ମାଥିଉ ଲିଖିତ ସୁସମାଚାରର ପରିଚୟ

ଭାଗ ୧: ସାଧାରଣ ପରିଚୟ

ମାଥିଉ ପୁସ୍ତକର ରୂପରେଖା

୧. ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏବଂ ତାହାଙ୍କ ସେବାକାର୍ଯ୍ୟର ଆରମ୍ଭ (୧:୧-୪:୨୫) ୧. ଯୀଶୁଙ୍କ ପାର୍ବତ୍ୟ ଉପଦେଶ (୫:୧-୪:୨୫) ୧. ସୁସ୍ଥତା ମାଧ୍ୟମରେ ଯୀଶୁ ଈଶ୍ବରଙ୍କ ରାଜ୍ୟର ଦୃଷ୍ଟାନ୍ତ ଦିଅନ୍ତି (୮:୧-୯:୩୪) ୧. ସେବାକାର୍ଯ୍ୟ ଓ ଈଶ୍ବରଙ୍କ ରାଜ୍ୟ ବିଷୟରେ ଯୀଶୁଙ୍କ ଶିକ୍ଷା (୯:୩୫-୧୦:୪୨) ୧. ଈଶ୍ବରଙ୍କ ରାଜ୍ୟର ସୁସମାଚାର ବିଷୟରେ ଯୀଶୁଙ୍କ ଶିକ୍ଷା I ଯୀଶୁଙ୍କ ପ୍ରତି ବିରୋଧ ଆରମ୍ଭ (୧୧:୧-୧୨:୫୦) ୧. ଈଶ୍ବରଙ୍କ ରାଜ୍ୟ ବିଷୟରେ ଯୀଶୁଙ୍କ ଦୃଷ୍ଟାନ୍ତ ସମୁହ (୧୩:୧-୫୨) ୧. ପରବର୍ତ୍ତୀ ସମୟରେ ଯୀଶୁଙ୍କୁ ବିରୋଧ ଓ ଈଶ୍ବରଙ୍କ ରାଜ୍ୟ ବିଷୟରେ ଭୁଲ୍ ବୁଝାମଣା (୧୩:୫୩-୧୭:୫୭) ୧. ଈଶ୍ବରଙ୍କ ରାଜ୍ୟରେ ଜୀବନ ବିଷୟରେ ଯୀଶୁଙ୍କ ଶିକ୍ଷା (୧୮:୧-୩୫) ୧. ଯିହୁଦା ପ୍ରଦେଶରେ ଯୀଶୁଙ୍କ ସେବାକାର୍ଯ୍ୟ (୧୯:୧-୨୨:୪୬) ୧. ଶେଷ ବିଚାର ଓ ପରିତ୍ରାଣ ବିଷୟରେ ଯୀଶୁଙ୍କ ଶିକ୍ଷା (୨୩:୧-୨୫:୪୬) ୧. ଯୀଶୁଙ୍କ କୃଶାର୍ପିତ, ତାହାଙ୍କ ମୃତ୍ୟୁ ଓ ପୁନ୍ନରୁଥାନ (୨୬:୧-୨୮:୧୯)

ମାଥିଉ ଲିଖିତ ସୁସମାଚାର କ”ଣ ଅଟେ ?

ନୁତନ ନିୟମରେ ଚାରିଟି ସୁସମାଚାର ମଧ୍ୟରୁ ଗୋଟିଏ ମାଥିଉ ଲିଖିତ ସୁସମାଚାର ଅଟେ ଯାହା ଯୀଶୁ ଖ୍ରୀଷ୍ଟଙ୍କ ଜୀବନୀ ସମ୍ବନ୍ଧରେ ବର୍ଣ୍ଣନା କରେ I ସୁସମାଚାରର ଲେଖକ ବିଭିନ୍ନ ଦୃଷ୍ଟିକୋଣରୁ ଯୀଶୁ କିଏ ଥିଲେ ଓ ସେ କ’ଣ କରିଛନ୍ତି ଏହି ବିଷୟରେ ଉଲ୍ଲେଖ କରନ୍ତି I ମାଥିଉ ଦର୍ଶାଉଛନ୍ତି ଯେ ଯୀଶୁ ମସିହ ଅଟନ୍ତି, ଓ ଈଶ୍ବର ଇସ୍ରାଏଲକୁ ତାହାଙ୍କ ଦ୍ବାରା ଉଦ୍ଧାର କରିବେ I ମାଥିଉ ସର୍ବଦା ବର୍ଣ୍ଣନା କରନ୍ତି ଯେ ଯୀଶୁ ମଶିହଙ୍କ ବିଷୟରେ ପୁରାତନ ନିୟମର ଭବିଷ୍ୟତ ବାଣୀଗୁଡିକୁ ସଫଳ କରିଛନ୍ତି I ଏହା ସୁଚାଇ ଦିଏ ଯେ ସେ ତାହାଙ୍କର ପ୍ରଥମ ପାଠକମାନେ ଅଧିକାଂଶ ଯିହୁଦୀ ହେବା ଆଶା କଲେ (ଦେଖ: /WA-Catalog/or_tw?section=kt#christ)

ଏହି ସୁସମାଚାର ପୁସ୍ତକଟି କିପରି ଅନୁବାଦ କରାଯିବା ଉଚିତ ?

ଅନୁବାଦକମାନେ ହୁଏତ ଏହାର ପାରମ୍ପରିକ ସଜ୍ଞା, “ମାଥିଉଙ୍କ ସୁସମାଚାର” କିମ୍ବା “ମାଥିଉଙ୍କ ଲିଖିତ ସୁସମାଚାର” ମନୋନୀତ କରିଥାଇ ପାରନ୍ତି, କିମ୍ବା ସେମାନେ ହୁଏତ ଏକ ଶୀର୍ଷକ ମନୋନିତ କରିଥାଇ ପାରନ୍ତି ଯାହା ସ୍ପଷ୍ଟ ହୋଇପାରେ, ଯେପରିକି, “ “ଯୀଶୁଙ୍କ ବିଷୟରେ ସୁସମାଚାର ଯାହା ମାଥିଉ ଉଲ୍ଲେଖ କଲେ” (ଦେଖ: /WA-Catalog/or_tm?section=translate#translate-names)

ମାଥିଉ ସୁସମାଚାର କିଏ ଲେଖିଛନ୍ତି ?

ପୁସ୍ତକଟି ଲେଖକଙ୍କ ନାମ ଉଲ୍ଲେଖ କରେନାହିଁ, ଯାହାହେଉ , ଆଦ୍ୟ ମଣ୍ଡଳୀ ସମୟଠାରୁ, ଅଧିକାଂଶ ଖ୍ରୀଷ୍ଟିୟାନ ମନେକରନ୍ତି ଯେ ଏହି ଲେଖକ ପ୍ରେରିତ ମାଥିଉ ଥିଲେ I

ଭାଗ ୨: ଗୁରୁତ୍ବପୂର୍ଣ୍ଣ ଧାର୍ମିକ ଓ ସାଂସ୍କୃତିକ ଧାରଣା

“ସ୍ବର୍ଗରାଜ୍ୟ କହିଲେ କ’ଣ ବୁଝ ?”

ମାଥିଉ ସ୍ବର୍ଗରାଜ୍ୟ ବିଷୟରେ ସମାନଭାବେ ଉଲ୍ଲେଖ କରନ୍ତି ଯେପରି ଅନ୍ୟ ସୁସମାଚାରର ଲେଖକମାନେ ଈଶ୍ବରଙ୍କ ରାଜ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି I ସ୍ବର୍ଗରାଜ୍ୟ ଈଶ୍ବର ସମସ୍ତ ଲୋକମାନଙ୍କ ଉପରେ ଓ ପ୍ରତ୍ୟକ ସୃଷ୍ଟି ଉପରେ ରାଜତ୍ବ କରନ୍ତି I ଯେଉଁମାନଙ୍କୁ ଈଶ୍ବର ତାହାଙ୍କ ରାଜ୍ୟରେ ଗ୍ରହଣ କରନ୍ତି ସେମାନେ ଧନ୍ୟ ହେବେ I ସେମାନେ ଅନ୍ତନ୍ତକାଳ ଈଶ୍ବରଙ୍କ ସହିତ ବାସ କରିବେ I

ଯୀଶୁଙ୍କ ଶିକ୍ଷାଦେବା ପ୍ରଣାଳୀ ସବୁ କ’ଣ ଥିଲା ?

ଲୋକମାନେ ଯୀଶୁଙ୍କୁ ଜଣେ ଗୁରୁଭାବରେ ସମ୍ମାନ ଦେଉଥିଲେ I ଜଣେ ଗୁରୁ ଈଶ୍ବରଙ୍କ ବ୍ୟବସ୍ଥାର ଶିକ୍ଷକ ଅଟନ୍ତି I ଯୀଶୁ ଇଶ୍ରାଏଲର ଅନ୍ୟ ଧାର୍ମିକ ଗୁରୁମାନଙ୍କ ସଦୃଶ ସମାନଭାବେ ଶିକ୍ଷା ଦେଉଥିଲେ I ସେ ଯେଉଁଠିକୁ ଯାଉଥିଲେ ତାହାଙ୍କ ଛାତ୍ରମାନେ ତାହାଙ୍କର ଅନୁଗମନ କରୁଥିଲେ I ସେହି ଛାତ୍ରମାନେ ଶିଷ୍ୟ କୁହାଗଲେ I ସେ ସର୍ବଦା ଦୃଷ୍ଟାନ୍ତ ଦେଉଥିଲେ I ଦୃଷ୍ଟାନ୍ତସମୁହ କାହାଣୀ ଥିଲା ଯାହା ନୈତିକତା ଶିକ୍ଷା ଦେଉଥିଲେ I (ଦେଖ: /WA-Catalog/or_tw?section=kt#lawofmoses/WA-Catalog/or_tw?section=kt#disciple/WA-Catalog/or_tw?section=kt#parable)

