ ବା ଆତ୍ମିକ ଭାଇ ବୋଲି ଅନୁବାଦ କରାଯାଇପାରେ।
  • ଯଦି ଉଭୟ ପୁରୁଷ ଏବଂ ସ୍ତ୍ରୀଙ୍କୁ ଭାଇ ବୋଲି ସୂଚିତ କରାଯାଏ ତେବେ ତାହାର ଭୂଲ ଅର୍ଥ ବାହାରିପାରେ ତେଣୁ ସେହି ସ୍ଥାନରେ ପୁରୁଷ ଏବଂ ସ୍ତ୍ରୀଙ୍କ କ୍ଷେତ୍ରରେ ସାଧାରଣ ଶବ୍ଦ ବ୍ୟବହାର କରାଯାଇପାରେ।
  • ଅନ୍ୟ ଅର୍ଥରେ ଉଭୟ ପୁରୁଷ ଏବଂ ସ୍ତ୍ରୀ ବିଶ୍ୱାସୀମାନଙ୍କ ସମ୍ୱନ୍ଧରେ ପରିପ୍ରକାଶ କଲାବେଳେ ତାହାକୁ "ବିଶ୍ୱାସୀ ଅନୁସରଣକାରୀ" କିମ୍ବା "ଖ୍ରୀଷ୍ଟିୟାନ ଭାଇ ଓ ଭଉଣୀ" ବୋଲି ଅନୁବାଦ କରାଯାଇପାରେ।
  • ପ୍ରସଙ୍ଗକୁ ଚିହ୍ନଟ କରିବା ବେଳେ କେବଳ ପୁରୁଷକୁ ସୂଚିତ କରାଯାଉଛି ଅବା ଉଭୟ ପୁରୁଷ ଏବଂ ସ୍ତ୍ରୀଙ୍କୁ କୁହାଯାଉଛି ତାହା ନିଶ୍ଚିତ ହେବା ଉଚ଼ିତ।

(ପୁନଶ୍ଚ ଦେଖନ୍ତୁ: ପ୍ରେରିତ, ପିତା ଈଶ୍ୱର, ଭଉଣୀ, ଆତ୍ମା)

ବାଇବଲ ସମ୍ୱନ୍ଧ ଉଲ୍ଲେଖ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H251, H252, H264, H1730, H2992, H2993, H2994, H7453, G80, G81, G2385, G2455, G2500, G4613, G5360, G5569

ଭୁତ, ମନ୍ଦ ଆତ୍ମା, ଅଶୁଚି ଆତ୍ମା

ପରିଭାଷା:

ଏହି ସମସ୍ତ ଶବ୍ଦ ଗୁଡିକ ଭୁତ ଯେଉଁ ଆତ୍ମା ଈଶ୍ୱରଙ୍କ ବିରୁଦ୍ଧରେ ଠିଆ ହୁଅନ୍ତି ସେମାନଙ୍କୁ ବୁଝାଏ I

  • ଈଶ୍ୱର ଦୂତମାନଙ୍କୁ ତାଙ୍କ ସେବା ନିମନ୍ତେ ସୃଷ୍ଟି କଲେ I

ଯେତେବେଳେ ଦିଆବଳ ଈଶ୍ୱରଙ୍କ ବିରୁଦ୍ଧାଚରଣ କଲା, କିଛି ଦୂତ ମଧ୍ୟ ବିରୁଦ୍ଧାଚରଣ କଲେ ଏବଂ ସ୍ୱର୍ଗରୁ ପତିତ ହେଲେ I ଏହା ବିଶ୍ୱାସ କରାଯାଏ କି ଭୁତ ଏବଂ ମନ୍ଦ ଆତ୍ମା ସବୁ “ପତିତ ଦୂତ” ଅଟନ୍ତି I

  • ବେଳେବେଳେ ଏହି ସବୁ ଭୁତ ବା ଆତ୍ମାମାନଙ୍କୁ “ଅଶୁଚି ଆତ୍ମା” ବୋଲି ଡକାଯାଏ I

“ଅଶୁଚି” ଶବ୍ଦଟିର ଅର୍ଥ “ମନ୍ଦ” କିମ୍ୱା “ଅପବିତ୍ର” ଅଟେ I

  • ଭୁତମାନେ ଦିଆବଳର ସେବା କରନ୍ତି ତେଣୁ ସେମାନେ ମନ୍ଦ ବିଷୟ କରିଥାଆନ୍ତି I

ବେଳେବେଳେ ସେମାନେ ଲୋକମାନଙ୍କ ମଧ୍ୟରେ ବାସ କରି ନୀୟନ୍ତ୍ରଣ କରନ୍ତି I

  • ଭୁତ ବା ମନ୍ଦ ଆତ୍ମା ମନୁଷ୍ୟମାନଙ୍କଠାରୁ ଅଧିକ ଶକ୍ତିଶାଳୀ କିନ୍ତୁ ଈଶ୍ୱରଙ୍କଠାରୁ ଶକ୍ତିଶାଳୀ ନୁହନ୍ତି I

ଭାଷାନ୍ତର ପାଇଁ ପ୍ରସ୍ତାଵନା:

  • ”ଭୁତ” ଶବ୍ଦଟି “ମନ୍ଦ ଆତ୍ମା” ଭାବରେ ଭାଷାନ୍ତର କରାଯାଇପାରେ I
  • ”ଅଶୁଚି ଆତ୍ମା” କୁ “ମନ୍ଦ ଆତ୍ମା” କିମ୍ୱା “ଭ୍ରଷ୍ଟ ଆତ୍ମା” ଭାବରେ ଭାଷାନ୍ତର କରାଯାଇପାରେ I
  • ଦିଆବଳକୁ ବୁଝାଉ ଥିବା ଶବ୍ଦଠାରୁ ଭିନ୍ନ ଭାବରେ ବୁଝାଉ ଥିବା ଶବ୍ଦକୁ ବ୍ୟବହାର କରିବା ଆବଶ୍ୟକ I
  • ଏବଂ ମଧ୍ୟ ବିଚାର କରନ୍ତୁ “ଭୁତ”କୁ ସ୍ଥାନୀୟ ଏବଂ ଜାତୀୟ ଭାଷାରେ କିପରି ଭାଷାନ୍ତର କରାଯାଇପାରେ I

(ଦେଖନ୍ତୁ:ଅଜଣା ବିଷୟକୁ କିପରି ଭାଷାନ୍ତର କରିବା

(ଦେଖନ୍ତୁ ମଧ୍ୟ:ଭୁତଗ୍ରସ୍ତ,ଶୟତାନ,ମିଥ୍ୟା ଦେବତା,ଦୂତ,ମନ୍ଦ,ଶୁଚି)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • ୨୬:୦୯ ଅନକେ ଲୋକ ଯାହାର_ ଅନ୍ତରରେ ଭୁତ__ଥିଲା ସେମାନଙ୍କୁ ଯୀଶୁଙ୍କ ନିକଟକୁ ଅଣାଗଲା I

ଯୀଶୁ ଯେତେବେଳେ ସେମାନଙ୍କୁ ଆଦେଶ ଦେଲେ ଭୁତ ଲୋକମାନଙ୍କୁଠାରୁ ବାହାରି ଗଲା ଏବଂ ସେମାନେ ଚିତ୍କାର କଲେ, “ତୁମେ ଈଶ୍ୱରଙ୍କ ସନ୍ତାନ ଅଟ I”

  • ୩୨:୦୮ _ଭୁତମାନେ ଲୋକମାନଙ୍କଠାରୁ ବାହାରି ଘୁଷୁରୀମାନଙ୍କ ମଧ୍ୟରେ ପ୍ରବେଶ କଲେ I
  • ୪୭:୦୫ ଶେଷରେ ଦିନେ ଯେତେବେଳେ ଦାସୀ ଝିଅ ଚିତ୍କାର କରିବା ଆରମ୍ଭ କଲା, ପାଉଲ ତାଙ୍କ ଆଡ଼କୁ ଅନେଇ_ ସେମାନଙ୍କ__ ଠାରେ ଥିବା ଭୁତକୁ କହିଲେ, “ଯୀଶୁଙ୍କ ନାମରେ, ବାହାରି ଆସ I”

ସେହି କ୍ଷଣି__ଭୁତ__ତାହାଠାରୁ ଚାଲିଗଲା I

  • ୪୯:୦୨ _ ଯୀଶୁ ସମୁଦ୍ରରେ ଚାଲିଲେ, ଝଡକୁ ଶାନ୍ତ କଲେ, ଅନକେ ରୋଗୀକୁ ସୁସ୍ଥ କଲେ, __ଭୁତ__ଛଡାଇଲେ, ମୃତ୍ୟୁକୁ ଉଠାଇଲେ ଏବଂ ପାଞ୍ଚ ରୋଟୀ ଓ ଦୁଇ ମାଛ ଦ୍ୱାରା ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ ଲୋକଙ୍କୁ ଖୁଆଇଲେ I

ବୋର୍ଡ ଡାଟା :

  • Strong's: H2932, H7307, H7451, H7700, G169, G1139, G1140, G1141, G1142, G4190, G4151, G4152, G4189

ଭୁତଗ୍ରସ୍ତ ଲୋକ

ପରିଭାଷା:

ଯେଉଁ ବ୍ୟକ୍ତି ଭୁତଗ୍ରସ୍ତ ତା ଠାରେ ଭୁତ କିମ୍ୱା ମନ୍ଦ ଆତ୍ମା ସେ ଯାହା କରେ ଏବଂ ଚିନ୍ତାକରେ ତାକୁ ନୀୟନ୍ତ୍ରଣ କରେ I

  • ବେଳେବେଳେ ଭୁତଗ୍ରସ୍ତ ବ୍ୟକ୍ତି ନିଜକୁ କିମ୍ୱା ଅନ୍ୟକୁ ଆଘାତ ଦେଇଥାଏ କାରଣ ଭୁତ ତାକୁ କରିବା ପାଇଁ ପ୍ରବର୍ତ୍ତାଏ I
  • ଭୁତଗ୍ରସ୍ତ ଲୋକମାନଙ୍କଠାରୁ ବାହାରି ଯିବା ପାଇଁ ଆଦେଶ ଦେଇ ସେମାନଙ୍କୁ ସୁସ୍ଥ କଲେ I

ଏହାକୁ କୁହାଯାଏ “ଭୁତ ଛଡେଇବା” I

ଭାଷାନ୍ତର ପାଇଁ ପ୍ରସ୍ତାବନା:

  • ଅନ୍ୟ ଭାବରେ ଭାଷାନ୍ତର କରାଯାଉଥିବା ଶବ୍ଦ ଗୁଡିକ ହେଲା “ଭୁତଗ୍ରସ୍ତ” କିମ୍ୱା”ମନ୍ଦ ଆତ୍ମା ଦ୍ୱାରା ନୀୟନ୍ତ୍ରଣ ହେବା” କିମ୍ୱା “ଶରୀର ଭିତରେ ରହିବା ଆତ୍ମା” I

(ମଧ୍ୟ ଦେଖନ୍ତୁ: ଭୁତ)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • ୨୬:୦୯ ଅନେକ ଲୋକ ଯେଉଁମାନଙ୍କ ଠାରେ ଭୁତଥିଲା ସେମାନଙ୍କୁ ଯୀଶୁଙ୍କ ନିକଟକୁ ଅଣାଯାଉଥିଲେ I
  • ୩୨:୦୨ ଯେତେବେଳେ ସେମାନେ ସମୁଦ୍ରର ଆର ପାରିକି ପହଞ୍ଚିଲେ, ଜଣେ __ଭୁତଗ୍ରସ୍ତ ଲୋକ __ ଯୀଶୁଙ୍କ ନିକଟକୁ ଦୌଡି ଦୌଡି ଆସିଲା I
  • ୩୨:୦୬ _ଭୁତଗ୍ରସ୍ତ ଲୋକ ଚିତ୍କାର କଲା, “ଯୀଶୁ, ଈଶ୍ୱରଙ୍କ ସନ୍ତାନ, ତୁମେ ମୋଠାରୁ କଅଣ ଚାହଁ?

ଦୟାକରି ମୋତେ ଯନ୍ତ୍ରଣା ଦିଅନ୍ତୁ ନାହିଁ !”

  • ୩୨:୦୯ ସହରରୁ ଲୋକମାନେ ଆସିଲେ ଏବଂ ଯେଉଁମାନେ ଭୁତଗ୍ରସ୍ତ__ଥିଲେ__ ସେମାନଙ୍କୁ ଦଖିଲେ I
  • ୪୭:୦୩ ସବୁଦିନ ପାଉଲ ଓ ଶିଲା ଯିବା ବେଳେବେଳେ ଜଣେ ଭୁତଗ୍ରସ୍ତ__ ଥିବା ଦାସୀ ଝିଅ ସେମାନଙ୍କ__ ଅନୁକରଣ କଲେ I

ବୋର୍ଡ ଡାଟା :

  • Strong's: G1139

ମଣ୍ଡଳୀ, ମଣ୍ଡଳୀ

ସଂଜ୍ଞା:

ନୂତନ ନିୟମରେ, “ମଣ୍ଡଳୀ” ଶବ୍ଦ ଯୀଶୁଙ୍କଠାରେ ବିଶ୍ୱାସ କରିଥିବା ସ୍ଥାନୀୟ ଗୋଷ୍ଠୀକୁ ବୁଝାଏ ଯେଉଁମାନେ ପ୍ରାର୍ଥନା ଓ ପ୍ରଚାରିତ ହେଉଥିବା ଈଶ୍ୱରଙ୍କ ବାକ୍ୟ ଶୁଣିବା ପାଇଁ ନୀୟମିତ ଭାବେ ଏକତ୍ର ହୁଅନ୍ତି। ବେଳେବେଳେ “ମଣ୍ଡଳୀ” ଶବ୍ଦଟି ସମସ୍ତ ଖ୍ରୀଷ୍ଟିଆନମାନଙ୍କ ପାଇଁ ମଧ୍ୟ ଉଲ୍ଲେଖ କରାଯାଏ।

  • ଆକ୍ଷରିକ ଭାବେ “ଆହ୍ୱାନ ପ୍ରାପ୍ତ” ଲୋକମାନଙ୍କର ସଭା ବା ଧର୍ମସଭା ଯେଉଁମାନେ ଏକ ବିଶେଷ ଉଦ୍ଦେଶ୍ୟ ନେଇ ଏକତ୍ର ହୁଅନ୍ତି।
  • ଯେତେବେଳେ ଏହି ଶବ୍ଦ ଖ୍ରୀଷ୍ଟଙ୍କ ସମଗ୍ର ଶରୀରରେ ଥିବା ସମସ୍ତ ବିଶ୍ୱାସୀଙ୍କୁ ନିର୍ଦ୍ଦେଶ କରିବା ପାଇଁ ବ୍ୟବହୃତ ହୁଏ, କେତେକ ବାଇବଲ ଅନୁବାଦଗୁଡ଼ିକ ଏହାକୁ ସ୍ଥାନୀୟ ମଣ୍ଡଳୀରୁ ଭିନ୍ନତା ଦେଖାଇବା ପାଇଁ ପ୍ରଥମ ଅକ୍ଷରକୁ (“ମଣ୍ଡଳୀ”) ବଡ଼ ଅକ୍ଷରରେ ଲେଖନ୍ତି।
  • ସମୟ ସମୟରେ ନିର୍ଦ୍ଧିଷ୍ଟ ଅଞ୍ଚଳର ବିଶ୍ୱାସୀମାନେ କାହାରି ଗୃହରେ ମଧ୍ୟ ଏକାଠି ହୁଅନ୍ତି। ଏହି ସ୍ଥାନୀୟ ମଣ୍ଡଳୀଗୁଡ଼ିକୁ ସହରର ନାମା ଦିଆଯାଇଥିଲା ଯେପରିକି “ଏଫିସୀୟ ମଣ୍ଡଳୀ।”
  • ବାଇବଲରେ, “ମଣ୍ଡଳୀ” ଏକ ଅଟ୍ଟାଳିକା ବା କୋଠା ଗୃହକୁ ବୁଝାଏ ନାହିଁ।

ଅନୁବାଦର ପ୍ରସ୍ତାବ:

  • “ମଣ୍ଡଳୀ” ଶବ୍ଦକୁ ବିଭିନ୍ନ ଅର୍ଥରେ ଯେପରି “ଏକତ୍ରିକରଣ” କିମ୍ୱା “ସଭା”, କିମ୍ବା “ଧାର୍ମିକ ସଭା” କିମ୍ବା “ଯେଉଁମାନେ ଏକତ୍ର ହୁଅନ୍ତି” ଅନୁବାଦ କରାଯାଇପାରେ।
  • ଏହି ଶବ୍ଦକୁ ଅନୁବାଦ କରିବା ପାଇଁ ବ୍ୟବହୃତ ଶବ୍ଦ ବା ବାକ୍ୟାଂଶ କେବଳ ଗୋଟିଏ ଛୋଟ ଗୋଷ୍ଠୀ ନୁହେଁ ସମସ୍ତ ବିଶ୍ୱାସୀମାନଙ୍କୁ ସୂଚାଇବାରେ ସକ୍ଷମ ହେବା ଆବଶ୍ୟକ।
  • ନିଶ୍ଚିତ ହୁଅ ଯେ, “ମଣ୍ଡଳୀ”ର ଅନୁବାଦ ଏକ ଅଟ୍ଟାଳିକା ବା କୋଠା ଗୃହକୁ ସୂଚିତ କରେ ନାହିଁ।
  • ପୂରାତନ ନିୟମରେ ଅନୁବାଦ କରିବା ପାଇଁ ବ୍ୟବହୃତ ଶବ୍ଦ “ସଭା” ମଧ୍ୟ ଏହି ଶବ୍ଦର ଅନୁବାଦ ପାଇଁ ବ୍ୟବହୃତ ହୋଇପାରେ।
  • ଏହା ଏକ ସ୍ଥାନୀୟ କିମ୍ବା ଜାତୀୟ ବାଇବଲ ଅନୁବାଦରେ କିପରି ଅନୁବାଦ ହୋଇଛି ସେଥିପ୍ରତି ମଧ୍ୟ ଧ୍ୟାନ ଦିଅ। (ଦେଖ: କିପରି ଅଜଣା ବିଷୟକୁ ଅନୁବାଦ କରନ୍ତି)

(ପୁନଶ୍ଚ ଦେଖ: ସଭା, ବିଶ୍ୱାସ, ଖ୍ରୀଷ୍ଟିଆନ)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହର:

  • 43:12 ଆଉ ସେଥିରେ ଯେଉଁମାନେ ପିତରଙ୍କ ବାକ୍ୟ ଗ୍ରହଣ କଲେ ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ଶିଷ୍ୟ ହେଲେ ସେହିଦିନ ପ୍ରାୟ 3,000 ଲୋକ ମଣ୍ଡଳୀ ସାହିତ ସଂଯୁକ୍ତ ହେଲେ। ସେମାନେ ବାପ୍ତିଜିତ ହୋଇ ଯିରୁଶାଲମ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ।
  • 46:09 ଆନ୍ତିୟଖିଆର ଅଧିକାଂଶ ଲୋକମାନେ ଯିହୁଦୀ ନୁହନ୍ତି କିନ୍ତୁ ପ୍ରଥମ ଥର ପାଇଁ ସେମାନଙ୍କ ମଧ୍ୟରୁ ଅନେକ ବିଶ୍ୱାସୀ ହେଲେ। ବର୍ଣ୍ଣବ୍ବା ଓ ଶାଉଲ ସେଠାକୁ ଯାଇ ନୂତନ ବିଶ୍ୱାସୀମାନଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଇ ମଣ୍ଡଳୀକୁ ଶକ୍ତିଯୁକ୍ତ କଲେ।
  • 46:10 ଏଣୁ ଆନ୍ତିୟଖିଆର ମଣ୍ଡଳୀ ବର୍ଣ୍ଣବ୍ବା ଓ ଶାଉଲଙ୍କ ନିମନ୍ତେ ହସ୍ତ ଥୋଇ ପ୍ରାର୍ଥନା କଲେ। ତାପରେ ସେମାନଙ୍କୁ ଅନ୍ୟ ସ୍ଥାନମାନଙ୍କରେ ଯୀଶୁଙ୍କ ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କଲେ।
  • 47:13 ଯୀଶୁଙ୍କର ସୁସମାଚାର ବ୍ୟାପିବାକୁ ଲାଗିଲା, ଏବଂ ମଣ୍ଡଳୀ ବୃଦ୍ଧି ହେଲା
  • 50:01 ପାଖାପାଖି 2,000 ବର୍ଷ ପରେ, ଅଧିକରୁ ଅଧିକ ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ସମ୍ୱନ୍ଧରେ ସୁସମାଚାର ଶୁଣି ଆସୁଅଛନ୍ତି। ମଣ୍ଡଳୀ ବୃଦ୍ଧି ପାଇଆସୁଅଛି।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: G1577

ମଧ୍ୟସ୍ଥତା, ମଧ୍ୟସ୍ଠତା କରନ୍ତି, ମଧ୍ୟସ୍ଠତା ପ୍ରାର୍ଥନା

ସଂଜ୍ଞା:

“ମଧ୍ୟସ୍ଥତା “ଓ “ମଧ୍ୟସ୍ଥତା ପ୍ରାର୍ଥନା “ଶବ୍ଦ ଏକ ବ୍ୟକ୍ତି କୁ ଆଉ ଏକ ବ୍ୟକ୍ତି ନିମନ୍ତେ ଅନୁରୋଧ କରିବା କୁ ଦର୍ଶାଏ I ବାଇବଲରେ ସାଧାରଣତଃ ଅନ୍ୟମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଦର୍ଶାଏ I

  • ଅଭିବ୍ୟକ୍ତି “ମଧ୍ୟସ୍ଥତା ପ୍ରାର୍ଥନା କରିବା’ ଓ ‘ କାହା ପାଇଁ ମଧ୍ୟସ୍ଥତା “ଏହି ଦୁଇ ଶବ୍ଦ ର ଅର୍ଥ ଅନ୍ୟ ଲୋକଙ୍କ ଲାଭ ନିମନ୍ତେ ପରମେଶ୍ୱରଙ୍କୁ ଅନୁରୋଧ କରିବା I
  • ବାଇବଲ ଆମକୁ ଶିକ୍ଷା ଦିଏ କି ପବିତ୍ର ଆତ୍ମା ଆମ ପାଇଁ ମଧ୍ୟସ୍ଥତା କରନ୍ତି, ତାହା ହେଲା ସେ ପରମେଶ୍ୱରଙ୍କୁ ଆମ ନିମନ୍ତେ ପ୍ରାର୍ଥନା କରନ୍ତି I
  • ଏକ ବ୍ୟକ୍ତି ଆଉ ଏକ ବ୍ୟକ୍ତି ନିମନ୍ତେ ମଧ୍ୟସ୍ଠତା କରିବା ହେଉଛି ତାଙ୍କ ନିମନ୍ତେ ଯେ ପଦାଧିକାରୀ ଅଛି ତାହାଙ୍କୁ ଅନୁରୋଧ କରିବା I

ଅନୁବାଦ ପ୍ରସ୍ତାବ “

  • “ମଧ୍ୟସ୍ଥତା” କୁ ଅଲଗା ପ୍ରକାର ଅନୁବାଦ କଲେ ତାହା “କାହା ନିମନ୍ତେ ଓକିଲାତି କରିବା “କିଅବା “କାହାକୁ ପ୍ରବଳ ଭାବରେ ଆଉ କାହା ନିମନ୍ତେ ବାଧ୍ୟ କରାଇବା “ହୁଏ I
  • “ମଧ୍ୟସ୍ଥ ପ୍ରାର୍ଥନା କରିବା” କୁ “ଦୃଷ୍ଟି ଆକର୍ଷଣ କରିବା” କିଅବା “ଅନୁରୋଧ” କିଅବା “ବାଧ୍ୟ ପ୍ରାର୍ଥନା “ରୂପରେ ଅନୁବାଦ କରାଯାଏ I
  • ବାକ୍ୟାଂଶ “ମଧ୍ୟସ୍ଥତା କରିବା” କୁ “କାହାର ଲାଭ ନିମନ୍ତେ ଅନୁରୋଧ କରିବା” କିଅବା “କାହା ତରଫରୁ ଓକିଲାତି କରିବା” କିଅବା “ସାହାଯ୍ୟ ନିମନ୍ତେ ପରମେଶ୍ୱରଙ୍କୁ ପଚାରିବା “କିଅବା “ପରମେଶ୍ୱରଙ୍କୁ କାହା ପାଇଁ ଓକିଲାତି କରିବା କି ପ୍ରଭୁ ତାହାକୁ ଆଶୀର୍ବାଦ କରନ୍ତୁ “ରୂପରେ ଅନୁବାଦ କରାଯାଇପାରେ I

(ଆହୁରି ଦେଖନ୍ତୁ: ପ୍ରାର୍ଥନା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H6293, G1783, G1793, G5241

ମନୁଷ୍ୟ ପୁତ୍ର, ମନୁଷ୍ୟ ପୁତ୍ର

ସଂଜ୍ଞା:

“ମନୁଷ୍ୟ ପୁତ୍ର” ର ଆଖ୍ୟା ଯୀଶୁ ଓ କେବଳ ତାଙ୍କ ପାଇଁ ବ୍ୟବହାର କରାଯାଏ ସେ ସଦା ସର୍ୱଦା “ମୁଁ “କିମ୍ୱା “ମୋର” ଉପାଧି ବ୍ୟବହାର କରିବା ପରିବର୍ତ୍ତେ ଏହି ଶବ୍ଦକୁ ବ୍ୟବହାର କରନ୍ତି

  • ବାଇବଲରେ, “ମନୁଷ୍ୟ ପୁତ୍ର” ନିର୍ଦ୍ଦେଶ ଦେବାର ଏକ ଉପାୟ କିମ୍ୱା ଜଣେ ମନୁଷ୍ୟ କୁ ସମ୍ବୋଧନ

ଆହୁରି ମଧ୍ୟ ବୁଝା ଯାଇପାରିବ “ମାନବ ଜାତି”

  • ପୁରାତନ ନୀୟମ ସାରା ପୁସ୍ତକ ଯିହିଜିକଲରେ ଯିହିଜିକଲ ସର୍ୱସାଧାରଣରେ ଇଶ୍ୱରଙ୍କୁ “ମନୁଷ୍ୟ ପୁତ୍ର” ବୋଲି ସମ୍ବୋଧନ କରିଛନ୍ତି

ଉଦାହରଣ ସ୍ୱରୂପ ସେ କହିଲେ, “ତୁମେ, ମନୁଷ୍ୟ ପୁତ୍ର, ନିଶ୍ଚିତ ଭାବବାଣୀ “

  • ଭବିଷ୍ୟତବକ୍ତା ଦାନିଏଲ ଦର୍ଶନ ଦେଖିଲେ ଜଣେ “ମନୁଷ୍ୟ ପୁତ୍ର” ମେଘ ମାଳରେ ଆସୁଅଛି ଯାହା ହେଉଛି ମସୀହ ଆସୁ ଅଛନ୍ତି
  • ଯୀଶୁ ମଧ୍ୟ କହିଲେ ଯେ ମନୁଷ୍ୟ ପୁତ୍ର କୌଣସି ଦିନ ମେଘ ମାଳରେ ନିଶ୍ଚୟ ଆସିବେ
  • ମନୁଷ୍ୟ ପୁତ୍ର ମେଘ ମାଲରେ ଅସିବେ ଶବ୍ଦ ଗୁଡିକ ପ୍ରକାଶ କରେ ଯେ ଯୀଶୁ ମସୀହ ଇଶ୍ୱର ଅଟନ୍ତି

ଅନୁବାଦ ପ୍ରସ୍ତାବ ଗୁଡିକ:

  • ଯୀଶୁ ଯେତେବେଳେ “ମନୁଷ୍ୟ ପୁତ୍ର” ଶବ୍ଦ ବ୍ୟବହାର କଲେ ଅନୁବାଦ ହେବ ଯଥା “ଯେ ମନୁଷ୍ୟ ପରି ଦେହବନ୍ତ ହେଲେ” ନତୁବା “ସ୍ୱର୍ଗରୁ ଆନୀତ ମନୁଷ୍ୟ “

  • କେହି କେହି ଅନୁବାଦକ କୋଶ୍ଚିତ ବ୍ୟବହାର୍ କରନ୍ତି “ମୁଁ” କିମ୍ୱା “ମୋର” ଏହି ଉପାଖ୍ୟାନ ସହିତ (ଯଥା ମୁଁ, ମନୁଷ୍ୟ ପୁତ୍ର) ସ୍ପଷ୍ଟ କରିବା ଯେ ଯୀଶୁ ନିଜ ବିଷୟରେ କହୁଅଛନ୍ତି

  • ନିଶ୍ଚିତ ହେବା ଯେ ଏହି ଶବ୍ଦର ଅନୁବାଦ ଯେପରି କୌଣସି ଭୁଲ୍ ଅର୍ଥ ନଦିଏ (ଯଥା ଅବୈଧ ପୁତ୍ର କିମ୍ୱା ଭୁଲ ଆଦର୍ଶ ଦେବା ଯେପରି ଯୀଶୁ କେବଳ ମନୁଷ୍ୟଥିଲେ)

  • ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ଦର୍ଶାଏ, “ମନୁଷ୍ୟ ପୁତ୍ର” ଅନୁବାଦ ହୋଇପାରିବ ଯଥା “ତୁମେ ଜଣେ ମନୁଷ୍ୟ ଅଟ” କିମ୍ୱା “ତୁମେ ମଣିଷ “କିମ୍ୱା “ମାନବ ଜାତି “କିମ୍ୱା “ମଣିଷ”

(ଦେଖ: ସ୍ୱର୍ଗ, ପୁତ୍ର, ଇଶ୍ୱରଙ୍କ ପୁତ୍ର, ଯିହୋଵା

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H120, H606, H1121, H1247, G444, G5207

ମନୋନୀତ, ବାଛିବା, ମନୋନୀତ ଲୋକମାନେ, ମନୋନୀତ ବ୍ୟକ୍ତି, ମନେ ମନେ ସ୍ଥିର କରିବା ବା ନିର୍ବାଚନ କରିବା

ସଂଜ୍ଞା:

“ମନୋନୀତ” ଶବ୍ଦର ଆକ୍ଷେରିକ ଅର୍ଥ “ମନୋନୀତ ବ୍ୟକ୍ତିମାନେ” କିମ୍ୱା “ମନୋନୀତ ଲୋକମାନେ” ଏବଂ ଯେଉଁମାନଙ୍କୁ ପ୍ରଭୁ ନିଯୁକ୍ତି କଲେ କିମ୍ୱା ବାଛିଲେ ସେମାନଙ୍କୁ ସୁଚାଏ। “ମନୋନୀତ ବ୍ୟକ୍ତି” କିମ୍ୱା “ଈଶରଙ୍କ ମନୋନୀତ ବ୍ୟକ୍ତି” ଏପରି ଶିରୋନାମା ଯାହା ଯୀଶୁଙ୍କୁ ବୁଝାଏ, ଯିଏ ମନୋନୀତ ମସୀହ ଅଟନ୍ତି।

  • “ମନୋନୀତ” ଶବ୍ଦର ଅର୍ଥ ହେଲା କିଛି ବିଷୟ ବାଛିବା କିମ୍ୱା କାହାକୁ ବାଛିବା କିମ୍ୱା କିଛି ନିଷ୍ପତି ନେବା। ଅନେକ ସମୟରେ ଏହି ଶବ୍ଦଟି ପରମେଶ୍ଵରଙ୍କ ନିଜର ସେବା ପାଇଁ ମନୋନୀତ ବା ନିଯୁକ୍ତି କରିଥିବା ଲୋକମାନଙ୍କୁ ବୁଝାଏ।
  • "ମନୋନୀତ” ହେବାର ଅର୍ଥ “ସର୍ବଶ୍ରେଷ୍ଠକୁ ବାଛିବା” କିମ୍ୱା “ନିଯୁକ୍ତି ହେବା” କିମ୍ୱା କିଛି କରିବା।
  • ଈଶ୍ଵର ଲୋକମାନଙ୍କୁ ପବିତ୍ର ହେବା ନିମନ୍ତେ ବାଛିଲେ, ଏବଂ ଉତ୍ତମ ଫଳ ବହନ କରିବା ଉଦ୍ଦେଶ୍ୟରେ ତାହାଙ୍କ ଦ୍ୱାରା ପୃଥକ କଲେ। ସେଥି ପାଇଁ ସେମାନେ “ମନୋନୀତ ଲୋକ” କିମ୍ୱା “ସର୍ବଶ୍ରେଷ୍ଠ ଲୋକ” ବୋଲି ଡକାଯାଏ।
  • “ମନୋନୀତ ବ୍ୟକ୍ତି” ଶବ୍ଦଟି ବାଇବଲରେ ଅନେକ ସମୟରେ କେତେକ ନିର୍ଦ୍ଦିଷ୍ଟ ଲୋକମାନଙ୍କ ନିମନ୍ତେ ବ୍ୟବହାର କରାଯାଇଅଛି ଯେପରି ମୋଶା ଏବଂ ଦାଉଦ ରାଜା ଯେଉଁମାନଙ୍କୁ ପରମେଶ୍ଵର ଆପଣାର ଲୋକମାନଙ୍କର ନେତା ଭାବରେ ନିଯୁକ୍ତ କରିଥିଲେ। ଏହା ମଧ୍ୟ ପରମେଶ୍ଵରଙ୍କ ମନୋନୀତ ଜାତି ଇସ୍ରାଏଲ ଦେଶକୁ ଦର୍ଶାଏ।
  • ଖଣ୍ଡବାକ୍ୟ “ମନୋନୟନ” ଏକ ପୂରୁଣା ବ୍ୟବହୃତ ଭାଷା ଯାହାର ଆକ୍ଷେରିକ ଅର୍ଥ “ମନୋନୀତ ଲୋକମାନେ” କିମ୍ୱା ”ବଛାଯାଇଥିବା ଲୋକ।" ଖ୍ରୀଷ୍ଟରେ ବିଶ୍ୱାସୀମାନଙ୍କୁ ବୁଝାଇବାବେଳେ ଏହି ଖଣ୍ଡବାକ୍ୟ ମୂଳ ଭାଷାରେ ବହୁବଚନ ଅଟେ।
  • ପୂରାତନ ଇଂରାଜୀ ବାଇବଲ ସଂସ୍କରଣରେ, “ମନୋନୀତ” ଶବ୍ଦ ଉଭୟ ପୂରାତନ ଓ ନୂତନ ନିୟମରେ “ମନୋନୀତ ଲୋକ” ଭାବରେ ଭାଷାନ୍ତର କରାଯାଉଥିଲା।

ଅନେକ ଆଧୁନିକ ସଂସ୍କରଣରେ “ନିର୍ବାଚିତ କରିବା” ଶବ୍ଦଟି ନୂତନ ନିୟମରେ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରି ପରିତ୍ରାଣ ପ୍ରାପ୍ତ ଲୋକମାନଙ୍କୁ ଦର୍ଶାଏ। ବାଇବଲ ମୂଳପାଠର ଅନ୍ୟ ସ୍ଥାନରେ, ଏହି ଶବ୍ଦଟିକୁ ଆକ୍ଷେରିକ ଭାବରେ ଭାଷାନ୍ତର କରି “ମନୋନୀତ ବ୍ୟକ୍ତି” ଭାବରେ ଭାଷାନ୍ତର କରାଯାଇଛି।

ଭାଷାନ୍ତର ନିମନ୍ତେ ପ୍ରସ୍ତାବ:

  • “ମନୋନୀତ” ଶବ୍ଦକୁ “ମନୋନୀତ ବ୍ୟକ୍ତି” କିମ୍ୱା “ମନୋନୀତ ଲୋକ” ଭାବରେ ଭାଷାନ୍ତର କରିବା ଉତ୍ତମ ଅଟେ। ଏହା ମଧ୍ୟ ଏହିପରି ଭାବରେ ଯଥା “ଲୋକମାନେ ଯେଉଁମାନଙ୍କୁ ଈଶ୍ଵର ମନୋନୟନ କଲେ” କିମ୍ୱା “ଈଶ୍ଵର ଯେଉଁମାନଙ୍କୁ ଆପଣାର ଲୋକ କରିବା ନିମନ୍ତେ ନିଯୁକ୍ତି କଲେ” ଭାଷାନ୍ତର କରାଯାଇପାରେ।
  • “ଯେଉଁମାନେ ମନୋନୀତ” ବାକ୍ୟାଂଶଟି “ଯେଉଁମାନେ ନିଯୁକ୍ତ ହୋଇଥିଲେ” କିମ୍ୱା “ଯେଉଁମାନେ ବଛା ଯାଇଥିଲେ” କିମ୍ୱା “ଯାହାକୁ ଈଶ୍ଵର ବାଛିଲେ” ବୋଲି ଭାଷାନ୍ତର କରାଯାଇପାରେ।
  • “ମୁଁ ତୁମକୁ ମନୋନୀତ କରିଛି” ଏହାକୁ “ମୁଁ ତୁମକୁ ନିଯୁକ୍ତି କରିଛି” କିମ୍ୱା “ମୁଁ ତୁମକୁ ବାଛିଅଛି” ଭାବରେ ଭାଷାନ୍ତର କରାଯାଇପାରେ।
  • ଯୀଶୁଙ୍କ ସମନ୍ଧରେ ବ୍ୟବହୃତ ହେଲେ,”ମନୋନୀତ ବ୍ୟକ୍ତି” କୁ “ଈଶ୍ଵରଙ୍କ ମନୋନୀତ ବ୍ୟକ୍ତି” କିମ୍ୱା ”ଈଶ୍ଵରଙ୍କ ମନୋନୀତ ମସୀହ” କିମ୍ୱା “ଈଶ୍ଵରଙ୍କ ଦ୍ୱାରା ନିଯୁକ୍ତି ପ୍ରାପ୍ତ (ଲୋକମାନଙ୍କୁ ରକ୍ଷା କରିବା ନିମନ୍ତେ)” ଭାବରେ ଭାଷାନ୍ତର କରାଯାଇପାରେ।

(ପୁନଶ୍ଚ ଦେଖନ୍ତୁ:ନିଯୁକ୍ତି,ଖ୍ରୀଷ୍ଟ)

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H970, H972, H977, H1262, H1305, H4005, H6901, G138, G140, G1586, G1588, G1589, G1951, G4400, G4401, G4758, G4899, G5500

ମନୋନୀତ, ମନୋନୀତଗଣ, ମନୋନୀତ ପ୍ରାପ୍ତ

ସଂଜ୍ଞା:

ମନୋନୀତ ଏବଂ ମନୋନୀତ ପ୍ରାପ୍ତ ଶବ୍ଦ ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟ କିମ୍ୱା ନାଟକକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ବଛାଯାଇଥିବା ଏବ ବ୍ୟକ୍ତିକୁ ସୂଚାଏ I

  • “ମନୋନୀତ ହେବା” ମଧ୍ୟ କିଛି ବିଷୟକୁ ଗ୍ରହଣ ନିମନ୍ତେ “ବଛାଯାଇଥିବା” ବ୍ୟକ୍ତିକୁ ସୂଚାଇପାରେ, ଯଥା “ଅନନ୍ତ ଜୀବନକୁ ମନୋନୀତ” ଭାବରେ I

ସେହି ଲୋକ “ଅନନ୍ତ ଜୀବନ ନିମନ୍ତେ ମନୋନୀତ” ହୋଇଥିଲେ ଯାହାର ଅର୍ଥ ସେମାନେ ଅନନ୍ତ ଜୀବନ ଗ୍ରହଣ କରିବା ନିମନ୍ତେ ମନୋନୀତଥିଲେ I

  • “ମନୋନୀତ ସମୟ” ପଦ “ପରମେଶ୍ୱର ବାଛିଥିବା ସମୟ” କିମ୍ୱା “କିଛି ବିଷୟ ହେବା ନିମନ୍ତେ ଯୋଜନା ମୂଳକ ସମୟ”କୁ ସୂଚାଏ I
  • ମନୋନୀତ ଶବ୍ଦର ଅର୍ଥ, କୌଣସି ଏକ ବ୍ୟକ୍ତିକୁ ଯେକୌଣସି କାର୍ଯ୍ୟ କରିବା ନିମନ୍ତେ ଆଦେଶ ଦେବା” କିମ୍ୱା ସମର୍ପଣ କରିବା” ମଧ୍ୟ ହୋଇପାରେ I

ଅନୁବାଦର ପ୍ରସ୍ତାବିତ ବିଷୟମାନ:

  • ପ୍ରସଙ୍ଗ ଅନୁଯାୟୀ, “ମନୋନୀତ” ଶବ୍ଦର ଅନୁବାଦ କରିବାର ମାଧ୍ୟମ “ବାଛିବା” କିମ୍ୱା “ସମର୍ପଣ କରିବା” କିମ୍ୱା “ନୀୟମ ଭାବରେ ବାଛିବା” କିମ୍ୱା “ନାମିତ କରିବା”ର ଅନ୍ତର୍ଭୁକ୍ତ ହୋଇପାରେ I
  • “ମନୋନୀତ ପ୍ରାପ୍ତ” ପଦ “ସମର୍ପିତ” କିମ୍ୱା ଯୋଜନା କୃତ” କିମ୍ୱା “ନିର୍ଦ୍ଧିଷ୍ଟ ଭାବରେ ବାଛିବା” ଭାବରେ ଅନୁବାଦ କରାଯାଇପାରେ I
  • “ନିଯୁକ୍ତି କରିବା”ର ଅର୍ଥ “ବଛାଯିବା” ମଧ୍ୟ ହୋଇପାରେ I

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H561, H977, H2163, H2296, H2706, H2708, H2710, H3198, H3245, H3259, H3677, H3983, H4150, H4151, H4152, H4487, H4662, H5324, H5344, H5414, H5567, H5975, H6310, H6485, H6565, H6635, H6680, H6923, H6942, H6966, H7760, H7896, G322, G606, G1299, G1303, G1935, G2525, G2749, G4287, G4384, G4929, G5021, G5087

ମନ୍ଦ, ଦୁଷ୍ଟ, ଦୁଷ୍ଟାମି

ପରିଭାଷା:

