Matthew 1

Matthew 1:1

ବାକ୍ୟଗୁଡିକରେ ୧ ୧୭ ଯୀଶୁଖ୍ରୀଷ୍ଟଙ୍କର ପୁର୍ବପୁରୁଷମାନଙ୍କର ତାଲିକା । #. ଦାଉଦଙ୍କ ସନ୍ତାନ, ଅବ୍ରାହାମଙ୍କ ସନ୍ତାନ ବିକଳ୍ପ ଅନୁବାଦ: "ଦାଉଦଙ୍କ ଜଣେ ବଂଶଧର , ଯିଏ ଅବ୍ରାହାମଙ୍କ ଜଣେ ବଂଶଧର" ଥିଲେ । ଅବ୍ରାହାମ ଓ ତାହାଙ୍କ ବଂଶଧର ଦାଉଦ ମଧ୍ୟରେ ଏବଂ ଦାଉଦ ଏବଂ ତାହାଙ୍କ ବଂଶଧର ଯୀଶୁଙ୍କ ମଧ୍ୟରେ ଅନେକ ପୀଢ଼ିଗୁଡିକ ଥିଲେ । "ଦାଉଦଙ୍କ ସନ୍ତାନ" ୯:୨୭ରେ ଏବଂ ଅନ୍ୟ ସ୍ଥାନରେ ଶୀର୍ଷକ ଭାବରେ ବ୍ୟବହାର କରାଯାଇଅଛି, କିନ୍ତୁ ଏହି ସ୍ଥାନରେ କେବଳ ଯୀଶୁଙ୍କ ପୁର୍ବବର୍ତ୍ତୀ ବଂଶାବଳୀର ପରିଚୟ ଦେବାର ବ୍ୟବହାର ହୋଇଅଛି ବୋଲି ବୋଧ ହେଲା । #. ଅବ୍ରାହାମ ଇସହାକଙ୍କ ପିତା ଥିଲେ ବିକଳ୍ପ ଅନୁବାଦ: "ଅବ୍ରାହାମ ଇସହାକଙ୍କ ପିତା ହେଲେ" କିମ୍ବା "ଅବ୍ରାହାମଙ୍କ ଇସହାକ ନାମକ ଏକ ସନ୍ତାନ ଥିଲେ" । ଏହା ଆପଣମାନଙ୍କ ପାଠକମାନଙ୍କ ନିମନ୍ତେ ଅଧିକ ସ୍ପଷ୍ଟ ଅଟେ ଯଦି ଆପଣ ଏଥି ମଧ୍ୟରୁ ଏକ ପ୍ରକାର ବାଛି ତାଲିକାର ଅବଶିଷ୍ଟାଂଶ ନିମନ୍ତେ ବ୍ୟବହାର କରନ୍ତି । #. ତାମର ଯେଉଁ ଭାଷାଗୁଡିକର ପୁଲିଙ୍ଗ ବାଚକ ଏବଂ ସ୍ତ୍ରୀଲିଙ୍ଗ ବାଚକର ପ୍ରକାରେ ନାମଗୁଡ଼ିକ ଅଛି, ତାହାର ନାମ ନିମନ୍ତେ ସ୍ତ୍ରୀଲିଙ୍ଗ ବାଚକ ବ୍ୟବାହାର କରିବା ଉଚିତ୍ ଅଟେ ।