ଭାଗ ୩: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମସ୍ୟା

କେଉଁଗୁଡିକ ସୁସମାଚାରର ସଂକ୍ଷିପ୍ତ ବିବରଣୀ ଅଟନ୍ତି ?

ମାଥିଉ ଲିଖିତ ସୁସମାଚାର, ମାର୍କ ଏବଂ ଲୁକ ଲିଖିତ ସୁସମାଚାରକୁ ସଂକ୍ଷିପ୍ତ ସୁସମାଚାର କୁହାଯାଏ କାରଣ ସେଠାରେ ଅନେକ ସମଭାବାପୂର୍ଣ୍ଣ ବାକ୍ୟାଂଶ ଅଛି I “ସଂକ୍ଷିପ୍ତ ବିବରଣୀ” ଶବ୍ଦର ଅର୍ଥ “ଏକତ୍ର ଦେଖିବା” ଅଟେ I

ପୁସ୍ତକର ଲେଖାଗୁଡିକ “ସମାନ୍ତର” ବିବେଚନା କରାଯାଏ ଯେତେବେଳେ ସେମାନେ ସମାନ କିମ୍ବା ଦୁଇ କିମ୍ବା ତିନି ସୁସମାଚାର ମଧ୍ୟରେ ସମାନ ଅଟନ୍ତି I ଯେତେବେଳେ ସମାନ ବାକ୍ୟାଂଶ ଅନୁବାଦ କରୁଛନ୍ତି, ଅନୁବାଦକମାନେ ସମାନ ଶବ୍ଦ ବ୍ୟବହାର କରିବା ଉଚିତ ଓ ସେଗୁଡିକୁ ଯଥା ସମ୍ଭବ ସମାନଭାବେ କରିବା ଉଚିତ I

ଯୀଶୁ କାହିଁକି ଆପଣାକୁ “ମନୁଷ୍ୟ ପୁତ୍ର” ଭାବେ ସମ୍ବୋଧନ କରନ୍ତି ?

ସୁସମାଚାରରେ, ଯୀଶୁ ଆପଣାକୁ “ମନୁଷ୍ୟ ପୁତ୍ର” କହନ୍ତି I ଏହା ଦାନିଏଲ ୭:୧୩-୧୪କୁ ଉଲ୍ଲେଖ କରେ I ଏହି ଶାସ୍ତ୍ରଂଶରେ ଜଣେବ୍ୟକ୍ତିଙ୍କୁ “ମନୁଷ୍ୟ ପୁତ୍ର” ଭାବେ ବର୍ଣ୍ଣନା କରାଯାଇଛି I ଏହା ଜଣେବ୍ୟକ୍ତି ଯାହାଙ୍କୁ ମନୁଷ୍ୟ ସଦୃଶ ଦେଖାଗଲେ I ଏହାର ଅର୍ଥ ଏପରି ଜଣେବ୍ୟକ୍ତି ଥିଲେ ଯେ ମନୁଷ୍ୟ ପୁତ୍ର ସ୍ବରୁପ ଦେଖାଗଲେ, ସଦାପ୍ରଭୁ ଅନନ୍ତକାଳ ନିମନ୍ତେ ରାଜ୍ୟସମୁହ ଉପରେ ଶାସନ କରିବା ନିମନ୍ତେ ମନୁଷ୍ୟ ପୁତ୍ରଙ୍କୁ ଅଧିକାର ଦେଲେ I ଏବଂ ଅନନ୍ତକାଳ ସମସ୍ତ ମାନବଜାତି ତାହାଙ୍କର ଉପାସନା କରିବେ I

ଯୀଶୁଙ୍କ ସମୟରେ ଯିହୁଦୀମାନେ ଯେକୌଣସି ବ୍ୟକ୍ତି ନିମନ୍ତେ ଏକ ଶୀର୍ଷକ ସ୍ବରୁପ “ମନୁଷ୍ୟପୁତ୍ର” ସଜ୍ଞା ବ୍ୟବହାର କଲେନାହି, ସେଥିନିମନ୍ତେ, ଯୀଶୁ ଆପଣା ନିମନ୍ତେ ବ୍ୟବହାର କଲେ ଯେପରି ସେମାନେ ବୁଝି ପାରିବେ ଯେ ସେ ପ୍ରକୃତରେ କିଏ ଥିଲେ I (ଦେଖ: /WA-Catalog/or_tw?section=kt#sonofman)