“ମନ୍ଦ” ଏବଂ “ଦୁଷ୍ଟ” ଶବ୍ଦଟି ଯାହା ଈଶ୍ୱରଙ୍କ ପବିତ୍ର ଚରିତ୍ର ଏବଂ ଇଛା ବିରୁଦ୍ଧ ତାକୁ ବୁଝାଏ I

  • ”ମନ୍ଦ” ଶବ୍ଦଟି ଏକ ବ୍ୟକ୍ତିର ଚରିତ୍ରକୁ ବର୍ଣ୍ଣନା କରେ, “ଦୁଷ୍ଟ” ଶବ୍ଦଟି ଏକ ବ୍ୟକ୍ତିର ଆଚରଣକୁ ବର୍ଣ୍ଣନା କରେ I

ତଥାପି, ଉଭୟ ଶବ୍ଦଟି ସମାନ ଅର୍ଥ ପ୍ରକାଶ କରେ I

  • ”ଦୁଷ୍ଟାମି” ଶବ୍ଦଟି ବ୍ୟକ୍ତିର ପାପର ଗୁଣକୁ ବୁଝାଏ I
  • ମନ୍ଦର ପରିଣାମ ଲୋକମାନେ କିପରି ଅନ୍ୟମାନଙ୍କୁ ହତ୍ୟା, ଚୋରୀ, ଗାଳି କରନ୍ତି ଏବଂ ନିଷ୍ଠୁର ବ୍ୟବହାର କରନ୍ତି ଏଥିରେ ପ୍ରକାଶ ପାଏ I

ଭାଷାନ୍ତର ପାଇଁ ପ୍ରସ୍ତାବନା:

  • ପରିପେକ୍ଷୀକୁ ଆଧାର କରି “ମନ୍ଦ” ଏବଂ “ଦୁଷ୍ଟ” ଶବ୍ଦ ଗୁଡିକୁ “ଖରାପ” କିମ୍ୱା “ପାପମୟ” କିମ୍ୱା “ଅନୌତିକ” ଭାବରେ ଭାଷାନ୍ତର କରାଯାଇପାରେ I
  • ଅନ୍ୟ ଭାବରେ ମଧ୍ୟ ଭାଷାନ୍ତର କରାଯାଇପାରେ ଯେପରି “ଭଲ ନୁହେଁ” କିମ୍ୱା “ଧାର୍ମିକ ନୁହେଁ” କିମ୍ୱା “ନୌତିକ ନୁହେଁ” I
  • ପରିପେକ୍ଷୀକୁ ଧ୍ୟାନରେ ରଖି ଶବ୍ଦ ଗୁକିକୁ ସ୍ୱଭାବିକ ଭାବେ ଭାଷାନ୍ତର କରିବା ଆବଶ୍ୟକ I

(ମଧ୍ୟ ଦେଖନ୍ତୁ:ଅବାଧ୍ୟ,ପାପ,ଉତ୍ତମ,ଧାର୍ମିକ,ଦିଆବଳ)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • ୦୨:୦୪ _” ଈଶ୍ୱର ଜାଣିଥିଲେ କି ଫଳ ଖାଇବା ମାତ୍ରେ ତୁମେ ଈଶ୍ୱରଙ୍କ ପରି ହେବ ଏବଂ ଭଲ ଏବଂ __ମନ୍ଦ__ପ୍ରଭେଦ ଜାଣିବ I
  • ୦୩:୦୧ _ ଅନେକେ ସମୟପରେ ଅନେକ ଲୋକ ଜଗତରେ ବାସ କରୁଥିଲେI

ସେମାନେ ଅତି ଦୁଷ୍ଟ ଏବଂ ହିଂସ୍ରକ ହେଲେ I

  • ୦୩:୦୨ _କିନ୍ତୁ ନୋହ ଈଶ୍ୱରଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଲେ I

__ଦୁଷ୍ଟ__ଲୋକମାନଙ୍କ ମଧ୍ୟରେ ସେ ଜଣେ ଧାର୍ମିକ ଲୋକଥିଲେ I

  • ୦୪:୦୨ _ ଈଶ୍ୱର ଦେଖିଲେ କି ଯଦି ସେମାନେ ମନ୍ଦ କାର୍ଯ୍ୟ କରିବା ପାଇଁ ଚେଷ୍ଟା କଲେ ତା ହେଲେ ସେମାନେ ଅନେକ ପାପରେ ପଡ଼ି ପାରନ୍ତି I
  • ୦୮:୧୨ _”ତୁମେ ମୋ ପ୍ରତି ମନ୍ଦ ଚିନ୍ତା କଲ କିନ୍ତୁ ଯେତେବେଳେ ତୁମେ ମୋତେ ଦାସ ଭାବେ ବିକ୍ରୀକଲ କିନ୍ତୁ ଈଶ୍ୱର ସେହି ମନ୍ଦକୁ ଭଲରେ ପରିଣତ କଲେ I”
  • ୧୪:୦୨ କିଣାନୀୟମାନେ ଦେବତାମାନଙ୍କର ଉପାସନା କଲେ ଏବଂ ଅନେକ__ମନ୍ଦ_ କାର୍ଯ୍ୟ କଲେ I
  • ୧୭:୦୧ _କିନ୍ତୁ ଶାଉଲ ପପ କଲେ ଆଉ ଈଶ୍ୱରଙ୍କ ଅବାଧ୍ୟ ହୋଇ ମନ୍ଦ କର୍ମ କଲେ ତେଣୁ ଆଉ ଏକ ଜଣକୁ ରାଜା କରି ନିଯୁକ୍ତି କଲେ I
  • ୧୮:୧୧ ଇସ୍ରାଏଲରେ ସବୁ ରାଜା __ମନ୍ଦ__କାର୍ଯ୍ୟ କଲେ I
  • ୨୯:୦୮ _ ରାଜା ଅତିଶୟ କ୍ରୋଧ କରି __ଦୁଷ୍ଟ__ଦାସକୁ କାରାଗାରରେ ନିକ୍ଷେପ କଲେ ଯେଉଁ ପର୍ଯ୍ୟନ୍ତ ସେ ତାଙ୍କ ରୁଣ ପରିଶୋଧ କଲେ ନାହିଁ I
  • ୪୫:୦୨ _ ସେମାନେ କହିଲେ, “ଆମେ ସ୍ତିପାନକୁ __ମନ୍ଦ__କଥା ମୋଶା ଏବଂ ଈଶ୍ୱରଙ୍କ ବିରୁଦ୍ଧରେ କହିବା ଶୁଣିଲୁ !”
  • ୫୦:୧୭ ଯୀଶୁ ସବୁ ଲୋତକ ପୋଛିଦେବେ ଏବଂ ଆଉ କିଛି କ୍ଲେଶ, ଦୁଃଖ, କ୍ରନ୍ଦନ, __ ମନ୍ଦ_, କଷ୍ଟ, କିମ୍ୱା ମୃତ୍ୟୁ ରହିଵ ନାହିଁ I

ବୋର୍ଡ ଡାଟା :

  • Strong's: H205, H605, H1100, H1681, H1942, H2154, H2162, H2617, H3415, H4209, H4849, H5753, H5766, H5767, H5999, H6001, H6090, H7451, H7455, H7489, H7561, H7562, H7563, H7564, G92, G113, G459, G932, G987, G988, G1426, G2549, G2551, G2554, G2555, G2556, G2557, G2559, G2560, G2635, G2636, G4151, G4189, G4190, G4191, G5337

ମନ୍ଦିର

ତଥ୍ୟଗୁଡିକ:

ମନ୍ଦିରଟି ପ୍ରାଚେରୀ ବେଷ୍ଟିତ ପ୍ରାଙ୍ଗଣଗୁଡିକ ଦ୍ୱାରା ଘେରା ହୋଇଥିଵା ଏକ ଗୃହ ଅଟେ, ଯେଉଁଠାରେ ଇସ୍ରାଏଲୀୟମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ବଳିଦାନଗୁଡିକ ଉତ୍ସର୍ଗ କରିବା ନିମନ୍ତେ ଆସୁଥିଲେ I ଏହା ଯିରୂଶାଲମ ନଗରୀରେ ମୋରିଆ ପର୍ବତ ଉପରେ ଅବସ୍ଥିତଥିଲା I

  • ଅନେକ ସମୟରେ “ମନ୍ଦିର” ପ୍ରତିଶବ୍ଦଟି ସମୁଦାୟ ମନ୍ଦିର ପରିସରକୁ ବୁଝାଉଥିଲା, ଯାହା ମଧ୍ୟରେ ମୁଖ୍ୟ ଗୃହକୁ ଘେରି ରହିଥିବା ପ୍ରାଙ୍ଗଣଗୁଡିକ ମଧ୍ୟ ଅନ୍ତର୍ଭୁକ୍ତଥିଲା I

ବେଳେବେଳେ ଏହା କେବଳ ଗୃହକୁ ସୂଚାଉଥିଲା I

  • ମନ୍ଦିର ଗୃହର ଦୁଇଟି କୋଠରୀଥିଲା, ଯାହା ପବିତ୍ର ସ୍ଥାନ ଏବଂ ମହାପବିତ୍ର ସ୍ଥାନ ଅଟେ I
  • ଈଶ୍ୱର ମନ୍ଦିରକୁ ଆପଣାର ଆବାସ ସ୍ଥଳ ବୋଲି ଉଲ୍ଲେଖ କରିଥିଲେ I
  • ରାଜା ଶଲୋମନ ଆପଣା ରାଜତ୍ୱ ସମୟରେ ଏହି ମନ୍ଦିର ନିର୍ମାଣ କରିଥିଲେ I

ଏହା ଯିରୂଶାଲମରେ ଉପାସନାର ନିତ୍ୟସ୍ଥାୟୀ ସ୍ଥାନ ହେବା କଥାଥିଲା I

  • ନୂତନ ନିୟମରେ, ଯୀଶୁଙ୍କଠାରେ ବିଶ୍ୱାସୀମାନଙ୍କୁ ଏକ ଦଳ ଭାବରେ “ପବିତ୍ର ଆତ୍ମାଙ୍କ ମନ୍ଦିର” ପ୍ରତିଶବ୍ଦଟି ଉଲ୍ଲେଖ କରାଯାଉଥିଲା, ଯେହେତୁ ପବିତ୍ର ଆତ୍ମା ସେମାନଙ୍କ ମଧ୍ୟରେ ବାସ କରୁଥିଲେ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • ସାଧାରଣତଃ ଯେତେବେଳେ ବାକ୍ୟାଂଶ କୁହେ ଯେ ଲୋକମାନେ “ମନ୍ଦିରରେଥିଲେ”, ତାହା ଗୃହର ବାହାରେ ଥିବା ପ୍ରାଙ୍ଗଣଗୁଡିକୁ ବୁଝାଏ I

ଏହାକୁ “ମନ୍ଦିର ପ୍ରାଙ୍ଗଣଗୁଡିକରେ” କିମ୍ୱା “ମନ୍ଦିରର ପରିସର ମଧ୍ୟରେ” ବୋଲି ଅନୁବାଦ କରାଯାଇପାରେ I

  • ଯେଉଁ ସ୍ଥାନରେ ଏହାକୁ ସ୍ୱୟଂ ଗୃହ ପ୍ରତି ନିର୍ଦ୍ଧିଷ୍ଟ ଭାବରେ ଉଲ୍ଲେଖ କରାଯାଇଥାଏ, କେତେକ ଅନୁବାଦଗୁଡିକରେ ଉଲ୍ଲେଖ କରାଯାଇଥିବା “ମନ୍ଦିର”କୁ ଭିନ୍ନତା ପାଇଁ ଅନୁବାଦ କରି “ମନ୍ଦିର ଗୃହ” ବୋଲି କୁହାଯାଇଥାଏ I
  • ଅନ୍ୟ ଉପାୟଗୁଡିକରେ “ମନ୍ଦିର”କୁ ଅନୁବାଦ କରିବା ନିମନ୍ତେ “ଈଶ୍ୱରଙ୍କ ପବିତ୍ର ଗୃହ” ବା “ପବିତ୍ର ଉପାସନାର ସ୍ଥଳ” ଶବ୍ଦଗୁଡିକ ଅନ୍ତର୍ଭୁକ୍ତ କରାଯାଇପାରେ I
  • ଅନେକ ସମୟରେ ବାଇବଲରେ, ମନ୍ଦିରକୁ “ସଦାପ୍ରଭୁଙ୍କ ଗୃହ” ଭାବରେ କିମ୍ୱା “ଈଶ୍ୱରଙ୍କ ଗୃହ” ବୋଲି ଉଲ୍ଲେଖ କରାଯାଇଛି I

(ଆହୁରି ମଧ୍ୟ ଦେଖ: ବଳିଦାନ, ଶଲୋମନ, ବାବିଲୋନ୍, ପବିତ୍ର ଆତ୍ମା, ସମାଗମ ତମ୍ୱୁ,ପ୍ରାଙ୍ଗଣ ବା ପରିସର,ସିୟୋନ, ଗୃହ)

ବାଇବଲ ପଦଗୁଡିକ:

ବାଇବଲର କାହାଣୀଗୁଡିକ ମଧ୍ୟରୁ ଉଦାହରଣଗୁଡିକ:

  • 17:06 ଦାଉଦ ଏକ ମନ୍ଦିର ନିର୍ମାଣ__ଚାହିଁଲେ__ଯେଉଁଠାରେ ସମସ୍ତ ଇସ୍ରାଏଲୀୟମାନେ ଈଶ୍ୱରଙ୍କ ଉପାସନା କରିପାରିବେ ଏବଂ ତାହାଙ୍କ ନିକଟରେ ବଳିଦାନ ଉତ୍ସର୍ଗ କରିପାରିବେ I

  • 18:02 ଯିରୂଶାଲମଠାରେ, ଶଲୋମନ __ମନ୍ଦିର__ନିର୍ମାଣ ଯହିଁ ପାଇଁ ତାହାଙ୍କ ପିତା ଦାଉଦ ଯୋଜନା କରିଥିଲେ ଏବଂ ସମସ୍ତ ଉପାଦାନଗୁଡିକ(ବିଷୟବସ୍ତୁ) ଏକତ୍ରିତ କରିଥିଲେ I

ସମାଗମ ତମ୍ୱୁ ପରିବର୍ତ୍ତେ, ବର୍ତ୍ତମାନ ଲୋକମାନେ__ମନ୍ଦିରରେ__ ଈଶ୍ୱରଙ୍କ ଉପାସନା କଲେ ଏବଂ ତାହାଙ୍କ ନିକଟରେ ବଳିଦାନ ଉତ୍ସର୍ଗ କଲେ I ଈଶ୍ୱର ଆସିଲେ ଏବଂ ମନ୍ଦିରରେ __ଉପସ୍ଥିତ __ଏବଂ ସେ ସେଠାରେ ଆପଣା ଲୋକମାନଙ୍କ ମଧ୍ୟରେ ବାସ କଲେ I

  • 20:07 ସେମାନେ (ବାବିଲୀୟମାନେ) ଯିରୂଶାଲମ ନଗରୀ ଅଧିକାର କଲେ, __ ମନ୍ଦିରକୁ__ ଧ୍ୱଂସ କଲେ, ଏବଂ ସମସ୍ତ ଧନସମ୍ପତ୍ତି ଲୁଟ୍ କରି ନେଇଗଲେ I

  • 20:13 ଯେତେବେଳେ ଲୋକମାନେ ଯିରୂଶାଲମରେ ପହଲେ, ସେମାନେ ମନ୍ଦିର ଏବଂ ନଗରୀର ଚାରିଆଡେ ପ୍ରାଚେରୀ ପୁନଃର୍ନିମାଣ କଲେ__ଏବଂ ମନ୍ଦିର__ କଲେ I

  • 25:04 ତାହାପରେ ଶୟତାନ ଯୀଶୁଙ୍କୁ ମନ୍ଦିରର ଛାତ ଘେନିଯାଇ କହିଲା, “ତୁମ୍ଭେ ଯେତେବେଳେ ଈଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁ ପଡ, କାରଣ ଲେଖାଅଛି, ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବା, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ I

  • 40:07 ସେ ଯେତେବେଳେ ମୃତ୍ୟୁବରଣ କଲେ, ଏକ ଭୂମିକମ୍ପ ହେଲା ଏବଂ ମନ୍ଦିରର __ ଈଶ୍ୱରଙ୍କ ଉପସ୍ଥିତିରୁ ଲୋକମାନଙ୍କୁ__ ବିଚ୍ଛେଦ କରୁଥିବା ବିଶାଳ ପରଦା ଉପରୁ ତଳ ପର୍ଯ୍ୟନ୍ତ ଦୁଇ ଖଣ୍ଡ ହୋଇ ଚିରିଗଲା I

ବୋର୍ଡ ଡାଟା :

  • Strong's: H1004, H1964, H1965, H7541, G1493, G2411, G3485

ମହାଯାଜକ

ସଂଜ୍ଞା:

“ମହାଯାଜକ” ଶବ୍ଦ ବିଶେଷ କରି ଏକ ଜାଯାକ କୁ ଦର୍ଶାଏ ଯେ ଇସ୍ରାଏଲ ର ଆଉ ସବୁ ଯାଜକମାନଙ୍କ ସେବା କରିବା ନିମନ୍ତେ ଗୋଟିଏ ବର୍ଷ ନିମନ୍ତେ ନିଯକ୍ତ ହୋଇ ଥାଆନ୍ତି I

  • ଏକ ମହାଯାଜକ ର ବିଶେଷ ଦଦାୟିତ୍ୱ ଥାଏ I

କେବଳ ସେ ଜଣେ ଯେ ଯାହାକୁ ମନ୍ଦିରର ମହା ପବିତ୍ର ସ୍ଥାନ କୁ ଯିବା ନିମନ୍ତେ ଅନୁମାତି ପାଇ ଅଛନ୍ତି, ବର୍ଷକୁ ଥରେ ଏକ ବିଶେଷ ବଳି ଉତ୍ସର୍ଗ କରିବା ନିମନ୍ତେ I

  • ଇସ୍ରାଏଲରେ ଅନେକ ଯାଜକଥିଲେ କିନ୍ତୁ ଥରେ କେବଳ ଗୋଟିଏ ମହାଯାଜକ ହୋଇପାରେ I
  • ଯେତେବେଳେ ଯୀଶୁ ବନ୍ଦୀ କରା ଗଲେ, କୈଫା ମହାଯାଜକଥିଲେ I

କିଫାର ସଶୁର ହାନା ଏବେଳେ ବେଳେ ଲେଖାଯାଏ କାରଣ ସେ ତାହା ପୂର୍ବରୁ ମହାଯାଜକଥିଲେ, ହୋଇପାରେ ତାହାଙ୍କ ହସ୍ତରେ ସେହି ସମୟରେ ମଧ୍ୟ ଲୋକଙ୍କ ଉପରେ ଅଧିକାର ଓ ସାମର୍ଥଥିଲା I

ଅନୁବାଦ ପ୍ରସ୍ତାବ:

  • “ମହାଯାଜକ “କୁ “ସର୍ୱୋଚ ଯାଜକ “କିଅବା “ଉଚ ପଦବୀ ଧାରୀ ମହାଯାଜକ “ରୂପରେ ଅନୁବାଦ କରାଯାଇପାରେ I
  • ନିଶ୍ଚିନ୍ତ ହୁଅନ୍ତୁ କି ଏହି ଶବ୍ଦ “ମୁଖ୍ୟ ଯାଜକ “ଠାରୁ ଅଲଗା ରୂପରେ ଅନୁବାଦ କରାଯାଏ I

(ଆହୁରି ଦେଖନ୍ତୁ: ହାନା, କୈଫା, ମୁଖ୍ୟ ଯାଜକ, ଯାଜକ, ମନ୍ଦିର)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୧୩:୦୮ ମହାଯାଜକ ଙ୍କୁ ଛାଡ଼ି ପରଦା ପଛରେ ଥିବା ମହା ପବିତ୍ର କୋଠାରୀ ରୁ ଆଉ କେହି ପ୍ରବେଶ କରି ପାରିବେ ନାହିଁ I
  • ୨୧:୦୭ ଯେଉଁ ଖ୍ରୀଷ୍ଟ ଆସିବେ ସେ ଏକ ସିଦ୍ଧ ମହାଯାଜକ ହେବେ ଯେ ନିଜକୁ ଏକ ନିଖୁନ୍ତ ବଳି କରି ପରମେଶ୍ୱରଙ୍କୁ ଉତ୍ସର୍ଗ କରିବେ I
  • ୩୮:୦୩ ଯିହୁଦୀ ନେତାମାନେ __ମହାଯାଜକ __ ଙ୍କ ନେତୃତ୍ୱରେ ଚାଲି ଯୀଶୁଙ୍କୁ ବିଶ୍ୱାସଘାତ କରିବା ନିମନ୍ତେ ୩୦ ଟି ମୁଦ୍ରା ଦେଇଥିଲେ I
  • ୩୯:୦୧ ସୈନିକମାନେ ଯୀଶୁଙ୍କୁ ମହାଯାଜକ ନିକଟକୁ ନେଇ ଗଲେ କି __ମହାଯାଜକ __ ତାହାଙ୍କୁ ପ୍ରଶ୍ନ ପଚାରନ୍ତୁ I
  • ୩୯:୦୩ ଅନ୍ତରେ, ମହାଯାଜକ ଯୀଶୁଙ୍କୁ ସିଧା ଦେଖି ପଚାରିଲେ, “ଆମକୁ କୁହ କଅଣ ତମେ ଖ୍ରୀଷ୍ଟ, ପରମେଶ୍ୱରଙ୍କ ପୁତ୍ର ଅଟ I
  • ୪୪:୦୭ ତା ପର ଦିନ, ଜିହୁଡା ନେତାମାନେ ପିତର ଓ ଯୋହନ କୁ __ମହାଯାଜକ __ ଓ ଅନ୍ୟ ଇସରେଲର ନେତାମାନଙ୍କ ନିକଟକୁ ଆଣିଲେ I
  • ୪୫:୦୨ ତେଣୁ ଧାର୍ମିକ ନେତାମାନ ସ୍ଥିପାନ କୁ ବନ୍ଦୀ କରି ମହାଯାଜକ ଓ ଯିହୁଦୀ ନେତାମାନଙ୍କ ନିକଟକୁ ଆଣିଲେ ଯାହା ଅନେକ ମିଥ୍ୟା ସାକ୍ଷ ସ୍ଥିପାନ ବିରୁଧରେ କହିବାକୁଥିଲେ I
  • ୪୬:୦୧ ମହାଯାଜକ ଶାଉଲ କୁ ଅନୁମତି ଦେଲେ କି ସେ ଦେମସକସ ନଗରକୁ ଯାଇ ଖ୍ରୀଷ୍ଟିଆନ ଲୋକଙ୍କୁ ବନ୍ଦୀ କରି ଯିରୁଶାଲମ କୁ ଆଣନ୍ତୁ I
  • ୪୮:୦୬ ଯୀଶୁ ଏକ ମହାନ __ମହାଯାଜକ __ଥିଲେ I
  • ଅନ୍ୟ ମହାଯାଜକ ପରି ନୁହେଁ, କିନ୍ତୁ ସେ ନିଜକୁ ଉତ୍ସର୍ଗ କଲେ କି ଯାହା ସମସ୍ତମାନବ ଜାତିର ପାପ ନେଇଯାଏ I

ଯୀଶୁ ସିଦ୍ସ୍ __ମହାଯାଜକ__ଥିଲେ କାରଣ ସେ ସମସ୍ତ ପାପର ଦଣ୍ଡ ନିଜ ଉପରେ ନେଲେ ଯେତେବେଳେ ଯିଏ ଯେଉଁ ଠାରେ କରିଥିଲେ I

ବୋର୍ଡ ଡାଟା :

  • Strong's: H7218, H1419, H3548, G748, G749

ମହିମା

ସଂଜ୍ଞା:

“ମହିମା” ଶବ୍ଦ ମହାନତା ଓ ଐଶର୍ଯ୍ୟ କୁ ଦଶାଏ, ଅଧିକାଂଶ ସମାରେ ରାଜାର ଗୁଣ କୁ ଦେଖାଏ I

  • ବାଇବଲରେ, “ମହିମା” ପରମେଶ୍ୱରଙ୍କର ମହାନତା କୁ ଲଗାତର ଦର୍ଶାଏ ଯେ ବିଶ୍ୱର ସର୍ୱୋଚ ରାଜା ଅଟନ୍ତି I
  • “ମହା ମହିମ “ଏକ ରାଜାକୁ ସମ୍ବୋଧିତ କରିବାର ଶୈଳୀ ଅଟେ I

ଅନୁବାଦ ପ୍ରସ୍ତାବ:

  • ଏହି ଶବ୍ଦକୁ “ରାଜାକିୟ ମହାନତା” କିଅବା “ରାଜକୀୟ ଐଶର୍ଯ୍ୟ “ରୂପରେ ଅନୁବାଦ କରାଯାଇପାରେ I
  • “ମହା ମହିମ “କୁ “ହେ ଉଚିକୃତ” କିଅବା “ହେ ସବୋତମ” କିଅବା ଏକ ପ୍ରକୃତିକ ରୂପରେ ଏକ ରାଜାକୁ କିଅବା ଶାସକ କୁ ସମ୍ବୋଧିତ କରିବାର ଶୈଳୀ ଅଟେ ରୂପରେ ଅନୁବାଦ କରାଯାଇପାରେ I

(ଆହୁରି ଦେଖନ୍ତୁ: ରାଜା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1347, H1348, H1420, H1923, H1926, H1935, H7238, G3168, G3172

ମାନତ,ମାନତମାନ,ମାନତ କଲେ

ସଂଜ୍ଞା:

ମାନତ ଏକ ପ୍ରତିଜ୍ଞା ଅଟେ ଯାହା ଲୋକମାନେ ପରମେଶ୍ୱରଙ୍କର ନିମନ୍ତେ ରହନ୍ତି I ଏକ ବ୍ୟକ୍ତି ପ୍ରତିଜ୍ଞା କରେ କି ବିଶେଷ ରୂପରେ ପରମେଶ୍ୱରଙ୍କର ପ୍ରତି କିଛି କରିବା ନିମନ୍ତେ ଯାହା ପରମେଶ୍ୱରଙ୍କୁ ଭକ୍ତି ଓ ସମ୍ମାନ ଦେବା ନିମନ୍ତେ ଅଟେ I

  • ଜଣେ ବ୍ୟକ୍ତିମାନତ ମନାସିଲା ପରେ ସେ ତାହା ପୁରା କରିବା ନିମନ୍ତେ ବନ୍ଧା ହୋଇଯାଏ I
  • ବାଇବଲ ଶିକ୍ଷା ଦିଏ କି ଯଦି ଜଣେ ବ୍ୟକ୍ତି ନିଜରମାନତ ପୁରା ନ କରେ ତେବେ ପରମେଶ୍ୱର ତାହାର ନ୍ୟାୟ କରିବେ I
  • କେତେକ ସମୟରେ ଗୋଟିଏ ବ୍ୟକ୍ତି ପ୍ରଭୁ ତାହାକୁ ସୁରକ୍ଷା ଦିଅନ୍ତୁ କି ତାହା ନିମନ୍ତେ ପ୍ରବନ୍ଧ କରନ୍ତୁ ବୋଲି ସେ ପ୍ରତିଜ୍ଞା କରେ I

କିନ୍ତୁ ପ୍ରଭୁ ବାଧ୍ୟ ନୁହନ୍ତି କି ସେହି ବ୍ୟକ୍ତି ଯେଉଁମାନତମାନି ଅଛି ତାହାକୁ ସେ ପୁରା କରିବେ I

ଅନୁବାଦ ପ୍ରସ୍ତାବ:

  • ପୃଷ୍ଠଭୂମି ଉପରେ ନିର୍ଭର କରି, “ମାନତ” କୁ “ଅଟଳ ପ୍ରତିଜ୍ଞା “କିଅବା “ପ୍ରତିଜ୍ଞା ପରମେଶ୍ୱରଙ୍କର ପ୍ରତି” ରୂପରେ ଅନୁବାଦ କରାଯାଇପାରେ I
  • ମାନତ ଏକ ବିଶେଷ ପ୍ରତିଜ୍ଞା ଯାହା ପରମେଶ୍ୱରଙ୍କର ପ୍ରତିମାନନ୍ତି I

(ଆହୁରି ଦେଖନ୍ତୁ: ପ୍ରତିଜ୍ଞା:, ଶପଥ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H5087, H5088, G2171

ମାନ୍ନା

ସଂଜ୍ଞା:

ମାନ୍ନା ଏକ ଧବଳ ଶସ୍ୟ ସମାନ ଖାଦ୍ୟ ଯାହା ପରମେଶ୍ୱର ଇସ୍ରାଏଲ ଲୋକଙ୍କୁ ୪୦ ବର୍ଷ ଜଂଗଲ ଯାତ୍ରାରେ ଯେତେବେଳେ ସେମାନେ ମିସର ଛାଡ଼ିଥିଲେ ତେବେ ପ୍ରଦାନ କରିଥିଲେ I

  • ମାନ୍ନା ଏକ ଧଳା ବରଫ ଖଣ୍ଡ ପରି ଦେଖା ଯାଉଥିଲା ଯାହା ପ୍ରତି ସଖାଳେ ଭୂମି ଉପରେ ଶିଶିର ତଳେ ଆବିର୍ଭାବ ହେଉଥିଲା I

ଏହା ମଧହୁ ପରି ସ୍ୱାଦିଷ୍ଟଥିଲା I

  • ଇସ୍ରାଏଲ ଲୋକମାନେମାନ୍ନା ବିଶ୍ରାମ ଦିନ କୁ ଛାଡ଼ି ପ୍ରତିଦିନ ସାଉଁଟୁଥିଲେ I
  • ବିଶ୍ରାମ ଦିନର ପୂର୍ବ ଦିନ ପ୍ରଭୁ ଇସ୍ରାଏଲ୍ ଲୋକଙ୍କୁ ପରମେଶ୍ୱର ଦୁଇ ଦିନ ପାଇଁମାନ୍ନାଏକତ୍ରିତ କରିବାକୁ କହିଲେ କି ସେମାନେ ବିଶ୍ରାମ ଦିନରେ ଆଉ ଏକତ୍ରିତ ନ କରନ୍ତୁ I
  • “ମାନ୍ନା” ଶବ୍ଦ ଅର୍ଥ “ଏହା କଅଣ ଅଟେ ?“
  • ବାଇବଲରେ,ମାନ୍ନା “ସ୍ୱର୍ଗର ରୋଟି “ରୂପରେ ଦର୍ଶାଇ ଯାଇ ଅଛି ଓ “ସ୍ୱର୍ଗରୁ ଶସ୍ୟ “ରୂପରେ I

ଅନୁବାଦ ପ୍ରସ୍ତାବ

  • ଅଲଗା ପ୍ରକାରେ ଏହିଶବ୍ଦ କୁ ଅନୁବାଦ କଲେ “ବରଫର ଛୋଟ ଖଣ୍ଡ ପରି ଖାଦ୍ୟ” କିଅବା “ସ୍ୱର୍ଗର ଖାଦ୍ୟ” କୁ ଅନ୍ତର୍ଭୁକ୍ତ କରାଯାଇପାରେ I
  • ଏହା ମଧ୍ୟ ଧ୍ୟାନ ଦିଅନ୍ତୁ କି ଏହି ଶବ୍ଦ କୁ ସ୍ଥାନୀୟ ଓ ରାଷ୍ଟ୍ରୀୟ ଭାଷାରେ କିପରି ଅନୁବାଦ କରାଯାଇଅଛି I

(ଦେଖନ୍ତୁ: ନାମ କିପରି ଅନୁବାଦ କରାଯାଏ

(ଆହୁରି ଦେଖନ୍ତୁ: ରୋଟି, ମରୁଭୁମୀ, ଶସ୍ୟ, ସ୍ୱର୍ଗ, ବିଶ୍ରାମ ଦିନ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H4478, G3131

ମୁକ୍ତ କରିବା, ରକ୍ଷାକର୍ତ୍ତା, ମୁକ୍ତିଦାତା ବା ମୁକ୍ତି କର୍ତ୍ତା, ମୁକ୍ତି

ସଂଜ୍ଞା:

“ମୁକ୍ତି” ଶବ୍ଦଟି କୌଣସି ଜିନିଷ କିମ୍ୱା ଅନ୍ୟକୁ କିଣିବାକୁ ବୁଝାଏ ଯାହା ପୂର୍ବରୁ ମାଲିକ ହୋଇ ରହିଥିଲା କିମ୍ବା ବନ୍ଦୀ ହୋଇ ରହିଥିଲା। ଜଣେ “ମୁକ୍ତିଦାତା” ହେଉଛନ୍ତି ଯିଏକି କୌଣସି ବିଷୟ କିମ୍ବା କାହାକୁ ମୁକ୍ତ କରନ୍ତି।

  • ଲୋକମାନଙ୍କୁ ବା ବିଷୟ ବସ୍ତୁଗୁଡ଼ିକୁ କିପରି ମୁକ୍ତ କରିବାକୁ ହୁଏ, ସେସମ୍ପର୍କରେ ଈଶ୍ୱର ଇସ୍ରାଏଲୀୟମାନଙ୍କୁ ବ୍ୟବସ୍ଥା ପ୍ରଦାନ କଲେ। ଉଦାହରଣ ସ୍ଵରୁପ ଦାସତ୍ୱରେ ଥିବା ବ୍ୟକ୍ତିଙ୍କୁ ମୂଲ୍ୟ ଦେଇ କେହି ମୁକ୍ତ କରିପାରନ୍ତି ଯାହା ଦ୍ୱାରା ଦାସ ମୁକ୍ତ ହୋଇପାରିବ। “ବନ୍ଦୀ ମୁକ୍ତିର ମୂଲ୍ୟ” ଶବ୍ଦ ମଧ୍ୟ ଏହି ପ୍ରଥାକୁ ବୁଝାଏ।
  • ଯଦି କାହାରି ଭୂମି ବିକ୍ରୟ ହୋଇଥାନ୍ତା, ସେହି ବ୍ୟକ୍ତିଙ୍କର ଜଣେ ଆତ୍ମୀୟ ସେହି ଭୂମିକୁ “ମୁକ୍ତ” କିମ୍ବା “ଫେରି କ୍ରୟ କରିପାରିବ," ଯେପରି ଭୂମି ଖଣ୍ଡିକ ପରିବାର ମଧ୍ୟରେ ରହିବ। ପାରିବେ ଯାହା ଦ୍ୱାରା ଏହା ପରିବାରରେ ରହିବ।
  • ଏହି ଅଭ୍ୟାସ ବା ପ୍ରଥାଗୁଡ଼ିକ ଦର୍ଶାଏ ଯେ, ଈଶ୍ୱର କିପରି ପାପର ଦାସତ୍ୱରେ ଥିବା ଲୋକମାନଙ୍କୁ ମୁକ୍ତ କରନ୍ତି। ଯେତେବେଳେ ଯୀଶୁ କ୍ରୁଶ ଉପରେ ମୃତ୍ୟୁବରଣ କଲେ, ସେ ଲୋକମାନଙ୍କର ପାପ ନିମନ୍ତେ ସମ୍ପୂର୍ଣ୍ଣ ମୂଲ୍ୟ ପ୍ରଦାନ କଲେ ଏବଂ ପରିତ୍ରାଣ ନିମନ୍ତେ ତାଙ୍କଠାରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ମୁକ୍ତ କଲେ। ଯେଉଁ ଲୋକମାନେ ଈଶ୍ୱରଙ୍କ ଦ୍ୱାରା ମୁକ୍ତ ହୋଇଅଛନ୍ତି, ସେମାନେ ପାପରୁ ଏବଂ ଏହାର ଦଣ୍ଡରୁ ମୁକ୍ତ ହୋଇଅଛନ୍ତି।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପୂର୍ବାପର ସମ୍ପର୍କ ଉପରେ ନିର୍ଭର କରି ବା ପ୍ରସଙ୍ଗରେ ନିର୍ଭର କରି, ଏହି “ମୁକ୍ତ କରିବା” ଭାବ ପ୍ରକାଶକ ପଦକୁ “ଫେରସ୍ତ କ୍ରୟ କରିବା” ବା “(ଜଣକୁ)ମୁକ୍ତ କରିବା ନିମନ୍ତେ ମୂଲ୍ୟ ଦେବା” ବା “ମୁକ୍ତିର ମୂଲ୍ୟ ଦେବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
  • ଏହି “ମୁକ୍ତି” ଭାବ ପ୍ରକାଶକ ପଦକୁ “ମୁକ୍ତିର ମୂଲ୍ୟ ପ୍ରଦାନ” ବା “ସ୍ୱାଧିନତାର ମୂଲ୍ୟଦାନ” ବା “ଫେରି କ୍ରୟ କରିବା” ବୋଲି ଅନୁବାଦ କରାଯାଇପାରେ।
  • “ବନ୍ଦୀ ମୁକ୍ତିର ମୂଲ୍ୟ” ଏବଂ “ମୁକ୍ତ କରିବା” ଶବ୍ଦଗୁଡ଼ିକର ମୌଳିକ ଭାବରେ ସମାନ ଅର୍ଥ ରହିଛି, ଏଣୁ ଏହି ଶବ୍ଦଗୁଡ଼ିକର ଅନୁବାଦ କରିବାକୁ କେତେକ ଭାଷାରେ କେବଳ ଗୋଟିଏ ପ୍ରତିଶବ୍ଦ ଥାଇପାରେ। ତଥାପି, “ବନ୍ଦୀ ମୁକ୍ତିର ମୂଲ୍ୟ” ଶବ୍ଦର ଅର୍ଥ ମଧ୍ୟ କୌଣସି ବିଷୟ କିମ୍ବା କାହାକୁ “ମୁକ୍ତ କରିବା” ପାଇଁ ଆବଶ୍ୟକ ପରିଶୋଧ ଦେଇପାରେ। “ମୁକ୍ତି” ଶବ୍ଦ କଦାପି ପ୍ରକୃତ ପରିଶୋଧକୁ ସୂଚିତ କରେ ନାହିଁ। ଏହି ପରିଶୋଧ ନିଜେ ପ୍ରକାଶ କରିବ ଯେ ମୂଲ୍ୟଦାନ କରିବା ଆବଶ୍ୟକ ଅଟେ।

(ଆହୁରି ମଧ୍ୟ ଦେଖ: ମୁକ୍ତ, ପ୍ରତିବଦଳ ବା ମୁକ୍ତିର ମୂଲ୍ୟ)

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H1350, H1353, H6299, H6302, H6304, H6306, H6561, H7069, G59, G629, G1805, G3084, G3085

ମୁକ୍ତିର ମୂଲ୍ୟସ୍ୱରୂପ, ମୁକ୍ତିର ମୂଲ୍ୟ ପ୍ରଦାନ କରିବା

ସଂଜ୍ଞା:

ମୁକ୍ତିର ମୂଲ୍ୟସ୍ୱରୂପ” କହିଲେ, ପଣବନ୍ଦୀ ଭାବରେ ରଖାଯାଇଥିବା ଜଣେ ବ୍ୟକ୍ତିର ମୁକ୍ତି ନିମନ୍ତେ ଦାବୀ କରାଯାଇଥିବା ବା ପ୍ରଦାନ କରାଯାଇଥିବା କିଛି ପରିମାଣର ଅର୍ଥ ବା ଅନ୍ୟ ପ୍ରକାର ପାଉଣାକୁ ସୂଚାଏ I

  • ଏକ କ୍ରିୟା ପଦ ଭାବରେ ମୁକ୍ତିର ମୂଲ୍ୟ ଦେବା କହିଲେ ବନ୍ଦୀ କରାଯାଇଥିବା, ଦାସତ୍ୱରେ ରଖାଯାଇଥିବା ବା ପାପ ପ୍ରତି ଦାସ ହେବା ଅବସ୍ଥାରୁ ଜଣକୁ ଉଦ୍ଧାର ବା ରକ୍ଷା କରିବା ନିମନ୍ତେ କିଛି ପାଉଣା ପ୍ରଦାନ କରିବା ବା ଆତ୍ମ-ତ୍ୟାଗସ୍ୱରୂପ କିଛି କରିବା ବିଷୟକୁ ବୁଝାଏ I

ଏହି “ପୁଣି ଥରେ ଫେରସ୍ତ କିଣିବା” ଅର୍ଥ “ମୁକ୍ତ କରିବା” ସହିତ ସମାନ ଅର୍ଥବୋଧକ ଅଟେ I

  • ଯୀଶୁ ମୁକ୍ତିର ମୂଲ୍ୟସ୍ୱରୂପେ ଆପଣାକୁ ବଧ କରାଯିବା ନିମନ୍ତେ ଅନୁମତି ପ୍ରଦାନ କଲେ ଯେପରି ପାପୀ ମନୁଷ୍ୟମାନଙ୍କୁ ସେମାନଙ୍କ ପାପର ଦାସତ୍ୱ ବନ୍ଧନରୁ ଉଦ୍ଧାର କରିବେ I

ଈଶ୍ୱରଙ୍କ ଦ୍ୱାରା ଆପଣା ଲୋକମାନଙ୍କୁ ସେମାନଙ୍କର ପାପର ଦଣ୍ଡ ବା ଜୋରିମାନା ପୂରଣ କରିବା ନିମନ୍ତେ ପୁଣି ଥରେ ଫେରସ୍ତ କିଣିନେବା କାର୍ଯ୍ୟକୁ ବାଇବଲରେ “ମୁକ୍ତି” ବୋଲି କୁହାଯାଏ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • “ମୁକ୍ତିରସ୍ୱରୂପ” ପ୍ରତିଶବ୍ଦକୁ “ଛାଡିଦେବା ନିମନ୍ତେ ପ୍ରାପ୍ୟ ପ୍ରଦାନ କରିବା” ବା “ମୁକ୍ତ କରିବା ନିମନ୍ତେ ଏକ ମୂଲ୍ୟ ଦେବା” ବା “ଫେରସ୍ତ କ୍ରୟ କରିବା” ବୋଲି ଅନୁବାଦ କରାଯାଇପାରେ I

