Matthew 17

Matthew 17:1

କିଏ ଯୀଶୁଙ୍କ ସହିତ ଗୋଟିଏ ଉଚ୍ଚ ପର୍ବତକୁ ଗଲେ?

ପିତର, ଯାକୁବ ଓ ଯୋହନ ଯୀଶୁଙ୍କ ସାଙ୍ଗରେ ଗୋଟିଏ ଉଚ୍ଚ ପର୍ବତକୁ ଗଲେ [୧୭:୧] ।

ପର୍ବତ ଉପରେ ଯୀଶୁଙ୍କର ଉତ୍ତର ଜାଣିଥିଲେ କାରଣ ପିତାଙ୍କ ଦ୍ୱାରା ଏହା ପ୍ରକାଶିତ ହୋଇଥିଲା ?

ଯୀଶୁ ରୂପାନ୍ତରିତ ହେଲେ, ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ତାହାଙ୍କ ବସ୍ତ୍ର ଆଲୋକ ପରି ଶୁଭ୍ରବର୍ଣ୍ଣ ହେଲା [୧୭:୨] ।

Matthew 17:3

କିଏ ଦେଖା ଦେଲେ ଓ ଯୀଶୁଙ୍କ ସହିତ କଥା ହେଲେ ?

ମୋଶା ଓ ଏଲୀୟ ଦେଖା ଦେଇ ଯୀଶୁଙ୍କ ସହିତ କଥାବାର୍ତ୍ତା କଲେ [୧୭:୩] ।

ପିତର କ'ଣ କରିବାକୁ ପ୍ରସ୍ତାବ ଦେଲେ ?

ପିତର ତିନି ବ୍ୟକ୍ତିଙ୍କ ପାଇଁ ତିନୋଟି ବେଦୀ ନିର୍ମାଣ କରିବାକୁ ପ୍ରସ୍ତାବ ଦେଲେ [୧୭:୪]।

Matthew 17:5

ମେଘରୁ କେଉଁ ବାଣୀ ହେଲା ?

ମେଘରୁ ଏହି ବାଣୀ ହେଲା, ''ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ଏହାଙ୍କ ବାକ୍ୟ ଶ୍ରବଣ କର''[୧୭:୫] ।

Matthew 17:9

ପର୍ବତର ତଳକୁ ଆସିଲା ସମୟରେ ଯୀଶୁ ଶିଷ୍ୟମାନଙ୍କୁ କ'ଣ ଆଜ୍ଞା ଦେଲେ ?

ମନୁଷ୍ୟପୁତ୍ର ମୃତମାନଙ୍କ ମଧ୍ୟରୁ ଉତ୍‍ଥିତ ନ ହେବା ପର୍ଯ୍ୟନ୍ତ ଏ ଦର୍ଶନର କଥା କାହାରିକୁ ନ କହିବାକୁ ଯୀଶୁ ଶିଷ୍ୟମାନଙ୍କୁ ଆଜ୍ଞା ଦେଇ କହିଲେ [୧୭:୯] ।

Matthew 17:11

ପ୍ରଥମରେ ଅବଶ୍ୟ ଏଲୀୟଙ୍କର ଆଗମନ ହେବ ବୋଲି ଶାସ୍ତ୍ରୀମାନଙ୍କର ଶିକ୍ଷା ବିଷୟରେ ଯୀଶୁ କ'ଣ କହିଲେ ?

ଯୀଶୁ କହିଲେ ଏଲୀୟ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିସାରିଲେଣି [୧୭:୧୧]।

କାହାକୁ ଯୀଶୁ କହିଲେ ଯେ ଏଲୀୟ ଆଗରୁ ଆସିସାରିଥିଲେ ଏବଂ ତାହାଙ୍କୁ କ'ଣ କରାଯାଇଥିଲା ?

ଯୀଶୁ କହିଲେ ବାପ୍ତିଜକ ଯୋହନ ଏଲୀୟ ଥିଲେ ଯିଏ ଆଗର ଆସିଥିଲେ ଏବଂ ମାତ୍ର ଲୋକେ ତାହାଙ୍କୁ ନ କହି ଯାହା ଇଛା ତାହା ହିଁ ତା'ଙ୍କ ପ୍ରତି କରିଅଛନ୍ତି [୧୭:୧୦-୧୩]।

Matthew 17:14

ମୃଗୀ ରୋଗଗ୍ରସ୍ତ ବାଳକକୁ ଶିଷ୍ୟମାନେ କ'ଣ କରିବାକୁ ସକ୍ଷମ ହୋଇଥିଲେ ?

ମୃଗୀ ରୋଗଗ୍ରସ୍ତ ବାଳକକୁ ଶିଷ୍ୟମାନେ ସୁସ୍ଥ କରିବାକୁ ସକ୍ଷମ ହୋଇ ନ ଥିଲେ [୧୭:୧୪-୧୬]।

Matthew 17:17

ମୃଗୀ ରୋଗଗ୍ରସ୍ତ ବାଳକ ନିମନ୍ତେ ଯୀଶୁ କ'ଣ କଲେ ?

ଯୀଶୁ ଭୂତକୁ ଧମକାଇଲେ ଏବଂ ସେ ତାହାଠାରୁ ବାହାରିଗଲା ଓ ବାଳକଟି ସେହି ଦଣ୍ଡରୁ ସୁସ୍ଥ [ହେଲା ୧୭:୧୮] ।

Matthew 17:19

କାହିଁକି ଶିଷ୍ୟମନେ ମୃଗୀ ରୋଗ ଗ୍ରସ୍ତ ବାଳକକୁ ସୁସ୍ଥ କରି ପାରିଲେ ନାହିଁ ?

ସେମାନଙ୍କର ଅଳ୍ପ ବିଶ୍ଵାସ ହେତୁ ସେମାନେ ମୃଗୀ ରୋଗଗ୍ରସ୍ଥ ବାଳକକୁ ସୁସ୍ଥ କରି ପାରିଲେ ନାହିଁ ବୋଲି ଯୀଶୁ କହିଲେ [୧୭:୨୦]।

Matthew 17:22

ଯୀଶୁ ଶିଷ୍ୟମାନଙ୍କୁ କ'ଣ କହିଲେ ଯାହା ସେମାନଙ୍କୁ ବହୁତ ଦୁଃଖ ଲାଗିଲା ?

ଯୀଶୁ ଶିଷ୍ୟମାନଙ୍କୁ କହିଲେ ଯେ ସେ ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବେ,ପୁଣି ସେମାନେ ତାହାଙ୍କୁ ବଧ କରିବେ, ଆଉ ତୃତୀୟ ଦିବସରେ ସେ ଉତ୍‍ଥିତ ହେବେ [୧୭:୨୨:୨୩]।

Matthew 17:26

କିପରି ପିତର ଓ ଯୀଶୁ କର ଦେଇଥିଲେ ?

ଯୀଶୁ ପିତରକୁ କହିଲେ ସମୁଦ୍ରକୁ ଯାଇ ବନଶି ପକାଅ, ଆଉ ପ୍ରଥମେ ଯେଉଁ ମାଛ ପଡ଼ିବ, ତାହାକୁ ଧରି ତାହାର ମୁଖ ଫିଟାଇଲେ ଗୋଟିଏ ରୌପ୍ୟ ମୁଦ୍ରା କର ଦେବା ନିମନ୍ତେ ପାଇବ[୧୭:୨୭] ।