Matthew 21

Matthew 21:1

ନଗରରେ ସେମାନଙ୍କ ସମ୍ମୁଖରେ ସେମାନେ କ'ଣ ପାଇବେ ବୋଲି ଯୀଶୁ ଆପଣା ଦୁଇ ଶିଷ୍ୟଙ୍କୁ କହିଲେ ?

ସେମାନେ ବନ୍ଧା ହୋଇଥିବା ଗୋଟିଏ ଗର୍ଦ୍ଦଭୀ ଓ ତାହାର ଶାବକ ପାଇବେ ବୋଲି ଯୀଶୁ ସେମାନଙ୍କୁ କହିଲେ [୨୧:୨]।

Matthew 21:4

ଏହି ଘଟଣା ବିଷୟରେ ଭାବବାଦୀ କ'ଣ ଭାବବାଣୀ କରିଥିଲେ ?

ରାଜା ଗୋଟିଏ ଗର୍ଦ୍ଦଭୀ ଓ ତାହାର ଶାବକ ଉପରେ ବସି ଆସିବେ ବୋଲି ଭାବବାଦୀ ଭାବବାଣୀ କରିଥିଲେ [୨୧:୪-୫]।

Matthew 21:6

ଲୋକମାନେ ଯୀଶୁ ଯିରୂଶାଲମକୁ ଯାତ୍ରା କରୁଥିବା ରାସ୍ତାରେ କ'ଣ କଲେ ?

ଲୋକମାନେ ଆପଣା ଆପଣା ଲୁଗା ପଥରେ ବିଛାଇଲେ ଓ ଗଛରୁ ଡାଳ କାଟି ଆଣି ବାଟରେ ବିଛାଇଲେ [୨୧:୮] ।

Matthew 21:9

କ'ଣ ଲୋକମାନେ ଯୀଶୁ ଯିବାର ଦେଖି ଉଚ୍ଚ ସ୍ଵରରେ କହିଲେ ?

ଲୋକସମୂହ ଉଚ୍ଚ ସ୍ୱରରେ କହିଲେ,'' ହୋଶାନ୍ନା ଦାଉଦଙ୍କର ସନ୍ତାନ ! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ ଉର୍ଦ୍ଧ୍ୱ ଲୋକରେ ହୋଶାନ୍ନା' [୨୧:୯]।

Matthew 21:12

ଯିରୂଶାଲମରେ ପରମେଶ୍ୱରଙ୍କର ମନ୍ଦିରରେ ପ୍ରବେଶ କଲା ପରେ ଯୀଶୁ କ'ଣ କଲେ ?

ଯୀଶୁ ମନ୍ଦିରରୁ କ୍ରୟବିକ୍ରୟ କରୁଥିବା ସମସ୍ତ ଲୋକଙ୍କୁ ବାହାର କରିଦେଲେ, ଏବଂ ମୁଦ୍ରା ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ [୨୧:୧୨] ।

ଯୀଶୁ ବ୍ୟବସାୟୀମାନେ ପରମେଶ୍ୱରଙ୍କର ମନ୍ଦିରକୁ କ'ଣ କରିଥିଲେ ବୋଲି କହିଲେ ?

A,ଯୀଶୁ କହିଲେ ଯେ ବ୍ୟବସାୟୀମାନେ ପରମେଶ୍ୱରଙ୍କର ମନ୍ଦିରକୁ ଦସ୍ୟୁମାନଙ୍କ ଗହ୍ୱର କରିଅଛନ୍ତି ବୋଲି କହିଲେ [୨୧:୧୩]।

Matthew 21:15

ଯେତେବେଳେ ଶିଶୁମାନେ ଯୀଶୁଙ୍କ ବିଷୟରେ ଉଚ୍ଚ ସ୍ଵରରେ କହୁଥିଲେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ବିରୋଧ କରିଥିଲେ,ସେତେବେଳେ ଯୀଶୁ ସେମାନଙ୍କୁ କ'ଣ କହିଥିଲେ ?

ଭାବବାଦୀଙ୍କ ବାକ୍ୟକୁ ଉଲ୍ଲେଖ କରି କହିଲେ ,'' ଶିଶୁ ଓ ସ୍ତନ୍ୟପାୟୀମାନଙ୍କ ମୁଖ ଦ୍ୱାରା ପରମେଶ୍ୱର ସିଦ୍ଧ ଭାବରେ ପ୍ରଶଂସିତ ହେଲେ ''[୨୧:୧୫-୧୬] ?

Matthew 21:18

ଡିମ୍ବିରି ଗଛ ସହ ଯୀଶୁ କ'ଣ ଓ କାହିଁକି କଲେ ?