  • “ମୁକ୍ତିର ମୂଲ୍ୟ ଦେବା” ପଦକୁ “ମୂଲ୍ୟ ପ୍ରଦାନ କରିବା (ସ୍ୱାଧୀନତାର)” କିମ୍ୱା “ଜୋରିମାନା ଦେବା (ଲୋକମାନଙ୍କୁ ମୁକ୍ତ କରିବା ନିମନ୍ତେ)” କିମ୍ୱା “ଆବଶ୍ୟକୀୟ ପାଉଣା ପ୍ରଦାନ କରିବା” ବୋଲି ଅନୁବାଦ କରାଯାଇପାରେ I

  • “ମୁକ୍ତିର ମୂଲ୍ୟସ୍ୱରୂପ” ବିଶେଷ୍ୟ ପଦକୁ “ଛାଡି ଦେବା ନିମନ୍ତେ ମୂଲ୍ୟ ପ୍ରଦାନ କରିବା” ବା ମୁକ୍ତ କରିବା ନିମନ୍ତେ ଏକ ମୂଲ୍ୟ ଦେବା” (ମୁକ୍ତ କରିବା ପାଇଁ ବା ଲୋକମାନ ବା ଦେଶକୁ ଫେରସ୍ତ କ୍ରୟ କରିବା) ବୋଲି ମଧ୍ୟ ଅନୁବାଦ କରାଯାଇପାରେ I

  • “ମୁକ୍ତିର ମୂଲ୍ୟସ୍ୱରୂପ” ଏବଂ “ମୁକ୍ତି” ପ୍ରତିଶବ୍ଦଗୁଡିକର ଅର୍ଥ ଇଂରାଜୀରେ ସମାନ ଅର୍ଥ ରହିଛି, କିନ୍ତୁ ବେଳେବେଳେ କିଛିଟା ଭିନ୍ନ ଭାବରେ ବ୍ୟବହୃତ ହୋଇଥାଏ I

ଅନ୍ୟ ଭାଷାଗୁଡିକରେ ଏହି ଚିନ୍ତାଧାରା ନିମନ୍ତେ କେବଳ ଗୋଟିଏ ପ୍ରତିଶବ୍ଦ ଥାଇପାରେ I

  • ନିଶ୍ଚିତ କର ଯେ ଏହା “ପ୍ରାୟଶ୍ଚିତ୍ତ”ଠାରୁ ଭିନ୍ନ ଭାବରେ ଅନୁବାଦ କରାଯିବ I

(ଆହୁରି ମଧ୍ୟ ଦେଖ: ପ୍ରାୟଶ୍ଚିତ୍ତ, ମୁକ୍ତ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H1350, H3724, H6299, H6306, G487, G3083

ମୁର୍ଖ, ମୂର୍ଖତା ବା ନିର୍ବୋଧ, ନିର୍ବୋଧତା

ସଂଜ୍ଞା:

“ମୁର୍ଖ” ଶବ୍ଦ ଜଣେ ବ୍ୟକ୍ତିକୁ ଯିଏ ଅନେକ ସମୟରେ ଭୁଲ ବିସୟକୁ ବାଛେ, ବିଶେଷ ଭାବରେ ଅନାଜ୍ଞାକାରୀ ହେବା ନିମନ୍ତେ ନିର୍ଣ୍ଣୟ କରିବାକୁ ବୁଝାଏ। “ମୂର୍ଖତା“ ଶବ୍ଦ ଜଣେ ବ୍ୟକ୍ତିକୁ କିମ୍ବା ତାହା ନିର୍ବୋଧ ବ୍ୟବହାରକୁ ବ୍ୟାଖ୍ୟା କରେ।

  • ସାଧାରଣତଃ ବାଇବଲରେ, “ମୁର୍ଖ” ଶବ୍ଦ ଜଣେ ବ୍ୟକ୍ତି ଯିଏ ଈଶ୍ୱରଙ୍କୁ ବିଶ୍ୱାସ କିମ୍ବା ଆଜ୍ଞାକାରୀ ହୁଏ ନାହିଁ ତାହାକୁ ବୁଝାଏ। ଏହା ଅନେକ ସମୟରେ ଜ୍ଞାନୀ ବ୍ୟକ୍ତି ସହିତ ତୁଳନାରେ ପ୍ରଭେଦ ଦେଖାଯାଏ, ଯେ ଈଶ୍ୱରଙ୍କଠାରେ ବିଶ୍ୱାସ କରେ ଏବଂ ଆଜ୍ଞା ପାଳନ କରେ।
  • ଜଣେ ବ୍ୟକ୍ତି ଯିଏ ଈଶ୍ଵରଙ୍କୁ ବିଶ୍ୱାସ କରେ ନାହିଁ, ଜଣେ ଯିଏ ଈଶ୍ଵରଙ୍କ ସୃଷ୍ଟିରେ ସମସ୍ତ ପ୍ରମାଣ ଉପେକ୍ଷା କରେ ଏପରି ଜଣେ ବ୍ୟକ୍ତିଙ୍କୁ ଦାଉଦ ଗୀତସଂହିତାରେ ମୁର୍ଖ ବୋଲି ବ୍ୟାଖ୍ୟା କରନ୍ତି।
  • ପୂରାତନ ନୀୟମର ହିତୋପଦେଶ ମୁର୍ଖ କିମ୍ବା ନିର୍ବୋଧ ବ୍ୟକ୍ତି କିପରି ମଧ୍ୟ ଅନେକ ବ୍ୟାଖ୍ୟା କରେ।
  • କାରଣ “ନିର୍ବୋଧତା” ଶବ୍ଦ ଈଶ୍ଵର ଇଚ୍ଛା ବିରୁଦ୍ଧରେ ନିର୍ବୋଧ କାର୍ଯ୍ୟକୁ ବୁଝାଏ। "ନିର୍ବୋଧତା" ମଧ୍ୟ କିଛି ବିଶୟର ଅର୍ଥ ଅନ୍ତର୍ଭୁକ୍ତ କରେ ଯାହା ହାସ୍ୟାସ୍ପଦ କିମ୍ବା ବିପଦପୂର୍ଣ୍ଣ ଅଟେ।

ଅନୁବାଦ ପ୍ରସ୍ତାବ:

  • “ମୁର୍ଖ” ଶବ୍ଦକୁ “ନିର୍ବୋଧ ବ୍ୟକ୍ତି“ କିମ୍ବା “ଅଜ୍ଞାନୀ ବ୍ୟକ୍ତି” କିମ୍ବା “ନିର୍ବୋଧ ବ୍ୟକ୍ତି“ କିମ୍ବା “ଅଧାର୍ମିକ ବ୍ୟକ୍ତି” ରୂପରେ ଅନୁବାଦ କରାଯାଇପାରେ।
  • “ମୁର୍ଖ“ ଶବ୍ଦକୁ ଅନେକ ପ୍ରକାର ଅନୁବାଦରେ “ବୁଝାମଣାର ଅଭାବ“ କିମ୍ବା “ଅଜ୍ଞାନ“ କିମ୍ବା “ନିର୍ବୋଧ“ ଅନ୍ତର୍ଭୁକ୍ତ ହୋଇପାରେ।

(ଆହୁରି ଦେଖନ୍ତୁ:ଜ୍ଞାନୀ)

ବାଇବଲ ପଦ ପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H191, H196, H200, H1198, H1984, H2973, H3684, H3687, H3688, H3689, H3690, H5014, H5034, H5036, H5039, H5528, H5529, H5530, H5531, H6612, H8417, H8602, H8604, G453, G454, G781, G801, G877, G878, G2757, G3150, G3154, G3471, G3472, G3473, G3474, G3912

ମେଷ ଶାବକ, ପରମେଶ୍ୱରଙ୍କ ମେଷ ଶାବକ

ସଂଜ୍ଞା:

“ମେଷ ଶାବକ” ଶବ୍ଦ ଛୋଟ ମେଷକୁ ଦର୍ଶାଏ I ମେଷମାନେ ଚାରି ଗୋଡ଼ିଆ ପଶୁ ଅଟେ, ଯାହାର ମୋଟ ଉଲ୍ ର ବାଳ ଥାଏ ଓ ଯାହା ପରମେଶ୍ୱରଙ୍କ ନିମନ୍ତେ ବଳି ଉତ୍ସର୍ଗରେ ବ୍ୟବହୃତ ହୁଏ I ଯୀଶୁଙ୍କୁ ପରମେଶ୍ୱରଙ୍କର “ମେଷ ଶାବକ “କୁହାଯାଏ କାରଣ ତାହାଙ୍କୁ ଲୋକ ସମୁହର ପାପ ନିମନ୍ତେ ବଳି ଚାଡ଼ିବାକୁ ପଡ଼ିଲା I

  • ଏହି ପଶୁ ସବୁ ଅତି ସହଜରେ ଭୁଲ୍ ପଥରେ ନିଆ ଯାଇପାରେ ଓ ସେମାନେ ସୁରକ୍ଷା ଆବଶ୍ୟକ କରନ୍ତି I

ପରମେଶ୍ୱର ମନୁଷ୍ୟ କୁ ମେଷ ସହିତ ତୁଳନା କରନ୍ତି I

  • ପରମେଶ୍ୱର ତାହାଙ୍କ ଲୋକଙ୍କୁ ନିର୍ଦେଶନ ଦେଇଥିଲେ ଯେ ଶାରୀରିକ ରୂପରେ ନିଖୁନ୍ତ ମେଷ ଓ ମେଷ ଶାବକ ବଳି ଉତ୍ସର୍ଗ କରିବାକୁ I
  • ଯୀଶୁଙ୍କୁ ପରମେଶ୍ୱରଙ୍କର “ମେଷ ଶାବକ “କୁହାଯାଏ କାରଣ ତାହାଙ୍କୁ ଲୋକ ସମୁହର ପାପ ନିମନ୍ତେ ବଳି ଚାଡ଼ିବାକୁ ପଡ଼ିଲା I

ସେ ଏକ ସିଦ୍ଧ ଓ ନିଖୁନ୍ତ ବଳି ଅଟନ୍ତି କାରଣ ସେ ପାପ ରହିତଥିଲେ I

ଅନୁବାଦ ପ୍ରସ୍ତାବ:

  • ଯଦି ମେଷମାନେ ସ୍ଥାନୀୟ ଜାଗାରେ ଜଣା, ତାହାଙ୍କର ଶାବକ ର ଅନୁବାଦକୁ “ମେଷଶାବକ” ଓ “ପରମେଶ୍ୱରଙ୍କର ମେଷ ଶାବକ “ବ୍ୟବହୃତ ହୁଏ I

“ପରମେଶ୍ୱରଙ୍କର ମେଷ ଶାବକ “କୁ “ପରମେଶ୍ୱରଙ୍କର ପାଇଁ ବଳି ଉତ୍ସର୍ଗ ମେଷ ଶାବକ” କିଅବା “ମେଷ ଶାବକ ପରମେଶ୍ୱରଙ୍କର ନିମନେ ବଳି ଉତ୍ସର୍ଗ କରା ଗଲା “କିଅବା “ପରମେଶ୍ୱରଙ୍କର ପାଇଁ ବଳି ଉତ୍ସର୍ଗ ନିମନ୍ତେ ମେଷ ଶାବକ “ରୂପରେ ଅନୁବାଦ କରାଯାଇପାରେ I

  • ଯଦି ମେଷମାନେ ଅଜଣା, ଏହି ଶବ୍ଦକୁ “ଏକ ଛୋଟ ମେଷ “ତାହା ସହିତ ଏକ ପୃଷ୍ଠା ର ନିମନ ଭାଗର ଟିକା ମେଷ ପାଇଁ ବ୍ୟାଖ୍ୟା କରିବା ଉଚିତ୍ I

ସେହି ଟିକା କୁ ମେଷ ଓ ମେଷ ଶାବକ ସହିତ ତୁଳନା କରା ଯିବ ସେହି ସ୍ଥାନର ଏକ ପଶୁ ସହିତ ଯେ ପଳରେ ବାସ କରେ ଯାହା ଡରୁଆ ଓ ନିଜକୁ ରକ୍ଷା କରିପାରେ ନାହିଁ ଓ ଅନେକ ସମୟରେ ହଜିଯାଏ I

  • ଆହୁରି ଭାବୀ ରଖନ୍ତୁ ଏହି ଅନୁବାଦ ବାଇବଲ ଅନୁବାଦରେ ସ୍ଥାନୀୟ ଓ ରାଷ୍ଟ୍ରୀୟ ଭାଷାରେ କରାଯାଇଅଛି

(ଦେଖନ୍ତୁ: ଅଜଣା କୁ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ମେଷ, ପ୍ରତି ପାଳକ)

ବାଇବଲ ପଦ ପର୍ୱ:

ବାଇବଲ କାହାଣୀ ରୁ ଉଦାହରଣ:

  • 05:07 ଯେତେବେଳେ ଅବ୍ରହାମ୍ ଓ ଇସାକ ବଳି ଉତ୍ସର୍ଗ ସ୍ଥାନକୁ ପହଁଚିଲେ, ଇସାକ ପଚାରିଲା “ବଳି ନିମନ୍ତେ ଆମ ପାଖରେ କାଠ ଅଛି କିନ୍ତୁ __ମେଷ __ କାହିଁ?
  • ୧୧:୦୨ ପରମେଶ୍ୱର ତାହାଙ୍କ ଉପରେ ବିଶ୍ୱାସ କରୁଥିବା ପ୍ରଥମ ଯାତ ସନ୍ତାନ ର ଉଦ୍ଧାର ନିମନ୍ତେ ପ୍ରବନ୍ଧ କଲେ I

ପ୍ରତ୍ୟକ ପରିବାର ଏକ ସିଦ୍ଧ ମେଷ କିଅବା ଛାଗକୁ ବଧ କରିବାରଥିଲା I

  • ୨୪:୦୬ ତା ପର ଦିନ, ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ନେବା ନିମନ୍ତେ ଆସିଲେ I

ଯେତେବେଳେ ଯୋହନ ତାହାଙ୍କୁ ଦେଖିଲେ, ସେ କହିଲେ,”ଦେଖ , ପରମେଶ୍ୱରଙ୍କର ମେଷ ଶାବକ ଯେ ଜଗତର ପାପ ଭାର ବହି ନେଇ ଯାଆନ୍ତି I

  • ୪୫:୦୮ ସେ ପଠନ କଲେ, ସେମାନେ ତାହାଙ୍କୁ ଏକ __ମେଷ ଶାବକ __ବଧ କରିବାକୁ ନେଇ ଯାଉଥିଲେ ଓ ଏକ __ମେଷ ଶାବକ__ପରି ସେ ଶାନ୍ତ ରହିଲେ ଓ ନିଜର ମୁଖ ଖୋଲିଲେ ନାହିଁ I
  • ୪୮:୦୮ ଯେତେବେଳେ ପରମେଶ୍ୱର ଅବ୍ରହାମ୍ କୁ ତାହାଙ୍କର ପୁତ୍ର ଇସାକ କୁ ଉତ୍ସର୍ଗ କରିବାକୁ କହିଲେ, ପରମେଶ୍ୱର ଇସାକ ବଦଳରେ ଏକ ମେଷ ଶାବକ କୁ ପ୍ରବନ୍ଧ କଲେ I

ଆମେ ସମସ୍ତେ ଆମ ପାପ ନିମନ୍ତେ ମାରିବାକୁ ଯୋଗ୍ୟ ! କିନ୍ତୁ ପରମେଶ୍ୱର ଯୀଶୁଙ୍କୁ ଯେ ପରମେଶ୍ୱରଙ୍କର ମେଷ ଶାବକ ଅଟନ୍ତି, ଯୋଗାଇଲେ, ଆମ୍ଭମାନଙ୍କର ନିମନ୍ତେ ବଳି ହେବା ନିମନ୍ତେ I

  • ୪୮:୦୯ ପରମେଶ୍ୱର ମିସରରେ ଯେତେବେଳେ ଶେଷ ମାରୀ ପଠାଇଲେ, ସେ ପ୍ରତ୍ୟକ ଇସରେଲିୟ ପରିବାରକୁ ଏକ ଏକ ସିଦ୍ଧ ମେଷ ଶାବକ ବଧ କରିବାକୁ କହିଲେ ଓ ତାହାର ରକ୍ତ କବାଟ ଚୌ ବନ୍ଧ ଉପରେ ଓ ସବୁ ଆଡ଼େ ଲଗାଇବାକୁ କହିଲେ I

ବୋର୍ଡ ଡାଟା :

  • Strong's: H7716, G721, G2316

ଯାଜକ, ଯାଜକଗଣ, ଯାଜକତ୍ୱ

ସଂଜ୍ଞା

ବାଇବଲରେ, ଯାଜକ ହିଁ ଜଣେ ବ୍ୟକ୍ତି ଯିଏ ଈଶ୍ୱରଙ୍କ ଲୋକମାନଙ୍କ ପକ୍ଷରୁ ଈଶ୍ୱରଙ୍କ ପ୍ରତି ବଳିଦାନ ଉତ୍ସର୍ଗ କରିବା ନିମନ୍ତେ ମନୋନୀତ ହୋଇଥିଲେ I ଜଣେ ଯାଜକ ହେବା ନିମନ୍ତେ ତାହାର ପଦବୀ ବା ଅବସ୍ଥାକୁ “ଯାଜକତ୍ୱ” ନାମ ଦିଆଯାଇଛି I

  • ପୁରାତନ ନିୟମରେ, ଈଶ୍ୱର ଇସ୍ରାଏଲୀୟ ଲୋକମାନଙ୍କର ନିମନ୍ତେ ତାହାଙ୍କର ଯାଜକ ହେବା ନିମନ୍ତେ ହାରୋଣ ଏବଂ ତାଙ୍କର ବଂଶଧରମାନଙ୍କୁ ମନୋନୀତ କରିଥିଲେ I
  • “ଯାଜକତ୍ୱ” ଏକ ଅଧିକାର ଏବଂ ଦାୟିତ୍ୱଥିଲା ଯାହା ଲେବୀୟ ଗୋଷ୍ଠୀରେ ପିତାଙ୍କଠାରୁ ପୁତ୍ର ପର୍ଯ୍ୟନ୍ତ କ୍ରମାଗତ ଭାବରେ ପ୍ରଦତ୍ତ ହୋଇ ପ୍ରଚଳିତ ହେଉଥିଲା I
  • ଲୋକମାନଙ୍କର ବଳିଗୁଡିକ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କରିବା ସଙ୍ଗେ ସଙ୍ଗେ ମନ୍ଦିରରେ ଅନ୍ୟାନ୍ୟ କର୍ତ୍ତବ୍ୟଗୁଡ଼ିକ ସମ୍ପାଦନ କରିବା ଇସ୍ରାଏଲୀୟ ଯାଜକମାନଙ୍କର ଦାୟୀତ୍ୱଥିଲା I
  • ଯାଜକମାନେ ମଧ୍ୟ ଈଶ୍ୱରଙ୍କ ନିକଟରେ ତାହାଙ୍କର ଲୋକମାନଙ୍କ ନିମନ୍ତେ ନୀୟମିତ ପ୍ରାର୍ଥନା ଉତ୍ସର୍ଗ କରିବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଧର୍ମସଂକ୍ରାନ୍ତୀୟ ବିଧିସବୁ ସମ୍ପାଦନ କରୁଥିଲେ I
  • ଯାଜକମାନେ ଲୋକମାନଙ୍କ ଉପରେ ବିଧିଯୁକ୍ତ ଆଶୀର୍ବାଦ ଉଚ୍ଚାରଣ କରୁଥିଲେ ଏବଂ ସେମାନଙ୍କୁ ଈଶ୍ୱରଙ୍କ ବ୍ୟବସ୍ଥାଗୁଡ଼ିକ ଶିକ୍ଷା ପ୍ରଦାନ କରୁଥିଲେ I
  • ଯୀଶୁଙ୍କ ସମୟରେ, ବିଭିନ୍ନ ସ୍ତରର ଯାଜକମାନେଥିଲେ, ଯହିଁରେ ପ୍ରଧାନ ଯାଜକଗଣ ଏବଂ ମହାଯାଜକ ଅନ୍ତର୍ଭୁକ୍ତଥିଲେ I
  • ଯୀଶୁ ଆମ୍ଭମାନଙ୍କର “ମହାନ ମହାଯାଜକ” ଅଟନ୍ତି ଏବଂ ସେ ଈଶ୍ୱରଙ୍କ ଉପସ୍ଥିତିରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି I

ସେ ଆପଣାକୁ ପାପ ନିମନ୍ତେ ଚୁଡାନ୍ତ ବଳି ଭାବରେ ଉତ୍ସର୍ଗ କଲେ I ଏହାର ଅର୍ଥ ଏହି ଯେ, ମଣିଷରୂପୀ ଯାଜକମାନଙ୍କ ଦ୍ୱାରା ଉତ୍ସର୍ଗୀକୃତ ବଳିଗୁଡିକର ଆଉ କୌଣସି ଆବଶ୍ୟକତା ନାହିଁ I

  • ନୂତନ ନିୟମରେ, ଯୀଶୁଙ୍କଠାରେ ଥିବା ପ୍ରତ୍ୟେକ ବିଶ୍ୱାସୀକୁ ଜଣେ ଜଣେ “ଯାଜକ” ଭାବ ନାମିତ କରାଯାଏ, ଯିଏ ସିଧାସଳଖ ଭାବରେ ପ୍ରାର୍ଥନାରେ ଈଶ୍ୱରଙ୍କ ନିକଟକୁ ଆସିପାରେ ଏବଂ ନିଜ ନିମନ୍ତେ ଓ ଅନ୍ୟମାନଙ୍କ ନିମନ୍ତେ ପ୍ରାର୍ଥନା କରିପାରିବ I
  • ପ୍ରାଚୀନ ସମୟରେ, ବିଜାତୀୟ ଯାଜକମାନେ ମଧ୍ୟଥିଲେ ଓ ସେମାନେ ବାଲ୍ ଭଳି ମିଥ୍ୟା ଦେବତାମାନଙ୍କ ପ୍ରତି ବଳି ଉତ୍ସର୍ଗ କରୁଥିଲେ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • ପରିପ୍ରେକ୍ଷୀ ଉପରେ ନିର୍ଭର କରି ଏହି “ଯାଜକ” ଶବ୍ଦକୁ “ବଳିଦାନର ବ୍ୟକ୍ତି” କିମ୍ୱା “ଈଶ୍ୱରଙ୍କ ମଧ୍ୟସ୍ଥ” ବା “ଈଶ୍ୱର ଆପଣାକୁ ପ୍ରତିନିଧିତ୍ୱ କରିବା ନିମନ୍ତେ ନିଯୁକ୍ତ କରିଥିବା ବ୍ୟକ୍ତି” ଭାବରେ ଅନୁବାଦ କରାଯାଇପାରେ I
  • “ଯାଜକ” ଶବ୍ଦର ଅନୁବାଦଠାରୁ “ମଧ୍ୟସ୍ଥି” ଶବ୍ଦର ଅନୁବାଦ ଭିନ୍ନ ହେବା ଉଚିତ I
  • କେତେକ ଅନୁବାଦଗୁଡିକ ସବୁବେଳେ ଏଭଳି କହିବା ପସନ୍ଦ କରନ୍ତି, ଯଥା; “ଇସ୍ରାଏଲୀୟ ଯାଜକ” ବା “ଯିହୂଦୀୟ ଯାଜକ” ବା “ସଦାପ୍ରଭୁଙ୍କ ଯାଜକ” ବା “ବାଲର ଯାଜକ” I ଏଭଳି କହିବା ଦ୍ୱାରା ସେମାନେ ସ୍ପଷ୍ଟ କରିଦେବା ପାଇଁ ଚାହାନ୍ତି ଯେ, ଏହା ଆଧୁନିକ ଧରଣର ଯାଜକକୁ ବୁଝାଏ ନାହିଁ I
  • ଯାଜକ ନିମନ୍ତେ ବ୍ୟବହୃତ ପ୍ରତିଶବ୍ଦ “ପ୍ରଧାନ ଯାଜକ” ଏବଂ “ମହାଯାଜକ” ଏବଂ “ଲେବୀୟ” ଏବଂ “ଭବିଷ୍ୟତବକ୍ତା” ପ୍ରତିଶବ୍ଦଗୁଡ଼ିକଠାରୁ ଭିନ୍ନ ହେବା ଉଚିତ I

(ଆହୁରି ମଧ୍ୟ ଦେଖ: ହାରୋଣ, ପ୍ରଧାନ ଯାଜକଗଣ, ମହାଯାଜକ, ମଧ୍ୟସ୍ଥି, ବଳିଦାନ)

ବାଇବଲ ପଦଗୁଡିକ:

ବାଇବଲର କାହାଣୀଗୁଡ଼ିକ ମଧ୍ୟରୁ ଉଦାହରଣଗୁଡିକ:

  • 04:07” ମଲକୀଷେଦକ, __ଯାଜକ __ ପରାତ୍ପର ଈଶ୍ୱରଙ୍କ ଥିଲେ I
  • 13:09 ଯେକେହି ଈଶ୍ୱରଙ୍କ ବ୍ୟବସ୍ଥା ଉଲଂଘନ କରେ ସେ ସମାଗମ ତମ୍ୱୁ ସମ୍ମୁଖକୁ ଏକ ପଶୁକୁ ଈଶ୍ୱରଙ୍କ ପ୍ରତି ବଳି ସ୍ୱରୂପେ ଏକ ପଶୁକୁ ଆଣିବ I

ଜଣେ __ ଯାଜକ __ ପଶୁକୁ ବଧ କରିବ ଏବଂ ବେଦି ଉପରେ ଏହାକୁ ଦଗ୍ଧ କରିବ I ସେହି ଉତ୍ସର୍ଗ କରାଯାଇଥିବା ପଶୁର ରକ୍ତ ସେହି ବ୍ୟକ୍ତିର ପାପକୁ ଆଚ୍ଛାଦନ କରେ ଏବଂ ଈଶ୍ୱରଙ୍କ ଦୃଷ୍ଟିରେ ସେହି ବ୍ୟକ୍ତିକୁ ଶୁଚି କରେ I ଈଶ୍ୱର ମୋଶାଙ୍କ ଭାଇ ହାରୋଣଙ୍କୁ ଏବଂ ତାଙ୍କର ବଂଶଧରମାନଙ୍କୁ ତାହାଙ୍କର ଯାଜକଗଣ ମନୋନୀତ କଲେ I

  • 19:07 ଅତଏବ _ଯାଜକମାନେ__ବାଲର ଏକ ବଳିଦାନ ପ୍ରସ୍ତୁତ କଲେ କିନ୍ତୁ ଊର୍ଦ୍ଧ୍ୱରୁ ଅଗ୍ନି ଆଣିପାରିଲେ ନାହିଁ I
  • 21:07 ଜଣେ ଇସ୍ରାଏଲୀୟ ଲୋକ__ ଯାଜକ__ ଯିଏ ଲୋକମାନଙ୍କ ପକ୍ଷରୁ ସେମାନଙ୍କ ପ୍ରତିନିଧି ଭାବରେ ସେମାନଙ୍କ ପାପଗୁଡିକ ନିମନ୍ତେ ଈଶ୍ୱରଙ୍କ ପ୍ରତି ବଳିଦାନ ଉତ୍ସର୍ଗ କରେ ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା ମଧ୍ୟ କରେ I

ବୋର୍ଡ ଡାଟା :

  • Strong's: H3547, H3548, H3549, H3550, G748, G749, G2405, G2406, G2407, G2409, G2420

ଯିହୁଦୀ, ଯିହୁଦୀୟ ବା ଯିହୁଦୀମାନେ

ତଥ୍ୟ:

ଯିହୁଦୀୟ ଜାତି ଯେଉଁମାନେ ଅବ୍ରହାମଙ୍କ ନାତି ଯାକୁବର ବଂଶଧର ଅଟନ୍ତି। “ଯିହୁଦୀ“ ଶବ୍ଦ “ଯିହୁଦା" ଶବ୍ଦରୁ ଆସିଛି।

  • ଇସ୍ରାଏଲିୟମାନେ ବାବିଲନ ନିର୍ବାସନରୁ ଯିହୁଦାକୁ ଫେରି ଆସିଲା ପୋରେ ଲୋକମାନେ ସେମାନଙ୍କୁ “ଯିହୁଦୀ” ବୋଲି କହିବାକୁ ଲାଗିଲେ।
  • ଯୀଶୁ ଖ୍ରୀଷ୍ଟ ଜଣେ ଯିହୁଦୀଥିଲେ। ତଥାପି, ଯିହୁଦୀ ଧାର୍ମିକ ନେତାମାନେ ଯୀଶୁଙ୍କୁ ଅଗ୍ରାହ୍ୟ ଏବଂ ତାହାଙ୍କୁ ହତ୍ୟା କରା ଯାଉ ବୋଲି ଦାବି କଲେ।

(ପୁନଶ୍ଚ ଦେଖନ୍ତୁ: ଅବ୍ରହାମ୍, ଯାକୁବ, ଇସ୍ରାଏଲ, ବାବିଲନ, ଯିହୁଦୀ ନେତାମାନେ)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • 20:11 ବର୍ତ୍ତମାନ ଇସ୍ରାଏଲ ଲୋକମାନେ ଯିହୁଦୀ କୁହାଗଲା ଓ ସେହି ସମସ୍ତଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କର ସମ୍ପୁର୍ଣ୍ଣ ଜୀବନ ବାବିଲନରେ ବିତାଇ ଅଛନ୍ତି।
  • 20:12 ତେଣୁ, ନିର୍ବାସନର 70 ବର୍ଷ ପରେ, ଯିହୁଦୀମାନଙ୍କର ଏକ ଛୋଟ ସମୂହ ଯିହୂଦାର ଜିଶାଲାମ ସହରକୁ ଫେରି ଆସିଲେ।
  • 37:10 ଅନେକ ଯିହୁଦୀ ଏହି ଅଶ୍ଚାର୍ଯ୍ୟ କର୍ମ ହେତୁ ଯୀଶୁଙ୍କ ଉପରେ ବିଶ୍ୱାସ କଲେ।
  • 37:11 କିନ୍ତୁ ଯିହୁଦୀମାନଙ୍କର ଧାର୍ମିକ ନେତାମାନେ ହିଂଶା କଲେ, ତେଣୁ ସେମାନେ ଏକତ୍ରିତ ହୋଇ ଯୀଶୁ ଓ ଲାଜାରକୁ କିପରି ହତ୍ୟା କରିବେ ଯୋଜନା କଲେ।
  • 40:02 ଏକ ଫଳକ ଯୀଶୁଙ୍କ ମସ୍ତକ ଉପରେ “ଯିହୁଦୀମାନଙ୍କର ରାଜା” ବୋଲି ସେମାନଙ୍କୁ ଲେଖିବାକୁ ପିଲାତ ଆଜ୍ଞା ଦେଲେ।
  • 46:06 ସେହି ସମୟରେ, ଶାଉଲ ଯିହୁଦୀମାନଙ୍କୁ ଦମ୍ମେସକରେ ପ୍ରଚାର କରି “ଯୀଶୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି" କହିବାକୁ ଲାଗିଲେ!

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H3054, H3061, H3062, H3064, H3066, G2450, G2451, G2452, G2453, G2454

ଯିହୁଦୀମାନଙ୍କର ରାଜା, ଯିହୁଦୀମାନଙ୍କର ରାଜା

ସଂଜ୍ଞା:

“ଯିହୁଦୀମାନଙ୍କର ରାଜା” ପଦବୀ ତାହା ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି ଦର୍ଶାଏ I

  • ପ୍ରଥମ ଥର ବାଇବଲ ଏହି ପଦବୀ କୁ ଉଲ୍ଲେଖ କରେ ଯେତେବେଳେ ପଣ୍ଡିତମାନେ ଯୀଶୁଙ୍କୁ ଦେଖିବା ପାଇଁ ବେଥାଲିହିମ ଆସିଲେ ଯେ “ଯିହୁଦୀମାନଙ୍କର ରାଜା”ଥିଲେ I
  • ସ୍ୱର୍ଗଦୂତ ମରିୟମ କୁ କହିଲେ ଯେ ତାର ପୁତ୍ର, ଦାଉଦ ର ବଂଶ ଧର ହେବ, ସେ ଏକ ରାଜା ହେବେ ଯେ ଚିରଦିନଯାଏ ରାଜତ୍ୱ କରିବେ I
  • ଯୀଶୁକ୍ରୁଶାର୍ପିତ ହେଲା ପରେ, ରୋମୀୟ ସୈନିକମାନେ ବ୍ଂଗରେ କହିଲେ କି ସେ “ଯିହୁଦୀମାନଙ୍କର ରାଜା” ଅଟନ୍ତି I

ଏହି ଶିରୋନାମା ଏକ କାଠ ଖଣ୍ଡ ଉପରେ ଲିଖିତ ହୋଇ ଯୀଶୁଙ୍କର କ୍ରୁଶ ଉପରେ ଲଟକା ଯାଇଥିଲା I

  • ସତରେ ଯୀଶୁ ଯିହୁଦୀମାନଙ୍କର ରାଜା ଅଟନ୍ତି ଓ ସମସ୍ତ ସୃଷ୍ଟି ର ରାଜା ଅଟନ୍ତି I

ଅନୁବାଦ ପ୍ରସ୍ତାବ:

  • “ଯିହୁଦୀମାନଙ୍କର ରାଜା” କୁ “ଯିହୁଦୀମାନଙ୍କର ଉପରେ ରାଜା “କିଅବା “ରାଜା ଯେ ଯିହୁଦୀ ଉପରେ ରାଜତ୍ୱ କରନ୍ତି “କିଅବା “ଯିହୁଦୀମାନଙ୍କର ସର୍ୱୋଚ ଶାସକ ଅଟନ୍ତି” ରୂପରେ ଅନୁବାଦ କରାଯାଏ I
  • ଧ୍ୟାନ ଦିଅନ୍ତୁ ବାକ୍ୟାଂଶ “ର ରାଜା “କୁ ଅନୁବାଦ କରିବାକୁ ଗଲେ ଅନ୍ୟ ସ୍ଥାନରେ କିପରି ଅନୁବାଦ କରାଯାଏ I

(ଆହୁରି ଦେଖନ୍ତୁ: ବଂଶଧର, ଯିହୁଦୀ, ଯୀଶୁ, ରାଜା, ରାଜ୍ୟ, ପରମେଶ୍ୱରଙ୍କର ରାଜ୍ୟ, ପଣ୍ଡିତମାନେ)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୨୩:୦୯ କେତେ ସମୟ ପରେ, ପଣ୍ଡିତ ଲୋକମାନେ ପୂର୍ବ ଦେଶରେ ଏକ ଅସାଧାରଣ ତାରା ଆକାଶରେ ଦେଖିଲେ I

ସେମାନେ ଏହା ଚିନ୍ତା କଲେ __ଯିହୁଦୀମାନଙ୍କର ରାଜା __ ଜନ୍ମ ନେଲେ I

  • ୩୯:୦୯ ପିଲାତ ଯୀଶୁଙ୍କୁ ପଚାରିଲେ, “କଅଣ ତୁମେ __ଯିହୁଦୀମାନଙ୍କର ରାଜା __ ଅଟ?”
  • ୩୯:୧୨ ରୋମୀୟ ସୈନିକମାନେ ଯୀଶୁଙ୍କୁ କୋରୋଡା ପ୍ରହାର କରାଇଲେ, ଏକ ରାଜକୀୟ ବସ୍ତ୍ର ପିନ୍ଧାଇଲେ,ଓ ଏକ କଅଣ୍ଟକ ମୁକୁଟ ତାହାଙ୍କ ମସ୍ତକରେ ତାହାଙ୍କ ଉପରେ ରଖିଲେ I

ତା ପରେ ସେମାନେ ପରିହାସ କରି କହିଲେ, “__ଯିହୁଦୀମାନଙ୍କର ରାଜା __!”

  • ୪୦:୦୨ ପିଲାତ ଆଜ୍ଞା କଲେ କି ସେମାନେ ଏକ ଚିହ୍ନ ସ୍ୱରୂପେ ଯୀଶୁଙ୍କର କ୍ରୁଶ ଉପରେ ଏହା ଲେଖନ୍ତୁ “__ଯିହୁଦୀମାନଙ୍କର ରାଜା __” I

ବୋର୍ଡ ଡାଟା :

  • Strong's: G935, G2453

ଯୀଶୁ, ଯୀଶୁ ଖ୍ରୀଷ୍ଟ, ଖ୍ରୀଷ୍ଟ ଯୀଶୁ

ତଥ୍ୟ:

ଯୀଶୁ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି। “ଯୀଶୁ” ନାମର ଅର୍ଥ ହେଲା “ସଦାପ୍ରଭୁ ଉଦ୍ଧାର କରନ୍ତି।" “ଖ୍ରୀଷ୍ଟ” ଶବ୍ଦ ଏକ ଉପାଧି ଅଟେ ଯାହାର ଅର୍ଥ “ଅଭିଶିକ୍ତ ବ୍ୟକ୍ତି” ଓ ଅନ୍ୟ ଏକ ଶବ୍ଦ ହେଉଛି ମସୀହା।

  • ଦୁଇ ନାମକୁ ଅନେକ ସମୟରେ ସଂଯୁକ୍ତ କରାଯାଏ ଯେପରି “ଯୀଶୁ ଖ୍ରୀଷ୍ଟ” ଓ “ଖ୍ରୀଷ୍ଟ ଯୀଶୁ।" ଏହି ନାମ ସବୁ ଗୁରୁତ୍ୱ ଦିଏ ଯେ ଇଶ୍ୱରଙ୍କ ପୁତ୍ର ମସିହା ଅଟନ୍ତି ଯେ ଲୋକଙ୍କୁ ପାପ ନିମନ୍ତେ ଅନନ୍ତ ଦଣ୍ଡ ପାଉଥିବା ହେତୁ ତାହାଙ୍କୁ ସ୍ୱତନ୍ତ୍ର କରିବାକୁ ଆସିଲେ।
  • ଆଶ୍ଚର୍ଯ୍ୟଜନକ ରୂପରେ ପବିତ୍ର ଆତ୍ମା ପରମେଶ୍ୱରଙ୍କର ଅନନ୍ତ ପୁତ୍ର କୁମାନବ ରୂପରେ ଜନ୍ମାଇଲେ। ତାହାଙ୍କ ମାତା ଏକ ଦୂତ ଦ୍ୱାରା ତାହାଙ୍କୁ ଯୀଶୁ ନାମ ଦେବ ବୋଲି କୁହାଗଲେ କାରଣ ସେ ନିଜ ଲୋକଙ୍କୁ ତାହାଙ୍କ ପାପରୁ ଉଦ୍ଧାର କରିବେ।
  • ଯୀଶୁ ବହୁତ ଆଶ୍ଚର୍ଯ୍ୟକର୍ମ କଲେ ଯାହା ପ୍ରକାଶ କରେ ଯେ ସେ ଈଶ୍ଵର ଅଟନ୍ତି ଏବଂ ସେ ଖ୍ରୀଷ୍ଟ ଅଟନ୍ତି ଅବା ମସୀହା ଅଟନ୍ତି।

ଅନୁବାଦ ପ୍ରସ୍ତାବ:

  • ଅନେକ ଭାଷାରେ “ଯୀଶୁ”ଓ “ଖ୍ରୀଷ୍ଟ “ଏହି ପ୍ରକାରେ ବନାନ ଲେଖାଯାଏ ଯାହା ଶବ୍ଦ ଓ ବନାନକୁ ଏପରି ରଖାଯାଏ ଯେପରି ମୂଳ ଭାଷା ସହ ସମ୍ଭବତ ସମାନ ହୁଏ। ଉଦାହରଣ ସ୍ୱରୂପ, “ଯେସୁକ୍ରୀଷ୍ଟ” ”ଯେଜୁସ୍ ଖ୍ରୀଷ୍ଟସ୍” ଓ "ହେସୁଖ୍ରୀଷ୍ଟୋ” ଏହି ସବୁ ଅଲଗା ଅଲଗା ରୂପରେ ଏହି ନାମକୁ ଅନୁବାଦ କରାଯାଏ।
  • “ଖ୍ରୀଷ୍ଟ” ଶବ୍ଦକୁ କେତେକ ଅନୁବାଦକ କେବଳ କିଛି ରୂପକୁ ବ୍ୟବହାର କରିବା ନିମନ୍ତେ “ମସୀହା” ଶବ୍ଦକୁ ବ୍ୟବହାର କରନ୍ତି।
  • ପୁଣି ଚିନ୍ତା କରନ୍ତୁ ଏହି ସବୁ ନାମର ବନାନ ସ୍ଥାନୀୟ କିଅବା ରାଷ୍ଟ୍ରୀୟ ରୂପରେ କିପରି ଲେଖା ଯାଇଅଛି।

(ଅନୁବାଦ ପ୍ରସ୍ତାବମାନ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଖ୍ରୀଷ୍ଟ, ଈଶ୍ୱର, ପିତା ଈଶ୍ୱର, ମହାଯାଜକ, ଈଶ୍ୱରଙ୍କ ରାଜ୍ୟ, ମରୀୟମ, ଉଦ୍ଧାରକର୍ତ୍ତା, ଈଶ୍ୱରଙ୍କ ପୁତ୍ର)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • 22:04 ସ୍ୱର୍ଗ ଦୂତ କହିଲେ, ତୁମ୍ଭେ ଗର୍ଭବତୀ ହେବ ଓ ଏକ ପୁତ୍ରକୁ ଜନ୍ମ ଦେବ। ତୁମ୍ଭେ ତାହାର ନାମ ଯୀଶୁ ଦେବ ଓ ସେ ମସୀହା ହେବେ।

  • 23:02 “ତାହାଙ୍କ ନାମ ଯୀଶୁ ଦେବ (ଯାହାର ଅର୍ଥ, 'ସଦାପ୍ରଭୁ ଉଦ୍ଧାର କରନ୍ତି') କାରଣ ସେ ଲୋକମାନଙ୍କୁ ସେମାନଙ୍କ ପାପରୁ ଉଦ୍ଧାର କରିବେ।

