Matthew 24

Matthew 24:1

ଯିରୂଶାଲମ ମନ୍ଦିର ବିଷୟରେ ଯୀଶୁ କ'ଣ ଭବିଷ୍ୟବାଣୀ କଲେ ?

ମନ୍ଦିରର ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍‍ ହେବ ବୋଲି ଯୀଶୁ ଭବିଷ୍ୟବାଣୀ କଲେ [୨୪:୨] ।

Matthew 24:3

ଶିଷ୍ୟମାନେ ମନ୍ଦିର ବିଷୟରେ ଭବିଷ୍ୟବାଣୀ ଶୁଣିଲା ପରେ ଯୀଶୁଙ୍କୁ କ'ଣ ପଚାରିଲେ ?

ଯୁଗାନ୍ତର ଲକ୍ଷଣ କଅଣ ଓ ତାଙ୍କର ଆଗମନର ଚିହ୍ନ କ'ଣ ଏବଂ ଏହି ସବୁ ବିଷୟ କେବେ ଘଟିବ ବୋଲି ଶିଷ୍ୟମାନେ ଯୀଶୁଙ୍କୁ ପଚାରିଲେ [୨୪:୩]।

କି ପ୍ରକାରର ଲୋକମାନେ ଅନେକଙ୍କୁ ଭ୍ରାନ୍ତ କରିବେ ବୋଲି ଯୀଶୁ କହିଲେ ?

ଅନେକ ଖ୍ରୀଷ୍ଟ ବୋଲି ଆସି, ଅନେକଙ୍କୁ ଭ୍ରାନ୍ତ କରିବେ ବୋଲି ଯୀଶୁ କହିଲେ [୨୪:୫]।

Matthew 24:6

କେଉଁ ଘଟଣାକୁ ଯୀଶୁ ପ୍ରସବବେଦନାର ଆରମ୍ଭ ବୋଲି କହିଲେ ?

ସ୍ଥାନେ ସ୍ଥାନେ ଦୂର୍ଭିକ୍ଷ ଓ ଭୂମିକମ୍ପ ପ୍ରସବବେଦନାର ଆରମ୍ଭ ବୋଲି ଯୀଶୁ କହିଲେ [୨୪:୬-୮]।

Matthew 24:9

ଏହି ସମୟରେ ବିଶ୍ଵାସୀମାନଙ୍କ ମଧ୍ୟରେ କ'ଣ ହେବ ବୋଲି ଯୀଶୁ କହିଲେ ?

ବିଶ୍ଵାସୀମାନେ ବିଘ୍ନ ପାଇବେ, ପୁଣି ପରସ୍ପରକୁ ଧରାଇଦେବେ ଓ ପରସ୍ପରକୁ ଘୃଣା କରିବେ ବୋଲି ଯୀଶୁ କହିଲେ [୨୪:୯-୧୨]।

Matthew 24:12

କାହାକୁ ଉଦ୍ଧାର ପାଇବେ ବୋଲି ଯୀଶୁ କହିଲେ ?

ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ବୋଲି ଯୀଶୁ କହିଲେ [୨୪:୧୩] ।

ଶେଷ ଆସିବା ପୂର୍ବରୁ କ'ଣ ଘଟିବବୋଲି ଯୀଶୁ କହିଲେ ?

ଯୁଗାନ୍ତ ପୂର୍ବରୁ ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ ବୋଲି ଯୀଶୁ କହିଲେ [୨୪:୧୪]।

Matthew 24:15

ଉତ୍ସନ୍ନକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିଲେ ବିଶ୍ଵାସୀମାନେ କ'ଣ କରିବା ଉଚିତ୍ ବୋଲି ଯୀଶୁ କହିଲେ ?

ବିଶ୍ଵାସୀମାନେ ପର୍ବତମାଳାକୁ ପଳାଇ ଯିବା ଉଚିତ୍ ବୋଲି ଯୀଶୁ କହିଲେ [୨୪:୧୫-୧୮]।

Matthew 24:19

ସେହି ଦିନମାନଙ୍କରେ କେତେ ବଡ଼ ମହାକ୍ଲେଶ ହେବ ବୋଲି ଯୀଶୁ କହିଲେ ?

ସେହି ଦିନମାନଙ୍କରେ ଏପରି ମହାକ୍ଲେଶ ଘଟିବ ଯେ, ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ [୨୪:୨୧] ।

Matthew 24:23

କିପରି ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବାବାଦୀମାନେ ଅନେକଙ୍କୁ ଭ୍ରାନ୍ତ କରିବେ ?

ମହା ଚିହ୍ନ ଓ ଅଦ୍ଭୂତ କର୍ମମାନ ଦେଖାଇ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବାବାଦୀମାନେ ଅନେକଙ୍କୁ ଭ୍ରାନ୍ତ କରିବେ[୨୪:୨୪]।

Matthew 24:26

ମନୁଷ୍ୟ ପୁତ୍ରର ଆଗମନ କିପରି ଦେଖାଯିବା ?

ବିଜୁଳି ଯେପରି ପୂର୍ବଦିଗରୁ ମାରି ପଶ୍ଚିମଦିଗ ପର୍ଯ୍ୟନ୍ତ ଦେଖାଯାଏ, ସେପରି ମନୁଷ୍ୟ-ପୁତ୍ରଙ୍କର ଆଗମନ ହେବ [୨୪:୨୭]।

Matthew 24:29

ସୂର୍ଯ୍ୟ,ଚନ୍ଦ୍ର ଓ ନକ୍ଷତ୍ରମାଳାକୁ ସେହି ସମୟର କ୍ଳେଶ ଉତ୍ତାରେ କ'ଣ ଘଟିବ ?

ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହେବେ, ପୁଣି ନକ୍ଷତ୍ରମାଳା ଆକାଶରୁ ସ୍ଖଳିତ ହେବେ [୨୪:୨୯] ।

Matthew 24:30

ପୃଥିବୀର ସମସ୍ତ ଗୋଷ୍ଠୀ ମନୁଷ୍ୟ ପୁତ୍ରଙ୍କୁ ମହିମା ଓ ଶକ୍ତିରେ ଆସିବା ଦେଖି କ'ଣ କରିବେ ?

ପୃଥିବୀର ସମସ୍ତ ଗୋଷ୍ଠୀ ଆପଣା ଆପଣା ଛାତି ପିଟିବେ [୨୪:୩୦]।

ଯେତେବେଳେ ମନୁଷ୍ୟ ପୁତ୍ର ଆପଣା ଦୂତମାନଙ୍କୁ ପ୍ରେରଣ କରିବେ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବାକୁ କେଉଁ ଧ୍ୱନି ହେବ ?

ଯେତେବେଳେ ଦୂତମାନେ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ ସେତେବେଳେ ମହାତୂରୀଧ୍ୱନି ହେବ [୨୪:୩୧]।

Matthew 24:34

ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ କ'ଣ ଲୋପ ପାଇବ ନାହିଁ ବୋଲି ଯୀଶୁ କହିଲେ ?

ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ଗୋଷ୍ଠୀ କୌଣସି ପ୍ରକାରେ ଲୋପ ପାଇବ ନାହିଁ ବୋଲି ଯୀଶୁ କହିଲେ [୨୪:୩୪] ।

କ'ଣ ଲୋପ ପାଇବ ଓ କ'ଣ କଦାପି ଲୋପ ପାଇଵ ନାହିଁ ବୋଲି ଯୀଶୁ କହିଲେ ?

ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ତାଙ୍କରି ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ବୋଲି ଯୀଶୁ କହିଲେ [୨୪:୩୫] ।

Matthew 24:36

ଏସମସ୍ତ ବିଷୟ କେବେ ଘଟିବ କିଏ ଜାଣେ ?

ଏସମସ୍ତ ବିଷୟ କେବେ ଘଟିବ କେବଳ ପିତା ଜାଣନ୍ତି [୨୪:୩୬]।

Matthew 24:37

କିପରି ମନୁଷ୍ୟ ପୁତ୍ରର ଆଗମନ ନୋହଙ୍କର ଜଳପ୍ଳାବନର ପୂର୍ବବର୍ତ୍ତୀ ସମୟ ପରି ହେବ ?

ଲୋକମାନେ ବିବାହ ଦେବାରେ ପ୍ରବୃତ୍ତ ରହିବେ, ଖାଇବେ ଓ ପିଇବେ ପୁଣି, ଜଳପ୍ଳାବନ ଆସି ସମସ୍ତଙ୍କୁ ଭସାଇ ନ ନେବା ପର୍ଯ୍ୟନ୍ତ ଆସୁଥିବା ନ୍ୟାୟ ବିଷୟରେ କିଛି ଜାଣିବେ ନାହିଁ [୨୪:୩୭-୩୯]।

Matthew 24:43

ତାଙ୍କରି ଆଗମନ ବିଷୟରେ କେଉଁ ବ୍ୟବହାର ସେମାନେ ରଖିବା ଉଚିତ୍ ବୋଲି ଯୀଶୁ କହିଲେ ଓ କାହିଁକି ?

ତାଙ୍କରି ବିଶ୍ଵାସୀମାନେ ସର୍ବଦା ପ୍ରସ୍ତୁତ ରହିବା ଉଚିତ୍ କାରଣ ସେମାନେ ଜାଣନ୍ତି ନାହିଁ ଯେ କେଉଁ ଦିନ ପ୍ରଭୁ ଆଗମନ କରିବେ ବୋଲି ଯୀଶୁ କହିଲେ [୨୪:୪୨,୪୪]।

Matthew 24:48

ଯେତେବେଳେ ସ୍ଵାମୀ ଦୂରରେ ଥାଆନ୍ତି ଦୁଷ୍ଟ ଦାସ କ'ଣ କରେ ?

ଦୁଷ୍ଟ ଦାସ ଆପଣା ସହଦାସମାନଙ୍କୁ ପ୍ରହାର କରିବାକୁ ଲାଗେ, ଆଉ ମଦୁଆମାନଙ୍କ ସହିତ ଭୋଜନପାନ କରେ ଯେତେବେଳେ ସ୍ଵାମୀ ଦୂରରେ ଥାଆନ୍ତି [୨୪:୪୮-୪୯]।

ଯେତେବେଳେ ସ୍ଵାମୀ ଦୂରରେ ଅଛନ୍ତି ସେତେବେଳେ ଜଣେ ବିଶ୍ଵସ୍ତ ଦାସ ଓ ଜଣେ ଜ୍ଞାନୀ ଦାସ କ'ଣ କରନ୍ତି ?

ଯେତେବେଳେ ସେ ଫେରନ୍ତି, ଯେଉଁଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହୁଏ, ଦୁଷ୍ଟ ଦାସକୁ ସ୍ଵାମୀ ଦ୍ୱିଖଣ୍ଡ କରି ପଠାଇଦିଅନ୍ତି [୨୪:୫୧] ।