ଖ୍ରୀଷ୍ଟଙ୍କର ବଂଶାବଳୀର ଦାଉଦ ଓ ଅବ୍ରାହାମ ଏହି ଦୁଇଟି ପୂର୍ବପୁରୁଷମାନଙ୍କର ତାଲିକା ପ୍ରଥମରେ ଦିଆଯାଇଅଛି [୧:୧] ।
ମରିୟମ ଯୋଷେଫଙ୍କର ସ୍ତ୍ରୀଙ୍କର ତାଲିକା ଦିଆଯାଇଛି କାରଣ ତାହାଙ୍କ ଦ୍ୱାରା ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଗ୍ରହଣ ହୋଇଥିଲା [୧:୧୬] ।
ମରିୟମ ସେମାନଙ୍କ ସହବର୍ତ୍ତୀ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଥିଲେ [୧:୧୮] ।
ଯୋଷେଫ ଜଣେ ଧାର୍ମିକ ଲୋକ ଥିଲେ [୧:୧୯] ।
ଯେତେବେଳେ ମରିୟମ ଗର୍ଭବତୀ ଅଛନ୍ତି ବୋଲି ଜାଣିଲେ ସେ ଗୁପ୍ତରେ ମରିୟମଙ୍କୁ ପରିତ୍ୟାଗ କରିବା ନିମନ୍ତେ ସ୍ଥିର କରିଥିଲେ [୧:୧୯]
ପ୍ରଭୁଙ୍କର ଜଣେ ଦୂତ ଦିନରେ ଯୋଷେଫଙ୍କୁ ସ୍ଵପ୍ନରେ ମରିୟମଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରିବାକୁ କହିଥିଲେ କାରଣ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ଥିଲେ [୧:୨୦] ।
ଶିଶୁର ନାମ ଯୀଶୁ ବୋଲି ଦେବା ପାଇଁ ଯୋଷେଫଙ୍କୁ କୁହାଯାଇଥିଲା କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ [୧:୨୧] ।
ପୁରାତନ ନିୟମର ଭାବାବାଣୀ ହୋଇଥିଲା ଯେ ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ସେମାନେ ତାହାଙ୍କ ନାମ ଇମ୍ମାନୁୟେଲ ଦେବେ,ଏହି ନାମର ଅର୍ଥ "ଆମ୍ଭମାନଙ୍କ ସହିତ ଈଶ୍ୱର [୧:୨୩] ।
ମରିୟମ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ସହବାସ ନ କରିବାକୁ ଯୋଷେଫଙ୍କୁ ସାବଧାନ କରାଯାଇଥିଲା [୧:୨୫]।