ଯୀଶୁ ଡିମ୍ବିରି ଗଛକୁ ଶୁଖାଇ ଦେଲେ ଯେହେତୁ ଏହାଠାରେ କିଛି ଫଳ ନ ଥିଲା [୨୧:୧୮-୧୯]।

Matthew 21:20

ଶୁଖି ଯାଇଥିବା ଡିମ୍ବିରି ଗଛରୁ ଯୀଶୁ ପ୍ରାର୍ଥନା ବିଷୟରେ ଆପଣା ଶିଷ୍ୟମାନଙ୍କୁ କ'ଣ ଶିକ୍ଷା ଦେଲେ ?

ଯାହା ସେମାନେ ବିଶ୍ଵାସରେ ପ୍ରାର୍ଥନା କରିବେ ସେମାନେ ପ୍ରାପ୍ତ କରିବେ ବୋଲି ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦେଲେ [୨୧:୨୦-୨୨]।

Matthew 21:23

ଯେତେବେଳେ ଯୀଶୁ ଶିକ୍ଷା ଦେଉଥିଲେ ପ୍ରଧାନ ଯାଜକ ଓ ପ୍ରାଚୀନମାନେ ତାଙ୍କୁ କ'ଣ ପ୍ରଶ୍ନ କଲେ ?

କେଉଁ ଅଧିକାରରେ ଯେ ସେ ଏସବୁ କଲେ ବୋଲି ପ୍ରଧାନ ଯାଜକ ଓ ପ୍ରାଚୀନମାନେ ଜାଣିବାକୁ ଚାହୁଁ ଥିଲେ [୨୧:୨୩]।

Matthew 21:25

ପ୍ରଧାନ ଯାଜକ ଓ ପ୍ରାଚୀନ ମାନଙ୍କୁ ଯୀଶୁ କ'ଣ ପ୍ରଶ୍ନ କଲେ ?

ଯୀଶୁ ସେମାନଙ୍କୁ ପଚାରିଲେ ବାପ୍ତିଜକ ଯୋହନ କେଉଁଠାରୁ ସ୍ୱର୍ଗରୁ ବା ମନୁଷ୍ୟଠାରୁ ଥିଲେ [୨୧:୨୫]।

କାହିଁକି ପ୍ରଧାନ ଯାଜକ ଓ ପ୍ରାଚୀନମାନେ ବାପ୍ତିଜକ ଯୋହନ ସ୍ଵର୍ଗରୁ ବା ମନୁଷ୍ୟଠାରୁ ଥିଲେ ବୋଲି ଉତ୍ତର ଦେବାକୁ ଚାହୁଁ ନ ଥିଲେ ?

ସେମାନେ ଜାଣିଥିଲେ ଯୀଶୁ ସେମାନଙ୍କୁ ପ୍ରଶ୍ନ କରିବେ କାହିଁକି ତୁମ୍ଭେମାନେ ବାପ୍ତିଜକ ଯୋହନଙ୍କୁ ବିଶ୍ଵାସ କଲ ନାହିଁ [୨୧:୨୫]।

କାହିଁକି ପ୍ରଧାନ ଯାଜକ ଓ ପ୍ରାଚୀନମାନେ ବାପ୍ତିଜକ ଯୋହନ ମନୁଷ୍ୟଠାରୁ ଥିଲେ ବୋଲି ଉତ୍ତର ଦେବାକୁ ଚାହିଁଲେ ନାହିଁ ?

ସେମାନେ ଲୋକସମୂହକୁ ଭୟ କଲେ କାରଣ ସମସ୍ତେ ଯୋହନଙ୍କୁ ଭାବବାଦୀ ବୋଲି ମାନୁଥିଲେ [୨୧:୨୬]।

Matthew 21:28

ଯୀଶୁଙ୍କ କାହାଣୀରେ ଦୁଇ ପୁତ୍ର ମଧ୍ୟରୁ କିଏ ପିତାଙ୍କର ଇଛାକୁ ପାଳନ କଲା ?

ଯେଉଁ ବ୍ୟକ୍ତି ପ୍ରଥମରେ ଯାଇ କାମ କରିବ ନାହିଁ ବୋଲି କହିଥିଲା ସେ ପରେ ଅନୁତାପ କରି ଗଲା [୨୧:୨୮-୩୧]।

Matthew 21:31

ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ପୂର୍ବରୁ କାହିଁକି କରଗ୍ରାହୀ ଓ ବେଶ୍ୟାମାନେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରୁଥିଲେ ବୋଲି ଯୀଶୁ କହିଲେ ?