  • 24:07 ଏଣୁ ଯୋହନ ତାହାଙ୍କୁ (ଯୀଶୁ) ବାପ୍ତିସ୍ମ ଦେଲେ, ଯଦ୍ୟପି ଯୀଶୁ କେବେ ହେଁ ପାପ କରି ନଥିଲେ।

  • 24:09 କେବଳ ଜଣେ ହିଁ ଈଶ୍ଵର ଅଛନ୍ତି। କିନ୍ତୁ ଯୋହନ ଯୀଶୁ ବାପ୍ତିସ୍ମ ଦେଲାବେଳେ ସେ ପିତା ଈଶ୍ଵରଙ୍କ କଥା କହିବାର ଶୁଣିଲେ, ଏବଂ ଯୀଶୁ ଯେ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କୁ ଦେଖିଲେ।

  • 25:09 ଯୀଶୁ ଶୟତାନର ପରିକ୍ଷାରେ ବିଜୟୀ ପ୍ରାପ୍ତ ହେଲେ ଓ ଶୟତାନ ତାହାଙ୍କୁ ଛାଡ଼ି ଚାଲି ଗଲା।

  • 26:08 ତାପରେ ଯୀଶୁ ଗାଲିଲି ଅଞ୍ଚଳକୁ ଚାଲିଗଲେ, ଆଉ ଏକ ବଡ଼ ଭିଡ଼ ତାହାଙ୍କ ପାଖକୁ ଆସିଲା। ସେମାନେ ବହୁତ ଲୋକଙ୍କୁ ଯେଉଁମାନେ ରୋଗୀ କିମ୍ବା ଭିନ୍ନକ୍ଷମ ସହ ଯେଉଁମାନେ ଦେଖି ପାରନ୍ତି ନାହିଁ, ଶୁଣିବା କିମ୍ବା କଥା କହି ପାରୁ ନ ଥିବା ଲୋକମାନଙ୍କୁ ତାହାଙ୍କ ପାଖକୁ ଆଣିଲେ ଆଉ ଯୀଶୁଙ୍କ ସେମାନଙ୍କୁ ସୁସ୍ଥ କଲେ।

  • 31:03 ତାପରେ ଯୀଶୁ ପ୍ରାର୍ଥନା କରିବା ସମାପ୍ତ କଲେ ଏବଂ ଶିଶ୍ୟମାନଙ୍କ ନିକଟକୁ ଗଲେ। ସେ ପାଣି ଉପରେ ଚାଲି ଚାଲି ହ୍ରଦର ଏ ପାଖରୁ ସେପାଖକୁ ସେମାନଙ୍କ ନୌକା ଆଡକୁ ଗଲେ।

  • 38:02 ସେ (ଯିହୂଦା) ଜାଣିଲା ଯେ ଯିହୂଦୀ ନେତାମାନେ ଯୀଶୁଙ୍କୁ ମସୀହା ବୋଲି ଅସ୍ୱିକାର କରୁଥିଲେ ଏବଂ ସେମାନେ ଯେ ତାହାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଥିଲେ।

  • 40:08 ତାହାଙ୍କ ମୃତ୍ୟୁ ଦ୍ୱାରା, ଯୀଶୁ ଈଶ୍ଵରଙ୍କ ନିକଟକୁ ଆସିବାକୁ ଲୋକମାନଙ୍କ ନିମନ୍ତେ ଏକ ପଥ ପ୍ରସ୍ତୁତ କଲେ।

  • 42:11 ତାପରେ ଯୀଶୁ ସ୍ୱର୍ଗକୁ ଅନ୍ତର୍ନିହିତ ହେଲେ ଓ ଏକ ମେଘ ତାହାଙ୍କୁ ସେମାନଙ୍କ ଚକ୍ଷୁରୁ ଘୋଡ଼ାଇଲା। ଯୀଶୁ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇ ସମସ୍ତ ବିଷୟ ଉପରେ ଶାସନ କରନ୍ତି।

  • 50:17 ଯୀଶୁ ଓ ତାହାଙ୍କ ଲୋକମାନେ ନୂତନ ପୃଥିବୀରେ ବାସ କରିବେ, ଏବଂ ସେ ଯାହା କିଛି ଅସ୍ତିତ୍ୱରେ ଅଛି ଚିରଦିନ ନିମନ୍ତେ ତାହା ଉପରେ ରାଜୁତି କରିବେ। ସେ ସମସ୍ତଙ୍କର ଲୋତକ ପୋଛି ଦେବେ ଏବଂ ସେଥିରେ ଆଉ ଯାତନା ଓ ଦୁଃଖ, କ୍ରନ୍ଦନ, ମନ୍ଦତା, କଷ୍ଟ ଓ ମୃତ୍ୟୁ ରହିବ ନାହିଁ। ଯୀଶୁ ତାହାଙ୍କ ରାଜ୍ୟ ଶାନ୍ତି ଓ ନ୍ୟାୟରେ ଶାସନ କରିବେ ଓ ସେ ତାହାଙ୍କ ଲୋକଙ୍କ ସହିତ ଚିରଦିନଯାଏ ରହିବେ।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: G2424, G5547

ରକ୍ତ

ସଂଜ୍ଞା:

"ରକ୍ତ" ଶବ୍ଦଟି ଏହାକୁ ସୂଚିତ କରେ କି ଜଣେ ବ୍ୟକ୍ତି ଆଘାତ ପ୍ରାପ୍ତ ହେଲେ ବା ତା ଦେହରେ କ୍ଷତ ହେଲେ ତାଙ୍କ ଚର୍ମରୁ ଯେଉଁ ଲାଲ ରଙ୍ଗର ତରଳ ପଦାର୍ଥ ନିର୍ଗତ ହୁଏ ତାହାକୁ ରକ୍ତ କୁହାଯାଏ ׀ ମନୁଷ୍ୟର ସମ୍ପୂର୍ଣ୍ଣ ଶରୀରରେ ଏହି ରକ୍ତ ଜୀବନ ପ୍ରଦାନ କରେ ׀

  • ରକ୍ତ ଜୀବନକୁ ସୂଚିତ କରେ ଏବଂ ଯେତେବେଳେ ଏହା ଢ଼ଳା ହୁଏ ବା ବହିଯାଏ, ଜୀବନରେ ଶେଷ ବା ମୃତ୍ୟୁକୁ ବୁଝାଏ ׀
  • ଯେତେବେଳେ ଲୋକମାନେ ପରମେଶ୍ୱର ଙ୍କୁ ବଳି ପ୍ରଦାନ କରୁଥିଲେ, ସେମାନେ ଗୋଟିଏ ଜୀବକୁ ମାରି ବେଦିରେ ତାହାର ରକ୍ତ ଢ଼ାଳୁଥିଲେ ׀

ଏହା ସୂଚିତ କରେ ଯେ କୌଣସି ପଶୁର ବଳିକୃତ ରକ୍ତ ଦ୍ୱାରା ମନୁଷ୍ୟର ପାପ କ୍ରୀତ ହେଉଥିଲା ׀

  • ଯୀଶୁ ଖ୍ରୀଷ୍ଚ କ୍ରୁଶରେ ବଳିକୃତ ହେବା ଦ୍ୱାରା ସେ ସମସ୍ତ ଲୋକଙ୍କର ପାପକୁ ତାଙ୍କ ରକ୍ତ ଦ୍ୱାରା, ସେମାନେ ତାଙ୍କ ପାପ ନିମନ୍ତେ ଯେଉଁ ଦଣ୍ଡ ପାଇବା କଥା ସେଥିରୁ ଉଦ୍ଧାର କରିଛନ୍ତି
  • "ମାଂସ ଏବଂ ରକ୍ତ"ମାନବ ଜାତିକୁ ବୁଝାଏ ׀
  • "ମୋ ନିଜ ମାଂସ ଏବଂ ରକ୍ତ" ଅର୍ଥାତ୍ ଆତ୍ମୀୟ ସ୍ୱଜନକୁ ସହ ସମ୍ପର୍କିତ ׀

ଅନୁବାଦର ପ୍ରସ୍ତାବ

  • ଏହି ଶବ୍ଦକୁ ବିଭିନ୍ନ ଭାଷାରେ ଓ ତାହାର ବ୍ୟବହାର ଅନୁଯାୟୀ ଅନୁବାଦ କରାଯିବା ଉଚିତ ׀
  • "ମାଂସ ଏବଂ ରକ୍ତ"କୁ "ଲୋକମାନେ" ଓ"ମାନବ ଜାତି" ବୋଲି ଅନୁବାଦ କରାଯାଇପାରେ ׀
  • ପ୍ରସଙ୍ଗ ଅନୁଯାୟୀ "ମୋ ନିଜ ମାଂସ ଏବଂ ରକ୍ତ"କୁ " ମୋ ନିଜ ପରିବାର" ବା "ମୋ ସମ୍ପର୍କିୟ" ବା "ମୋ ନିଜ ଲୋକ" ବୋଲି ଅନୁବାଦ କରାଯାଇପାରେ ׀
  • ଯଦି ଲକ୍ଷ୍ୟଯୁକ୍ତ ଭାଷାରେ “ରକ୍ତ ଏବଂ ମାଂସ” ଶବ୍ଦର ଅର୍ଥ ପରି କୌଣସି ପ୍ରକାରର ଶବ୍ଦ ଥାଏ, ତାହା ହେଲେ ସେହି ଶବ୍ଦକୁ ସେହି ଭାଷାରେ ଅନୁବାଦ କରାଯାଇପାରିବ ׀

(ଦେଖନ୍ତୁ: ମାଂସ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବାଇବଲ ଗଳ୍ପରୁ ଉଦାହରଣ:

  • 08:03 ଯୋଷେଫର ଭାଇମାନେ ଘରକୁ ଫେରିବା ପୂର୍ବରୁ ତାହାର ପୋଷାକୁ ଚିରି ଗୋଟିଏ ଛେଳିର ରକ୍ତରେ ବୁଡ଼ାଇଲେ ׀
  • 10:03 ପରମେଶ୍ୱର ନୀଳନଦୀର ଜଳକୁ ରକ୍ତରେ ପରିଣତ କଲେ କିନ୍ତୁ ଫାରେ ଇଶ୍ରାୟେଲୀୟମାନଙ୍କୁ ଛାଡ଼ିଲେ ନାହିଁ ׀
  • 11:05 ପ୍ରତ୍ୟେକ ଇଶ୍ରାୟେଲୀୟ ଲୋକଙ୍କ ଦ୍ୱାର ବନ୍ଧରେ ରକ୍ତ ଲାଗିଥିଲା ତେଣୁ ପରମେଶ୍ୱର ସେହି ଗୃହ ଗୁଡ଼ିକୁ ଅତିକ୍ରମ କଲେ ଏବଂ ସେମାନେ ଗୃହ ମଧ୍ୟରେ ନିରାପଦରେ ରହିଲେ ׀

ସେମାନେ ମେଣ୍ଢା ରକ୍ତ ହେତୁ ଉଦ୍ଧାର ପାଇଲେ ׀

  • 13:09 ସେହି ବଳିକୃତ ପଶୁର ରକ୍ତ କୌଣସି ବ୍ୟକ୍ତିର ପାପକୁ ଆଚ୍ଛାଦନ କରୁଥିଲା ଏବଂ ସେହି ବ୍ୟକ୍ତି ଇଶ୍ୱରଙ୍କ ଦୃଷ୍ଟିରେ ଶୁଚିକୃତ ହେଉଥିଲା ׀
  • 38:05 ତତ୍ପରେ ଯୀଶୁ ଗୋଟିଏ ପାନପାତ୍ର ଆଣି କହିଲେ, "ଏହାକୁ ପାନ କର" ׀

ଏହା ହେଉଛି ମୋର ରକ୍ତ ଯାହାକୁ ନୂତନ ନୀୟମର ସ୍ଥାପିତ ନୀୟମ ତାହା ଦ୍ୱାର୍ ସମସ୍ତ ପାପ କ୍ଷମା ହୁଏ ׀

  • 48:10 ଯେତେବେଳେ ଜଣେ ଯୀଶୁଙ୍କୁ ବିଶ୍ୱାସ କରେ ଯୀଶୁଙ୍କ ରକ୍ତ ସେହି ବ୍ୟକ୍ତିଙ୍କ ପାପ ଦୂରିକୃତ କରେ ଏବଂ ପରମେଶ୍ୱରଙ୍କ ଦଣ୍ଡରୁ ସେ ମୁକ୍ତ ହୁଏ ׀

ବୋର୍ଡ ଡାଟା :

  • Strong's: H1818, H5332, G129, G130, G131, G1420

ରକ୍ଷା, ରକ୍ଷା କରିବା, ଉଦ୍ଧାର କଲେ, ନିରାପଦ, ପରିତ୍ରାଣ

ସଂଜ୍ଞା:

“ରକ୍ଷା ବା ଉଦ୍ଧାର” ଶବ୍ଦ କୌଣସି ବ୍ୟକ୍ତିଙ୍କୁ କ୍ଷତି କିମ୍ବା ବିପଦରୁ ରକ୍ଷା କରିବାକୁ ବୁଝାଏ। “ନିରାପଦ”ର ଅର୍ଥ କୌଣସି କ୍ଷତି କିମ୍ବା ବିପଦରୁ ସୁରକ୍ଷିତ ହେବା।

  • ଶାରୀରିକ ଭାବେ, ଲୋକମାନେ କ୍ଷତି, ବିପଦ କିମ୍ବା ମୃତ୍ୟୁ ମୁଖରୁ ଉଦ୍ଧାର କରିବା।
  • ଆଧ୍ୟାତ୍ମିକ ଦୃଷ୍ଟିରୁ, ଯଦି ଜଣେ ବ୍ୟକ୍ତି “ପରିତ୍ରାଣ” ପାଇଅଛି, ତେବେ ଈଶ୍ଵର, କ୍ରୁଶରେ ଯୀଶୁଙ୍କ ମୃତ୍ୟୁ ଦ୍ୱାରା, ତାଙ୍କୁ କ୍ଷମା କରି ଦେଇଛନ୍ତି ଏବଂ ପାପ ପାଇଁ ନର୍କ ଦଣ୍ଡରୁ “ଉଦ୍ଧାର” କରିଅଛନ୍ତି।
  • ଲୋକମାନେ ଲୋକମାନଙ୍କୁ ବିପଦରୁ ଉଦ୍ଧାର କିମ୍ବା ରକ୍ଷା କରିପାରିବେ, କିନ୍ତୁ କେବଳ ଈଶ୍ୱର ସେମାନଙ୍କର ପାପ ନିମନ୍ତେ ଅନନ୍ତ କାଳୀନ ଦଣ୍ଡରୁ ଉଦ୍ଧାର କରିପାରିବେ।

“ପରିତ୍ରାଣ“ ଶବ୍ଦ ମନ୍ଦ ଏବଂ ବିପଦରୁ ଉଦ୍ଧାର ପାଇଥିବାକୁ ବୁଝାଏ।

  • ବାଇବଲରେ, “ପରିତ୍ରାଣ” ସାଧାରଣ ଆଧ୍ୟାତ୍ମିକ ଏବଂ ଈଶ୍ୱରଙ୍କ ନିକଟରେ ପାପ ସ୍ୱୀକାର ଓ ଅନୁତାପ କରନ୍ତି ଏବଂ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ସେମାନଙ୍କୁ ଈଶ୍ଵରଙ୍କ ଦ୍ୱାରା ପ୍ରଦତ୍ତ ଆଧ୍ୟାତ୍ମିକ ଏବଂ ଅନନ୍ତ ମୁକ୍ତିକୁ ବୁଝାଏ।
  • ବାଇବଲ ମଧ୍ୟ ଈଶ୍ଵରଙ୍କ ନିଜ ଲୋକମାନଙ୍କୁ ଶାରୀରିକ ଶତ୍ରୁମାନଙ୍କଠାରୁ ରକ୍ଷା କରିବା କିମ୍ବା ଉଦ୍ଧାର କରିବା ବିଷୟରେ କହିଥାଏ।

ଅନୁବାଦ ପ୍ରସ୍ତାବ ଗୁଡ଼ିକ:

  • “ଉଦ୍ଧାର” ଶବ୍ଦକୁ ଅନ୍ୟ ଭାବେ ଯଥା “ରକ୍ଷା” କିମ୍ୱା “ବିପଦରୁ ରକ୍ଷା” କିମ୍ୱା “ବିପଦ ପଥରୁ ବାହାର କରିନେବା” କିମ୍ୱା “ମୃତ୍ୟୁରୁ ରକ୍ଷା କରିବା” ଭାବରେ ଅନୁବାଦ କରି ହେବ।

  • “ଯିଏ ନିଜ ଜୀବନ ରକ୍ଷା କରିବେ” ଅଭିବ୍ୟକ୍ତିରେ “ଉଦ୍ଧାର” ଶବ୍ଦକୁ “ସଂରକ୍ଷଣ” କିମ୍ବା “ସୁରକ୍ଷା” ଭାବରେ ଅନୁବାଦ କରାଯାଇପାର।

  • “ନିରାପଦ” ଶବ୍ଦ ଯଥା “ବିପଦରୁ ସୁରକ୍ଷା” କିମ୍ବା “ଏପରି ଏକ ସ୍ଥାନ ଯେଉଁଠି ବିପଦ ନାହିଁ“ ଅନୁବାଦ ହୋଇପାରିବ।

  • “ପରିତ୍ରାଣ” ଶବ୍ଦକୁ ଅନୁବାଦରେ ଯେଉଁ ବାକ୍ୟ ଖଣ୍ଡ ଅଛି ତାହା “ଉଦ୍ଧାର” କିମ୍ୱା “ରକ୍ଷା” ସହିତ ସମ୍ପର୍କ ଅଛି ଯଥା “ଈଶ୍ୱରଙ୍କ ଲୋକମାନେ ଉଦ୍ଧାର ପାଇଁବେ (ସେମାନଙ୍କ ପାପ ପାଇଁ ଦଣ୍ଡ ପାଇବାଠାରୁ)” କିମ୍ୱା “ଈଶ୍ୱର ତାହଙ୍କର ଲୋକମାନଙ୍କୁ ଉଦ୍ଧାର କରନ୍ତି (ସେମାନଙ୍କ ଶତ୍ରୁମାନଙ୍କଠାରୁ)”

  • ”ସଦାପ୍ରଭୁ ମୋର ଉଦ୍ଧାରକର୍ତ୍ତା” ଯେପରି “ଈଶ୍ୱର ଯିଏ ମୋତେ ଉଦ୍ଧାର କରନ୍ତି” ଭାବରେ ଅନୁବାଦ କରାଯାଇପାରେ।

  • “ତୁମ୍ଭେ ବା ତୁମ୍ଭେମାନେ ପରିତ୍ରାଣ କୂପରୁ ଜଳ ବାହାର କରିବ” ଯେପରି ଅନୁବାଦ କରାଯାଇପାରେ “ତୁମ୍ଭେ ବା ତୁମ୍ଭେମାନେ ଜଳ ପରି ସତେଜ ହେବ କାରଣ ଈଶ୍ଵର ତୁମ୍ଭକୁ ବା ତୁମ୍ଭମାନଙ୍କୁ

ଉଦ୍ଧାର କରୁଛନ୍ତି।” (ଦେଖ: କ୍ରୁଶ, ଉଦ୍ଧାର, ଦଣ୍ଡ, ପାପ, ଉଦ୍ଧାରକର୍ତ୍ତା)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣ:

  • 09:08 ମୋଶା ଆପଣା ସାଥୀ ଇସ୍ରାଏଲୀୟକୁ ରକ୍ଷା କରିବାକୁ ଚେଷ୍ଟା କଲେ।
  • 11:02 ଈଶ୍ୱର ତାହାଙ୍କଠାରେ ବିଶ୍ୱାସ କରୁଥିବା ଯେକୌଣସି ବ୍ୟକ୍ତିର ପ୍ରଥମଜାତ ପୁତ୍ରକୁ ଉଦ୍ଧାର କରିବା ନିମନ୍ତେ ଏକ ଉପାୟ ପ୍ରଦାନ କଲେ।
  • 12:05 ମୋଶା ଇସ୍ରାଏଲ ସନ୍ତାନଗଣକୁ କହିଲେ, “ଭୟ କର ନାହିଁ! ଆଜି ଈଶ୍ୱର ତୁମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିବେ ଏବଂ ତୁମ୍ଭମାନଙ୍କୁ ଉଦ୍ଧାର କରିବେ।"
  • 12:13 ଇସ୍ରାଏଲ ସନ୍ତାନଗଣ ସେମାନଙ୍କର ନୂତନ ସ୍ୱାଧିନତା ପାଳନ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କଲେ ଏବଂ ଈଶ୍ୱରଙ୍କ ପ୍ରଶଂସା କଲେ କାରଣ ସେ ସେମାନଙ୍କୁ ମୀସରୀୟ ସୈନିକଠାରୁ ଉଦ୍ଧାର କଲେ।
  • 16:17 ଏହି ପ୍ରଣାଳୀ ଅନେକ ଥର ପୁନରାବୃତ୍ତି ହୋଇଛି: ଇସ୍ରାଏଲମାନେ ପାପ କରିବେ, ଈଶ୍ୱର ସେମାନଙ୍କୁ ଦଣ୍ଡ ଦେବେ, ସେମାନେ ଅନୁତାପ କରିବେ ଏବଂ ଈଶ୍ୱର ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଜଣେ ଉଦ୍ଧାରକାରୀଙ୍କୁ ପଠାଇବେ।
  • 44:08 ”ତୁମ୍ଭେମାନେ ଯୀଶୁଙ୍କୁ କ୍ରୁଶରେ ବଦ୍ଧ କଲ, କିନ୍ତୁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି!ତୁମ୍ଭେମାନେ ତାହାଙ୍କୁ ଅଗ୍ରାହ୍ୟ କଲ, କିନ୍ତୁ ଯୀଶୁଙ୍କ ଶକ୍ତି ବିହୁନେ ପରିତ୍ରାଣ ପାଇବା ନିମନ୍ତେ ଅନ୍ୟ କୌଣସି ମାର୍ଗ ନାହିଁ!"
  • 47:11 କାରଗାରର ଅଧ୍ୟକ୍ଷ ଭୟ ଭିତ ହେଲେ ଯେତେବେଳେ ସେ ପାଉଲ ଓ ସିଲାଙ୍କ ନିକଟକୁ ଆସିଲେ ଆଉ ପଚାରିଲେ, “ମୋତେ ପରିତ୍ରାଣ ପାଇବାକୁ କଅଣ କରିବାକୁ ହେବ?"ପାଉଲ ଉତ୍ତର ଦେଲେ, “ଯୀଶୁଙ୍କଠାରେ ବିଶ୍ୱାସ କର, ତୁମ୍ଭେ ଏବଂ ତୁମ୍ଭର ପରିବାର ପରିତ୍ରାଣ ପାଇବ।”
  • 49:13 ଉତ୍ତମ କାର୍ଯ୍ୟ ତୁମ୍ଭମାନଙ୍କୁ ପରିତ୍ରାଣ କରିପାରିବ ନାହିଁ।
  • 49:13 ଈଶ୍ୱର ପ୍ରତ୍ୟେକଙ୍କୁ ଉଦ୍ଧାର କରିବେ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ଵାସ କରିବେ ଏବଂ ତାହାଙ୍କୁ ଆପଣାର କାର୍ତ୍ତା ସ୍ଵରୁପେ ଗ୍ରହଣ କରିବେ। କିନ୍ତୁ ଯେକୌଣସି ବ୍ୟକ୍ତି ଯିଏ ତାହାଙ୍କଠାରେ ବିଶ୍ଵାସ କରେ ନାହିଁ ସେ ଉଦ୍ଧାର କରିବେ ନାହିଁ।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H983, H2421, H2502, H3444, H3467, H3468, H4190, H4422, H4931, H5338, H6308, H6403, H7682, H7951, H7965, H8104, H8199, H8668, G803, G804, G806, G1295, G1508, G4982, G4991, G4992, G5198

ରାବବୀ

ସଂଜ୍ଞା:

“ରାବବୀ” ପ୍ରତିଶବ୍ଦର ଆକ୍ଷରିକ ଅର୍ଥ “ମୋହର ପ୍ରଭୁ ବା ମୁନିବ” କିମ୍ୱା “ମୋହର ଗୁରୁ ବା ଶିକ୍ଷକ” ଅଟେ I

  • ଏହା ଏକ ସମ୍ମାନଜନକ ପଦବୀଥିଲା ଯାହା ଜଣେ ଯିହୂଦୀୟ ଧର୍ମ ନେତା, ବିଶେଷତଃ ଈଶ୍ୱରଙ୍କ ବ୍ୟବସ୍ଥାର ଗୁରୁ ବା ଶିକ୍ଷକଙ୍କୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହୃତ ହେଉଥିଲା I
  • ଉଭୟ ଯୋହନ ଏବଂ ଯୀଶୁ କେତେକ ସମୟରେ ସେମାନଙ୍କର ଶିଷ୍ୟମାନଙ୍କ ଦ୍ୱାରା ରାବବୀ ବା ଗୁରୁ ଭାବରେ ସମ୍ବୋଧିତ ହୋଇଥିଲେ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • ଏହି ପ୍ରତିଶବ୍ଦକୁ ଅନୁବାଦ କଲାବେଳେ “ମୋହର ପ୍ରଭୁ” ବା “ମୋହର ଗୁରୁ” ବା “ସମ୍ମାନୀୟ ଗୁରୁ” ବା “ଧର୍ମଗୁରୁ” ବୋଲି ପଦଗୁଡିକୁ ଅନ୍ତର୍ଭୁକ୍ତ କରାଯାଇପାରେ I

କେତେକ ଭାଷାଗୁଡିକରେ ଗୋଟିଏ ଅଭିବାଦନକୁ ବଡ଼ ଅକ୍ଷରରେ ଲେଖିପାରନ୍ତି, କେହି କେହି ଲେଖନ୍ତି ନାହିଁ I

  • ପ୍ରକଳ୍ପ ଭାଷାର ହୁଏତ ମଧ୍ୟ ଏକ ବିଶେଷ ଉପାୟ ଥାଇପାରେ ଯାହାକୁ ନେଇ ଶିକ୍ଷକମାନଙ୍କୁ ସାଧାରଣ ଭାବରେ ସମ୍ବୋଧନ କରାଯାଇଥାଏ I
  • ସୁନିଶ୍ଚିତ କର ଯେ ଏହି ପ୍ରତିଶବ୍ଦ ଯୀଶୁ ଜଣେ ବିଦ୍ୟାଳୟରେ ଶିକ୍ଷକଥିଲେ ବୋଲି ଏହା ଯେପରି ନ ସୂଚାଏ I
  • ଆହୁରି ମଧ୍ୟ ବିଚାର କର ଯେ “ରାବବୀ” ଶବ୍ଦ କିପରି ଭାବରେ ଅନୁବାଦ କରାଯାଇଛି ବିଶେଷତଃ ଏକ ବାଇବଲର ଅନୁବାଦରେ ସମ୍ପର୍କୀତ ଭାଷା ବା ଏକ ଜାତୀୟ ଭାଷାରେ କରାଯାଇଛି I

ଦେଖନ୍ତୁ: ଅଜଣା ବିଷୟଗୁଡ଼ିକୁ କିପରି ଅନୁବାଦ କରିବେ

(ଆହୁରି ମଧ୍ୟ ଦେଖ: ଶିକ୍ଷକ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: G4461

ଶକ୍ତି ବା କ୍ଷମତା, ଶକ୍ତିଶାଳୀ, ପ୍ରଭାବଶାଳୀଭାବେ

ସଂଜ୍ଞା:

“ଶକ୍ତି” ଶବ୍ଦ ଜିନିଷ କରିବା କିମ୍ବା ଜିନିଷଗୁଡିକ ଘଟାଇବା କ୍ଷମତାକୁ ବୁଝାଏ ବହୁବାର ବହୁତ ଶକ୍ତି ବ୍ୟବହାର କରି। ଲୋକମାନଙ୍କ ପ୍ରତି ବା ଆତ୍ମାମାନଙ୍କ ପ୍ରତି ସୂଚାଇଥାଏ, ଯାହାଙ୍କର ବିଷୟମାନ ଘଟାଇ ପାରିବାରେ ବିଶେଷ ସାମର୍ଥ ଥାଏ।

  • “ଈଶ୍ୱରଙ୍କ ଶକ୍ତି ବା କ୍ଷମତା” ପ୍ରତ୍ୟେକ ବିଷୟକୁ ସାଧନ କରିବା ନିମନ୍ତେ ଈଶ୍ୱରଙ୍କ ସାମର୍ଥକୁ ସୂଚାଇଥାଏ, ବିଶେଷତଃ ବିଷୟଗୁଡ଼ିକ ଯାହା ଲୋକମାନେ କରିପାରିବାକୁ ସମ୍ଭବ ନୁହେଁ।
  • ଈଶ୍ୱର ସୃଷ୍ଟି କରିଥିବା ସମସ୍ତ ବିଷୟରେ ଈଶ୍ୱରଙ୍କ ଶକ୍ତି ବା କ୍ଷମତା ଅଛି।
  • ଈଶ୍ୱର ଯାହା ଇଚ୍ଛା କରନ୍ତି ତାହା କରିବାକୁ ସେ ତାହାଙ୍କର ଲୋକମାନଙ୍କୁ ଶକ୍ତି ପ୍ରଦାନ କରନ୍ତି, ଯାହା ଫଳରେ ଯେତେବେଳେ ସେମାନେ ଲୋକମାନଙ୍କୁ ସୁସ୍ଥ କଲେ କିମ୍ବା ଅନ୍ୟ ଆଶ୍ଚର୍ଯ୍ୟକର୍ମଗୁଡ଼ିକ ସାଧନ କଲେ,ସେମାନେ ଈଶ୍ୱରଙ୍କ ଶକ୍ତି ବା କ୍ଷମତା ଦ୍ୱାରା ଏହା ସାଧନ କଲେ।
  • ଯେହେତୁ ଯୀଶୁ ଏବଂ ପବିତ୍ର ଆତ୍ମା ମଧ୍ୟ ଈଶ୍ୱର ଅଟନ୍ତି, ସେମାନଙ୍କର ଏହି ସମାନ ଶକ୍ତି ବା କ୍ଷମତା ଅଛି।

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • ପ୍ରସଙ୍ଗ ଉପରେ ନିର୍ଭର କରି “ଶକ୍ତି ବା କ୍ଷମତା” ଶବ୍ଦକୁ “ସାମର୍ଥ୍ୟ” କିମ୍ବା “ଶକ୍ତି" କିମ୍ବା “ବଳ” କିମ୍ବା “ଆଶ୍ଚର୍ଯ୍ୟକର୍ମ ଗୁଡ଼ିକ ସାଧନ କରିବା ନିମନ୍ତେ ସାମର୍ଥ” କିମ୍ବା “ନୀୟନ୍ତ୍ରଣ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
  • “ଶକ୍ତି” ପ୍ରତିଶବ୍ଦକୁ ଅନୁବାଦ କରିବା ନିମନ୍ତେ ସମ୍ଭାବ୍ୟ ଉପାୟଗୁଡ଼ିକ “କ୍ଷମତା ସମ୍ପନ୍ନ ବ୍ୟକ୍ତିଗଣ” କିମ୍ୱା “ନୀୟନ୍ତ୍ରଣକାରୀ ଆତ୍ମାଗୁଡ଼ିକ” କିମ୍ବା “ଯେଉଁମାନେ ଅନ୍ୟମାନଙ୍କୁ ନୀୟନ୍ତ୍ରଣ କରନ୍ତି” ଅନ୍ତର୍ଭୁକ୍ତ ହୋଇପାରିବ।

(ପୁନଶ୍ଚ ଦେଖ: ପବିତ୍ର ଆତ୍ମା, ଯୀଶୁ, ଆଶ୍ଚର୍ଯ୍ୟକର୍ମ)

ବାଇବଲ ପଦପର୍ବ:

ବାଇବଲର କାହାଣୀର ଉଦାହରଣଗୁଡ଼ିକ:

  • 22:05 ଦୂତ ବୁଝାଇ ଦେଲେ, “ପବିତ୍ର ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରିବେ, ଏବଂ ଈଶ୍ୱରଙ୍କ ଶକ୍ତି ଆବୋରିବେ। ଯାହାଫଳରେ ସେହି ଶିଶୁ ପବିତ୍ର, ଈଶ୍ୱରଙ୍କ ପୁତ୍ର ହେବେ।”
  • 26:01 ଶୟତାନର ପରୀକ୍ଷାଗୁଡ଼ିକ ଉପରେ ଜୟଲାଭ କଲା ଉତ୍ତାରେ, ଯୀଶୁ ପବିତ୍ର ଆତ୍ମା ଶକ୍ତିରେ ସେ ବାସ କରିଥିବା ଗାଲିଲୀ ଅଞ୍ଚଳକୁ ଆସିଲେ।
  • 32:15 ତତକ୍ଷଣାତ୍ ଯୀଶୁ ଅନୁଭବ କଲେ ଯେ ତାହାଙ୍କଠାରୁ ଶକ୍ତି ନିର୍ଗତ ହେଲା।
  • 42:11 ମୃତମାନଙ୍କ ମଧ୍ୟରୁ ଉତଥିତ ହେବାର ଚାଳିଶ ଦିନ ପରେ, ସେ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ, “ଯେପର୍ଯ୍ୟନ୍ତ ମୋହର ପିତା ତୁମ୍ଭମାନଙ୍କୁ ଶକ୍ତି ଦେଇ ନାହାନ୍ତି ଯେପର୍ଯ୍ୟନ୍ତ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅଧିଷ୍ଠାନ କରି ନାହାନ୍ତି ସେପର୍ଯ୍ୟନ୍ତ ତୁମ୍ଭେମାନେ ଏହି ଯିରୂଶାଲମରେ ରହିଥାଅ।
  • 43:06 ”ହେ ଇସ୍ରାଏଲୀୟ ଲୋକମାନେ, ସେହି ମନୁଷ୍ୟ ଯୀଶୁ ଅନେକ ଶକ୍ତିଯୁକ୍ତ ଚିହ୍ନଗୁଡ଼ିକ ଏବଂ ଆଶ୍ଚର୍ଯ୍ୟ କର୍ମଗୁଡ଼ିକ ଈଶ୍ୱରଙ୍କ ଶକ୍ତି ଦ୍ୱାରା ସାଧନ କଲେ, ଯାହା ତୁମ୍ଭେମାନେ ଦେଖିଅଛ ଏବଂ ଜାଣିଅଛ।
  • 44:08 ପିତର ଉତ୍ତର ଦେଲେ, “ତୁମ୍ଭମାନଙ୍କ ସମ୍ମୁଖରେ ଛିଡା ହୋଇଥିବା ଏହି ବ୍ୟକ୍ତି ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତିରେ ସୁସ୍ଥ ହୋଇଅଛି।

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H410, H1369, H2220, H2428, H2429, H2632, H3027, H3028, H3581, H4475, H4910, H5794, H5797, H5808, H6184, H7786, H7980, H7981, H7983, H7989, H8280, H8592, H8633, G1411, G1415, G1756, G1849, G1850, G2478, G2479, G2904, G3168

ଶତ ସେନାପତି, ଶତ ସେନାପତିମାନଙ୍କୁ

ସଂଜ୍ଞା:

ଜଣେ ଶତ ସେନାପତି ରୋମ ସାମରିକ ବାହୀନୀରେଥିଲେ ଯାହାଙ୍କ ଆଦେଶକୁ ୧୦୦ ଜଣ ସାମରିକ ବାଧ୍ୟ ହେଉଥିଲେ

  • ଏହି ବାକ୍ୟାଂଶ କୁ ଅନ୍ୟ ଭାବରେ ବୁଝିଲେ, “ଶହେ ଲୋକଙ୍କର ନେତା” ଅଥବା “ସାମରିକ ବାହୀନୀ ନେତା” କିମ୍ୱା “ଶହେ ଜଣଙ୍କ ଦଦାୟିତ୍ୱରେ ରହିଥିବା ଅଧିକାରୀ”
  • ଜଣେ ରୋମୀୟ ଶତ ସେନାପତି ଯୀଶୁଙ୍କ ନିକଟକୁ ଆସି ବିନତୀ କାରୀ କହିଲେ, ମୋହର ଦାସ ଅତିଶୟ ଯନ୍ତ୍ରଣା ପାଇ ଗୃହରେ ଶଯ୍ୟାଗତ ଅଛି ସେ ଯେପରି ସୁସ୍ଥ ହେବ
  • ଯୀଶୁଙ୍କୁ କ୍ରୁଶରେ ଟାଙ୍ଗିବା ଶତ ସେନାପତି ଆଶ୍ଚର୍ଯ୍ୟନିତ୍ୱ ହେଲେ ଯେତେବେଳେ ସେ ଯୀଶୁଙ୍କ ମୃତ୍ୟୁର ସାକ୍ଷ୍ୟ ଦେଲେ
  • ଇଶ୍ୱର ଜଣେ ଶତସେନାପତିଙ୍କୁ ପିତର ପାଖକୁ ପଠାଇଲେ ଯେପରି ପିତର ତାଙ୍କୁ ଯୀଶୁ ସମ୍ୱନ୍ଧରେ ସୁସମାଚାର ବର୍ଣ୍ଣନା କରେ

(ଦେଖ: ରୋମ

ବାଇବଲର ସନ୍ଦର୍ୱ ମାଳା:

ବୋର୍ଡ ଡାଟା :

  • Strong's: G1543, G2760

ଶରୀର,ଦେହ

ସଂଜ୍ଞା:

ଆକ୍ଷରିକ ଭାବେ " ଶରୀର" କୁ କୌଣସି ବ୍ୟକ୍ତି କିମ୍ୱା ପଶୁର ଦେହକୁ ସୂଚିତ କରେ ׀ ଏହା ଲକ୍ଷଣିକ ଭାବେ ଗୋଟିଏ ଦଳ ର ବ୍ୟକ୍ତିଗତ ସଭ୍ୟ କୁ ସୂଚିତ କରେ ׀

  • ବେଳେବେଳେ ଏହି ଶବ୍ଦ ମରିଯାଇଥିବା ମନୁଷ୍ୟ କିମ୍ୱା ପଶୁକୁ ସୂଚିତ କରେ ׀

ବେଳେବେଳେ ଏହା "ମୃତ ଶରୀର" ବା "ଶବ" କୁ ସୂଚିତ କରେ ׀

  • ଯେତେବେଳେ ଯୀଶୁ ଶେଷ ରାତ୍ର ଭୋଜ ସମୟରେ ତାଙ୍କ ଶିଷ୍ୟମାନଙ୍କୁ କହିଲେ, "ଏହି ରୋଟି ହେଉଛି ମୋର ଶରୀର" ସେ ତାଙ୍କ ଶରୀରକୁ ଭଙ୍ଗାଯିବା (ମାରି ଦିଆଯିବା) ଲୋକମାନଙ୍କ ପାପ ନିମନ୍ତେ ମୂଲ୍ୟ ଦେବା ନିମନ୍ତେ କହିଲେ ׀

  • ବାଇବଲରେ ଖ୍ରୀଷ୍ଟିୟାନମାନଙ୍କୁ "ଖ୍ରୀଷ୍ଟ ଙ୍କ ଶରୀର" ଭାବେ ସୂଚିତ କରାଯାଏ ׀

  • ଯେପରିକି ଶରୀରରେ ଅନେକ ଅଙ୍ଗ ଅଛି ସେହିପରି "ଖ୍ରୀଷ୍ଟ ଙ୍କ ଶରୀର"ରେ ଅନେକ ବ୍ୟକ୍ତିଗତ ସଭ୍ୟ ଅଛନ୍ତି ׀

  • ପ୍ରତ୍ୟେକ ବ୍ୟକ୍ତିଗତ ବିଶ୍ୱାସୀଙ୍କ ସ୍ୱତନ୍ତ୍ର କାର୍ଯ୍ୟ ରହିଛି ସମସ୍ତେ ମିଳିମିଶି ଖ୍ରୀଷ୍ଟଙ୍କ ଶରୀରକୁ ସାହାଯ୍ୟ କରିବେ ଏବଂ ପରମେଶ୍ୱରଙ୍କୁ ଗୌରବ ପ୍ରଦାନ କରିବେ ׀

  • ଯୀଶୁଙ୍କୁ ତାଙ୍କ ବିଶ୍ୱାସୀମାନଙ୍କ "ମସ୍ତକ" ବୋଲି ସୂଚିତ କରାଯାଏ ׀

ଯେପରିକି ଜଣେ ବ୍ୟକ୍ତିର ମସ୍ତକ ତାର ଶରୀରକୁ କଅଣ କରିବାକୁ ହେବ କହେ ସେହିପରି ଯୀଶୁ ପ୍ରତ୍ୟେକ ଖ୍ରୀଷ୍ଟିୟାନ ଙ୍କୁ ତାଙ୍କ ଶରୀରର ସଦସ୍ୟ ଭାବେ ପରିଚାଳନା କରନ୍ତି ׀

ଅନୁବାଦ ର ପ୍ରସ୍ତାବ

  • ପ୍ରକଳ୍ପ ଭାଷାନୁଯାୟୀ ଏହାକୁ ସାଧାରଣତଃ ଶାରୀରିକ ଶରୀର ବୋଲି ଅନୁବାଦ କରାଯାଏ ׀

ଆପଣ ନିଶ୍ଚିତ ହେବା ଉଚ଼ିତ ଯେ ଏହି ଶବ୍ଦକୁ କୌଣସି ଅପମାନସୂଚକ ଶବ୍ଦ ଭାବେ ବ୍ୟବହାର କରାଯିବ ନାହିଁ ׀

