Matthew 6

Matthew 6:1

ପିତାଙ୍କଠାରୁ ପୁରସ୍କାର ପାଇବା ନିମନ୍ତେ ଆମ୍ଭେମାନେ କିପରି ଧର୍ମକର୍ମ କରିବା ଉଚିତ୍ ?

ଆମ୍ଭମାନଙ୍କର ସବୁ ଧର୍ମକର୍ମ ଗୋପନରେ ହେବା ଉଚିତ୍ [୬:୧-୪] ।

Matthew 6:5

ଯେଉଁମାନେ ଗୋପନରେ ପ୍ରାର୍ଥନା କରନ୍ତି ସେମାନେ କାହାଠାରୁ ପୁରସ୍କାର ପାଇବେ ?

ଯେଉଁମାନେ ଗୋପନରେ ପ୍ରାର୍ଥନା କରନ୍ତି ସେମାନେ ପିତାଙ୍କଠାରୁ ପୁରସ୍କାର ପାଇବେ [୬:୬] ।

Matthew 6:8

ପ୍ରାର୍ଥନା କରିବା ସମୟରେ ଆମ୍ଭେମାନେ କ'ଣ ନ କରିବାକୁ ଯୀଶୁ କହି ଅଛନ୍ତି ?

ପ୍ରାର୍ଥନା କରିବା ସମୟରେ ବିଜାତୀୟମାନଙ୍କ ପରି ଅନର୍ଥକ ପୁନରୁକ୍ତି ନ କରିବା ପାଇଁ ଯୀଶୁ କହିଅଛନ୍ତି [୬:୭-୮] ।

ପିତାଙ୍କର ଇଛା କେଉଁଠାରେ ସାଧନ କରିବା ନିମନ୍ତେ ଆମ୍ଭେମାନେ ତାଙ୍କୁ ପଚାରିବା ଉଚିତ୍ ?

ଯେପରି ସ୍ଵର୍ଗରେ ସେପରି ପୃଥିବୀରେ ତୁମର ଇଛା ସଫଳ ହେଉ ପିତାଙ୍କର ଏପରି ଆମ୍ଭମାନଙ୍କର ପ୍ରାର୍ଥନା ହେବା ଉଚିତ୍ [୬:୧୯] ।

Matthew 6:14

ଯଦି ଆମ୍ଭେମାନେ ଅନ୍ୟମାନଙ୍କର ଅପରାଧ ସବୁ କ୍ଷମା ନ କରୁ ତାହାହେଲେ ପିତା କ'ଣ କରିବେ ?

ଯଦି ଆମ୍ଭେମାନେ ଅନ୍ୟମାନଙ୍କର ଅପରାଧ ସବୁ କ୍ଷମା ନ କରୁ ତାହାହେଲେ ପିତା ମଧ୍ୟ ଆମ୍ଭମାନଙ୍କର ଅପରାଧ କ୍ଷମା କରିବେ ନାହିଁ [୬:୧୫] ।

Matthew 6:16

ପିତାଙ୍କଠାରୁ ପୁରସ୍କାର ପାଇବା ନିମନ୍ତେ ଆମ୍ଭେମାନେ କିପରି ଉପବାସ କରିବା ଉଚିତ୍ ?

ଯେପରି ଆମ୍ଭେମାନେ ଉପବାସ କରୁଅଛୁ ବୋଲି ଲୋକଙ୍କ ସାକ୍ଷତରେ ଦେଖା ନ ଯାଉ ତେବେ ପିତା ଆମ୍ଭମାନଙ୍କୁ ପୁରସ୍କାର ଦେବେ [୬:୧୬-୧୮] ।

Matthew 6:19

ଆମ୍ଭେମାନେ କେଉଁଠି ଓ କାହିଁକି ଧନ ସଞ୍ଚୟ କରିବା ଉଚିତ୍ ?

ଆମ୍ଭେମାନେ ସ୍ଵର୍ଗରେ ଧନ ସଞ୍ଚୟ କରିବା ଉଚିତ୍ କାରଣ ସେଠାରେ କ୍ଷୟ ମଧ୍ୟ ହୁଏ ନାହିଁ ଏବଂ ଚୋରି ମଧ୍ୟ ହୁଏ ନାହିଁ [୬:୧୯-୨୦]।

ଧନଠାରେ ଆମ୍ଭମାନଙ୍କର କ'ଣ ହେବ ?

ଯେଉଁଠାରେ ଧନ ହେବ ଆମ୍ଭମାନଙ୍କର ମନ ସେଠାରେ ରହିବ [୬:୨୧]।

Matthew 6:22

ଆମ୍ଭେମାନେ କେଉଁ ଦୁଇ ପ୍ରଭୁଙ୍କ ମଧ୍ୟରୁ ପସନ୍ଦ କରିବା ଉଚିତ୍ ?

ଆମ୍ଭେମାନେ ଈଶ୍ୱର ଓ ଧନ ଦୁଇଟି ପ୍ରଭୁରୁ ଆମ୍ଭପ୍ରତି ପସନ୍ଦ କରିବା ଉଚିତ୍ [୬:୨୪]।

Matthew 6:25

ଆମ୍ଭେମାନେ ଖାଇବା ପିଇବା ପିନ୍ଧିବା ବିଷୟରେ ଚିନ୍ତିତ ହେବା ଉଚିତ୍ ନୁହଁ କାହିଁକି ?

ଆମ୍ଭେମାନେ କ'ଣ ଖାଇବା ପିନ୍ଧିବା ଓ ପିଇବ ଏହି ବିଷୟରେ ଚିନ୍ତା କରିବା ଉଚିତ୍ ନୁହଁ କାରଣ ଯେଉଁ ପିତା ପକ୍ଷୀମାନଙ୍କର ଯତ୍ନ ନିଅନ୍ତି ଆମ୍ଭମାନଙ୍କର ସେମାନଙ୍କଠାରୁ ଅଧିକ ମୂଲ୍ୟ ରହିଅଛି [୬:୨୫-୨୬]।

Matthew 6:27

ଆମ୍ଭେମାନେ ଚିନ୍ତା କରି କ'ଣ କରି ପାରିବା ନାହିଁ ବୋଲି ଯୀଶୁ କହିଅଛନ୍ତି ?

ଆମ୍ଭେମାନେ ଚିନ୍ତା କରି ଆମ୍ଭମାନଙ୍କର ଆୟୁ ବୃଦ୍ଧି କରି ପାରିବା ନାହିଁ ବୋଲି ଯୀଶୁ କହିଅଛନ୍ତି [୬:୨୭]।

Matthew 6:32

ପ୍ରଥମରେ ଆମ୍ଭେମାନେ କ'ଣ ଖୋଜିବା ଓ ତା'ପରେ ଆମ୍ଭମାନଙ୍କର ଜାଗତିକ ଆବଶ୍ୟକଗୁଡିକ ସବୁ ଯୋଗାଇ ଦିଆଯିବ ?

ପ୍ରଥମେ ଈଶ୍ୱରଙ୍କ ରାଜ୍ୟ ନିଶ୍ଚୟ ଆମ୍ଭେମାନେ ଖୋଜିବାର ଅଛି ଓ ପିତାଙ୍କର ଧାର୍ମିକ ପଦରେ ଜଗତର ସମସ୍ତ ଆବଶ୍ୟକଗୁଡିକ ଯୋଗାଇ ଦିଆଯିବ [୬:୩୩]।