Matthew 26

Matthew 26:1

ଦୁଇ ଦିନ ପରେ ଯିହୂଦୀ ମାନଙ୍କର କ'ଣ ପର୍ବ ଆସୁଅଛି ବୋଲି ଯୀଶୁ କହିଲେ ?

ଦୁଇ ଦିନ ପରେ ଯେ ନିସ୍ତାର ପର୍ବ ଆସୁଅଛି ବୋଲି ଯୀଶୁ କହିଲେ [୨୬:୨]।

Matthew 26:3

ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗ ମହାଯାଜକଙ୍କ ପ୍ରାଙ୍ଗଣରେ ଏକତ୍ର ହୋଇ କ'ଣ କରିବା ନିମନ୍ତେ ମନ୍ତ୍ରଣା କରୁଥିଲେ ?

ସେମାନେ ଯୀଶୁଙ୍କୁ ଛଳରେ ଧରି ବଧ କରିବା ନିମନ୍ତେ ମନ୍ତ୍ରଣା କରୁଥିଲେ [୨୬:୪]।

କେଉଁ ବିଷୟରେ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗ ଭୟ କରୁଥିଲେ ?

ଯଦି ସେମାନେ ଯୀଶୁଙ୍କୁ ନିସ୍ତାର ପର୍ବ ସମୟରେ ହତ୍ୟା କରନ୍ତି ତେବେ ଲୋକମାନେ ଗଣ୍ଡଗୋଳ କରିପାରନ୍ତି ବୋଲି ସେମାନେ ଭୟ କରୁଥିଲେ [୨୬:୫]।

Matthew 26:6

ଯେତେବେଳେ ମହିଳା ଜଣକ ପାତ୍ରରେ ବହୁମୂଲ୍ୟ ସୁଗନ୍ଧି ତୈଳ ଘେନି ଯୀଶୁଙ୍କର ମସ୍ତକରେ ଢାଳିବାକୁ ଲାଗିଲେ, ଶିଷ୍ୟମାନଙ୍କର କ'ଣ ପ୍ରତିକ୍ରିୟା ଥିଲା ?

କାହିଁକି ବହୁମୂଲ୍ୟ ସୁଗନ୍ଧି ତୈଳ ବିକ୍ରୀ କରି ଗରିବମାନଙ୍କୁ ଦାନ କରାଯାଇ ନାହିଁ ବୋଲି ଶିଷ୍ୟମାନେ ବିରକ୍ତ ହେଲେ [୨୬-୬-୯]।

Matthew 26:12

ସ୍ତ୍ରୀଲୋକଟି ଯୀଶୁଙ୍କ ଉପରେ ବହୁମୂଲ୍ୟ ସୁଗନ୍ଧି ତୈଳ କାହିଁକି ଢାଳିଲେ ବୋଲି ଯୀଶୁ କହିଲେ ?

ସେ ତାହାର ସମାଧି-କ୍ରିୟା ସ୍ୱରୂପେ ତାହାଙ୍କ ଶରୀରରେ ଏହି ତୈଳ ଢାଳିଦେଇ ଅଛି ବୋଲି ଯୀଶୁ କହିଲେ [୨୬:୧୨]।

Matthew 26:14

ଈଷ୍କରିୟୋଥ ଯିହୂଦା ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହସ୍ତରେ ଧରାଇବାକୁ କ'ଣ ଦିଆଯାଇଥିଲା ?

ତିରିଶଗୋଟି ରୌପ୍ୟମୁଦ୍ରା ଈଷ୍କରିୟୋଥ ଯିହୂଦାକୁ ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହସ୍ତରେ ଧରାଇବାକୁ ନିମନ୍ତେ ଦିଆଯାଇଥିଲା [୨୬:୧୪-୧୫]।

Matthew 26:23

ଯେ ଯୀଶୁଙ୍କୁ ବିଶ୍ଵାସଘାତ କରିବ ତାହାର ଭବିଷ୍ୟତ କ'ଣ ହେବ ବୋଲି ଯୀଶୁ କହିଲେ ?

