ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ ପବିତ୍ର ଆତ୍ମା ପ୍ରାନ୍ତରକୁ ନେଇ ଯାଇଥିଲେ [୪:୧]।
ଯୀଶୁ ଚାଳିଶ ଦିନ ଓ ଚାଳିଶ ରାତ୍ରି ପ୍ରାନ୍ତରରେ ଉପବାସ କରିଥିଲେ [୪:୨]।
ଶୟତାନ ପଥରଗୁଡାକ ରୋଟୀ ହେବାକୁ ଆଜ୍ଞାଦିଅ ବୋଲି ଯୀଶୁଙ୍କୁ କହିଥିଲା [୪:୩]।
ଯୀଶୁ କହିଲେ ମନୁଷ୍ୟ କେବଳ ରୋଟୀରେ ବଞ୍ଚିବ ନାହିଁ ମାତ୍ର ଈଶ୍ୱରଙ୍କ ମୁଖ ନିର୍ଗତ ପ୍ରତ୍ୟେକ ବାକ୍ୟରେ ଜୀବିତ ରହିଵ [୪:୪]।
ଶୟତାନ ଯୀଶୁଙ୍କୁ ମନ୍ଦିର ଉପରୁ ଡ଼େଇଁପଡ ବୋଲି କହିଥିଲା [୪:୫-୬]।
ଯୀଶୁ କହିଲେ ତୁମ୍ଭେ ତୁମ୍ଭ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିଵ ନାହିଁ [୪:୭]।
ଶୟତାନ ଯୀଶୁଙ୍କୁ କହିଥିଲେ, ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରମାଣ କରିବ ଆମ୍ଭେ ଏହି ସମସ୍ତ ତୁମ୍ଭକୁ ଦେବା [୪:୮-୯]।
ଯୀଶୁ ଉତ୍ତର ଦେଇଥିଲେ ଦୂର ହୁଅ ଶୟତାନ, ତୁମ୍ଭେ ପ୍ରଭୁ ଆପଣା ଈଶ୍ଵରଙ୍କୁ ପ୍ରଣାମ କରିବ ପୁଣି କେବଳ ତାହାଙ୍କର ଉପାସନା କରିଵ [୪:୧୦]।
ଯିଶାଇୟ ଭାବବାଦୀଙ୍କର ଉକ୍ତ ଏହି ବାକ୍ୟ ସଫଳ ହେଲା, ଗାଲିଲୀର ଅନ୍ଧକାରବାସୀ ଲୋକେ ମହା ଆଲୋକ ପାଇବେ [୪:୧୫-୧୬]।
ମନ ପରିବର୍ତ୍ତନ କର କାରଣ ସ୍ଵର୍ଗ ରାଜ୍ୟ ସନ୍ନିକଟ [୪:୧୭]।
ଯୀଶୁ ପିତର ଓ ଆନ୍ଦ୍ରୀୟଙ୍କୁ ମନୁଷ୍ୟ ଧରିବା ଶିଖାଇବେ ବୋଲି କହିଥିଲେ [୪:୧୯]।
ପିତର,ଆନ୍ଦ୍ରୀୟ,ଯାକୁବ ଓ ଯୋହନ ଏ ସମସ୍ତେ ମାଛ ଧରିବା ଲୋକ ଥିଲେ [୪:୧୮,୨୧]।
ଯୀଶୁ ଏହି ସମୟରେ ଗାଲିଲୀରେ ସମାଜଗୃହରେ ଶିକ୍ଷା ଦେବାକୁ ଲାଗିଲେ [୪:୨୩]।
ଯୀଶୁଙ୍କ ନିକଟକୁ ସମସ୍ତ ପ୍ରକାରର ରୋଗ ଓ ପୀଡା ଲୋକମାନଙ୍କୁ ଅଣାଯାଇଥିଲା ଏବଂ ଯୀଶୁ ସେମାନଙ୍କୁ ସୁସ୍ଥ କରିଥିଲେ [୪:୨୪]।
ଯୀଶୁଙ୍କୁ ଏହି ସମୟରେ ବହୁସଂକ୍ଷକ ଲୋକ ଆସି ଅନୁକରଣ କଲେ [୪:୨୫]।