ନିର୍ବୁଦ୍ଧି କନ୍ୟାମାନେ ପ୍ରଦୀପ ନେବା ସମୟରେ ନିଜ ନିଜ ସହିତ ତୈଳ ନେଲେ ନାହିଁ [୨୫:୩]।
ସୁବୁଦ୍ଧି କନ୍ୟାମାନେ ଆପଣା ଆପଣା ପ୍ରଦୀପ ସହିତ ପାତ୍ରରେ ତୈଳ ନେଲେ [୨୫:୪]।
ଅର୍ଦ୍ଧରାତ୍ରିରେ ବର ଆସିଲେ ଯାହା ଅପେକ୍ଷା କରାଯାଇଥିବା ସମୟ ପରେ ଥିଲା [୨୫:୫-୬]।
ଯେତେବେଳେ ବର ଆସିଲେ ସୁବୁଦ୍ଧି କନ୍ୟାମାନେ ବର ସହିତ ବିବାହ-ଉତ୍ସବକୁ ଗଲେ [୨୫:୧୦]
ନିର୍ବୁଦ୍ଧି କନ୍ୟାମାନଙ୍କୁ ଯାଇ ତେଲ କିଣିବାକୁ ଥିଲା ଏବଂ ଯେତେବେଳେ ସେମାନେ ଫେରି ଆସିଲେ ସେମାନଙ୍କ ପାଇଁ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ ଦ୍ୱାର ବନ୍ଦ କରାଗଲା [୨୫:୮-୧୨]।
ବିଶ୍ଵାସୀମାନେ ଜାଗ୍ରତ ରହିବା ଉଚିତ୍ ,କାରଣ ସେମାନେ ଜାଣନ୍ତି ନାହିଁ କେତେବେଳେ ସେହି ସମୟ ଆସିବ, ଯୀଶୁ କହିଲେ [୨୫:୧୩]।
ଯେଉଁ ଦାସ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ତାହା ଘେନି ଆଉ ପାଞ୍ଚ ତୋଡ଼ା ଲାଭ କଲା ଏବଂ ଯେ ଦୁଇଟି ପାଇଥିଲା, ସେ ଆଉ ଦୁଇଟି ଲାଭ କଲା [୨୫:୧୬-୧୭]।
ଯେଉଁ ଦାସ ଗୋଟିଏ ତୋଡା ପାଇଥିଲା, ସେ ଯାଇ ମାଟି ଖୋଳି ଆପଣା ପ୍ରଭୁଙ୍କ ଟଙ୍କା ପୋତି ଲୁଚାଇ ରଖିଲା [୨୫:୧୮] ।
ଅନେକ ସମୟ ପର୍ଯ୍ୟନ୍ତ ପ୍ରଭୁ ଯାତ୍ରାରେ ଥିଲେ [୨୫:୧୯] ।
ପ୍ରଭୁ କହିଲେ,'' ବେଶ୍, ଉତ୍ତମ ଓ ବିଶ୍ୱସ୍ତ ଦାସ,'' ଏବଂ ସେମାନଙ୍କୁ ବହୁତ ବିଷୟ ଉପରେ ନିଯୁକ୍ତ କଲେ [୨୫:୨୦-୨୩] ।
ପ୍ରଭୁ କହିଲେ ,''ରେ ଦୁଷ୍ଟ ଓ ଅଳସ ଦାସ,''ଗୋଟିଏ ତୋଡା ତାହାଠାରୁ ନେଲେ ଓ ତାହାକୁ ଅନ୍ଧାରରେ ଫୋଫାଡିଲେ [୨୫:୨୪-୩୦]।
ମନୁଷ୍ୟ ପୁତ୍ର ସମସ୍ତ ଜାତି ଏକତ୍ର କରିବେ, ଆଉ ସେ ସେମାନଙ୍କୁ ପରସ୍ପରଠାରୁ ପୃଥକ୍ କରିବେ [୨୫:୩୧-୩୨]।
ରାଜାଙ୍କର ଦକ୍ଷିଣ ହସ୍ତ ଲୋକମାନେ ଜଗତର ନିର୍ମାଣ ପୂର୍ବରୁ ଯେଉଁ ରାଜ୍ୟ ସେମାନଙ୍କ ନିମନ୍ତେ ପ୍ରସ୍ତୁତି ହୋଇଅଛି ପ୍ରାପ୍ତ କରିବେ [୨୫:୩୪]।
ଯେଉଁମାନେ ରାଜାଙ୍କର ଦକ୍ଷିଣ ପାର୍ଶ୍ୱରେ ଥିଲେ ସେମାନେ କ୍ଷୁଧିତକୁ ଭୋଜନ କରିବାକୁ ଦେଇଥିଲେ , ତୃଷିତକୁ ପାନ କରିବାକୁ ଦେଇଥିଲେ, ପ୍ରବାସୀକୁ ଆଶ୍ରୟ ଦେଇଥିଲେ, ଉଲଙ୍ଗକୁ ବସ୍ତ୍ର ପରିଧାନ କରାଇଥିଲେ,ପୀଡ଼ିତକୁ ଯତ୍ନ ନେଇଥିଲେ,କାରାଗାରରେ ବନ୍ଦୀ ନିକଟକୁ ଯାଇଥିଲେ [୨୫:୩୫-୪୦]।
ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନିକୁ ଯେଉଁମାନେ ରାଜାଙ୍କର ବାମ ପାର୍ଶ୍ୱରେ ଅଛନ୍ତି ପ୍ରାପ୍ତ କରିବେ [୨୫:୪୧]।
ରାଜାଙ୍କର ବାମ ପାର୍ଶ୍ୱରେ ଥିବା ଲୋକମାନେ ସେମାନେ କ୍ଷୁଧିତକୁ ଭୋଜନ କରିବାକୁ ଦେଇ ନ ଥିଲେ, ତୃଷିତକୁ ପାନ କରିବାକୁ ଦେଇ ନ ଥିଲେ, ପ୍ରବାସୀକୁ ଆଶ୍ରୟ ଦେଇ ନ ଥିଲେ, ଉଲଙ୍ଗକୁ ବସ୍ତ୍ର ପରିଧାନ କରାଇ ନ ଥିଲେ, ପୀଡ଼ିତକୁ ଯତ୍ନ ନେଇ ନ ଥିଲେ, କାରାଗାରରେ ବନ୍ଦୀ ନିକଟକୁ ଯାଇ ନ ଥିଲେ [୨୫:୪୨-୪୫]।