Matthew 1:4

#. ଯୀଶୁଙ୍କ ପୁର୍ବବର୍ତ୍ତୀ ବଂଶାବଳୀର ତାଲିକା କ୍ରମାଗତ ରହିଛି । ସେହି ଶବ୍ଦକୁ ବ୍ୟବହାର କର ଯାହା ତୁମେ ମାଥିଉ ୧:୨ ୩ ରେ ବ୍ୟବହାର କଲେ । #. ରାହାବଙ୍କ ଦ୍ଵାରା ସଲମୋନ ବୋଆଜଙ୍କ ବାପା ଥିଲେ "ସଲମୋନ ବୋଆଜଙ୍କ ବାପା ଥିଲେ, ଏବଂ ବୋଆଜଙ୍କ ମାଆ ରାହାବ ଥିଲେ" କିମ୍ବା ସଲମୋନ ଏବଂ ରାହାବ ବୋଆଜଙ୍କ ବାପା ମାଆ ଥିଲେ" #. ରୁଥଙ୍କ ଦ୍ଵାରା ବୋଆଜ ଓବେଦଙ୍କ ପିତା ଥିଲେ "ବୋଆଜ ଓବେଦଙ୍କ ପିତା ଥିଲେ, ଏବଂ ଓବେଦଙ୍କ ମାଆ ରୁଥ୍ ଥିଲେ" କିମ୍ବା "ବୋଆଜ ଏବଂ ରୁଥ୍ ଓବେଦଙ୍କ ବାପା ମାଆ ଥିଲେ #. ରାହାବ.....ରୁଥ୍.....ଯେଉଁ ଭାଷାଗୁଡିକର ପୁଲିଙ୍ଗ ବାଚକ ଏବଂ ସ୍ତ୍ରୀଲିଙ୍ଗ ବାଚକର ପ୍ରକାରେ ନାମଗୁଡ଼ିକ ଅଛି, ସେମାନଙ୍କ ନାମ ନିମନ୍ତେ ସ୍ତ୍ରୀଲିଙ୍ଗ ବାଚକ ବ୍ୟବାହାର କରିବା ଉଚିତ୍ ଅଟେ । #. ଦାଉଦ ଉରୀୟଙ୍କ ଭାର୍ଯ୍ୟାଙ୍କ ଦ୍ଵାରା ଶଲୋମୋନଙ୍କ ପିତା ହେଲେ "ଦାଉଦ ଶଲୋମୋନଙ୍କ ପିତା ଥିଲେ, ଏବଂ ଶଲୋମୋନଙ୍କ ମାଆ ଉରୀୟଙ୍କ ଭାର୍ଯ୍ୟା ଥିଲେ" କିମ୍ବା "ଦାଉଦ ଏବଂ ଉରୀୟଙ୍କ ଭାର୍ଯ୍ୟା ଶଲୋମୋନଙ୍କ ବାପା ମାଆ ଥିଲେ" #. ଉରୀୟଙ୍କ ଭାର୍ଯ୍ୟା "ଉରୀୟଙ୍କ ବିଧବା"

Matthew 1:7

ଯୀଶୁଙ୍କ ପୁର୍ବବର୍ତ୍ତୀ ବଂଶାବଳୀର ତାଲିକା କ୍ରମାଗତ ରହିଛି ସେହି ଶବ୍ଦକୁ ବ୍ୟବହାର କର ଯାହା ଆପଣ ମାଥିଉ ୧:୨ ୩ ରେ ବ୍ୟବହାର କଲେ । #. ଆସା କେତେକ ସମୟରେ ତାହାଙ୍କ ନାମ "ଆସାଫ୍" ନାମରେ ଅନୁବାଦ କରାଯାଇଅଛି । #. ଯୋରାମ ଉଜୀୟଙ୍କ ପିତା ଥିଲେ ପ୍ରକୃତରେ ଯୋରାମ୍ ଉଜୀୟଙ୍କ ଜେଜେବାପାଙ୍କ ଜେଜେବାପା ଥିଲେ, ତେଣୁ "ବାପା" କୁ "ପୁର୍ବପୁରୁଷ" ଭାବରେ ଅନୁବାଦ କରାଯାଇପାରେ (UDB)

