Matthew 5

Matthew 5:1

ଆତ୍ମାରେ ଦିନହୀନ ଲୋକ ଲୋକେ କ'ଣ ପାଇଁ ଧନ୍ୟ ଅଟନ୍ତି ?

ଆତ୍ମାରେ ଦିନହୀନ ଲୋକେ ଧନ୍ୟ କାରଣ ସ୍ଵର୍ଗରାଜ୍ୟ ସେମାନଙ୍କର ଅଟେ [୫:୩]।

ଶୋକାର୍ତ୍ତ ଲୋକେ କାହିଁକି ଧନ୍ୟ ?

ଶୋକାର୍ତ୍ତ ଲୋକେ ଧନ୍ୟ କାରଣ ସେମାନେ ସାନ୍ତ୍ୱନାପ୍ରାପ୍ତ ହେବେ [୫:୪]।

Matthew 5:5

ନମ୍ରଲୋକେ କ'ଣ ପାଇଁ ଧନ୍ୟ ଅଟନ୍ତି ?

ନମ୍ରଲୋକେ ଧନ୍ୟ ଅଟନ୍ତି କାରଣ ସେମାନେ ପୃଥିବୀର ଅଧିକାର ହେବେ [୫:୫]।

ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ କ'ଣ ପାଇଁ ଧନ୍ୟ ଅଟନ୍ତି ?

ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ କାରଣ ସେମାନେ ପରିତୃପ୍ତ ହେବେ [୫:୬]।

Matthew 5:11

ଯୀଶୁ ସକାଶେ ନିନ୍ଦା ଓ ତାଡନାସହ୍ୟକାରୀମାନେ କ'ଣ ପାଇଁ ଧନ୍ୟ ଅଟନ୍ତି ?

ଯୀଶୁଙ୍କ ସକାଶେ ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ମନ୍ଦକଥା କୁହନ୍ତି ତେବେ ତୁମ୍ଭେମାନେ ଧନ୍ୟ କାରଣ ସ୍ଵର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର [୫:୧୧-୧୨] ।

Matthew 5:15

ବିଶ୍ଵାସୀମାନଙ୍କର ଆଲୋକ କିପରି ଲୋକମାନଙ୍କ ଆଗରେ ପ୍ରକାଶ ପାଇବ ?

ବିଶ୍ଵାସୀମାନଙ୍କର ଆଲୋକ ସେମାନଙ୍କର ସୁକର୍ମ ଦ୍ୱାରା ଲୋକମାନଙ୍କ ଆଗରେ ପ୍ରକାଶ ପାଇବ [୫:୧୫-୧୬]।

Matthew 5:17

ଯୀଶୁ ପୁରାତନ ନିୟମର ବ୍ୟବସ୍ଥାକୁ ଓ ଭାବବାଦୀମାନଙ୍କ ଧର୍ମ ଶାସ୍ତ୍ରକୁ କ'ଣ କରିବାକୁ ଆସିଥିଲେ ?

ଯୀଶୁ ପୁରାତନ ନିୟମର ବ୍ୟବସ୍ଥାକୁ ଓ ଭାବବାଦୀମାନଙ୍କ ଧର୍ମ ଶାସ୍ତ୍ରକୁ ସଫଳ କରିବାକୁ ଆସିଥିଲେ [୫:୧୭]।

Matthew 5:19

ସ୍ଵର୍ଗରାଜ୍ୟରେ କିଏ ଖ୍ୟାତ ହେବେ ?

ଯେଉଁମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଓ ଶିକ୍ଷା ଦିଅନ୍ତି ସେମାନେ ହିଁ ସ୍ଵର୍ଗରାଜ୍ୟରେ ମହାନ ବୋଲି ଖ୍ୟାତ ହେବେ [୫:୧୯]।

Matthew 5:21

ଯୀଶୁ କହିଥିଲେ ଯେ, କେହି ନର ହତ୍ୟା କରେ ସେ ବିଚାର ସ୍ଥାନରେ ଦଣ୍ଡନୀୟ ହେବ, ତେବେ ଆଉ ଯିଏକି କ'ଣ କରେ ?