ଯେ ତାଙ୍କୁ ବିଶ୍ଵାସଘାତ କରିବ ଯଦି ସେ ଜନ୍ମ ହୋଇ ନ ଥାନ୍ତା ତାହା ତାହା ପାଇଁ ଅଧିକ ଉତ୍ତମ ହୋଇଥାନ୍ତା ବୋଲି ଯୀଶୁ କହିଲେ [୨୬:୨୪] ।

ଯେତେବେଳେ ଈଷ୍କରିୟୋଥ ଯିହୂଦା ଯୀଶୁଙ୍କୁ ପଚାରିଲେ ସେ କି ଯେ ତାଙ୍କୁ ବିଶ୍ଵାସଘାତ କରିବା ବ୍ୟକ୍ତି ବୋଲି, ଯୀଶୁ କିପରି ଉତ୍ତର ଦେଲେ ?

''ତୁମ୍ଭେ କହି ଅଛ,'' ବୋଲି ଯୀଶୁ କହିଲେ [୨୬:୨୫]।

Matthew 26:26

ଯେତେବେଳେ ଯୀଶୁ ରୋଟୀ ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ ସେ କ'ଣ କହିଲେ ?

''ନିଅ, ଭୋଜନ କର, ଏହା ମୋହର ଶରୀର,''ଯୀଶୁ କହିଲେ [୨୬:୨୬]।

Matthew 26:27

ଯୀଶୁ ପାନପାତ୍ର ବିଷୟରେ କ'ଣ କହି ତାହା ସେ ଶିଷ୍ୟମାନଙ୍କୁ ଦେଲେ ?

ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାପକ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ତାଙ୍କର ସେହି ରକ୍ତର ପାନପାତ୍ର ବୋଲି ଯୀଶୁ କହିଲେ [୨୬:୨୮] ।

Matthew 26:30

ଜୀତ ପର୍ବତରେ ଯୀଶୁ ଶିଷ୍ୟମାନଙ୍କୁ ରାତ୍ରିରେ କ'ଣ କରିବାକୁ କହିଲେ ?

ଯୀଶୁ ତାଙ୍କରି ଶିଷ୍ୟମାନଙ୍କୁ କହିଲେ ଏହି ରାତ୍ରିରେ ତୁମ୍ଭେମାନେ ସମସ୍ତେ ମୋ'ଠାରେ ବିଘ୍ନ ପାଇବ [୨୬:୩୦-୩୧]।

Matthew 26:33

ଯେତେବେଳେ ପିତର କହିଲେ, ସେ କେବେହେଲେ ବିଘ୍ନ ପାଇବେ ନାହିଁ ତା'ପରେ ଯୀଶୁ ସେହି ରାତ୍ରିରେ ପିତର କ'ଣ କରିବ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ପିତର ସେହି ରାତ୍ରିରେ କୁକୁଡ଼ା ଡାକିବା ପୂର୍ବରୁ ତୁମେ ମତେ ତିନିଥର ଅସ୍ୱୀକାର କରିବ [୨୬:୩୩-୩୪]।

Matthew 26:36

ପିତର ଓ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ସେ ପ୍ରାର୍ଥନା କରିବା ସମୟରେ କ'ଣ କରିବାକୁ ଯୀଶୁ କହିଲେ ?

ଯୀଶୁ ସେମାନଙ୍କୁ ସେଠାରେ ରହି ତାଙ୍କ ସାଙ୍ଗରେ ରହିବାକୁ କହିଲେ [୨୬:୩୭-୩୮]।

Matthew 26:39

ଯୀଶୁ ତାଙ୍କରି ପ୍ରାର୍ଥନାରେ ପିତାଙ୍କୁ କ'ଣ ପ୍ରାର୍ଥନା କଲେ ?

ଯଦି ହୋଇ ପାରେ, ତେବେ ଏହି ପାନପାତ୍ର ମୋ'ଠାରୁ ଦୂର ହେଉ ବୋଲି ଯୀଶୁ ପ୍ରାର୍ଥନା କଲେ [୨୬:୩୯] ।

ନିଜ ଇଚ୍ଛାଠାରୁ ଅଧିକ କ'ଣ ପୁରା ହେଉ ବୋଲି ପ୍ରାର୍ଥନା କଲେ ?

