ଯିହୂଦା ପ୍ରଦେଶର ବେଥଲିହିମରେ ଯୀଶୁଙ୍କ ଜନ୍ମଗ୍ରହଣ ହୋଇଥିଲା [୨:୧]।
ପୂର୍ବଦେଶର ପଣ୍ଡିତମାନେ ଯୀଶୁଙ୍କୁ ''ଯିହୁଦୀ ମାନଙ୍କର ରାଜା'' ବୋଲି ନାମ ଦେଇଥିଲେ [୨:୨]।
ପୂର୍ବଦେଶର ପଣ୍ଡିତମାନେ ଯିହୁଦୀମାନଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଲେ [୨:୨]।
ଯେତେବେଳେ ପଣ୍ଡିତମାନଙ୍କଠାରୁ ଏହି ସମ୍ବାଦ ରାଜା ହେରୋଦ ଶୁଣିଲେ, ସେ ଉଦ୍ବିଗ୍ନ ହୋଇଥିଲେ [୨:୩]।
ସେମାନେ ଜାଣିଥିଲେ ଭାବବାଣୀ ଯାହା କୁହାଯାଇଥିଲା ଯେ ଖ୍ରୀଷ୍ଟ ବେଥଲିହିମରେ ଜନ୍ମ ଗ୍ରହଣ କରିବେ ବୋଲି [୨:୫-୬]।
ପୂର୍ବଦେଶର ତାରା ସେମାନଙ୍କ ଆଗେ ଆଗେ ଯାଇ ଯେଉଁଠାରେ ଶିଶୁ ଥିଲେ ସେହି ସ୍ଥାନ ଉପରେ ସ୍ଥଗିତ ହେଲା [୨:୯]।
ପଣ୍ଡିତମାନେ ଯେତେବେଳେ ଯୀଶୁଙ୍କୁ ଦେଖିବାଲୁ ଆସିଲେ ସେତେବେଳେ ସେ ସେତେବେଳେ ଶିଶୁ ହିଁ ଥିଲେ [୨:୧୧]।
ପଣ୍ଡିତମାନେ ସୁନା, କୁନ୍ଦୂରୁ ଓ ଗନ୍ଧରସ ଯୀଶୁଙ୍କୁ ଦର୍ଶନୀ ଦେଲେ [୨:୧୧]।
ପଣ୍ଡିତମାନେ ଅନ୍ୟ ପଥ ଦେଇ ସ୍ଵଦେଶକୁ ପ୍ରସ୍ଥାନ କରିଥିଲେ କାରଣ ହେରୋଦଙ୍କ ନିକଟକୁ ନ ଯିବା ପାଇଁ ସ୍ଵପ୍ନରେ ପ୍ରତ୍ୟାଦେଶ ପାଇଥିଲେ [୨:୧୨]।
ପ୍ରଭୁଙ୍କର ଜଣେ ଦୂତ ସ୍ଵପ୍ନରେ ଯୋଷେଫଙ୍କୁ କହିଲେ ଉଠ ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସରକୁ ପଳାଅ କାରଣ ହେରୋଦ ରାଜା ଶିଶୁକୁ ବିନାଶ କରିବା ନିମନ୍ତେ ଅନ୍ଵେଷଣ କରିବାକୁ ଉଦ୍ୟତ [୨:୧୩]।
ଯୀଶୁ ମିସରରୁ ପୁଣି ଫେରିଲା ପରେ'' ଆମ୍ଭେ ଆପଣା ପୁତ୍ରଙ୍କୁ ମିସରରୁ ଆହ୍ୱାନ କଲୁ'' ଏହି ଭାବବାଣୀ ସଫଳ ହେଲା [୨:୧୫]।
ହେରୋଦ ଦୁଇ ବର୍ଷ ଓ ସେଥିରୁ ନ୍ୟୁନବୟସ୍କ ଯେତେ ବାଳକ ଶିଶୁମାନେ ବେଥଲିହିମର ମଧ୍ୟରେ ଥିଲେ ସେହି ସମସ୍ତଙ୍କୁ ବଧ କଲେ [୨:୧୬]।
ଇସ୍ରାଏଲ ଦେଶକୁ ଫେରିବା ନିମନ୍ତେ ଯୋଷେଫ ସ୍ଵପ୍ନରେ ଉପଦେଶ ପାଇଥିଲେ [୨:୧୯-୨୦] ।
ଯୋଷେଫ ମରିୟମ ଓ ଯୀଶୁଙ୍କ ସହିତ ଗାଲିଲୀ ନାଜରିତରେ ବାସ କରିଥିଲେ [୨:୨୨-୨୩]।
ସେ ନାଜରିତୀୟ ଖ୍ୟାତ ହେବେ ଏହି ଭାବବାଣୀ ସଫଳ ହେଲା [୨:୨୩]।