Matthew 22

Matthew 22:5

ଯେତେବେଳେ ରାଜା ଆପଣା ପୁତ୍ର ନିମନ୍ତେ ବିବାହର ଆୟୋଜନ କଲେ ଓ ନିମନ୍ତ୍ରିତ ଲୋକମାନଙ୍କୁ ନିମନ୍ତ୍ରଣ କରିବା ନିମନ୍ତେ ସେ ଆପଣା ଦାସମାନଙ୍କୁ ପ୍ରେରଣ କଲେ ସେମାନେ କ'ଣ କଲେ ?

କେତେକ ଏହି ନିମନ୍ତ୍ରଣକୁ ବେଖାତିର୍ କଲେ ଓ ଆପଣା ଆପଣା ବ୍ୟବସାୟକୁ ଚାଲିଗଲେ, ଆଉ ଅବଶିଷ୍ଟଲୋକ ତାଙ୍କ ଦାସମାନଙ୍କୁ ଧରି ଅତ୍ୟାଚାର କଲେ ଓ ବଧ କଲେ [୨୨:୨-୬] ।

ବିବାହ ଆୟୋଜନରେ ନିମନ୍ତ୍ରିତ ଲୋକଙ୍କ ସହ ରାଜା ପ୍ରଥମେ କ'ଣ କଲେ ?

ରାଜା ସୈନ୍ୟମାନଙ୍କୁ ପ୍ରେରଣକରି ସେହି ହତ୍ୟାକାରୀମାନଙ୍କୁ ବିନାଶ କଲେ ଏବଂ ସେମାନଙ୍କର ନଗର ଭୂମିସାତ କଲେ [୨୨:୭] ।

Matthew 22:8

ତା'ପରେ ରାଜା କାହାକୁ ବିବାହ ଆୟୋଜନକୁ ନିମନ୍ତ୍ରଣ କଲେ ?

ତା'ପରେ ଭଲ ଓ ମନ୍ଦ ଯେତେଲୋକଙ୍କୁ ତାଙ୍କର ଦାସମାନେ ପାଇଲେ ସେ ସମସ୍ତଙ୍କୁ ବିବାହକୁ ନିମନ୍ତ୍ରଣ କଲେ [୨୨:୯-୧୦] ।

Matthew 22:13

ବିବାହ ବସ୍ତ୍ର ପରିଧାନ ନ କରି ଆସିଥିବା ଲୋକ ପ୍ରତି ରାଜା କ'ଣ କଲେ ?

ରାଜା, ଏହାର ହାତଗୋଡ଼ ବାନ୍ଧି ଏହାକୁ ବାହାର ଅନ୍ଧାରରେ ପକାଇଦେଲେ [୨୨:୧୧-୧୩]।

Matthew 22:15

ଯୀଶୁଙ୍କୁ କ'ଣ କରିବାକୁ ଫାରୂଶୀମାନେ ଚେଷ୍ଟା କରୁଥିଲେ ?

ଫାରୂଶୀମାନେ ଯୀଶୁଙ୍କୁ ତାଙ୍କରି ବାକ୍ୟ ଦ୍ୱାରା ଫାନ୍ଦରେ ପକାଇବା ନିମନ୍ତେ ମନ୍ତ୍ରଣା କରୁଥିଲେ [୨୨:୧୫] ।

ଫାରୂଶୀମାନଙ୍କ ଶିଷ୍ୟମାନେ ଯୀଶୁଙ୍କୁ କ'ଣ ପ୍ରଶ୍ନ କଲେ ?

ସେମାନେ ଯୀଶୁଙ୍କୁ ପଚାରିଲେ କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନା [୨୨:୧୭]।

Matthew 22:20

କିପରି ଯୀଶୁ ଫାରୂଶୀମାନଙ୍କ ଶିଷ୍ୟଙ୍କର ପ୍ରଶ୍ନକୁ ଉତ୍ତର ଦେଲେ ?

ଯୀଶୁ କହିଲେ ଯାହା କାଇସରଙ୍କର ତାହା କାଇସରଙ୍କୁ ଦିଅ ପୁଣି, ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ ଦିଅ [୨୨:୨୧]।

Matthew 22:23

ପୁନରୁତ୍‍ଥାନ ବିଷୟରେ ସାଦ୍ଦୂକୀମାନଙ୍କର ବିଶ୍ଵାସ କ'ଣ ଥିଲା ?

ସାଦ୍ଦୂକୀମାନେ ବିଶ୍ଵାସ କରୁଥିଲେ ଯେ ସେଠାରେ ପୁନରୁତ୍‍ଥାନ ନାହିଁ ବୋଲି [୨୨:୨୩] ।

Matthew 22:25

ସାଦ୍ଦୂକୀମାନଙ୍କ କାହାଣୀରେ, ସ୍ତ୍ରୀର କେତେ ଜଣ ସ୍ଵାମୀ ଥିଲେ ?