  • ଯେତେବେଳେ ଅନେକ ବିଶ୍ୱାସୀ ଏକ ଭାଷାରେ ଏକ ସଙ୍ଗେ ମିଳିତ ରହନ୍ତି ତାହାକୁ "ଖ୍ରୀଷ୍ଟଙ୍କ ଆତ୍ମିକ ଶରୀର" ବୋଲି କହିବା ନିର୍ଭୁଲ ହେବ ׀
  • ଯେତେବେଳେ ଯୀଶୁ କହିଲେ ଯେ "ଏହା ମୋର ଶରୀର" ଏହା କୁ ପ୍ରାସଙ୍ଗିକ ଭାବେ ଆବଶ୍ୟକ ସ୍ଥଳେ ଟିପ୍ପଣୀ ମାଧ୍ୟମରେ ଅନୁବାଦ କରିବା ଉଚ଼ିତ ׀
  • କେତେକ ଭାଷାରେ ମୃତ ଶରୀରକୁ ଦର୍ଶାଇବା ପାଇଁ ଅଲଗା ଶବ୍ଦର ବ୍ୟବହାର କରାଯାଏ ଯେପରିକି ମନୁଷ୍ୟ ପାଇଁ ଶବ ଏବଂ ପଶୁର ପାଇଁ ପଶୁର ଶବ ׀

ପ୍ରସଙ୍ଗ ଅନୁଯାୟୀ କେଉଁ ଶବ୍ଦ କାହାପାଇଁ ବ୍ୟବହୃତ ହେବ ତାହା ନିଶ୍ଚିତ ରହି ଅନୁବାଦ କରନ୍ତୁ ׀

(ଦେଖନ୍ତୁ: ମସ୍ତକ, ଆତ୍ମା)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H990, H1320, H1460, H1465, H1472, H1480, H1655, H3409, H4191, H5038, H5085, H5315, H6106, H6297, H7607, G4430, G4954, G4983, G5559

ଶିଷ୍ୟ, ଶିଷ୍ୟମାନେ

ସଂଜ୍ଞା:

“ଶିଷ୍ୟ” ଶବ୍ଦଟି ଜଣେ ବ୍ୟକ୍ତି ଯିଏ ଅଧିକା ସମୟ ଏକ ଗୁରୁଙ୍କ ସହ ବିତାଏ, ସେହି ଗୁରୁଙ୍କର ଚରିତ୍ର ତଥା ଶିକ୍ଷାରୁ ଶିଖିବା ବିଷୟକୁ ବୁଝାଏ ।

  • ଯେଉଁମାନେ ଯୀଶୁଙ୍କ ଚାରିପଟେ ତା’ଙ୍କ ଶିକ୍ଷାକୁ ଶୁଣିଲେ ଏବଂମାନି ଅନୁସରଣ କଲେ ସେମାନଙ୍କୁ ତା’ଙ୍କ “ଶିଷ୍ୟ” ବୋଲି କୁହାଗଲା ।
  • ଡୁବକ ଯୋହନଙ୍କର ମଧ୍ୟ ଶିଷ୍ୟମାନେଥିଲେ ।
  • ଯୀଶୁଙ୍କ ସେବାକାର୍ଯ୍ୟ ସମୟରେ, ସେଠାରେ ଅନେକ ଶିଷ୍ୟମାନେଥିଲେ ଯିଏ ତା’ଙ୍କୁ ଅନୁସରଣ କଲେ ଏବଂ ତା’ଙ୍କ ଶିକ୍ଷାକୁ ଶୁଣିଲେ ।
  • ଯୀଶୁ ତା’ଙ୍କ ନିକଟତମ ଅନୁସରଣକାରୀଙ୍କୁ ଦ୍ୱାଦଶ ଶିଷ୍ୟମାନଙ୍କୁ ବାଛିଲେ; ଏହି ଲୋକମାନେ ତା’ଙ୍କ “ପ୍ରେରିତଗଣ”ରୂପେ ପରିଚିତ ହେଲେ ।
  • ଯୀଶୁଙ୍କ ଦ୍ୱାଦଶ ପ୍ରେରିତଗଣ ସ୍ଥାୟୀରୂପେ ତା’ଙ୍କ “ଶିଷ୍ୟଗଣ” ବା “ଦ୍ୱାଦଶ”ରୂପେ ପରିଚିତ ହେଲେ ।
  • ଯୀଶୁଙ୍କ ସ୍ୱର୍ଗାରୋହଣ କରିବା ଠିକ୍ ପୂର୍ବରୁ, ସେ ତା’ଙ୍କ ଶିଷ୍ୟମାନଙ୍କୁ କିପରି ଯୀଶୁଙ୍କ ଶିଷ୍ୟଗଣ, ମଧ୍ୟ ହୋଇପାର ଅନ୍ୟ ଲୋକମାନଙ୍କୁ ଶିକ୍ଷା ଦେବାକୁ ଆଦେଶ ଦେଲେ ।
  • ଯେକେହି ଯୀଶୁଙ୍କୁ ବିଶ୍ୱାସ ଓ ତା’ଙ୍କ ଶିକ୍ଷାକୁମାନେ ଜଣେ ଯୀଶୁଙ୍କ ଶିଷ୍ୟ କୁହାଯିବେ ।

ଅନୁବାଦ ପ୍ରସ୍ତାବ ବିଷୟଗୁଡିକ:

  • “ଶିଷ୍ୟ” ଶବ୍ଦଟି ଗୋଟିଏ ବାକ୍ୟ ବା ବାକ୍ୟାଂଶ ଦ୍ୱାରା ସେହି ଅର୍ଥରେ “ଅନୁଗମନକାରୀ” ବା “ଛାତ୍ର” ବା “ଅଧ୍ୟୟନକାରୀ” ବା “ଶିଖୁଥିବା ବ୍ୟକ୍ତି” ରୂପେ ମଧ୍ୟ ଅନୁବାଦ କରି ପାରିବେ ।
  • ନିଶ୍ଚିତ ହୁଅନ୍ତୁ ଯେ ଏହି ଶବ୍ଦର ଅନୁବାଦ କେବଳ ଜଣେ ଛାତ୍ର ଗୋଟିଏ ଶ୍ରେଣୀରେ ଶିକ୍ଷା ଗ୍ରହଣ କରିବା ହିଁ ବୁଝାଏ ନାହିଁ ।
  • ଏହି ଶବ୍ଦର ଅନୁବାଦ ମଧ୍ୟ “ପ୍ରେରିତ”ର ଅନୁବାଦଠାରୁ ଭିନ୍ନ ହେବା ଉଚିତ ।

(ପୁନଶ୍ଚ ଦେଖନ୍ତୁ: ପ୍ରେରିତ, ବିଶ୍ୱାସ, ଯୀଶୁ, ଯୋହନ(ଡୁବକ), ଦ୍ୱାଦଶ)

ବାଇବଲ ଉଲ୍ଲେଖଗୁଡିକ:

ବାଇବଲ କାହାଣୀଗୁଡିକଠାରୁ ଉଦାହରଣଗୁଡିକ:

  • ୩୦:୦୮ ସେ (ଯୀଶୁ)__ଲୋକମାନଙ୍କୁ ଦେବାକୁ ତାଙ୍କ __ଶିଷ୍ୟମାନଙ୍କୁ ଖଣ୍ଡ ଖଣ୍ଡ କରିଦେଲେ ।

ଶିଷ୍ୟମାନେ ଖାଦ୍ୟ ପରିବେଷଣ କଲେ, ପୁଣି ଏହା କେବେ ସରିଲା ନାହିଁ !

  • ୩୮:୦୧ ପ୍ରାୟ ତିନି ବର୍ଷ ପରେ ଯୀଶୁ ପ୍ରଥମେ ସର୍ୱସାଧାରଣଭାବେ ପ୍ରଚାର ଓ ଶିକ୍ଷା ଆରମ୍ଭ କଲେ, ଯୀଶୁ ତାଙ୍କ __ଶିଷ୍ୟମାନଙ୍କୁ __କହିଲେ ଯେ ସେ ଏହି ନିସ୍ତାର ପର୍ୱ ସେମାନଙ୍କ
  • ୩୮:୧୧ ପରେ ଯୀଶୁ ତାଙ୍କ __ଶିଷ୍ୟମାନଙ୍କ ସହ ଗେତ୍ସମନୀ ନାମକ __ଏକ ସ୍ଥଳକୁ ଗଲେ ।

ଯୀଶୁ ତାଙ୍କ __ଶିଷ୍ୟମାନଙ୍କୁ __ ପ୍ରାର୍ଥନା କରିବାକୁ କହିଲେ ଯେପରି ସେମାନେ ପରୀକ୍ଷା ମଧ୍ୟକୁ ନ ପଡିପାରନ୍ତି ।

  • ୪୨:୧୦ ଯୀଶୁ ତାଙ୍କ __ଶିଷ୍ୟମାନଙ୍କୁ __ କହିଲେ, "ସ୍ୱର୍ଗ ଓ ମର୍ତ୍ତ୍ୟର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି ।

ଏଣୁ ଯାଅ, __ ସମସ୍ତ ଗୋଷ୍ଠୀର ଲୋକସମୂହଙ୍କୁ ପିତା, ପୁତ୍ର, ଓ ପବିତ୍ର ଆତ୍ମାଙ୍କ ନାମରେ ସେମାନଙ୍କୁ ବାପ୍ତିସ୍ମ ଦ୍ୱାରା __ଶିଷ୍ୟମାନଙ୍କୁ ତିଆରି କର, ଏବଂ ସେମାନଙ୍କୁ ଶିକ୍ଷା ଦ୍ୱାରା ପ୍ରତ୍ୟେକ ବିଷୟରେମାନିବାକୁ ମୁଁ ଆଦେଶ ତୁମ୍ଭମାନଙ୍କୁ ଦେଇଅଛି ।”

ବୋର୍ଡ ଡାଟା :

  • Strong's: H3928, G3100, G3101, G3102

ଶେଷ ଦିନ, ଶେଷ ଦିନମାନ, ଅନ୍ତିମ ଦିନ ସବୁ

ସଂଜ୍ଞା:

“ଶେଷ ଦିନମାନ” ଓ “ଅନ୍ତିମ ଦିନ ସବୁ” ଏହି ଦୁଇ ଶବ୍ଦ ସାଧାରଣ ଭାବରେ ବର୍ତ୍ତମାନ ଯୁଗର ଶେଷକୁ ଦର୍ଶାଉ ଅଛି I

  • ଏହି ସମୟ କାଳ ଅଜଣା ସମୟଯାଏ ହେବ I
  • ”ଶେଷ ଦିନମାନ “ଯେଉଁମାନେ ପରମେଶ୍ୱରଙ୍କୁ ତ୍ୟାଗ କରି ଦେଇ ଅଛନ୍ତି ସେହି ସମସ୍ତଙ୍କ ନିମନ୍ତେ ବିଚାରର ଦିନ ହେବ I

ଅନୁବାଦ ପ୍ରସ୍ତାବ:

  • ”ଶେଷ ଦିନମାନ “କୁ “ଅନ୍ତିମ ଦିନମାନ “କିଅବା “ସେଶ ସମୟ “ରୂପରେ ଅନୁବାଦ କରାଯାଇପାରେ I
  • କେତେକ ପୃଷ୍ଠଭୂମିରେ, ଏହାକୁ “ଦୁନିଆ ର ଶେଷ “କିଅବା “ଯେତେବେଳେ ଏହି ଦୁନିଆ ଶେଷ ହୋଇ ଯିବ” ରୂପରେ ଅନୁବାଦ କରାଯାଇପାରେ I

(ଆହୁରି ଦେଖନ୍ତୁ: ପ୍ରଭୁଙ୍କର ଦିନ, ବିଚାର, ଫେରିବା, ଦୁନିଆ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H319, H3117, G2078, G2250

ସଇତାନ, ଖଳ ପ୍ରକୃତିର ଚରମ ଅବତାର, ନୈତିକ ଦୃଷ୍ଟିରୁ ମନ୍ଦ

ଘଟଣାବଳି:

ଯଦିଓ ମନ୍ଦ ହେଉଛି ଏକ ଆତ୍ମା ଯାହାଙ୍କୁ ପରମେଶ୍ୱର ସୃଷ୍ଟି କରିଥିଲେ, ସେ ପରମେଶ୍ୱରଙ୍କ ବିରୁଦ୍ଧରେ ଆଚରଣ କଲା ଏବଂ ପରମେଶ୍ୱରଙ୍କର ଶତ୍ରୁ ହେଲା ଏହି ମନ୍ଦ ପ୍ରକୃତିର ଅବତାର କୁ “ସଇତାନ” ବା “ନୈତିକ ଦୃଷ୍ଟିରୁ ମନ୍ଦ” ବୋଲି କୁହାଯାଏ

  • ମନ୍ଦ ପ୍ରକୃତି ଅବତାର ପରମେଶ୍ୱରଙ୍କୁ ଓ ତାହାଙ୍କ ସମସ୍ତ ସୃଷ୍ଟିକୁ ଘୃଣା କରେ କାରଣ ସେ ପରମେଶ୍ୱରଙ୍କ ସ୍ଥାନ ଓ ପରମେଶ୍ୱରଙ୍କ ପରି ପୂଜା ପାଇବା ପାଇଁ ଚାହେଁ
  • ପରମେଶ୍ୱରଙ୍କୁ ବିରୋଦ୍ଧ କରିବା ପାଇଁ ଶୟତାନଲୋକମାନଙ୍କୁ ପ୍ରଲୋଭିତ କରେ
  • ଲୋକମାନଙ୍କୁ ଶୟତାନକବଳରୁ ମୁକ୍ତ କରିବା ନିମନ୍ତେ ପରମେଶ୍ୱର ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ପ୍ରେରଣ କଲେ
  • “ସଇତାନ” ନାମର ଅର୍ଥ “ବିରୁଦ୍ଧାଚରଣ ବ୍ୟକ୍ତି” କିମ୍ୱା “ଶତ୍ରୁ”
  • “ଖଳ ପ୍ରକୃତିର ଅବତାର” ଶବ୍ଦର ଅର୍ଥ “ଦୋଷାରୋପ କରୁଥିବା ବ୍ୟକ୍ତି”

ଅନୁବାଦ ପ୍ରସ୍ତାବ ଗୁଡିକ:

  • “ଖଳ ପ୍ରକୃତିର ଅବତାର” ଶବ୍ଦକୁ ଅନୁବାଦ କରିହେବ ଯଥା “ଦୋଷାରୋପ ବ୍ୟକ୍ତି” କିମ୍ୱା “ନୈତିକ ପତ୍ତନ ହୋଇଥିବା ବ୍ୟକ୍ତି” କିମ୍ୱା “ମନ୍ଦ ଆତ୍ମାମାନଙ୍କର ରାଜା” କିମ୍ୱା “ମନ୍ଦ ଆତ୍ମା ମୁଖ୍ୟ ବ୍ୟକ୍ତି”
  • “ସଇତାନ” ଶବ୍ଦକୁ ମଧ୍ୟ ଅନୁବାଦ କରିହେବ ଯଥା “ବିପକ୍ଷ” କିମ୍ୱା “ଦୋଷାରୋପ କାରୀ “କିମ୍ୱା ଅନ୍ୟ କୌଣସି ନାମ ଯାହାକି ସେ ଖଳ ବୋଲି ନିର୍ଦ୍ଦେଶ କରୁଥିବ
  • ଏହି ବାକ୍ୟ ଖଣ୍ଡ ଗୁଡିକ ଭୁତ କିମ୍ୱା ମନ୍ଦ ଆତ୍ମାଠାରୁ ଭିନ୍ନ୍ ଅନୁବାଦ ହେବା ଉଚିତ
  • ସ୍ଥାନୀୟ କିମ୍ୱା ଜାତୀୟ ଭାଷାରେ ଏହି ବାକ୍ୟ ଖଣ୍ଡ ଗୁଡିକର ଅନୁବାଦ ଗୁଡିକୁ ଦେଖ

(ଦେଖ: ଅଜଣା ବିଷୟ ବସ୍ତୁ ର ଅନୁବାଦ କିରବେ କିପରି

(ଅନୁବାଦ ପ୍ରସ୍ତାବ ଗୁଡିକ: ନାମ ଗୁଡିକର ଅନୁବାଦ

(ଆହୁରି ଦେଖ: ଭୁତ, ମନ୍ଦ, ପରମେଶ୍ୱରଙ୍କ ରାଜ୍ୟ, ପ୍ରଲୋଭନ

ବାଇଅବଲ ସନ୍ଦର୍ୱ:

ବାଇବଲ କାହାଣୀରୁ ଦୃଷ୍ଟାନ୍ତ:

  • _ ୨୧:୦୧_ସାପ ସବୁଠାରୁ ଖଳଥିଲା ଯିଏ ହବା କୁ ପ୍ରତାରଣା କଲ ସଇତାନ

ପ୍ରତିଜ୍ଞା ର ଅର୍ଥ ଯେ ମସୀହ ଆସିବେ ଏବଂ ସଇତାନକୁ ପରାସ୍ତ କରିବେ

  • _ ୨୫:୦୮_ ପରେ _ସଇତାନ_ଏହି ପୃଥିବୀର ସମସ୍ତ ରାଜ୍ୟ ଓ ମହିମା ଯୀଶୁଙ୍କୁ ଦେଖାଇଲେ ଏବଂ କହିଲେ, “ଅତଏବ, ତୁମ୍ଭେ ଯେତେବେଳେ ଆମ୍ଭ ଛାମୁରେ ପ୍ରଣାମ କରିବ, ତେବେ ସେ ସମସ୍ତ ତୁମ୍ଭର ହେବ”
  • _୨୫:୦୮_ଯୀଶୁ ତାଙ୍କୁ ନଦେବାରୁ ସଇତାନ ପ୍ରଲୋଭନ ଗୁଡିକରୁ, ଏଣୁ ସଇତାନ ତାଙ୍କୁ ପରିତ୍ୟାଗ କଲା
  • _ ୩୩:୦୬_ ଏଣୁ ଯୀଶୁ ବୁଝାଇଲେ, “ବୀଜ ହେଉଛି ଇଶ୍ୱରଙ୍କ ବାକ୍ୟ

ବାଟ ହେଉଛି ଜଣେ ବ୍ୟକ୍ତି ଯିଏ ଇଶ୍ୱରଙ୍କ ବାକ୍ୟ ଶୁଣେ, କିନ୍ତୁ ବୁଝିପାରେ ନାହିଁ ଏବଂ ଖଳ ଅବତାର ତାହା ନିକଟରୁ ବାକ୍ୟ ହରଣ କରିନିଏ

  • _ ୩୮:୦୭_ ଯିହୁଦା ରୋଟି ନେବା ପରେ_ସଇତାନ_ତା’ ଭିତରକୁ ପ୍ରବେଶ କଲା
  • _ ୪୮:୦୪_ ପରମେଶ୍ୱର ପ୍ରତିଜ୍ଞା କରିଥିଲେ ଯେ ହବା ସନ୍ତାନ ଗଣ ଛେଚିବେ _ସଇତାନର_ମସ୍ତକ, ଏବଂ _ସଇତାନ_ତାହାର ଗୋଇଠିକୁ ଆଘାତ କରିବ

ଏହାର ଅର୍ଥ_ ସଇତାନ_ମସୀହଙ୍କୁ ହତ୍ୟା କରିବ, କିନ୍ତୁ ଇଶ୍ୱର ତାଙ୍କୁ ମୃତ୍ୟୁ ରୁ ପୁନରୁତ୍ଥିତ କରିବେ, ତାହାପରେ ମସୀହ _ସଇତାନ_କୁ ସବୁଦିନ ପାଇଁ ଅକ୍ଷମ କରିବେ

  • _ ୪୯:୧୫_ ଇଶ୍ୱର ଆମ୍ଭମାନଙ୍କୁ ନେଇଯାଇଛନ୍ତି _ଶୟତାନଠାରୁ _ଅନ୍ଧକାର ରାଜ୍ୟ ଏବଂ ଈଶ୍ୱରଙ୍କ ଆଲୋକରେ ରଖିଅଛନ୍ତି
  • _ ୫୦:୦୯_” ଘାସ ସଫା କରିବା ଲୋକ ଉପସ୍ଥାପନ କରେ ସେହିମାନଙ୍କୁ ଯିଏକି _ନୈତିକତାରେ ପତ୍ତନ ହୁଅନ୍ତି _

ଶତ୍ରୁ ବାଳୁଙ୍ଗା ବୁଣେ ମନ୍ଦ

  • _ ୫୦:୧୦”ଯୁଗାନ୍ତ ସମୟରେ ସେହିପରି ଘଟିବା, ଦୂତମାନେ ବାହାରିଆସି ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟ_ମାନଙ୍କୁ ବିଭିନ୍ନ କରିବେ, ପୁଣି ସେମାନଙ୍କୁ ଅଗ୍ନିକୁଣ୍ଡରେ ପକାଇ ଦେବେ; ସେଠାରେ ରୋଦନ ଓ ଦନ୍ତର କିଡିମିଡି ହେବ”
  • _ ୫୦:୧୫_ ଯେତେବେଳେ ଯୀଶୁ ପୁନଃ ଆଗମନ କରିବେ, ସେ ସମ୍ପୂର୍ଣ୍ଣ୍ଣ ଭାବେ ଧ୍ୱଂସ କରିବେ_ସଇତାନ_ଏବଂ ତାହାର ରାଜ୍ୟ

ସେ ତାହାକୁ ଫିଙ୍ଗିବେ _ସଇତାନ_ଅନନ୍ତ ନର୍କ ଯେଉଁଠି ସେ ସଦା ସର୍ୱଦା ଜଳିବ, ଇଶ୍ୱର ଙ୍କୁ ବାଧ୍ୟ ହେବ ପରିବର୍ତ୍ତେ ଯେଉଁମାନେ ତାହାକୁ ଅନୁଗମନ କରିବା ପାଇଁ ମନସ୍ଥ କରିଥିବେ

ବୋର୍ଡ ଡାଟା :

  • Strong's: H7700, H7854, H8163, G1139, G1140, G1141, G1142, G1228, G4190, G4566, G4567

ସତ୍ୟ ବା ସତ, ସତ୍ୟ ବା ସତ୍ୟତା,

ସଂଜ୍ଞା:

“ସତ୍ୟ” ଶବ୍ଦ ବାସ୍ତବତା ବା ସତ୍ୟ, ଘଟଣା ଗୁଡ଼ିକ, ଏବଂ ବକ୍ତବ୍ୟ ଯାହା ପ୍ରକୃତ ଘଟଣାର ଅନୁକୂଳ ବିଷୟକୁ ସୁଚିତ କରେ। ପ୍ରକୃତ ତଥ୍ୟ ବିଶ୍ୱକୁ ଯେପରି ଏହା ପ୍ରକୃତରେ ବିଦ୍ୟମାନ ଅଛି ବୋଲି ବର୍ଣ୍ଣନା କରେ। ପ୍ରକୃତ ଘଟଣା ଗୁଡ଼ିକ ଘଟଣା ଯାହା ବାସ୍ତବରେ ଘଟିଛି। ପ୍ରକୃତ ବକ୍ତବ୍ୟ ବା ସାକ୍ଷ୍ୟଗୁଡ଼ିକ ହେଉଛି ହେଉଛି ବକ୍ତବ୍ୟ ବା ସାକ୍ଷ୍ୟ ଯାହା ବାସ୍ତବ ଜଗତ ଅନୁଯାୟୀ ମିଥ୍ୟା ନୁହେଁ।

  • "ସତ୍ୟ" ବିଷୟଗୁଡ଼ିକ ବାସ୍ତବ, ସତ୍ୟବାଦୀ ବା ବିଶୁଦ୍ଧ, ପ୍ରକୃତ, ଅଧିକାରଯୁକ୍ତ, ବିଧିସଙ୍ଗତ ଏବଂ ତଥ୍ୟ ସମ୍ବନ୍ଧୀୟ ଅଟେ।
  • "ସତ୍ୟତା" ଅର୍ଥ ବୁଝାମଣା, ବିଶ୍ୱାସ, ବାସ୍ତବ ସତ୍ୟ ତଥ୍ୟ, କିମ୍ବା ଯାହା ସତ୍ୟ ତହିଁର ଉକ୍ତି ବା ବକ୍ତବ୍ୟ ଅଟେ।
  • ଏକ ଭବିଷ୍ୟତବାଣୀ “ସତ୍ୟ ହେଲା” କିମ୍ବା “ସତ୍ୟ ହେବା” କହିବାର ଅର୍ଥ ହେଉଛି ପୂର୍ବରୁ ଭବିଷ୍ୟତବାଣୀ ଅନୁସାରେ ତାହା ପ୍ରକୃତରେ ଘଟିଛି କିମ୍ୱା ତାହା ସେଭଳି ଭାବରେ ଘଟିବ।
  • ବାଇବଲରେ "ସତ୍ୟ"ର ଧାରଣା ଏପରି ଭାବରେ କାର୍ଯ୍ୟ କରେ ଯାହା ବିଶ୍ଵସ୍ତ ଏବଂ ନିର୍ଭରଯୋଗ୍ୟ ସଂକଳ୍ପ ଅନ୍ତର୍ଭୁକ୍ତ ରହେ।
  • ଯୀଶୁ ଯାହା ସେ କହିଲେ ସେହି ବାକ୍ୟଗୁଡ଼ିକର ଈଶ୍ୱରଙ୍କ ସତ୍ୟକୁ ପ୍ରକାଶିତ କଲେ।
  • ଈଶ୍ୱରଙ୍କ ବାକ୍ୟ ସତ୍ୟ ବା ବାଇବଲ ସତ୍ୟ ଅଟେ। ପ୍ରକୃତ ଈଶ୍ଵର କିଏ ଏବଂ ଏହା ସେ କରିଥିବା ସମସ୍ତ କାର୍ଯ୍ୟ ବିଷୟରେ ଶିକ୍ଷା ଦିଏ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଏବଂ ଯାହା ବର୍ଣ୍ଣନା କରାଯାଇଅଛି ତାହା ଉପରେ ନିର୍ଭର କରି, “ସତ୍ୟ” ଶବ୍ଦକୁ “ପ୍ରକୃତ” କିମ୍ବା “ଯଥାର୍ଥ” କିମ୍ବା “ସଂଶୋଧନ” କିମ୍ବା “ଉଚିତ” କିମ୍ବା “ନିଶ୍ଚିତ ବା ନିର୍ଦ୍ଦିଷ୍ଟ” କିମ୍ବା “ସତ୍ୟବାଦୀ ବା ବିଶୁଦ୍ଧ” ଦ୍ୱାରା ମଧ୍ୟ ଅନୁବାଦ କରାଯାଇପାରେ।
  • “ସତ୍ୟ” ଶବ୍ଦକୁ ଅନୁବାଦ କରିବା ପ୍ରଣାଳୀ ଗୁଡ଼ିକ “ସତ୍ୟ କ’ଣ ଅଟେ” କିମ୍ବା “ସତ୍ୟ ବା ତଥ୍ୟ” କିମ୍ବା "ନିଶ୍ଚିତତା” କିମ୍ବା “ମୌଳିକ ସତ୍ୟ” ଅନ୍ତର୍ଭୁକ୍ତ ହୋଇପାରିବ।
  • “ସତ୍ୟ ବା ସତ କୁହ” କିମ୍ୱା “ସତ୍ୟ କଥା କୁହ ବା ସତ୍ୟର ଉତ୍ତର ଦିଅ” ଅଭିବ୍ୟକ୍ତିକୁ ମଧ୍ୟ “ସତ୍ୟ କ'ଣ କୁହ” କିମ୍ବା “ଯାହା ପ୍ରକୃତରେ ଘଟିଅଛି ତାହା କୁହ” କିମ୍ବା “ସେ ବିଷୟଗୁଡ଼ିକ କୁହ ଯାହା ନିର୍ଭରଯୋଗ୍ୟ" ବୋଲି ଅନୁବାଦ କରାଯାଇପାରେ।
  • “ସତ୍ୟ ଗ୍ରହଣ କରିବାକୁ” ଯେପରି “ଈଶ୍ୱରଙ୍କ ବିଷୟରେ ଯାହା ସତ୍ୟ ତାହାକୁ ବିଶ୍ୱାସ କର” ବୋଲି ଅନୁବାଦ କରାଯାଇପାରେ।
  • ଏକ ଅଭିବ୍ୟକ୍ତି “ଈଶ୍ୱରଙ୍କ ପ୍ରଶଂସା ଆତ୍ମା ଓ ସତ୍ୟରେ କରିବା” ଯେପରି “ସତ୍ୟରେ” ଅଭିବ୍ୟକ୍ତିକୁ ”ଈଶ୍ୱର ଆମ୍ଭମାନଙ୍କୁ ଯାହା ଶିକ୍ଷା ଦେଇଅଛନ୍ତି ତାହା ବିଶ୍ୱସ୍ତ ଭାବରେ ପାଳନ କରିବା” ମତାନୁସାରେ ମଧ୍ୟ ଅନୁବାଦ କରାଯାଇପାରେ।

(ପୁନଶ୍ଚ ଦେଖ:ବିଶ୍ୱାସ, ବିଶ୍ୱସ୍ତ, ପାଳନ କରିବା, ଭବିଷ୍ୟତବକ୍ତା, ବୁଝିବା

ବାଇବଲ ପଦପର୍ବ:

ବାଇବଲର କାହାଣୀରୁ ଉଦାହରଣ:

  • 02:04 ସର୍ପ ନାରୀଙ୍କି କହିଲା, “ତାହା ସତ୍ୟ ନୁହେଁ! ତୁମ୍ଭେମାନେ ମରିବ ନାହିଁ।"
  • 14:06 ଅବିଳମ୍ବେ କାଲେବ ଏବଂ ଯିହୋଶୂୟ ଅନ୍ୟ ଦୁଇଜଣ ଗୁପ୍ତଚରଙ୍କୁ କହିଲେ, ଏହା ସତ୍ୟ ଯେ କିଣାନର ଲୋକମାନେ ଡେଙ୍ଗା ଏବଂ ବଳବାନ ଅଟନ୍ତି, କିନ୍ତୁ ଆମ୍ଭେମାନେ ନିଶ୍ଚିତ ଭାବରେ ସେମାନଙ୍କୁ ପରାଜିତ କରିପାରିବା!”
  • 16:01 ଇସ୍ରାଏଲୀୟମାନେ ସଦାପ୍ରଭୁ ସତ୍ୟ ଈଶ୍ୱରଙ୍କ ଉପାସନା କରିବା ପରିବର୍ତ୍ତେ କିଣାନୀୟ ଦେବତାଗଣର ଉପାସନା କରିବା ଆରମ୍ଭ କଲେ।
  • 31:08 ସେମାନେ ଯୀଶୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ, ତାହାଙ୍କୁ କହିଲେ, “ସତ୍ୟରେ, ଆପଣ ଈଶ୍ୱରଙ୍କ ପୁତ୍ର ଅଟନ୍ତି।"
  • 39:10 ମୁଁ ଜଗତକୁ ଈଶ୍ୱରଙ୍କ ସମ୍ପର୍କରେ ସତ୍ୟ କହିବାକୁ ଆସିଅଛି। ପ୍ରତ୍ୟେକ ଜଣ ଯେମାନେ ସତ୍ୟକୁ ଭଲ ପାଆନ୍ତି ମୋହର ବାକ୍ୟ ଶୁଣନ୍ତି।” ପିଲାତ କହିଲେ, “ସତ୍ୟ କ’ଣ?”

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H199, H389, H403, H529, H530, H543, H544, H551, H571, H935, H3321, H3330, H6237, H6656, H6965, H7187, H7189, G225, G226, G227, G228, G230, G1103, G3303, G3483, G3689, G4103, G4137

ସଦାପ୍ରଭୁ

ତଥ୍ୟ:

“ସଦାପ୍ରଭୁ” ଶବ୍ଦ ପରମେଶ୍ୱରଙ୍କର ବ୍ୟକ୍ତିଗତ ନାମ ଅଟେ ଯାହା ସେ ମୋଶାଙ୍କ ସହିତ ଜଳନ୍ତ ବୁଦାରେ କଥା କହିବା ସମୟରେ ପ୍ରକାଶ କଲେ I

  • “ସଦାପ୍ରଭୁ” ଯେଉଁ ଶବ୍ଦରୁ ଆସି ଅଛି ତାହାର ଅର୍ଥ ହେଉଛି “ହେବା” କିଅବା “ଅସ୍ତିତ୍ୱରେ ରହିବା” ଅଟେ I
  • “ସଦାପ୍ରଭୁ” ଶବ୍ଦର ସମ୍ଭବତଃ ଅର୍ଥ “ସେ ଅଛନ୍ତି”କିଅବା “ମୁଁ ଅଟେ” କିଅବା ଜଣେ ସେ ହେବା କୁ ଦିଅନ୍ତି” ଅନ୍ତର୍ଭୁକ୍ତ ଅଟେ I
  • ଏହି ନାମ ସବୁବେଳେ ପ୍ରକାଶ କରେ କି ସେ ସବୁବେଳେ ଜୀବନ୍ତ ଅଟନ୍ତି ଓ ଚିରଦିନ ନିମନ୍ତେ ଜୀବନ୍ତ ରହିବେ I

ଏହାର ଆଉ ଏକ ଅର୍ଥ ହେଉଛି ସେ ସବୁବେଳେ ଉପସ୍ଥିତ ଅଛନ୍ତି I

  • ରୀତି ନୀତି ଅନୁସାରେ ଦେଖିବାକୁ ହେଲେ, ଅନେକ ବାଇବଲରେ “ବଡ଼ ଅକ୍ଷରର “ପ୍ରଭୁ” କିଅବା “ବଡ଼ ଅକ୍ଷରର “ପ୍ରଭୁ ହିଁ” ସଦାପ୍ରଭୁ ନିମନ୍ତେ ବ୍ୟବହାର କରାଯାଏ I

ଏହି ପରମ୍ପରା ଅନୁସାରେ ଯେଉଁ ଫଳ ଆସେ ତାହା ହେଲା ଇତିହାସ ଅନୁସାରେ ଯିହୁଦୀ ଲୋକ “ସଦାପ୍ରଭୁ” ସଦାପ୍ରଭୁ ଶବ୍ଦ କୁ ଭଲରେ ଉଚ୍ଚରଣ କରି ନ ପାରିବେ ବୋଲି ଡରୁଥିଲେ ଓ ଯେତେଥର “ସଦାପ୍ରଭୁ” ଶବ୍ଦ ଆସେ ସେମାନେ “ପ୍ରଭୁ” ଶବ୍ଦ କହିବାର ଆରମ୍ଭ କରିଦେଲେ I ଆଧୁନିକ ବାଇବଲରେ ବଡ଼ ଅକ୍ଷରରେ “ପ୍ରଭୁ” ଶବ୍ଦ ଲେଖାଯାଏ କି ପରମେଶ୍ୱରଙ୍କର ବ୍ୟକ୍ତିଗତ ନାମର ସମ୍ମାନ ନିମନ୍ତେ ଓ ଏହାକୁ ଛୋଟ ଅକ୍ଷର “ପ୍ରଭୁ”ଠାରୁ ଭିହ୍ନ କରିବା ନିମନ୍ତେ ଯାହା ଏବ୍ରୀ ଭାଷାରେ ଆଉ ଏକ ଅଲଗା ଶବ୍ଦ ଅଟେ I

  • ୟୁଏଲବୀ ଓ ୟୁଡିବୀ ଲେଖାରେ ସବୁବେଳେ “ସଦାପ୍ରଭୁ” ଶବ୍ଦ ବ୍ୟବହାର କରାଯାଏ ଯେପରି ଏହା ପୁରାତନ ନୀୟମର ଏବ୍ରୀ ଲେଖାରେ ଅକ୍ଷରିକ ରୂପରେ ଲେଖା ଯାଇ ଅଛି I
  • “ସଦାପ୍ରଭୁ” ଶବ୍ଦ ନୂତନ ନୀୟମର ମୁଳ ଲେଖାରେ କେବେ ମଧ୍ୟ ଲେଖା ଯାଇ ନାହିଁ, କେବଳ ଗ୍ରୀକ୍ ଶବ୍ଦ ଛୋଟ ଅକ୍ଷର “ପ୍ରଭୁ” ବ୍ୟବହାର କରାଯାଇଅଛି I ପୁରାତନ ନୀୟମର ଲେଖା କୁ ଦେଖାଇଲେ ମଧ୍ୟ ଏପରି କରାଯାଇଅଛି I
  • ପୁରାତନ ନିୟମରେ, ଯେତେବେଳେ ପରମେଶ୍ୱର ନିଜ ବିଷୟରେ କହିଲେ ସେ ଅଧିକାଂଶ ସମୟରେ ନିଜର ନାମ ବ୍ୟବହାର କଲେ ନା କି ସର୍ୱନାମ I
  • ସର୍ୱନାମ “ମୁଁ” କି “ମୋର” ଯୁକ୍ତ କରି ୟୁ ଏଲ୍ ବି ପାଠକ କୁ ଏହା ସୁଚିତ କରେ କି ପରମେଶ୍ୱର ହିଁ ବକ୍ତା ଅଟନ୍ତି I

ଅନୁବାଦ ପ୍ରସ୍ତାବ:

  • “ସଦାପ୍ରଭୁ” ଶବ୍ଦ ଏକ ଶବ୍ଦରେ ଅନୁବାଦ କରାଯାଇପାରେ ନ ହେଲେ ଏକ ବାକ୍ୟାଂଶ ଯେପରି “ମୁଁ ଅଟେ” କିଅବା “ଜୀବନ୍ତ” କିଅବା “ଜଣେ ଯେ ଅଛନ୍ତି” କିଅବା “ସେ ଯେ ଜୀବନ୍ତ ଅଟନ୍ତି” ରୂପରେ ଅନୁବାଦ କରାଯାଇପାରେ I
  • ଏହି ଶବ୍ଦକୁ ଏପରି ଲେଖାଯାଏ ଯେପରି “ସଦାପ୍ରଭୁ” ଶବ୍ଦର ଉଚ୍ଚରଣ ହୁଏ I
  • କେତେକ ମଣ୍ଡଳୀ “ସଦାପ୍ରଭୁ” ଶବ୍ଦ କୁ ବ୍ୟବହାର କରନ୍ତି ନାହିଁ କିନ୍ତୁ ତାହା ବଦଳରେ ପରମ୍ପରା “ପ୍ରଭୁ” ଶବ୍ଦ ବ୍ୟବହାର କରନ୍ତି I

ଏକ ମହତ୍‌ୱପୂର୍ଣ୍ଣ ଧ୍ୟାନ ଦେବା ବିଷୟ, ଏହା ଦ୍ୱିବିଧାରେ ଢାଳିପାରେ ଯେତେବେଳେ ଉଚ ସ୍ୱରରେ “ପ୍ରଭୁ” ଶବ୍ଦ ପଠନ କରାଯାଏ କାରଣ “ଛୋଟ “ପ୍ରଭୁ” ଶବ୍ଦ ମଧ୍ୟ ଏହି ପରି ଉଚ୍ଚରଣ କରାଯାଏ I

କେତେକ ଭାଷାରେ କିଛି ଯୁକ୍ତ କରାଯାଏ କିଅବା ଅଲଗା ବ୍ୟାକରଣ ଚିହ୍ନରେ ଚିହ୍ନିତ କରାଯାଏ “ପ୍ରଭୁ” ଯାହାକୁ (ସଦାପ୍ରଭୁ) ନାମ ନିମନ୍ତେ ଓ “ପ୍ରଭୁ” ଯାହା ସ୍ୱାମୀ ନିମନ୍ତେ ବ୍ୟବହାର କରାଯାଏ I

  • ଏହା ସବୁଠାରୁ ଉତ୍ତମ ସଦାପ୍ରଭୁ ନାମ ରଖିବାକୁ ଯାହା ଆକ୍ଷରିକ ରୂପରେ ମୁଳ ଲେଖାରେ ରଖ ଯାଇ ଅଛି କିନ୍ତୁ କେତେକ ଅନୁବାଦରେ କେବ ସର୍ୱନାମ ହିଁ ବ୍ୟବହାର କରାଯାଇଅଛି କି ଅନୁଛେଦକୁ ପ୍ରାକୃତିକ ଓ ସ୍ପଷ୍ଟ କରିବାକୁ I
  • ଏହି ପରି ଲେଖି ପରିଚୟ ଦିଅନ୍ତୁ ଯେପରି “ସଦାପ୍ରଭୁ କହିଲେ “I

(ଅନୁବାଦ ପ୍ରସ୍ତାବ: ନାମକିପରି ଅନୁବାଦ କରାଯାଏ

(ଆହୁରି ଦେଖନ୍ତୁ: ପରମେଶ୍ୱର, ପ୍ରଭୁ, ମୋଶା, ପ୍ରକାଶନ)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୦୯:୧୪ ପରମେଶ୍ୱର କହିଲେ, “ମୁଁ ଯେ ସେ ଅଟେ”I

ତାହାଙ୍କୁ କୁହ “ମୁଁ ଅଟେ ମୋତେ ପଠାଇ ଅଛନ୍ତି” I ଆହୁରି ତାହାଙ୍କୁ କୁହ “ମୁଁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମ୍, ଇସାକ ଓ ଯାକୁବ ର ପରମେଶ୍ୱର I ଏହା ଓର ନାମ ଚିରଦିନ ନିମନ୍ତେ ଅଟେ “I

  • ୧୩:୦୪ ତେବେ ପରମେଶ୍ୱର ସେମାନଙ୍କୁ ନୀୟମାବଳି ଦେଲେ ଓ କହିଲେ “ମୁଁ __ସଦାପ୍ରଭୁ__ତୁମ୍ଭର ପରମେଶ୍ୱର, ଯେ ତୁମ୍ଭ କୁ ମିସରର ଦାସତ୍ୱ ରୁ ଉଦ୍ଧାର କଲେ I

ଭଣ୍ଡ ଦେବ ପୂଜା କରା ନାହିଁ “

  • ୧୩:୦୫ “ମୂର୍ତ୍ତି ନିର୍ମାଣ କର ନାହିଁ କି ତାହାକୁ ପୂଜା କରା ନାହିଁ, କାରଣ ମୁଁ ସଦାପ୍ରଭୁ ଇର୍ଷା ରଖିବା ପରମେଶ୍ୱର ଅଟେ I
  • ୧୬:୦୧ ଇସ୍ରାଏଲ ଲୋକମାନେ କିଣାନୀୟ ଥାକୁରକୁ ସଦାପ୍ରଭୁ ସତ୍ୟ ପରମେଶ୍ୱର ବଦଳରେ ପୂଜା କରିବା ଆରମ୍ଭ କଲେ I
  • ୧୯:୧୦ ତତ୍ପରେ ଏଲୀୟ ପ୍ରାର୍ଥନା କରି କହିଲେ, ହେ ସଦାପ୍ରଭୁ ଅବ୍ରହାମ୍, ଇସାକ ଓ ଯାକୁବ ର ପରମେଶ୍ୱର, ଆଜି ଆମ୍ଭକୁ ଦେଖାଅ କି ତୁମ୍ୱେ ହୀ ଇସ୍ରାଏଲ ର ପରମେଶ୍ୱର ଅଟ ଓ ମୁଁ ତୁମ୍ଭର ଦାସ I