Matthew 1:9

ଯୀଶୁଙ୍କ ପୁର୍ବବର୍ତ୍ତୀ ବଂଶାବଳୀର ତାଲିକା କ୍ରମାଗତ ରହିଛି ସେହି ଶବ୍ଦକୁ ବ୍ୟବହାର କର ଯାହା ଆପଣ ମାଥିଉ ୧:୨ ୩ ରେ ବ୍ୟବହାର କରିଅଛ । #. ଆମୋନ ଅନେକଥର ଏହା "ଆମୋଶ" ବୋଲି ଅନୁବାଦ କରାଯାଇଅଛି । #. ଯୋଷୀୟ ଯିକନୀୟଙ୍କ ପିତା ଥିଲେ ପ୍ରକୃତରେ ଯୋଷୀୟ ଯିକନୀୟଙ୍କ ଜେଜେବାପା ଥିଲେ (ଦେଖନ୍ତୁ: UDB) । #. ବାବିଲୋନକୁ ନିର୍ବାସିତ ହେବା ସମୟରେ "ଯେତେବେଳେ ସେମାନେ ବାବିଲୋନକୁ ଯିବା ପାଇଁ ବାଧ୍ୟ କରାଗଲେ" କିମ୍ବା "ଯେତେବେଳେ ବାବିଲୋନୀୟମାନେ ସେମାନଙ୍କୁ ବାବିଲୋନରେ ବାସ କରାଇଲେ" ଯଦି ଆପଣମାନଙ୍କ ଭାଷା ବିଶେଷ ଗୁରୁତ୍ଵ ଦିଏ କେଉଁମାନେ ବାବିଲୋନକୁ ଗଲେ, ଆପଣମାନେ କହିପାରନ୍ତି "ଇସ୍ରାଏଲୀୟମାନେ" କିମ୍ବା "ଇସ୍ରାଏଲୀୟମାନେ ଯେଉଁମାନେ ଯିହୁଦାରେ ବାସ କଲେ" ।

Matthew 1:12

ଯୀଶୁଙ୍କ ପୁର୍ବବର୍ତ୍ତୀ ବଂଶାବଳୀର ତାଲିକା କ୍ରମାଗତ ରହିଛି ସେହି ଶବ୍ଦକୁ ବ୍ୟବହାର କର ଯାହା ଆପଣ ମାଥିଉ ୧:୨ ୩ ରେ କଲ । #. ନିର୍ବାସନ ପରେ ସେହି ସମାନ ଶବ୍ଦକୁ ବ୍ୟବହାର କର ଯାହା ଆପଣ ୧:୧୧ରେ କରିଥିଲ #. ଶଲଟିୟେଲ୍ ଜିରୁବାବିଲଙ୍କ ପିତା ଥିଲେ ଶଲଟିଏଲ ଜିରୁବାବିଲଙ୍କ ପ୍ରକୃତରେ ଜେଜେବାପା ଥିଲେ (ଦେଖନ୍ତୁ :UDB) ।

Matthew 1:15

ଯୀଶୁଙ୍କ ପୁର୍ବବର୍ତ୍ତୀ ବଂଶାବଳୀର ତାଲିକା କ୍ରମାଗତ ରହିଛି ସେହି ଶବ୍ଦକୁ ବ୍ୟବହାର କର ଯାହା ଆପଣ ମାଥିଉ ୧:୨ ୩ ରେ ବ୍ୟବହାର କଲେ । #. ମରିୟମ, ଯାହାଦ୍ଵାରା ଯୀଶୁ ଜନ୍ମଗ୍ରହଣ କଲେ ଏହାକୁ କର୍ତୃବାଚ୍ୟ ବାକ୍ୟରେ "ମରିୟମ ଯିଏ ଯୀଶୁଙ୍କୁ ଜନ୍ମ ଦେଲେ" ଭାବରେ ଅନୁବାଦ କରାଯାଇପାରେ । (ଦେଖନ୍ତୁ :କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ବାବିଲୋନକୁ ନିର୍ବାସନ ସମୟରେ ସେହି ସମାନ ଶବ୍ଦକୁ ବ୍ୟବହାର କର ଯାହା ତୁମେ ୧:୧୧ରେ ବ୍ୟବହାର କରିଥିଲ ।