ସ୍ତ୍ରୀର ସାତଜଣ ସ୍ଵାମୀ ଥିଲେ [୨୨:୨୪-୨୭] ।

Matthew 22:29

କେଉଁ ଦୁଇଟି ବିଷୟ ସାଦ୍ଦୂକୀମାନେ ଜାଣି ନାହାନ୍ତି ବୋଲି ଯୀଶୁ କହିଲେ ?

ଯୀଶୁ ସାଦ୍ଦୂକୀମାନେ ଧର୍ମଶାସ୍ତ୍ର ଓ ଈଶ୍ୱରଙ୍କ ଶକ୍ତି ଜାଣି ନାହାନ୍ତି ବୋଲି କହିଲେ [୨୨:୨୯]।

ଯୀଶୁ ପୁନରୁତ୍‍ଥାନର ବିବାହ ବିଷୟରେ କ'ଣ କହିଲେ ?

ଯୀଶୁ ପୁନରୁତ୍‍ଥାନରେ, ସେଠାରେ ବିବାହ ନାହିଁ ବୋଲି କହିଲେ [୨୨:୩୦]।

Matthew 22:31

କିପରି ଯୀଶୁ ଧର୍ମଶାସ୍ତ୍ରରୁ ଦେଖାଇଲେ ଯେ ପୁନରୁତ୍‍ଥାନ ଅଛି ବୋଲି ?

ଯୀଶୁ ଧର୍ମଶାସ୍ତ୍ରକୁ ଉଲ୍ଲେଖ କଲେ ଯେଉଁଠି ପରମେଶ୍ୱର କୁହନ୍ତି , ସେ ଅବ୍ରହାମଙ୍କ ଈଶ୍ୱର, ଇସ୍‍ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର, ମୃତମାନଙ୍କ ଈଶ୍ୱର ନୁହନ୍ତି, ମାତ୍ର ଜୀବିତମାନଙ୍କର [୨୨:୩୨]।

Matthew 22:34

ଫାରୂଶୀ ବ୍ୟବସ୍ଥାଶାସ୍ତ୍ରଜ୍ଞ ଯୀଶୁଙ୍କୁ କ'ଣ ପ୍ରଶ୍ନ କଲେ ?

ବ୍ୟବସ୍ଥାଶାସ୍ତ୍ରଜ୍ଞ ଯୀଶୁଙ୍କୁ ବ୍ୟବସ୍ଥା ମଧ୍ୟରେ କେଉଁ ଆଜ୍ଞା ଶ୍ରେଷ୍ଠ ବୋଲି ପଚାରିଲେ [୨୨:୩୬]।

Matthew 22:37

କେଉଁ ଦୁଇଟି ଶ୍ରେଷ୍ଠ ଆଜ୍ଞା ଥିଲା ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ୱରଙ୍କୁ ପ୍ରେମ କର ଏବଂ ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ଏହି ଦୁଇଟି ଶ୍ରେଷ୍ଠ ଆଜ୍ଞା ଥିଲା [୨୨:୩୭-୩୯] ।

Matthew 22:41

କ'ଣ ପ୍ରଶ୍ନ ଯୀଶୁ ଫାରୂଶୀମାନଙ୍କୁ କଲେ ?

ଖ୍ରୀଷ୍ଟ କାହାର ପୁତ୍ର ବୋଲି ଯୀଶୁ ସେମାନଙ୍କୁ ପଚାରିଲେ [୨୨:୪୨]।

କ'ଣ ଉତ୍ତର ଫାରୂଶୀମାନେ ଯୀଶୁଙ୍କୁ ଦେଲେ ?

ଖ୍ରୀଷ୍ଟ ଦାଉଦଙ୍କର ପୁତ୍ର ଥିଲେ ବୋଲି ଫାରୂଶୀମାନେ କହିଲେ [୨୨:୪୨]।

Matthew 22:43

କ'ଣ ଦ୍ୱିତୀୟ ପ୍ରଶ୍ନ ଯୀଶୁ ତେବେ ଫାରୂଶୀମାନଙ୍କୁ ପଚାରିଲେ ?

ଦାଉଦ ଯଦି ତାହାଙ୍କୁ ପ୍ରଭୁ ବୋଲି କହନ୍ତି ତେବେ ସେ କିପ୍ରକାରେ ତାହାଙ୍କର ସନ୍ତାନ [୨୨:୪୩-୪୫]।

Matthew 22:45

କ'ଣ ଉତ୍ତର ଫାରୂଶୀମାନେ ଯୀଶୁଙ୍କୁ ଦେଲେ ?

ଫାରୂଶୀମାନେ ଯୀଶୁଙ୍କୁ ପଦେ ହେଲେ ଉତ୍ତର ଦେବାକୁ ସକ୍ଷମ ନ ଥିଲେ [୨୨:୪୬]।