ବୋର୍ଡ ଡାଟା :

  • Strong's: H3050, H3068, H3069

ସନ୍ତାନ, ପୁତ୍ର

ସଂଜ୍ଞା:

ପୁରୁଷ ଓ ମହିଳାରୁ ଜାତ ପୁରୁଷ ସନ୍ତାନକୁ ସେମାନଙ୍କ ସମ୍ପୁର୍ଣ୍ଣ ଜୀବନର “ପୁତ୍ର” ବୋଲି କୁହାଯାଏ। ସେ ମଧ୍ୟ ସେହି ପୁରୁଷ ଓ ମହିଳାର ପୁତ୍ର ଭାବରେ ପରିଚିତ ହୁଏ। ଜଣେ “ପୌଶ୍ୟ ପୁତ୍ର” ହେଉଛି ପୁଂଜାତୀୟ ବ୍ୟକ୍ତି ଯାହାକୁ ଆଇନଗତ ଭାବେ ପୁତ୍ର ହେବାର ଅବସ୍ଥାପିତ କରାଯାଇଛି।

  • ବାଇବଲରେ, “ପୁତ୍ରର” ବାକ୍ୟାଂଶ ଜଣେ ବ୍ୟକ୍ତିର ପିତା, ମାତା, କିମ୍ବା ପୂର୍ପୁ ପିଢ଼ି ପୈତୃକର ପରିଚୟ ଦେବାରେ ବ୍ୟବହାର କରାଯାଏ। ଏହି ବାକ୍ୟାଂଶ ଅନ୍ୟାନ୍ୟ ସ୍ଥାନମାନଙ୍କରେ ବଂଶାବଳୀ ବ୍ୟବହୃତ ହେଇଅଛି।
  • ପିତାଙ୍କ ନାମ ଦେବା ପାଇଁ “ସନ୍ତାନ ବା ପୁତ୍ରର” ବ୍ୟବହାର କରି ବାରମ୍ବାର ଯେଉଁ ଲୋକମାନଙ୍କର ସମାନ ଅଛି ସେମାନଙ୍କୁ ପୃଥକ କରିବାରେ ସାହାଯ୍ୟ କରେ। ଉଦାହରଣ ସ୍ଵରୁପ, ପ୍ରଥମ ରାଜାବଳୀ 4 ରେ "ସାଦୋକର ପୁତ୍ର ଅସରୀୟ" ଏବଂ "ନାଥନର ପୁତ୍ର ଅସରୀୟ" ଏବଂ "ଅମତ୍‍ସୀୟଙ୍କର ପୁତ୍ର ଅସରୀୟ" ଦ୍ଵିତୀୟ ରାଜାବଳୀ 15ରେ ତିନୋଟି ପୁରୁଷ ଭିନ୍ନ ଅଟନ୍ତି।

ଅନୁବାଦ ପ୍ରସ୍ତାବ:

  • ଏହି ଶବ୍ଦର ଅଧିକାଂଶ ଘଟଣାରେ, ଏହା “ପୁତ୍ର” ଶବ୍ଦକୁ ଆକ୍ଷରିକ ଭାଷା ଦ୍ୱାରା ଅନୁବାଦ କରିବା ଉତ୍ତମ, ଯାହା ଜଣେ ପୁତ୍ରକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ।
  • ବ୍ୟବହୃତ ଭାଷା “ଈଶ୍ୱରଙ୍କ ପୁତ୍ର” ବୋଲି ଅନୁବାଦ କରିବା ସମୟରେ, ପ୍ରକଳ୍ପ ଭାଷାରେ "ପୁତ୍ର ବା ସନ୍ତାନ" ନିମନ୍ତେ ସାଧାରଣ ଶବ୍ଦର ବ୍ୟବହାର କରିବା ଆବଶ୍ୟକ।
  • ବେଳେବେଳେ "ପୁତ୍ରମାନେ" ଯେପରି "ପିଲାମାନେ" ବୋଲି ଅନୁବାଦ କରାଯାଇପାରେ, ଯେତେବେଳେ ଉଭୟ ପୁରୁଷ ଏବଂ ସ୍ତ୍ରୀମାନଙ୍କୁ ଦର୍ଶାଏ। ଉଦାହରଣ ସ୍ଵରୁପ, "ଈଶ୍ଵରଙ୍କ ପୁତ୍ରମାନେ ବା ପୁତ୍ରଗଣ" ଯେପରି "ଈଶ୍ଵରଙ୍କ ପିଲାମାନେ" ବୋଲି ଅନୁବାଦ କରାଯାଇପାରେ, କାରଣ ଏହି ଅଭିବ୍ୟକ୍ତିରେ ଝିଅ ଓ ମହିଳା ବା ସ୍ତ୍ରୀମାନେ ଅନ୍ତର୍ଭୁକ୍ତ ଅଟନ୍ତି।

( ଏହା ମଧ୍ୟ ଦେଖନ୍ତୁ: ଅସରୀୟ, ବଂଶଧର ବା ସନ୍ତାନ, ପୂର୍ବ ପୁରୁଷ, ପ୍ରଥମ ଜାତ, ଈଶ୍ୱରଙ୍କ ପୁତ୍ର, ଇଶ୍ୱରଙ୍କ ସନ୍ତାନଗଣ)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦହାରଣ:

  • 04:08 ଈଶ୍ୱର ଅବ୍ରାମଙ୍କୁ କହିଲେ ଏବଂ ପୁନର୍ବାର ପ୍ରତିଜ୍ଞା କଲେ ଯେ ସେ ଏକ ପୁତ୍ର ଲାଭ କରିବେ ଏବଂ ତାହାଙ୍କ ବଂଶଧରମାନେ ଆକାଶର ତାରାଗଣ ସଦୃଶ୍ୟ ହେବେ।
  • 04:09 ଈଶ୍ୱର କହିଲେ, “ଆମ୍ଭେ ତୁମ୍ଭର ନିଜ ଶରୀରରୁ ଏକ ପୁତ୍ର ତୁମ୍ଭକୁ ଦେବା।“
  • 05:05 ଏକ ବର୍ଷ ବ୍ୟବଧାନରେ, ଅବ୍ରାହମଙ୍କର 100 ବର୍ଷ ବୟସରେ ଏବଂ ସାରାଙ୍କ 90 ବର୍ଷ ବୟସରେ, ସାରା ଅବ୍ରାହମଙ୍କ ନିମନ୍ତେ ଏକ ପୁତ୍ର ପ୍ରସବ କଲେ।
  • 05:08 ଯେତେବେଳେ ସେମାନେ ବଳିଦାନ ସ୍ଥାନରେ ଉପସ୍ଥିତ ହେଲେ, ଅବ୍ରାହମ ତାହାଙ୍କ ପୁତ୍ର ଇସ୍‍ହାକକୁ ବାନ୍ଧିଲେ ଏବଂ ବେଦିର ଉପରେ ଶୁଆଇଲେ। ସେ ଆପଣାର ପୁତ୍ରକୁ ବଧ କରିବାକୁ ଯାଉଥିବା ସମୟରେ ଈଶ୍ଵର କହିଲେ, "ରୁହ! ବାଳକକୁ କଷ୍ଟ ଦିଅ ନାହିଁ! ବର୍ତ୍ତମାନ ଆମ୍ଭେ ଜାଣିଲୁ ଯେ ତୁମ୍ଭେ ଆମ୍ଭଙ୍କ ଭୟ କରୁଅଛ କାରଣ ତୁମ୍ଭେ ଆପଣାର ଏକମାତ୍ର ପୁତ୍ର ପୁତ୍ରକୁ ଆମ୍ଭକୁ ଦେବାକୁ ହିଁ ଅସମ୍ମତ ନୋହିଲ।"
  • 09:07 ଯେତେବେଳେ ସେ ଶିଶୁକୁ ଦେଖିଲେ, ଆପଣାର ପୁତ୍ର ସଦୃଶ ତାହାକୁ ଆପଣାର କଲେ।
  • 11:06 ଈଶ୍ଵର ମିସରର ସମସ୍ତ ପ୍ରଥମ ଜାତ ସନ୍ତାନମାନଙ୍କୁ ବଧ କଲେ।
  • 18:01 ବହୁ ବର୍ଷ ପରେ, ଦାଉଦ ମଲେ, ଏବଂ ତାହାଙ୍କର ପୁତ୍ର ଶଲୋମନ ଶାସନ କରିବାକୁ ଆରମ୍ଭ କଲେ।
  • 26:04 ସେମାନେ କହିଲେ, “ଏ କ'ଣ ଯୋଷେଫର ପୁତ୍ର?

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H1060, H1121, H1123, H1248, H3173, H3206, H3211, H4497, H5209, H5220, G3816, G5043, G5207

ସମାଜ ଗୃହ

ସଂଜ୍ଞା:

ସମାଜ ଗୃହ ହେଉଛି ଅଟ୍ଟାଳିକା ଯେଉଁଠି ଯିହୁଦୀ ଲୋକମାନେ ପରମେଶ୍ୱର ଙ୍କୁ ଉପାସନା କରିବା ନିମନ୍ତେ ଏକତ୍ର ହୁଅନ୍ତି

  • ପ୍ରାଚୀନ ଯୁଗରେ, ସମାଜ ଗୃହରେ ସେବା ଗୁଡିକରେ ପ୍ରାର୍ଥନାର ସମୟ, ଶାସ୍ତ୍ରପାଠ ଏବଂ ଧର୍ମ ପୁସ୍ତକ ସମ୍ୱନ୍ଧୀୟ ଶିକ୍ଷା ସାମିଲ କରାଯାଉଥିଲା
  • ଯିହୁଦୀମାନେ ପ୍ରାଥମିକ ଭାବେ ସମାଜ ଗୃହ ପ୍ରାର୍ଥନା କରିବା ସ୍ଥାନ ଏବଂ ନିଜ ସହରରେ ପରମେଶ୍ୱରଙ୍କୁ ଉପାସନା କରିବେ କାରଣ ସେମାନଙ୍କ ମଧ୍ୟରୁ ଅନେକେ ଯିରୁଶାଲମ ମନ୍ଦିରଠାରୁ ବହୁ ଦୁରରେ ରହୁଥିଲେ
  • ଯୀଶୁ ଅନେକ ସମୟରେ ସମାଜ ଗୃହରେ ଶିକ୍ଷା ଏବଂ ଲୋକମାନଙ୍କୁ ସୁସ୍ଥତା କରୁଥିଲେ
  • “ସମାଜ ଗୃହ” ଶବ୍ଦ ଆଳଙ୍କାରିକ ଭାବେ ଗୋଟିଏ ଲୋକଦଳ ଏକତ୍ରିକରଣ ବ୍ୟବହାର କରାଯାଇପାରିବ

(ଦେଖ: ସୁସ୍ଠତା, ଯିରୁଶାଲମ, ଯିହୁଦୀ, ପ୍ରାର୍ଥନା, ମନ୍ଦିର, ଇଶ୍ୱରଙ୍କ ବାକ୍ୟ, ଉପାସନା)

ବାଇବଲ ପୃଷ୍ଠଭୂମି:

ବୋର୍ଡ ଡାଟା :

  • Strong's: H4150, G656, G752, G4864

ସମ୍ମାନ, ସମ୍ମାନ

ସଂଜ୍ଞା:

“ସମ୍ମାନ “ଓ “ସମ୍ମାନ ଦେବା” ଏହି ଶବ୍ଦ କାହାକୁ ଭକ୍ତି, ଆଦର ଓ ଶ୍ରଦ୍ଧା କରିବାକୁ ଦର୍ଶାଏ I

  • ସମ୍ମାନ ତାହାକୁ ଦିଆଯାଏ ଯେ ବଡ଼ ପଦବୀରେ କିଅବା ମହତ୍‌ୱପୂର୍ଣ୍ଣ ପଦବୀରେ ଅଛି, ଯେପରିକି ରାଜା କିଅବା ଇଶ୍ୱର I

  • ପରମେଶ୍ୱର ଖ୍ରୀଷ୍ଟିଆନ ଲୋକଙ୍କୁ ନିର୍ଦେଶ କରିଅଛନ୍ତି କି ଅନ୍ୟକୁ ସମ୍ମାନ କରନ୍ତୁ I

  • “ସମ୍ମାନ” ଓ “ମହିମା” ଅନେକ ସମୟରେ ଏକ ସହିତ ବ୍ୟବହୃତ ହୁଏ ଯେତେବେଳେ ଯୀଶୁ କୁ ସମ୍ବୋଧିତ କରାଯାଏ I

ଏହା ଦୁଇଟି ଅଲଗା ବିଷୟ ହୋଇ ଥାଇପାରେ କିନ୍ତୁ ଏକ ବିଷୟକୁ ହିଁ ସମ୍ବୋଧିତ କରେ I

  • ପରମେଶ୍ୱରଙ୍କୁ ସମ୍ମାନ କରିବାର ଅନେକ ବିଷୟକୁ ଅନ୍ତର୍ଭୁକ୍ତ କରାଯାଏ ଯେପରି କି ତାହାଙ୍କୁ ଧନ୍ୟବାଦ ଦେବା, ପ୍ରସଂଶା କରିବା ତାହାଙ୍କ ଆଜ୍ଞାକାରୀ ହେବା ଓ ଏହି ପ୍ରକାର ଏକ ଜୀବନ ବିତାଇବା କି ଦେଖାଯାଏ କି କେତେ ମହାନ ଅଟନ୍ତି I

ଅନୁବାଦ ପ୍ରସ୍ତାବ:

  • ଅଲଗା ପ୍ରକାର “ସମ୍ମାନ” କୁ ଅନୁବାଦ କଲେ “ଆଦର” କିଅବା “ଶ୍ରଦ୍ଧା” କିଅବା “ଭକ୍ତି” କୁ ଦର୍ଶାଏ I
  • “ସମ୍ମାନ ଶବ୍ଦକୁ “ବିଶେଷମାନ ସମ୍ମାନ ଦେଖାଇବା “କିଅବା “ପ୍ରଶଂସା କରିବାର କାରଣ ହେବା “ବେଶୀ ଖାତିର କରିବା “କିଅବା ” ଉଚ ମୂଲ୍ୟ ଦେବା “ରୂପରେ ଅନୁବାଦ କରାଯାଏ I

(ଆହୁରି ଦେଖନ୍ତୁ: ଅସମ୍ମାନ, ମହିମା, ପ୍ରଶଂସା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1420, H1921, H1922, H1923, H1926, H1927, H1935, H2082, H2142, H3366, H3367, H3368, H3372, H3373, H3374, H3444, H3513, H3519, H3655, H3678, H5081, H5375, H5457, H6213, H6286, H6437, H6942, H6944, H6965, H7236, H7613, H7812, H8597, H8416, G820, G1391, G1392, G1784, G2151, G2570, G3170, G4411, G4586, G5091, G5092, G5093, G5399

ସର୍ୱଶକ୍ତିମାନ

ତଥ୍ୟମାନ:

‘’ ସର୍ୱଶକ୍ତିମାନ’’ ଶବ୍ଦଟିର ଆକ୍ଷାରିକ ଅର୍ଥ ‘’ସମସ୍ତଙ୍କ ଉପରେ ଶକ୍ତିଶାଳୀ’’; ବାଇବଲରେ ଏହା ସର୍ୱଦା ଈଶ୍ୱରଙ୍କୁ ଦର୍ଶାଏ I

  • ‘’ ସର୍ୱଶକ୍ତିମାନ’’ କିମ୍ୱା ‘’ ଜଣେ ସର୍ୱଶକ୍ତିମାନ’’ ଶବ୍ଦଟି ‘’ଈଶ୍ୱରଙ୍କୁ’’ ଦର୍ଶାଏ ଏବଂ ପ୍ରକାଶ କରେ ଯେ, ତାଙ୍କର ସମ୍ପୂର୍ଣ୍ଣ ଶକ୍ତି ଅଛି ଏବଂ ପ୍ରତ୍ୟେକଙ୍କ ଉପରେ ଅଧିକାର ଅଛି I
  • ‘’ ସର୍ୱଶକ୍ତିମାନ ଈଶ୍ୱର’’ ଏବଂ ‘’ଈଶ୍ୱର ସର୍ୱଶକ୍ତିମାନ‘’ ଏବଂ ‘’ପ୍ରଭୁ ସର୍ୱଶକ୍ତିମାନ’’ ଏବଂ ‘’ପ୍ରଭୁ ଈଶ୍ୱର ସର୍ୱଶକ୍ତିମାନ’’ ଏହି ପଦଟି ଈଶ୍ୱରଙ୍କୁ ପ୍ରସଙ୍ଗ ସହିତ ବର୍ଣ୍ଣନା କରେ I

ଅନୁବାଦ ପ୍ରସ୍ତାବିତ ବିଷୟମାନ:

  • ’ସମସ୍ତଙ୍କ ଉପରେ ଶକ୍ତିଶାଳୀ’’ କିମ୍ୱା ‘’ସମ୍ପୂର୍ଣ୍ଣ ଶକ୍ତିଶାଳୀ ବ୍ୟକ୍ତି ଜଣକ’’ କିମ୍ୱା ‘’ଇଶ୍ୱର ଯେ ସମ୍ପୂର୍ଣ୍ଣ ଶକ୍ତିଶାଳୀ’’ ଏହି ପ୍ରକାରେ ମଧ୍ୟ ଏହି ପଦଗୁଡ଼ିକ ଅନୁବାଦ କରାଯାଇପାରେ I
  • ‘’ପ୍ରଭୁ ଈଶ୍ୱର ସର୍ୱଶକ୍ତିମାନ’’ ଏହି ବାକ୍ୟାଂଶଟିର ଅନୁବାଦ ‘’ଈଶ୍ୱର ଏକମାତ୍ର ଶକ୍ତିଶାଳୀ ଶାସକ’’ କିମ୍ୱା ‘’ଶକ୍ତିଶାଳୀ ସାର୍ୱଭୌମ ଈଶ୍ୱର’’କିମ୍ୱା ‘’ ସର୍ୱଶକ୍ତିମାନ ଈଶ୍ୱର ଯେ ସମସ୍ତ ଉପରେ କର୍ତ୍ତା ଅଟନ୍ତି I

(ଅନୁବାଦର ପ୍ରସ୍ତାବିତ ବିଷୟମାନ: କିପରି ନାମକୁ ଅନୁବାଦ କରାଯାଏ

(ମଧ୍ୟ ଦେଖିପାରିବା: ପ୍ରଭୂ, ଈଶ୍ୱର, ଶକ୍ତି)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H7706, G3841

ସର୍ୱୋଚ

ତଥ୍ୟ:

“ସର୍ୱୋଚ” ପରମେଶ୍ୱରଙ୍କର ଏକ ଉପାଧି ଅଟେ I ଏହା ତାହାଙ୍କର “ମହାନତା ଓ ଅଧିକାର କୁ ଦର୍ଶାଏ I

  • ଏହାର ଅର୍ଥ “ସର୍ୱ ଭୌମ” କିଅବା “ମୁଖ୍ୟ” ସହିତ ସମାନ ଅଟେ I
  • “ଉଚ” ଶବ୍ଦ ଶାରୀରିକ ଉଚତା କିଅବା ଦୁରତାକୁ କୁ ଦର୍ଶାଏ ନାହିଁ I

ଏହା ମହାନତା କୁ ଦର୍ଶାଏ I

ଅନୁବାଦ ପ୍ରସ୍ତାବ:

  • ଏହି ଶବ୍ଦକୁ “ସର୍ୱୋଚ ପରମେଶ୍ୱର” କିଅବା “ସବୁଠାରୁ ମୁଖ୍ୟ ବ୍ୟକ୍ତି” କିଅବା “ପରମେଶ୍ୱର ଯେ ସର୍ୱୋଚ ଅଟନ୍ତି” କିଅବା “ସବୁଠାରୁ ମହାନ ଜଣେ” କିଅବା “ସେ ହିଁ ମୁଖ୍ୟ “କିଅବା “ପରମେଶ୍ୱର ଯେ ସମସ୍ତଙ୍କଠାରୁ ବଡ଼ ଅଟନ୍ତି” ରୂପରେ ଅନୁବାଦ କରାଯାଇପାରେ I
  • ଯଦି “ଉଚ “ପରି କେଉଁ ଶବ୍ଦ ବ୍ୟବହାର କରାଯାଏ, ନିଶ୍ଚିନ୍ତ ହୁଅନ୍ତୁ କି ଏହା ଶାରୀରିକ ଉଚ୍ଚ କିଅବା ଲମ୍ବା କୁ ଦର୍ଶାଏ ନାହିଁ I

(ଆହୁରି ଦେଖନ୍ତୁ: ପରମେଶ୍ୱର)

ବାଇବଲ ପଦପର୍ବ:

ଲୁକ ୦୧:୩୦ -୩୩

ବୋର୍ଡ ଡାଟା :

  • Strong's: H5945, G5310

ସହଭାଗିତା

ସଂଜ୍ଞା:

ସାଧାରଣତଃ, “ସହଭାଗିତା” ଶବ୍ଦ ଏକ ଲୋକ ସମୁହର ବନ୍ଧୁତାପୂର୍ଣ୍ଣ ଆଦାନ ପ୍ରଦାନ କୁ ଦେଖାଏ ଯେଉଁଠାରେ ଲୋକମାନେ ସମାନ ଅନୁଭବ ଓ ଇଛାଭାବ କୁ ବାଣ୍ଟତି I

  • ବାଇବଲରେ “ସହଭାଗିତା” ଶବ୍ଦ ଖ୍ରୀଷ୍ଟରେ ବିଶ୍ୱାସୀଙ୍କ ଏକତ୍ରିତ ହେବାକୁ ଦେଖାଏ I
  • ଖ୍ରୀଷ୍ଟିୟ ସହଭାଗିତା ବିଶ୍ୱାସୀ ଜନ ପରସ୍ପର ସହିତ, ଖ୍ରୀଷ୍ଟ ଓ ପବିତ୍ର ଆତ୍ମା ସହିତ ସମ୍ପର୍କ ବାଣ୍ଟିବା କୁ ଦର୍ଶାଏ I
  • ଆରମ୍ଭରେ ଖ୍ରୀଷ୍ଟିଆନ ଲୋକମାନେ ପରମେଶ୍ୱରଙ୍କ ବାକ୍ୟ ଶ୍ରବଣ କରିବା ପ୍ରାର୍ଥନାରେରେ, ଯାହା ନିଜର ତାହା ପରସ୍ପର ମଧ୍ୟରେ ଭାଗ କରି, ଓ ଏକତ୍ରିତ ହୋଇ ଭୋଜନ ଗ୍ରହଣ କରିବାରେ ତାଙ୍କ ସହଭାଗିତା କୁ ଅଭିବ୍ୟକ୍ତ କରୁଥିଲେ I

ଖ୍ରୀଷ୍ଟିଆନ ଲୋକଙ୍କର ସହଭାଗିତା ପରମେଶ୍ୱର ସହିତ ଯାହା ଯୀଶୁ ଓ ତାହାଙ୍କ କ୍ରୁଶ ଉପରେ ବଳିଦାନ ଯାହା ପରମେଶ୍ୱର ଓ ତାହାଙ୍କ ଲୋକମାନଙ୍କ ମଧ୍ୟରେ ଥିବା ବୈରୀଭାବକୁ ଦୁରେଇବା ଦ୍ୱାରା ହୋଇ ଥାଏ I

ଅନୁବାଦ ପ୍ରସ୍ତାବ:

  • “ସହଭାଗିତା ଶବ୍ଦର ଅଲଗା ଅଲଗା ପ୍ରକାର ଅନୁବାଦ “ମିଳିମିଶି ଭାଗ କରିବା” କିଅବା “ସମ୍ପର୍କ” କିଅବା “ବନ୍ଧୁତାପୂର୍ଣ୍ଣ “କିଅବା “ଖ୍ରୀଷ୍ଟିଆନ ସମୁହ “ରୂପରେ କରାଯାଇପାରେ I

ବାଇବଲ ଟିପ୍ପଣୀ:

ବୋର୍ଡ ଡାଟା :

  • Strong's: H2266, H8667, G2842, G2844, G3352, G4790

ସାକ୍ଷ୍ୟ ତମ୍ୱୁ

ସଂଜ୍ଞା:

ଏହି ସାକ୍ଷ୍ୟ ତମ୍ୱୁ ଏକ ବିଶେଷ ତମ୍ୱୁ-ଭଳି ଆକୃତିଥିଲା, ଯେଉଁଠାରେ ଇସ୍ରାଏଲୀୟମାନେ 40 ବର୍ଷ ପ୍ରାନ୍ତରରେ ଭ୍ରମଣ କରୁଥିବା ସମୟରେ ଈଶ୍ୱରଙ୍କ ଉପାସନା କରୁଥିଲେ I

  • ଈଶ୍ୱର ଇସ୍ରାଏଲୀୟମାନଙ୍କୁ ଏହି ବଡ ତମ୍ୱୁ ନିର୍ମାଣ କରିବା ପାଇଁ ନିର୍ଦ୍ଧିଷ୍ଟ ଭାବରେ ଆଦେଶ ଦେଇଥିଲେ, ଯାହା ଦୁଇଟି କୋଠରୀ ବିଶିଷ୍ଟଥିଲା ଏବଂ ତାହା ଆବଦ୍ଧ ପ୍ରାଙ୍ଗଣ ଦ୍ୱାରା ଚାରିଆଡେ ଘେରିରହିଥିଲା I
  • ପ୍ରତ୍ୟେକ ସମୟରେ ଇସ୍ରାଏଲୀୟମାନେ ବାସ କରିବା ପାଇଁ ମରୁଭୂମୀର ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିଲେ, ସେତେବେଳେ ଯାଜକ ପୃଥକୀକୃତ ଭାବରେ ଏହି ସାକ୍ଷ୍ୟ ତମ୍ୱୁକୁ ଅନ୍ୟ ଏକ ଶିବିର ଅଞ୍ଚଳକୁ ବୋହି ନେଇ ଯାଉଥିଲେ I

ତା’ପରେ ସେମାନେ ପୂନର୍ୱାର୍ ନୂତନ ଶିବିରର ମଧ୍ୟ ଭାଗରେ ତାହା ସ୍ଥାପନ କରୁଥିଲେ I

  • ଏହି ସାକ୍ଷ୍ୟ ତମ୍ୱୁରେ କାଠର ଚୌକାଠ ନିର୍ମାଣ କରାଯାଇଥିଲା, ପର୍ଦା ଟଙ୍ଗା ଯାଇଥିଲା ଯାହାକି ଲୁଗାରେ,ଛେଳିର ବାଳରେ,ପଶୁ ଚମଡାରେ ତିଆରି ହୋଇଥିଲା I

ପ୍ରାଙ୍ଗଣଟି ସମ୍ପୂର୍ଣ୍ଣରୂପେ ଅଧିକ ପରଦାରେ ବେଷ୍ଟିତ ହୋଇଥିଲା I

  • ସାକ୍ଷ୍ୟ ତମ୍ୱୁର ଦୁଇଟି ବିଭାଗ ମଧ୍ୟରୁ ଗୋଟିଏ ପବିତ୍ର ସ୍ଥାନଥିଲା (ଯେଉଁଠାରେ ଯଜ୍ଞବେଦୀର ସୁଗନ୍ଧିଧୂପ ଉତ୍ସର୍ଗ ସ୍ଥାନଥିଲା) ଏବଂ ଅନ୍ୟଟି ମହାପବିତ୍ର ସ୍ଥାନ (ଯେଉଁଠାରେ ନୀୟମ ସିନ୍ଦୁକ ରଖାଯାଇଥିଲା) I

  • ସାକ୍ଷ୍ୟ ତମ୍ୱୁର ପ୍ରାଙ୍ଗଣରେ ପଶୁବଳିଗୁଡିକ ଦଗଧ କରିବା ପାଇଁ ଏକ ଯଜ୍ଞବେଦିଥିଲା ଏବଂ ବିଧି ଅନୁସାରେ ପରିଷ୍କାର କରିବା ନିମନ୍ତେ ଏକ ବିଶେଷ ଧୌତ କରିବା ପାତ୍ରଥିଲା I

  • ଯେତେବେଳେ ଶଲୋମନଙ୍କ ଦ୍ୱାରା ଯିରୁଶାଲମ ମନ୍ଦିର ନିର୍ମାଣ ହେଲା, ସେତେବେଳେ ଇସ୍ରାଏଲୀୟମାନେ ଏହି ସାକ୍ଷ୍ୟ ତମ୍ୱୁକୁ ବ୍ୟବହାର କରିବା ବନ୍ଦ କରିଦେଇଥିଲେ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ

  • “ସାକ୍ଷ୍ୟ ତମ୍ୱୁ” କହିଲେ “ଆବାସ ସ୍ଥଳ” ଅଟେ I

“ପବିତ୍ର ତମ୍ୱୁ” କିମ୍ୱା “ଯେଉଁ ତମ୍ୱୁରେ ଈଶ୍ୱରଥିଲେ” କିମ୍ୱା “ଈଶ୍ୱରଙ୍କ” ତମ୍ୱୁ ପଦଗୁଡିକ ସାମିଲ କରି ଅନ୍ୟ ପ୍ରକାରେ ଏହାକୁ ଅନୁବାଦ କରାଯାଇପାରେ I”

  • ନିଶ୍ଚିତ ହେବ ଯେ, ଏହି ଅନୁବାଦର ପ୍ରତିଶବ୍ଦଟି “ମନ୍ଦିରର” ଅନୁବାଦଠାରୁ ଭିନ୍ନ ଅଟେ I

(ଆହୁରି ମଧ୍ୟ ଦେଖ:ଯଜ୍ଞବେଦୀ, ସୁଗନ୍ଧିତ ଯଜ୍ଞବେଦୀ, ନୀୟମ ସିନ୍ଦୁକ, ମନ୍ଦିର, ସମାଗମ ତମ୍ୱୁ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H168, H4908, H5520, H5521, H5522, H7900, G4633, G4634, G4636, G4638

ସାକ୍ଷ୍ୟ, ସାକ୍ଷୀ ଦେବା ବା ହେବା, ପ୍ରତ୍ୟକ୍ଷଦର୍ଶୀ, ଚାକ୍ଷୁଷ ସାକ୍ଷୀ

ସଂଜ୍ଞା:

ଯେତେବେଳେ ଜଣେ ବ୍ୟକ୍ତି “ସାକ୍ଷ୍ୟ” ଦିଏ ସେ ଜାଣି ଥିବା କିଛି ବିଷୟ ଉପରେ ଏକ ଉକ୍ତି ପ୍ରଦାନ କରିଥାଏ, ଦାବୀ କରେ ଯେ ତାହାର ସେହି ଉକ୍ତି ସତ୍ୟ ଅଟେ। “ସାକ୍ଷୀ ହେବା” ଅର୍ଥ “ସାକ୍ଷ୍ୟ” ଦେବା ଅଟେ।

  • ଅନେକ ସମୟରେ ଜଣେ ବ୍ୟକ୍ତି କିଛି ବିଷୟ ପ୍ରତ୍ୟକ୍ଷ ଭାବରେ ଅନୁଭୁତି ପାଇଥିବା ସମ୍ପର୍କରେ “ସାକ୍ଷ୍ୟ ଦିଏ।"
  • ଜଣେ ପ୍ରତ୍ୟକ୍ଷଦର୍ଶୀ ଯିଏ “ମିଥ୍ୟା ସାକ୍ଷ୍ୟ” ଦିଏ ଘଟିଥିବା ଘଟଣା ସମ୍ପର୍କରେ ସତ୍ୟ କଥା କହି ନ ଥାଏ।
  • ବେଳେବେଳେ “ସାକ୍ଷ୍ୟ” ପ୍ରତିଶବ୍ଦ ଜଣେ ଭବିଷ୍ୟତବକ୍ତା କହିଥିବା ଭବିଷ୍ୟବାଣୀକୁ ଉଲ୍ଲେଖ କରିଥାଏ।
  • ନୂତନ ନିୟମରେ, ଏହି ପ୍ରତିଶବ୍ଦ ଅନେକ ସମୟରେ ଯୀଶୁଙ୍କ ଜୀବନ, ମୃତ୍ୟୁ ଏବଂ ପୁନରୁତ୍ଥାନର ଘଟଣାବଳି ସମ୍ପର୍କରେ କିପରି ଭାବରେ ଯୀଶୁଙ୍କର ଶିଷ୍ୟମାନେ ସାକ୍ଷ୍ୟ ଦେଇ ଥିଲେ, ତାହାକୁ ବୁଝାଇଥାଏ।

“ପ୍ରତ୍ୟକ୍ଷଦର୍ଶୀ” ପ୍ରତିଶବ୍ଦ ଜଣେ ବ୍ୟକ୍ତିଙ୍କୁ ବୁଝାଏ ଯିଏ ବ୍ୟକ୍ତିଗତ ଭାବରେ ଅନୁଭୁତି ହେଇଛନ୍ତି ଯାହା ଘାଟିଅଛି। ସାଧାରଣତଃ ଜଣେ ପ୍ରତ୍ୟକ୍ଷଦର୍ଶୀ ମଧ୍ୟ କେହି ଯାହା ସେମାନେ ସତ୍ୟ ବୋଲି ଜାଣନ୍ତି ତାହା ସାକ୍ଷୀ ଦିଅନ୍ତି। "ଚାକ୍ଷୁଷ ସାକ୍ଷୀ" ପ୍ରତିଶବ୍ଦ ସେ ବ୍ୟକ୍ତି ବିଷୟରେ ଗୁରୁତ୍ୱ ଦିଏ ଯେ ପ୍ରକୃତରେ ସ୍ଥାନରେ ଉପସ୍ଥିତ ଥଲା ଏବଂ ଘଟିଥିବା ବିଷୟ ଦେଖିଛନ୍ତି।

  • “ପ୍ରତ୍ୟକ୍ଷଦର୍ଶୀ” ଅର୍ଥ ଏହା ଘଟିଥିବାର ଦେଖିଥିବା କିଛି ବିଷୟକୁ ବୁଝାଏ।
  • ମହାସଭାରେ, ଜଣେ ପ୍ରତ୍ୟକ୍ଷଦର୍ଶୀ “ସାକ୍ଷ୍ୟ ଦେବା” କିମ୍ବା “ସାକ୍ଷ୍ୟ କହିବା।” ଏହା ସହିତ “ସାକ୍ଷୀ ଦେବା” ସମାନ ଅର୍ଥ ରହିଛି।
  • ପ୍ରତ୍ୟକ୍ଷଦର୍ଶୀମାନେ ଯାହା ଦେଖିଥିବା କିମ୍ବା ଶୁଣିଥିବା ବିଷୟରେ ସତ କଥା କହନ୍ତୁ ବୋଲି ତାଙ୍କଠାରୁ ଅପେକ୍ଷା କରାଯାଇଥାଏ।
  • ଘଟିଥିବା ଘଟଣା ସମ୍ପର୍କରେ ସତ କଥା କହୁ ନ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀକୁ “ମିଥ୍ୟା ସାକ୍ଷୀ” ବୋଲି କୁହାଯାଇଥାଏ। ସେ “ମିଥ୍ୟା ସାକ୍ଷ୍ୟ ଦିଏ" କିମ୍ବା “ମିଥ୍ୟା ସାକ୍ଷ୍ୟ ପ୍ରଦାନ କରେ” ବୋଲି କୁହାଯାଇଥାଏ।
  • “ମଧ୍ୟସ୍ଥି ଭାବରେ ଏକ ସାକ୍ଷୀ ହେବା” ବାକ୍ୟାଂଶକୁ କିଛି ବିଷୟ କିମ୍ବା କେହି ଜଣେ କରାଯାଇଥିବା ଏକ ଚୁକ୍ତିର ପ୍ରମାଣସ୍ୱରୂପ ହେବ। ପ୍ରତ୍ୟକ୍ଷଦର୍ଶୀନିଶ୍ଚିତ କରେ ଯେ ପ୍ରତ୍ୟେକ ବ୍ୟକ୍ତି ଯାହା କରିଥିବା ପ୍ରତିଜ୍ଞା ତାହା କରନ୍ତି।

ଅନୁବାଦ ନିମନ୍ତେ ପ୍ରସ୍ତାବ:

  • “ସାକ୍ଷୀ ଦେବା” କିମ୍ବା ସାକ୍ଷ୍ୟ ଦେବା” ପ୍ରତିଶବ୍ଦକୁ “ସତ କଥା କହିବା” କିମ୍ବା “ଯାହା ଶୁଣିଛ ବା ଦେଖିଛ ତାହା କହିବା” କିମ୍ୱା “ବ୍ୟକ୍ତିଗତ ଅନୁଭୁତିରୁ କହିବା” କିମ୍ବା “ପ୍ରମାଣ ଦେବା” କିମ୍ବା “ଯାହା ଘଟିଛି ତାହା ଜଣାଇବା” ଭାବରେ ମଧ୍ୟ ଅନୁବାଦ କରାଯାଇପାରେ।

  • “ସାକ୍ଷ୍ୟ” ଅନେକ ପ୍ରକାରେ ଅନୁବାଦ କରିହେବ “ଘଟିଥିବା ବିଷୟର ବିବରଣ ଦେବା” କିମ୍ବା “ସତ୍ୟର ଉକ୍ତି” କିମ୍ବା “ପ୍ରମାଣ” କିମ୍ବା “ଯାହା କୁହାଯାଇଅଛି” କିମ୍ବା “ଭବିଷ୍ୟବାଣୀ” ଅନ୍ତର୍ଭୁକ୍ତ ହୋଇପାରେ।

  • “ସେମାନଙ୍କ ନିମନ୍ତେ ଏକ ସାକ୍ଷ୍ୟସ୍ୱରୂପ” ପଦକୁ “ଯାହା ସତ୍ୟ ତାହା ସେମାନଙ୍କୁ ଦେଖାଅ” କିମ୍ୱା “ଯାହା ସତ୍ୟ ତାହା ସେମାନଙ୍କ ନିକଟରେ ପ୍ରମାଣିତ କର” ବୋଲି ଅନୁବାଦ କରାଯାଇପାରିବ I

  • “ସେମାନଙ୍କ ବିପକ୍ଷରେ ଏକ ସାକ୍ଷ୍ୟସ୍ୱରୂପ” ବାକ୍ୟାଂଶକୁ “ଯାହା ସେମାନଙ୍କୁ ସେମାନଙ୍କ ପାପଗୁଡ଼ିକୁ ଦେଖାଇ ଦେବ” କିମ୍ୱା “ସେମାନଙ୍କର ପ୍ରତାରଣା ବା ଛଳନାକୁ ପ୍ରକାଶ କରିବ” କିମ୍ବା “ସେମାନେ ଭୁଲ ବୋଲି ତାହା ପ୍ରମାଣିତ କରିବ" ବୋଲି ଅନୁବାଦ କରାଯାଇପାରିବ।

  • “ମିଥ୍ୟା ସାକ୍ଷ୍ୟ ଦେବା” ବାକ୍ୟାଂଶକୁ “ମିଥ୍ୟା କଥାଗୁଡ଼ିକ କହିବା” କିମ୍ୱା “ମିଥ୍ୟା ତଥ୍ୟ ବିଷୟଗୁଡ଼ିକ କୁହନ୍ତି” ବୋଲି ଅନୁବାଦ କରାଯାଇପାରିବ।

  • “ପ୍ରତ୍ୟକ୍ଷଦର୍ଶୀ” କିମ୍ବା “ଚାକ୍ଷୁଷ ସାକ୍ଷୀ” ପ୍ରତିଶବ୍ଦକୁ ଗୋଟିଏ ଶବ୍ଦ କିମ୍ବା ବାକ୍ୟାଂଶ ଦ୍ୱାରା ଅନୁବାଦ କରାଯାଇପାରିବ ଯାହାର ଅର୍ଥ “ଏହା ଦେଖିଥିବା ବ୍ୟକ୍ତି” କିମ୍ବା “ଏହା ଘଟିବା ବିଷୟ ଯେଉଁ ବ୍ୟକ୍ତି ଦେଖିଛି” କିମ୍ୱା “ଯେଉଁମାନେ ଦେଖିଲେ ଓ ଶୁଣିଲେ (ସେହି ବିଷୟସବୁ) ବୋଲି ଅନୁବାଦ କରାଯାଇପାରିବ।"

  • “ଏକ ସାକ୍ଷୀ” ବୋଲି କୁହାଯାଉଥିବା ଯାହା କିଛି “ଗାରେଣ୍ଟି ବା ବିନା” ବା ଆମର ପ୍ରତିଜ୍ଞାର ଚିହ୍ନ” କିମ୍ବା “ଏହି ବିଷୟ ସତ୍ୟା ବୋଲି ସାକ୍ଷ୍ୟ ଦେଉଥିବା କିଛି ବିଷୟ” ବୋଲି ଅନୁବାଦ କରାଯାଇପାରିବ।

  • “ତୁମ୍ଭେମାନେ ମୋହର ସାକ୍ଷୀ ହେବ” ବାକ୍ୟାଂଶକୁ “ତୁମ୍ଭେମାନେ ମୋ ବିଷୟରେ ଅନ୍ୟ ଲୋକମାନଙ୍କୁ କହିବ” କିମ୍ବା “ମୁଁ ଦେଇଥିବା ଶିକ୍ଷାକୁ ତୁମ୍ଭେମାନେ ଲୋକମାନଙ୍କୁ ଶିକ୍ଷା ଦେବ” କିମ୍ବା “ମୁଁ କରିବା ଏବଂ ତୁମ୍ଭେମାନେ ଯାହା ଯାହା ଦେଖିଅଛ ଏବଂ ମୋହର ଶିକ୍ଷା ଶୁଣିଅଛ, ତୁମ୍ଭେମାନେ ତାହା ଲୋକମାନଙ୍କୁ କହିବ” ବୋଲି ମଧ୍ୟ ଅନୁବାଦ କରାଯାଇପାରିବ।