ଅନେକ ଭାଷାରେ “ମନୁଷ୍ୟ ପୁତ୍ର” ସଜ୍ଞାକୁ ଅନୁବାଦ କରିବା ବହୁତ ଜଟିଳ ଅଟେ I ପାଠକ ହୁଏତ ଆକ୍ଷରିକ ଅନୁବାଦକୁ ଭୁଲ୍ ବୁଝିପାରନ୍ତି I ଅନୁବାଦକମାନେ ହୁଏତ ଏକ ବିକଳ୍ପ ବିବେଚନା କରିପାରନ୍ତି, ଯେପରିକି, “ଜଣେ ମନୁଷ୍ୟ ପରି I” ଏହା ହୁଏତ ସଜ୍ଞାକୁ ବ୍ୟାଖ୍ୟା କରିବା ନିମନ୍ତେ ଏକ ପଦଟିକା ସାହାଯ୍ୟ କରିପାରେ I

ମାଥିଉ ପୁସ୍ତକରେ ମୁଖ୍ୟ ସମସ୍ୟା ଗୁଡିକ କଣ ଅଛି ?

ନିମ୍ନରେ ପ୍ରଦତ୍ତ ପଦଗୁଡିକ ପୁରାତନ ବାଇବଲ ସଂସ୍କରଣରେ ମିଳେ ଯାହା ଆଧୁନିକ ସଂସ୍କରଣରେ ଯୋଗ କରାଯାଇ ନାହିଁ:

  • “ଯେଉଁମାନେ ତୁମକୁ ଶାପ ଦିଅନ୍ତି ସେମାନଙ୍କୁ ଆଶୀର୍ବାଦ କର, ଯେଉଁମାନେ ତୁମକୁ ଘୃଣା କରନ୍ତି ସେମାନଙ୍କ ପ୍ରତି ଉତ୍ତମ କର”(୫:୪୪)
  • ”ଯେଣୁ ରାଜ୍ୟ, ଧାର୍ମିକତା ଓ ଗୌରବ ସଦାସର୍ବଦା ତୁମ୍ଭର ହେଉ, ଆମେନ୍“ (୬:13) *” ଯାହା ହଜିଯାଇଛି ତାହା ରକ୍ଷା କରିବା ନିମନ୍ତେ ମନୁଷ୍ୟ ପୁତ୍ର ଆସିଛନ୍ତି” (୧୮:୧୧)
  • “ଅନେକେ ଆହୁତ ମାତ୍ର ଅଳ୍ପ ମନୋନିତ” (୨୦:୧୬) *” ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୁଶୀମାନେ, କାରଣ ତୁମ୍ଭେମାନେ ଛଳରେ ଦୀର୍ଘ ପ୍ରାର୍ଥନା କରିବା ସଙ୍ଗେସଙ୍ଗେ ବିଧବାମାନଙ୍କ ଗୃହ ସବୁ ଗ୍ରାସ କରୁଥାଅ; ଏଣୁ ତୁମ୍ଭେମାନେ ଗୁରୁତର ଦଣ୍ଡ ପାଇବ”(୨୩:୧୪)

ଅନୁବାଦକମାନଙ୍କୁ ଏହି ପଦଗୁଡିକୁ ସଂଯୁକ୍ତ ନ କରିବା ନିମନ୍ତେ ପରାମର୍ଶ ଦିଆଯାଏ I ଯାହାହେଉ, ଯଦି ଅନୁବାଦକ ଅଞ୍ଚଳରେ, ପୁରାତନ ବାଇବଲ ସଂସ୍କରଣ ଥାଏ ତାହା ଏହିପରି ଗୋଟିଏ କିମ୍ବା ଦୁଇଟି ଶାସ୍ତ୍ରଂଶ ରହିଥାଏ, ତେବେ ଅନୁବାଦକ ଏହାକୁ ସଂଯୁକ୍ତ କରିପାରିବେ I ଯଦି ସେଗୁଡିକ ସଂଯୁକ୍ତ କରନ୍ତି, ତେବେ ସେଗୁଡିକୁ ଏକ ବର୍ଗ ବନ୍ଧନୀ ([]) ମଧ୍ୟରେ ରଖି ପାରିବେ, ଯାହା ସମ୍ଭବତଃ ମାଥିଉଙ୍କ ସୁସମାଚାରର ମୁଳଲେଖା ନୁହେଁ (ଦେଖ: /WA-Catalog/or_tm?section=translate#translate-textvariants)