ଯୀଶୁ କହିଥିଲେ ଯେ, କେହି ନର ହତ୍ୟା କରେ ସେ ବିଚାର ସ୍ଥାନରେ ଦଣ୍ଡନୀୟ ହେବ କିନ୍ତୁ ଯେକେହି ଆପଣା ଭାଇ ଉପରେ କ୍ରୋଧ କରେ, ସେ ମଧ୍ୟ ବିଚାର ସ୍ଥାନରେ ଦଣ୍ଡନୀୟ ହେବ [୫:୨୧-୨୨]।

Matthew 5:23

ଆମ୍ଭମାନଙ୍କ ଭାଇମାନଙ୍କ ବିରୁଦ୍ଧରେ କୌଣସି ବିଷୟ ଅଛି ତାହାହେଲେ ଆମ୍ଭେମାନେ କ'ଣ କରିବା ଉଚିତ ବୋଲି ଯୀଶୁ ଶିକ୍ଷା ଦେଇଅଛନ୍ତି ?

ଯଦି ଆମ୍ଭମାନଙ୍କ ଭାଇମାନଙ୍କ ବିରୁଦ୍ଧରେ କୌଣସି କଥା ଅଛି ବୋଲି ମନେ ପଡେ ତାହାହେଲେ ଆମ୍ଭେମାନେ ତାଙ୍କ ନିକଟକୁ ଯାଇ ମିଳିତ ହେବା ଉଚିତ ବୋଲି ଯୀଶୁ ଶିକ୍ଷା ଦେଇଅଛନ୍ତି [୫:୨୩-୨୪]।

Matthew 5:25

ବିଚାରକର୍ତ୍ତାଙ୍କୁ ସମର୍ପଣ କରିବା ପୂର୍ବରୁ ଆମ୍ଭମାନଙ୍କ ବିବାଦୀମାନଙ୍କ ସହିତ କ'ଣ କରିବା ଉଚିତ ବୋଲି ଯୀଶୁ ଆମ୍ଭମାନଙ୍କୁ ଶିକ୍ଷା ଦେଇଅଛନ୍ତି ?

ବିଚାରକର୍ତ୍ତାଙ୍କ ହସ୍ତରେ ସମର୍ପଣ କରିବା ପୂର୍ବରୁ ଆମ୍ଭମାନଙ୍କ ବିବାଦୀମାନଙ୍କ ସହିତ ଶୀଘ୍ର ତାହା ପ୍ରତି ମିଳନର ଭାବ ଦେଖାଇବା ଉଚିତ୍ ବୋଲି ଯୀଶୁ ଶିକ୍ଷା ଦେଇଅଛନ୍ତି [୫:୨୫]।

Matthew 5:27

କେବଳ ବ୍ୟଭିଚାର କଲେ ମନ୍ଦ ନୁହେଁ କିନ୍ତୁ କ'ଣ କଲେ ପାପ ବୋଲି ଯୀଶୁ ଶିକ୍ଷା ଦେଇଥିଲେ ?

ବ୍ୟଭିଚାର କଲେ କେବଳ ପାପ ନୁହେଁ କିନ୍ତୁ କୌଣସି ସ୍ତ୍ରୀ ପ୍ରତି ଦୃଷ୍ଟିପାତ କଲେ ପାପ ବୋଲି ଯୀଶୁ ଶିକ୍ଷା ଦେଇଅଛନ୍ତି [୫:୨୭-୨୮]।

Matthew 5:29

ଯାହା ଆମ୍ଭମାନଙ୍କୁ ପାପ କରିବାକୁ ପ୍ରବର୍ତ୍ତାଏ, ଆମ୍ଭେମାନେ କିପରି ତାହାଠାରୁ ଆମକୁ ଦୂରେଇ ରହିବା ପାଇଁ ଯୀଶୁ କହିଅଛନ୍ତି ?

ସେ ସବୁ ପ୍ରତି ଆମ୍ଭେମାନେ ସମସ୍ତେ ଦୂରେଇବା ଉଚିତ୍ ବୋଲି ଯାହା ଆମକୁ ପାପ କରିବା ନିମନ୍ତେ ବିଘ୍ନ ସ୍ଵରୂପ ହୋଇଥାଏ ଏହା ଯୀଶୁ କହିଥିଲେ [୫:୨୯-୩୦]।

Matthew 5:31

ଯୀଶୁ କେଉଁ କାରଣ ହେତୁ ତ୍ୟାଗପତ୍ରର ଅନୁମତି ଦେଇଅଛନ୍ତି ?