  • “ପ୍ରତ୍ୟକ୍ଷଦର୍ଶୀ ହେବା” ପଦକୁ “କୁହ ଯାହା ଦେଖିଛ” କିମ୍ବା “ସାକ୍ଷ୍ୟ ଦିଅ” କିମ୍ବା “ଯାହା ଘଟିଛି ତାହା ବ୍ୟକ୍ତ କର” ବୋଲି ଅନୁବାଦ କରାଯାଇପାରିବ।

  • “ପ୍ରତ୍ୟକ୍ଷଦର୍ଶୀ” ପଦକୁ କିଛି ବିଷୟ ବା ଜିନିଷ “କିଛି ବିଷୟ ଦେଖିବା” କିମ୍ବା “କିଛି ଘଟିଥିବା ବିଷୟରେ ଅନୁଭୁତି ହେବା” ବୋଲି ଅନୁବାଦ କରାଯାଇପାରିବ।

(ପୁନଶ୍ଚ ଦେଖନ୍ତୁ: ନୀୟମସିନ୍ଦୁକ, ଦୋଷୀ.,ବିଚାର, ଭବିଷ୍ୟଦ୍‍ବକ୍ତା, ସାକ୍ଷ୍ୟ, ସତ୍ୟ)

ବାଇବଲ ପଦପର୍ବ:

ବାଇବଲର କାହାଣୀରୁ ଉଦାହରଣଗୁଡ଼ିକ:

  • 39:02 ଗୃହ ମଧ୍ୟରେ, ଯିହୂଦୀୟ ନେତାମାନେ ଯୀଶୁଙ୍କୁ ବିଚାର କରିବା ପାଇଁ ରଖିଲେ। ସେମାନେ ଅନେକ ମିଥ୍ୟା ସାକ୍ଷୀ ଆଣିଲେ ସେମାନେ ତାହାଙ୍କ ବିଷୟରେ ମିଛ କହିଲେ।
  • 39:04 ମହାଯାଜକ କ୍ରୋଧରେ ଆପଣାର ବସ୍ତ୍ର ଚିରିଲେ ଓ ଉଚ୍ଚ ସ୍ଵରରେ କହିଲେ,” ଆମ୍ଭମାନଙ୍କର ଆଉ ଅଧିକ ପ୍ରତ୍ୟକ୍ଷଦର୍ଶୀର ଆବଶ୍ୟକ ନାହିଁ। ସେ ଆପଣାକୁ ଈଶ୍ୱରଙ୍କ ପୁତ୍ର ବୋଲି କହିବା କଥା ଆପଣମାନେ ଶୁଣିଅଛନ୍ତି। ଆପଣମାନଙ୍କର ବିଚାର କ’ଣ?
  • 42:08 “ଶାସ୍ତ୍ରରେ ଏହା ମଧ୍ୟ ଲିଖିତ ହୋଇଅଛି ଯେ ମୋହର ଶିଷ୍ୟମାନେ ଘୋଷଣା କରିବେ ଯେ ପ୍ରତ୍ୟେକ ବ୍ୟକ୍ତି ଅନୁତାପ କରି ମନପରିବର୍ତ୍ତନ କର ଯେପରି ସେମାନେ ନିଜ ନିଜ ପାପରୁ କ୍ଷମା ପ୍ରାପ୍ତ ହୋଇପାରିବେ। ସେମାନେ ଏହା ଯିରୂଶାଲମରୁ ଆରମ୍ଭ କରିବେ, ଏବଂ ତାପରେ ପ୍ରତ୍ୟେକ ସ୍ଥାନରେ ସମସ୍ତ ଗୋଷ୍ଠୀ ନିକଟକୁ ଯିବେ। ତୁମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ ହେବ।"
  • 43:07 “ଈଶ୍ୱର ଯୀଶୁଙ୍କୁ ପୁନର୍ବାର ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି ବୋଲି ଆମ୍ଭେମାନେ ଏହି ସତ୍ୟର ସାକ୍ଷୀ

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H5707, H5713, H5715, H5749, H6030, H8584, G267, G1263, G1957, G2649, G3140, G3141, G3142, G3143, G3144, G4303, G4828, G4901, G5575, G5576, G5577, G6020

ସାଦ୍ଦୁକୀ, ସାଦ୍ଦୁକୀମାନେ

ସଂଜ୍ଞା:

ସାଦ୍ଦୁକୀମାନେ ହେଉଛନ୍ତି ଯୀଶୁଖ୍ରୀଷ୍ଟଙ୍କ ସମୟରେ ଯିହୁଦୀ ରାଜନୈତିକ ଯାଜକଗଣ ଦଳ ସେମାନେ ରୋମୀୟ ଶାସନକୁ ସ୍ୱୀକାରକରୁଥିଲେ ଏବଂ ପୁନରୁତ୍ ଥାନରେ ବିଶ୍ୱାସ କରୁନଥିଲେ

  • ଅଧିକାଂଶ ସାଦ୍ଦୁକୀ ମନେ ଧନୀ (ସମ୍ପତିବାନ)ଥିଲେ, ଉଚ୍ଚ ଯିହୁଦୀ ଜାତି ଯେଉଁମାନଙ୍କ ନେତୃତ୍ୱ ସ୍ଥିତିରେ ରହିଥିଲେ ଯଥା ପ୍ରଧାନ ଯାଜକ ଏବଂ ମହାନ ଯାଜକ

  • ସାଦ୍ଦୁକୀମାନଙ୍କର କର୍ତ୍ତବ୍ୟ ହେଉଛି ମନ୍ଦିରର ପ୍ରାଂଗଣ କୁ ଯତ୍ନ ନେବା ଏବଂ ଯାଜକମାନେ ବଳିଦାନ ଉତ୍ସର୍ଗ ଦଦାୟିତ୍ୱ ତୁଲାଉଥିଲେ

  • ସାଦ୍ଦୁକୀ ଏବଂ ଫାରୁସୀମାନେ ଯୀଶୁଙ୍କୁ କ୍ରୁଶରେ ହତ କରିବା ନିମନ୍ତେ ରୋମର ନେତାମାନଙ୍କୁ ଦୃଢ ଭାବେ ପ୍ରଭାବିତ କରିପାରୁଥିଲେ

  • ଯୀଶୁ ଏହି ଦୁଇ ଧାର୍ମିକ ଗୋଷ୍ଠୀ ସ୍ୱାର୍ଥପର ସ୍ୱଭାବ ଓ କପଟତା ବିରୁଦ୍ଧରେ କହୁଥିଲେ

(ଦେଖ: ପ୍ରଧାନ ଯାଜକ, ପରିଷଦ, ମହାନ ଯାଜକ, କପଟତା, ଯିହୁଦୀ ନେତୃତ୍ୱ ଗଣ, ଫାରୁସୀ, ଯାଜକ

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: G4523

ସାଧୁ, ସନ୍ଥ

ସଂଜ୍ଞା:

“ସନ୍ଥ” ଶବ୍ଦର ଆକ୍ଷରିକ ଅର୍ଥ “ପବିତ୍ର” ଏବଂ ଏହା ଯୀଶୁଙ୍କ ଠାରେ ବିଶ୍ୱାସ କରିଥିବା ବିଶ୍ୱାସୀମାନଙ୍କୁ ବୁଝାଏ

  • ପରବର୍ତ୍ତୀ ମଣ୍ଡଳୀ ଇତିହାସରେ, ଜଣେ ବ୍ୟକ୍ତିଙ୍କର ଉତ୍ତମ କାର୍ଯ୍ୟ ନିମନ୍ତେ “ସନ୍ଥ” ଉପାଖ୍ୟାନ ଦିଆଯାଉଥିଲା କିନ୍ତୁ ନୂତନ ନିୟମରେ ଏହି ଶବ୍ଦର ଅର୍ଥ ଏପରି ଭାବେ ବ୍ୟବହାର କରାଯାଉନଥିଲା
  • ଯୀଶୁ ଙ୍କୁ ବିଶ୍ୱାସ କରିଥିବା ବିଶ୍ୱାସୀମାନଙ୍କୁ ସାଧୁ ବ ପବିତ୍ର ଲୋକ ବୋଲି କୁହାଯାଉଥିଲା, କାରଣ ସେମାନେ କଅଣ କରିଛନ୍ତି ବୋଲି ନୁହେଁ ମାତ୍ର ଯୀଶୁ ଖ୍ରୀଷ୍ଟଙ୍କ ଉଦ୍ଧାର କାର୍ଯ୍ୟରେ ଯେଉଁମାନେ ବିଶ୍ୱାସ କରିଥିଲେ

ସେ ହେଉଛନ୍ତି ଜଣେ ଯେ ସେମାନଙ୍କୁ ପବିତ୍ର କରିଛନ୍ତି

ଅନୁବାଦ ପ୍ରସ୍ତାବ ଗୁଡିକ:

  • “ସନ୍ଥ” ଶବ୍ଦର ଅନୁବାଦ ମଧ୍ୟ କରିହେବ ଯଥା “ପବିତ୍ର” କିମ୍ୱା “ପବିତ୍ର ଲୋକ”, କିମ୍ୱା “ଯୀଶୁଙ୍କ ଠାରେ ପବିତ୍ର ବିଶ୍ୱାସୀଗଣ” କିମ୍ୱା “ପୃଥକୀକୃତମାନେ”
  • ସଚେତନ ହେବା ଯେ ଏହା କେବଳ ଏହି ଉପାଖ୍ୟାନ କେବଳ ଗୋଟିଏ ଖ୍ରୀଷ୍ଟିଆନ ଦଳକୁ ବୁଝାଏ ନାହିଁ

(ଦେଖ: ପବିତ୍ର

ବାଇବଲର ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H2623, H6918, H6922, G40

ସାମନ୍ତ ରାଜା

ସଂଜ୍ଞା:

“ସାମନ୍ତ ରାଜା” ପ୍ରତିଶବ୍ଦ ଏକ ଅଧିକାରୀୀ ପଦସ୍ଥ ବ୍ୟକ୍ତିଙ୍କୁ ବୁଝାଏ ଯିଏ ରୋମୀୟ ସାମ୍ରାଜ୍ୟର ଏକ ଅଂଶରେ ଶାସନ କଲେ I ପ୍ରତ୍ୟେକ ସାମନ୍ତ ରାଜା ରୋମୀୟ ସମ୍ରାଟଙ୍କର କ୍ଷମତା ଅଧିନରେ ରହିଥିଲେ I

  • “ସାମନ୍ତ ରାଜା” ପଦବୀର ଅର୍ଥ “ଚାରି ଜଣ ଯୁଗ୍ମ ଶାସକମାନଙ୍କ ମଧ୍ୟରେ ଜଣେ” ଶାସକକୁ ବୁଝାଏ I
  • ସମ୍ରାଟ ଡାଇଓକ୍ଲିଟନଙ୍କ ଅଧିନରୁ ଆରମ୍ଭ କରି, ରୋମୀୟ ସାମ୍ରାଜ୍ୟକୁ ମୁଖ୍ୟ ଚାରୋଟି ଅଞ୍ଚଳରେ ବିଭକ୍ତ କରାଯାଇଥିଲା ଏବଂ ପ୍ରତ୍ୟେକ ସାମନ୍ତ ରାଜା ଗୋଟିଏ ଅଞ୍ଚଳରେ ଶାସନ କଲେ I
  • ଯୀଶୁଙ୍କ ଜନ୍ମ ସମୟରେ ରହିଥିବା ରାଜା “ମହାନ” ହେରୋଦଙ୍କ ରାଜ୍ୟ, ତାହାଙ୍କ ମୃତ୍ୟୁ ପରେ ଚାରୋଟି ଖଣ୍ଡରେ ବିଭକ୍ତ ହୋଇଗଲା, ଏବଂ ତାହାଙ୍କର ପୁତ୍ରମାନେ “ସାମନ୍ତ ରାଜାଗଣ” ଭାବରେ ବା “ଏକ ଚତୁର୍ଥାଂଶର ଶାସକ” ଭାବରେ ଶାସନ କଲେ I
  • ପ୍ରତ୍ୟେକ ରାଜ୍ୟ ଖଣ୍ଡ ବା ଅଞ୍ଚଳର ଗୋଟିଏ କିମ୍ୱା ସାନ ସାନ ଅଂଶବିଶେଷଥିଲା ଯାହାକୁ “ପ୍ରଦେଶଗୁଡିକ” ବୋଲି କୁହାଯାଉଥିଲା, ଯଥା ଗାଲିଲୀ ବା ଶମିରୋଣ ପ୍ରଦେଶ I
  • ନୂତନ ନିୟମରେ ଅନେକ ଥର “ସାମନ୍ତ ରାଜା ହେରୋଦ”ଙ୍କ ବିଷୟରେ ଉଲ୍ଲେଖ କରାଯାଇଛି I

ସେ ମଧ୍ୟ “ଆନ୍ତିପା ହେରୋଦ” ନାମରେ ପରିଚିତଥିଲେ I

  • “ସାମନ୍ତ ରାଜା” ପ୍ରତିଶବ୍ଦକୁ ମଧ୍ୟ “ଆଞ୍ଚଳିକ ଗଭର୍ଣ୍ଣର” ବା “ପ୍ରାଦେଶିକ ଶାସକ” ବା “ଶାସନକର୍ତ୍ତା” ବା “ଗଭର୍ଣ୍ଣର ବା ରାଜ୍ୟପାଳ” ବୋଲି ଅନୁବାଦ କରାଯାଇପାରେ I

(ଆହୁରି ମଧ୍ୟ ଦେଖ: ଗଭର୍ଣ୍ଣର ବା ରାଜ୍ୟପାଳ, ଆନ୍ତିପା ହେରୋଦ, ପ୍ରଦେଶ, ରୋମ୍, ଶାସକ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: G5075, G5076

ସିୟୋନ, ସିୟୋନ ପର୍ବତ

ସଂଜ୍ଞା:

ମୁଳ ରୂପରେ “ସିୟୋନ” ଓ “ସିୟୋନ ପର୍ବତ” ଜେବୁସିୟଙ୍କୁଠାରୁ ରାଜା ଦାଉଦ ଅଧିକାର କରିଥିବା ଦୃଢ଼ ଦୁର୍ଗ କୁ ଦର୍ଶାଏ I ଏହି ଦୁଇ ଶବ୍ଦ ଯିରୁଶାଲମ କୁ ସମ୍ବୋଧିତ କରିବା ନିମନ୍ତେ ଆଉ ଏକ ପ୍ରକାର ଅଟେ I

  • ସିୟୋନ ପର୍ବତ ଓ ମୋରିଆ ପର୍ବତ ଦୁଇ ପାହାଡ ଯାହା ଉପରେ ଯିରୁଶାଲମ ସହର ଅବସ୍ଥିତ ଅଟେ I

ପରେ “ସିୟୋନ “ଓ “ସିୟୋନ ପର୍ବତ” ଏକ ସାଧାରଣ ଶବ୍ଦ ରୂପରେ ବ୍ୟବହାର କରାଯାଇଅଛି କି ଏହି ଦୁଇ ପର୍ବତ ଓ ଯିରୁଶାଲମ ସହର କୁ ସମ୍ବୋଧିତ କରିବାକୁ ଦର୍ଶାଏ I କେତେକ ସମୟରେ ଏହି ସବୁ ଯିରୁଶାଲମରେ ଥିବା ମନ୍ଦିରରେ କୁ ଦର୍ଶାଏ I

(ଦେଖନ୍ତୁ: ଶବ୍ଦ ଲକ୍ଷଣ ସୁଚକ

  • ଦାଉଦ ସିୟୋନ ଓ ଯିରୁଶାଲମ କୁ “ଦାଉଦଙ୍କ ନଗର” ରୂପରେ ନାମିତ କଲେ I

ଏହା ଦାଉଦଙ୍କ ଘର ବେଥାଲିହିମଠାରୁ ଭିହ୍ନ ଅଟେ ଯାହାକୁ ମଧ୍ୟ ଦାଉଦର ନଗର କୁହାଯାଏ I

  • “ସିୟୋନ” ଶବ୍ଦ ଅଲଗା ପ୍ରକାରେ ସାଙ୍କେତିକ ରୂପରେ ବ୍ୟବହାର କରାଯାଇଅଛି, ଯାହାକୁ ଇସ୍ରାଏଲ କୁ ପରମେଶ୍ୱରଙ୍କର ଆତ୍ମିକ ରାଜ୍ୟ କୁ କିଅବା ନୂତନ ସ୍ୱର୍ଗ ଯିରୁଶାଲମ ଯାହା ପରମେଶ୍ୱର ସୃଷ୍ଟି କରିବେ କୁ ସମ୍ବୋଧିତ କରାଯାଏ I

(ଆହୁରି ଦେଖନ୍ତୁ: ଅବ୍ରହାମ୍, ଦାଉଦ, ଯିରୁଶାଲମ, ବେଥାଲିହିମ, ଜେବୁସିୟ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H6726

ସିୟୋନର କନ୍ୟା

ଉପକରଣ:

“ସିୟୋନର କନ୍ୟା” ହେଉଛି ଗୋଟିଏ ତୁଳନାତ୍ମକ ଶବ୍ଦ ଯାହାକି ଇସ୍ରାଏଲ ର ଲୋକମାନଙ୍କୁ ବୁଝାଇଥାଏ I ଏହା ଭବିଷ୍ୟତ ବାଣୀରେ ବିଶେଷ ଭାବରେ ବ୍ୟବହୃତ ହୋଇଥାଏ I

  • ପୁରାତନ ନିୟମରେ “ସିୟୋନ” ପ୍ରାୟ ଯିରୁଶାଲମ ନଗର ପାଇଁ ଅନ୍ୟ ନାମ ଭାବରେ ବ୍ୟବହାର କରାଯାଉଥିଲା I

“ସିୟୋନ” ଏବଂ “ଯିରୁଶାଲମ” ଏହି ଦୁଇଟି ନାମ ମଧ୍ୟ ଇସ୍ରାଏଲ କୁ ବୁଝାଇଥାଏ I

  • “କନ୍ୟା” ଶବ୍ଦ ଟି ହେଉଛି ସ୍ନେହ କିମ୍ୱା ଆଦର ପ୍ରକାଶକର ଶବ୍ଦସମୁହ I

ଏହା ଧର୍ଯ୍ୟ ଏବଂ ଯତ୍ନ ର ଗୋଟିଏ ଉପମା ଯାହା ଇଶ୍ୱର ତାଙ୍କର ଲୋକମାନଙ୍କ ପାଇଁ କରିଥିଲେ I

ତର୍ଜମା ପ୍ରସ୍ତାବନା:

  • ଅନ୍ୟ ଭାବରେ ଏହିପରି ତର୍ଜମା ଅନ୍ତର୍ଭୁକ୍ତ ହୋଇପାରେ “ମୋହର କନ୍ୟା ଇସ୍ରାଏଲ, ସିୟୋନଠାରୁ” କିମ୍ୱା “ସିୟୋନର ଲୋକସମୁହ,ଯେଉଁମାନେ ମୋପାଇଁ ମୋର କନ୍ୟା ସଦୃଶ୍ୟ” କିମ୍ୱା “ସିୟୋନ, ମୋର ପ୍ରିୟ ଇସ୍ରାଏଲ ଲୋକ I”
  • ଏହି “ସିୟୋନ” ଶବ୍ଦ ରଖିବା ଉତ୍ତମ ଅଟେ ଯେହେତୁ ଏହି ଶବ୍ଦଟିର ବ୍ୟକ୍ତ କୁ ବାଇବଲରେ ଅନେକ ଥର ବ୍ୟବହାର କରାଯାଇଛି I

ଏହି ଭାଷାନ୍ତର କୁ ବ୍ୟାଖ୍ୟା କରିବାପାଇଁ ତାହାର ଉପମାର ଅର୍ଥ ଏବଂ ଭବିଷ୍ୟତବାଣୀରେ ବ୍ୟବହାର କରିବାପାଇଁ ଏହା ଗୋଟିଏ ଟିପ୍ପଣୀଭାବରେ ଅନ୍ତର୍ଭୁକ୍ତ ହୋଇପାରେ I

  • ଏହି “କନ୍ୟା” ଶବ୍ଦ ରଖିବା ଉତ୍ତମ ଅଟେ ଯେହେତୁ ଏହି ଭାଷାନ୍ତର ର ବ୍ୟକ୍ତ କୁ ସଠିକ୍ ଭାବେ ବୁଝିବା ଯେପର୍ଯ୍ୟନ୍ତ ବୁଝିନହୋଇଛି I

(ମଧ୍ୟ ଦେଖନ୍ତୁ: ଯିରୁଶାଲମ, ଭବିଷ୍ୟତବକ୍ତା, ସିୟୋନ)

ବାଇବଲ ର ପଦପର୍ବ:

ବୋର୍ଡ ଡାଟା :

  • Strong's: H1323, H6726

ସୁସମାଚାର, ସୁସମାଚାର

ସଂଜ୍ଞା:

ଶବ୍ଦ “ସୁସମାଚାର” ଅକ୍ଷରିକ ଅର୍ଥ “ସୁସମାଚାର” ଅଟେ ଓ ଏହା ଏକ ସମ୍ୱାଦ କିଅବା ଘୋଷଣା କୁ ଦର୍ଶାଏ ଯାହା ଲୋକଙ୍କୁ କୁହେ କି ଯାହା ତାଙ୍କ ନିମନ୍ତେ ଲାଭଦାୟକ ଅଟେ ଓ ତାହାଙ୍କୁ ଆନନ୍ଦ ପ୍ରଦାନ କରେ I

  • ବାଇବଲରେ ଏହି ଶବ୍ଦ ସାଧାରଣ ଭାବରେ ଏକ ସମ୍ୱାଦ କୁ ଦର୍ଶାଏ ଯାହା ଦ୍ୱାରା ପରମେଶ୍ୱର ଯୀଶୁଙ୍କ କ୍ରୁଶରେ ବଳି ଦ୍ୱାରା ଲୋକ ସମୁହର ଉଦ୍ଧାର କରନ୍ତି I
  • ଅନେକ ଇଂଲିଶ ବାଇବଲରେ, “ସୁସମାଚାର” କୁ ସାଧାରଣତଃ “ସୁସମାଚାର” ରୂପରେ ଅନୁବାଦ କରାଯାଇଅଛି ଓ ଏହି ପ୍ରକାର ବାକ୍ୟାଂଶ ଯେପରି “ଯୀଶୁ ଖ୍ରୀଷ୍ଟଙ୍କସୁସମାଚାର “କିଅବା “ପରମେଶ୍ୱରଙ୍କ ସୁସମାଚାର” କିଅବା “ରାଜ୍ୟର ସୁସମାଚାର” ବ୍ୟବହାର କରାଯାଇଅଛି I

ଅନୁବାଦ ପ୍ରସ୍ତାବ:

  • ଅଲଗା ପ୍ରକାରେ ଏହି ଶବ୍ଦକୁ ଅନୁବାଦ କରାଯାଏ, ଯେପରି, “ସୁସମାଚାର” କିଅବା “ଉତ୍ତମ ଘୋଷଣା “କିଅବା “ପରମେଶ୍ୱରଙ୍କ ଉଦ୍ଧାରର ସନ୍ଦେଶ “କିଅବା “ଉତ୍ତମ ବିଷୟ ପରମେଶ୍ୱର ଯୀଶୁଙ୍କ ବିଷୟରେ ଶିକ୍ଷା ଦେଉ ଅଛନ୍ତି “I
  • ପୃଷ୍ଠଭୂମି ଉପରେ ନିର୍ଭର କରି, ବାକ୍ୟାଂଶ “ସୁସମାଚାର କୁ “କି ପ୍ରକାରେ ଅନୁବାଦ କରାଯାଏ, ଯେପରି “ସୁସମାଚାର ଖବର ବିଷୟରେ” କିଅବା “ଏହିଠାରୁ ସୁସମାଚାର “କିଅବା “ଉତ୍ତମ ବିଷୟ ଯାହା ପ୍ରଭୁ ଆମକୁ କହୁ ଅଛନ୍ତି “କିଅବା “କିଅବା “ପ୍ରଭୁ କଅଣ କହୁ ଅଛନ୍ତି ଯେତେବେଳେ ସେ ଲୋକ ସମୁହ କୁ ଉଦ୍ଧାର କରନ୍ତି “I

(ଆହୁରି ଦେଖନ୍ତୁ: ରାଜ୍ୟ, ବଳିଦାନ, ଉଦ୍ଧାର)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହଣ:

  • ୨୩:୦୬ ଦୂତ କହିଲେ, “ଭୟ କର ନାହିଁ, କାରଣ ତୁମ୍ଭ ନିମନ୍ତେ ମୋ ପାଖରେ କିଛି ସୁସମାଚାର ଅଛି I

ଖ୍ରୀଷ୍ଟ, ଗୁରୁ, ବେଥାଲିହିମରେ ଜନ୍ମ ନେଇ ଅଛନ୍ତି !”

  • ୨୬:୦୩ ଯୀଶୁ ପଢିଲେ, ପରମେଶ୍ୱର ତାହାଙ୍କ ଆତ୍ମା ମୋତେ ପ୍ରଦାନ କରି ଅଛନ୍ତି କି ମୁଁ ଦରିଦ୍ରଙ୍କୁ__ସୁସମାଚାର__ , ବନ୍ଦୀ କୁ ମୁକ୍ତି, ଅନ୍ଧ ର ଚକ୍ଷୁ ଉନ୍ମୋଚନ ଓ ଦଲିତ ଙ୍କୁ ମୁକ୍ତ କରିବା ର ଘୋଷଣା କରେ I

ଏହା ପ୍ରଭୁଙ୍କ ଅନୁଗ୍ରହର ବର୍ଷ ଅଟେ “I

  • ୪୫:୧୦ ଫିଲିପ ଅନ୍ୟ ଧର୍ମ ଶାସ୍ତ୍ର ବ୍ୟବହାର କରି ତାହାକୁ __ ଯୀଶୁଙ୍କ ବିଷୟରେ ସୁସମାଚାର__ କହିଲେ I
  • ୪୬:୧୦ ତତ୍ପରେ ସେମାନଙ୍କୁ ଯୀଶୁଙ୍କ ବିଷୟରେ ସୁସମାଚାର ଆଉ ଅଲଗା ଅଲଗା ସ୍ଥାନରେ ପ୍ରଚାର କରିବାକୁ ପଠା ଗଲା I
  • ୪୭:୦୧ ଗୋଟିଏ ଦିନ, ପାଉଲ ଓ ତାହାର ବନ୍ଧୁ ସିଲାସ __ ଯୀଶୁଙ୍କ ବିଷୟରେ ସୁସମାଚାର__ ପ୍ରଚାର କରିବାକୁ ଫିଲିପି ସହରକୁ ଗଲେ I
  • ୪୭:୧୩ __ଯୀଶୁଙ୍କ ବିଷୟରେ ସୁସମାଚାର__ବ୍ୟାପ୍ତ ହେଲା, ଓ ମଣ୍ଡଳୀ ବଢିବାକୁ ଲାଗିଲା I
  • ୫୦:୦୧ ୨୦୦୦ ବର୍ଷ ପର୍ଯ୍ୟନ୍ତ ଦୁନିଆ ସାରା ଅଧିକରୁ ଅଧିକ ଲୋକ ଯେ ଖ୍ରୀଷ୍ଟ ଅଟନ୍ତି ସେହି ଯୀଶୁଙ୍କ ବିଷୟରେ ସୁସମାଚାର ଶୁଣି ଆସୁ ଅଛନ୍ତି I
  • ୫୦:୦୨ ଯେତେବେଳେ ଯୀଶୁ ଏହି ଦୁନିଆରେ ଜୀବନଯାପନ କରୁଥିଲେ, ସେ କହିଲେ, “ମୋର ଶିଷ୍ୟମାନେ ପରମେଶ୍ୱରଙ୍କ ରାଜ୍ୟ ର ସୁସମାଚାର ଜଗତର ସମସ୍ତ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ପ୍ରଚାର କରିବେ, ତା ପରେ ଶେଷ ହେବ I
  • ୫୦:୦୩ ସେ ସ୍ୱର୍ଗକୁ ଯିବା ପୂର୍ବରୁ, ଯୀଶୁ ଖ୍ରୀଷ୍ଟିଆନ ଲୋକଙ୍କୁ ଯେଉଁ ଜନ ସମୁହ କେବେ ଶୁଣି ନାହାନ୍ତି ସେହି ସମସ୍ତଙ୍କୁ __ସୁସମାଚାର __ ଘୋଷଣା କରିବାକୁ କହିଲେ I

ବୋର୍ଡ ଡାଟା :

  • Strong's: G2097, G2098, G4283

ସେବା କରିବା, ସେବକାଈ

ସଂଜ୍ଞା:

ବାଇବଲରେ, “ସେବା” ଶବ୍ଦ ଅନ୍ୟକୁ ପରମେଶ୍ୱର ଙ୍କ ବିଷୟରେ ଶିକ୍ଷା ଦେଇ ଓ ତାହା ଙ୍କର ଆତ୍ମିକ ଆବଶ୍ୟକତା କୁ ପୁରା କରି ସେବା କରିବାକୁ ଦର୍ଶାଏ I

  • ପୁରାତନ ନିୟମରେ, ଯାଜକମାନେ ପରମେଶ୍ୱରଙ୍କର ସେବା ମନ୍ଦିରରେ ତାହାଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରି କରୁଥିଲେ I
  • ତାହାଙ୍କର “ସେବା”” ମନ୍ଦିର ର ଯତ୍ନ ନେଇ ଓ ପରମେଶ୍ୱରଙ୍କୁ ଲୋକଙ୍କ ନିମନ୍ତେ ପ୍ରାର୍ଥନା କରିବା ଅନ୍ତର୍ଭୁକ୍ତ ଅଟେ I
  • “ଲୋକଙ୍କ ନିମନ୍ତେ ଆତ୍ମିକ “ସେବା କରିବାର” କାମ ହେଉଛି ସେମାନଙ୍କୁ ପରମେଶ୍ୱରଙ୍କର ବିଷୟରେ ଶିକ୍ଷା ଦେବା ଅଟେ I
  • ଏହା ଲୋକଙ୍କର ଶାରୀରିକ ସେବା କୁ ମଧ୍ୟ ଦର୍ଶାଏ ଯେପରିକି ରୋଗୀମାନଙ୍କର ଯତ୍ନ ନେଇ ଓ ତାହାଙ୍କ ନିମନ୍ତେ ଖାଦ୍ୟ ବନ୍ଦବସ୍ତ କରି I

ଅନୁବାଦ ପ୍ରସ୍ତାବ:

  • ଲୋକମାନଙ୍କର ସେବା କରିବା ପୃଷ୍ଠଭୂମିରେ, “ସେବା” କୁ “ସେବା କରିବା” କିଅବା “ଯତ୍ନ ନେବା” କିଅବା “ଅନ୍ୟମାନଙ୍କର ଆବଶ୍ୟକତା ପୁରା କରିବା” ରୂପରେ ଅନୁବାଦ କରାଯାଏ I
  • ଯେତେବେଳେ ମନ୍ଦିର ର ସେବାକୁ ଦର୍ଶାଏ, “ସେବା” ଶବ୍ଦ କୁ “ମନ୍ଦିରରେ ପରମେଶ୍ୱରଙ୍କର ସେବା କରିବା” ଓ “ଲୋକମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବା” ରୂପରେ ଅନୁବାଦ କରାଯାଏ I
  • ପରମେଶ୍ୱରଙ୍କର ସେବା କରିବା ପୃଷ୍ଠଭୂମିରେ ଏହା କୁ “ସେବା” କିଅବା “ପରମେଶ୍ୱରଙ୍କ ନିମନ୍ତେ କାମ” ରୂପରେ ଅନୁବାଦ କରାଯାଇପାରେ I
  • ବାକ୍ୟାଂଶ “ସେବା କରିବାକୁ” ଯତ୍ନ ନେବା” କିଅବା “ପ୍ରବନ୍ଧ କରିବା” କିଅବା “ସାହାଯ୍ୟ କରିବା” ରୂପରେ ଅନୁବାଦ କରାଯାଇପାରେ I

(ଆହୁରି ଦେଖନ୍ତୁ: ସେବା, ବଳିଦାନ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H6399, H8120, H8334, H8335, G1247, G1248, G1249, G2023, G2038, G2418, G3008, G3009, G3010, G3011, G3930, G5256, G5257, G5524

ସୈନ୍ୟାଧିପତି ସଦାପ୍ରଭୁ , ସୈନ୍ୟାଧିପତି ପରମେଶ୍ୱର, ସ୍ୱର୍ଗର ସେନାଗଣ, ସ୍ୱର୍ଗମାନର ସେନା ଗଣ, ସୈନ୍ୟାଧିପତି ପ୍ରଭୁ

ସଂଜ୍ଞା:

“ସୈନ୍ୟାଧିପତି ସଦାପରଭୁ” ଓ” ସୈନ୍ୟାଧିପତି ପରମେଶ୍ୱର” ଏହି ସବୁ ପଦବିମାନ ଯାହା ପରମେଶ୍ୱରଙ୍କର ଅଧିକାର ହଜାର ହଜାର ଦୂତ ଯେଉଁମାନେ ତାହାଙ୍କର ଆଜ୍ଞାକାରୀ ହୁଅନ୍ତି ତାହାଙ୍କ ଉପରେ ଯେ ଅଛି ତାହାକୁ ଦର୍ଶାଏI

  • “ସେନା” ଓ “ସେନା ଗଣ” ଏକ ଶବ୍ଦ ଯାହା ଏକ ବଡ଼ ସଂଖ୍ୟା କୁ ଦର୍ଶାଏ, ଯେପରି ଏକ ଲୋକ ସମୁହର ସୈନ୍ୟ ବିଭାଗ, କିଅବା ଅଗଣିତ ତାରା ଗଣ I

ଏହା ଆତ୍ମା ଗାନକୁ ମଧ୍ୟ ଦର୍ଶାଏ, ମନ୍ଦ ଆତ୍ମା ମଧ୍ୟ ହୋଇ ପାରନ୍ତି I ପୃଷ୍ଠଭୂମି ସ୍ପଷ୍ଟ କରି ଦିଏ କି କଅଣ ବ୍ୟକ୍ତିତ୍ୱ କୁ ଦର୍ଶାଉ ଅଛି I

  • ଏହା ସହିତ ଯେଉଁ ଶବ୍ଦ ସମାନ ଅର୍ଥ ହୁଏ ତାହା “ସ୍ୱର୍ଗର ସେନା ଗଣ “
  • ନୂତନ ନିୟମରେ, ବାକ୍ୟାଂଶ “ସୈନ୍ୟାଧିପତି ପ୍ରଭୁ” କିନ୍ତୁ ଏହାକୁ ଏହି ପ୍ରକାରେ ଅନୁବାଦ କରା ଯାଇ ପାରିବ ନାହିଁ କି ଏବ୍ରୀ ଶବ୍ଦ “ସଦାପ୍ରଭୁ” ନୂତନ ନିୟମରେ ନାହିଁ ବୋଲି I

ଅନୁବାଦ ପ୍ରସ୍ତାବ:

  • ଅଲଗା ପ୍ରକାରେ ଅନୁବାଦ କଲେ,” ସୈନ୍ୟାଧିପତି ସଦାପରଭୁ” କୁ “ସଦାପ୍ରଭୁ ଯେ ସମସ୍ତ ଦୂତଗଣ ଉପରେ ଶାସନ କରନ୍ତି” କିଅବା “ସଦାପ୍ରଭୁ, ଦୂତ ଗଣର ସେନାର ଶାସକ” କିଅବା “ସଦାପ୍ରଭୁ, ସମସ୍ତ ସୃଷ୍ଟି ର ଶାସକ “ହୋଇପାରେ I
  • ବାକ୍ୟାଂଶ “ସେନାଗଣ ର “କୁ “ସୈନ୍ୟାଧିପତି ପରମେଶ୍ୱର” ଓ “ସୈନ୍ୟାଧିପତି ପ୍ରଭୁ” ଏହି ଶବ୍ଦରେ ଅନୁବାଦ କଲେ “ସୈନ୍ୟାଧିପତି ସଦାପରଭୁ” ସହିତ ମେଳ ଖାଇଵ I
  • କେତେକ ମଣ୍ଡଳୀ ଆକ୍ଷରିକ ଶବ୍ଦ “ସଦାପ୍ରଭୁ” କୁ ଗ୍ରହଣ କରନ୍ତି ନାହିଁ ଓ ତାହା ବଦଳରେ ବଡ଼ ଶବ୍ଦ “ପ୍ରଭୁ” ବ୍ୟବହାର କରନ୍ତି ଯେପରି ଅନେକ ବାଇବଲର ପରମ୍ପରା ରହି ଆସିଛି I

ଏହି ମଣ୍ଡଳୀମାନଙ୍କ ନିମନ୍ତେ, ପୁରାତନ “ସୈନ୍ୟାଧିପତି ସଦାପରଭୁ” ବଦଳରେ “ସୈନ୍ୟାଧିପତି ପ୍ରଭୁ ହିଁ ବ୍ୟବହାର କରା ଯିବା ଉଚିତ୍ ଅଟେ I

(ଆହୁରି ଦେଖନ୍ତୁ: ଦୂତ, ଅଧିକାର, ପରମେଶ୍ୱର, ପ୍ରଭୁ, ସଦାପ୍ରଭୁ ପରମେଶ୍ୱର, ସଦାପ୍ରଭୁ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H430, H3068, H6635

ସ୍ଵର୍ଗଦୂତ, ସ୍ଵର୍ଗଦୂତଗଣ, ମୂଖ୍ୟ ସ୍ଵର୍ଗଦୂତ

ସଂଜ୍ଞା:

ସ୍ଵର୍ଗଦୂତ ଏକ ଶକ୍ତିଶାଳୀ ଆତ୍ମା ଯାହାକୁ ପରମେଶ୍ୱର ସୃଷ୍ଟି କଲେ I ସ୍ଵର୍ଗଦୂତମାନେ ପରମେଶ୍ୱରଙ୍କ ସେବା କରିବା ନିମନ୍ତେ, ଯାହାକିଛି ସେ ସେମାନଙ୍କୁ କରିବାକୁ କୁହନ୍ତି ତାହା ସେମାନେ କରନ୍ତି I “ମୂଖ୍ୟ ସ୍ଵର୍ଗଦୂତ” ପଦ ଏକ ଦୂତକୁ ସୂଚାଏ ଯିଏ ଶାସନ କରନ୍ତି କିମ୍ୱା ଅନ୍ୟ ସମସ୍ତ ସ୍ଵର୍ଗଦୂତଙ୍କୁ ଚଳାନ୍ତି I

  • “ସ୍ଵର୍ଗଦୂତ” ଶବ୍ଦର ଆକ୍ଷରିକ ଅର୍ଥ “ବାର୍ତ୍ତାବହ” I
  • “ମୂଖ୍ୟ ସ୍ଵର୍ଗଦୂତ” ଶବ୍ଦର ଆକ୍ଷରିକ ଅର୍ଥ “ପ୍ରଧାନ ବାର୍ତ୍ତାବହ.”

ବାଇବଲରେ କେବଳ ମୀଖାଏଇ ସ୍ଵର୍ଗଦୂତଙ୍କୁ “ପ୍ରଧାନ ବାର୍ତ୍ତାବହ” ଭାବରେ ଦର୍ଶାଯାଇଅଛି I

  • ବାଇବଲରେ ସ୍ଵର୍ଗଦୂତମାନେ ପରମେଶ୍ୱରଙ୍କଠାରୁ ଲୋକମାନଙ୍କୁ ବାର୍ତ୍ତା ଦେଇଥାନ୍ତି I

ଏହି ବାର୍ତ୍ତାରେ ପରମେଶ୍ୱର ଯାହା ଚାହାନ୍ତି, ସେସବୁ ଲୋକମାନେ କରନ୍ତୁ ବୋଲି ଉପଦେଶ ଦେଇଥାନ୍ତି I

  • ସ୍ଵର୍ଗଦୂତମାନେ ମଧ୍ୟ ଭବିଷ୍ୟତରେ ଯେଉଁ ବିଷୟ ହେବାରଥିଲା କିମ୍ୱା ଯେଉଁ ବିଷୟ ସମାପ୍ତ ହୋଇଯାଇଥିଲା ସେହି ବିଷୟରେ କହିଲେ I
  • ସ୍ଵର୍ଗଦୂତମାନେ ପରମେଶ୍ୱରଙ୍କ ଅଧିକାର ପ୍ରାପ୍ତ ହୋଇଅଛନ୍ତି, ତାଙ୍କ ପ୍ରତିନିଧି ଭାବରେ ଏବଂ ବାଇବଲରେ ବେଳେବେଳେ ସ୍ୱୟଂ ପରମେଶ୍ୱର କହିଲା ଭଳି ସେମାନେ କହିଲେ I
  • ଅନ୍ୟପ୍ରକାରେ ଲୋକମାନଙ୍କୁ ରକ୍ଷା କରିବା ଏବଂ ଶକ୍ତିଶାଳୀ କରିବା ଦ୍ୱାରା ସ୍ଵର୍ଗଦୂତମାନେ ପରମେଶ୍ୱରଙ୍କ ସେବା କରନ୍ତି I
  • ଏକ ସ୍ୱତନ୍ତ୍ର ବାକ୍ୟାଂଶଟି, “ପରମେଶ୍ୱରଙ୍କ ସ୍ଵର୍ଗଦୂତ”ର ଏକଠାରୁ ଅଧିକ ସମ୍ଭାବ୍ୟ ଅର୍ଥ ଅଛି: ୧) ଏହାର ଅର୍ଥ ହୋଇପାରେ “ସ୍ଵର୍ଗଦୂତ ଯେ ପରମେଶ୍ୱରଙ୍କୁ ଦର୍ଶାନ୍ତି” କିମ୍ୱା “ବାର୍ତ୍ତାବହ ଯେ ପରମେଶ୍ୱରଙ୍କୁ ସେବା କରନ୍ତି.”