Matthew 1:18

ଏହା ଏକ ଘଟଣାର ବିବରଣୀର ଆରମ୍ଭ ଯୀଶୁଙ୍କ ଜନ୍ମ ପର୍ଯ୍ୟନ୍ତ ନେଇଥାଏ ଯଦି ଆପଣଙ୍କ ଭାଷାରେ ଶୀର୍ଷକକୁ ବଦଳିବା ପାଇଁ ଏକ ପନ୍ଥା ଥାଏ, ଆପଣ ଏହିସ୍ଥାନରେ ବ୍ୟବହାର କରନ୍ତୁ । #. ମରିୟମ ଯୋଷେଫଙ୍କ ସହ ବିବାହ କରିବା ପାଇଁ ନିର୍ବନ୍ଧ ହୋଇଥିଲା "ବିବାହ କରିବାକୁ ପ୍ରତିଶୃତି କରିଥିଲେ (UDB) କିମ୍ବା "ବିବାହ କରିବା ପାଇଁ ସମର୍ପଣ କରିଥିଲେ" ପିତାମାତାମାନେ ସାଧାରଣତଃ ସେମାନଙ୍କ ସନ୍ତାନମାନଙ୍କ ବିବାହକୁ ଆୟୋଜନ କରିଥାଆନ୍ତି । #. ସେମାନଙ୍କ ସହବାସ ପୁର୍ବେ ଶିଷ୍ଟୋକ୍ତିର ଅର୍ଥ "ସେମାନେ ଶାରୀରିକ ସମ୍ପର୍କ ରଖିବା ପୁର୍ବରୁ" ।(ଦେଖନ୍ତୁ :ଶିଷ୍ଟୋକ୍ତି ଭାବ) #. ସେ ଗର୍ଭବତୀ ଅଛନ୍ତି ବୋଲି ଜଣାପଡିଲା "ସେମାନେ ଜାଣିପାରିଲେ ଯେ ସେ ଏକ ଶିଶୁ ଜନ୍ମ କରିବାକୁ ଯାଉଛନ୍ତି" (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ପବିତ୍ରଆତ୍ମାଙ୍କ ଦ୍ଵାରା ପବିତ୍ରଆତ୍ମା ମରିୟମଙ୍କୁ ଏକ ଶିଶୁ ଜନ୍ମ କରିବା ପାଇଁ ସକ୍ଷମ କଲେ ।

Matthew 1:20

#. ଏହା ଯୀଶୁଙ୍କ ଜନ୍ମ ପର୍ଯ୍ୟନ୍ତ ଏହା ଘଟଣାଗୁଡିକ ବିଷୟରେ କହି ଆସୁଅଛି । #. ଦୃଶ୍ୟମାନ ହେଲେ ଜଣେ ସ୍ଵର୍ଗଦୁତ ହଠାତ୍ ଯୋଷେଫ ନିକଟକୁ ଆସିଲେ #. ଦାଉଦଙ୍କ ସନ୍ତାନ ଏହି ସ୍ଥାନରେ, ସନ୍ତାନ" ର କହିବା ଅର୍ଥ "ଙ୍କ ବଂଶଧର" ଦାଉଦ ଯୋଷେଫଙ୍କ ପିତା ନ ଥିଲ୍ରେ, କିନ୍ତୁ ଦାଉଦ ଯୋଷେଫଙ୍କ ପୂର୍ବପୁରୁଷ ଥିଲେ ଯିଏ ତାଙ୍କ ଠାରେ ଗର୍ଭଧାରଣ ହେଲେ, ସେ ପବିତ୍ରଆତ୍ମାଙ୍କ ଦ୍ଵାରା ଗର୍ଭଧାରଣ ହେଲେ "ପବିତ୍ରଆତ୍ମା ଶିଶୁକୁ ଗର୍ଭଧାରଣ କରାଇଲେ ଯାହା ଦ୍ଵାରା ମରିୟମ ଗର୍ଭବତୀ ହେଲେ" (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ସେ ଏକ ପୁତ୍ର ପ୍ରସବ କରିବ କାରଣ ଈଶ୍ଵର ଦୁତଙ୍କୁ ପଠାଇଲେ, ଦୁତ ଜାଣିଥିଲେ ଯେ ଶିଶୁ ଏକ ପୁତ୍ର ଅଟେ" । #. ତୁମ୍ଭେ ତାହାଙ୍କ ନାମ ଦେବ ଏହା ଏକ ଆଜ୍ଞା ଅଟେ: "ତାହାଙ୍କ ନାମ ଡାକିବ" କିମ୍ବା "ତାହାଙ୍କ ନାମ ଦିଅ" କିମ୍ବା "ନାମ ଦିଅ" #. ସେ ତାହାଙ୍କ ଲୋକମାନଙ୍କୁ ରକ୍ଷା କରିବେ "ତାହାଙ୍କ ଲୋକମାନେ" ଯିହୁଦୀମାନଙ୍କୁ ସୁଚାଏ

