ଫାରୂଶୀମାନେ ପିତା,ମାତାଙ୍କଠାରୁ ପାଉଣା ଦ୍ୱାରା ସନ୍ତାନମାନଙ୍କୁ ଦୂରେଇ ଦେଇଥିଲେ ଯେପରି ଏକ ,''ପରମେଶ୍ୱରଙ୍କୁ ଉପହାର ଦିଆଯାଇଅଛି''[୧୫:୩-୬]।
ଯିଶାଇୟ ଭାବବାଣୀ କଲେ ଯେ ଫାରୂଶୀମାନେ ମୁଖରେ ପରମେଶ୍ୱରଙ୍କୁ ସମାଦର କରିବେ, କିନ୍ତୁ ସେମାନଙ୍କ ହୃଦୟ ପରମେଶ୍ୱରଙ୍କଠାରୁ ଦୂରରେ ରହିଵ [୧୫:୭-୮] ।
ଲୋକମାନଙ୍କର ଆଜ୍ଞାଗୁଡିକକୁ ଫାରୂଶୀମାନେ ସିଦ୍ଧାନ୍ତ ଭାବେ ଶିକ୍ଷା ଦେଉଥିଲେ [୧୫:୯]।
ମନୁଷ୍ୟ ଯାହା ଖାଏ ତାହା ମନୁଷ୍ୟକୁ ଅଶୁଚି କରେ ନାହିଁ ବୋଲି ଯୀଶୁ କହିଲେ [୧୫:୧୧,୧୭,୨୦]।
ମନୁଷ୍ୟର ମୁଖରୁ ଯାହା ବାହାରେ ତାହା ମନୁଷ୍ୟକୁ ଅଶୁଚି କରେ ବୋଲି ଯୀଶୁ କହିଲେ [୧୫:୧୧.୧୮-୨୦]।
ଫାରୂଶୀମାନଙ୍କୁ ଯୀଶୁ ଅନ୍ଧ ପଥପ୍ରଦର୍ଶକ କହିଲେ ,ଏବଂ ସେ କହିଲେ ସେମାନେ ଏକ ଖାତରେ ପଡିବେ ବୋଲି କହିଲେ [୧୫:୧୪]।
ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର,ବେଶ୍ୟାଗମନ, ଚୌର୍ଯ୍ୟ, ମିଥ୍ୟାସାକ୍ଷ୍ୟ ଓ ନିନ୍ଦା ବାହାରେ ଯାହା ମନୁଷ୍ୟକୁ ଅଶୁଚି କରେ [୧୫:୧୯]।
ଯୀଶୁ ତାହାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ [୧୫:୨୩]।
ଯୀଶୁ ବାଖ୍ୟାକରି କହିଲେ ମୁଁ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ବିନା ଆଉ କାହା ନିକଟକୁ ପ୍ରେରିତ ହୋଇନାହିଁ [୧୫:୨୪] ।
ଯୀଶୁ ସ୍ତ୍ରୀକୁ କହିଲେ ସ୍ତ୍ରୀର ବଡ଼ ବିଶ୍ୱାସ ଥିଲା ଏବଂ ସେ ତାହାର ଇଚ୍ଛା ସାଧନ କଲେ [୧୫:୨୮] ।
ଯୀଶୁ ଖଞ୍ଜ, ପଙ୍ଗୁ, ଅନ୍ଧ, ମୂକ ମାନଙ୍କୁ ସୁସ୍ଥ କଲେ [୧୫:୩୦-୩୧]।
ଶିଷ୍ୟମାନଙ୍କ ପାଖରେ ସାତୋଟି ରୋଟୀ ଓ କିଛି ମାଛ ଥିଲା[୧୫:୩୪]।
ଯୀଶୁ ସେହି ସାତୋଟି ରୋଟୀ ଓ ମାଛଗୁଡ଼ିକ ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗିଲେ ଓ ସେହିସବୁ ଶିଷ୍ୟମାନଙ୍କୁ ଦେଲେ [୧୫:୩୬]।
ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ଚାରିହଜାର ପୁରୁଷ ଥିଲେ ଭୋଜନ କରି ପରିତୃପ୍ତ ହେଲେ [୧୫:୩୮]
ସମସ୍ତେ ପରିତୃପ୍ତ ଭାବରେ ଭୋଜନ କଲାପରେ ସାତ ଟୋକେଇ ବଳିପଡିଥିଲା [୧୫:୩୭]।