2 1 ମହାନ ଶାସକ ରାଜା ହେରୋଦଙ୍କ ସମୟରେ ଯିହୂଦା ପ୍ରଦେଶର ବେଥଲିହିମ ନଗରରେ ଯୀଶୁ ଜନ୍ମ ହେଲେ । ଯୀଶୁଙ୍କ ଜନ୍ମ ହେବା ପରେ ପୂର୍ବ ଦେଶର କେତେକ ଜ୍ୟୋତିଷ ଶାସ୍ତ୍ରଜ୍ଞ ଯିରୂଶାଲମର ନଗରକୁ ଆସିଲେ । 2 ସେମାନେ ଲୋକମାନଙ୍କୁ ପଚାରିଲେ, ଯିହୂଦୀମାନଙ୍କର ଯେଉଁ ରାଜା ଜନ୍ମ ଗ୍ରହଣ କରିଅଛନ୍ତି ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବ ଦେଶରେ ଏକ ତାରା ଦେଖିଲୁ ଆଉ ସେହି ତାରା ସେ ଯେ ଜନ୍ମ ଗ୍ରହଣ କରିଅଛନ୍ତି ଏହା ଆମ୍ଭମାନଙ୍କୁ ଦର୍ଶାଏ, ଏଣୁ ଆମ୍ଭେମାନେ ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ ।" 3 ଯେତେବେଳେ ହେରୋଦ ରାଜା ଏହି ଲୋକମାନଙ୍କର ପ୍ରଚାରିତ ବିଷୟରେ ଶୁଣିଲେ, ସେ ଅତ୍ୟନ୍ତ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ଯିରୂଶାଲମ ନିବାସୀ ଅନେକ ଲୋକ ମଧ୍ୟ ଏଥିରେ ଉଦ୍‌ବିଗ୍ନ ହେଲେ । 4 ତହିଁରେ ହେରୋଦ ଯିହୁଦୀମାନଙ୍କ ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କୁ ଏକତ୍ର ଡ଼କାଇଲେ । ସେ ସେମାନଙ୍କୁ ପଚାରିଲେ ଖ୍ରୀଷ୍ଟ କେଉଁଠାରେ ଜନ୍ମ ଗ୍ରହଣ କରିବେ ବୋଲି ଭବିଷ୍ୟତବକ୍ତାମାନେ ଭାବବାଣୀ କରି ଅଛନ୍ତି । 5 ସେମାନେ ତାହାଙ୍କୁ କହିଲେ, "ସେ ଯିହୂଦା ପ୍ରଦେଶର ବେଥଲିହିମ ନଗରରେ ଜନ୍ମ ଗ୍ରହଣ କରିବେ, କାରଣ ମୀଖା ଭବିଷ୍ୟବକ୍ତା ଏ ବିଷୟରେ ଅନେକ ବର୍ଷ ପୂର୍ବେ ଲେଖିଥିଲେ, । 6 ହେ ଯିହୂଦାଙ୍କ ପ୍ରଦେଶର ବେଥଲିହିମ ନିବାସୀଗଣ, ତୁମ୍ଭମାନଙ୍କ ନଗର ନିଶ୍ଚିତ ରୂପେ ମହାନ ହେବ, କାରଣ ତୁମ୍ଭମାନଙ୍କ ନଗରରୁ ଏକ ଶାସନକର୍ତ୍ତା ଉତ୍ପନ୍ନ ହେବେ I ସେ ଆମ୍ଭର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ I 7 ତାହାପରେ ରାଜା ହେରୋଦ ଜ୍ୟୋତିଷ ଶାସ୍ତ୍ରଜ୍ଞମାନଙ୍କୁ ଗୋପନରେ ଡାକିଲେ । ସେ ସେମାନଙ୍କୁ ପଚାରିଲେ, ପ୍ରକୃତରେ ସେହି ତାରା କେଉଁ ସମୟରେ ପ୍ରଥମେ ଦେଖା ଦେଇଥିଲା । 8 ପରେ ସେ ସେମାନଙ୍କୁ କହିଲେ, "ବେଥଲିହିମକୁ ଯାଅ ଓ ଶିଶୁଙ୍କ ସମ୍ବନ୍ଧରେ ସୂକ୍ଷ୍ମ ରୂପେ ଅନୁସନ୍ଧାନ କର । ଯେତେବେଳେ ତୁମ୍ଭେମାନେ ତାହାଙ୍କୁ ପାଇବ, ଫେରି ଆସି ମୋତେ ତାହା ଜଣାଅ, ତେବେ ମୁଁ ମଧ୍ୟ ନିଜେ ଯାଇ ତାହାଙ୍କୁ ପ୍ରଣାମ କରିବି ।" । 