ବ୍ୟଭିଚାରର କାରଣ ହେତୁ ତ୍ୟାଗପତ୍ରର ଅନୁମତି ଯୀଶୁ ଦେଇଅଛନ୍ତି [୫:୩୨]।

ଯଦି ଜଣେ ସ୍ଵାମୀ ସ୍ତ୍ରୀକୁ ତ୍ୟାଗ କରିଦିଏ ଓ ସେହି ସ୍ତ୍ରୀ ପୁଣି ବିବାହ କରେ ତାହାହେଲେ ସ୍ଵାମୀ ,ସ୍ତ୍ରୀର କେଉଁ କାରଣ ହେବ ?

ଯଦି ଜଣେ ସ୍ଵାମୀ ସ୍ତ୍ରୀକୁ ବ୍ୟଭିଚାର ବିନା ଆଉ ଅନ୍ୟ କୌଣସି କାରଣରୁ ସ୍ତ୍ରୀକୁ ତ୍ୟାଗ ପତ୍ର ଦିଏ ଓ ସ୍ତ୍ରୀ ଅନତ୍ର ବିବାହ କରେ ତାହାହେଲେ ସ୍ଵାମୀ ବ୍ୟଭିଚାରର କାରଣ ହେବ [୫:୩୨]।

Matthew 5:36

ସ୍ଵର୍ଗର ଶପଥ, ପୃଥିବୀର ଶପଥ, ଯିରୂଶାଲମର ଶପଥ, ଆପଣା ମସ୍ତକର ଶପଥ କରିବା ପରିବର୍ତ୍ତେ ଆମ୍ଭେମାନେ କ'ଣ କରିବା ଉଚିତ୍ ବୋଲି ଯୀଶୁ କହିଅଛନ୍ତି ?

ଏହି ସମସ୍ତ ବିଷୟ ଉପରେ ଶପଥ ନେବା ପରିବର୍ତ୍ତେ ହଁ କଥା ହଁ ହେଉ ଅଥବା ନା କଥା ନା ହେଉ ବୋଲି ଯୀଶୁ କହିଥିଲେ [୫:୩୩-୩୭]

Matthew 5:38

ଯେକେହି ଆମ୍ଭ ପ୍ରତି ମନ୍ଦ କରେ ତାହାଙ୍କ ପ୍ରତି କ'ଣ କରିବାକୁ ଯୀଶୁ ଶିକ୍ଷା ଦେଇଥିଲେ ?

ଯିଏ ଆମ୍ଭମାନଙ୍କ ପ୍ରତି ମନ୍ଦ ବ୍ୟବହାର କରେ ତାହାକୁ ପ୍ରତିରୋଧ କରିବା ଉଚିତ୍ ନୁହେଁ ବୋଲି ଯୀଶୁ ଶିକ୍ଷା ଦେଇଅଛନ୍ତି [୫:୩୮-୩୯]।

Matthew 5:43

ଆମ୍ଭମାନଙ୍କ ଶତ୍ରୁ ଓ ଯେଉଁମାନେ ତାଡନା କରନ୍ତି ସେମାନଙ୍କ ସହ କ'ଣ କରିବା ନିମନ୍ତେ ଯୀଶୁ କହିଅଛନ୍ତି ?

ଆମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କରିବାକୁ ଓ ତାଡନା କରୁଥିବା ଲୋକଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଯୀଶୁ ଶିକ୍ଷା ଦେଇଅଛନ୍ତି [୫:୪୩-୪୪] ।

Matthew 5:46

ଯେଉଁମାନେ ଆମ୍ଭମାନଙ୍କୁ ପ୍ରେମ କରନ୍ତି ସେମାନଙ୍କୁ କେବଳ ପ୍ରେମ ନ କରି କିନ୍ତୁ କେଉଁମାନଙ୍କୁ ମଧ୍ୟ ନିଶ୍ଚୟ ପ୍ରେମ କରିବା ନିମନ୍ତେ ଯୀଶୁ କାହିଁକି କହିଅଛନ୍ତି ?

ଯେଉଁମାନେ ଆମ୍ଭମାନଙ୍କୁ ପ୍ରେମ କରନ୍ତି କେବଳ ଆମ୍ଭେମାନେ ସେମାନଙ୍କୁ ପ୍ରେମ କରିବା ତାହାହେଲେ ଆମ୍ଭେମାନେ କୌଣସି ପୁରସ୍କାର ପାଇବା ନାହିଁ, ବିଜାତିମାନେ ଯାହା କରନ୍ତି ତାହା ଆମ୍ଭେମାନେ ମଧ୍ୟ କରୁ ଅଛୁ ଯୀଶୁ ଏହି ଶିକ୍ଷା ଦେଇଥିଲେ [୫:୪୬-୪୭] ।