Matthew 14

Matthew 14:1

ଯୀଶୁ କିଏ ଥିଲେ ବୋଲି ହେରୋଦ ମନେ କଲେ ?

ହେରୋଦ ମନେ କଲେ ଯୀଶୁ ବାପ୍ତିଜକ ଯୋହନ ଥିଲେ ଯିଏ ମୃତ୍ୟୁରୁ ଉଠିଅଛନ୍ତି [୧୪:୨]।

Matthew 14:3

ହେରୋଦ କ'ଣ ବିଧିବଦ୍ଧ ଭାବରେ କରୁ ନ ଥିଲେ ,ଯେଉଁ ବିଷୟରେ ବାପ୍ତିଜକ ଯୋହନ ତାହାକୁ କହିଲେ ?

ହେରୋଦ ତାହାର ଭାଇର ସ୍ତ୍ରୀକୁ ବିବାହ କରିଥିଲେ [୧୪:୪]।

କାହିଁକି ହେରୋଦ ବାପ୍ତିଜକ ଯୋହନଙ୍କୁ ଅତିଶୀଘ୍ର ମୃତ୍ୟୁ ଦେଇ ନ ଥିଲେ ?

ସେ ତାଙ୍କୁ ଅତିଶିଘ୍ର ବଧ କରିପାରିଲେ ନାହିଁ କାରଣ ଲୋକସମୂହକୁ ଭୟ କଲେ, ଯିଏ ତାଙ୍କୁ ତାଙ୍କୁ ଭାବବାଦୀ ବୋଲି ମାନୁଥିଲେ [୧୪:୫]।

Matthew 14:6

ହେରୋଦିଆ ହେରୋଦଙ୍କ ଜନ୍ମଦିନରେ ନୃତ୍ୟ କରିବାରୁ ହେରୋଦ କ'ଣ କଲେ ?

ସେ ଯାହା କିଛି ମାଗିବ, ସେ ତାହାକୁ ତାହା ଦେବେ ବୋଲି ହେରୋଦ ଶପଥ କରି ଏକ ପ୍ରତିଜ୍ଞା କଲେ [୧୪:୭] ।

Matthew 14:8

ହେରୋଦିଆ କ'ଣ ମାଗିଲେ ?

ହେରୋଦିଆ ବାପ୍ତିଜକ ଯୋହନର ମସ୍ତକ ମାଗିଲା [୧୪:୮]

କାହିଁକି ହେରୋଦ ହେରୋଦିଆର ଅନୁରୋଧକୁ ଦେଲେ ?

ହେରୋଦ ଯେହେତୁ ସେ ପ୍ରତିଜ୍ଞା କରିଥିଲେ ଏବଂ ସମସ୍ତ ଲୋକ ତାଙ୍କ ସହିତ ଭୋଜନ ସମୟରେ ହେରୋଦିଆର ଅନୁରୋଧକୁ ପ୍ରଦାନ କଲେ[୧୪:୯]।

Matthew 14:13

ଯୀଶୁଙ୍କର ପ୍ରତିକ୍ରିୟା କ'ଣ ଥିଲା ଯେତେବେଳେ ସେ ଦେଖିଲେ ଯେ ଏକ ବହୁ ସଂଖ୍ୟକ ଲୋକ ତାଙ୍କୁ ଅନୁସରଣ କରୁଅଛନ୍ତି ?

ଯୀଶୁ ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ ଓ ରୋଗୀମାନଙ୍କୁ ଆରୋଗ୍ୟ କଲେ [୧୪:୧୪]।

Matthew 14:16

ଲୋକମାନଙ୍କ ନିମନ୍ତେ କ'ଣ କରିବାକୁ ସେ ଶିଷ୍ୟଙ୍କୁ ଆଦେଶ ଦେଲେ ?

ଲୋକମାନଙ୍କୁ କିଛି ଭୋଜନ କରିବାକୁ ଦେବା ନିମନ୍ତେ ଯୀଶୁ ଶିଷ୍ୟଙ୍କୁ ଆଦେଶ ଦେଲେ [୧୪:୧୬] ।

Matthew 14:19

ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ସହ ଯୀଶୁ କ'ଣ କଲେ ଯାହା ଶିଷ୍ୟମାନେ ତାଙ୍କ ନିକଟକୁ ଆଣିଥିଲେ ?

ଯୀଶୁ ସ୍ୱର୍ଗ ଆଡ଼େ ଉର୍ଦ୍ଧ୍ୱ ର୍ଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୋଟୀଗୁଡ଼ିକ ଭାଙ୍ଗି ଲୋକସମୂହକୁ ଦେବା ନିମନ୍ତେ ଶିଷ୍ୟମାନଙ୍କୁ ଦେଲେ [୧୪:୧୯]।

କେତେ ଲୋକ ଖାଇଲେ ଏବଂ କେତେ ମାତ୍ରାରେ ବଳିଲା ?