9 ସେଥିରେ ସେହି ଲୋକମାନେ ବେଥଲିହିମ ନଗରକୁ ବାହାରି ଗଲେ । ସେମାନଙ୍କ ନିମନ୍ତେ ଏହା ଆଶ୍ଚର୍ଯ୍ୟର ବିଷୟ ହେଲା ଯେ, ସେମାନେ ପୂର୍ବ ଦେଶରେ ଯେଉଁ ତାରା ଦେଖିଥିଲେ, ତାହା ପୁଣି ଥରେ ସେମାନଙ୍କ ଆଗେ ଆଗେ ଯାଇ, ଯେଉଁଠାରେ ଶିଶୁ ଶେଷରେ ସେହି ସ୍ଥାନ ଉପରେ ସ୍ଥଗିତ ହେଲା । 10 ଯେତେବେଳେ ସେମାନେ ସେହି ତାରାକୁ ଦେଖିଲେ, ସେମାନେ ମହାଆନନ୍ଦରେ ଆନନ୍ଦିତ ହୋଇ ତାହାର ପଛେ ପଛେ ଚାଲିଲେ । 11 ସେମାନେ ସେହି ଗୃହକୁ ପାଇଲେ ଏବଂ ଭିତରକୁ ଯାଇ ଶିଶୁଙ୍କୁ ଓ ତାଙ୍କ ମାତା ମରିୟମଙ୍କୁ ସଙ୍ଗରେ ଦେଖିଲେ । ସେମାନେ ଭୂମିଷ୍ଠ ହୋଇ ତାହାଙ୍କୁ ପ୍ରଣାମ କଲେ । ପୁଣି ସେମାନେ ଆପଣା ଆପଣା ପେଡ଼ି ଫିଟାଇ ସୁନା, କୁନ୍ଦୁରୁ ଓ ଗନ୍ଧରସ ତାହାଙ୍କୁ ଦର୍ଶନୀ ଦେଲେ । 12 ପରେ ସେମାନେ ରାଜା ହେରୋଦଙ୍କ ନିକଟକୁ ବାହୁଡ଼ି ନ ଯିବାକୁ ସ୍ୱପ୍ନରେ ପ୍ରଭୁଙ୍କଠାରୁ ଏକ ପ୍ରତ୍ୟାଦେଶ ପାଇଲେ । ତେଣୁ ସେମାନେ ସେମାନଙ୍କ ଦେଶ ପରିତ୍ୟାଗ କଲେ, କିନ୍ତୁ ସେମାନେ ଆସିଥିବା ପଥରେ ଯାଇ ଅନ୍ୟ ଏକ ପଥ ଦେଇ ସ୍ୱଦେଶକୁ ପ୍ରସ୍ଥାନ କଲେ । 13 ଜ୍ୟୋତିଷ ଶାସ୍ତ୍ରମାନେ ବେଥଲିହିମ ପରିତ୍ୟାଗ କଲା ଉତ୍ତାରେ, ପ୍ରଭୁଙ୍କର ଜଣେ ଦୂତ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, "ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସର ଦେଶକୁ ପଳାଅ । ପୁଣି ଆମେ ତୁମ୍ଭକୁ ନ କହିଲା ପର୍ଯ୍ୟନ୍ତ ସେଠାରେ ବାସ କର, କାରଣ ଶିଶୁଙ୍କୁ ଅନ୍ୱେଷଣ କରି ବିନାଶ କରିବା ନିମନ୍ତେ ହେରୋଦ ଆପଣା ସୈନ୍ୟମାନଙ୍କୁ ପଠାଇଅଛି ।" 14 ଏଥିରେ ଯୋଷେଫ ସେହି ରାତ୍ରିରେ ଉଠି ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସରକୁ ପଳାଇଗଲେ । 15 ଆଉ ରାଜା ହେରୋଦଙ୍କ ମରଣ ପର୍ଯ୍ୟନ୍ତ ସେଠାରେ ରହିଲେ, ପରେ ସେମାନେ ପୁଣି ଥରେ ମିସରକୁ ବାହୁଡ଼ି ଆସିଲେ । ଏହି କ୍ଷେତ୍ରରେ, ହୋଶେୟ ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କର ଏହି ବାକ୍ୟ ସଫଳ ହେଲା, ମିସରରୁ ଆମେ ଆପଣା ପୁତ୍ରଙ୍କୁ ଆହ୍ୱାନ କଲୁ I 16 ରାଜା ହେରୋଦଙ୍କ ମରଣ ପୂର୍ବରୁ ସେ ସେହି ଲୋକମାନଙ୍କ ଦ୍ୱାରା ପ୍ରବଞ୍ଚନ ହେବା ଦେଖି କ୍ରୋଧାନ୍ଧ ହୋଇଗଲେ । କାରଣ ସେ ଭାବିଲେ ଯେ, ଯୀଶୁ ବେଥଲିହିମର ଆଖପାଖରେ ଅଛନ୍ତି, ଏଣୁ ହେରୋଦ ଆପଣା ସୈନ୍ୟମାନଙ୍କୁ ଦୁଇ ବର୍ଷ ବୟସର ଶିଶୁ ପୁତ୍ରମାନଙ୍କୁ ବିନାଶ କରିବା ନିମନ୍ତେ ପଠାଇଲେ । ସେହି ଜ୍ୟୋତିଷ ଶାସକମାନଙ୍କଠାରୁ ଶୁଣି ସମୟ ଅନୁସାରେ ହେରୋଦ ଶିଶୁଟିର ବୟସ ଗଣନା କଲେ । 17 ଯେତେବେଳେ ହେରୋଦ ଏହା କଲେ, ସେତେବେଳେ ରାମାର ନିକଟବର୍ତ୍ତୀ ଯିରୂଶାଲମ ବିଷୟରେ ଅନେକ ବର୍ଷ ପୂର୍ବେ ଯିରିମୀୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଲିଖିତ ବାକ୍ୟ ସଫଳ ହେଲା; 18 ରାମାସ୍ଥିତ ମହିଳାମାନେ ଉଚ୍ଚ ସ୍ଵରରେ ରୋଦନ ଓ ଅତିଶୟ ବିଳାପ କରୁଅଛନ୍ତି । ସେମାନଙ୍କର ବୟସ୍କା ରାହେଲ, ଆପଣ ସନ୍ତାନମାନଙ୍କ ନିମନ୍ତେ ବିଳାପ କରୁଥିଲେ । ଲୋକମାନେ ତାହାକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କଲେ କିନ୍ତୁ ପାରିଲେ ନାହିଁ, କାରଣ ତାହାର ସମସ୍ତ ଶିଶୁମାନେ ମୃତ୍ୟୁବରଣ କରିଥିଲେ । 19 ହେରୋଦଙ୍କ ମୃତ୍ୟୁ ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ମିସରରେ ଯୋଷେଫ ଓ ତାଙ୍କ ପରିବାରଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, 20 “ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ଇସ୍ରାଏଲ ଦେଶକୁ ଯାଅ, କାରଣ ଯେଉଁମାନେ ଶିଶୁଙ୍କ ପ୍ରାଣ ବିନାଶ କରିବା ନିମନ୍ତେ ଚେଷ୍ଟା କରୁଥିଲେ, ସେମାନଙ୍କର ମୃତ୍ୟୁ ଘଟିଅଛି ।” 21 ସେଥିରେ ସେ ଉଠି ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ଇସ୍ରାଏଲ ଦେଶକୁ ଆସିଲେ । 22 ମାତ୍ର ଆର୍ଖିଲାୟ ଆପଣା ପିତା ହେରୋଦଙ୍କ ସ୍ଥାନରେ ଯିହୂଦା ପ୍ରଦେଶର ରାଜା ହୋଇଅଛନ୍ତି, ଏହା ଶୁଣି ସେଠାକୁ ଯିବା ପାଇଁ ସେ ଭୟ କଲେ; କିନ୍ତୁ ସ୍ୱପ୍ନରେ ପ୍ରତ୍ୟାଦେଶ ପାଇ ଯୋଷେଫ, ମରିୟମ ଓ ଶିଶୁ ଗାଲିଲୀ ଅଞ୍ଚଳକୁ ପଳାଇଗଲେ । 23 ନାଜରିତ ନାମକ ନଗରରେ ଯାଇ ସେମାନେ ବାସ କଲେ । ଯେପରି ଭାବବାଦୀମାନଙ୍କ ଦ୍ୱାରା ଉକ୍ତ ସେହି ବାକ୍ୟ ସଠିକ୍ ହେଲା: “ଲୋକେ କହିବେ ସେ ନାଜରିତର ଅଟନ୍ତି ।”