ଯୀଶୁଙ୍କର ଇଚ୍ଛା ନୁହେଁ, ମାତ୍ର ପିତାଙ୍କର ଇଚ୍ଛା ହେଉ ବୋଲି ଯୀଶୁ ପ୍ରାର୍ଥନା କଲେ [୨୬:୩୯-୪୨] ।

Matthew 26:42

ଯେତେବେଳେ ଯୀଶୁ ପ୍ରାର୍ଥନା କଲା ପରେ ଫେରିଲେ ଶିଷ୍ୟମାନେ କ'ଣ କରୁଥିଲେ ?

.ଯେତେବେଳେ ଯୀଶୁ ପ୍ରାର୍ଥନା କଲା ପରେ ଫେରିଲେ ଶିଷ୍ୟମାନଙ୍କୁ ଶୋଇଥିବା ଦେଖିଲେ [୨୬:୪୦;୪୩;୪୫]।

କେତେଥର ଯୀଶୁ ଶିଷ୍ୟମାନଙ୍କୁ ଛାଡି ପ୍ରାର୍ଥନା କରିବାକୁ ଗଲେ ?

ଯୀଶୁ ତିନିଥର ଶିଷ୍ୟମାନଙ୍କୁ ଛାଡି ପ୍ରାର୍ଥନା କରିବାକୁ ଗଲେ [୨୬:୩୯-୩୪]।

Matthew 26:47

ଯିହୂଦା କେଉଁ ଚିହ୍ନ ଭିଡରେ ଯୀଶୁଙ୍କୁ ଚିହ୍ନିବା ପାଇଁ ଦେଲେ ?

ଯିହୂଦା ଯୀଶୁଙ୍କୁ ଚୁମ୍ବନ କରି ଲୋକମାନଙ୍କୁ ସଙ୍କେତ କରିଥିଲେ [୨୬:୪୭-୫୦]।

Matthew 26:51

ଯେତେବେଳେ ଯୀଶୁ ବନ୍ଦୀ ହୋଇଥିଲେ ସେତେବେଳେ ଯୀଶୁଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଶିଷ୍ୟ କ'ଣ କଲେ ?

ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ହାତ ବଢ଼ାଇ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କର ଦାସର କାନ କାଟିପକାଇଲେ [୨୬:୫୧]।

ଯୀଶୁ ଯଦି ନିଜକୁ ରକ୍ଷା କରିବାକୁ ଇଛା କରନ୍ତେ ସେ କ'ଣ କରି ପାରନ୍ତେ ବୋଲି କହିଲେ ?

ଯୀଶୁ କହିଲେ ଯେ ସେ ଯଦି ପିତାଙ୍କୁ ବିନତୀ କରନ୍ତେ ସେ ଏହିକ୍ଷଣି ତାଙ୍କ ନିମନ୍ତେ ଦ୍ୱାଦଶ ବାହିନୀ ଅପେକ୍ଷା ଅଧିକ ଦୂତମାନଙ୍କୁ ପଠାଇଦେବେ ବୋଲି କହିଲେ [୨୬:୫୩]।

ଏହି ଘଟଣା ଦ୍ୱାରା କ'ଣ ସଫଳ ହେଉଅଛି ବୋଲି ଯୀଶୁ କହିଲେ ?

ଏହି ଘଟଣା ଦ୍ୱାରା ଶାସ୍ତ୍ର ସଫଳ ହେଉଅଛି ବୋଲି ଯୀଶୁ କହିଲେ [୨୬:୫୪,୫୬]।

Matthew 26:55

ତା'ପରେ ଶିଷ୍ୟମାନେ କ'ଣ କଲେ ?

ତା'ପରେ ଶିଷ୍ୟମାନେ ତାଙ୍କୁ ଛାଡି ଚାଲିଗଲେ [୨୬:୫୬]।

Matthew 26:59

ପ୍ରଧାନ ଯାଜକ ଓ ମହାସଭା ଯୀଶୁଙ୍କୁ ହତ୍ୟା କରିବାକୁ କ'ଣ ଅନ୍ୱେଷଣ କରୁଥିଲେ ?

ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟାସାକ୍ଷ୍ୟ ଅନ୍ୱେଷଣ ସେମାନେ କରୁଥିଲେ [୨୬:୫୯]।

Matthew 26:62

ଜୀବନ୍ତ ଈଶ୍ଵରଙ୍କ ନାମରେ ପ୍ରଧାନ ଯାଜକ ଯୀଶୁଙ୍କୁ କ'ଣ ଆଜ୍ଞା ଦେଲେ ?

ଯୀଶୁ ଈଶ୍ଵରଙ୍କ ପୁତ୍ର ,ଖ୍ରୀଷ୍ଟ କି ନୁହେଁ ସେମାନଙ୍କୁ କହିବାକୁ ପ୍ରଧାନ ଯାଜକ ଯୀଶୁଙ୍କୁ ଆଜ୍ଞା ଦେଲେ [୨୬:୬୩]।

ପ୍ରଧାନ ଯାଜକଙ୍କ ଆଜ୍ଞାକୁ ଯୀଶୁଙ୍କର ଉତ୍ତର କ'ଣ ଥିଲା ?

''ଏହା ତୁମ୍ଭେ କହିଅଛ,'' ଯୀଶୁ ପ୍ରଧାନ ଯାଜକଙ୍କ ଆଜ୍ଞାକୁ ଉତ୍ତର ଦେଲେ [୨୬:୫୪]।

ପ୍ରଧାନ ଯାଜକ କ'ଣ ଦେଖିବେ ବୋଲି ଯୀଶୁ କହିଲେ ?

ପ୍ରଧାନ ଯାଜକ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ ବୋଲି ଯୀଶୁ କହିଲେ [୨୬:୬୪]।

Matthew 26:65

ଯୀଶୁଙ୍କ ବିରୁଦ୍ଧରେ ପ୍ରଧାନ ଯାଜକ କ'ଣ ଅଭିଯୋଗ କଲେ ?

ଈଶ୍ଵରନିନ୍ଦା କରନ୍ତି ବୋଲି ପ୍ରଧାନ ଯାଜକ ଅଭିଯୋଗ କଲେ [୨୬:୬୫]।

Matthew 26:67

ସେ ଯୀଶୁଙ୍କୁ ନିନ୍ଦା କଲା ପରେ ସେମାନେ କ'ଣ କଲେ ?

ସେମାନେ ତାହାଙ୍କ ମୁହଁରେ ଛେପ ପକାଇ ତାହାଙ୍କୁ ବିଧା ମାରିଲେ ଆଉ କେହି କେହି ତାହାଙ୍କୁ ଚାପୁଡ଼ା ମାରିଲେ [୨୬:୬୭] ।

Matthew 26:69

ଯୀଶୁ ତିନିଥର କ'ଣ ଉତ୍ତର ଯେତେବେଳେ ଜଣେ ତାଙ୍କୁ ପଚାରିଲେ ସେ ଯୀଶୁଙ୍କ ସହିତ ଥିଲା କି ନାହିଁ ବୋଲି ?

ସେ ଯୀଶୁଙ୍କୁ ଜାଣି ନାହାନ୍ତି ବୋଲି କହିଲେ [୨୬:୭୦,୭୨,୭୪] ।

Matthew 26:73

ଯେତେବେଳେ ପିତର ତିନିଥର ଉତ୍ତର ଦେଲେ କ'ଣ ହେଲା?

ଯେତେବେଳେ ପିତର ତିନି ଥର ଉତ୍ତର ଦେଲେ ସେଥିରେ କୁକୁଡ଼ା ଡାକିଲା [୨୬:୭୪] ।

ତିନି ଥର ଉତ୍ତର ଦେଲା ପରେ ପିତର କ'ଣ ସ୍ମରଣ କଲେ ?

କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ସେ ତିନି ଥର ଯୀଶୁଙ୍କୁ ଅସ୍ୱୀକାର କରିବ, ଏହି ଯେଉଁ କଥା ଯୀଶୁ କହିଥିଲେ, ତାହା ପିତରଙ୍କ ମନରେ ପଡ଼ିଲା [୨୬:୭୫] ।