ଭୋଜନ କରିବା ଲୋକେ, ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ପ୍ରାୟ ପାଞ୍ଚହଜାର ପୁରୁଷ ଥିଲେ ଏବଂ ବାର ଟୋକେଇ ବଳିଲା [୧୪:୨୦-୨୧] ।

Matthew 14:22

ଲୋକସମୂହକୁ ବିଦାୟ ଦେଲା ଉତ୍ତାରେ ଯୀଶୁ କ'ଣ କଲେ ?

A ଯୀଶୁ ପ୍ରାର୍ଥନା କରିବା ନିମନ୍ତେ ଅନ୍ତର ହୋଇ ପର୍ବତ ଉପରକୁ ଗଲେ [୧୪:୨୩]।

ସମୁଦ୍ର ମଧ୍ୟରେ ଶିଷ୍ୟଙ୍କୁ କ'ଣ ଘଟୁଥିଲା?

ଶିଷ୍ୟମାନଙ୍କର ନୌକା ପ୍ରତିକୂଳ ବାୟୁ ହେତୁ ତାହା ଲହଡ଼ିରେ ଟଳମଳ ହେଉଥିଲା [୧୪:୨୪]।

Matthew 14:25

କିପରି ଯୀଶୁ ଶିଷ୍ୟମାନଙ୍କ ନିକଟକୁ ଗଲେ ?

ସେ ସମୁଦ୍ର ଉପରେ ଚାଲି ଶିଷ୍ୟମାନଙ୍କ ପାଖକୁ ଗଲେ [୧୪:୨୫]

ଯୀଶୁ ଶିଷ୍ୟମାନଙ୍କୁ କ'ଣ କହିଲେ ଯେତେବେଳେ ସେମାନେ ଯୀଶୁଙ୍କୁ ଦେଖିଲେ ?

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଭୟ ନ କରି ସାହସ ଧରିବାକୁ କହିଲେ [୧୪:୨୭]।

Matthew 14:28

ପିତରକୁ ଯୀଶୁ କ'ଣ ଆସି କରିବାକୁ କହିଲେ ?

ଯୀଶୁ ପିତରକୁ ଆସି ପାଣି ଉପରେ ଚାଲିବାକୁ କହିଲେ [୧୪:୨୯]।

କାହିଁକି ପିତର ପାଣିରେ ବୁଡ଼ିବାକୁ ଲାଗିଲେ ?

ପିତର ପାଣିରେ ବୁଡ଼ିବାକୁ ଲାଗିଲା ଯେତେବେଳେ ସେ ଭୟ କଲେ [୧୪:୩୦]।

Matthew 14:31

କ'ଣ ଘଟିଲା ଯେତେବେଳେ ପିତର ଓ ଯୀଶୁ ନୌକାରେ ଗଲେ ?

ଯେତେବେଳେ ପିତର ଓ ଯୀଶୁ ନୌକାରେ ଗଲେ ପବନର ପ୍ରବାହ ସ୍ଥିର ହେଲା [୧୪:୩୨]।

ଯେତେବେଳେ ଶିଷ୍ୟମାନେ ଏହା ଦେଖିଲେ ସେମାନେ କ'ଣ କଲେ ?

ଯେତେବେଳେ ଶିଷ୍ୟମାନେ ଏହା ଦେଖିଲେ ସେମାନେ ଯୀଶୁଙ୍କୁ ଉପାସନା କଲେ ଏବଂ କହିଲେ ଯେ ସେ ପରମେଶ୍ୱରଙ୍କର ସନ୍ତାନ ଥିଲେ [୧୪:୩୩]।

Matthew 14:34

ଲୋକମାନେ କ'ଣ କଲେ ଯେତେବେଳେ ଯୀଶୁ ଓ ଶିଷ୍ୟମାନେ ସମୁଦ୍ରର ଆରପାରିକୁ ଗଲେ ?

ଯେତେବେଳେ ଯୀଶୁ ଓ ଶିଷ୍ୟମାନେ ସମୁଦ୍ରର ଆରପାରିକୁ ଗଲେ ,ସମସ୍ତ ରୋଗରେ ପୀଡିତ ଲୋକମାନଙ୍କୁ ଲୋକମାନେ ଯୀଶୁଙ୍କ ନିକଟକୁ ଆଣିଲେ [୧୪:୩୫]।