Matthew 1:22

ମାଥିଉ ଏକ ଭାବବାଣୀକୁ ଉକ୍ତ କରନ୍ତି ଯାହା ଦ୍ଵାରା ଯୀଶୁଙ୍କ ଜନ୍ମ ସଫଳ ହେଲା । #. ଭାବବାଦୀଙ୍କ ଦ୍ଵାରା ପ୍ରଭୁ ଯାହା କହିଥିଲେ ଏହା କର୍ତୃବାଚ୍ୟରେ ଉକ୍ତ କରାଯାଇପାରେ "ଦୀର୍ଘ ସମୟ ପୁର୍ବରୁ ପ୍ରଭୁ ଯିଶାଇୟ ଭାବବାଦୀଙ୍କୁ ଯାହା ଲେଖିବାକୁ କହିଥିଲେ" (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଦେଖ ବିକଳ୍ପ ଅନୁବାଦ: "ଦେଖ" କିମ୍ବା "ଶୁଣ" କିମ୍ବା "ମୁଁ ଯାହା କହିବାକୁ ଯାଉଅଛି ଧ୍ୟାନ ଦିଅ" । #. କୁମାରୀ ଗର୍ଭଧାରଣ କରିବ ଏବଂ ଏକ ଶିଶୁ ପ୍ରସବ କରିବ ଏହି ବାକ୍ୟ ସିଧାସଳଖ ଯିଶାଇୟ ୭:୧୪ରୁ ନିଆଯାଇଅଛି ।

Matthew 1:24

ଏହି ଭାଗ ପୁନର୍ବାର ସେହି ଘଟଣା ଯୀଶୁଙ୍କ ଜନ୍ମ ଘଟଣାକୁ ଫେରିଆସେ । #. ଆଜ୍ଞା ଦେଲେ ମରିୟମକୁ ଆପଣା ଭାର୍ଯ୍ୟା ଭାବରେ ଗ୍ରହଣ କରିବାକୁ କହିଲେ ଏବଂ ତାହାଙ୍କ ନାମ ଯୀଶୁ ଦେବାକୁ ଦୁତ ତାହାଙ୍କୁ କହିଲେ (ବାକ୍ୟ ୨୦ ୨୧) । #. ତାହା ସହିତ ଶୋଇଲେ ନାହିଁ "ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଲେ ନାହିଁ" (ଦେଖନ୍ତୁ: ଶିଷ୍ଟୋକ୍ତି ଭାବ) #. ଏବଂ ସେ ତାହାଙ୍କ ନାମ ଯୀଶୁ ଦେଲେ "ଯୋଷେଫ ତାଙ୍କ ପୁତ୍ରକୁ ନାମ ଯୀଶୁ ଦେଲେ"