ପିତର, ଯାକୁବ ଓ ଯୋହନ ଯୀଶୁଙ୍କ ସାଙ୍ଗରେ ଗୋଟିଏ ଉଚ୍ଚ ପର୍ବତକୁ ଗଲେ [୧୭:୧] ।
ଯୀଶୁ ରୂପାନ୍ତରିତ ହେଲେ, ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ତାହାଙ୍କ ବସ୍ତ୍ର ଆଲୋକ ପରି ଶୁଭ୍ରବର୍ଣ୍ଣ ହେଲା [୧୭:୨] ।
ମୋଶା ଓ ଏଲୀୟ ଦେଖା ଦେଇ ଯୀଶୁଙ୍କ ସହିତ କଥାବାର୍ତ୍ତା କଲେ [୧୭:୩] ।
ପିତର ତିନି ବ୍ୟକ୍ତିଙ୍କ ପାଇଁ ତିନୋଟି ବେଦୀ ନିର୍ମାଣ କରିବାକୁ ପ୍ରସ୍ତାବ ଦେଲେ [୧୭:୪]।
ମେଘରୁ ଏହି ବାଣୀ ହେଲା, ''ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ଏହାଙ୍କ ବାକ୍ୟ ଶ୍ରବଣ କର''[୧୭:୫] ।
ମନୁଷ୍ୟପୁତ୍ର ମୃତମାନଙ୍କ ମଧ୍ୟରୁ ଉତ୍ଥିତ ନ ହେବା ପର୍ଯ୍ୟନ୍ତ ଏ ଦର୍ଶନର କଥା କାହାରିକୁ ନ କହିବାକୁ ଯୀଶୁ ଶିଷ୍ୟମାନଙ୍କୁ ଆଜ୍ଞା ଦେଇ କହିଲେ [୧୭:୯] ।
ଯୀଶୁ କହିଲେ ଏଲୀୟ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିସାରିଲେଣି [୧୭:୧୧]।
ଯୀଶୁ କହିଲେ ବାପ୍ତିଜକ ଯୋହନ ଏଲୀୟ ଥିଲେ ଯିଏ ଆଗର ଆସିଥିଲେ ଏବଂ ମାତ୍ର ଲୋକେ ତାହାଙ୍କୁ ନ କହି ଯାହା ଇଛା ତାହା ହିଁ ତା'ଙ୍କ ପ୍ରତି କରିଅଛନ୍ତି [୧୭:୧୦-୧୩]।
ମୃଗୀ ରୋଗଗ୍ରସ୍ତ ବାଳକକୁ ଶିଷ୍ୟମାନେ ସୁସ୍ଥ କରିବାକୁ ସକ୍ଷମ ହୋଇ ନ ଥିଲେ [୧୭:୧୪-୧୬]।
ଯୀଶୁ ଭୂତକୁ ଧମକାଇଲେ ଏବଂ ସେ ତାହାଠାରୁ ବାହାରିଗଲା ଓ ବାଳକଟି ସେହି ଦଣ୍ଡରୁ ସୁସ୍ଥ [ହେଲା ୧୭:୧୮] ।
ସେମାନଙ୍କର ଅଳ୍ପ ବିଶ୍ଵାସ ହେତୁ ସେମାନେ ମୃଗୀ ରୋଗଗ୍ରସ୍ଥ ବାଳକକୁ ସୁସ୍ଥ କରି ପାରିଲେ ନାହିଁ ବୋଲି ଯୀଶୁ କହିଲେ [୧୭:୨୦]।
ଯୀଶୁ ଶିଷ୍ୟମାନଙ୍କୁ କହିଲେ ଯେ ସେ ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବେ,ପୁଣି ସେମାନେ ତାହାଙ୍କୁ ବଧ କରିବେ, ଆଉ ତୃତୀୟ ଦିବସରେ ସେ ଉତ୍ଥିତ ହେବେ [୧୭:୨୨:୨୩]।
ଯୀଶୁ ପିତରକୁ କହିଲେ ସମୁଦ୍ରକୁ ଯାଇ ବନଶି ପକାଅ, ଆଉ ପ୍ରଥମେ ଯେଉଁ ମାଛ ପଡ଼ିବ, ତାହାକୁ ଧରି ତାହାର ମୁଖ ଫିଟାଇଲେ ଗୋଟିଏ ରୌପ୍ୟ ମୁଦ୍ରା କର ଦେବା ନିମନ୍ତେ ପାଇବ[୧୭:୨୭] ।