ଯୀଶୁ କହିଲେ ସ୍ଵର୍ଗ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ଆମେ ନିଶ୍ଚୟ ଅନୁତାପ କରି ସାନ ପିଲାଙ୍କ ପରି ନମ୍ର ହେବାକୁ ହେବ ବୋଲି ଯୀଶୁ କହିଲେ [୧୮:୩]।
ଯୀଶୁ କହିଲେ ଯେକେହି ନିଜକୁ ସାନପିଲା ପରି ନମ୍ର କରେ ସେ ସ୍ଵର୍ଗ ରାଜ୍ୟରେ ମହାନ ବୋଲି [୧୮:୪]।
ଯେ କେହି ଯୀଶୁଙ୍କଠାରେ ବିଶ୍ୱାସ କରୁଥିବା କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ମହାସାଗରର ଅଗାଧ ଜଳରେ ବୁଡ଼ାଇ ଦିଆଯିବ [୧୮:୬] ।
ଯୀଶୁ କହିଲେ କୌଣସି ବସ୍ତୁ ବିଘ୍ନର କାରଣ ହୁଏ ତାକୁ ଫୋଫାଡି ଦେବାକୁ କହିଲେ [୧୮:୮-୯] ।
ଆମ୍ଭେମାନେ ଛୋଟମାନଙ୍କୁ ତୁଚ୍ଛ କରିବା ଉଚିତ୍ ନୁହେଁ କାରଣ ସ୍ୱର୍ଗରେ ସେମାନଙ୍କର ଦୂତମାନେ ସର୍ବଦା ମୋହର ସ୍ୱର୍ଗସ୍ଥ ପିତାଙ୍କ ମୁଖ ଦର୍ଶନ କରନ୍ତି [୧୮:୧୦]।
ସେହି ପ୍ରକାରେ ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଯେ ଗୋଟିଏ ବିନଷ୍ଟ ହୁଏ, ଏହା ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ନୁହେଁ [୧୮:୧୨-୧୪] ।
ପ୍ରଥମେ ଯାଇ କେବଳ ତୁମ୍ଭ ଦୁଇ ଜଣଙ୍କ ମଧ୍ୟରେ ତାହାକୁ ତାହାର ଦୋଷ ଦେଖାଅ [୧୮:୧୫]।
ଦ୍ୱିତୀୟରେ, ତୁମ୍ଭ ସାଙ୍ଗରେ ଆଉ ଜଣେ ବା ଦୁଇ ଜଣ ଭାଇମାନଙ୍କୁ ଘେନିଯିବା ଉଚିତ୍ [୧୮:୧୬]।
ତୃତୀୟରେ,ତୁମେ ମଣ୍ଡଳୀରେ କହିବା ଉଚିତ୍ [୧୮:୧୭]।
ଯେଉଁ ସ୍ଥାନରେ ଦୁଇ କି ତିନି ଜଣ ତାଙ୍କ ନାମରେ ଏକତ୍ର ହୁଅନ୍ତି, ସେମାନଙ୍କ ମଧ୍ୟରେ ଉପସ୍ଥିତ ରହିବାର ଯୀଶୁ ପ୍ରତିଜ୍ଞା କରି କହିଲେ [୧୮:୨୦] ।
ଯୀଶୁ କହିଲେ, ଆମେ କେବଳ ସାତ ଥର ପର୍ଯ୍ୟନ୍ତ ନୁହେଁ , ମାତ୍ର ସାତ ଥରର ସତୁରି ଗୁଣ ପର୍ଯ୍ୟନ୍ତ ଆପଣା ଭାଇକୁ କ୍ଷମା କରିବା ଉଚିତ୍ [୧୮:୨୧-୨୨] ।
ଦାସ ତିନି କୋଟି ଟଙ୍କା ଋଣ ତାହାରି ସ୍ଵାମୀ ଠାରୁ ନେଇଥିଲା, ଯାହା ସେ ପରିଶୋଧ କରି ପାରି ନ ଥିଲା [୧୮:୨୪-୨୫]।
ଦାସର ପ୍ରଭୁ ସଦୟ ହୋଇ ତାହାକୁ ମୁକ୍ତ କରିଦେଲେ ଓ ତାହାର ଋଣ କ୍ଷମା କଲେ [୧୮:୨୭]।
ଦାସ ଧୈର୍ଯ୍ୟ ଧରିବାକୁ ମନା କଲା ଏବଂ ତାହାର ସହଦାସକୁ କାରାଗାରରେ ରଖିଲା [୧୮:୨୮-୩୦]।
ପ୍ରଭୁ ଦାସକୁ କହିଲେ ଯେ ସେ ତାହାର ସହଦାସକୁ ଦୟା କରି ପାରିଥାନ୍ତା ବୋଲି [୧୮:୩୩]।
ପ୍ରଭୁ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହସ୍ତରେ ଦାସକୁ ସମର୍ପଣ କଲେ ଯେଉଁ ପର୍ଯ୍ୟନ୍ତ ସେ ସମସ୍ତ ରଣ ପରିଶୋଧ କରିଛି [୧୮:୩୪]।
ପ୍ରଭୁ ଯେପରି ଦାସ ସହ କଲେ ପିତା ଠିକ୍ ସେହିପରି କରିବେ ଯଦି ଆମେ ଆପଣା ଭାଇକୁ ହୃଦୟରୁ କ୍ଷମା ନ କରୁ ,ଯୀଶୁ କହିଲେ [୧୮:୩୫]।