ପ୍ରଭାତରେ ଯେଉଁ ମୂଲିଆମାନଙ୍କୁ ଭୂମିରକର୍ତ୍ତା କାମରେ ଲଗେଇଥିଲେ ସେମାନଙ୍କୁ ଆଠ ଅଣା ମଜୁରୀ ଦେବା ପାଇଁ ଭୂମିରକର୍ତ୍ତା ରାଜି ହେଲେ [୨୦:୧-୨]।
ଭୂମିରକର୍ତ୍ତା ଯାହା ଉଚିତ୍ ସେମାନଙ୍କୁ ଦେବି ବୋଲି କହିଲେ [୨୦:୪-୭]।
ଏଗାରଟା ସମୟରେ ଯେଉଁମାନଙ୍କୁ କାର୍ଯ୍ୟରେ ନିଯୁକ୍ତି କରାଯାଇଥିଲା ସେମାନେ ଏକ ଅଣା ପ୍ରାପ୍ତ କଲେ [୨୦:୯]।
ସେମାନେ ଅଭିଯୋଗ କଲେ ଯେ ସେମାନେ ଦିନସାରା କାମ କଲେ କିନ୍ତୁ ମଜୁରୀ ଏକ ଘଣ୍ଟା କାମ କରିଥିବା ମଜୁରୀମାନଙ୍କ ସମାନ ମଜୁରୀ ପ୍ରାପ୍ତ କଲେ [୨୦:୧୧-୧୨]।
ଭୂମିରକର୍ତ୍ତା କହିଲେ ଯେ ପ୍ରାପ୍ତକାଳରେ ନିଯୁକ୍ତି ହୋଇଥିବା କାର୍ଯ୍ୟକାରୀମାନେ ଆଠ ଅଣା ମଜୁରୀ ପାଇଁ ରାଜି ହୋଇଥିଲେ,ଏବଂ ଅନ୍ୟ କାର୍ଯ୍ୟକାରୀମାନଙ୍କୁ ସମାନ ମଜୁରୀ ଦେବା ଏହା ତାହାର ଅଧିକାର ଓ ଆନନ୍ଦ ଥିଲା [୨୦:୧୩-୧୫]।
ପ୍ରଧାନ ଯାଜକ ଓ ଶାସ୍ତ୍ରୀ-ମାନଙ୍କ ହସ୍ତରେ ସମର୍ପିତ ହେବେ ପୁଣି ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଜ୍ଞା ଦେଇ ପରିହାସ, କୋରଡ଼ା ପ୍ରହାର ଓ କ୍ରୁଶରେ ବଧ କରିବା ନିମନ୍ତେ ବିଜାତିମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ତୃତୀୟ ଦିବସରେ ସେ ଉତ୍ଥିତ ହେବେ ବୋଲି ଯୀଶୁ ଆପଣା ଶିଷ୍ୟ ମାନଙ୍କୁ କହିଲେ [୨୦:୧୭-୧୯] ।
ସେ ଚାହୁଁଥିଲେ ଯୀଶୁ ଆଦେଶ ଦିଅନ୍ତୁ ଯେ ତାହାରି ଦୁଇ ପୁତ୍ର ତାଙ୍କରି ରାଜ୍ୟରେ ଯେପରି ତାଙ୍କ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣେ ବାମ ପାର୍ଶ୍ୱରେ ବସନ୍ତି [୨୦:୨୦-୨୧] ।
ଯେଉଁମାନଙ୍କ ନିମନ୍ତେ ପିତାଙ୍କ ଦ୍ୱାରା ସେହି ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ ବୋଲି ଯୀଶୁ କହିଲେ [୨୦:୨୩] ।
ଯିଏ ମହାନ ହେବାକୁ ଚାହେଁ ସେ ପ୍ରଥମେ ନିଜକୁ ଦାସ କରିବା ଉଚିତ୍ ବୋଲି ଯୀଶୁ କହିଲେ [୨୦:୨୬]।
ଯୀଶୁ ଯେ ସେ ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟସ୍ୱରୂପ ପ୍ରାଣ ଦେବାକୁ ଆସିଅଛନ୍ତି ବୋଲି କହିଲେ [୨୦:୨୮] ।
ଦୁଇ ଜଣ ଅନ୍ଧ ଉଚ୍ଚ ସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦଙ୍କର ସନ୍ତାନ, ଆମ୍ଭମାନଙ୍କୁ ଦୟା କର [୨୦:୩୦]।
ଯୀଶୁ ଦୁଇ ଅନ୍ଧ ବ୍ୟକ୍ତିକୁ ସୁସ୍ଥ କଲେ କାରଣ ସେ ଦୟାରେ ବିଗଲିତ ହେଲେ [୨୦:୩୪]।