ଏହା ନିଜେ ପରମେଶ୍ୱରଙ୍କୁ ଦର୍ଶାଇପାରେ, ଯେପରି ସେ ଏକ ସ୍ଵର୍ଗଦୂତଙ୍କ ରୂପରେ ଏକ ବ୍ୟକ୍ତିଙ୍କୁ କଥା କହିଲା ପରି ଦେଖାଗଲେ I ଏଇ ମଧ୍ୟରୁ ଗୋଟିଏ ସ୍ଵର୍ଗଦୂତର ଅର୍ଥ “ମୁଁ” କୁ ବ୍ୟବହାର କରି ଦର୍ଶାଯାଇଥାଇପାରେ ଯେମିତିକି ପରମେଶ୍ୱର ନିଜେ କହୁଥିଲେ I

ଅନୁବାଦର ସୂଚନାମାନ:

  • ଅନୁବାଦ କରିବାର ମାଧ୍ୟମ “ସ୍ଵର୍ଗଦୂତ” “ପରମେଶ୍ୱରଙ୍କ ବାର୍ତ୍ତାବହ” କିମ୍ୱା “ପରମେଶ୍ୱରଙ୍କୁ ସ୍ୱର୍ଗୀୟ ଦାସ” କିମ୍ୱା “ପରମେଶ୍ୱରଙ୍କ ଆତ୍ମାବାହକ” ଅନ୍ତର୍ଭୁକ୍ତ ହୋଇପାରେ I
  • “ମହାଦୂତ” ଶବ୍ଦ “ମୂଖ୍ୟ ଦୂତ” କିମ୍ୱା ମୂଖ୍ୟ ଶାସନ ” କିମ୍ୱା “ସ୍ଵର୍ଗଦୂତମାନଙ୍କ ମୂଖ୍ୟ” ଭାବରେ ଅନୁବାଦ କରାଯାଇପାରେ I
  • ଏହା ଧ୍ୟାନ ମଧ୍ୟ କରାଯାଏ କିପରି ଏହି ପଦ, ଜାତୀୟ ଭାଷାରେ କିମ୍ୱା ଅନ୍ୟ ସ୍ଥାନୀୟ ଭାଷାରେ ଅନୁବାଦ କାରାଯାଇଅଛି I
  • “ପରମେଶ୍ୱରଙ୍କ ସ୍ଵର୍ଗଦୂତ” ବାକ୍ୟାଂଶଟି “ସ୍ଵର୍ଗଦୂତ” ଏବଂ “ପରମେଶ୍ୱର” ନିମନ୍ତେ ବ୍ୟବହାର କରାଯିବା ଉଚିତ୍‌ I

ଏହା ସେହି ବାକ୍ୟାଂଶର ବିଭିନ୍ନ ବ୍ୟାଖ୍ୟାକରଣକୁ ଅନୁମତି ଦେବ I ସମ୍ଭବ ଅନୁବାଦ ସମ୍ମିଳୀତ ହୋଇପାରେ ଯଥା, “ପରମେଶ୍ୱରଙ୍କଠାରୁ ସ୍ଵର୍ଗଦୂତ” କିମ୍ୱା “ପରମେଶ୍ୱରଙ୍କଠାରୁ ପଠାଯାଇଥିବା ସ୍ଵର୍ଗଦୂତ” କିମ୍ୱା “ପରମେଶ୍ୱର, ଯେ ସ୍ଵର୍ଗଦୂତ ଭଳି ଦେଖାଯାଆନ୍ତି” I

(ମଧ୍ୟ ଦେଖିପାରିବା: ଅଜଣାଗୁଡିକୁ କିପରି ଅନୁବାଦ କରାଯାଏ

(ମଧ୍ୟ ଦେଖିପାରିବା: ମୂଖ୍ୟ, ପ୍ରଧାନ, ବାର୍ତ୍ତାବହ, ମୀଖାଏଲ, ଶାସକ, ଦଶ)

ବାଇବଲ ପଦ ପର୍ୱ:

ବାଇବଲ କାହାଣୀରୁ ଉଦାହରଣ:

  • 02:12 ଯେପରି କୌଣସି ବ୍ୟକ୍ତି ଜୀବନ ବୃକ୍ଷରୁ ଫଳ ଖାଇ ନ ପାରନ୍ତି ସେଥି ନିମନ୍ତେ ପରମେଶ୍ୱର ଉଦ୍ୟାନର ପ୍ରବେଶ ଦ୍ୱାରରେ ବିଶାଳ, ଶକ୍ତିଶାଳୀ ସ୍ଵର୍ଗଦୂତମାନଙ୍କୁ ରଖିଲେ I

  • 22:03 ସ୍ଵର୍ଗଦୂତ ଯିଖରୀୟଙ୍କୁ ଉତ୍ତର ଦେଲେ ଏହି ସୁସମ୍ୱାଦ ଆଣିବା ନିମନ୍ତେ ମୁଁ ପରମେଶ୍ୱରଙ୍କଠାରୁ ପଠାଯାଇଅଛି I

  • 23:06 ସେହିକ୍ଷଣି, ଏକ ଉଜ୍ଜ୍ୱଳ ସ୍ଵର୍ଗଦୂତ ସେମାନଙ୍କ ମଧ୍ୟରେ ଉପସ୍ଥିତ ହେଲେ (ମେଷପାଳକ), ଏବଂ ସେମାନେ ଭୟଭୀତଥିଲେ I

ସ୍ଵର୍ଗଦୂତ କହିଲେ, “ଭୟ କରନାହିଁ, କାରଣ ମୋ’ପାଖରେ ତୁମ୍ଭମାନଙ୍କ ନିମନ୍ତେ କିଛି ସୁସମ୍ୱାଦ ଅଛି I

  • 23:07 ସେହିକ୍ଷଣି ଆକାଶ ଦୂତମାନଙ୍କ ଦ୍ୱାରା ପରମେଶ୍ୱରଙ୍କ ମହିମାରେ ପୂର୍ଣ୍ଣ ହେଲା I
  • 25:08 ତାହାପରେ ସ୍ଵର୍ଗଦୂତ ଆସିଲେ ଏବଂ ଯୀଶୁଙ୍କୁ ଦାୟିତ୍ତ୍ୱ ନେଲେ I
  • 38:12 ଯୀଶୁ ବହୁତ ଜଞ୍ଜାଳଗ୍ରସ୍ତଥିଲେ ଏବଂ ତାଙ୍କ ଝାଳ ରକ୍ତ ଟୋପା ଭଳିଥିଲା I

ତାଙ୍କୁ ଶକ୍ତିଶାଳୀ କରିବା ନିମନ୍ତେ ପରମେଶ୍ୱର ସ୍ଵର୍ଗଦୂତଙ୍କୁ ପଠାଇଲେ I

  • 38:15 ମୋତେ ରକ୍ଷା କରିବା ନିମନ୍ତେ ମୁଁ ପିତାଙ୍କୁ ସ୍ଵର୍ଗଦୂତମାନଙ୍କ ସେନା ମାଗି ପାରିଥାନ୍ତି I

ବୋର୍ଡ ଡାଟା :

  • Strong's: H47, H430, H4397, H4398, H8136, G32, G743, G2465

ସ୍ୱର୍ଗ, ଆକାଶ, ଆକାଶ ମଣ୍ଡଳ, ସ୍ୱର୍ଗମାନ, ସ୍ୱର୍ଗୀୟ

ସଂଜ୍ଞା:

ଯେଉଁ ଶବ୍ଦ “ସ୍ୱର୍ଗ” ନିମନ୍ତେ ବ୍ୟବହାର କରାଯାଇଅଛି ସାଧାରଣ ଭାବରେ ଯେଉଁଠାରେ ଇଶ୍ୱର ବାସ କରନ୍ତି ସେହି ସ୍ଥାନ କୁ ଦର୍ଶାଏ I ସେହି ସମାନ ଶବ୍ଦ “ଆକାଶ” ନିମନ୍ତେ ବ୍ୟବହୃତ ହୁଏ, ଏହା ପୃଷ୍ଠଭୂମି ଉପରେ ନିର୍ଭର କରି I

  • “ସ୍ୱର୍ଗ “ଶବ୍ଦ ର ଅର୍ଥ ସବୁକିଛି, ସୁର୍ଯ୍ୟ, ଚନ୍ଦ୍ରମା ଓ ତାରାଗଣ ଯାହା ପୃଥିବୀ ଉପରେ ଅଛିକୁ ଦର୍ଶାଏ I

ଏହା ମହା ଆକାଶରେ ଥିବା ବଡ଼ ବଡ଼ ବସ୍ତୁକୁ ମଧ୍ୟ ଦର୍ଶାଏ, ଯେପରି କି ଦୁରରେ ଥିବା ଗ୍ରହମଣ୍ଡଳ ଯାହା ଆମେ ସିଧା ସଳଖ ପୃଥିବୀରୁ ଦେଖି ପାରୁ ନାହୁଁ I

  • “ଆକାଶ” ଶବ୍ଦ ପୃଥିବୀ ଉପରେ ଥିବା ନୀଳ ଶୂନ୍ୟତା କୁ ଦର୍ଶାଏ ଯେଉଁଠାରେ ବାଦଲ ଓ ବାୟୁ ଯାହା ଆମର ଶ୍ୱାସ ଅଟେ ରହେ I

ଅନେକ ସମୟରେ ସୁର୍ଯ୍ୟ ଓ ଚନ୍ଦ୍ରମା କୁ ମଧ୍ୟ “ଉପର ଆକାଶରେ” ଅଛନ୍ତି ବୋଲି କୁହାଯାଏ I

  • ବାଇବଲରେ କେତେକ ପୃଷ୍ଠଭୂମିରେ, “ସ୍ୱର୍ଗ” ଶବ୍ଦ ଆକାଶକୁ କିଅବା ଯେଉଁଠାରେ ପରମେଶ୍ୱର ବାସ କରେ ସ୍ଥାନ କୁ ଦର୍ଶାଏ I
  • ଯେତେବେଳେ “ସ୍ୱର୍ଗ” ରୁପକ ଉପେ ବ୍ୟବହାର କରାଯାଏ, ଏହା ସବୁବେଳେ ପରମେଶ୍ୱରଙ୍କୁ ଦର୍ଶାଏ I

ଉଦାହରଣ ସ୍ୱରୂପ, ମାଥିଉ ଯେତେବେଳେ “ସ୍ୱର୍ଗ ରାଜ୍ୟ “ବିଷୟରେ ଲେଖନ୍ତି, ସେ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ କୁହନ୍ତି I

ଅନୁବାଦ ପ୍ରସ୍ତାବ:

  • ଯେତେବେଳେ “ସ୍ୱର୍ଗ” ରୁପକ ରୂପରେ ବ୍ୟବହାର କରାଯାଏ, ଏହା “ପରମେଶ୍ୱର ରୂପରେ ବ୍ୟବହାର କରାଯାଏ I
  • ମାଥିଉ ପୁସ୍ତକରେ “ସ୍ୱର୍ଗ ରାଜ୍ୟ “, ଏହା ସର୍ୱୋତ୍ତମ ହେବ ଯଦି ଆମେ ଏହି ଶବ୍ଦକୁ “ସ୍ୱର୍ଗ “ହିଁ ରଖୁ କାରଣ ମାଥିଉ ସୁସମାଚାର ସବୁଠାରୁ ଅଲଗା ଅଟେ I
  • ଦୁଇଟି ଶବ୍ଦ “ଆକାଶ ମଣ୍ଡଳ “କିଅବା “ସ୍ୱର୍ଗୀୟ ବସ୍ତୁ “କୁ ସୁର୍ଯ୍ୟ” ଚନ୍ଦ୍ରମା ଓ ତାରାଗଣ “କିଅବା “ଆକାଶରେ ଥିବା ସମସ୍ତ ତାରାଗଣ “ରୂପରେ ଅନୁବାଦ କରାଯାଇପାରେ I
  • ବାକ୍ୟାଂଶ ““ସ୍ୱର୍ଗର ତାରାଗଣ “କୁ “ଆକାଶର ତାରାଗଣ” କିଅବା “ଆକାଶ ଗଂଗା ର ତାରାଗଣ “କିଅବା “ବିଶ୍ୱ ବ୍ରହ୍ମାଣ୍ଡର ତାରାଗଣ” ରୂପରେ ଅନୁବାଦ କରା ଯାଇପାରେ I

(ଆହୁରି ଦେଖନ୍ତୁ: ପରମେଶ୍ୱରଙ୍କ ରାଜ୍ୟ)

ବାଇବଲ ପଦପର୍ବ:

ବାଇବଳରୁ ଉଦାହରଣ:

  • ୦୪:୦୨ ସେମାନେ ଏକ ବୃହତ୍ ଗଡ଼ ନିର୍ମାଣ କରି ସ୍ୱର୍ଗ ପହଂଚିବାକୁ ଚାହିଁଲେ I

  • ୧୪::୧୧ ସେ (ଇଶ୍ୱର) ତାହାଙ୍କୁ ସ୍ୱର୍ଗରୁ ରୋଟୀ ଦେଲେ, ଯାହାକୁମାନ୍ନା କହନ୍ତି I

  • ୨୩:୭ ଅଚାନକ, ଆକାଶ ମଣ୍ଡଳ ପରମେଶ୍ୱରଙ୍କ ସ୍ତୁତି କରୁ ଥିବା ଦୂତମାନଙ୍କ ଦ୍ୱାରା ପୂର୍ଣ୍ଣ ହେଲା, ଯେ “ସ୍ୱର୍ଗରେ ଇଶ୍ୱରଙ୍କ ମହିମା ଓ ପୃଥିବୀରେ ତାହାଙ୍କ ଲୋକମାନଙ୍କ ମଧ୍ୟରେ ଶାନ୍ତି “କହୁଥିଲେ I

  • ୨୯:୦୯ ତତ୍ପରେ ଯୀଶୁ କହିଲେ, “ମୋର _ସ୍ୱର୍ଗୀୟ _ପିତା ଏହି ପ୍ରକାରେ ସେହିମାନଙ୍କ ନିମନ୍ତେ କରିବେ ଯେ ନିଜ ଭାଇକୁ ହୃଦୟରୁ କ୍ଷମା ଦେଇ ନାହିଁ I

  • ୩୭:୦୯ ତା ପରେ ଯୀଶୁ ଉର୍ଦ୍ଧ ଦୃଷ୍ଟି କରି _ସ୍ୱର୍ଗ_ଅଡ କୁ ଦେଖିଲେ ଓ କହିଲର୍ “ହେ ପିତା, ଧନ୍ୟବାଦ ଦେଉଅଛି କି ତୁମ୍ଭେ ମୋ କଥା ଶୁଣ “

  • ୪୨:୧୧ ତା ପରେ ଯୀଶୁ__ ସ୍ୱର୍ଗ __କୁ ନିତ ହେଲେ ଓ ବାଦଲ ତାହାଙ୍କୁ ତାହାଙ୍କ ଚଖୁ ରୁ ଆଛାଦିତ କଲା I

ବୋର୍ଡ ଡାଟା :

  • Strong's: H1534, H6160, H6183, H7834, H8064, H8065, G932, G2032, G3321, G3770, G3771, G3772

ସ୍ୱାମୀ, ସ୍ୱାମୀ ଗଣ, ପ୍ରଭୁ, ଗୁରୁ, ଗୁରୁ ଗଣ, ମହାଶୟ, ମହାଶୟ ଗଣ

ସଂଜ୍ଞା:

“ସ୍ୱାମୀ” ଶବ୍ଦ ସେହି ବ୍ୟକ୍ତି କୁ ଦର୍ଶାଏ ଯେ ମାଲିକ ଅଟନ୍ତି ଓ ଅନ୍ୟ ଲୋକଙ୍କର ଉପରେ ଯାହାର ଅଧିକାର ଅଛି I

  • ଅନେକ ସମୟରେ ଏହି ଶବ୍ଦ କୁ “ଗୁରୁ” ରୂପରେ ଅନୁବାଦ କରାଯାଏ ଯେତେବେଳେ ଯୀଶୁଙ୍କୁ ସମ୍ବୋଧିତ କରାଯାଏ କିଅବା ତାହାକୁ ସମ୍ବୋଧନ କରାଯାଏ ଯାହାର କ୍ରିତଦାସ ଅଛନ୍ତି I
  • କେତେକ ଇଂରାଜୀ ଅନୁବାଦ ଏହାକୁ “ମହାଶୟ” ରୂପରେ ଅନୁବାଦ କରନ୍ତି, ପୃଷ୍ଠଭୂମି ଅନୁସାରେ ଜଣେ ଉଚ ପଦବୀରେ ଥିବା ବ୍ୟକ୍ତି କୁମାନ ସମ୍ମାନ ର ସହିତ ସମ୍ବୋଧିତ କରେ I

ଯେତେବେଳେ “ସ୍ୱାମୀ” ଇଂରାଜୀ ଶବ୍ଦ ବଡ଼ ଆକାରରେ ଲେଖାଯାଏ ଏହା ପରମେଶ୍ୱର କୁ ଦେଖାଏ I

(ମନେ ରଖନ୍ତୁ, ଯାହା ଭି ହେଉ, ଯେତେବେଳେ ଏହା କାହାକୁ ସମ୍ବୋଧିତ କରିବା ନିମନ୍ତେ ହୁଏ କିଅବା ବାକ୍ୟ ର ଆରମ୍ଭରେ ଆସେ ଏହା ବଡ଼ ଆକାରରେ ଲେଖାଯାଏ ଓ ଏହାର ଅର୍ଥ “ମହାଶୟ” କିଅବା “ଗୁରୁ” ରୂପରେ ଏହାର ଅର୍ଥ ହୁଏ I

  • ପୁରାତନ ନିୟମରେ, ଏହି ଶବ୍ଦ ର ଅଭିବ୍ୟକ୍ତି, ଏହି ପରି ବ୍ୟବହୃତ ହୁଏ ଯେପରି “ସର୍ୱ ଶକ୍ତିମାନ ପ୍ରଭୁ ପରମେଶ୍ୱର “କିଅବା “ସଦାପ୍ରଭୁ ପ୍ରଭୁ” କିଅବା “ଆମ୍ଭର ପରମେଶ୍ୱର ସଦାପ୍ରଭୁ” ହୁଏ I
  • ନୂତନ ନିୟମରେ, ପ୍ରେରିତ ଏହି ଶବ୍ଦ ର ଅଭିବ୍ୟକ୍ତି, ଏହି ପରି ବ୍ୟବହୃତ ହୁଏ ଯେପରି “ପ୍ରଭୁ ଯୀଶୁ” କିଅବା “ପ୍ରଭୁ ଯୀଶୁ ଖ୍ରୀଷ୍ଟ “ଯାହା ଏହା ଦେଖାଏ କି ଯୀଶୁ ପରମେଶ୍ୱର ଅଟନ୍ତି I
  • “ପ୍ରଭୁ” ଶବ୍ଦ ସିଧା ସଳଖ ନୂତନ ନିୟମରେ ଗୋଟିଏ ଶବ୍ଦ ପରମେଶ୍ୱରଙ୍କ ନିମନ୍ତେ ହିଁ ବ୍ୟବହାର କରାଯାଇଅଛି I

ଉଦାହରଣ ସ୍ୱରୂପ, ପୁରାତନ ନୀୟମର ଅନୁଛେଦରେ “ଯେ ସଦାପ୍ରଭୁ ଙ୍କର ନାମରେ ଆସୁଛି ସେ ଧନ୍ୟ” ଓ ସେହି ବାକ୍ୟାଂଶ ନୂତନ ନିୟମରେ “ଯେ ପ୍ରଭୁଙ୍କର ନାମରେ ଆସୁଛି ସେ ଧନ୍ୟ” ର ଉଲ୍ଲେଖ ଅଛି I

  • ULB ଓ UDBରେ “ପ୍ରଭୁ” ଶବ୍ଦ କେବଳ ଏବ୍ରୀ ଓ ଗ୍ରୀକ୍ ଶବ୍ଦ ର ମୁଳ ଅର୍ଥ “ପ୍ରଭୁ” ଶବ୍ଦ ରୁ ଅନୁବାଦ ହୋଇ ଅଛି I

ଏହା କେବେ ମଧ୍ୟ ପରମେଶ୍ୱରଙ୍କର ନାମ(ସଦାପ୍ରଭୁ) ନିମନ୍ତେ ବ୍ୟବହାର କରା ଯାଇ ନାହିଁ, ଯେପରି କି ଅନେକ ଅନୁବାଦରେ କରାଯାଇଅଛି I

  • କେତେକ ଭାଷାରେ “ପ୍ରଭୁ” କୁ “ଗୁରୁ” ପରି କିଅବା “ଶାସକ” ପରି କିଅବା କେତେକ ଅଲଗା ଶବ୍ଦ ଯାହା ମାଲିକ ନିମନ୍ତେ କିଅବା ସର୍ୱୋଚ ଶାସକକୁ ସମ୍ବୋଧିତ କରେ I
  • ଉପଯୁକ୍ତ ପୃଷ୍ଠଭୂମିରେ, ଅନେକ ଅନୁବାଦରେ ଏହାକୁ ପ୍ରଥମ ଅକ୍ଷର ବଡ଼ କରି ବ୍ୟବହାର କରାଯାଏ କି ଏହା ଦେଖାଇବାକୁ କୁ କି ଏହା ପରମେଶ୍ୱର ନିମନ୍ତେ ବ୍ୟବହାର କରାଯାଇଅଛି I
  • ନୂତନ ନୀୟମର ଅନେକ ସ୍ଥାନରେ ଯାହା ପୁରାତନ ନୀୟମର ଉଲ୍ଲେଖ ଅଛି, “ପ୍ରଭୁ ପରମେଶ୍ୱର” ଶବ୍ଦକୁ ସ୍ପଷ୍ଟ ରୂପରେ ପରମେଶ୍ୱର କୁ ସମ୍ବୋଧିତ କରିବା ନିମନ୍ତେ ବ୍ୟବହାର କରାଯାଏ I

ଅନୁବାଦ ପ୍ରସ୍ତାବ:

  • ଏହି ଶବ୍ଦ “ଗୁରୁ” ଶବ୍ଦ ସହିତ ସମାନ ଭାବେ ଅନୁବାଦ କରାଯାଏ ଯେତେବେଳେ ଏହା ଯେଉଁ ବ୍ୟକ୍ତି କୁ ସମ୍ବୋଧିତ କରେ ଯାହାର କ୍ରୀତଦାସ ଅଛି I

ଏହା ଦାସ ଦ୍ୱାରା ମଧ୍ୟ ତାହାଙ୍କର ମାଲିକ କୁ ସମ୍ବୋଧିତ କରାଯାଏ I

  • ଯେତେବେଳେ ଏହା ଯୀଶୁଙ୍କୁ ସମ୍ବୋଧିତ କରେ, ଯଦି ପୃଷ୍ଠଭୂମିରେ ବକ୍ତା ତାହାକୁ ଏକ ଧର୍ମ ଗୁରୁ ପରି ଦେଖେ, ଏହାକୁ ଏକ ସମ୍ମାନୀୟ ସମ୍ବୋଧନ ରୂପରେ ଏକ ଧର୍ମ ଗୁରୁକୁ କୁ ହାଯାଏ, ଯେପରି “ଗୁରୁ” I
  • ଯଦି ଏକ ବ୍ୟକ୍ତି ଯୀଶୁଙ୍କୁ ନ ଜାଣି ସମ୍ବୋଧିତ କରୁ ଅଛି “ପ୍ରଭୁ” ଶବ୍ଦ ବଦଳରେ “ମହାଶୟ” ଶବ୍ଦ ବ୍ୟବହାର କରାଯାଏ I

ଏହି ଅନୁବାଦ ଅଲଗା ପୃଷ୍ଠଭୂମି ନିମନ୍ତେ ମଧ୍ୟ ବ୍ୟବହାର କରାଯାଏ କି ଯେଉଁ ବ୍ୟକ୍ତି କୁ ସମ୍ବୋଧିତ କରା ଯାଉ ଅଛିମାନ ସମ୍ମାନ ର ସହିତ କରା ଯାଉ I

  • ଯେତେବେଳେ ପିତା ପରମେଶ୍ୱର କିଅବା ଯୀଶୁଙ୍କୁ ସମ୍ବୋଧିତ କରାଯାଏ ଏହି ଶବ୍ଦ ଏକ ପଦବୀ ରୂପରେ ବ୍ୟବହାର କରାଯାଏ, “ପ୍ରଭୁ” ଶବ୍ଦ ଇଂଲିଶୀରେ ବଡ଼ ଆକାର ଶବ୍ଦ ବ୍ୟବହାର କରାଯାଏ I

(ଆହୁରି ଦେଖନ୍ତୁ: ପରମେଶ୍ୱର, ଯୀଶୁ, ଶାସକ, ସଦାପ୍ରଭୁ)

ବାଇବଲ ପଦପର୍ବ:

ଯିହଜିକଲ ୧୮:୨୯-୩୦

ବାଇବଲ କାହାଣୀ ରୁ ଉଦାହରଣ:

  • ୨୫:୦୫ ଧର୍ମ ଶାସ୍ତ୍ର କୁ ଉଦ୍ଧୃତ କରି ଯୀଶୁ ଶୟତାନକୁ ଉତ୍ତର ଦେଲେ I

ସେ କହିଲେ, “ପରମେଶ୍ୱରଙ୍କର ବାକ୍ୟରେ, ସେ ତାହାଙ୍କ ଲୋକଙ୍କୁ ଆଜ୍ଞା କରି ଅଛନ୍ତି, “ତୁମ୍ଭେ ଆପଣା ପ୍ରଭୁ ପରମେଶ୍ୱର କୁ ପରୀକ୍ଷା କରିବ ନାହିଁ I

  • ୨୫:୦୭ ଯୀଶୁ ଉତ୍ତର ଦେଲେ, “ମୋଠାରୁ ଦୁର ହ ଶୈତାନ!

, “ପରମେଶ୍ୱରଙ୍କର ବାକ୍ୟରେ, ସେ ତାହାଙ୍କ ଲୋକଙ୍କୁ ଆଜ୍ଞା କରି ଅଛନ୍ତି, କେବଳ ତୁମ୍ଭର ପ୍ରଭୁ ପରମେଶ୍ୱର କୁ ପୂଜା କରିବ ଓ ତାହାଙ୍କର ଉପାସନା କରିବ “I

  • ୨୬:୦୩ ଏହା __ପ୍ରଭୁ__ଙ୍କର ଅନୁଗ୍ରହର ବର୍ଷ ଅଟେ I
  • ୨୭:୦୨ ବ୍ୟବସ୍ଥା ର ବିଜ୍ଞ ଉତ୍ତର ଦେଲା କି ପରମେଶ୍ୱରଙ୍କର ବ୍ୟବସ୍ଥା କୁହେ, “କି ତୁମ୍ଭେ ଆପଣା ସମସ୍ତ ମନ, ସମସ୍ତ ପ୍ରାଣ ଓ ଶକ୍ତି ଦେଇ ପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବ I
  • ୩୧:୦୫ ତା ପରେ ପିତର ଯୀଶୁଙ୍କୁ କହିଲା “__ଗୁରୁ__ଯଦି ଏହା ତୁମେ, ମୋତେ ତୁମ୍ଭ ପାଖକୁ ଆସିବା ନିମନ୍ତେ ଆଜ୍ଞା କରନ୍ତୁ “I
  • ୪୩:୦୯”ଏହା ନିଶ୍ଚିନ୍ତ ରୂପରେ ଜାଣନ୍ତୁ କି ପରମେଶ୍ୱର ଯୀଶୁଙ୍କୁ ପ୍ରଭୁ ଓ ଖ୍ରୀଷ୍ଟ କରି ଅଛନ୍ତି I
  • ୪୭:୦୩ ଏହି ପ୍ରେତାତ୍ମା ଦ୍ୱାରା ସେ ଲୋକଙ୍କର ଭବିଷ୍ୟ କହୁଥିଲା, ସେ ତାର ସ୍ୱାମୀ ନିମନ୍ତେ ଭବିଷ୍ୟ କଥା କହି ବହୁତ ଅର୍ଥ ଉପାର୍ଜନ କରିଥିଲା I
  • ୪୭:୧୧ ପାଉଲ ଉତ୍ତର ଦେଲେ, “__ପ୍ରଭୁ__ଯୀଶୁଙ୍କ ଉପରେ ବିଶ୍ୱାସ କର, ତେବେ ତୁମ୍ଭେ ଓ ତୁମ୍ଭର ପରିବାର ଉଦ୍ଧାର ପାଇବ I”

ବୋର୍ଡ ଡାଟା :

  • Strong's: H113, H136, H1167, H1376, H4756, H7980, H8323, G203, G634, G962, G1203, G2962

ସ୍ୱୀକାର, ଅପକର୍ମ ସ୍ୱୀକାରକରିବା, ବ୍ୟକ୍ତିଙ୍କ ସ୍ୱୀକୃତି, ପାପ କର୍ମର ସ୍ୱୀକାର

ସଂଜ୍ଞା:

ସ୍ୱୀକାରକରିବା ଅର୍ଥ ସତ୍ୟତାକୁ ଗ୍ରହଣ କରିବା “ପାପକର୍ମର ସ୍ୱୀକାର” ହେଉଛି ମନ୍ତବ୍ୟ କିମ୍ୱା ସ୍ୱୀକାରୋକ୍ତି ଯାହା ସତ୍ୟ

  • “ସ୍ୱୀକାର” ଶବ୍ଦର ଅର୍ଥ ସତ୍ୟ ଇଶ୍ୱରଙ୍କ ବିଷୟରେ ସାହସିକତା ସହ ପ୍ରକାଶ କରିବା

ଏହା ମଧ୍ୟ ସ୍ୱୀକାରକରିବା ଯେ ଆମ୍ଭେ ପାପ କରିଅଛୁ

  • ବାଇଅବଲ କୁହେ ଯଦି ଲୋକମାନେ ଈଶ୍ୱରଙ୍କ ନିକଟରେ ଆପଣା ଆପଣା ପାପ ସ୍ୱୀକାରକରିବେ, ଇଶ୍ୱର ସେମାନଙ୍କୁ ପାପସବୁ କ୍ଷମା କରିବେ
  • ପ୍ରେରିତ ଯାକୁବ ତାଙ୍କ ପତ୍ରରେ ଲେଖନ୍ତି ଯେ ଯେତେବେଳେ ବିଶ୍ୱାସୀମାନେ ପରସ୍ପରର ପାପ ସ୍ୱୀକାରକରନ୍ତି, ଏହା ଆତ୍ମିକ ସୁସ୍ଥତା ଆଣେ
  • ପ୍ରେରିତ ପାଉଲ ଫିଲିପ୍ପିୟ ବିଶ୍ୱାସୀମାନଙ୍କୁ ଲେଖନ୍ତି ଏପରି ଦିନ ଆସିବ ଯେଉଁଦିନ ପ୍ରତ୍ୟେକ ଜିହ୍ୱା ସ୍ୱୀକାରକରିବ କିମ୍ୱା ଘୋଷଣା କରିବେ ଯେ ଯୀଶୁ ପ୍ରଭୁ ଅଟନ୍ତି
  • ପାଉଲ ଆହୁରି କହିଲେ ଯଦି ଲୋକମାନେ ଯୀଶୁ ପ୍ରଭୁ ଏବଂ ଇଶ୍ୱର ତାଙ୍କୁ ମୃତମାନଙ୍କ ମଧ୍ୟରୁ ଜୀବିତ କଲେ, ସେମାନେ ପରିତ୍ରାଣ ପାଇବେ

ଅନୁବାଦ ପ୍ରସ୍ତାବ:

  • ପରିସ୍ଥିତି ଉପରେ ନିର୍ଭର କରେ, “ସ୍ୱୀକାର” ଶବ୍ଦର ଅନୁବାଦ “ସତ୍ୟ ବୋଲିମାନିବା” କିମ୍ୱା “ପରୀକ୍ଷା କରିବା” ନତୁବା “ଘୋଷଣା” କିମ୍ୱା “ପ୍ରାପ୍ତି ସ୍ୱୀକାର” ଅଥବା “ଦୃଢ଼ତା ସହ କହିବା”
  • ଅନ୍ୟ ଭାବେ “ସ୍ୱୀକାର” ପ୍ରକାଶ କଲେ ଯଥା “ଘୋଷଣାନାମା” କିମ୍ୱା “ସାକ୍ଷ୍ୟ” କିମ୍ୱା “ଯାହା ବିଶ୍ୱାସ କରୁ ସେହି ବିଷୟରେ ଉକ୍ତି ଦେବା” ନତୁବା “ପାପକୁ ସ୍ୱୀକାରକରିବା”

(ଦେଖ: ବିଶ୍ୱାସ, ସାକ୍ଷ୍ୟ

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H3034, H8426, G1843, G3670, G3671

ହାୟ

ସଂଜ୍ଞା:

“ହାୟ” ଶବ୍ଦ ବଡ଼ ଦୁଖର ଅନୁଭବକୁ ଦର୍ଶାଏ I ଏହା ସାବଧାନ ମଧ୍ୟ କରାଇ ଦିଏ ଯେ କେହି ଭୟାନକ ସମସ୍ୟାରେ ପଡ଼ିବ I

  • ଅଭିବ୍ୟକ୍ତି “ତୁମ୍ଭ ନିମନ୍ତେ ହାୟ” ଲୋକମନଙ୍କ ନିମନ୍ତେ ଏକ ସାବଧାନ ବାର୍ତ୍ତା ଅଟେ କି ତାହାଙ୍କର ପାପ ହେତୁ ସେମାନେ ଯାତନା ମଧ୍ୟ ଦେଇ ଯିବେ I
  • ବାଇବଲର ଅନେକ ସ୍ଥାନରେ, ଭୟାନକ ନ୍ୟାୟ ଦେଖାଇବା ନିମନ୍ତେ “ହାୟ” ଶବ୍ଦ ର ପୁନରାବୃତି କରାଯାଇଅଛି I
  • ଏକ ବ୍ୟକ୍ତି ଯେତେବେଳେ ଏହା କହେ “ମୋ ପାଇଁ ହାୟ” କିଅବା “ମୋ ନିମନ୍ତେ ହାୟ” ସେ ଅତି ଜାତନାରେ ଦୁଖ ର ଅନୁଭୁତି କୁ ବ୍ୟାଖ୍ୟା କରୁ ଅଛି I

ଅନୁବାଦ ପ୍ରସ୍ତାବ:

  • ପୃଷ୍ଠଭୂମି ଉପରେ ନିର୍ଭର କରି, “ହାୟ “କୁ “ବଡ଼ ଦୁଖ” କିଅବା “ବିଶାଦ” କିଅବା “ବିପତି” କିଅବା “ଆକସ୍ମିକ ଦୁର୍ଭାଗ୍ୟ “ରୂପରେ ଅନୁବାଦ କରାଯାଇପାରେ I

  • ଅଲଗା ପ୍ରକାରେ ଅଭିବ୍ୟକ୍ତି “ହାୟ (ସହର ନିମନ୍ତେ)” କୁ “ସହର ପାଇଁ କେତେ ବିପତି ଆସିବ” କିଅବା “ସେହି ସହରର ଲୋକମାନେ ଭୟାନକ ରୂପରେ ଦଣ୍ଡିତ ହେବେ “କିଅବା “ସେହି ଲୋକମାନେ ଭୟାନକ ରୂପରେ ଯାତନା ପାଇବେ “ରୂପରେ ଅନୁବାଦ କରାଯାଇପାରେ I

  • ଅଭିବ୍ୟକ୍ତି “ମୋ ପାଇଁ ହାୟ” କିଅବା “ମୁଁ ନିଜେ ହାୟ” କୁ “ମୁଁ କେତେ ଦୁଖିତ ଅଟେ” କିଅବା “ମୁଁ ବାସ୍ତବରେ ଦୁଖିତ ଅଟେ” କିଅବା “ମୋ ପାଇଁ ଏହା ଅତି ବିପତି ପୂର୍ଣ୍ଣ ଅଟେ “ରୂପରେ ଅନୁବାଦ କରାଯାଏ I

  • ଅଭିବ୍ୟକ୍ତି “ତୁମ୍ଭ ନିମନ୍ତେ ହାୟ” କୁ “ତୁମେ ଭୟାନକ ରୂପରେ ଯାତନା ପାଇବ” କିଅବା “ତୁମ୍ଭେ ଅତି ବିପତି ର ଅନୁଭବ କରିବ “ରୂପରେ ଅନୁବାଦ କରାଯାଇପାରେ I

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H188, H190, H337, H480, H1929, H1945, H1958, G3759

ହୃଦୟ, ହୃଦୟମାନ

ସଂଜ୍ଞା:

ବାଇବଲରେ, “ହୃଦୟ” ଶବ୍ଦ ଅନେକ ସମୟରେ ଗୋଟିଏ ବ୍ୟକ୍ତିର ଚିନ୍ତା, ଭାବନା, କାମନା ଓ ଇଛା ଦର୍ଶାଇବା ନିମନ୍ତେ ରୁପକ ରୂପରେ ବ୍ୟବହୃତ ହୁଏ I

  • “କଠିନ ହୃଦୟ” ହେବା ଏହା ସାଧାରଣ ଅଭିବ୍ୟକ୍ତି ରୂପରେ ଏହାର ଅର୍ଥ ଏକ ବ୍ୟକ୍ତି ଜିଡିଖୋର ହୋଇ ପରମେଶ୍ୱରଙ୍କ ଆଜ୍ଞାକାରୀ ହେବାକୁ ମନା କରେ I
  • ଅଭିବ୍ୟକ୍ତି “ମୋର ସମସ୍ତ ହୃଦୟ ସହିତ” କିଅବା “ମୋର ପୁରା ହୃଦୟରେ “ର ଅର୍ଥ ହୃଦୟରେ କିଛି ବିଷାଦ ନ ରଖି ସମ୍ପୂର୍ଣ୍ଣ ସମର୍ପଣ ଓ ଇଛା ସହିତ କାମ କରିବା, I
  • ଅଭିବ୍ୟକ୍ତି “ହୃଦୟକୁ ନେବା “ଅର ଅର୍ଥ କିଛି ବିସୟକୁ ଗମ୍ଭିରତାରେ କରିବା ଓ ନିଜ ଜୀବନରେ ଲାଗୁ କରିବା I
  • “ଭଂଗା ହୃଦୟ “ଏକ ବ୍ୟକ୍ତି ଅତ୍ଯନ୍ତ ଦୁଃଖିତ ଅଛି କୁ ଦର୍ଶାଏ I

ସେହି ବ୍ୟକ୍ତି ଭାବନାତ୍ମକ ରୂପରେ ଆଘାତ ପାଇଅଛି I

ଅନୁବାଦ ପ୍ରସ୍ତାବ:

  • କେଉଁ କେଉଁ ଭାଷା ଅଲଗା ଅଲଗା ଶରୀରର ଅଂଗ କୁ ଯେପରି “ଉଦର” କିଅବା “କଲିଜା” କୁ ଏହି ଚିନ୍ତା ଅନୁସାରେ ଦର୍ଶାଇଯାଏ I

ଅଲଗା ଭାଷାରେ କୌଣସି ଶବ୍ଦ ଅଲଗା ଚିନ୍ତାର ଅଭିବ୍ୟକ୍ତି ନିମନ୍ତେ ବ୍ୟବହାର କରାଯାଏ ଓ କୌଣସି ଭାଷାରେ ଅନ୍ୟକୁ ବ୍ୟାଖ୍ୟା କରିବା ନିମନ୍ତେ ହୁଏ I

  • ଯଦି “ହୃଦୟ” କିଅବା ଅଲଗା ଅଂଗ ଏହି ଶବଦ ର ଅର୍ଥ ଦର୍ଶାଉ ନ ଥାଆନ୍ତେ ଏହା କୁ ଆକ୍ଷରିକ ରୂପରେ “ଚିନ୍ତା” କିଅବା “ଭାବନା “କିଅବା “ଇଛା “ପାଇଁ ବ୍ୟବହାର କରା ଯିବ ଆବଶ୍ୟକ ଅଟେ I
  • ପୃଷ୍ଠଭୂମି ଉପରେ ନିର୍ଭର କରି, “ମୋର ସମସ୍ତ ହୃଦୟ ସହିତ “କିଅବା “ମୋର ପୁରା ହୃଦୟରେ “କୁ “ମୋର ସମସ୍ତ ଶକ୍ତି ସହିତ “କିଅବା “ସମ୍ପୂର୍ଣ୍ଣ ସମର୍ପଣ ସହିତ “କିଅବା ପୂର୍ଣ୍ଣ ରୂପରେ” କିଅବା “ପୁରା ସମର୍ପଣ ସହିତ “ରୂପରେ ଅନୁବାଦ କରାଯାଇପାରେ I
  • ଅଭିବ୍ୟକ୍ତି “ହୃଦୟକୁ ନେବା “କୁ “ଗମ୍ଭିରତାରେ ନେବା “କିଅବା “ଯତ୍ନ ପୂର୍ବକ ଏହା ବିଷୟରେ ଚିନ୍ତା କରିବା “ରୂପରେ ଅନୁବାଦ କରାଯାଇପାରେ I
  • ଅଭିବ୍ୟକ୍ତି “କଠିନ ହୃଦୟେ” କୁ “ଜିଡିଖୋର ହୋଇ ବିରୋଧ କରିବା” କିଅବା “ମାନିବାକୁ ମନା କରିବା “କିଅବା “ଲଗାତର ପରମେଶ୍ୱରଙ୍କ ଅନାଜ୍ଞାକାରୀ ହେବା “ରୂପରେ ଅନୁବାଦ କରାଯାଇପାରେ I
  • “ଭଂଗା ହୃଦୟ “କୁ ଅଲଗା ଅଲଗା ରୂପରେ ଅନୁବାଦ କଲେ “ଅତି ଦୁଖିତ” କିଅବା “ଗଭୀର ରୂପରେ ଆଘାତ ପାଇବା “I

(ଆହୁରି ଦେଖନ୍ତୁ: କଠିନ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1079, H2436, H2504, H2910, H3519, H3629, H3820, H3821, H3823, H3824, H3825, H3826, H4578, H5315, H5640, H7130, H7307, H7356, H7907, G674, G1282, G1271, G2133, G2588, G2589, G4641, G4698, G5590