ସେମାନେ ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରୁଥିଲେ କାରଣ ସେମାନେ ଯୋହନଙ୍କୁ ବିଶ୍ଵାସ କଲେ କିନ୍ତୁ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଯୋହନଙ୍କୁ ବିଶ୍ଵାସ କଲେ ନାହିଁ [୨୧:୩୧-୩୨]।

Matthew 21:35

ଗୃହକର୍ତ୍ତା ଯେତେବେଳେ ଦାସମାନଙ୍କୁ ଫସଲ ଅମଳ କରିବା ପାଇଁ କୃଷକମାନଙ୍କ ନିକଟକୁ ପଠାଇଲେ କୃଷକମାନେ ଦାସମାନଙ୍କ ପ୍ରତି କ'ଣ କଲେ ?

ଫସଲ ଅମଳକାରୀମାନଙ୍କୁ କୃଷକମାନେ ପିଟିଲେ, ମାରିପକାଇଲେ, ପଥର ଫୋଫାଡି ମାରିପକାଇଲେ [୨୧:୩୫-୩୬]।

କାହାକୁ ଶେଷରେ ଗୃହକର୍ତ୍ତା କୃଷକମାନଙ୍କ ନିକଟକୁ ପଠାଇଲେ ?

ଗୃହକର୍ତ୍ତା ଶେଷରେ ନିଜର ପୁତ୍ରକୁ ପଠାଇଲେ [୨୧:୩୭]।

Matthew 21:38

ଗୃହକର୍ତ୍ତା ଶେଷରେ ପଠାଇଥିବା ବ୍ୟକ୍ତି ସହ କୃଷକମାନେ କ'ଣ କଲେ ?

ଗୃହକର୍ତ୍ତାର ପୁତ୍ରକୁ କୃଷକମାନେ ମାରିପକାଇଲେ [୨୧:୩୮-୩୯]।

Matthew 21:40

ଗୃହକର୍ତ୍ତା କ'ଣ କରିବା ଉଚିତ୍ ବୋଲି ଲୋକମାନେ କହିଲେ ?

ଲୋକମାନେ ତାହାଙ୍କୁ କହିଲେ, ସେ ସେହି ଦୁଷ୍ଟମାନଙ୍କୁ ଦାରୁଣ ଭାବରେ ବିନାଶ କରି ,ଅନ୍ୟ କୃଷକମାନେ ଯିଏ ତାଙ୍କୁ ଯଥାସମୟରେ ଫଳ ଯୋଗାଇବେ, ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଭାଗରେ ଦେବା ଉଚିତ୍ ବୋଲି କହିଲେ [୨୧:୪୦-୪୧] ।

Matthew 21:42

ଯୀଶୁ ଧର୍ମଶାସ୍ତ୍ରରେ ଉଲ୍ଲେଖ କଲେ ,''ଗୃହ ନିର୍ମାଣ କାରୀମାନେ ଯେଉଁ ପଥରକୁ ଅଗ୍ରାହ୍ୟ କଲେ ତାହା କ'ଣ ହେଲା ?

ଗୃହ ନିର୍ମାଣକାରୀମାନେ ଯେଉଁ ପଥରକୁ ଅଗ୍ରାହ୍ୟ କଲେ ତାହା କୋଣର ପ୍ରଧାନ ପ୍ରସ୍ତର ହେଲା [୨୧:୪୨] ।

Matthew 21:43

ଧର୍ମ ଶାସ୍ତ୍ରକୁ ଉଲ୍ଲେଖ କରି ଯୀଶୁ କ'ଣ ହେବ ବୋଲି କହିଲେ ?

ଯୀଶୁ କହିଲେ ଯେ ଈଶ୍ଵରଙ୍କ ରାଜ୍ୟ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କଠାରୁ କାଢି ଦିଆଯିବ,ପୁଣି ଯେଉଁ ଜାତି ସେଥିରେ ଫଳ ଫଳିବ ତାହାକୁ ଦିଆଯିବ [୨୧:୪୩]।

Matthew 21:45

କାହିଁକି ପ୍ରଧାନ ଯାଜକ ଓ ଶାସ୍ତ୍ରୀ ଯୀଶୁଙ୍କ ଉପରେ ଶୀଘ୍ର ହାତ ରଖିଲେ ନାହିଁ ?

ସେମାନେ ଲୋକମାନଙ୍କୁ ଭୟ କଲେ କାରଣ ଲୋକମାନେ ଯୀଶୁଙ୍କୁ ଭାବବାଦୀ ବୋଲି ମାନୁଥିଲେ [୨୧:୪୬] ।